India is becoming stronger today by following the path shown by Sudarshan Chakradhari Mohan and Charkhadhari Mohan: PM
Today, terrorists and their masterminds are not spared, regardless of where they may be hiding: PM
Our government will not allow any harm to come to small entrepreneurs, farmers, or livestock rearers: PM
Today, every type of industry is expanding on the soil of Gujarat: PM
It is our continuous endeavour to empower both the neo-middle class and the middle class: PM
This Diwali, whether it is the trading community or other families, everyone will receive a double bonus of happiness: PM
Let all purchases, gifts, and items brought home for decoration during the festive season be Made in India: PM

ଭାରତ ମାତାକୀ ଜୟ!

ଭାରତ ମାତାକୀ ଜୟ!

ଭାରତ ମାତାକୀ ଜୟ!

ପରିବେଶକୁ ଆଜି ଆପଣମାନେ ବନାଇ ରଖିଛନ୍ତି ।

ଗୁଜରାଟର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀ ସି.ଆର. ପାଟିଲ,  ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ଅହମ୍ମଦାବାଦର ମେୟର ପ୍ରତିଭା ଜୀ, ଅନ୍ୟ ଜନପ୍ରତିନିଧିଗଣ ଏବଂ ଅହମ୍ମଦାବାଦର ମୋର ଭାଇ ଓ ଭଉଣୀମାନେ!

ଆଜି ଆପଣମାନେ ପରିବେଶକୁ ବନାଇ ରଖିଛନ୍ତି । ଅନେକ ଥର ମନରେ ଆସେ ଏହା କିପରି ଭାଗ୍ୟ ଯେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରେମ ଏବଂ ସେମାନଙ୍କ ଆଶୀର୍ବାଦ, ମୁଁ ଆପଣମାନଙ୍କୁ ଯେତେ ଧନ୍ୟବାଦ କଲେ ବି ସେତେ କମ୍ ହେବ । ଦେଖନ୍ତୁ ସେଠାରେ କେହି ଛୋଟ ନରେନ୍ଦ୍ର ଛିଡ଼ା ହୋଇଗଲାଣି ।

 

ବନ୍ଧୁଗଣ,

ଏବେ ଦେଶବ୍ୟାପୀ ଗଣେଶୋତ୍ସବର ଏକ ଅଦ୍ଭୁତ ଉତ୍ସାହ ଅଛି । ଗଣପତି ବପ୍ପାଙ୍କ ଆଶୀର୍ବାଦରେ ଆଜି ଗୁଜରାଟର ବିକାଶ ସହିତ ଯୋଡ଼ି ହୋଇଥିବା ଅନେକ ପ୍ରକଳ୍ପର ବି ଶ୍ରୀଗଣେଶ ହୋଇଛି । ଏହା ମୋର ସୌଭାଗ୍ୟ କି ଆଜି ମୁଁ ବିକାଶର ଅନେକ ପ୍ରକଳ୍ପ ଆପଣ ସମସ୍ତ ଜନତା ଜନାର୍ଦ୍ଦନଙ୍କ ଚରଣରେ ସମର୍ପିତ କରିବାର, ଆପଣମାନଙ୍କୁ ହସ୍ତାନ୍ତର କରିବାର ସୌଭାଗ୍ୟ ପାଇଛି । ମୁଁ ଏସବୁ ବିକାଶ କାର୍ଯ୍ୟ ପାଇଁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।   

ବନ୍ଧୁଗଣ,

ଏହି ବର୍ଷା ଋତୁରେ ଗୁଜରାଟର ବହୁତ ଅଞ୍ଚଳରେ ବି ପ୍ରବଳ ବର୍ଷା ହେଉଛି । ଦେଶର ଅନେକ ସ୍ଥାନରେ ଯେଉଁଭଳି ବାଦଲ ଫଟା ବର୍ଷା ଗୋଟିଏ ପରେ ଗୋଟିଏ ହେଉଛି, ଯେତେବେଳେ ଟିଭିରେ ଏହି ବିନାଶଲୀଳା ଦେଖୁଛି, ନିଜକୁ ସମ୍ଭାଳିବା କଷ୍ଟକର ହେଉଛି । ମୁଁ ସମସ୍ତ ପ୍ରଭାବିତ ପରିବାରଙ୍କୁ ମୋର ସମବେଦନା ଜଣାଉଛି । ପ୍ରକୃତିର ଏହି ପ୍ରକୋପ, ପୁରା ମାନବ ଜାତି ପାଇଁ, ପୁରା ବିଶ୍ୱ ପାଇଁ, ପୁରା ଦେଶ ପାଇଁ ଆହ୍ୱାନ ହୋଇ ରହିଛି । କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାରଙ୍କ ସହ ମିଶି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗିଛନ୍ତି ।

ବନ୍ଧୁଗଣ,

ଗୁଜରାଟର ଭୂମି ଦୁଇ ମୋହନଙ୍କ ଭୂମି । ଜଣେ ସୁଦର୍ଶନ-ଚକ୍ରଧାରୀ ମୋହନ ଅର୍ଥାତ ଆମର ଦ୍ୱାରକାଧୀଶ ଶ୍ରୀକୃଷ୍ଣ ଏବଂ ଦ୍ୱିତୀୟ, ଚରଖାଧାରୀ ମୋହନ ଅର୍ଥାତ ସାବରମତୀର ସନ୍ଥ, ପୂଜ୍ୟ ବାପୁ । ଭାରତ ଆଜି ଏହି ଦୁଇ ଜଣଙ୍କ ଦ୍ୱାରା ଦେଖାଯାଇଥିବା ରାସ୍ତାରେ ଚାଲି ନିରନ୍ତର ସଶକ୍ତ ହୋଇଚାଲିଛି । ସୁଦର୍ଶନ-ଚକ୍ରଧାରୀ ମୋହନ ଆମକୁ ଶିଖାଇଛନ୍ତି ଦେଶର, ସମାଜର କିପରି ରକ୍ଷା କରାଯାଏ । ସେ ସୁଦର୍ଶନ ଚକ୍ରକୁ ନ୍ୟାୟ ଓ ସୁରକ୍ଷାର କବଚ କରିଛନ୍ତି, ଯାହାକି ଶତ୍ରୁକୁ ପାତଳରୁ ଖୋଜି ବି ଦଣ୍ଡ ଦେଇଥାଏ ଏବଂ ଏହି ଚିନ୍ତାଧାରା ଆଜି ଭାରତର ନିଷ୍ପତ୍ତିରେ ବି ଦେଶ ଅନୁଭବ କରିଛି, ଦେଶ ନୁହେଁ ଦୁନିଆ ଅନୁଭବ କରୁଛି । ଆମର ଗୁଜରାଟ ଓ ଅହମ୍ମଦାବାଦ ଅନେକ ପ୍ରକାର ପୁରୁଣା ଦିନ ଦେଖିଛି । ଯେତେବେଳେ ଦଙ୍ଗାକାରୀ ଚକ୍କା ଚଳାଉଥିବା ପତଙ୍ଗରେ ଲଢ଼ାଇ କରି ଲୋକଙ୍କୁ ମାରି ଦେଉଥିଲେ । କର୍ଫୁ୍ୟରେ ଜୀବନ ବିତାଇବାକୁ ପଡ଼ୁଥିଲା, ତିଜ-ପର୍ବ ସମୟରେ ଅହମ୍ମଦାବାଦର ଭୂମି ରକ୍ତରଂଜିତ ହୋଇଯାଉଥିଲା । ଆତତାୟୀ ଏଠି ଆମର ରକ୍ତ ବୁହାଉଥିଲେ ଏବଂ ଦିଲ୍ଲୀରେ ବସିଥିବା କଂଗ୍ରେସ ସରକାର କିଛି କରୁନଥିଲା । କିନ୍ତୁ ଆଜି ଆତଙ୍କବାଦୀ ଓ ସେମାନଙ୍କ ମୁଖିଆଙ୍କୁ ଆମେ ଛାଡ଼ୁନୁ, ଯେଉଁଠାରେ ବି ସେମାନେ ଲୁଚିଥାନ୍ତୁ । ଦୁନିଆ ଦେଖିଛି ପହଲଗାଓଁର ପ୍ରତିଶୋଧ ଭାରତ କିପରି ନେଇଛି । ୨୨ ମିନିଟରେ ସବୁିକଛି ସଫା କରି ଦିଆଗଲା ଏବଂ ଶହେ କିଲୋମିଟର ଭିତରକୁ ଯାଇ, ନିଶ୍ଚିତ କରାଯାଇଥିବା ଲକ୍ଷ୍ୟସ୍ଥଳରେ ଆକ୍ରମଣ କରି ଆମେ ଆତଙ୍କବାଦୀଙ୍କ କେନ୍ଦ୍ର ଉପରେ ଆମେ କରିଛୁ ହମଲା...ଅପରେସନ ସିନ୍ଦୂର ଆମ ସେନାର ସୌର୍ଯ୍ୟ ଏବଂ ସୁଦର୍ଶନ ଚକ୍ରଧାରୀ ମୋହନଙ୍କ ଭାରତର ଇଚ୍ଛାଶକ୍ତିର ପ୍ରତୀକରେ ପରିଣତ ହୋଇଛି ।

 

