“ଆମ୍ମା ହେଉଛନ୍ତି ପ୍ରେମ, ଦୟା, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ’ ସେ ଭାରତର ଆଧ୍ୟାତ୍ମିକ ପରମ୍ପରାର ବାହକ”
“ଭାରତ ଏହିଭଳି ଦେଶ ଯେଉଁଠି ଉପଚାର ହେଉଛି ସେବା, ସୁଧାର ହେଉଛି ବଦାନ୍ୟତା, ଏଠାରେ ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକତା ପରସ୍ପର ଭାବେ ଜଡିତ”
“ଶିକ୍ଷା ଓ ଔଷଧ ଆମର ଧାର୍ମିକ ଓ ସାମାଜିକ ପ୍ରତିଷ୍ଠାନ ଦ୍ୱାରା ସରକାରୀ ଘରୋଇ ଭାଗିଦାରିତା କୁହାଯାଉଥିଲେ ମଧ୍ୟ ମୁଁ ଏହାକୁ ‘ପରସ୍ପର ପ୍ରୟାସ’ ଭାବେ ବିବେଚନା କରେ”
“ଭାରତ ଟିକା ନେଇ ଅନ୍ୟ ଦେଶ ଭଳି କୌଣସି ବିଦ୍ୱେଷର ସାମନା କରି ନାହିଁ, କାରଣ ଏ ବାର୍ତ୍ତା ଆଧ୍ୟାତ୍ମିକ ନେତାଙ୍କର ଥିଲା”
“ଆମେ ଯେତେବେଳେ ଦାସତ୍ୱର ମାନସିକତା ପରିହାର କରିବା ଆମ କାର୍ଯ୍ୟର ଗତିପଥ ମଧ୍ୟ ବଦଳିଯିବ”

ଅମୃତା ହସ୍ପିଟାଲ ରୂପରେ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବା ମାଆ ଅମୃତାନନ୍ଦମୟୀ  ମହାଶୟାଙ୍କୁ ମୁଁ ପ୍ରଣାମ କରୁଛି । ସ୍ୱାମୀ ଅମୃତାସ୍ୱରୂପାନନ୍ଦ ପୁରୀ ମହୋଦୟ, ହରିୟାଣାର ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତାତ୍ରେୟ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ କୃଷ୍ଣପାଲ ମହାଶୟ, ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌତାଲା ମହାଶୟ, ଅନ୍ୟ  ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,

ଏବେ କିଛି ସମୟ ପୂର୍ବରୁ ହିଁ ଦେଶ ଏକ ନୂତନ ଉର୍ଜ୍ଜାର​‌ ସହିତ ଆଜାଦୀର ଅମୃତକାଳରେ ପ୍ରବେଶ କରିଛି । ଆମର ଏହି ଅମୃତକାଳରେ ଦେଶର ସାମୁହିକ ପ୍ରୟାସ ପ୍ରତିଷ୍ଠିତ ହେଉଛି, ଦେଶର ସାମୁହିକ ବିଚାର ଜାଗ୍ରତ ହେଉଛି । ମୁଁ ଖୁସି ଯେ ଅମୃତକାଳର ଏହି ପ୍ରଥମ ଲଗ୍ନରେ ମାଆ ଅମୃତାନନ୍ଦମୟୀଙ୍କ ଆଶୀର୍ବାଦର ଅମୃତ ମଧ୍ୟ ଦେଶକୁ ମିଳୁଛି । ଅମୃତା ହସ୍ପିଟାଲ ଭାପେ ଫରିଦାବାଦରେ ଆରୋଗ୍ୟର ଏତେ ବଡ଼ ସଂସ୍ଥାନ ପ୍ରତିଷ୍ଠିତ ହେଉଛି । ଏହି ହସ୍ପିଟାଲ ଭବନ ହିସାବରେ, ଟେକ୍ନୋଲୋଜି ଦ୍ୱାରା, ହେଉଛି ଯେତିକି ଆଧୁନିକ ସେବା, ସମ୍ବେଦନା ଏବଂ ଆଧ୍ୟାତ୍ମିକ ଚେତନା ହିସାବରେ ହିଁ ହେଉଛି ସେତିକି ଅଲୌକିକ । ଆଧୁନିକତା ଏବଂ ଆଧ୍ୟାତ୍ମିକତା ଏହାର ଏହି ସମାଗମ ଗରିବ ଏବଂ ମଧ୍ୟମବର୍ଗଙ୍କ ପରିବାରଙ୍କର ସେବାର, ସେମାନଙ୍କ ପାଇଁ ସୁଲଭ ପ୍ରଭାବୀ ଚିକିତ୍ସାର ମାଧ୍ୟମ ହେବ । ମୁଁ ଏହି ଅଭିନବ କାର୍ଯ୍ୟ ପାଇଁ, ସେବାର ଏତେ ବଡ଼ ମହାଯଜ୍ଞ ପାଇଁ ପୂଜ୍ୟ ଆମ୍ମାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।

