ଏମ୍ସ, ସାରକାରଖାନା ଓ ଆଇସିଏମ୍‌ଆର କେନ୍ଦ୍ର ଉଦ୍‌ଘାଟିତ
ଦ୍ୱୈତ ଇଞ୍ଜିନ ସରକାର ବିକାଶମୂଳକ କାର୍ଯ୍ୟର ଗତିକୁ ଦ୍ୱିଗୁଣିତ କରେ-ପ୍ରଧାନମନ୍ତ୍ରୀ
“ଯେଉଁ ସରକାର ବଞ୍ଚିତ ଓ ଶୋଷିତଙ୍କ କଥା ଚିନ୍ତା କରେ ଓ କଠିନ ପରିଶ୍ରମ କରେ ସେ ତାର ସୁଫଳ ପାଇବ”
“ଆଜିର ଘଟଣା ହେଉଛି ନବଭାରତ ସଂକଳ୍ପର ପ୍ରାମାଣିକ ତଥ୍ୟ ଯାହା ପାଇଁ କିଛି ବି ଅସମ୍ଭବ ନୁହେଁ”
“ଆଖୁ ଚାଷୀଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାର ଧନ୍ୟବାଦର ପାତ୍ର”

ଭାରତ ମାତା କି ଜୟ -  ଭାରତ ମାତା କି ଜୟ - ଧର୍ମ, ଆଧ୍ୟାତ୍ମ ଏବଂ ବିପ୍ଳବର ଏହି ନଗରୀ ଗୋରଖପୁରର ଦେବତୁଲ୍ୟ ଲୋକମାନଙ୍କୁ ମୁଁ ପ୍ରଣାମ କରୁଛି । ପରମହଂସ ଯୋଗାନନ୍ଦ, ମହଯୋଗୀ ଗୋରଖନାଥ ଜୀ, ବନ୍ଦନୀୟ ହନୁମାନ ପ୍ରସାଦ ପୋଦାର ଜୀ, ଏବଂ ମହା ବଳିଦାନୀ ପଣ୍ଡିତ ରାମ ପ୍ରସାଦ ବିସମିଲଙ୍କ ଏହି ପୁଣ୍ୟ ଭୂମିକୁ ମୋର କୋଟି କୋଟି ପ୍ରଣାମ । ଆପଣମାନେ ସମସ୍ତେ ଯେଉଁ ସାର କାରଖାନା ଏବଂ ଏମ୍ସକୁ ଦୀର୍ଘ ଦିନ ଧରି ପ୍ରତୀକ୍ଷା କରି ରହିଥିଲେ, ଆଜି ସେହି ସମୟ ଉପନୀତ ହୋଇଯାଇଛି । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।

ମୋ ସହ ମଂଚରେ ଉପସ୍ଥିତ ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ୍ ପଟେଲ ଜୀ, ଉତର ପ୍ରଦେଶର ଯଶସ୍ୱୀ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଡକ୍ଟର ଦୀନେଶ ଶର୍ମା, ଭାରତୀୟ ଜନତା ପାର୍ଟି ଉତର ପ୍ରଦେଶର ଅଧ୍ୟକ୍ଷ ଶ୍ରୀ ସ୍ୱତନ୍ତ୍ର ଦେବ ସିଂହ ଜୀ, ଅପନା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଭଉଣୀ ଅନୁପ୍ରିୟା ପଟେଲ ଜୀ, ନିଷାଦ ପାର୍ଟିର ଅଧ୍ୟକ୍ଷ ଭାଇ ସଞ୍ଜୟ ନିଷାଦ ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ପଙ୍କଜ ଚୌଧୁରୀ ଜୀ, ଉତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଶ୍ରୀ ଜୟପ୍ରତାପ ସିଂହ ଜୀ, ସୂର୍ଯ୍ୟ ପ୍ରତାପ ଶାହି ଜୀ, ଶ୍ରୀ ଦାରା ସିଂହ ଚୌହାନ ଜୀ, ସ୍ୱାମୀ ପ୍ରସାଦ ମୌର୍ଯ୍ୟା ଜୀ, ଉପେନ୍ଦ୍ର ତିୱାରୀ ଜୀ, ସତୀଶ ଦ୍ୱିବେଦୀ ଜୀ, ଜୟ ପ୍ରକାଶ ନିଷାଦ ଜୀ, ରାମ ଚୌହାନ ଜୀ, ଆନନ୍ଦ ସ୍ୱରୂପ ଶୁକ୍ଳା ଜୀ, ସଂସଦରେ ମୋର ସାଥୀଗଣ, ଉତର ପ୍ରଦେଶ ବିଧାନସଭା ଏବଂ ବିଧାନ ପରିଷଦର ସଦସ୍ୟଗଣ, ଏବଂ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ କରିବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ଯେତେବେଳେ ମୁଁ ମଂଚ ଉପରେ ପହଂଚିଲି ତ ମୁଁ ଭାବିଲି ଯେ ଏହା ସାଧାରଣ ଭିଡ ଅଟେ । ଏଠି ଆଖି ବି ପାଉ ନାହିଁ । କିନ୍ତୁ ଯେତେବେଳେ ସେପଟକୁ ଦେଖିଲି ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ଏତେ ସଂଖ୍ୟାରେ ଲୋକ ଏବଂ ମୁଁ ଭାବୁଛି ଯେ ସେମାନଙ୍କୁ ଦେଖା ମଧ୍ୟ ଯାଉନଥିବ, ଶୁଣା ମଧ୍ୟ ଯାଉନଥିବ । ଏତେ ଦୂର ଦୂର ପର୍ଯ୍ୟନ୍ତ ଲୋକମାନେ ପତାକା ଉଡାଉଛନ୍ତି । ଏହା ଆପଣମାନଙ୍କର ସ୍ନେହ, ଆପଣମାନଙ୍କର ଆଶୀର୍ବାଦ, ଯାହା ଆମକୁ ଆପଣମାନଙ୍କ ପାଇଁ ଦିନ ରାତି କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥାଏ, ଶକ୍ତି ଦେଇଥାଏ, ବଳ ଦେଇଥାଏ । ୫ ବର୍ଷ ପୂର୍ବେ ମୁଁ ସାର କାରଖାନା ଏବଂ ଏମ୍‌ସର ଶିଳାନ୍ୟାସ କରିବା ପାଇଁ ଏଠାକୁ ଆସିଥିଲି । ଆଜି ଏକ ସଙ୍ଗେ ଏହି ଦୁଇଟି ପ୍ରକଳ୍ପର ଲୋକାର୍ପଣ କରିବାର ସୌଭାଗ୍ୟ ମଧ୍ୟ ଆପଣମାନେ ମତେ ହିଁ ଦେଇଛନ୍ତି । ଆଇସିଏମଆରର ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ରକୁ ମଧ୍ୟ ଆଜି ନିଜର ନୂତନ କୋଠା ମିଳିଛି । ମୁଁ ଉତର ପ୍ରଦେଶର ଲୋକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଗୋରଖପୁରରେ ସାର କାରଖାନା ଆରମ୍ଭ ହେବା, ଗୋରଖପୁରରେ ଏମ୍ସର ଆରମ୍ଭ ହେବା ଅନେକ ବାର୍ତା ଦେଉଛି । ଯେତେବେଳେ ଡବଲ ଇଞ୍ଜିନର ସରକାର ହୋଇଥାଏ, ସେତେବେଳେ ଦୁଇଗୁଣା ଅଧିକ ଦୃତ ବେଗରେ କାର୍ଯ୍ୟ ହୋଇଥାଏ । ଯେତେବେଳେ ସଚ୍ଚୋଟ ମନୋଭାବ ସହ କାର୍ଯ୍ୟ ସମ୍ପାଦିତ ହୋଇଥାଏ, ସେତେବେଳେ ବିପତି ମଧ୍ୟ ପ୍ରତିବନ୍ଧକ ସାଜିପାରେ ନାହିଁ । ଯେତେବେଳେ ଗରିବ ଶୋଷିତ ବଂଚିତ ମାନଙ୍କ ସକାଶେ ଚିନ୍ତା କରୁଥିବା ସରକାର କ୍ଷମତାରେ ଥାଏ, ସେତେବେଳେ ସିଏ ପରିଶ୍ରମ ମଧ୍ୟ କରିଥାଏ, ପରିଣାମ ମଧ୍ୟ ହାସଲ କରି ଦେଖାଇଥାଏ । ଗୋରଖପୁରରେ ଆଜି ହେଉଥିବା ଆୟୋଜନ, ଏହି କଥାର ମଧ୍ୟ ପ୍ରମାଣ ଯେ ନବ ଭାରତ ଯେତେବେଳେ କିଛି ନିଷ୍ପତି ନେଇଥାଏ, ସେତେବେଳେ ତା ପାଇଁ କିଛି ବି ଅସମ୍ଭବ ନୁହେଁ ।