ବନ୍ଧୁଗଣ,

ଚରଖାଧାରୀ ମୋହନ, ଆମର ପୂଜ୍ୟ ବାପୁ ଭାରତର ସମୃଦ୍ଧିର ରାସ୍ତା, ସ୍ୱଦେଶୀ ବତାଇଥିଲେ । ଏଠାରେ ଆମର ଏଠାରେ ସାବରମତୀ ଆଶ୍ରମ ରହିଛି । ଏହି ଆଶ୍ରମ ଏହି କଥାର ସାକ୍ଷୀ ଅଛି କି, ଯେଉଁ ଦଳ ଆଶ୍ରମର ନାମ ନେଇ ଦଶନ୍ଧି ଧରି କ୍ଷମତା ସୁଖ ଭୋଗ କରିଛି, ସିଏ ବାପୁଙ୍କ ଆତ୍ମାକୁ ଦଳି ଦେଇଛି, ସିଏ ବାପୁଙ୍କ ସ୍ୱଦେଶୀ ମନ୍ତ୍ର ସହିତ କ’ଣ କରିଛି? ଗତ କିଛି ବର୍ଷ ଧରି ଯେଉଁମାନେ ଦିନ ରାତି ଗାନ୍ଧୀଙ୍କ ନାମ ଧରି ଗାଡ଼ି ଚଳାଉଛନ୍ତି, ଥରେ ବି ତାଙ୍କ ମୁହଁରୁ ସ୍ୱଚ୍ଛତା ଶବ୍ଦ ଶୁଣି ନଥିବେ, ନା ସ୍ୱଦେଶୀ ଶବ୍ଦ ଶୁଣିଥିବେ । ଏ ଦେଶ ବୁଝିପାରୁନାହିଁ କି ସେମାନଙ୍କ ଚିନ୍ତାଶକ୍ତି କୁ କ’ଣ ହେଲା? ୬୦-୬୫ ବର୍ଷ ଦେଶକୁ ଶାସନ କରିଥିବା କଂଗ୍ରେସ ଭାରତକୁ ଅନ୍ୟ ଦେଶ ଉପରେ ନିଭରଶୀଳ କରି ରଖିଥିଲା, ଯାହାଦ୍ୱାରା କି ସେ ସରକାରରେ ବସି ବସି ଆମଦାନୀରେ ଖେଳ କରିପାରିବ, ଦୁର୍ନୀତି କରିପାରିବ । କିନ୍ତୁ ଆଜି ଭାରତ ଆତ୍ମନିର୍ଭରତାକୁ ବିକଶିତ ଭାରତ ନିର୍ମାଣର ଆଧାର ବନାଇପାରିଛି । ଆମ କୃଷକ, ଆମ ମତ୍ସ୍ୟଜୀବୀ, ଆମ ପଶୁପାଳକ, ଆମ ଉଦ୍ୟୋଗୀଙ୍କ ଦମ୍ ଦ୍ୱାରା ଭାରତ ଦ୍ରୁତ ଗତିରେ ବିକାଶର ରାସ୍ତାରେ ଚାଲିଛି, ଆତ୍ମନିର୍ଭରତାର ରାସ୍ତାରେ ଆଗକୁ ବଢ଼ୁଛି ଏବଂ ଆମ ଗୁଜରାଟରେ ପଶୁପାଳକ କେତେ ବହୁତ ସଂଖ୍ୟାରେ ଅଛନ୍ତି ଏବଂ ଆମ ଡାଏରୀ କ୍ଷେତ୍ରର ଶକ୍ତି ଦେଖନ୍ତୁ । ନିକଟରେ ମୁଁ ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରି ଆସିଛି । ସେ ବି ତାଙ୍କ ଡାଏରୀ କ୍ଷେତ୍ରର, ତାଙ୍କ ସମବାୟ ଆନେ୍ଦାଳନର ଅତ୍ୟନ୍ତ ଆଦରପୂର୍ଣ୍ଣ ବର୍ଣ୍ଣନା କରି କହିଥିଲେ କି ଆମ ଦେଶରେ ବି ଏପରି କିଛି ହେଉ । ବନ୍ଧୁଗଣ, ଆମର ପଶୁପାଳକମାନେ ଏବଂ ପଶୁପାଳନରେ ଭଉଣୀମାନଙ୍କ ସବୁଠାରୁ ଅଧିକ ଯୋଗଦାନ ରହିଛି । ଭଉଣୀମାନେ ପଶୁପାଳନ କରି କରି ଆମର ଡାଏରୀ କ୍ଷେତ୍ରକୁ ମଜବୁତ କରିଛନ୍ତି, ଆତ୍ମନିର୍ଭର କରିଛନ୍ତି ଏବଂ ଆଜି ଚତୁର୍ଦ୍ଦିଗରେ ସେମାନଙ୍କ ଜୟଗାନ ହୋଇଚାଲିଛି ।

କିନ୍ତୁ ବନ୍ଧୁଗଣ,

ଆଜି ଦୁନିଆରେ ଆର୍ଥିକ ସ୍ୱାର୍ଥ ଥିବା ରାଜନୀତି, ସମସ୍ତେ ନିଜେ କରିବାରେ ଲାଗିଛନ୍ତି, ଏହାକୁ ଆମେ ଭଲ ଭାବେ ଦେଖୁଛନ୍ତି । ଅହମ୍ମଦାବାଦର ଏହି ଭୂମିରୁ ଆମର ଲଘୁ ଉଦ୍ୟୋଗୀମାନଙ୍କୁ କହୁଛି, ମୋର ଛୋଟ ଛୋଟ ଦୋକାନୀ ଭାଇ-ଭଉଣୀଙ୍କୁ କହୁଛି, ମୋର କୃଷକ ଭାଇମାନଙ୍କୁ କହୁଛି, ମୋର ପଶୁପାଳକ ଭାଇ-ଭଉଣୀଙ୍କୁ କହୁଛି ଏବଂ ଗାନ୍ଧୀଙ୍କ ଭୂମିରୁ କହୁଛି, ମୋ ଦେଶର ଲଘୁ ଉଦ୍ୟୋଗୀ ହୁଅନ୍ତୁ, କୃଷକ ହୁଅନ୍ତୁ, ପଶୁପାଳକ ହୁଅନ୍ତୁ ସମସ୍ତଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଉଛି କି ମୋଦୀ ପାଇର୍ ଆପଣମାନଙ୍କ ହିତ ସର୍ବୋପରି । ମୋ ସରକାର ଲଘୁ ଉଦ୍ୟୋଗୀଙ୍କର, କୃଷକଙ୍କର, ପଶୁପାଳକମାନଙ୍କର କେବେ ବି ଅନିଷ୍ଟ ହେବାକୁ ଦେବ ନାହିଁ । ଚାପ ଯେତେ ବି ଆସୁନା କାହିଁକି, ଏହାକୁ ସହିବାର ଶକ୍ତି ଆମେ ବଢ଼ାଇ ଚାଲିବୁ ।

ବନ୍ଧୁଗଣ,

ଆଜି ଆତ୍ମନିର୍ଭର ଭାରତ ଅଭିଯାନକୁ ଗୁଜରାଟରୁ ବହୁତ ଶକ୍ତି ମିଳୁଛି ଏବଂ ଏହା ପଛରେ ଦୁଇ ଦଶନ୍ଧିର କଠୋର ପରିଶ୍ରମ ରହିଛି । ଆଜିକାର ଯୁବା ପିଢ଼ି ସେହିଦିନ ଦେଖିନାହାନ୍ତି, ଯେତେବେଳେ ଏଠାରେ ଅନେକ ସମୟରେ କର୍ଫୁ୍ୟ ଲାଗି ରହୁଥିଲା । ଏଠାରେ ବେପାର-ବଣିଜ କରିବା ମୁସ୍କିଲ କରିଦିଆଯାଉଥିଲା,ଅଶାନ୍ତିର ପରିବେଶ ବନାଇ ରଖାଯାଉଥିଲା । କିନ୍ତୁ ଆଜି ଅହମ୍ମଦାବାଦ ଦେଶର ସବୁଠୁ ସୁରକ୍ଷିତ ସହର ମଧ୍ୟରୁ ଗୋଟିଏ ଏବଂ ଏହା ଆପଣମାନେ କରି ଦେଖାଇଛନ୍ତି ।

