India is moving forward with the goal of reaching connectivity to every village in the country: PM
21st century India, 21st century Bihar, now moving ahead leaving behind all old shortcomings: PM
New farm bills passed are "historic and necessary" for the country to move forward: PM Modi

ବିହାରର ରାଜ୍ୟପାଳ ଶ୍ରୀ ଫାଗୁ ଚୌହାନ ମହୋଦୟ, ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ନୀତିଶ କୁମାର ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରବି ଶଙ୍କର ପ୍ରସାଦ ମହାଶୟ, ଶ୍ରୀ ବି.କେ ସିଂହ ମହାଶୟ, ଶ୍ରୀ ଆର.କେ ସିଂହ ମହାଶୟ, ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାଇ ସୁଶୀଲ ମହାଶୟ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ଆଜି ବିହାରର ବିକାଶ ଯାତ୍ରାର ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏବେ କିଛି ସମୟ ପୂର୍ବରୁ ବିହାରରେ ଯୋଗାଯୋଗକୁ ପ୍ରୋତ୍ସାହନ ଦେବା ଲାଗି ନଅଟି ପ୍ରକଳ୍ପର             ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପରେ ରାଜପଥକୁ 4 ଲେନ୍ ଏବଂ 6 ଲେନ୍ କରିବା ଏବଂ ନଦୀଗୁଡିକରେ ୩ଟି ବଡ଼ ସେତୁର ନିର୍ମାଣ କାର୍ଯ୍ୟକୁ ସାମିଲ କରାଯାଇଛି ।ଏହି ପ୍ରକଳ୍ପଗୁଡିକ ଲାଗି ବିହାରର ଲୋକମାନଙ୍କୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ଆଜିର ଦିନ ନା କେବଳ ବିହାର ପାଇଁ ହେଉଛି ଗୁରୁତ୍ୱପୂର୍ଣ୍ଣ, ଏହା ସଂମ୍ପୂର୍ଣ୍ଣ ଦେଶ ପାଇଁ ମଧ୍ୟ ହେଉଛି ବହୁତ ବଡ଼ ଦିନ । ଯୁବ ଭାରତ ଲାଗି ମଧ୍ୟ ହେଉଛି ବହୁତ ବଡ଼ ଦିନ । ଆଜି ଭାରତ, ନିଜ ଗାଁକୁ ଆତ୍ମନିର୍ଭର ଭାରତର ମୁଖ୍ୟ ଆଧାର କରିବା ପାଇଁ ମଧ୍ୟ ଏକ ବଡ଼ ପଦକ୍ଷେପ ଉଠାଉଛି । ଆଉ ଖୁସିର କଥା ଏହା ହେଉଛି ଯେ, କାର୍ଯ୍ୟକ୍ରମ ସଂମ୍ପୂର୍ଣ୍ଣ ଦେଶ ପାଇଁ ହେଉଛି, କିନ୍ତୁ ଏହାର ଶୁଭାରମ୍ଭ ଆଜି ବିହାରରୁ ହେଉଛି । ଏହି ଯୋଜନା ଅଧୀନରେ 1000 ଦିନରେ ଦେଶର 6 ଲକ୍ଷ ଗାଁଗୁଡିକୁ ଅପ୍ଟିକାଲ ଫାଇବର ସହିତ ସଂଯୋଗ କରାଯିବ । ମୋର ବିଶ୍ୱାସ ରହିଛି ଯେ, ନୀତିଶ ମହାଶୟଙ୍କ ସୁଶାସନରେ, ଦୃଢ ନିଶ୍ଚୟ ସହିତ ଆଗକୁ ବଢ଼ି ବିହାରରେ ଏହି ଯୋଜନା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ହେବ ।

ସାଥୀଗଣ, ଭାରତର ଗାଁ ଗୁଡିକରେ ଇଣ୍ଟରନେଟର ଉପଯୋଗ କରୁଥିବା ଲୋକଙ୍କ ସଂଖ୍ୟା କେତେବେଳେ ସହର ଲୋକଙ୍କଠାରୁ ଅଧିକ ହୋଇଯିବ, ଏହା କିଛି ବର୍ଷ ପୂର୍ବରୁ ଭାବିବା ମଧ୍ୟ କଷ୍ଟକର ଥିଲା । ଗାଁର ମହିଳାମାନେ, କୃଷକ ଏବଂ ଗାଁର ଯୁବକମାନେ ମଧ୍ୟ ଏତେ ସହଜରେ ଇଣ୍ଟରନେଟର ବ୍ୟବହାର କରିବେ, ଏହା ଉପରେ ମଧ୍ୟ ବହୁତ ଲୋକ ପ୍ରଶ୍ନ ଉଠାଉଥିଲେ । କିନ୍ତୁ ଏବେ ଏହି ସମସ୍ତ ପରିସ୍ଥିତି ବଦଳି ଯାଇଛି । ଆଜି ଭାରତ ଡିଜିଟାଲ କାରବାର କରୁଥିବା ବିଶ୍ୱର ସବୁଠାରୁ ଅଗ୍ରଣୀ ଦେଶର ଧାଡିରେ ରହିଛି । ଅଗଷ୍ଟ ମାସର ପରିସଂଖ୍ୟାନକୁ ହିଁ ଦେଖିବା  ତେବେ ଏହି ସମୟ ମଧ୍ୟରେ ପ୍ରାୟ 3 ଲକ୍ଷ କୋଟି ଟଙ୍କାର ଲେଣ-ଦେଣ ୟୁପିଆଇ ମାଧ୍ୟମରେ ହୋଇଛି, ମୋବାଇଲ ଫୋନ ମାଧ୍ୟମରେ ହୋଇଛି । କରୋନାର ଏହି ସମୟରେ ଡିଜିଟାଲ ଭାରତ ଅଭିଯାନ ଦେଶର ସାଧାରଣ ଜନତାଙ୍କୁ ବହୁତ ସାହାଯ୍ୟ କରିଛି ।

ସାଥୀଗଣ, ଇଣ୍ଟରନେଟର ବ୍ୟବହାର ବଢିବା ସହିତ ଏବେ ଏହା ମଧ୍ୟ ଜରୁରୀ ଯେ, ଦେଶର ଗାଁଗୁଡିକରେ ଉନ୍ନତମାନର ଦ୍ରୁତ ଗତିର ଇଣ୍ଟରନେଟ ମଧ୍ୟ ହେଉ । ସରକାରଙ୍କ ପ୍ରୟାସ ଯୋଗୁଁ ଦେଶର ପ୍ରାୟ ଦେଢ଼ ଲକ୍ଷ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ପୂର୍ବରୁ ହିଁ ବିଛାଇ ଦିଆଯାଇ ସାରିଛି । କେବଳ ଏତିକି ନୁହେଁ, ବିଗତ 6 ବର୍ଷରେ ସାରା ଦେଶରେ ପ୍ରାୟ 3 ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର ମଧ୍ୟ ଅନ୍ ଲାଇନରେ ଯୋଡ଼ାଯାଇଛି । ଏବେ ଏହି ଯୋଗାଯୋଗ ଦେଶର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ପହଂଚାଇବା ଲକ୍ଷ୍ୟ ସହିତ ଦେଶ ଆଗକୁ ବଢ଼ୁଛି । ଯେତେବେଳେ ଗାଁ-ଗାଁରେ ଦ୍ରୁତ ଇଣ୍ଟରନେଟ ପହଂଚିବ, ତେବେ ଗାଁରେ ପାଠ ପଢ଼ିବା ସହଜ ହେବ । ଗାଁର ପିଲାମାନେ ଆମର ଗ୍ରାମୀଣ ଯୁବକ ମଧ୍ୟ ଗୋଟିଏ କ୍ଲିକରେ ସାରା ଦୁନିଆର ପୁସ୍ତକ ପର୍ଯ୍ୟନ୍ତ, ଟେକ୍ନୋଲୋଜି ପର୍ଯ୍ୟନ୍ତ ସଂହଜରେ ପହଂଚିପାରିବ । କେବଳ ଏତିକି ନୁହେଁ, ଟେଲି ମେଡିସିନ ମାଧ୍ୟମରେ ଏବେ ଦୂର-ସୁଦୂର ଗାଁରେ ମଧ୍ୟ ଶସ୍ତା ଏବଂ ପ୍ରଭାବଶାଳୀ ଚିକିତ୍ସା ଗରିବ ଏବଂ ଘରେ ବସି ପାଇବା  ସମ୍ଭବପର ହୋଇ ପାରିବ ।