ବନ୍ଧୁଗଣ,

୨୦୧୪ରେ ଯେତେବେଳେ ଆପଣମାନେ ମତେ ସେବା କରିବାର ସୁଯୋଗ ଦେଇଥିଲେ, ସେତେବେଳେ ଦେଶରେ ସାର କ୍ଷେତ୍ର ଖୁବ ଖରାପ ସ୍ଥିତିରେ ଥିଲା । ଦେଶର ଅନେକ ବଡ ବଡ ସାର କାରଖାନା ବର୍ଷ ବର୍ଷ ଧରି ବନ୍ଦ ହୋଇ ରହିଥିଲା, ଏବଂ ବିଦେଶରୁ ଆମଦାନୀ ଲଗାତାର ଭାବେ ବଢି ଚାଲିଥିଲା । ଏକ ପ୍ରମୁଖ ସମସ୍ୟା ଏହା ମଧ୍ୟ ଥିଲା ଯେ, ଯେଉଁ ସାର ଉପଲବ୍ଧ ଥିଲା, ସେସବୁକୁ କୃଷି ବ୍ୟତୀତ ଅନ୍ୟ କାମ ପାଇଁ ଗୋପନ ରୂପରେ ବ୍ୟବହାର କରାଯାଉଥିଲା । ଏଥିପାଇଁ ସମଗ୍ର ଦେଶରେ ସେତେବେଳେ ୟୁରିଆର ଅଭାବ ମୁଖ୍ୟ ଖବର ଭାବରେ ରହୁଥିଲା, ସାର ପାଇଁ କୃଷକମାନଙ୍କୁ  ଗୁଳି ଓ ଲାଠି ମାଡ ଆଦି ସହିବାକୁ ପଡୁଥିଲା । ଏଭଳି ପରିସ୍ଥିତିରୁ ଦେଶକୁ ମୁକୁଳାଇବା ପାଇଁ ଆମେ ଏକ ନୂତନ ସଙ୍କଳ୍ପ ସହ ଅଗ୍ରସର ହେଲୁ । ଆମେ ତିନିଟି ସୂତ୍ର ଉପରେ ଏକ ସଙ୍ଗେ କାମ କରିବା ଆରମ୍ଭ କଲୁ । ପ୍ରଥମରେ ଆମେ ୟୁରିଆର ଅପବ୍ୟବହାର ବନ୍ଦ କଲୁ, ୟୁରିଆକୁ ଶହେ ପ୍ରତିଶତ ନିମ୍ବ ପ୍ରଲେପ ଦେଲୁ । ଦ୍ୱିତୀୟରେ ଆମେ କୋଟି କୋଟି କୃଷକଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ଦେଲୁ, ଯାହାଦ୍ୱାରା ସେମାନେ ଜାଣିପାରିବେ ଯେ ସେମାନଙ୍କ କ୍ଷେତକୁ କେଉଁ ପ୍ରକାରର ସାରର ଆବଶ୍ୟକତା ରହିଛି । ଏବଂ ତୃତୀୟରେ ଆମେ ୟୁରିଆର ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଲୁ । ବନ୍ଦ ହୋଇ ପଡି ରହିଥିବା ସାର କାରଖାନାଗୁଡିକୁ ପୁଣି ଥରେ ଖୋଲିବା ପାଇଁ ଆମେ ପ୍ରଚେଷ୍ଟା କଲୁ । ଏହି ଅଭିଯାନ ଅଧିନରେ ଆଜି ଗୋରଖପୁରର ଏହି ସାର କାରଖାନା ସମେତ ଦେଶର ଆଉ ୪ଟି ବଡ ସାର କାରଖାନାକୁ ଆମେ ଚିହ୍ନଟ କଲୁ । ଆଜି ଗୋଟିଏର ଶୁଭାରମ୍ଭ ହୋଇଯାଇଛି, ବାକିଗୁଡିକ ମଧ୍ୟ ଆଗାମୀ ବର୍ଷରେ ଆରମ୍ଭ ହୋଇଯିବ ।