ବନ୍ଧୁଗଣ,

ଗୁଜରାଟରେ ଶାନ୍ତି ଓ ସୁରକ୍ଷାର ଯେଉଁ ବାତାବରଣ ଏବେ ରହିଛି, ଏହାର ସୁଖଦ ପରିଣାମ ଆମେ ଚତୁର୍ଦ୍ଦିଗରେ ଦେଖିବାକୁ ପାଉଛୁ । ଆଜି ଗୁଜରାଟର ଭୂମିରେ ସବୁ ପ୍ରକାର ଉଦ୍ୟୋଗର ବିସ୍ତାର ହେଉଛି । ପୁରା ଗୁଜରାଟ ଏହା ଦେଖି ଗର୍ବ କରୁଛି କି କିପରି ଆମ ରାଜ୍ୟ ନିର୍ମାଣ ହବ୍ ବନିଯାଇଛି । ଆପଣମାନଙ୍କୁ ମାଲୁମ ଥିବ, ଆପଣମାନଙ୍କ ମଧ୍ୟରେ ଯେଉଁ ବରିଷ୍ଠ ଭାଇ-ଭଉଣୀ ଥିବେ, ଯେତେବେଳେ ଗୁଜରାଟକୁ ଅଲଗା କରିବାକୁ ଆନେ୍ଦାଳନ ଚାଲିଥିଲା, ମହାଗୁଜରାଟ ଆନେ୍ଦାଳନ । ସେତେବେଳେ ଅନେକ ଲୋକ ଆମକୁ କହିଥିଲେ କି, ଗୁଜରାଟକୁ ଅଲଗା କରି ଆପଣମାନେ କ’ଣ କରିବେ, ଭୋକରେ ମରିଯିବେ, ଏହା କହୁଥିଲେ, ଆପଣମାନଙ୍କ ପାଖରେ ଅଛି କ’ଣ? ନା କିଛି ଖଣିଜ ଅଛି, ନା ବାରମାସୀ ନଦୀ ଅଛି, ୧୦ରୁ ୭ ବର୍ଷ ଦୁର୍ଭିକ୍ଷ ପଡ଼ୁଛି, ନା ଖଣି-ଖାଦାନ ଅଛି, ନା ଏପରି କିଛି ଉଦ୍ୟୋଗ-ବ୍ୟବସାୟ ରହିଛି, କ୍ଷେତ ନାହିଁ, ଗୋଟିଏ ପଟରେ ରଣ, ଅନ୍ୟ ପାଶ୍ୱର୍ରେ ପାକିସ୍ତାନ, ଆପଣମାନେ କରିବେ କ’ଣ  ଏହିପରି କହୁଥିଲେ, ଲୁଣ ବ୍ୟତୀତ ଆପଣମାନଙ୍କ ପାଖରେ ଅଛି କ’ଣ ଏହିପରି କହୁଥିଲେ, ଥଟ୍ଟା କରୁଥିଲେ, କିନ୍ତୁ ଗୁଜରାଟ ଉପରେ ଯେତେବେଳେ ଆମକୁ ଆମ ଗୋଡ଼ରେ ଛିଡ଼ା ହେବାକୁ ପଡ଼ିବ ବୋଲି ଦାୟିତ୍ୱ ଆସିଲା, ସେତେବେଳେ ଗୁଜରାଟର ଲୋକମାନେ ପଛକୁ ଫେରିନାହାନ୍ତି, ଆପଣମାନଙ୍କ ପାଖରେ କ’ଣ ଅଛି ଏହିପରି କରୁଥିବା ଲୋକମାନଙ୍କୁ ଆମ ପାଖରେ ହୀରା ନାହିଁ ଭାଇ, ଗୋଟିଏ ବି ହୀରା ଖଣି ନାହିଁ, କିନ୍ତୁ ଦୁନିଆର ୧୦ରୁ ୯ ହୀରା ଆମ ଗୁଜରାଟର ଭୂମିକୁ ଆଗକୁ ବଢ଼ୁଛି

 

ବନ୍ଧୁଗଣ,

କିଛି ମାସ ପୂର୍ବରୁ ଦାହୋଦ ଆସିଥିଲି । ସେଠାକାର ରେଳ କାରଖାନାରେ ଶକ୍ତିଶାଳୀ ଇଲେକ୍ଟ୍ରିକ ଇଞ୍ଜିନ ନିର୍ମାଣ ହେଉଛି । ଆଜି ଗୁଜରାଟରେ ତିଆରି ହେଉଥିବା ମେଟ୍ରୋ କୋଚ୍ ବାହାର ଦେଶକୁ ରପ୍ତାନି ହେଉଛି । ଏହାବାଦ୍ ବାଇକ ହେଉ, କାର୍ ହେଉ ଗୁଜରାଟରେ ବହୁତ ପରିମାଣରେ ତାହା ଉତ୍ପାଦନ ହେଉଛି, ନିର୍ମାଣ ହେଉଛି । ଦେଶ ଓ ଦୁନିଆର ବଡ଼ ବଡ଼ କମ୍ପାନି ଏଠାରେ କାରଖାନା ବସାଉଛନ୍ତି । ଗୁଜରାଟରେ ବିମାନର ଅଲଗା ଅଲଗା ଯନ୍ତ୍ରାଂଶ ତିଆରି କରାଯିବା ସହ ତାହାର ରପ୍ତାନୀ କାମ ବହୁ ପୂର୍ବରୁ ହୋଇଆସୁଛି । ଏବେ ବଦୋଦରାରେ ପରିବହନ ବିମାନ ନିର୍ମାଣ କାମ ବି ଆରମ୍ଭ ହୋଇଛି । ଆମ ଗୁଜରାଟରେ ବିମାନ ନିର୍ମାଣ ହେଉଛି, ଏଥିରେ ଖୁସି ଲାଗୁଛି କି ନାହିଁ? ଏବେ ଗୁଜରାଟ ଇଲେକ୍ଟ୍ରିକ ଯାନ ନିର୍ମାଣର ଏକ ବହୁତ ବଡ଼ କେନ୍ଦ୍ର ହେବାକୁ ଯାଉଛି । ମୁଁ ଆସନ୍ତାକାଲି ୨୬ ତାରିଖ ହଂସଲପୁର ଯାଉଛି । ସେଠାରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣକୁ ନେଇ ବହୁତ ବଡ଼ ଶୁଭାରମ୍ଭ ହେବାକୁ ଯାଉଛି । ଆଜି ଯେତେବି ଆଧୁନିକ ଇଲେକ୍ଟ୍ରାନିକ ଉପକରଣ ତିଆରି ହେଉଛି, ତାହା ସେମିକଣ୍ଡକ୍ଟର ବିନା ସମ୍ଭବ ନୁହେଁ । ଗୁଜରାଟ ଏବେ ସେମିକଣ୍ଡକ୍ଟର କ୍ଷେତ୍ରରେ ବଡ଼ ନାମ କରିବାକୁ ଯାଉଛି । ବୟନ ହେଉ, ଜେମ୍ସ ଏବଂ ଜ୍ୱେଲାରୀ ହେଉ, ଗୁଜରାଟର ପରିଚୟ ହୋଇପାରିଛି । ଔଷଧ ହେଉ, ଟିକା ହେଉ, ଏପରି ଫାର୍ମା ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରାୟ ଏକ ତୃତୀୟାଂଶ ରପ୍ତାନି ଗୁଜରାଟରୁ ହେଉଛି ।

ବନ୍ଧୁଗଣ,

ଆଜି ଭାରତ ସୌର, ପବନ ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏଥିରେ ଗୁଜରାଟର ଭାଗଦାରିତା ସବୁଠାରୁ ଅଧିକ । ଏବେ ମୁଁ ବିମାନବନ୍ଦରରୁ ଆସୁଥିଲି, ଭବ୍ୟ ରୋଡ୍ ସୋ କଲି, ବାଃ କମାଲ୍ କଲେ ଆପଣମାନେ, କିନ୍ତୁ ରୋଡ ସୋ ଭବ୍ୟ ଥିଲା ଲୋକମାନେ ଛାତ ଉପରେ ଛିଡ଼ା ହୋଇଥିଲେ, ବାଲକୋନିରେ ଛିଡ଼ା ହୋଇଥିଲେ,ସ୍ୱାଭାବିକ ଭାବେ ସେମାନଙ୍କୁ ଆଦରପୂର୍ଣ୍ଣ ପ୍ରଣାମ କରିଥିଲି, କିନ୍ତୁ ମୋ ନଜର ଚତୁର୍ଦ୍ଦିଗରେ ଘୂରି ବୁଲୁଥିଲା ଏବଂ ମୁଁ ଦେଖିଲି ପ୍ରାୟ ଅଧିକାଂଶ ଘରର ଛାତ ଉପରେ ରୁଫ୍ ଟପ୍ ସୋଲାର ପାୱାର ପ୍ଲାଣ୍ଟ ଦେଖିବାକୁ ମିଳୁଥିଲା । ଗୁଜରାଟ, ସବୁଜ ଶକ୍ତି ଏବଂ ପେଟ୍ରୋ କେମିକାଲ୍ସର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି । ଗୁଜରାଟ ଦେଶର ପେଟ୍ରୋକେମିକାଲ୍ସ ଆବଶ୍ୟକତା ପୂରଣ କରିବାରେ ବଡ଼ ଭୂମିକା ନେଉଛି । ଏହି ଯେଉଁ ଆମର ପ୍ଲାଷ୍ଟିକ୍ ଉଦ୍ୟୋଗ, ସିନ୍ଥେଟିକ୍ ଫାଇବର, ଫର୍ଟିଲାଇଜର, ଔଷଧ, ରଙ୍ଗ ଉଦ୍ୟୋଗ, କସମେଟିକସ୍, ଏସବୁର ବଡ଼ ଆଧାର ପେଟ୍ରୋକେମିକାଲସ୍ କ୍ଷେତ୍ର । ଗୁଜରାଟରେ ପୁରାତନ ଉଦ୍ୟୋଗର ବିସ୍ତାର ହେଉଛି । ମୋର ମନେ ଅଛି ଆମେ ଅନେକ ସମୟ ମୁଣ୍ଡରେ ହାତ ରଖି କାନ୍ଦୁଥିଲୁ । ଆଜିକୁ ୩୦ ବର୍ଷ ତଳର ସେହି ଦିନକୁ ଯେଉଁମାନେ ମନେ ପକାଉଛନ୍ତି, କେଉଁଥି ପାଇଁ କାନ୍ଦିବାକୁ ପଡ଼ୁଥିଲା, କାରଖାନା ବନ୍ଦ ହୋଇଗଲା, କାରଖାନା ବନ୍ଦ ହୋଇଗଲା, ସବୁଦିନ ଏହା ଚାଲୁଥିଲା । କୌଣସି ବି ନେତା ଆସିଲେ, ଖବରକାଗଜ ବାଲା ପଚାରୁଥିଲେ, କୁହନ୍ତୁ କାରଖାନା ବନ୍ଦ ହୋଇଗଲା, କ’ଣ କରିବା? ସେତେବେଳେ କଂଗ୍ରେସର ସମୟ ଥିଲା, କିନ୍ତୁ ଗୋଟିଏ ବିଷୟ ଆଜି ଗୁଜରାଟରେ ବିଗୁଲ୍ (କାରଖାନାର ସାଇରନ) ବନ୍ଦ ହୋଇଥାଇପାରେ, କିନ୍ତୁ କୋଣ କୋଣରେ ବିକାଶର ଝଣ୍ଡା ଉଡ଼ାଇ ଦିଆଯାଇଛି । ନୂତନ ଉଦ୍ୟୋଗର ଭିତ୍ତି ରଖାଯାଉଛି ଏବଂ ସମସ୍ତ ପ୍ରୟାସ ଆତ୍ମନିର୍ଭର ଭାରତକୁ ସଶକ୍ତ କରୁଛି । ଏହାଦ୍ୱାରା ଗୁଜରାଟର ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ଲଗାତର ସୃଷ୍ଟି ହୋଇଚାଲିଛି ।