ଆପଣମାନଙ୍କୁ ଜଣାଅଛି, ପୂର୍ବରୁ ଯଦି ରେଲୱେରେ ସଂରକ୍ଷଣ କରିବାକୁ ପଡ଼ୁଥିଲା, ତ ଗାଁରୁ ସହରକୁ ଯିବାକୁ ପଡ଼ୁଥିଲା, ଧାଡ଼ିରେ ଠିଆ ହେବାକୁ ପଡ଼ୁଥିଲା, ଏବଂ ରେଳରେ ଟିକେଟ ସଂରକ୍ଷଣ ପାଇଁ ଆମକୁ ଯିବାକୁ ପଡ଼ୁଥିଲା । ଆଜି ସାଧାରଣ ସେବା କେନ୍ଦ୍ରକୁ ଯାଇ ନିଜ ଗାଁରେ ରେଲୱେରେ ସଂରକ୍ଷଣ କରି ପାରିବେ । ଆଉ କେଉଁଠିକୁ ଯିବାର ଅଛି ତେବେ ତାହାର ସଂରକ୍ଷଣ ସହଜରେ କରିପାରିବେ, କାରଣ ଇଣ୍ଟରନେଟ ସୁବିଧା ଅଛି । ଆମ କୃଷକମାନଙ୍କୁ ଏହାଦ୍ୱାରା ବହୁତ ଅଧିକ ଲାଭ ହେବ । ଏହାଦ୍ୱାରା କୃଷକମାନଙ୍କୁ ଚାଷବାସ ସହିତ ଜଡିତ ପ୍ରତ୍ୟେକ ଆଧୁନିକ କୌଶଳ, ନୂତନ ଫସଲ ନୂଆ ବିହନ, ନୂଆ ପଦ୍ଧତି-କୌଶଳ ଏବଂ ପରିବର୍ତ୍ତିତ ପାଣିପାଗର ସୂଚନା ପ୍ରକୃତ ସମୟରେ ଓ ସମୟବଦ୍ଧ ଭାବେ ମିଳିବା ସମ୍ଭବ ହୋଇପାରିବ । କେବଳ ଏହା ନୁହେଁ ନିଜ ଉତ୍ପାଦର ବ୍ୟବସାୟ-କାରବାରକୁ ସଂପୂର୍ଣ୍ଣ ଦେଶ ଏବଂ ବିଶ୍ୱରେ ପହଂଚାଇବାରେ ମଧ୍ୟ ତାକୁ ଅଧିକ ସୁବିଧା ହେବ । ଏକ ପ୍ରକାରରେ ଗାଁକୁ ଏବେ ସହର ଭଳି ପ୍ରତ୍ୟେକ ସୁବିଧା ଘରେ ବସି ମିଳୁ, ସେଥିପାଇଁ ଜରୁରୀ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି ।

ସାଥୀଗଣ, ଇତିହାସ ସାକ୍ଷୀ ରହିଛି ଯେ ସାରା ଦୁନିଆରେ ସେହି ଦେଶ ଦ୍ରୁତ ଗତିରେ ଉନ୍ନତି କରିଛି, ଯାହା ପାଖରେ ନିଜର ଭିତ୍ତିଭୂମି ଉପରେ ଗମ୍ଭୀରତାର ସହିତ ନିବେଶ କରାଯାଉଛି । କିନ୍ତୁ ଭାରତରେ ଦଶକ-ଦଶକ ଧରି ଏପରି ହେଲା ଯେ ଭିତ୍ତିଭୂମିର ବୃହତ ଏବଂ ବ୍ୟାପକ ପରିବର୍ତନ ଆଣିଲା ଭଳି ପ୍ରକଳ୍ପ ଉପରେ ସେତେ ଅଧିକ ଧ୍ୟାନ ଦିଆଗଲା ନାହିଁ । ବିହାର ହେଉଛି ଏହାର ସବୁଠାରୁ ବଡ଼ ଭୁକ୍ତଭୋଗୀ । ସାଥୀଗଣ, ଏହା ଅଟଳ ମହାଶୟଙ୍କର ସରକାର ଥିଲା, ଯାହା ସର୍ବପ୍ରଥମେ ଭିତ୍ତିଭୂମିକୁ ରାଜନୀତିର, ବିକାଶର ଯୋଜନାଗୁଡ଼ିକର ପ୍ରମୁଖ ଆଧାର କରିଥିଲା । ନୀତିଶ ମହାଶୟ ସେତେବେଳେ ତାଙ୍କ ସରକାରରେ ରେଳମନ୍ତ୍ରୀ ଥିଲେ, ତାଙ୍କୁ ଏହାର ଆହୁରି ଅଧିକ ଅନୁଭବ ରହିଛି, ସେ ପ୍ରଶାସନରେ ସେହି ପରିବର୍ତ୍ତନକୁ ବହୁତ ନିକଟରୁ ଦେଖିଛନ୍ତି ।

ସାଥୀଗଣ, ଭିତ୍ତିଭୂମି ସହିତ ଜଡ଼ିତ ପ୍ରକଳ୍ପ ଉପରେ ଏବେ ଯେଉଁ ଧାରାରେ କାର୍ଯ୍ୟ କରାଯାଉଛି, ଯେଉଁ ଗତିରେ କାର୍ଯ୍ୟ ହେଉଛି, ତାହା ହେଉଛି ଅଭୂତପୂର୍ବ । 2014 ପୂର୍ବର ତୁଳନାରେ ଆଜି ପ୍ରତ୍ୟେକ ଦିନ ଦୁଇଗୁଣରୁ ମଧ୍ୟ ଅଧିକ ଗତିରେ ରାଜପଥ ନିର୍ମାଣ କରାଯାଉଛି । ରାଜପଥ ନିର୍ମାଣରେ ହେଉଥିବା ଖର୍ଚ୍ଚରେ ମଧ୍ୟ 2014 ପୂର୍ବ ତୁଳନାରେ ପ୍ରାୟ 5 ଗୁଣ ବୃଦ୍ଧି ହୋଇଛି । ଆଗାମୀ 4-5 ବର୍ଷରେ ଭିତ୍ତିଭୂମି କ୍ଷେତ୍ରରେ 110 ଲକ୍ଷ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବାର ଲକ୍ଷ୍ୟ ରଖାଯାଇଛି । ଏଥିରେ ମଧ୍ୟ 19 ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ କରିବାର ଲକ୍ଷ୍ୟ ରଖାଯାଇଛି । ଏଥିରେ ମଧ୍ୟ 19 ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ କେବଳ ରାଜପଥ ସହିତ ଜଡିତ ହୋଇଛି ।