ସ୍ନେହାତ୍ତିଣ୍ଡେକାରୁଣ୍ୟତିଣ୍ଡେସେବନତ୍ତିଣ୍ଡେତ୍ୟାଗତ୍ତିଣ୍ଡେପର୍ଯ୍ୟାୟମାଣ ଅମ୍ମା। ମାତା ଅମୃତାନନ୍ଦମୟୀ ଦେବୀଭାରତ୍ତିଣ୍ଡେ ମହତାୟଆଧ୍ୟାତ୍ମିକ ପାରମ୍ପର୍ଯ୍ୟତ୍ତିଣ୍ଡେନେରବକାଶୀୟାଣ। ଆମର ଏଠାରେ କୁହାଯାଇଛି ଅୟଂ ନିଜଃ ପରୋ ବେତି ଗଣନା ଲଘୁ ଚେତସାମ୍। ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍।। ଏନ୍ନ ମହା ଉପନିଷଦ ଆଶୟମାଣଅମ୍ମଯୁଡେଜୀବିତା ସନ୍ଦେଶମ୍। ଅର୍ଥାତ:- ଅମ୍ମା, ପ୍ରେମ, କରୁଣା, ସେବା ଏବଂ ତ୍ୟାଗର ହେଉଛନ୍ତି ପ୍ରତିମୂର୍ତ୍ତି। ସେ ହେଉଛନ୍ତି ଭାରତର ଆଧ୍ୟାତ୍ମିକ ପରମ୍ପରାର ବାହକ। ଅମ୍ମାଙ୍କର ଜୀବନ ସନ୍ଦେଶ ଆମକୁ ମହାଉପନିଷଦ ଗୁଡ଼ିକରୁ ମିଳିଥାଏ । ମୁଁ ମଠ ସହିତ ଜଡ଼ିତ ସନ୍ଥଜନଙ୍କୁ, ଟ୍ରଷ୍ଟ ସହିତ ଜଡ଼ିତ ସମସ୍ତ ମହାନୁଭବଙ୍କୁ, ସମସ୍ତ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ, ବନ୍ଧୁମାନଙ୍କୁ ମଧ୍ୟ ଆଜି ଏହି ପବିତ୍ର ଅବସରରେ ବହୁତ- ବହୁତ ଶୁଭକାମନା ଜଣାଉଛି।