ବନ୍ଧୁଗଣ,

ଉଦ୍ୟୋଗ ହେଉ, କ୍ଷେତ-କୃଷକ ହେଉ, କିମ୍ବା ପର୍ଯ୍ୟଟନ ହେଉ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ବହୁତ ଜରୁରୀ । ବିଗତ ୨୦-୨୫ ବର୍ଷରେ ଗୁଜରାଟର ଯୋଗାଯୋଗର କାୟାକଳ୍ପ ହୋଇପାରିଛି । ଆଜି ବି ଏଠାରେ ସଡ଼କ ଏବଂ ରେଳ ସହ ଜଡ଼ିତ ଅନେକ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଗଲା । ସର୍କୁଲାର ରୋଡ୍ ଅର୍ଥାତ ସରଦାର ପଟେଲ ରିଙ୍ଗ୍ ରୋଡ, ଏବେ ଆହୁରି ଚଉଡ଼ା କରାଯାଉଛି । ଏବେ ଏହା ଛଅ ଲେନର ଚଉଡ଼ା ସଡ଼କ ହେଉଛି । ଏହାଦ୍ୱାରା ସହରର ସବୁଠାରୁ ଭିଡ଼ ଇଲାକାର ଟ୍ରାଫିକ ଜାମ୍ ହ୍ରାସ ପାଇବ । ଏହିପରି, ବିରମଗାମ-ଖୁଦଡ଼-ରାମପୁରା ସଡ଼କ ଚଉଡ଼ା ହେବା ଦ୍ୱାରା ଏଠାକାର କୃଷକ ଏବଂ ଉଦ୍ୟୋଗକୁ ସୁବିଧା ମିଳିବ । ଏହି ଯେଉଁ ନୂଆ ଅଣ୍ଡରପାସ୍, ରେଳ ଓଭରବ୍ରିଜ୍, ଏହା ସହରର ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ।

ବନ୍ଧୁଗଣ,

ଗୋଟିଏ ସମୟ ଥିଲା, କେବଳ ଲାଲ ରଙ୍ଗର ପୁରୁଣା ବସ୍ ଚାଲୁଥିଲା । ଲାଲ ବସ୍, ଯୁଆଡ଼େ ଗଲେବି କେବଳ ଲାଲ ବସ୍, କିନ୍ତୁ ଆଜି ବିଆରଟିଏସ୍ ଜନମାର୍ଗ ଏବଂ ଏସି ଇଲେକ୍ଟ୍ରିକ୍ ବସ୍ ନୂଆ ସୁବିଧା ଦେଉଛି । ମେଟ୍ରୋ ରେଳର ମଧ୍ୟ ଦ୍ରୁତ ଗତିରେ ବିକାଶ ହେଉଛି ଏବଂ ଏହାଦ୍ୱାରା ଅହମ୍ମଦାବାଦ ବାସୀଙ୍କ ପାଇଁ ଇଜ୍ ଅଫ ଟ୍ରାଭେଲ ସୁନିଶ୍ଚିତ ହୋଇପାରିଛି ।

 

ବନ୍ଧୁଗଣ,

ଗୁଜରାଟର ଅନେକ ସହର ଆଖପାଖରେ ବଡ଼ ଔଦ୍ୟୋଗିକ ଅଞ୍ଚଳ ଅଛି । କିନ୍ତୁ ୧୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ବନ୍ଦର ଏବଂ ଏଭଳି ଔଦ୍ୟୋଗିକ କ୍ଲଷ୍ଟର୍ସ ମଧ୍ୟରେ ରେଳ ଯୋଗାଯୋଗର ଅଭାବ ଅଡ଼ୁଆ କରୁଥିଲା । ଆପଣମାନେ ୨୦୧୪ରେ ମୋତେ ଦିଲ୍ଲୀ ପଠାଇଲେ, ଏହାପରେ ଗୁଜରାଟର ଏହି ସମସ୍ୟା ଦୂର କରିବା ଦିଗରେ ମୁଁ କାମ କଲି । ୧୧ ବର୍ଷରେ ପ୍ରାୟ ୩ ହଜାର କିଲୋମିଟରର ନୂଆ ରେଳ ଟ୍ରାକ ଗୁଜରାଟରେ ବିଛାଯାଇଛି । ଗୁଜରାଟରେ ରେଳବାଇ ନେଟୱର୍କର ଶତ ପ୍ରତିଶତ ବିଦୁ୍ୟତୀକରଣ ହୋଇପାରିଛି । ଆଜି ମଧ୍ୟ ରେଳ ପ୍ରକଳ୍ପ ଗୁଜରାଟକୁ ମିଳିଛି, ଏହାଦ୍ୱାରା କୃଷକ, ଉଦ୍ୟୋଗ ଏବଂ ଶ୍ରଦ୍ଧାଳୁ ସମସ୍ତଙ୍କୁ ଫାଇଦା ହେବ ।

ବନ୍ଧୁଗଣ,

ଆମ ସରକାର, ସହରରେ ରହୁଥିବା ଗରିବମାନଙ୍କୁ ସମ୍ମାନ ଦେବାକୁ ପ୍ରତିବଦ୍ଧ । ଏହାର ପ୍ରତ୍ୟକ୍ଷ ପ୍ରମାଣ, ଆମର ରାମାପୀର ନୋ ଟୋକରୀ, ଆମର ରାମପିରାର ଟିଲା, ବିମାନବନ୍ଦରରୁ ଯିବା ଆସିବାରେ ରାମାପିରା ର ଟିଲା । ପୂଜ୍ୟ ବାପୁ ଗରିବଙ୍କ ଗାରିମା ଉପରେ ବହୁତ ଗୁରୁତ୍ୱ ଦେଉଥିଲେ । ଆଜି ସାବରମତୀ ଆଶ୍ରମର ପ୍ରବେଶ ଦ୍ୱାର ପାଖରେ ତିଆରି ହୋଇଥିବା ଗରିବଙ୍କ ନୂଆ ଘର, ତାହାର ଏକ ସାକ୍ଷାତ ଉଦାହରଣ । ଗରିବଙ୍କୁ ୧୫୦୦ ନୂଆ ପକ୍କା ଘର ମିଳିବାର ଅର୍ଥ ଅସଂଖ୍ୟ ନୂଆ ସ୍ୱପ୍ନର ଭିତ୍ତିଭୂମି ପଡ଼ିବା । ଏଥର ନବରାତ୍ରିରେ, ଦୀପାବଳିରେ ଏସବୁ ଘରେ ରହୁଥିବା ଚେହେରାରେ ଅଧିକ ଖୁସି ଦେଖିବାକୁ ମିଳିବ । ଏଥିସହ ପୂଜ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ବାପୁଙ୍କ ସାବରମତୀ ଆଶ୍ରମର ନବୀକରଣ କରାଯାଉଛି । ଆମର ଦୁଇ ମହାପୁରୁଷ, ସରଦାର ସାହେବଙ୍କ ଭବ୍ୟ ମୂର୍ତ୍ତି, ଆମେ କାମ କୁରା କରିଛୁ । ମୁଁ ସେହି ସମୟରେ ସାବରମତୀ ଆଶ୍ରମର କାମ କରିବାକୁ ଚାହୁଁଥିଲି, କିନ୍ତୁ କେନ୍ଦ୍ର ସରକାର ସେହି ସମୟରେ ଆମ ଅନୁକୂଳ ନଥିଲେ, ବୋଧହୁଏ ଏହା ଗାନ୍ଧୀଙ୍କ ଅନୁକୂଳ ବି ନଥିଲା, ସେହି କାରଣରୁ ମୁଁ ଏହି କାମକୁ ଆଗକୁ ବଢ଼ାଇ ପାରିନଥିଲି । କିନ୍ତୁ ଯେତେବେଳେ ଆପଣମାନେ ମୋତେ ସେଠାକୁ ପଠାଇଲେ,ଯେପରି ଷ୍ଟାଚୁ୍ୟ ଅଫ ୟୁନିଟି ସରଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ଭବ୍ୟ ସ୍ମାରକ ଦେଶ ଓ ଦୁନିଆ ପାଇଁ ପ୍ରେରଣାର କେନ୍ଦ୍ର ହୋଇପାରିଛି, ଯେତେବେଳେ ସାବରମତୀ ଆ୍ୟମର ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, ମୋ କଥା ଲେଖିକି ରଖନ୍ତୁ ବନ୍ଧୁ, ଦୁନିଆ ପାଇଁ ଶାନ୍ତିର ସବୁଠାରୁ ବଡ଼ ପ୍ରେରଣାଭୂମି, ଏହି ଆମର ସାବରମତୀ ଆଶ୍ରମ ହିଁ ହେବ ।