ସାଥୀଗଣ, ସଡ଼କ ଏବଂ ଯୋଗାଯୋଗ ସହିତ ଜଡିତ ଭିତ୍ତିଭୂମିର ସଂପ୍ରସାରଣ କରିବାର ଏହି ପ୍ରୟାସ ଦ୍ୱାରା ବିହାରକୁ ମଧ୍ୟ ଭରପୁର ଲାଭ ହେଉଛି, ପୂର୍ବ ଭାରତ ଉପରେ ମୋର ବିଶେଷ ଧ୍ୟାନ ରହିଛି । 2015ରେ ଘୋଷିତ ପିଏମ୍ ପ୍ୟାକେଜ ଅଧୀନରେ 3 ହଜାର କିଲୋମିଟରରୁ ଅଧିକ ଜାତୀୟ ରାଜପଥ ପ୍ରକଳ୍ପ ସଂପର୍କରେ ଘୋଷଣା କରାଯାଇଥିଲା । ଏହା ବ୍ୟତୀତ ଭାରତମାଳା ପ୍ରକଳ୍ପ ଅଧୀନରେ ମଧ୍ୟ ପ୍ରାୟ ସାଢେ ଛଅ ଶହ କିଲୋମିଟରରୁ ଅଧିକ ଜାତୀୟ ରାଜପଥର ନିର୍ମାଣ କରାଯାଉଛି । ଆଜି ବିହାରରେ ଜାତୀୟ ରାଜପଥ ଗ୍ରୀଡକୁ ଗତି ଦିଆଯାଉଛି । ପୂର୍ବ ଏବଂ ପଶ୍ଚିମ ବିହାରକୁ ସଂଯୋଗ ପାଇଁ 4 ଲେନ୍ ବିଶିଷ୍ଟ 5ଟି ପ୍ରକଳ୍ପ, ଉତର ଭାରତକୁ ଦକ୍ଷିଣ ଭାରତ ସହିତ ସଂଯୋଗ କରିବା ପାଇଁ 6ଟି ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି । ଆଜି ମଧ୍ୟ ଯେଉଁ ରାଜପଥ ପ୍ରଶସ୍ଥିକରଣର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି, ସେଥିରେ, ବିହାରର ସମସ୍ତ ବଡ଼ ସହର ଗୁଡିକୁ ସଡ଼କ-ଯୋଗାଯୋଗ ଆହୁରି ସୁଦୃଢ ହେବ ।

ସାଥୀଗଣ, ବିହାରର ଯୋଗାଯୋଗ ବ୍ୟବସ୍ଥାରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ପ୍ରବାହମାନ ବଡ଼ ବଡ଼ ନଦୀ । ଏହା ହେଉଛି କାରଣ ଯେ, ଯେତେବେଳେ ପିଏମ୍ ପ୍ୟାକେଜର ଘୋଷଣା ହେଉଥିଲା ସେତେବେଳେ ସେତୁ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ପିଏମ୍ ପ୍ୟାକେଜ ଅଧୀନରେ ଗଙ୍ଗା ନଦୀ ଉପରେ ମୋଟ୍ 17ଟି ସେତୁ ନିର୍ମାଣ କରାଯାଉଛି,  ଆଉ ଏବେ ସୁଶୀଲ ମହାଶୟ ବଡ଼ ବିସ୍ତୃତ ଭାବେ ତାହାର ବଡ଼ ବିବରଣୀ ଆପଣଙ୍କ ସାମ୍ନାରେ ରଖିଲେ ଏବଂ ଯାହା ମଧ୍ୟରୁ ଅଧିକାଂଶ ସଂମ୍ପୂର୍ଣ୍ଣ ହୋଇ ସାରିଛି । ସେହିପରି ଗଣ୍ଡକ ଏବଂ କୋଶୀ ନଦୀ ଉପରେ ମଧ୍ୟ ସେତୁ ନିର୍ମାଣ କରାଯାଉଛି । ଏହି ଶୃଙ୍ଖଳାରେ ଆଜି 4 ଲେନର 3ଟି ନୂତନ ସେତୁର ଶିଳାନ୍ୟାସ ହୋଇଛି । ସେଥିରୁ 2ଟି ସେତୁ ଗଙ୍ଗା ନଦୀ ଉପରେ ଏବଂ ଗୋଟିଏ ସେତୁ କୋଶୀ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି । ଏହା ନିର୍ମାଣ ହେବା ଦ୍ୱାରା ଗଙ୍ଗା ନଦୀ ଏବଂ କୋଶୀ ନଦୀ ଉପରେ ଚାରି ଲେନ୍ ବିଶିଷ୍ଟ ସେତୁର କ୍ଷମତା ଆହୁରି ବୃଦ୍ଧି ପାଇବ ।

ସାଥୀଗଣ, ବିହାର ଜୀବନରେଖା ଭାବେ ପ୍ରସିଦ୍ଧ ମହାତ୍ମା ଗାନ୍ଧୀ ସେତୁ, ତାହାର ସ୍ଥିତି ମଧ୍ୟ ଆମେ ଦେଖିଛୁ, ଦୁର୍ଦ୍ଦଶା ମଧ୍ୟ ଦେଖିଛୁ, ସମସ୍ୟା ମଧ୍ୟ ଦେଖିଛୁ, ଆଜି ନୂତନ ରଙ୍ଗରୂପରେ ସେବା ପ୍ରଦାନ କରୁଛି । କିନ୍ତୁ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଏବେ ମହାତ୍ମା ଗାନ୍ଧୀ ସେତୁର ସମାନ୍ତରରେ ଚାରି ଲେନ୍ର ଏକ ନୂତନ ସେତୁ ନିର୍ମାଣ କରାଯାଉଛି । ନୂତନ ସେତୁ ସହିତ 8-ଲେନର ପ୍ରବେଶ ପଥ ମଧ୍ୟ ରହିବ । ସେହି ଭଳି ଗଙ୍ଗା ନଦୀ ଉପରେ ହିଁ ବିକ୍ରମଶିଳା ସେତୁର ସମାନ୍ତରରେ ନିର୍ମାଣ ହେବାକୁ ଥିବା ନୂତନ ସେତୁ ଏବଂ କୋଶୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ଦ୍ୱାରା ବିହାରର ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଧୁରିଯିବ ।