ବନ୍ଧୁ ଗଣ,

ଗୋରଖପୁର ସାର କାରଖାନାକୁ ଆରମ୍ଭ କରାଇବା ପାଇଁ ଆଉ ଏକ ଭଗୀରଥ କାର୍ଯ୍ୟ କରାଯାଇଛି । ଯେଉଁଭଳି ଭାବରେ ଭଗୀରଥ ଜୀ ଗଙ୍ଗାକୁ ଆଣି ଆସିଥିଲେ, ସେହିପରି ଏହି ସାର କାରଖାନା ପର୍ଯ୍ୟନ୍ତ ଇନ୍ଧନ ପହଂଚାଇବା ପାଇଁ ଉର୍ଜା ଗଙ୍ଗାକୁ ଅଣାଯାଇଛି । ପିଏମ୍ ଉର୍ଜା ଗଙ୍ଗା ଗ୍ୟାସ ପାଇପଲାଇନ୍ ପ୍ରକଳ୍ପ ଅଧିନରେ ହଳଦିଆରୁ ଜଗଦୀଶପୁର ପର୍ଯ୍ୟନ୍ତ ପାଇପ ଲାଇନ୍ ବିଛାଯାଇଛି । ଏହି ପାଇପଲାଇନ୍ ଯୋଗୁଁ ହିଁ ଗୋରଖପୁର ସାର କାରଖାନା କେବଳ ଯେ ଆରମ୍ଭ ହୋଇନାହିଁ, ବରଂ ପୂର୍ବ ଭାରତର ଅନେକ ଜିଲ୍ଲାକୁ ପାଇପ ଯୋଗେ ଶସ୍ତା ଗ୍ୟାସ ମଧ୍ୟ ମିଳିବା ଆରମ୍ଭ ହୋଇଛି ।

ଭାଇ ଓ ଭଉଣୀମାନେ,

ସାର କାରଖାନାର ଶିଳାନ୍ୟାସ ସମୟରେ ମୁଁ କହିଥିଲି ଯେ ଏହି କାରଖାନା ହେତୁ ଗୋରଖପୁର ଏହି ସମଗ୍ର ଅଂଚଳରେ ବିକାଶର ଅଗ୍ରଣୀ ଭାବେ ଉଭା ହେବ । ଆଜି ମୁଁ ଏହା ବାସ୍ତବ ରୂପ ନେଉଥିବାର ଦେଖୁଛି । ଏହି ସାର କାରଖାନା ରାଜ୍ୟର ଅନେକ କୃଷକଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ତ ଦେବ, ଏହାଦ୍ୱାରା ପୂର୍ବାଂଚଳରେ ରୋଜଗାର ଏବଂ ସ୍ୱରୋଜଗାରର ହଜାର ହଜାର ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେବ । ଏବେ ଏଠାରେ ଆର୍ଥିକ ବିକାଶର ଏକ ନୂତନ ସମ୍ଭାବନା ପୁଣି ଥିରେ ସୃଷ୍ଟି ହେବ, ଅନେକ ନୂଆ ନୂଆ ବ୍ୟବସାୟ ଆରମ୍ଭ ହେବ । ସାର କାରଖାନା ସହ ଜଡିତ ଆନୁଷଙ୍ଗିକ ଉଦ୍ୟୋଗଗୁଡିକ ସହିତ ହିଁ ପରିବହନ ଏବଂ ସେବା କ୍ଷେତ୍ରକୁ ମଧ୍ୟ ଏଥିରୁ ପ୍ରୋତ୍ସାହନ ମିଳିବ ।

ବନ୍ଧୁଗଣ,

ୟୁରିଆ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ଗୋରଖପୁର ସାର କାରଖାନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ୫ଟି ସାର କାରଖାନା ଆରମ୍ଭ ହେବା ପରେ ଦେଶକୁ ୬୦ ଲକ୍ଷ ଟନ୍ ଅତିରିକ୍ତ ୟୁରିଆ ମିଳିବ । ଅର୍ଥାତ୍ ଭାରତକୁ ହଜାର ହଜାର କୋଟି ଟଙ୍କା ବିଦେଶକୁ ପଠାଇବାକୁ ପଡିବ ନାହିଁ, ଭାରତର ଅର୍ଥ ଭାରତରେ ହିଁ ବିନିଯୋଗ ହେବ ।