ବନ୍ଧୁଗଣ,

ଆମର ଶ୍ରମିକ ପରିବାରଙ୍କୁ ଉନ୍ନତ ଜୀବନଶୈଳୀ ମିଳୁ, ଏହା ଆମର ଲକ୍ଷ୍ୟ ରହିଛି । ଏଥିପାଇଁ କିଛି ବର୍ଷ ପୂର୍ବେ ଗୁଜରାଟରେ ଆମେ ଝୁପୁଡ଼ି ଘରେ ରହୁଥିବା ଲୋକଙ୍କ ପାଇ ପକ୍କା ଘରର ସୋସାଇଟି ନିର୍ମାଣର କଷ୍ଟ ଉଠାଇଥିଲୁ । ବିଗତ କିଛି ବର୍ଷରେ ଗୁଜରାଟରେ ଝୁପୁଡ଼ି ସ୍ଥାନରେ ପକ୍କା ଘର ନିର୍ମାଣର ଏପରି ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି ଏବଂ ଅଭିଯାନ ଲଗାତର ଜାରି ରହିଛି ।

ବନ୍ଧୁଗଣ,

ଯାହାକୁ କେହି ପଚାରନ୍ତି ନାହିଁ, ମୋଦୀ ତାଙ୍କୁ ପୂଜା କରେ । ମୁଁ ଏଥର ଲାଲକିଲ୍ଲାରେ କହିଥିଲି, ପଛୁଆ ବର୍ଗଙ୍କୁ ପ୍ରାଥମିକତା, ସହରୀ ଗରିବଙ୍କ ଜୀବନକୁ ସହଜ ବନାଇବା ଆମର ବଡ଼ ପ୍ରାଥମିକତା । ରେହଡ଼ି- ଫୁଟପାଥରେ କାମ କରୁଥିବା ସାଥୀମାନଙ୍କୁ କେହି କେବେ ପଚାରନ୍ତି ନାହିଁ । ଆମ ସରକାର ସେମାନଙ୍କ ପାଇଁ ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଛି । ଆଜି ଏହି ଯୋଜନା କାରଣରୁ ଦେଶରେ ପ୍ରାୟ ୭୦ ଲକ୍ଷ ରେହଡ଼ି-ଫୁଟପାଥ ଏବଂ ଠେଲାବାଲା ଭାଇଭଉଣୀଙ୍କୁ ବ୍ୟାଙ୍କରୁ ଋଣ ମିଳୁଛି, ଏସବୁ ସମ୍ଭବ ହୋଇଛି, ଗୁଜରାଟର ଲକ୍ଷାଧିକ ସାଥୀଙ୍କୁ ଏଥିରୁ ଫାଇଦା ହୋଇଛି ।

 

ବନ୍ଧୁଗଣ,

ବିଗତ ୧୧ ବର୍ଷରେ ୨୫ କୋଟି ଲୋକ ଗରିବୀକୁ ପରାସ୍ତ କରି ଗରିବୀରୁ ବାହାରି ପାରିଛନ୍ତି, ଦୁନିଆ ପାଇଁ ଏହି ତଥ୍ୟ ଆଶ୍ଚର୍ଯ୍ୟ, ୨୫ କୋଟି ଲୋକଙ୍କୁ ଗରିବୀରୁ ବାହାରକୁ ଆଣିବା, ବିଶ୍ୱର ସମସ୍ତ ଅର୍ଥବ୍ୟବସ୍ଥା ଆଜି ଏହାର ଚର୍ଚ୍ଚା କରୁଛନ୍ତି ।

ବନ୍ଧୁଗଣ,

ଏ ଗରିବ ଯେବେ ଗରିବୀରୁ ବାହାରକୁ ବାହାରନ୍ତି, ତେବେ ଏମାନେ ନିଓ-ମିଡଲ କ୍ଲାସ ରୂପରେ ଏକ ନୂଆ ଶକ୍ତି ଭାବେ ଉଭା ହେଉଛନ୍ତି । ଆଜି ଏହି ନିଓ-ମିଡଲ କ୍ଲାସ ଏବଂ ପୁରୁଣା ମିଡଲ କ୍ଲାସ, ଉଭୟ ଦେଶର ବହୁତ ବଡ଼ ଶକ୍ତି ହେବାକୁ ଯାଉଛନ୍ତି । ଆମର ନିରନ୍ତର ପ୍ରୟାସ ଏହା କି ନିଓ ମିଡଲ କ୍ଲାସ ଏବଂ ମିଡଲ କ୍ଲାସ, ଉଭୟ ଦେଶକୁ ସଶକ୍ତ କରିବା । ଆମର ଅହମ୍ମଦାବାଦ ଭାଇମାନେ, ସେମାନଙ୍କ ପାଇଁ ତ ଖୁସି ଖବର, ଯେଉଁ ଦିନ ବଜେଟରେ ୧୨ ଲକ୍ଷର ଆୟ ଉପରେ ଆୟକର ଛାଡ଼ ହୋଇଛି, ସେହିଦିନରୁ ବିରୋଧୀମାନେ ତ ବୁଝି ପାରୁନାହାନ୍ତି ଏହା କିପରି ହୋଇଛି ।

ବନ୍ଧୁଗଣ,

ପ୍ରସ୍ତୁତ ହୋଇଯାଆନ୍ତୁ, ଆମ ସରକାର ଜିଏସଟିରେ ସଂସ୍କାର ଆଣୁଛି ଏବଂ ଏଇ ଦୀପାବଳି ପୂର୍ବରୁ ଆପଣମାନଙ୍କ ପାଇଁ ବଡ଼ ଉପହାର ପ୍ରସ୍ତୁତ ହେଉଛି ଏବଂ ଜିଏସଟି ସଂସ୍କାର କାରଣରୁ ଆମର ଲଘୁ ଉଦ୍ୟୋଗୀଙ୍କୁ ଫାଇଦା ମିଳିବ ଏବଂ ଅନେକ ସାମଗ୍ରୀ ଉପରୁ କର ମଧ୍ୟ ହ୍ରାସ ପାଇବ । ଚଳିତ ଥର ଦୀପାବଳିରେ ବ୍ୟବସାୟୀ ଭାଇ ହୁଅନ୍ତୁ ଅବା ଅନ୍ୟ ପରିଜନ, ସମସ୍ତଙ୍କୁ ଖୁସିର ଦୁଇଗୁଣ ବୋନସ ମିଳିବ ।

ବନ୍ଧୁଗଣ,

ଏବେ ମୁଁ ପିଏମ୍ ସୂର୍ଯ୍ୟଘର କଥା କହୁଥିଲି, ଏବେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଆମେ ବିଜୁଳି ବିଲକୁ ଶୂନ କରୁଛୁ । ଗୁଜରାଟରେ ଏ ପର୍ଯ୍ୟନ୍ତ ଏହି ଯୋଜନାରେ ପ୍ରାୟ ଛଅ ଲକ୍ଷ ପରିବାର ଯୋଡ଼ି ହୋଇପାରିଛନ୍ତି । ଏହି ପରିବାରଙ୍କୁ ସରକାରଙ୍କ ପକ୍ଷରୁ କେବଳ ଗୁଜରାଟରେ ୩ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ଏହାଦ୍ୱାରା ସେମାନଙ୍କର ପ୍ରତି ମାସ ବିଜୁଳି ବିଲରେ ବଡ଼ ସଞ୍ଚୟ ହେଉଛି ।

ବନ୍ଧୁଗଣ,

ଅହମ୍ମଦାବାଦ ସହର ଆଜି ସ୍ୱପ୍ନ ଓ ସଂକଳ୍ପର ସହର ହୋଇଛି । କିନ୍ତୁ ଏକ ସମୟ ଥିଲା, ଲୋକମାନେ ଅହମ୍ମଦାବାଦର ମଜା ଉଡ଼ାଉଥିଲେ । ଚତୁର୍ଦ୍ଦିଗରେ ଧୂଳି-ବାଲି ଉଡ଼ୁଥିଲା, କୁଢ଼ କୁଢ଼ ଅଳିଆ-ବର୍ଜ୍ୟ, ଏହା ହିଁ ସହରର ଦୁର୍ଭାଗ୍ୟ ହୋଇଯାଇଥିଲା । ମୋତେ ଆଜି ଖୁସି ଲାଗୁଛି କି ଆଜି ସ୍ୱଚ୍ଛତା କ୍ଷେତ୍ରରେ ଅହମ୍ମଦାବାଦ ଦେଶରେ ପ୍ରଶଂସା ପାଉଛି । ଏହା ଅହମ୍ମଦାବାଦର ପ୍ରତ୍ୟେକ ଲୋକଙ୍କ ସହଯୋଗରେ ସମ୍ଭବ ହୋଇପାରିଛି ।

 

କିନ୍ତୁ ବନ୍ଧୁଗଣ,

ଏହି ସ୍ୱଚ୍ଛତା, ସ୍ୱଚ୍ଛତାର ଅଭିଯାନ ଗୋଟିଏ ଦିନର ନୁହେଁ, ଏହା ପିଢ଼ି ପରେ ପିଢ଼ି ଏବଂ ଦୈନିକ କରିବାର କାମ । ସ୍ୱଚ୍ଛତାକୁ ସ୍ୱଭାବରେ ପରିଣତ କରନ୍ତୁ ଏବଂ ତାହାପରେ ଇପସିତ ସଫଳତା ମିଳିପାରିବ ।