ସାଥୀଗଣ, ସଂଯୋଗ ବା ଯୋଗାଯୋଗ ହେଉଛି ଏପରି ଏକ ବିଷୟ, ଯାହାକୁ ଖଣ୍ଡ ବିଖଣ୍ଡିତ ଭାବେ ଚିନ୍ତା କରିବା ବଦଳରେ, ସମ୍ପୂର୍ଣ୍ଣତାର ସହିତ ଭାବିବାକୁ ପଡିଥାଏ । ଗୋଟିଏ ସେତୁ ଯେଉଁଠାରେ ନିର୍ମାଣ ହୋଇଗଲା, ଗୋଟିଏ ସଡ଼କ ଯେଉଁଠାରେ ନିର୍ମାଣ ହୋଇଗଲା, ଗୋଟିଏ ରେଳପଥ ସେଠାରେ ନିର୍ମାଣ ହେଲା, ଗୋଟିଏ ରେଳ ଷ୍ଟେସନ ଏଠାରେ ତିଆରି ହେଲା, ଏହିପରି ଅଭିବ୍ୟକ୍ତି ଦେଶର ବହୁତ କ୍ଷତି କରିଛି । ପ୍ରଥମେ ସଡ଼କ ଗୁଡିକର, ରାଜପଥର, ରେଳ ନେଟୱାର୍କର କୌଣସି ସଂପର୍କ ରହୁ ନ ଥିଲା, ରେଳର ବନ୍ଦର ସହିତ ଏବଂ ବନ୍ଦରର ବିମାନ ବନ୍ଦର ସହିତ ମଧ୍ୟ କମ୍ ସଂପର୍କ ରହୁଥିଲା । ଏକବିଂଶ ଶତାବ୍ଦୀର ଭାରତ, ଏକବିଂଶ ଶତାବ୍ଦୀର ବିହାର, ଏବେ ସେହି ସମସ୍ତ ପୁରୁଣା ତ୍ରୁଟିକୁ ପଛରେ ପକାଇ ଆଗକୁ ବଢୁଛି । ଆଜି ଦେଶରେ ମଲ୍ଟି ମୋଡାଲ ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଏବେ ରାଜପଥ ଏଭଳି ଭାବରେ ନିର୍ମାଣ ହେଉଛି ଯେ ତାହା ବନ୍ଦର ସହିତ ଆନ୍ତ-ସଂଯୋଗ ହେଉ । ଅର୍ଥାତ ଚିନ୍ତାଧାରା ଏଭଳି ରହିଛି ଯେ, ଯାତାୟାତର ଏକ ସାଧନ, ଦ୍ୱିତୀୟ ସାଧନକୁ ସହାୟତା କରୁ । ଏହାଦ୍ୱାରା ପଣ୍ୟ ପରିବହନକୁ ନେଇ ଭାରତରେ ଯେଉଁ ସମସ୍ୟା   ଗୁଡିକ ରହିଛି, ତାହା ମଧ୍ୟ ବହୁତ ପରିମାଣରେ ଦୂର ହୋଇଯିବ ।

ସାଥୀଗଣ, ଭିତ୍ତିଭୂମିର ବିକାଶ ଦ୍ୱାରା ସବୁଠାରୁ ଅଧିକ ଲାଭ ସମାଜର ସବୁଠାରୁ ଦୁର୍ବଳ ବର୍ଗକୁ ହୋଇଥାଏ, ଗରିବଙ୍କୁ ହୋଇଥାଏ । ଏହାଦ୍ୱାରା ଆମର କୃଷକଙ୍କୁ ମଧ୍ୟ ଅଧିକ ଲାଭ ହୋଇଥାଏ । କୃଷକମାନଙ୍କୁ ଭଲ ସଡ଼କ ମିଳିବା ଦ୍ୱାରା, ନଦୀ ଗୁଡିକ ଉପରେ ସେତୁ ନିର୍ମାଣ ହେବା ଦ୍ୱାରା କ୍ଷେତ ଏବଂ ସହର ଗୁଡିକରେ ଥିବା ବଜାରର ଦୂରତା କମ୍ ହୋଇଯାଇଥାଏ । ସାଥୀଗଣ, ଗତକାଲି ଦେଶର ସଂସଦ, ଦେଶର କୃଷକମାନଙ୍କୁ ନୂତନ ଅଧିକାର ପ୍ରଦାନ କଲାଭଳି ବହୁତ ହିଁ ଐତିହାସିକ ଆଇନକୁ ପାରିତ କରିଛି । ମୁଁ ଆଜି ଯେତେବେଳେ ବିହାରର ଲୋକଙ୍କ ସହିତ କଥା ହେଉଛି, ଏହି ସମୟରେ ସମଗ୍ର ହିନ୍ଦୁସ୍ଥାନର କୃଷକଙ୍କୁ ମଧ୍ୟ ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯେଉଁ ଆଶାବାନ ଲୋକମାନେ ଅଛନ୍ତି, ସେ ସମସ୍ତଙ୍କ ପାଇଁ ମଧ୍ୟ ଦେଶର କୃଷକମାନଙ୍କୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି । ଏହି ସଂସ୍କାର ହେଉଛି ଏକବିଂଶ ଶତାବ୍ଦୀର ଆବଶ୍ୟକତା ।

ସାଥୀଗଣ, ଆମ ଦେଶରେ ଏ ପର୍ଯ୍ୟନ୍ତ ଉତ୍ପାଦନ ଏବଂ ବିକ୍ରିର ଯେଉଁ ବ୍ୟବସ୍ଥା ଚାଲି ଆସୁଥିଲା, ଯେଉଁ ଆଇନ ଥିଲା, ସେଥିରେ କୃଷକଙ୍କ ହାତ-ପାଦ ବାନ୍ଧି ହୋଇଥିଲା । ଏହି ଆଇନଗୁଡ଼ିକର ଆଢ଼ୁଆଳରେ ଦେଶରେ ଏଭଳି ଶକ୍ତିଶାଳୀ ଗୋଷ୍ଠୀ ସୃଷ୍ଟି ହୋଇଯାଇଥିଲେ, ଯେଉଁମାନେ କୃଷକମାନଙ୍କ ଅସହାୟତାର ଲାଭ ଉଠାଉଥିଲେ । ଶେଷରେ ଏହା କେତେ ଦିନ ପର୍ଯ୍ୟନ୍ତ ଚାଲୁ ଥାଆନ୍ତା? ଏଥିପାଇଁ, ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ଥିଲା ଆଉ ଏହି ପରିବର୍ତ୍ତନ ଆମ ସରକାର କରି ଦେଖାଇଛନ୍ତି । ନୂତନ କୃଷି ସଂସ୍କାର ଦ୍ୱାରା ଦେଶର ପ୍ରତ୍ୟେକ କୃଷକଙ୍କୁ ଏହି ସ୍ୱାଧୀନତା ଦେଇଛି ସେ କାହାକୁ ମଧ୍ୟ, କେଉଁଠାରେ ମଧ୍ୟ ନିଜ ଫସଲ, ନିଜ ଫଳ-ପନିପରିବା, ନିଜ ସର୍ତରେ ବିକ୍ରି କରି ପାରିବେ । ଏବେ ତାକୁ ନିଜ ଅଂଚଳର ମଣ୍ଡି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ମିଳି ଯାଇଛି । ଯେତେବେଳେ ତାହାକୁ ଯଦି ଅନ୍ୟ ମଣ୍ଡିରେ ଅଧିକ ଲାଭ ମିଳିବ, ତେବେ ସେଠାକାର ମଣ୍ଡିରେ ଯାଇ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରିବ । ମଣ୍ଡି ବ୍ୟତୀତ ଅନ୍ୟ କେଉଁଠାରୁ ଅଧିକ ଅର୍ଥ ମିଳିବ, ଲାଭ ମିଳିବ, ତେବେ ସେଠାରେ ଯାଇ ବିକ୍ରି କରିବ, ତାକୁ ସମସ୍ତ ବନ୍ଧନରୁ ମୁକ୍ତି ଦେବାର କାରଣ ସମ୍ଭବ ହେବ । ଏବେ ପ୍ରଶ୍ନ ଏହା ଯେ ଶେଷରେ ଏଥିରେ କ’ଣ ପ୍ରଭେଦ ରହିବ । ଶେଷରେ ଏହାଦ୍ୱାରା କୃଷକମାନଙ୍କୁ କ’ଣ ଲାଭ ହେବ? ଶେଷରେ ଏହି ନିଷ୍ପତ୍ତି, କିଭଳି ଭାବରେ କୃଷକମାନଙ୍କ ଆର୍ଥôକ ସ୍ଥିତିକୁ ପରିବର୍ତନ କରିବା ପାଇଁ ବହୁତ ସାହାଯ୍ୟକାରୀ ସାବ୍ୟସ୍ତ ହେବ । ଏହି ପ୍ରଶ୍ନର ଉତର ମଧ୍ୟ ଏବେ ତୃଣମୂଳ ସ୍ତର ରିପୋର୍ଟରୁ ମିଳୁଛି ।