ବନ୍ଧୁଗଣ,

ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କାହିଁକି ଆବଶ୍ୟକ ଏହା ଆମେ କରୋନାର ଏହି ସଙ୍କଟ ସମୟରେ ମଧ୍ୟ ଦେଖିଛୁ । କରୋନା ଯୋଗୁଁ ବିଶ୍ୱବ୍ୟାପୀ ଲକ୍ ଡାଇନ୍ ଲାଗୁ ହେଲା, ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ଆସିବା ବନ୍ଦ ହୋଇଗଲା, ଯୋଗାଣ ଶୃଙ୍ଖଳ ଭାଙ୍ଗି ଗଲା । ଏହାଦ୍ୱାରା ଆନ୍ତର୍ଜାତିକ ସ୍ତରରେ ସାରର ମୂଲ୍ୟରେ ବେଶ ବୃଦ୍ଧି ଘଟିଲା । କିନ୍ତୁ କୃଷକମାନଙ୍କ ପାଇଁ ସମର୍ପିତ ଏବଂ ସମ୍ବେଦନଶୀଳ ଆମ ସରକାର ଏହା ସୁନିଶ୍ଚିତ କଲେ ଯେ ବିଶ୍ୱରେ ସାରର ମୂଲ୍ୟ ବଢି ଯାଇଥାଉ, ଯେତେ ଅଧିକ ବଢିଯାଉ ପଛେ ସେହି ବୋଝ ଆମେ କୃଷକମାନଙ୍କ ଉପରେ ପଡିବାକୁ ଦେବାନାହିଁ । କୃଷକମାନଙ୍କୁ ଖୁବ କମ୍ ଅସୁବିଧା ହେଉ । ଆମେ ଏହାର ଦାୟିତ୍ୱ ନେଇଛୁ । ଭାଇ ଓ ଭଉଣୀମାନେ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ, ଚଳିତ ବର୍ଷ ବିଶ୍ୱ୍ୟବ୍ୟାପୀ ଏନ.ପି.କେ. ସାରର ମୂଲ୍ୟ ବୃଦ୍ଧି ଯୋଗୁଁ ଆମକୁ କୃଷକମାନଙ୍କ ପାଇଁ ୪୩ ହଜାର କୋଟି ଟଙ୍କାରୁ ଅଧିକ ସବସିଡି ବୃଦ୍ଧି କରିବାକୁ ପଡିଲା, ଏବଂ ଆମେ ଏହା କଲୁ । ୟୁରିଆ ପାଇଁ ମଧ୍ୟ ସବସିଡିରେ ଆମ ସରକାର ୩୩ ହଜାର କୋଟି ଟଙ୍କା ବୃଦ୍ଧି କଲେ । କାରଣ ବିଶ୍ୱରେ ମୂଲ୍ୟ ବୃଦ୍ଧି ପାଇଲେ ମଧ୍ୟ ଏହାର ବୋଝ ଆମ କୃଷକମାନଙ୍କ ଉପରେ ନ ପଡୁ । ଆନ୍ତର୍ଜାତିକ ବଜାରରେ  ୟୁରିଆ କିଲୋ ପ୍ରତି ୬୦-୬୫ ଟଙ୍କାରେ ବିକ୍ରୀ ହେଉଥିବାବେଳେ ଭାରତରେ କୃଷକମାନଙ୍କୁ ୟୁରିଆ ୧୦ ରୁ ୧୨ ଗୁଣା ଶସ୍ତା ମୂଲ୍ୟରେ ଯୋଗାଇ ଦେବା ପାଇଁ ପ୍ରୟାସ କରାଯାଉଛି ।

ଭାଇ ଓ ଭଉଣୀମାନେ,

ଖାଇବା ତେଲ ଆମଦାନୀ ପାଇଁ ଆଜି ମଧ୍ୟ ଭାରତ, ପ୍ରତି ବର୍ଷ ହଜାର ହଜାର କୋଟି  ଟଙ୍କା ବିଦେଶକୁ ପଠାଉଛି । ଏହି ପରିସ୍ଥିତିକୁ ପରିବର୍ତନ କରିବା ସକାଶେ, ଦେଶରେ ହିଁ ପର୍ଯ୍ୟାପ୍ତ ପରିମାଣର ଖାଇବା ତେଲ ଉତ୍ପାଦନ କରିବା ପାଇଁ ରାଷ୍ଟ୍ରୀୟ ମିଶନ୍ ଆରମ୍ଭ କରାଯାଇଛି । ପେଟ୍ରୋଲ ଓ ଡିଜେଲ ପାଇଁ ଅଶୋଧିତ ତୈଳ ଉପରେ ମଧ୍ୟ ଭାରତ ପ୍ରତି ବର୍ଷ ୫-୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି । ଇଥାନଲ ଏବଂ ଜୈବ ଇନ୍ଧନ ଉପରେ ଗୁରୁତ୍ୱ ଦେଇ ଆମେ ଏହି ଆମଦାନୀ ମଧ୍ୟ ହ୍ରାସ କରିବା କାର୍ଯ୍ୟରେ ଲାଗିପଡିଛୁ । ପୂର୍ବାଂଚଳର ଏହି କ୍ଷେତ୍ର ତ ଆଖୁ ଚାଷୀଙ୍କ ଗଡ ଅଟେ । ଇଥାନଲ, ଆଖୁ ଚାଷୀଙ୍କ ପାଇଁ ଚିନିର ଅତିରିକ୍ତ ଆୟ ସକାଶେ ଏକ ଉତମ ସାଧନ ହେବାରେ ଲାଗିଛି । ଉତର ପ୍ରଦେଶରେ ହିଁ ଜୈବ ଇନ୍ଧନ ପ୍ରସ୍ତୁତ କରିବା ପାଇଁ ଅନେକ କାରଖାନାରେ କାମ ଚାଲିଛି । ଆମ ସରକାର ଆସିବା ପୂର୍ବରୁ ଉତର ପ୍ରଦେଶରେ କେବଳ ୨୦ କୋଟି ଲିଟର ଇଥାନଲ, ତେଲ କମ୍ପାନୀଗୁଡିକୁ ପଠାଯାଉଥିଲା । ଆଜି କେବଳ ଉତର ପ୍ରଦେଶର କୃଷକମାନେ ଭାରତର ତେଲ କମ୍ପାନୀଗୁଡିକୁ ପ୍ରାୟ ୧୦୦ କୋଟି ଲିଟର ଇଥାନଲ ପଠାଉଛନ୍ତି । ପୂର୍ବରୁ ଉପସାଗରୀୟ ଦେଶଗୁଡିକରୁ ତେଲ ଆସୁଥିଲା । ଏବେ ଆଖୁ କିଆରିର ତେଲ ମଧ୍ୟ ଆସିବାରେ ଲାଗିଛି । ମୁଁ ଆଜି ଯୋଗୀ ସରକାରଙ୍କର ଏହି କଥା ପାଇଁ ପ୍ରଶଂସା କରିବି ଯେ ସେ ଆଖୁ ଚାଷୀମାନଙ୍କ ପାଇଁ ବିଗତ ବର୍ଷ ଗୁଡିକରେ ଅଭୂତପୂର୍ବ କାର୍ଯ୍ୟ କରିଛନ୍ତି । ଆଖୁ ଚାଷୀମାନଙ୍କ ପାଇଁ ସହକାରୀ ମୂଲ୍ୟ ନିକଟରେ ୩୫୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବର ଦୁଇଟିଯାକ ସରକାର ୧୦ ବର୍ଷରେ ଆଖୁ ଚାଷୀମାନଙ୍କୁ ଯେତିକି କ୍ଷତିପୂରଣ ଦେଇଥିଲେ, ପ୍ରାୟ ସେତିକି ଅର୍ଥ ଯୋଗୀ ସରକାର ତାଙ୍କ ସାଢେ ୪ ବର୍ଷ ଶାସନକାଳ ମଧ୍ୟରେ ଆଖୁ ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି ।