ବନ୍ଧୁଗଣ,

ଆମର ଏହେି ସାବରମତୀ ନଦୀର ସ୍ଥିତି କ’ଣ ଥିଲା? ଏକ ଶୁଖିଲା ନାଳ ଭଳି ଥିଲା, ଏଥିରେ ସର୍କସ ହେଉଥିଲା, ପିଲାମାନେ କ୍ରିକେଟ ଖେଳୁଥିଲେ ।  ଅହମ୍ମଦାବାଦର ଲୋକମାନେ ସଂକଳ୍ପ ନେଇଥିଲେ କି, ଏହି ସ୍ଥିତିକୁ ବଦଳାଇବେ । ଏବେ ଏଠାକର ସାବରମତୀ ରିଭରଫ୍ରଣ୍ଟ ଏହାର ଗୌରବ ବଢ଼ାଉଛି ।

ବନ୍ଧୁଗଣ,

କାଙ୍କରିୟା ହ୍ରଦର ପାଣି ମଧ୍ୟ ଖରାପ ସ୍ଥିତି ଯୋଗୁ ଗନ୍ଧଉଥିଲା । ଆଖପାଖରେ ବୁଲିବା ବି ମୁସ୍କିଲ ଥିଲା ଏବଂ ଅସାମାଜିକ ଲୋକଙ୍କ ପାଇଁ ପସନ୍ଦର ସ୍ଥାନ ଥିଲା, ଏହି ବାଟ ଦେଇ କେହି ଯିବାକୁ ସାହସ କରୁନଥିଲେ । ଆଜି ଏହା ବୁଲିବା ପାଇଁ ସବୁଠାରୁ ଉଚିତ ସ୍ଥାନ ହୋଇପାରିଛି । ହ୍ରଦରେ ବୋଟିଙ୍ଗ ହେଉ କିମ୍ବା କିଡସ୍ ସିଟିରେ ପିଲାମାନଙ୍କ ମସ୍ତି କିମ୍ବା ଜ୍ଞାନର ସଙ୍ଗମ, ଏହି ସବୁକିଛି ଅହମ୍ମଦାବାଦର ପରିବର୍ତ୍ତିତ ଚିତ୍ର । କାଙ୍କରିଆ କାର୍ନିଭାଲ ତ ଅହମ୍ମଦାବାଦର ବଡ଼ ଗହଣା ପାଲଟିଛି, ଏହା ଅହମ୍ମଦାବାଦକୁ ନୂଆ ପରିଚୟ ଦେଇଛି ।

ବନ୍ଧୁଗଣ,

ଅହମ୍ମଦାବାଦ ଆଜି ପର୍ଯ୍ୟଟନର ଏକ ଆକର୍ଷକ କେନ୍ଦ୍ର ଭାବେ ଗଢ଼ି ଉଠିଛି । ଅହମ୍ମଦାବାଦ ୟୁସ୍କୋ ୱାର୍ଲଡ ହେରିଟେଜ ସିଟି । ପୁରୁଣା ଦରୱାଜା ହେଉ, ସାବରମତୀ ଆଶ୍ରମ ହେଉ କିମ୍ବା ଏହି ଧରୋହର, ଆଜି ଆମର ଏହି ସହର ପୁରା ଦୁନିଆର ମାନଚିତ୍ରରେ ଚମକୁଛି । ଏବେ ପର୍ଯ୍ୟଟନର ନୂଆ ଓ ଆଧୁନିକ ବ୍ୟବସ୍ଥାର ମଧ୍ୟ ଏଠାରେ ଦ୍ରୁତ ଗତିରେ ବିକାଶ ହେଉଛି ଏବଂ ଆମେ ଯେତେବେଳେ ପର୍ଯ୍ୟଟନ କଥା କୁହନ୍ତି ସେତେବେଳେ ଗୁଜରାଟର ଦପ୍ତରରେ ବି ଏହାର ନାମ ନଥିଲା । ପର୍ଯ୍ୟଟନ କଥା ଯେତେବେଳେ ଉଠେ, ଆମେ କୁହନ୍ତି ଚାଲ ଆବୁ ଯିବା, ଦକ୍ଷିଣ ଗୁଜରାଟର ଦୀବ ଦମନ ଯିବା, ଏହି ଦୁଇ ସ୍ଥାନରେ ଆମ ଦୁନିଆ ଥିଲା । ଧାର୍ମିକ ଲୋକମାନେ ସୋମନାଥ, କିମ୍ବା ଦ୍ୱାରକା କିମ୍ବା ଅମ୍ବାଜୀ ଯାଉଥିଲେ । ଏହି ୪/୫ ଜାଗାକୁ ହିଁ ଯାଉଥିଲେ । ଆଜି ଗୁଜରାଟ ପର୍ଯ୍ୟଟନର ଏକ ମହତ୍ୱପୂର୍ଣ୍ଣ ଡେଷ୍ଟିନେସନ ହୋଇପାରିଛି । କଚ୍ଛର ରଣ-ବାଲିରେ ସଫେଦ ରଣ ଦେଖିବାକୁ ଦୁନିଆ ଆଜି ପାଗଳ । ଷ୍ଟାଚୁ୍ୟ ଅଫ ୟୁନିଟି ଦେଖିବାକୁ ମନ ହେଉଛି, ବେଟ ଦ୍ୱାରକାର ପୋଲ ଦେଖିବାକୁ ଆସୁଛନ୍ତି, ଗାଡ଼ିରୁ ଓହ୍ଲାଇ ପାଦରେ ଚାଲୁଛନ୍ତି । ଥରେ ନିଷ୍ପତ୍ତି ନେଇଗଲେ ବନ୍ଧୁ, ଫଳ ମିଳିଥାଏ । ଆଜି ଅହମ୍ମଦାବାଦ କନସର୍ଟ ଇକୋନୋମିର ବଡ଼ କେନ୍ଦ୍ର ହେବାକୁ ଯାଉଛି । କିଛି ମାସ ପୂର୍ବେ ଏଠାରେ ଯେଉଁ କୋଲଡ ପ୍ଲେ କନସର୍ଟ ହୋଇଥିଲା, ଏହାର ଚର୍ଚ୍ଚା ସମଗ୍ର ବିଶ୍ୱରେ ହେଉଛି । ଏକ ଲକ୍ଷ ଲୋକ ବସିବାର କ୍ଷମତା ସହିତ ଅହମ୍ମଦାବାଦ ଷ୍ଟାଡିୟମ ସମସ୍ତଙ୍କର ଆକର୍ଷଣ କେନ୍ଦ୍ର । ଏହା ଦର୍ଶାଉଛି କି ଅହମ୍ମଦାବାଦ ବଡ଼ ବଡ଼ କନସର୍ଟ ବି ଆୟୋଜନ କରିପାରୁଛି ଏବଂ ବଡ଼ ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ମଧ୍ୟ ପ୍ରସ୍ତୁତ ।

ବନ୍ଧୁଗଣ,

ଆରମ୍ଭରେ ମୁଁ ଆପଣମାନଙ୍କୁ ପର୍ବପର୍ବାଣୀ ବିଷୟରେ କହିଥିଲି । ଏହି ପର୍ବପର୍ବାଣୀର ଋତୁ ହେଉଛି - ନବରାତ୍ରି, ବିଜୟାଦଶମୀ, ଧନତେରସ, ଦୀପାବଳି । ଆଗକୁ ଏହି ଉତ୍ସବଗୁଡିÿକ ଆସୁଛି । ଏଗୁଡ଼ିକ ନିଶ୍ଚିତ ଭାବରେ ଆମ ସଂସ୍କୃତିର ପର୍ବ କିନ୍ତୁ ଏଗୁଡ଼ିକ ଆତ୍ମନିର୍ଭରତା (ସ୍ୱାଧୀନତା)ର ପର୍ବ ହେବା ଉଚିତ । ତେଣୁ ମୁଁ ପୁଣି ଥରେ ଆପଣମାନଙ୍କୁ ନିବେଦନ କରିବାକୁ ଚାହୁଁଛି ଏବଂ ପୂଜ୍ୟ ବାପୁଙ୍କ ଭୂମିରୁ ମୁଁ ଭାରତର ମୋର ସହ-ନାଗରିକମାନଙ୍କୁ ମଧ୍ୟ ନିବେଦନ କରୁଛି, ଆମକୁ ଜୀବନରେ ଗୋଟିଏ ମନ୍ତ୍ର ଗ୍ରହଣ କରିବାକୁ ପଡ଼ିବ – ଯେ ଆମେ ଯାହା କିଣିବୁ, ତାହା ଭାରତରେ ନିର୍ମିତ ହେବ, ତାହା ସ୍ୱଦେଶୀ ହେବ । ଘର ସାଜସଜ୍ଜା ପାଇଁ, ଆପଣ ଭାରତରେ ନିର୍ମିତ ସାମଗ୍ରୀ କିଣିବା ଉଚିତ । ବନ୍ଧୁମାନଙ୍କୁ ଉପହାର ପାଇଁ କେବଳ ସେହି ଜିନିଷ ବାଛନ୍ତୁ ଯାହା ଭାରତରେ ନିର୍ମିତ, ଭାରତର ଲୋକମାନଙ୍କ ଦ୍ୱାରା ନିର୍ମିତ । ମୁଁ ବିଶେଷକରି ଦୋକାନୀ ଏବଂ ବ୍ୟବସାୟୀ ଭାଇ-ଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ - ଆପଣମାନେ ଏହି ଦେଶକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଯୋଗଦାନ ଦେଇପାରିବେ । ଆପଣମାନେ ସଂକଳ୍ପ କରି ନିଷ୍ପତ୍ତି ନିଅନ୍ତୁ ଯେ, ଆପଣ ବିଦେଶୀ ସାମଗ୍ରୀ ବିକ୍ରି କରିବେ ନାହିଁ ଏବଂ ଗର୍ବର ସହିତ ଏକ ବୋର୍ଡ ଲଗାନ୍ତୁ ଯେଉଁଥିରେ ଲେଖାଥିବ କି, “ଏଠାରେ କେବଳ ସ୍ୱଦେଶୀ ବିକ୍ରି ହୁଏ” । ଆମର ଏହି ଛୋଟ ଛୋଟ ପ୍ରୟାସ ସହିତ, ଏହି ପର୍ବଗୁଡ଼ିକ ଭାରତର ସମୃଦ୍ଧିର ମହାନ ଉତ୍ସବ ପାଲଟିବ ।