କୃଷକମାନଙ୍କୁ ମିଳିଥିବା ଏହି ସ୍ୱାଧୀନତାର ଅନେକ ଲାଭ ମିଳୁଥିବା ଦେଖିବା ଆରମ୍ଭ ହୋଇ ଯାଇଛି । କାରଣ ଏହାର ଅଧ୍ୟାଦେଶ କିଛି ମାସ ପୂର୍ବେ ପ୍ରବର୍ତ୍ତନ କରାଯାଇଥିଲା । ଏଭଳି ପ୍ରଦେଶ ଯେଉଁଠାରେ ଆଳୁ ବହୁତ ହୋଇଥାଏ, ସେଠାରୁ ରିପୋର୍ଟ ମିଳିଲା କି ଜୁନ-ଜୁଲାଇ ମାସରେ କିଛି କ୍ରେତା କୃଷକମାନଙ୍କୁ କିଛି ଅଧିକ ମୂଲ୍ୟ ଦେଇ ସିଧାସଳଖ ଶୀତଳଭଣ୍ଡାରରୁ ହିଁ ଆଳୁ କିଣି ନେଲେ । ବାହାରେ କୃଷକଙ୍କୁ ଆଳୁର ଅଧିକ ମୂଲ୍ୟ ମିଳିବ ତେବେ ଏହି କାରଣରୁ କୃଷକମାନେ ମଣ୍ଡିରେ ଆଳୁ ନେଇ ପହଂଚୁଥିଲେ, ଶେଷରେ ଚାପଗ୍ରସ୍ତ ହୋଇ ବାହାର ବଡ଼ ବଜାର ହୋଇଥିବା କାରଣରୁ କୃଷକମାନଙ୍କୁ ମଧ୍ୟ ଅଧିକ ମୂଲ୍ୟ ଦେବାକୁ ପଡ଼ିଲା । ସେମାନଙ୍କୁ ମଧ୍ୟ ଅଧିକ ମୂଲ୍ୟ ମିଳିଲା । ଏହିପରି ଭାବେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ରିପୋର୍ଟ ମିଳିଛି କି ସେଠାରେ ତେଲ ମିଲ୍ କୃଷକମାନଙ୍କଠାରୁ ସିଧାସଳଖ 20 ରୁ 30 ପ୍ରତିଶତ ଅଧିଳ ମୂଲ୍ୟ ଦେଇ ସୋରିଷ କିଣିଛି । ମଧ୍ୟପ୍ରଦେଶ, ଉତରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକରୁ ବହୁତ ଡାଲି ଉତ୍ପାଦିତ ହୋଇଥାଏ । ଏହି ରାଜ୍ୟରେ ବିଗତ ବର୍ଷ ତୁଳନାରେ 15 ରୁ 25 ପ୍ରତିଶତ ମୂଲ୍ୟ ସିଧାସଳଖ କୃଷକଙ୍କୁ ମିଳିଛି । ଡାଲି ମିଲଗୁଡ଼ିକ ସେଠାରେ ମଧ୍ୟ ସିଧାସଳଖ କୃଷକମାନଙ୍କଠାରୁ କ୍ରୟ କରିଛି, ସେମାନଙ୍କୁ ମଧ୍ୟ ସିଧାସଳଖ ମୂଲ୍ୟ ମିଳିଛି ।

ଏବେ ଦେଶ ଅନୁମାନ ଲଗାଇ ପାରିବ ଯେ ହଠାତ କିଛି ଲୋକଙ୍କୁ ଯେଉଁ ଅସୁବିଧା ହେବା ଆରମ୍ଭ ହୋଇ ଯାଇଛି, ତାହା କାହିଁକି ହେଉଛି । ଅନେକ କାରଣରୁ ମଧ୍ୟ ପ୍ରଶ୍ନ ଉଠାଯାଉଛି ଯେ ଏବେ କୃଷି ବଜାରଗୁଡ଼ିକର କ’ଣ ହେବ? କ’ଣ କୃଷି ବଜାରଗୁଡ଼ିକ ବନ୍ଦ ହୋଇଯିବ? କ’ଣ ସେଠାରେ କିଣା ବନ୍ଦ ହୋଇଯିବ? ଆଜ୍ଞା ନୁହେଁ, ଏହା କେବେ ମଧ୍ୟ ହେବ ନାହିଁ । ଆଉ ମୁଁ ଏଠାରେ ସ୍ପଷ୍ଟ କରି ଦେବାକୁ ଚାହୁଁଛି ଯେ, ଏହି ଆଇନ, ଏହି ପରିବର୍ତ୍ତନ କୃଷି ବଜାର ବିରୁଦ୍ଧରେ ନୁହେଁ । କୃଷି ମଣ୍ଡିଗୁଡ଼ିକରେ ପୂର୍ବରୁ ଯେପରି କାର୍ଯ୍ୟ ଚାଲୁଥିଲା, ସେହିପରି ଏବେ ମଧ୍ୟ ହେବ । ବରଂ ଏହା ଆମର ଏନଡିଏ ସରକାର ଅଛି, ଯେଉଁମାନେ ଦେଶର କୃଷି ମଣ୍ଡିଗୁଡ଼ିକୁ ଆଧୁନିକ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି । କୃଷି ମଣ୍ଡିଗୁଡ଼ିକର କାର୍ଯ୍ୟାଳୟ ଗୁଡ଼ିକୁ ଠିକ୍ କରିବା ପାଇଁ ସେଗୁଡ଼ିକୁ କମ୍ପ୍ୟୁଟରାଇଜେସନ୍ କରିବା ପାଇଁ ବିଗତ 5-6 ବର୍ଷରେ ଦେଶରେ ବହୁତ ବଡ଼ ଅଭିଯାନ ଚାଲୁ ରହିଛି । ଏଥିପାଇଁ ଯେଉଁମାନେ ଏହା କହୁଛନ୍ତି ଯେ ନୂତନ କୃଷି ସଂସ୍କାର ପରେ କୃଷି ମଣ୍ଡିଗୁଡ଼ିକ ଶେଷ ହୋଇଯିବ, ସେମାନେ କୃଷକମାନଙ୍କୁ ବାରମ୍ବାର ମିଛ କହୁଛନ୍ତି ।