ଭାଇ ଓ ଭଉଣୀମାନେ,

ସଠିକ୍ ବିକାଶ ହେଉଛି ତାହା, ଯାହାର ଲାଭ ସମସ୍ତଙ୍କ ନିକଟରେ ପହଂଚେ, ଯେଉଁ ବିକାଶ ସନ୍ତୁଳିତ ଅଟେ, ଯାହା ସମସ୍ତଙ୍କ ପାଇଁ ହିତଦାୟୀ ଅଟେ । ଏବଂ ଏ କଥା କେବଳ ସେହିମାନେ ବୁଝିପାରିବେ, ଯେଉଁମାନେ ସମ୍ବେଦନଶୀଳ ଅଟନ୍ତି, ଯେଉଁମାନେ ଗରିବମାନଙ୍କ ବିଷୟରେ ଚିନ୍ତା କରନ୍ତି । ଦୀର୍ଘ ସମୟ ଧରି ଗୋରଖପୁର ସମେତ ଏହି ବିଶାଳ କ୍ଷେତ୍ର କେବଳ ଗୋଟିଏ ମେଡିକାଲ କଲେଜର ଭରସାରେ ଚାଲୁଥିଲା । ଏଠାକାର ଗରିବ ଏବଂ ମଧ୍ୟବିତ ବର୍ଗର ପରିବାରଙ୍କୁ ଚିକିତ୍ସା ପାଇଁ ବନାରସ କିମ୍ବା ଲକ୍ଷ୍ନୌ ଯିବାକୁ ପଡୁଥିଲା । ୫ ବର୍ଷ ପୂର୍ବେ ଏହି ଅଂଚଳରେ ମସ୍ତିଷ୍କ ଜ୍ୱରର କ’ଣ ସ୍ଥିତି ଥିଲା, ଏହା ମୋଠାରୁ ଆପଣମାନେ ଅଧିକ ଜାଣନ୍ତି । ଏଠାରେ ମେଡିକାଲ କଲେଜରେ ମଧ୍ୟ ଯେଉଁ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଥିଲା, ତାର ନିଜସ୍ୱ କୋଠା ନ ଥିଲା ।

ଭାଇ ଓ ଭଉଣୀମାନେ,

ଆପଣମାନେ ଯେତେବେଳେ ମତେ ସେବା କରିବାର ସୁଯୋଗ ଦେଲେ, ତେବେ ଏଠାରେ ଏମ୍ସରେ ମଧ୍ୟ, ଆପଣମାନେ ଦେଖିଲେ ଏତେ ବଡ ଏମ୍ସ ସ୍ଥାପନ ହୋଇଗଲା । କେବଳ ଏତିକି ନୁହେଁ, ଗବେଷଣା କେନ୍ଦ୍ରର ନିଜସ୍ୱ କୋଠା ମଧ୍ୟ ପ୍ରସ୍ତୁତ ହୋଇଯାଇଛି । ଯେତେବେଳେ ମୁଁ ଏମ୍ସର ଶିଳାନ୍ୟାସ କରିବାକୁ ଆସିଥିଲି ସେତେବେଳେ ମଧ୍ୟ ମୁଁ କହିଥିଲି ଯେ ମସ୍ତିଷ୍କ ଜ୍ୱରକୁ ଏହି ଅଂଚଳରୁ ଦୂର କରିବା ପାଇଁ ଆମେ କଠିନ ପରିଶ୍ରମ କରିବୁ । ଯେଉଁସବୁ କାରଣରୁ ମସ୍ତିଷ୍କ ଜ୍ୱର ବ୍ୟାପୁଥିଲା ତା’ର କାରଣ ଦୂର କରିବା ଉପରେ ଏବଂ ଏହାର ଉପଚାର ଉପରେ ମଧ୍ୟ ଆମେ କାର୍ଯ୍ୟ କରିଛୁ । ଆଜି ସେହି ପରିଶ୍ରମ ସାର୍ଥକ ହୋଇଛି । ଆଜି ଗୋରଖପୁର ଏବଂ ବସ୍ତି ଉପଖଣ୍ଡର ୭ଟି ଜିଲ୍ଲାରେ ମସ୍ତିଷ୍କ ଜ୍ୱରର ମାମଲା ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇ ସାରିଛି । ଯେଉଁ ପିଲାମାନେ ଅସୁସ୍ଥ ମଧ୍ୟ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକ ପିଲାଙ୍କ ଜୀବନ ବଂଚାଇବାରେ ଆମକୁ ସଫଳତା ମିଳୁଛି । ଯୋଗୀ ସରକାର ଏହି କ୍ଷେତ୍ରରେ ଯେଉଁ କାର୍ଯ୍ୟ କରିଛନ୍ତି, ଏହାର ଚର୍ଚ୍ଚା ଏବେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ହେଉଛି । ଏମସ ଏବଂ ଆଇସିଏମଆର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ପରେ ଏବେ ଏନସେଫାଲାଇଟିସରୁ ମୁକ୍ତି ପାଇବାର ଅଭିଯାନ ଆହୁରି ମଜବୁତ ହେବ । ଏହାଦ୍ୱାରା ଅନ୍ୟ ସଂକ୍ରାମକ ରୋଗ ଓ ମହାମାରୀକୁ ରୋକିବାରେ ଉତର ପ୍ରଦେଶକୁ ଅନେକ ସହାୟତା ମିଳିବ ।