 

ବନ୍ଧୁଗଣ,

ଅନେକ ଥର ଆରମ୍ଭରେ ଲୋକମାନେ ନିରାଶାର ସମ୍ମୁଖୀନ ହୋଇଥିବେ, ସେଥିପାଇଁ ମୋର ମନେ ଅଛି, ଯେତେବେଳେ ମୁଁ ରିଭର ଫ୍ରଣ୍ଟ ବିଷୟରେ କହିଥିଲି, ସମସ୍ତେ ଏହାକୁ ହସରେ ଉଡ଼ାଇ ଦେଇଥିଲେ । ରିଭର ଫ୍ରଣ୍ଟ ଆସିଛି କି ନାହିଁ ? ଯେତେବେଳେ ମୁଁ ଷ୍ଟାଚୁ୍ୟ ଅଫ୍ ୟୁନିଟି ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲି, ସମସ୍ତେ ମୋତେ ପରିହାସ କରିଥିଲେ, କହିଥିଲେ, ନିର୍ବାଚନ ଆସୁଛି, ସେଥିପାଇଁ ମୋଦୀ ଏହାକୁ ଆଣୁଛନ୍ତି । କିନ୍ତୁ ମୋତେ କୁହନ୍ତୁ ଷ୍ଟାଚୁ୍ୟ ଅଫ୍ ୟୁନିଟି ନିର୍ମିତ ହୋଇଛି କି ନାହିଁ? ଆଜି ବିଶ୍ୱ ଏହାକୁ ଆଶ୍ଚର୍ଯ୍ୟର ସହିତ ଦେଖୁଛି କି ନାହିଁ ? ଯେତେବେଳେ ମୁଁ କଚ୍ଛରେ ରଣ ଉତ୍ସବ ବିଷୟରେ କହିଲି, ଲୋକମାନେ କହିଲେ,  କଚ୍ଛ କିଏ ଯିବ ? କିଏ ରଣକୁ ଯିବ? କିନ୍ତୁ ଆଜି, ଲମ୍ବା ଧାଡ଼ି ଲାଗୁଛି । ଲୋକମାନେ ଛଅ ମାସ ପୂର୍ବରୁ ସେମାନଙ୍କର ଯାତ୍ରା ବୁକ କରୁଛନ୍ତି । ଏହା ଘଟିଲା କି ନାହିଁ ? ଗୁଜରାଟରେ ଏକ ବିମାନ ନିର୍ମାଣ କାରଖାନା ସ୍ଥାପନ କରାଯାଉଛି – କେହି କଳ୍ପନା କରିପାରିଥାନ୍ତେ କି ? ମୋର ମନେ ଅଛି, ଯେତେବେଳେ ମୁଁ ପ୍ରଥମେ ଗିଫ୍ଟ ସିଟିର କଳ୍ପନା କରିଥିଲି, ପ୍ରାୟ ସମସ୍ତେ ଏହାକୁ ଉପହାସ କରିଥିଲେ । ପଚାରିଥିଲେ ଯେ, ଏପରି ଜିନିଷ କିପରି ଘଟିପାରେ, ଏପରି କୋଠା କିପରି ନିର୍ମିତ ହୋଇପାରେ । କିନ୍ତୁ ଆଜି, ଗିଫ୍ଟ  ସିଟି ଭାରତର ଗୌରବମୟ ଅଧ୍ୟାୟ ମଧ୍ୟରୁ ଗୋଟିଏ । ମୁଁ ଆପଣଙ୍କୁ ଏ ସବୁ ମନେ ପକାଇ ଦେଉଛି କାରଣ ମୁଁ ଚାହଁ ଯେ ଆପଣ ଏହି ଦେଶର ସାମର୍ଥ୍ୟକୁ ସାବଧାନତାର ସହିତ ଦେଖନ୍ତୁ । ଯଦି ଆପଣମାନେ ଏହାର ସମ୍ମାନ କରନ୍ତି, ଯଦି ନିଜକୁ ଏଥିରେ ଉତ୍ସର୍ଗ କରନ୍ତି, ତେବେ ଦେଶବାସୀ ତୁମର ସଂକଳ୍ପକୁ କେବେ ବିଫଳ ହେବାକୁ ଦେବେ ନାହିଁ । ଦେଶବାସୀ ସେମାନଙ୍କର ଝାଳ ଏବଂ ରକ୍ତ ଦେବେ । ଗୋଟିଏ ସମୟ ଥିଲା ଯେତେବେଳେ ଅନେକ ଗୁଡ଼ିଏ ଆତଙ୍କବାଦୀ ଆକ୍ରମଣ ପରେ ଲାଗୁଥିଲା ଯେମିତି କି ଏହାର ମୁକାବିଲା କରାଯାଇପାରିବ ନାହିଁ । କିନ୍ତୁ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଏବଂ ସେମାନଙ୍କର ଲଞ୍ଚିଙ୍ଗ ପ୍ୟାଡ ନଷ୍ଟ କରିଦେଇଥିଲା । ଭାରତ ବିମାନ ଆକ୍ରମଣ କରିଥିଲା ଏବଂ ସେମାନଙ୍କର ତାଲିମ କେନ୍ଦ୍ରଗୁଡ଼ିକୁ ଉଡ଼ାଇ ଦେଇଥିଲା । ଭାରତ ଅପରେସନ ସିନ୍ଦୂର କରିଥିଲା ଏବଂ ସେମାନଙ୍କର ମୂଳଦୂଆ ହଲାଇ ଦେଇଥିଲା । ଭାରତର ଚନ୍ଦ୍ରଯାନ ଶିବ ଶକ୍ତି ପଏଣ୍ଟରେ ଅବତରଣ କରିଥିଲା, ଯେଉଁଠାରେ ପୂର୍ବରୁ କେହି ଯାଇ ନଥିଲା ଏବଂ ସେଠାରେ ଆମର ତ୍ରିରଙ୍ଗା ଉଡ଼ିଥିଲା । ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ଅନ୍ତରୀକ୍ଷ କେନ୍ଦ୍ରକୁ ଯାଇଥିଲେ । ଏବେ ଗଗନଯାନ ପାଇଁ ପ୍ରସ୍ତୁତି ଚାଲିଛି । ଆମର ନିଜସ୍ୱ ମହାକାଶ କେନ୍ଦ୍ରର ନିର୍ମାଣ ପାଇଁ ମଧ୍ୟ କାମ ଚାଲିଛି । ବନ୍ଧୁଗଣ, ଏହି ପ୍ରତ୍ୟେକ ଘଟଣା ପ୍ରମାଣିତ କରେ ଯେ, ଯଦି ଆମେ ବିଶ୍ୱାସର ସହିତ ସଂକଳ୍ପ କରିବା, ସମର୍ପଣ ହେବା ତେବେ ଲୋକମାନଙ୍କର ଆଶୀର୍ବାଦ ଏବଂ ସମର୍ଥନ ସହିତ ସଫଳତା ପାଇବା । ସେହି ଆତ୍ମବିଶ୍ୱାସ ସହିତ ମୁଁ କହୁଛି, ଏହି ଦେଶ ଆତ୍ମନିର୍ଭର ହେବ । ଏହି ଦେଶର ପ୍ରତ୍ୟେକ ନାଗରିକ “ଲୋକାଲ ଫର ଭୋକାଲ”ର ବାହକ ହେବେ । ପ୍ରତ୍ୟେକ ନାଗରିକ ସ୍ୱଦେଶୀର ମନ୍ତ୍ର ଜପିବେ ଏବଂ ତା’ପରେ ଆମେ ଆଉ କେବେ ଏପରି ପରିସ୍ଥିତିର ସମ୍ମୁଖୀନ ହେବୁ ନାହିଁ, ଯେଉଁଠାରେ ଆମକୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ।

ବନ୍ଧୁଗଣ,

ଯେତେବେଳେ କୋଭିଡ ପରିିସ୍ଥିତି ଥିଲା, ପୂର୍ବରୁ ବିଶ୍ୱର କୌଣସି ସ୍ଥାନରେ ତିଆରି ହୋଇଥିବା ଟିକା ଆମ ଦେଶରେ ପହଞ୍ଚିବାକୁ ୩୦-୪୦ ବର୍ଷ ଲାଗିଯାଉଥିଲା । କୋଭିଡ ସମୟରେ କ’ଣ ହେବ ସେ ବିଷୟରେ ଲୋକମାନେ ସନେ୍ଦହ କରୁଥିଲେ । କିନ୍ତୁ ଆମ ଦେଶ ସଂକଳ୍ପ ନେଇଥିଲା, ନିଜର ଟିକା ନିଜେ ତିଆରି କରିଥିଲା ଏବଂ ୧୪୦ କୋଟି ନାଗରିକଙ୍କ ନିକଟରେ ପହଞ୍ଚାଇଥିଲା । ଏହା ଆମ ଦେଶର ସାମର୍ଥ୍ୟ । ସେହି ସାମର୍ଥ୍ୟରେ ବିଶ୍ୱାସ ରଖି ମୁଁ ଗୁଜରାଟର ମୋର ସାଥୀ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣମାନେ ମୋତେ ଯେଉଁ ଶିକ୍ଷା ଦେଇଛନ୍ତି, ଯେଉଁ ଉପାୟରେ ଆପଣମାନେ ମୋତେ ଶିଖାଇଛନ୍ତି, ମୋ ଭିତରେ ଯେଉଁ ଶକ୍ତି ଏବଂ ଉତ୍ସାହ ଭରି ଦେଇଛନ୍ତି, ୨୦୪୭ ସୁଦ୍ଧା ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ, ସେତେବେଳେ ଏହି ଦେଶ ଏକ ବିକଶିତ ଭାରତ ହୋଇ ସାରିଥିବ ।