ସାଥୀଗଣ,

ଆମେ ବାରମ୍ବାର ଶୁଣି ଆସୁଛୁ, ନ ତ୍ବହମ୍ କାମୟେ ରାଜ୍ୟମ୍ , ନ ଚ ସ୍ବର୍ଗ ସୁଖାନି ଚ । କାମୟେ ଦୁଃଖ ତପ୍ତାନାମ୍ପ୍ରାଣୀନାମ ଆର୍ତି ନାଶନମ୍।।  ଅର୍ଥାତ ନା ଆମର ରାଜ୍ୟର କାମନା ଅଛି, ନା ସ୍ୱର୍ଗ ସୁଖର ଇଚ୍ଛା ଅଛି । ଆମର କାମନା ହେଉଛି ଯେ ଆମକୁ ଦୁଃଖିମାନଙ୍କର, ରୋଗୀମାନଙ୍କର କଷ୍ଟ ଦୂର କରିବାର ସୌଭାଗ୍ୟ ମିଳୁଥାଉ। ଯେଉଁ ସମାଜର ଚିନ୍ତାଧାରା ଏପରି ଥାଏ, ଯାହାର ସଂସ୍କାର ଏଭଳି, ସେଠାରେ ସେବା ଏବଂ ଚିକିତ୍ସା ସମାଜର ହିଁ ଚେତନା ପାଲଟି ଯାଇଥାଏ । ଏଥିପାଇଁ, ଭାରତ ହେଉଛି ଏପରି ଏକ ଦେଶ ଯେଉଁଠାରେ ଚିକତ୍ସା ହେଉଛି ଏକ ସେବା, ଆରୋଗ୍ୟ ହେଉଛି ଏକ ଦାନ । ଯେଉଁଠାରେ ଆରୋଗ୍ୟ ଆଧ୍ୟାତ୍ମ, ଉଭୟ ପରସ୍ପର ସହିତ ଜଡିତ ହୋଇଛନ୍ତି। ଆମର ଏଠାରେ ଆୟୁର୍ବିଜ୍ଞାନ ହେଉଛି ଏକ ବେଦ। ଆମର ଚିକିତ୍ସା ବିଜ୍ଞାନକୁ ମଧ୍ୟ ଆମେ ଆୟୁର୍ବେଦର ନାମ ଦେଇଛୁ । ଆମେ ଆୟୁର୍ବେଦର ସର୍ବଶ୍ରେଷ୍ଠ ବିଦ୍ୱାନମାନଙ୍କୁ, ସବୁଠାରୁ ମହାନ ଋଷି ଏବଂ ମହର୍ଷିଙ୍କ ମାନ୍ୟତା ଦେଇଛୁ, ସେମାନଙ୍କ ଉପରେ ନିଜର ପରମାର୍ଥିକ ଆସ୍ଥା ବ୍ୟକ୍ତ କରିଛୁ । ମହର୍ଷି ଚରକ, ମହର୍ଷି ସୁଶ୍ରୁତ, ମହର୍ଷି ବାଗଭଟ୍ଟ ! ଏଭଳି ଅନେକ ଉଦାହରଣ ଅଛି, ଯାହାର ଜ୍ଞାନ ଏବଂ ସ୍ଥାନ ଆଜି ଭାରତୀୟ ମାନସିକତାରେ ଅମର ହୋଇ ସାରିଛି ।