ଭାଇ ଓ ଭଉଣୀମାନେ,

କୌଣସି ଦେଶର ଅଗ୍ରଗତି ପାଇଁ, ଏହାର ସ୍ୱାସ୍ଥ୍ୟ ସେବା ଶସ୍ତା ହେବା, ସର୍ବ ସୁଲଭ ହେବା ଓ ସମସ୍ତଙ୍କ ପର୍ଯ୍ୟନ୍ତ ପହଂଚି ପାରିବା ଆବଶ୍ୟକ । ଅନ୍ୟଥା, ମୁଁ ମଧ୍ୟ ଚିକିତ୍ସା ପାଇଁ ଲୋକମାନଙ୍କୁ ଗୋଟିଏ ସହରରୁ ଅନ୍ୟ ସହର ପର୍ଯ୍ୟନ୍ତ ଚକ୍କର କାଟିବା, ନିଜ ଜମି ବନ୍ଧକ ରଖିବା, ଅନ୍ୟଠାରୁ ଟଙ୍କା ଉଧାର ନେବା, ଏଭଳି ବହୁତ କିଛି ଦେଖିଛି । ମୁଁ ଦେଶର ପ୍ରତ୍ୟେକ ଗରିବ, ଦଳିତ, ପିଡୀତ, ଶୋଷିତ, ବଂଚିତ, ସେ ଯେ କୌଣସି ବର୍ଗର ହୁଅନ୍ତୁ ନା କାହିିଁକି, ଯେ କୌଣସି ବି ଅଂଚଳରେ ରୁହନ୍ତୁ ନାଁ କାହିଁକି, ଏହି ସ୍ଥିତିରୁ ସେମାନଙ୍କୁ ବାହାର କରିବା ପାଇଁ ମନ ପ୍ରାଣ ଦେଇ ଲାଗିପଡିଛି । ଆମେ ପୂର୍ବରୁ ଭାବୁଥିଲେ ଯେ, ଏମ୍ସ ଭଳି ବଡ ବଡ ମେଡିକାଲ ସଂସ୍ଥା, କେବଳ ବଡ ବଡ ସହରଗୁଡିକ ପାଇଁ ଉଦ୍ଦିଷ୍ଟ । ଯେତେବେଳେ କି ଆମ ସରକାର, ଉତମରୁ ଅତି ଉତମ ଚିକିତ୍ସାକୁ, ବଡରୁ ବଡ ହସ୍ପିଟାଲକୁ ଦେଶର ଦୂର - ସୁଦୂର ଇଲାକା ପର୍ଯ୍ୟନ୍ତ ପହଂଚାଉଛନ୍ତି । ଆପଣମାନେ ଚିନ୍ତା କରନ୍ତୁ, ସ୍ୱାଧୀନତା ପରଠାରୁ ଚଳିତ ଶତାଦ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ, ଦେଶରେ କେବଳ ଗୋଟିଏ ଏମ୍ସ ଥିଲା, ଗୋଟିଏ । ଅଟଳ ଜୀ ନିଜ କାର୍ଯ୍ୟକାଳ ସମୟରେ ଆଉ ୬ଟି ଏମ୍ସ ପାଇଁ ମଞ୍ଜୁରି ଦେଇଥିଲେ । ଗତ ୭ ବର୍ଷରେ ୧୬ଟି ନୂତନ ଏମ୍ସ ପ୍ରତିଷ୍ଠା ପାଇଁ ସାରା ଦେଶରେ କାର୍ଯ୍ୟ ଚାଲିଛି । ଆମର ଲକ୍ଷ୍ୟ ହେଉଛି ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ମେଡିକାଲ କଲେଜ ନିଶ୍ଚିତ ପ୍ରତିଷ୍ଠା ହେଉ । ମୁଁ ଖୁସି ଯେ ଏଠାରେ ଉତର ପ୍ରଦେଶରେ ମଧ୍ୟ ଅନେକ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଏବଂ ଏବେ ଯୋଗୀ ଜୀ ସମ୍ପୁର୍ଣ୍ଣ ଭାବରେ ବର୍ଣ୍ଣନା କରୁଥିଲେ ଯେ, କେଉଁଠି ମେଡିକାଲ କଲେଜର କାମ କରାଯାଇଛି । ନିକଟରେ ଏକ ସଙ୍ଗେ ଉତର ପ୍ରଦେଶର ୯ଟି ମେଡିକାଲ କଲେଜର ଲୋକାର୍ପଣ କରିବାର ସୁଯୋଗ ମଧ୍ୟ ଆପଣମାନେ ମତେ ଦେଇଥିଲେ । ସ୍ୱାସ୍ଥ୍ୟକୁ ଦିଆଯାଉଥିବା ସର୍ବୋଚ୍ଚ ପ୍ରାଥମିକତାର ହିଁ ଏହା ପରିଣାମ ଯେ ଉତର ପ୍ରଦେଶ ପ୍ରାୟ ୧୭ କୋଟି ଡୋଜ୍ ଟିକା ପ୍ରଦାନର ନିକଟତର ହେଉଛି ।

ଭାଇ ଓ ଭଉଣୀମାନେ,

ଆମ ପାଇଁ ୧୩୦ କୋଟିରୁ ଅଧିକ ଦେଶବାସୀଙ୍କ ସ୍ୱାସ୍ଥ୍ୟ, ସୁବିଧା ଏବଂ ସମୃଦ୍ଧି ସର୍ବୋପରି ଅଟେ । ବିଶେଷକରି ଆମର ମା’ ଭଉଣୀ ଓ କନ୍ୟାମାନଙ୍କର ସୁବିଧା ଏବଂ ସ୍ୱାସ୍ଥ୍ୟ ଯାହା ଉପରେ ଖୁବ କମ୍ ଧ୍ୟାନ ଦିଆଯାଇଛି । ଗତ ବର୍ଷମାନଙ୍କରେ ପକ୍କା ଘର, ଶୌଚାଳୟ (ଯାହାକୁ ଆପଣମାନେ ଇଜ୍ଜତ ଘର କୁହନ୍ତି), ବିଜୁଳି, ଗ୍ୟାସ, ଜଳ, ପୋଷଣ, ଟିକାକରଣ, ଏଭଳି ଅନେକ ସୁବିଧା ଯାହା ଗରିବ ଭଉଣୀମାନଙ୍କୁ ମିଳିଛି, ସେସବୁର ପରିଣାମ ଏବେ ଦୃଶ୍ୟମାନ ହେଉଛି । ନିକଟରେ ଯେଉଁ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ କରାଯାଇଥିଲା, ତାହା ମଧ୍ୟ ଅନେକ ସକରାତ୍ମକ ସଙ୍କେତ ଦେଉଛି । ଦେଶରେ ପ୍ରଥମ ଥର ପାଇଁ ମହିଳାମାନଙ୍କ ସଂଖ୍ୟା ପୁରୁଷମାନଙ୍କଠାରୁ ଅଧିକ ହୋଇଛି । ଏଥିରେ ଉନ୍ନତ ସ୍ୱାସ୍ଥ୍ୟ ସୁବିଧାର ମଧ୍ୟ ଉଲ୍ଲେଖନୀୟ ଭୂମିକା ରହିିଛି । ଗତ ୫-୬ ବର୍ଷ ମଧ୍ୟରେ ଜମି ଓ ଘର ଉପରେ ମହିଳାମାନଙ୍କର ଅଧିକାର ବୃଦ୍ଧି ପାଇଛି । ଏବଂ ଉତର ପ୍ରଦେଶ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ହୋଇପାରିଛି । ଏହିଭଳି ବ୍ୟାଙ୍କ ଖାତା ଏବଂ ମୋବାଇଲ ଫୋନର ବ୍ୟବହାରରେ ମଧ୍ୟ ମହିଳାମାନଙ୍କ ସଂଖ୍ୟା ଅଭୂତପୂର୍ବ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।