ସେଥିପାଇଁ ବନ୍ଧୁଗଣ,

ବିକଶିତ ଭାରତ ଗଠନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ହେଉଛି ସ୍ୱଦେଶୀ (ସ୍ୱଦେଶୀ ସ୍ୱାବଲମ୍ବନ) । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ହେଉଛି ଆତ୍ମନିର୍ଭର ଭାରତ (ସ୍ୱୟଂଚାଳିତ ଭାରତ) । ଯେଉଁମାନେ ଜିନିଷ ତିଆରି କରୁଛନ୍ତି ତଥା ବିଭିନ୍ନ ଜିନିଷ ଉତ୍ପାଦନ କରୁଛନ୍ତି, ସେମାନଙ୍କୁ ମୁଁ ନିବେଦନ କରୁଛି ଯେ ଆପଣମାନେ ନିରନ୍ତର ଆପଣଙ୍କର ଗୁଣବତ୍ତା ଉନ୍ନତ ରଖନ୍ତୁ, ଆପଣଙ୍କର ଖର୍ଚ୍ଚ ହ୍ରାସ କରନ୍ତୁ । ଆପଣମାନେ ଦେଖିବେ, ଭାରତର ଲୋକମାନଙ୍କୁ କେବେ ବାହାରୁ କିଛି କିଣିବାକୁ ପଡିବ ନାହିଁ । ଆମକୁ ଏହି ଭାବନାକୁ ଜାଗ୍ରତ କରିବାକୁ ପଡ଼ିବ ଏବଂ ବିଶ୍ୱ ସମ୍ମୁଖରେ ଏପରି ଏକ ଉଦାହରଣ ସ୍ଥାପନ କରିବାକୁ ପଡ଼ିବ । ବନ୍ଧୁଗଣ, ବିଶ୍ୱରେ ଅନେକ ଦେଶ ଅଛନ୍ତି ଯେଉଁମାନେ ସଂକଟର ସମ୍ମୁଖୀନ ହେଲେ, ସେମାନେ ଏକତ୍ର ହୋଇ ଦୃଢ଼ ସଂକଳ୍ପର ସହ ଠିଆ ହୁଅନ୍ତି ଏବଂ ସଫଳତା ହାସଲ କରିଥାନ୍ତି । ଆମ ପାଇଁ ମଧ୍ୟ ଏହା ଏକ ସୁଯୋଗ । ଆମକୁ ଆମର ସଂକଳ୍ପ ପୂରଣ କରିବାର ସାମର୍ଥ୍ୟ ଦେଖାଇବାକୁ ପଡ଼ିବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଯେପରି ଗୁଜରାଟ ସର୍ବଦା ମୋତେ ସମର୍ଥନ କରିଆସିଛି, ସମଗ୍ର ଦେଶ ମଧ୍ୟ ସେହିପରି ମୋତେ ସମର୍ଥନ କରିବ ଏବଂ ଆମ ଦେଶ ନିଶ୍ଚିତ ଭାବରେ ଏକ ବିକଶିତ ଭାରତ ଭାବରେ ଉଭା ହେବ । ବିକାଶର ଏହି ମୂଲ୍ୟବାନ ଉପହାର ପାଇବା ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ହୃଦୟର ସହିତ ଅଭିନନ୍ଦନ! ଗୁଜରାଟ ବହୁତ ପ୍ରଗତି କରୁ, ସଫଳତାର ନୂଆ ଶିଖରରେ ପହଞ୍ଚୁ । ଗୁଜରାଟରେ ସେହି କ୍ଷମତା ଅଛି, ତାହା କାର୍ଯ୍ୟ ଜରିଆରେ ପ୍ରମାଣିତ କରିବ । ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି । ମୋ ସହିତ ଗର୍ବରେ କୁହନ୍ତୁ -

ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ!

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India identifies 102 GWp floating solar potential, eyes new push for reservoir-based projects

Media Coverage

India identifies 102 GWp floating solar potential, eyes new push for reservoir-based projects
NM on the go

Nm on the go

Always be the first to hear from the PM. Get the App Now!
...
PM chairs 11th Governing Council Meeting of NITI Aayog
June 11, 2026
Vision of Viksit Bharat should become the collective resolve of every State, district, block and village: PM
PM calls India's 70 crore youth its asset, urges States to transform this Demographic dividend into Development dividend
PM encourages States to create opportunities for youth and MSMEs and actively attract investments from countries with which India has signed FTAs
States to strengthen ODOP and leverage opportunities in defence manufacturing: PM
PM emphasizes that AI should be viewed as an opportunity and people should be equipped with future ready skills
PM highlights the need for coordinated efforts to address emerging social challenges such as drug abuse and cyber fraud
PM draws attention to concerns arising from El Niño and urges States to conserve water and promote natural farming
CMs/LGs/Administrators congratulate PM Modi on completing 12 years in office
States express solidarity with the Centre to withstand the global geo-political crisis and to strengthen India’s resilience
All States and 5 UTs attend meeting; first time when CMs of all 28 States participate
Theme of meeting : Inclusive Human Development for Viksit Bharat@2047

Prime Minister Shri Narendra Modi chaired the 11th Governing Council Meeting of NITI Aayog at Rashtrapati Bhavan Cultural Centre, New Delhi, earlier today. This year’s theme was Inclusive Human Development for Viksit Bharat@2047. It was attended by Chief Ministers, Lt. Governors and Administrators representing 28 States and 5 UTs. This was the first time when Chief Ministers of all 28 States participated in the Governing Council Meeting of NITI Aayog.

Prime Minister noted that at a time when many major economies are facing uncertainty and economic challenges, India’s growth story continues to inspire the world. He emphasized the need to further strengthen the nation’s resolve towards self-reliance and highlighted the importance of adopting and implementing global best practices, particularly in the renewable energy sector.

Underscoring the importance of cooperative federalism, Prime Minister stated that the Centre and the States must work together to achieve the goal of a Viksit Bharat. He stressed that the vision of Viksit Bharat should become the collective resolve of every State, district, block and village.

Highlighting the strength of India’s demographic profile, Prime Minister observed that the country’s youth constitute its greatest asset, with nearly 70 crore Indians below the age of 25 years. Calling this a demographic dividend, he urged States to focus on transforming it into a development dividend through education, skilling and capacity-building initiatives that prepare young people for future opportunities and challenges.

Referring to India’s recently concluded trade agreements with several countries, Prime Minister encouraged States to create opportunities for youth and MSMEs and to equip stakeholders to effectively leverage the benefits arising from these agreements. He also urged States to actively attract investments from partner countries.

Emphasizing women-led development, Prime Minister called upon States to work towards increasing the number of Lakhpati Didis from 3 crore to 6 crore and stressed the importance of ensuring a safe and secure environment for Nari Shakti.

Prime Minister urged States to focus on One District One Product (ODOP) initiatives and develop export-oriented strategies around it. He also identified defence manufacturing as an emerging sector where India is establishing a distinct identity and encouraged States to formulate policies to leverage the opportunities arising from its growth.

Prime Minister highlighted the need for coordinated efforts to address emerging social challenges such as drug abuse and cyber fraud through preventive measures, awareness campaigns and effective governance.

Prime Minister also drew attention to concerns arising from El Niño conditions and appealed to States to promote water conservation and encourage natural and organic farming practices. He noted that the purchase of 11 lakh tonnes of organic manure by farmers during the current Kharif season reflected growing confidence in sustainable agriculture.

Prime Minister emphasized the need to evaluate progress at the district level, particularly through aspirational district parameters. Prime Minister suggested that on similar lines, 100 districts should be identified in the field of agriculture to bring positive results. He urged the States to take lead in this pursuit so that a phenomenal change can be achieved through the aspirational approach.

Prime Minister emphasised the need for a monitoring framework and targeted 100-day and five-year goals towards achieving the vision of Viksit Bharat@2047.

Highlighting the importance of good governance, transparency, and infrastructure for attracting investment, he urged States to focus on branding, ease of doing business, and emerging opportunities in sectors such as data centres and artificial intelligence. He emphasized that AI should be viewed as an opportunity and called for greater efforts to equip people with the skills required for the future economy.

The Chief Ministers/Lt. Governors/Administrators congratulated Prime Minister Modi on completing 12 years in his office. They also expressed solidarity with the Centre to withstand the global geo-political crisis and to strengthen India’s resilience with respect to energy requirements, and sustain its growth trajectory.

Prime Minister noted that the discussions were constructive and reflected the aspirations, hopes, experiences, best practices, and challenges of the States. Prime Minister expressed his gratitude to all the CMs, LGs and Administrators for participating in the meeting and expressed confidence that Together, through cooperation, innovation, and a shared commitment to development, India can accelerate its journey towards a Viksit Bharat by 2047.