ସାଥୀଗଣ, ବହୁତ ପୁରୁଣା ଲୋକକଥା ଅଛି ଯେ ସଂଗଠନରେ ଶକ୍ତି ଥାଏ । କୃଷି ସଂସ୍କାର ସହିତ ଜଡ଼ିତ ଅନ୍ୟ ଆଇନ, ଏହାଦ୍ୱାରା ପ୍ରେରିତ ହୋଇଛି । ଆଜି ଆମର ଏଠାରେ 85 ପ୍ରତିଶତରୁ ଅଧିକ ଏଭଳି କୃଷକ ଅଛନ୍ତି, ଯେଉଁମାନଙ୍କ ପାଖରେ ଅଳ୍ପ ବା କମ୍ ଜମି ଅଛି, କାହା ପାଖରେ 1 ଏକର, କାହା ପାଖରେ 2 ଏକର, କାହା ପାଖରେ 1 ହେକ୍ଟର, କାହା ପାଖରେ 2 ହେକ୍ଟର, ସମସ୍ତେ ହେଉଛନ୍ତି କ୍ଷୁଦ୍ର ଚାଷୀ । ଛୋଟ କ୍ଷେତ ବା ଜମି ଉପରେ ଚାଷବାସ କରି ନିଜର ଗୁଜୁରାଣ ମେଂଟାଉଛନ୍ତି । ଏହି କାରଣରୁ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ି ଯାଇଥାଏ, ଏବଂ ସେମାନଙ୍କୁ ନିଜ ଅଳ୍ପ ଉତ୍ପାଦକୁ ବିକ୍ରି କରିବା ଦ୍ୱାରା ସଠିକ୍ ମୂଲ୍ୟ ମଧ୍ୟ ମିଳି ନଥାଏ । କିନ୍ତୁ ଯେତେବେଳେ କୌଣସି କ୍ଷେତ୍ରର ଏଭଳି କୃଷକ ଯଦି ନିଜର ଏକ ସଂଗଠନ ଗଢ଼ି ଏହି କାର୍ଯ୍ୟ କରନ୍ତି, ତେବେ ସେମାନଙ୍କର ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ ଏବଂ ଉଚିତ ମୂଲ୍ୟ ମଧ୍ୟ ସୁନିଶ୍ଚିତ ହୋଇଥାଏ । ବାହାରୁ ଆସୁଥିବା କ୍ରେତାମାନେ ଏହି ସଂଗଠନ ସହିତ ଆଇନ ଅନୁସାରେ ବୁଝାମଣା କରି ସିଧାସଳଖ ସେମାନଙ୍କର ଉତ୍ପାଦ କ୍ରୟ କରି ପାରିବେ ।  ଏଭଳି କ୍ଷେତ୍ରରେ କୃଷକମାନଙ୍କ ହିତର ରକ୍ଷା ପାଇଁ ହିଁ ଦ୍ୱିତୀୟ ଆଇନ ପ୍ରସ୍ତୁତ କରାଯାଇଛି । ଏହା ହେଉଛି ଏଭଳି ଏକ ଅନନ୍ୟ ଆଇନ ଯେଉଁଠାରେ କୃଷକମାନଙ୍କ ଉପରେ କୌଣସି ବନ୍ଧନ ରହିବ ନାହିଁ । କୃଷକଙ୍କ କ୍ଷେତର ସୁରକ୍ଷା ତାଙ୍କର ଜମିର ମାଲିକାନାର ସୁରକ୍ଷା, କୃଷକଙ୍କୁ ଭଲ ବିହନ, କୃଷକଙ୍କୁ ଭଲ ସାର, ସମସ୍ତଙ୍କର ଦାୟିତ୍ୱ । ଯେଉଁମାନେ କୃଷକଙ୍କ ସହିତ ବୁଝାମଣା କରିବେ, ସେମାନେ କିଣିପାରିବେ, କୃଷକମାନଙ୍କ ସହିତ ଯେଉଁମାନେ ବୁଝାମଣା କରି ପାରିବେ, ତାହା ବୁଝାମଣା କରିଥିବା ଲୋକର ହେବ ।

ସାଥୀଗଣ, ଏହି ସଂସ୍କାର ଦ୍ୱାରା କୃଷିରେ ନିବେଶ ବଢ଼ିବ, କୃଷକମାନଙ୍କୁ ଆଧୁନିକ ଟେକ୍ନୋଲୋଜି ମିଳିବ, କୃଷକମାନଙ୍କୁ ଉତ୍ପାଦ ଏବଂ ସହଜରେ କୃଷକମାନଙ୍କର ଉତ୍ପାଦ ଅନ୍ତରାଷ୍ଟ୍ରୀୟ ବଜାରରେ ପହଂଚିବ । ମୋତେ ଅବଗତ କରାଯାଇଛି କି ଏଠାରେ ବିହାରରେ ନିକଟରେ 5ଟି କୃଷି ଉତ୍ପାଦକ ସଂଘ ମିଶି, ଧାନ ବିକ୍ରି କରିବା ପାଇଁ ଏକ ବହୁତ ପ୍ରସିଦ୍ଧ କମ୍ପାନୀ ସହିତ ଏକ ବୁଝାମଣା କରିଛନ୍ତି । ଏହି ବୁଝାମଣା ଅଧୀନରେ 4 ହଜାର ଟନ ଧାନ, ସେହି କମ୍ପାନୀ ବିହାରର ଏହି ଏଫପିଓମାନଙ୍କ ଠାରୁ କିଣିବ । ଏବେ ଏହି ଏଫପିଓ ସହିତ ଜଡ଼ିତ କୃଷକମାନଙ୍କୁ ମଣ୍ଡିକୁ ଯିବାକୁ ପଡ଼ିବ ନାହିଁ, ସେମାନଙ୍କ ଉତ୍ପାଦ ଏବେ ସିଧାସଳଖ ଜାତୀୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ ପହଂଚିବ । ଏହା ସ୍ପଷ୍ଟ ଯେ ଏହି ସଂସ୍କାର ପରେ, ଚାଷ ସହିତ ଜଡ଼ିତ ବହୁତ ଛୋଟ-ଛୋଟ ଉଦ୍ୟୋଗ ପାଇଁ ମଧ୍ୟ ବହୁତ ବଡ଼ ମାର୍ଗ ଉନ୍ମୁକ୍ତ ହେବ, ଗ୍ରାମୀଣ ଉଦ୍ୟୋଗ ଦିଗରେ ଦେଶ ଆଗକୁ ବଢ଼ିବ । ମୁଁ ଆପଣମାନଙ୍କୁ ଆଉ ଏକ ଉଦାହରଣ ଦେଉଛି । ଧରି ନିଅନ୍ତୁ, ଜଣେ ଯୁବକ କୃଷି କ୍ଷେତ୍ରରେ କୌଣସି ଷ୍ଟାର୍ଟ-ଅପ୍ ଆରମ୍ଭ କରିବାକୁ ଚାହୁଁଛି । ସେ ଚିପ୍ସର କାରଖାନା ହିଁ ଖୋଲିବାକୁ ଚାହୁଁଛି । ଏ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନ ହୋଇଥାଏ, ପୂର୍ବରୁ ତାକୁ ମଣ୍ଡିକୁ ଯାଇ ଆଳୁ କିଣିବାକୁ ପଡ଼ୁଥିଲା, ପୁଣି ସେ ନିଜର କାର୍ଯ୍ୟ ଆରମ୍ଭ କରି ପାରୁଥିଲା । କିନ୍ତୁ ଏବେ ସେହି ଯୁବକ ଯିଏ, ନୂଆ-ନୂଆ ସ୍ୱପ୍ନ ନେଇ ଆସିଛି, ସେ ସିଧାସଳଖ ଗାଁର କୃଷକଙ୍କ ପାଖକୁ ଯାଇ ସେମାନଙ୍କଠାରୁ ଆଳୁ କିଣିବା ନିମନ୍ତେ ବୁଝାମଣା କରିପାରିବ । ସେ କୃଷକଙ୍କୁ କହିବ କି ମୋତେ ଏହି ମାନର ଆଳୁ ଆବଶ୍ୟକ, ଏତେ ଆଳୁ ଦରକାର । ସେ କୃଷକମାନଙ୍କୁ ଉନ୍ନତମାନର ଆଳୁ ଉତ୍ପାଦନ କରିବାର ସମସ୍ତ ଟେକ୍ନୋଲୋଜିରେ ସହାୟତା କରିବ ।