ବନ୍ଧୁଗଣ,

ଆଜି ଆପଣମାନଙ୍କ ସହ କଥା ହେବାବେଳେ ମତେ ପୂର୍ବର ସରକାରଗୁଡିକର ଦୋହରା ମାନଦଣ୍ଡ, ଜନସାଧାରଣଙ୍କ ପ୍ରତି ସେମାନଙ୍କର ସମ୍ବେଦନହୀନତା ମଧ୍ୟ ବାରମ୍ବାର ମନେ ପଡି ଯାଉଛି । ମୁଁ ଏ ବିଷୟରେ ଆପଣମାନଙ୍କୁ କହିବାକୁ ଚାହୁଁଛି । ସମସ୍ତେ ଜାଣିଥିଲେ ଯେ ଗୋରଖପୁରର ସାର କାରଖାନା, ଏହି ସମଗ୍ର ଅଂଚଳର କୃଷକମାନଙ୍କ ପାଇଁ, ଏଠାରେ ରୋଜଗାର ପାଇଁ କେତେ ଜରୁରି ଥିଲା । କିନ୍ତୁ ପୂର୍ବର ସରକାରଗୁଡି ଏହାକୁ ଆରମ୍ଭ କରିବା ପାଇଁ କୌଣସି ଆଗ୍ରହ ଦେଖାଇ ନଥିଲେ । ସମସ୍ତେ ଜାଣିଥିଲେ ଯେ ଗୋରଖପୁରରେ ଏମ୍ସ ପାଇଁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲା । କିନ୍ତୁ ୨୦୧୭ ପୂର୍ବରୁ ଯେଉଁମାନେ ସରକାର ଚଳାଉଥିଲେ, ସେମାନେ ଏମ୍ସ ପାଇଁ ଜମି ଦେବାକୁ ନେଇ ବିଭିନ୍ନ ପ୍ରକାରର ବାହାନା ଦେଖାଉଥିଲେ । ମୋର ମନେ ଅଛି, ଯେତେବେଳେ କଥା ଏପଟ ନହେଲେ ସେପଟ ସ୍ଥିତିକୁ ଆସିଗଲା ସେତେବେଳେ ବହୁତ ବାଧ୍ୟବାଧକତା ସହିତ, ବହୁତ ଅନିଚ୍ଛା ସହିତ ପୂର୍ବର ସରକାରଙ୍କ ଦ୍ୱାରା ଗୋରଖପୁର ଏମ୍ସ ପାଇଁ ଜମି ଆବଂଟନ କରାଯାଇଥିଲା ।

ବନ୍ଧୁଗଣ,

ଆଜିର ଏହି କାର୍ଯ୍ୟକ୍ରମ, ସେହି ଲୋକମାନଙ୍କୁ ମଧ୍ୟ କଡା ଜବାବ ଦେଉଛି, ଯେଉଁମାନଙ୍କର ସମୟକୁ ନେଇ ପ୍ରଶ୍ନ ଉଠାଇବାର ଖୁବ୍ ସଉକ ରହିଛି । ଯେତେବେଳେ ଏଭଳି ପ୍ରକଳ୍ପ ସମ୍ପୁର୍ଣ୍ଣ ହୁଏ, ତ ସେଗୁଡିକ ପଛରେ ବର୍ଷ ବର୍ଷର ପରିଶ୍ରମ ରହିଥାଏ, ଦିନରାତିର କଠିନ ପରିଶ୍ରମ ଥାଏ । ଏହି ଲୋକମାନେ ଏକଥା କେବେ ମଧ୍ୟ ବୁଝିବେ ନାହିଁ ଯେ କରୋନାର ଏହି କଠିନ କାଳଖଣ୍ଡରେ ମଧ୍ୟ ଡବଲ ଇଞ୍ଜିନର ସରକାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ଚାଲିଥିଲା, ଏହା କାମ ବନ୍ଦ ହେବାକୁ ଦେଇନଥିଲା ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଲୋହିଆ ଜୀ, ଜୟ ପ୍ରକାଶ ନାରାୟଣ ଜୀଙ୍କ ଆଦର୍ଶକୁ, ଏହି ମହାପୁରୁଷମାନଙ୍କ ଅନୁଶାସନକୁ ଏହି ଲୋକମାନେ କେବେଠାରୁ ଛାଡି ସାରିଛନ୍ତି । ଆଜି ସମଗ୍ର ଉତର ପ୍ରଦେଶ ଭଲ ଭାବରେ ଜାଣିଛି ଯେ ନାଲି ଟୋପିବାଲାମାନଙ୍କୁ ନାଲି ବତୀ ସହ ସମ୍ପର୍କ ରହିଛି, ସେମାନଙ୍କୁ ଆପଣଙ୍କ ଦୁଃଖ ଦୁର୍ଦ୍ଦଶା ସହ କୌଣସି ଯାଏ ଆସ ନାହିଁ । ଏହି ନାଲି ଟୋପି ବାଲାମାନଙ୍କୁ ଗାଦି ଦରକାର, ଦୁର୍ନୀତି କରିବା ପାଇଁ, ନିଜର ତହବିଲ ଭରିବା ପାଇଁ, ଅବୈଧ କବଜା କରିବା ପାଇଁ, ମାଫିଆମାନଙ୍କୁ ଖୋଲାରେ ଛାଡି ଦେବା ପାଇଁ । ନାଲି ଟୋପି ବାଲା ମାନଙ୍କୁ ସରକାର ଗଢିବାର ଅଛି, ଆତଙ୍କବାଦୀମାନଙ୍କ ଉପରେ ଦୟା ଦେଖାଇବା ପାଇଁ, ଆତଙ୍କବାଦୀମାନଙ୍କୁ ଜେଲରୁ ବାହାର କରିବା ପାଇଁ । ଏବଂ ଏଥିପାଇଁ, ମନେ ରଖନ୍ତୁ, ନାଲି ଟୋପିବାଲାମାନେ ଉତର ପ୍ରଦେଶ ପାଇଁ ରେଡ ଆଲର୍ଟ । ଅର୍ଥାତ୍ ବିପଦର ଘଂଟି ।