ଭାଇ ଓ ଭଉଣୀମାନେ,

ଭାରତ ନିଜର ଏହି ସଂସ୍କାର ଏବଂ ଚିନ୍ତାଧାରାକୁ ଶତାବ୍ଦୀ ଶତାବ୍ଦୀର ଦାସତ୍ୱ ଏବଂ ଅନ୍ଧକାର ମଧ୍ୟରେ କେବେ ମଧ୍ୟ ବିଲୁପ୍ତ  ହେବାକୁ ଦେଇନଥିଲା, ତାହାକୁ ସୁରକ୍ଷିତ କରି ରଖିଥିଲା । ଆଜି ଦେଶରେ ଆମର ଏହି ଆଧ୍ୟାତ୍ମିକ ସାମର୍ଥ୍ୟ ପୁଣି ଥରେ ସଶକ୍ତ ହେଉଛି । ଆମର ଆଦର୍ଶର ଶକ୍ତି ପୁଣି ଥରେ ବଳଶାଳୀ ହେଉଛି । ପୂଜା ଆମ୍ମା ଭାରତର ଏହି ପୁନର୍ଜାଗରଣର ଏକ ଗୁରୁତ୍ୱପୂର୍ଣ୍ଣ ବାହକ ଭାବେ ଦେଶ ତଥା ବିଶ୍ୱକୁ ଅନୁଭବ କରାଉଛନ୍ତି । ଅନେକ ସଂକଳ୍ପ ଏବଂ ପ୍ରକଳ୍ପ, ସେବାର ଏତେ ବିଶାଳ ଅଧିଷ୍ଠାନ ଭାବେ ଆମ ସାମ୍ନାରେ ରହିଛି । ସାମାଜିକ ଜୀବନ ସହିତ ଜଡିତ ଏହିଭଳି ଯେତେ ମଧ୍ୟ କ୍ଷେତ୍ର ଅଛି, ପୂଜ୍ୟ ଆମ୍ମାଙ୍କ ବାତ୍ସଲ୍ୟ, ତାଙ୍କର କରୁଣା ଆମକୁ ସବୁଠାରେ ଦେଖିବାକୁ ମିଳୁଛି । ତାଙ୍କର ମଠ ଆଜି ହଜାର ହଜାର ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରୁଛି, ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତ କରୁଛି । ସ୍ବଚ୍ଛ ଭାରତ ଅଭିଯାନରେ ମଧ୍ୟ ଆପଣ ଦେଶ ପାଇଁ ଏକ ଅଦ୍ଭୁତପୂର୍ବ ଯୋଗଦାନ ଦେଇଛନ୍ତି । ସ୍ବଚ୍ଛ ଭାରତ କୋଷକୁ ଆପଣଙ୍କର ମୂଲ୍ୟବାନ ଅବଦାନ ହେତୁ, ଗଙ୍ଗା କୂଳରେ ଥିବା କିଛି ଅଞ୍ଚଳରେ ଅନେକ କାର୍ଯ୍ୟ କରାଯାଇଛି । ଏହାଦ୍ବାରା ମଧ୍ୟ ନାମାମି ଗଙ୍ଗେ ଅଭିଯାନକୁ ବହୁତ ସାହାୟତା ମିଳିଛି । ପୂଜ୍ୟ ଆମ୍ମା, ତାଙ୍କ ପ୍ରତି ସମଗ୍ର ବିଶ୍ୱର ଶ୍ରଦ୍ଧା ଭାବ ରହିଛି । କିନ୍ତୁ ମୁଁ ହେଉଛି ଜଣେ ଭାଗ୍ୟବାନ ବ୍ୟକ୍ତି । ବିଗତ ଅନେକ ଦଶନ୍ଧି ଧରି ମୁଁ ପୂଜ୍ୟ ଆମ୍ମାଙ୍କ ସ୍ନେହ ଏବଂ ପୂଜ୍ୟ ଆମ୍ମାଙ୍କ ଆଶୀର୍ବାଦ ମୋତେ ଅବିରତ ମିଳୁଛି । ମୁଁ ତାଙ୍କର ସରଳ ମନ ଏବଂ ମାତୃଭୂମି ପ୍ରତି ବିଶାଳ ଦୃଷ୍ଟିଭଙ୍ଗୀକୁ ଅନୁଭବ କରିଛି । ଆଉ ଏଥିପାଇଁ ମୁଁ କହିପାରେ ଯେ, ଯେଉଁ ଦେଶରେ ଏପରି ଉଦାର ଏବଂ ସମର୍ପିତ ଆଧ୍ୟାତ୍ମିକ ସତ୍ତା ଅଛି, ତାହାର ଉତ୍କର୍ଷ ଏବଂ ଉତ୍ଥାନ ସୁନିଶ୍ଚିତ ରହିଛି।