ସାଥୀଗଣ, ଏହିଭଳି ବୁଝାମଣାର ଆଉ ଏକ ଦିଗ ରହିଛି । ଆପଣମାନେ ଏହା ଦେଖିଥିବେ ଯେ ଯେଉଁଠାରେ ଗୋପାଳନ ହୋଇଥାଏ, ସେଠାରେ ଆଖପାଖର ପଶୁପାଳକମାନଙ୍କୁ କ୍ଷୀର ବିକ୍ରି କରିବା ତ ସହଜ ହୋଇଥାଏ, ଦୁଗ୍ଧ ଉତ୍ପାଦନ କରୁଥିବା କୃଷକମାନଙ୍କୁ ସେମାନଙ୍କର ପଶୁଙ୍କର ମଧ୍ୟ ଧ୍ୟାନ ରଖିବାକୁ ପଡ଼ିଥାଏ, ପ୍ରାଣୀମାନଙ୍କୁ ଉପଯୁକ୍ତ ସମୟରେ ଟୀକାକରଣ ହେଉ, ସେମାନଙ୍କ ପାଇଁ ସଠିକ୍ ଭାବେ ସଡ଼କ ତିଆରି ହେଉ, ପ୍ରାଣୀମାନଙ୍କୁ ଭଲ ଖାଦ୍ୟ ମିଳୁ, ପ୍ରାଣୀ ରୋଗୀଣା ହୋଇ ଯାଆନ୍ତୁ ତ ସେମାନଙ୍କ ପାଖରେ ଡାକ୍ତର ପହଂଚି ପାରନ୍ତୁ ଆଉ ମୁଁ ତ ଗୁଜରାଟରେ ରହିଛି । ମୁଁ ଦେଖିଛି କି ଦୁଗ୍ଧ ଉତ୍ପାଦନ ମାଧ୍ୟମରେ କିଭଳି ପଶୁମାନଙ୍କୁ ରକ୍ଷଣାବେକ୍ଷଣ କରାଯାଇଥାଏ । ବଡ଼ ଦୁଗ୍ଧ ଉତ୍ପାଦକ ସେମାନଙ୍କ ପାଖକୁ ଯାଇ କୃଷକମାନଙ୍କୁ ସାହାଯ୍ୟ କରିଥାଆନ୍ତି । ଆଉ ଏହି ସବୁ ପରେ ମଧ୍ୟ ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା, ଯେଉଁ କ୍ଷୀର କିଣିବାର କାର୍ଯ୍ୟ ତାହା ତ ଡାଏରୀ କରିଥାଏ, କିନ୍ତୁ ପଶୁର ମାଲିକ, ପଶୁପାଳକ ଅବା କୃଷକ ହିଁ ରହିଥାଏ । ପଶୁର ମାଲିକ ଆଉ କେହି ହୋଇ ନଥାଏ, ଯେପରି କୃଷକ ହିଁ ଜମିର ମାଲିକ ହୋଇ ରହିଥାଏ, ଏହିପରି ହିଁ ପରିବର୍ତ୍ତନ ଏବେ ଚାଷ କ୍ଷେତ୍ରରେ ହେବାର ମାର୍ଗ ଉନ୍ମୁକ୍ତ ହୋଇଯାଇଛି ।

ସାଥୀଗଣ, ଏହା ମଧ୍ୟ ଜଣାଶୁଣା ହୋଇ ରହିଛି କି କୃଷି କାରବାର କରୁଥିବା ଆମ ସାଥୀମାନଙ୍କ ସାମ୍ନାରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର କିଛି ବ୍ୟବସ୍ଥା ସର୍ବଦା ପ୍ରତିବନ୍ଧକ ଭାବେ ଠିଆ ହେଉଥିଲା । ପରିବର୍ତ୍ତିତ ସମୟରେ ଏଥିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଡାଲି, ଆଳୁ, ଖାଇବା ତେଲ, ପିଆଜ ଭଳି ସାମଗ୍ରୀକୁ ଏବେ ଏହି ଆଇନର ପରିସରରୁ ବାହାର କରି ଦିଆଯାଇଛି । ଏବେ ଦେଶର କୃଷକ, ବଡ଼-ବଡ଼ ଭଣ୍ଡାରଣରେ, ଶୀତଳଭଣ୍ଡାରରେ ତାହାକୁ ସହଜରେ ଭଣ୍ଡାରଣ କରି ପାରିବେ । ଯେତେବେଳେ ଭଣ୍ଡାରଣ ସହିତ ଜଡ଼ିତ ଆଇନର ସମସ୍ୟା ଦୂର ହେବ, ତେବେ ଆମ ଦେଶରେ ଶୀତଳଭଣ୍ଡାରର ମଧ୍ୟ ନେଟୱର୍କ ଆହୁରି ବିକଶିତ ହେବ, ତାହାର ଆହୁରି ସମ୍ପ୍ରସାରଣ ହେବ ।

ସାଥୀଗଣ, କୃଷି କ୍ଷେତ୍ରରେ ଏହି ଐତିହାସିକ ପରିବର୍ତ୍ତନ ପରେ, ଏତେ ବଡ଼ ବ୍ୟବସ୍ଥାରେ ପରିବର୍ତନ ପରେ କିଛି ଲୋକଙ୍କୁ ନିଜ ହାତରୁ ନିୟନ୍ତ୍ରଣ ଯାଉଥିବା ଦେଖିବାକୁ ମିଳୁଛି, ଏଥିପାଇଁ ଏବେ ଏହି ଲୋକ ଏମଏସପି ଉପରେ କୃଷକମାନଙ୍କୁ ଭ୍ରମିତ କରିବାରେ ଏକାଠି ହୋଇଛନ୍ତି । ଏମାନେ ହେଉଛନ୍ତି ସେହି ଲୋକ, ଯେଉଁମାନେ ବର୍ଷ-ବର୍ଷ ଧରି ଏମଏସପି ଉପରେ ସ୍ୱାମୀନାଥନ୍ କମିଟି ସୁପାରିଶକୁ ନିଜ ପାଦ ତଳେ ଚାପି ବସି ରହିଥିଲେ । ମୁଁ ଦେଶର ପ୍ରତ୍ୟେକ କୃଷକଙ୍କୁ ଏହି କଥାର ଭରସା ଦେଉଛି ଯେ ଏମଏସପିର ବ୍ୟବସ୍ଥା ଯେଭଳି ପୂର୍ବରୁ ଚାଲୁ ରହିଥିଲା, ସେଭଳି ଚାଲୁ ରହିବ ।  ଏହିପରି ପ୍ରତ୍ୟେକ ଋତୁରେ ସରକାରୀ କ୍ରୟ ପାଇଁ ଯେଭଳି ଭାବରେ ଅଭିଯାନ ଚାଲୁ ରହେ, ତାହା ମଧ୍ୟ ପୂର୍ବଭଳି ଚାଲୁ ରହିବ ।