ବନ୍ଧୁଗଣ,

ଉତର ପ୍ରଦେଶର ଆଖୁ ଚାଷୀ ଭୁଲି ପାରିବେ ନାହିଁ ଯେ ଯୋଗୀ ଜୀଙ୍କ ପୂର୍ବରୁ ଯେଉଁ ସରକାର ଥିଲେ ସେମାନେ କିପରି ଆଖୁ ଚାଷୀଙ୍କୁ ଆର୍ଥିକ କ୍ଷତିପୂରଣ ପ୍ରଦାନରେ କେତେଯେ ଯାତନା ଦେଇଥିଲେ । କିସ୍ତିରେ ଯେଉଁ ପ୍ରାପ୍ୟ ମିଳୁଥିଲା ସେଥିରେ ମଧ୍ୟ ମାସ ମାସର ବ୍ୟବଧାନ ରହୁଥିଲା । ଉତର ପ୍ରଦେଶରେ ଚିନି କଳକୁ ନେଇ କି କି ପ୍ରକାରର ଖେଳ ହେଉଥିଲା, କି କି ଦୁର୍ନୀତି କରାଯାଉଥିଲା ତା ସହିତ ପୂର୍ବାଂଚଳ ଏବଂ ସମଗ୍ର ଉତର ପ୍ରଦେଶର ଲୋକମାନେ ଭଲ ଭାବରେ ପରିଚିତ ଅଟନ୍ତି ।

ବନ୍ଧୁଗଣ,

ଆମ ଡବଲ ଇଞ୍ଜିନର ସରକାର, ଆପଣମାନଙ୍କ ସେବା କରିବାରେ ଲାଗିପଡିଛନ୍ତି । ଆପଣମାନଙ୍କ ଜୀବନକୁ ସହଜ କରିବାରେ ଲାଗି ପଡିଛନ୍ତି । ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ଉତରାଧିକାର ସୂତ୍ରରେ ଯେଉଁସବୁ ସମସ୍ୟା ହସ୍ତଗତ ହୋଇଛି, ମୁଁ ଚାହୁଁନାହିଁ ଯେ ଆପଣମାନଙ୍କର ଏହି ସମସ୍ୟାଗୁଡିକ ଉତରାଧିକାର ରୂପରେ ଆପଣମାନଙ୍କ ସନ୍ତାନକୁ ପ୍ରଦାନ କରିବାର ପରିସ୍ଥିତି ଆସୁ । ଆମେ ଏହି ପରିବର୍ତନ ଆଣିବାକୁ ଚାହୁଁଛୁ । ପୂର୍ବର ସରକାରଗୁଡିକଙ୍କର ସେହିସବୁ ସମୟ ମଧ୍ୟ ଦେଶ ଦେଖିଛି, ଯେତେବେଳେ ଖାଦ୍ୟ ଶସ୍ୟ ମହଜୁଦ ଥାଇ ମଧ୍ୟ ଗରିବଙ୍କୁ ମିଳିପାରି ନଥିଲା । ଆଜି ଆମ ସରକାର ସରକାରୀ ଗୋଦାମଗୁଡିକୁ ଗରିବମାନଙ୍କ ପାଇଁ ଉନ୍ମୁକ୍ତ କରିଦେଇଛନ୍ତି । ଏବଂ ଯୋଗି ଜୀ ସମ୍ପୁର୍ଣ୍ଣ ସାମର୍ଥ୍ୟ ସହିତ ସବୁ ଘରକୁ ଅନ୍ନ ପହଂଚାଇବାରେ ଲାଗି ପଡିଛନ୍ତି । ଏହାର ସୁଫଳ ଉତର ପ୍ରଦେଶର ପ୍ରାୟ ୧୫ କୋଟି ଲୋକଙ୍କୁ ମିଳୁଛି । ନିକଟରେ ହିଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ହୋଲି ପର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି ।

ବନ୍ଧୁଗଣ,

ପୂର୍ବରୁ ବିଦ୍ୟୁତ ଯୋଗାଣ ମାମଲାରେ ଉତର ପ୍ରଦେଶର କିଛି ଜିଲ୍ଲା ଭିଆଇପି ଥିଲା, ଭିଆଇପି । ଯୋଗି ଜୀ ଉତର ପ୍ରଦେଶର ପ୍ରତ୍ୟେକ ଜିଲ୍ଲାକୁ ଆଜି ଭିଆଇପି ଭାବେ ପ୍ରସ୍ତୁତ କରି ବିଦ୍ୟୁତ ଶକ୍ତି ପହଂଚାଇବାର କାର୍ଯ୍ୟ କରିଛନ୍ତି । ଆଜି ଯୋଗୀ ଜୀଙ୍କ ସରକାରରେ ପ୍ରତି ଗାଁକୁ ନିରନ୍ତର ଏବଂ ଭରପୁର ବିଜୁଳି ଶକ୍ତି ମିଳିପାରୁଛି । ପୂର୍ବର ସରକାରଗୁଡିକ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଉତର ପ୍ରଦେଶର ନାଁକୁ ବଦନାମ କରିଦେଇଥିଲେ । ଆଜି ମାଫିଆ ଜେଲରେ ଅଛନ୍ତି ଏବଂ ନିବେଶକମାନେ ଉତରପ୍ରଦେଶରେ ଖୋଲା ମନରେ ପୁଞ୍ଜିନିବେଶ କରୁଛନ୍ତି । ଏହା ହିଁ ଡବଲ ଇଞ୍ଜିନର ଡବଲ ବିକାଶ ଅଟେ । ଏଥିପାଇଁ ଡବଲ ଇଞ୍ଜିନର ସରକାର ଉପରେ ଉତର ପ୍ରଦେଶର ବିଶ୍ୱାସ ରହିଛି । ଆପଣମାନଙ୍କ ଏହି ଆଶୀର୍ବାଦ ଆମକୁ ମିଳି ଚାଲିବ ଏହି ଅପେକ୍ଷା ସହିତ ପୁଣି ଥରେ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୋ ସହିତ ଉଚ୍ଚ ସ୍ୱରରେ କୁହନ୍ତୁ, ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ! ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"