ସାଥୀଗଣ,

ଆମର ଧାର୍ମିକ ଏବଂ ସାମାଜିକ ସଂସ୍ଥାନ ଦ୍ୱାରା ଶିକ୍ଷା-ଚିକିତ୍ସା ସହିତ ଜଡିତ ଉତ୍ତର ​‌ଦାୟିତ୍ୱ ତୁଲାଇବା ପାଇଁ ଏହି ବ୍ୟବସ୍ଥା ଏକ ପ୍ରକାରରେ ପୁରୁଣା ସମୟର ହେଉଛି ପିପିପି ମଡେଲ । ଏହାକୁ ସରକାରୀ ଘରୋଇ ଭାଗିଦାରୀ କୁହାଯାଏ। କିନ୍ତୁ ମୁଁ ଏହାକୁ 'ପାରସ୍ପରିକ ପ୍ରୟାସ' ଭାବରେ ମଧ୍ୟ ଦେଖୁଛି । ରାଜ୍ୟମାନେ ନିଜ ସ୍ତରରେ ବ୍ୟବସ୍ଥାମାନ ପ୍ରସ୍ତୁତ କରିଥାନ୍ତି, ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ଏଥି ସହିତ ଧାର୍ମିକ ଅନୁଷ୍ଠାନ ମଧ୍ୟ ଏହାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇଥିଲେ । ଆଜି ମଧ୍ୟ ଦେଶ ଏହି ଚେଷ୍ଟା କରୁଛି ଯେ ସରକାର ସଂମ୍ପୂର୍ଣ୍ଣ ଆନ୍ତରିକତା ଏବଂ ସଚ୍ଚୋଟତାର ସହିତ ମିଶନ ମୋଡରେ ଦେଶର ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର କାୟାକଳ୍ପ କରୁଛନ୍ତି । ଏଥିପାଇଁ ସାମାଜିକ ସଂଗଠନଗୁଡ଼ିକୁ ମଧ୍ୟ ଉତ୍ସାହିତ କରାଯାଉଛି । ଘରୋଇ କ୍ଷେତ୍ରର ସହ ସହଭାଗୀତାରେ ଏକ ପ୍ରଭାବଶାଳୀ ପିପିପି ମଡେଲ୍ ବିକଶିତ କରାଯାଉଛି । ମୁଁ ଏହି ମଞ୍ଚରୁ ଆହ୍ବାନ କରୁଛି, ଅମୃତା ହସ୍ପିଟାଲର ଏହି ପ୍ରକଳ୍ପ ଦେଶର ସମସ୍ତ ଅନ୍ୟ ଅନୁଷ୍ଠାନ ପାଇଁ ଏକ ଆଦର୍ଶ ହେବ, ଏହା ଏକ ଆଦର୍ଶ ଭାବରେ ଉଭା ହେବ। ଆମର ଅନେକ ଧାର୍ମିକ ଅନୁଷ୍ଠାନ ମଧ୍ୟ ଏହିଭଳି ସଂସ୍ଥାନ ଚଳାଉଛନ୍ତି, ଅନେକ ସଂକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି । ଆମର ଘରୋଇ କ୍ଷେତ୍ର, ପିପିପି ମଡେଲ ସହିତ ଆଧ୍ୟାତ୍ମିକ ଘରୋଇ ସହଭାଗୀତାକୁ ମଧ୍ୟ ଆଗକୁ ନେଇପାରିବ, ଏହି ସଂସ୍ଥା ଗୁଡିକୁ ସଂସାଧନ ଉପଲବ୍ଧ କରାଇ ସେମାନଙ୍କର ସହାୟତା କରି ପାରିବେ।

ସାଥୀଗଣ,

ସମାଜର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ କ୍ଷେତ୍ରର ପ୍ରୟାସର ଭଲ ପରିଣାମ ହୋଇଥାଏ, କରୋନାର ଏହି ସମୟରେ ଆମେ ମଧ୍ୟ ଏହା ଦେଖିଛୁ । ଏଥିରେ ମଧ୍ୟ ଆଧ୍ୟାତ୍ମିକ କ୍ଷେତ୍ରର ଘରୋଇ ସହଭାଗୀତା ରହିଛି, ଆଜି ମୁଁ ଏହା ବିଶେଷ ଭାବେ ଉଲ୍ଲେଖ କରିବି । ଆପଣ ସମସ୍ତେ ଧ୍ୟାନ ରଖିଥିବେ ଯେତେବେଳେ ଭାରତ ଏହାର ଟିକା ପ୍ରସ୍ତୁତ କଲା, ସେତେବେଳେ  କିଛି ଲୋକ କି ପ୍ରକାରର ଦୁଷ୍ପ୍ରଚାର କରିବାର ପ୍ରୟାସ କରିଥିଲେ । ଏହି ଦୁଷ୍ପ୍ରଚାର ଯୋଗୁଁ ସମାଜରେ ଅନେକ ପ୍ରକାରର ଗୁଜବ ବ୍ୟାପିବାରେ ଲାଗିଲା । କିନ୍ତୁ ଯେତେବେଳେ ସମାଜର ଧର୍ମଗୁରୁ, ଆଧ୍ୟାତ୍ମିକ ଗୁରୁମାନେ ଏକାଠି ହୋଇ ଆସିଲେ, ସେମାନେ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଲୋକଙ୍କୁ କହିଥିଲେ ଏବଂ ତୁରନ୍ତ ମଧ୍ୟ ଏହାର ପ୍ରଭାବ ପଡିଥିଲା । ଅନ୍ୟ ଦେଶମାନଙ୍କୁ ଯେପରି ଟିକାକରଣ ଜନିତ ଦ୍ୱିଧାକୁ ସାମ୍ନା କରିବାକୁ ପଡିଲା ଭାରତକୁ ସେଭଳି ସ୍ଥିତିର ସାମ୍ନା କରିବାକୁ ପଡିଲା ନାହିଁ । ଆଜି ସମସ୍ତଙ୍କ ପ୍ରୟାସର ଏହି ଭାବନା ରହିଛି,  ଯେଉଁଥିପାଇଁ ଭାରତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ  ଚଳାଇ ପାରିଛି।