ସାଥୀଗଣ, କୃଷକମାନଙ୍କୁ ଏମଏସପି ଦେବା ଏବଂ ସରକାରୀ କ୍ରୟ ପାଇଁ ଯେତେ କାର୍ଯ୍ୟ ଆମ ସରକାର କରିଛନ୍ତି, ତାହା ପୂର୍ବରୁ କେବେ କରାଯାଇ ନଥିଲା । ବିଗତ 5 ବର୍ଷରେ ଯେତେ ସରକାରୀ କ୍ରୟ ହୋଇଛି ଆଉ 2014 ପୂର୍ବରୁ 5 ବର୍ଷରେ ଯେତେ ସରକାରୀ କ୍ରୟ ହୋଇଛି, ତାହାର ସରକାରୀ ପରିସଂଖ୍ୟାନ ଦେଖିବେ ତ କିଏ ସତ କହୁଛି, କିଏ କୃଷକମାନଙ୍କ ପାଇଁ କାର୍ଯ୍ୟ କରୁଛି, କିଏ କୃଷକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି ତାହାର ସାକ୍ଷୀ ସେହିଠାରୁ ମିଳିଯିବ । ମୁଁ ଯଦି ଡାଲି ଏବଂ ତୈଳବୀଜର କଥା କହିବି ତେବେ ପୂର୍ବ ତୁଳନାରେ ଡାଲି ଏବଂ ତେଲର ସରକାରୀ କ୍ରୟ ପ୍ରାୟ 24 ଗୁଣ ଅଧିକ କରାଯାଇଛି । ଚଳିତ ବର୍ଷ କରୋନା ସଂକ୍ରମଣ ମଧ୍ୟରେ ରବି ଋତୁରେ ମଧ୍ୟ କୃଷକମାନଙ୍କ ଠାରୁ ରେକର୍ଡ ପରିମାଣର ଗହମ କ୍ରୟ କରାଯାଇଛି । ଚଳିତ ବର୍ଷ ରବିରେ ଗହମ, ଧାନ, ତୈଳବୀଜ ଏବଂ ଡାଲିକୁ ମିଶାଇ, କୃଷକମାନଙ୍କୁ 1 ଲକ୍ଷ 13 ହଜାର କୋଟି ଟଙ୍କା ଏମଏସପି ଉପରେ ଦିଆଯାଇଛି । ଏହି ରାଶି ମଧ୍ୟ ବିଗତ ବର୍ଷ ତୁଳନାରେ ହେଉଛି 30 ପ୍ରତିଶତ ଅଧିକ । ଅର୍ଥାତ କରୋନା ସମୟରେ ନା କେବଳ ରେକର୍ଡ ପରିମାଣର ସରକାରୀ କ୍ରୟ ହୋଇଛି, ବରଂ କୃଷକମାନଙ୍କୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରାଯାଇଛି ।

ସାଥୀଗଣ, ଏକବିଂଶ ଶତାବ୍ଦୀରେ ଭାରତର ଏହା ହେଉଛି ଦାୟିତ୍ୱ ଯେ ସେ ଦେଶର କୃଷକମାନଙ୍କ ପାଇଁ ଆଧୁନିକ ଚିନ୍ତାଧାରାର ସହିତ, ନୂତନ ବ୍ୟବସ୍ଥା ଗୁଡ଼ିକର ନିର୍ମାଣ କରୁ, ଦେଶର କୃଷକମାନଙ୍କୁ, ଦେଶର କ୍ଷେତକୁ, ଆତ୍ମନିର୍ଭର କରିବା ପାଇଁ ଆମର ପ୍ରୟାସ ନିରନ୍ତର ଜାରି ରହିବ । ଆଉ ଏଥିରେ ନିଶ୍ଚିତ ଭାବେ ଯୋଗାଯୋଗ ବ୍ୟବସ୍ଥାର ବଡ଼ ଭୂମିକା ରହିଛି । ଶେଷରେ ପୁଣିଥରେ ଯୋଗାଯୋଗର ସମସ୍ତ ପ୍ରକଳ୍ପ ପାଇଁ ବିହାରକୁ, ଦେଶକୁ, ବହୁତ-ବହୁତ ଅଭିନନ୍ଦନ ଜଣାଉଛି । ଆଉ ମୁଁ ପୁଣିଥରେ ସେହି ଅନୁରୋଧ କରିବି କି ଆମକୁ କରୋନା ସହିତ ଲଢ଼େଇ ଲଢ଼ିବାକୁ ପଡ଼ିବ । ଆମେ କରୋନାକୁ ପରାଜିତ କରି ରହିବା । ଆମକୁ ଆମର ପରିବାରର ସଦସ୍ୟଙ୍କୁ କରୋନାରୁ ବଂଚାଇବାର ଅଛି ଆଉ ଏଥିପାଇଁ ଯାହା ମଧ୍ୟ ନିୟମ ସ୍ଥିର କରାଯାଇଛି, ତାହାକୁ ଆମ ସମସ୍ତଙ୍କୁ ପାଳନ କରିବାର ଅଛି । କୌଣସି ଜଣେ, ସେଥିରୁ ବାଦ୍ ପଡ଼ିଯାଆନ୍ତି, ତ ପୁଣି ମାମଲା ବିଗଡ଼ି ଯିବ, ଆମ ସମସ୍ତଙ୍କୁ ପାଳନ କରିବାର ଅଛି । ମୁଁ ପୁଣିଥରେ ମୋର ବିହାରର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ବହୁତ-ବହୁତ ଧନ୍ୟବାଦ ଦେଉଛି ।

ନମସ୍କାର!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modi’s Gen Z compact: Listen, respond, reform

Media Coverage

Modi’s Gen Z compact: Listen, respond, reform
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shilpa Kanchugarakoppalu Shyla on winning Bronze in Women’s Shot Put F57 at Commonwealth Games 2026
July 28, 2026

The Prime Minister, Shri Narendra Modi, has congratulated Shilpa Kanchugarakoppalu Shyla on winning the Bronze medal in the Women’s Shot Put F57 Final at the Glasgow Commonwealth Games 2026.

The Prime Minister said that Shilpa’s personal best throw made the achievement even more remarkable.

Shri Modi congratulated her on the accomplishment.

The Prime Minister wrote on X;

“A brilliant performance by Shilpa Kanchugarakoppalu Shyla at the Commonwealth Games 2026!

Congratulations to Shilpa for having won the Bronze Medal in the Women's Shot Put F57 Final and that too with a personal best throw. This is indeed a remarkable accomplishment.

#CWG2026”