 

 

 

 

 

 

ସାଥୀଗଣ,

ଚଳିତ ଥର ଲାଲକିଲାରୁ ମୁଁ ଅମୃତକାଳରେ ପାଞ୍ଚଟି ଶପଥ ବା ପ୍ରତିଜ୍ଞାର ଏକ ଦୃଷ୍ଟିଭଙ୍ଗୀ ଦେଶ ସାମ୍ନାରେ ରଖିଛି । ଏହି ପାଞ୍ଚଟି ଶପଥ ମଧ୍ୟରୁ ଗୋଟିଏ ହେଉଛି ଦାସତ୍ୱର ମାନସିକତାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା । ସଂପ୍ରତି ଦେଶରେ ମଧ୍ୟ ଏହାକୁ ନେଇ ଅନେକ ଆଲୋଚନା ଚର୍ଚ୍ଚା ହେଉଛି । ଆମେ ଯେତେବେଳେ ଏହି ମାନସିକତା ତ୍ୟାଗ କରୁ, ସେତେବେଳେ ଆମର କାର୍ଯ୍ୟର ଦିଗ ମଧ୍ୟ ବଦଳିଯାଏ । ଆଜି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ମଧ୍ୟ ଏହି ପରିବର୍ତ୍ତନ ଦେଖାଯାଉଛି । ବର୍ତ୍ତମାନ ଆମେ ମଧ୍ୟ ଆମର ପାରମ୍ପାରିକ ଜ୍ଞାନ ଏବଂ ଅଭିଜ୍ଞତା ଉପରେ ନିର୍ଭର କରୁଛୁ, ତାହାର ଲାଭ ସାରା ବିଶ୍ବରେ ପହଞ୍ଚାଉଛୁ । ଆମର ଆୟୁର୍ବେଦ, ଆମର ଯୋଗ ଆଜି ଏକ ବିଶ୍ବସନୀୟ ସ୍ବାସ୍ଥ୍ୟ ପ୍ରଣାଳୀରେ ପରିଣତ ହୋଇଛି । ଭାରତର ଏହି ପ୍ରସ୍ତାବ ଉପରେ ସମଗ୍ର ବିଶ୍ୱ ଆସନ୍ତା ବର୍ଷ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ କରିବାକୁ ଯାଉଛି । ମୋଟା ଚାଉଳ(ଧାନ)। ମୁଁ ଆଶା କରିବି ଆପଣ ସମସ୍ତେ ଏହି ଅଭିଯାନକୁ ମଧ୍ୟ ଏହି ଭଳି ଭାବେ ଆଗକୁ ବଢାଇ ଚାଲନ୍ତୁ, ନିଜର ଶକ୍ତି ପ୍ରଦାନ କରି ଚାଲନ୍ତୁ।

ସାଥୀଗଣ,

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବାଗୁଡିକର ପରିସର କେବଳ ଡାକ୍ତରଖାନା, ଔଷଧ ଏବଂ ଚିକିତ୍ସା ମଧ୍ୟରେ ସୀମିତ ନୁହେଁ। ସେବା ସହ ଜଡିତ ଏଭଳି ଅନେକ କାର୍ଯ୍ୟ ଅଛି, ଯାହା ଏକ ସୁସ୍ଥ ସମାଜର ମୂଳଦୁଆ ପକାଇଥାଏ । ଉଦାହରଣ ସ୍ୱରୂପ, ସାଧାରଣ ନାଗରିକଙ୍କ ପାଖରେ ପରିଷ୍କାର ଏବଂ ବିଶୁଦ୍ଧ ଜଳ ପହଞ୍ଚୁ ଏହା ମଧ୍ୟ ହେଉଛି ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆମ ଦେଶରେ ଅନେକ ରୋଗ କେବଳ ପ୍ରଦୂଷିତ ଜଳ ଯୋଗୁଁ ସୃଷ୍ଟି ହୋଉଛି । ଏଥିପାଇଁ ଦେଶ 3 ବର୍ଷ ପୂର୍ବେ ଜଳ ଜୀବନ ମିଶନ ଭଳି ଅଭିଯାନ ଦେଶବ୍ୟାପୀ ଆରମ୍ଭ କରିଥିଲା । ଏହି ତିନିବର୍ଷ ମଧ୍ୟରେ ଦେଶର 7 କୋଟି ନୂତନ ଗ୍ରାମୀଣ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ବିଶେଷକରି, ହରିୟାଣା ସରକାର ମଧ୍ୟ ଏହି ଅଭିଯାନରେ ଏକ ପ୍ରଭାବଶାଳୀ କାର୍ଯ୍ୟ କରିଛନ୍ତି । ମୁଁ ବିଶେଷ ଭାବରେ ତାହା ତାହା ଉଲ୍ଲେଖ କରିବାକୁ ଚାହୁଁଛି । ହରିୟାଣା ଆଜି ଦେଶର ସେହି ଅଗ୍ରଣୀ ରାଜ୍ୟ ମାନଙ୍କ ମଧ୍ୟରେ ରହିଛି, ଯେଉଁଠାରେ ଘ​‌ରେ ଘରେ ପାଇପ୍ ଜଳ ସଂଯୋଗ ଯୋଗଇ ଦିଆଯାଇଛି । ସେହିଭଳି ହରିୟାଣାର ଲୋକମାନେ ବେଟି ବାଚାଓ, ବେଟି ପଢାଓ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଫିଟନେସ ଓ ଖେଳ ଏହି ବିଷୟ ଗୁଡ଼ିକ ହରିୟାଣାର ଶିରା ପ୍ରଶିରାରେ ରହିଛି, ହରିୟାଣାର ମାଟିରେ, ଏହାର ସଂସ୍କାରରେ ରହିଛି । ଆଉ ସେଥିପାଇଁ ଏଠାକାର ଯୁବକମାନେ ଖେଳ ପଡିଆରେ ତ୍ରିରଙ୍ଗାର ଗର୍ବ ଓ ଗୌରବ ବଢାଉଛନ୍ତି। ଏହି ଗତି ସହିତ ଆମକୁ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ କମ୍ ସମୟରେ ବଡ ପରିଣାମ ହାସଲ କରିବାକୁ ଅଛି । ଆମର ସାମାଜିକ ସଂଗଠନଗୁଡ଼ିକ ଏଥିରେ ଏକ ବଡ଼ ଯୋଗଦାନ ଦେଇପାରିବେ।

 ସାଥୀଗଣ,

ସଠିକ୍ ବିକାଶ ହେଉଛି ତାହା, ଯାହା ସମସ୍ତଙ୍କ ନିକଟରେ ପହଞ୍ଚେ, ଯାହାଦ୍ବାରା ସମସ୍ତଙ୍କୁ ଲାଭ ହୋଇଥାଏ । ଗୁରୁତର ରୋଗର ଚିକିତ୍ସା ସମସ୍ତଙ୍କ ପାଇଁ ଉପଲବ୍ଧ କରିବାର ଏହି ଭାବନା ଅମୃତା ହସ୍ପିଟାଲର ମଧ୍ୟ ରହିଛି ।​ ମୁଁ ନିଶ୍ଚିତ ଯେ ସେବା ଭାବର ଆପଣଙ୍କର ଅମୃତ ସଂକଳ୍ପ ହରିୟାଣା, ଦିଲ୍ଲୀ-ଏନସିଆର ଲକ୍ଷ ଲକ୍ଷ ପରିବାରକୁ ଆୟୁଷ୍ମାନର କରିବ । ପୁଣି ଥରେ ପୂଜ୍ୟ ଆମ୍ମାଙ୍କ ଶ୍ରୀ ଚରଣରେ ପ୍ରଣାମ କରି ଆପଣ ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇବା ସହ ଅନେକ ଅନେକ ଶୁଭକାମନା, ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of His Majesty King Harald V of Norway
August 28, 2026

The Prime Minister, Shri Narendra Modi condoled the passing of His Majesty King Harald V of the Kingdom of Norway. Recalling his meeting with His Majesty during his visit to Norway earlier this year, Shri Modi remembered his warmth and profound sense of service to the people and nation of Norway.

The Prime Minister posted on X;

“Deeply saddened by the passing of His Majesty King Harald V of the Kingdom of Norway.

I fondly recall meeting His Majesty during my visit to Norway earlier this year and was deeply touched by his warmth and profound sense of service to his nation.

My heartfelt condolences to the Royal Family and the people of Norway.