ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଆଗକୁ ବଢ଼ିବା ପାଇଁ ଆମର ସଂକଳ୍ପ ଅତ୍ୟନ୍ତ ସ୍ପଷ୍ଟ: ପ୍ରଧାନମନ୍ତ୍ରୀ
କୃଷକମାନେ ସମୃଦ୍ଧ ଓ ସଶକ୍ତ ଭାରତ ଗଠନ ଦିଗରେ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ
ଆମେ କୃଷିକୁ ବିକାଶର ପ୍ରଥମ ଇଞ୍ଜିନ୍ ଭାବରେ ବିବେଚନା କରିଛୁ, କୃଷକମାନଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛୁ: ପ୍ରଧାନମନ୍ତ୍ରୀ
ଦୁଇଟି ପ୍ରମୁଖ ଲକ୍ଷ୍ୟ - କୃଷି କ୍ଷେତ୍ରର ବିକାଶ ଏବଂ ଆମ ଗ୍ରାମର ସମୃଦ୍ଧି ନେଇ ଆମେ ଏକାଠି କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ
ଆମେ ବଜେଟରେ 'ପିଏମ୍ ଧନ ଧାନ୍ୟ ଯୋଜନା' ଘୋଷଣା କରିଛୁ, ଯାହା ଅଧୀନରେ ଦେଶରେ ସର୍ବନିମ୍ନ କୃଷି ଉତ୍ପାଦକତା ଥିବା ୧୦୦ଟି ଜିଲ୍ଲାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ: ପ୍ରଧାନମନ୍ତ୍ରୀ
ଆଜି ଲୋକମାନେ ପୋଷଣ ପ୍ରତି ଯଥେଷ୍ଟ ସଚେତନ ହୋଇଛନ୍ତି, ତେଣୁ ଏହି ଅଞ୍ଚଳରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବଗିଚା, ଦୁଗ୍ଧ ଓ ମତ୍ସ୍ୟ ଜାତ ଦ୍ରବ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରାଯାଇଛି; ଫଳ ଓ ପନିପରିବା ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି: ପ୍ରଧାନମନ୍ତ୍ରୀ
ବିହାରରେ ମଖାନା ବୋର୍ଡ ଗଠନ ପାଇଁ ଆମେ ଘୋଷଣା କରିଛୁ: ପ୍ରଧାନମନ୍ତ୍ରୀ
ଆମ ସରକାର ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବାକୁ ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ

ନମସ୍କାର!

ବଜେଟ୍ ପରେ, ବଜେଟ୍ ସମ୍ବନ୍ଧୀୟ ୱେବିନାରରେ ଆପଣ ସମସ୍ତଙ୍କର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।

ଚଳିତ ବର୍ଷର ବଜେଟ୍ ଆମ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟ୍ ଥିଲା। ଏହି ବଜେଟ ରେ କେବଳ ଆମର ନୀତିର ନିରନ୍ତରତାକୁ ଦର୍ଶାଉନାହିଁ, ବରଂ ଏକ ବିକଶିତ ଭାରତର ଦୃଷ୍ଟିକୋଣରେ ଏକ ନୂତନ ସମ୍ପ୍ରସାରଣକୁ ମଧ୍ୟ ଦର୍ଶାଉଛି। ବଜେଟ୍ ପ୍ରସ୍ତୁତ କରିବା ସମୟରେ ବଜେଟ୍ ପୂର୍ବରୁ ଆପଣ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ଦିଆଯାଇଥିବା ଇନପୁଟ ଏବଂ ପରାମର୍ଶ ଅତ୍ୟନ୍ତ ଉପଯୋଗୀ ଥିଲା। ଏବେ ଏହି ବଜେଟକୁ ଅଧିକ ପ୍ରଭାବୀ ଢଙ୍ଗରେ ଲାଗୁ କରିବାରେ, ସର୍ବୋତ୍ତମ ଏବଂ ଦ୍ରୁତ ଫଳାଫଳ ପାଇବାରେ, ସମସ୍ତ ନିଷ୍ପତ୍ତି ଏବଂ ନୀତିକୁ ପ୍ରଭାବୀ କରିବାରେ, ଆପଣ ସମସ୍ତଙ୍କର ଭୂମିକା ଆହୁରି ବୃଦ୍ଧି ପାଇଛି।

ସାଥିମାନେ

ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବା ଲାଗି ଭାରତର ସଂକଳ୍ପ ଅତ୍ୟନ୍ତ ସ୍ପଷ୍ଟ। ଆମେ ସମସ୍ତେ ମିଶି ଏପରି ଏକ ଭାରତ ନିର୍ମାଣରେ ଲାଗିଛୁ, ଯେଉଁଠି କୃଷକମାନେ ସମୃଦ୍ଧ ଏବଂ ସଶକ୍ତ ହେବେ। ଆମର ପ୍ରୟାସ ହେଉଛି ଏହା ସୁନିଶ୍ଚିତ କରିବା ଯେ, କୌଣସି କୃଷକ ଯେପରି ପଛରେ ନ ରୁହନ୍ତି ଏବଂ ପ୍ରତ୍ୟେକ କୃଷକଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିବା। କୃଷିକୁ ବିକାଶର ପ୍ରଥମ ଇଞ୍ଜିନ ଭାବେ ବିଚାର କରି ଆମେ ଆମର ଅନ୍ନଦାତାମାନଙ୍କୁ ଗୌରବପୂର୍ଣ୍ଣ ସ୍ଥାନ ଦେଇଛୁ। ଆମେ ଏକାଠି ଦୁଇଟି ପ୍ରମୁଖ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛୁ, ପ୍ରଥମଟି ହେଉଛି କୃଷି କ୍ଷେତ୍ରର ବିକାଶ ଏବଂ ଦ୍ୱିତୀୟଟି ହେଉଛି ଆମ ଗାଁର ସମୃଦ୍ଧି।

 

ସାଥିମାନେ

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, 6 ବର୍ଷ ପୂର୍ବେ ଲାଗୁ କରାଯାଇଥିଲା। ଏହି ଯୋଜନା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ କୃଷକମାନେ ଏପର୍ଯ୍ୟନ୍ତ ପ୍ରାୟ 4 ଲକ୍ଷ କୋଟି ଟଙ୍କା ପାଇଛନ୍ତି। ଏହି ଅର୍ଥ ପ୍ରାୟ 11 କୋଟି କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯାଇଛି। ବାର୍ଷିକ 6 ହଜାର ଟଙ୍କାର ଏହି ଆର୍ଥିକ ସହାୟତା ଦ୍ୱାରା ଗ୍ରାମୀଣ ଅର୍ଥବ୍ୟବସ୍ଥା ସୁଦୃଢ଼ ହେଉଛି। ଆମେ କୃଷକ କୈନ୍ଦ୍ରିକ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିଛୁ, ଯାହାଦ୍ୱାରା ଏହି ଯୋଜନାର ଲାଭ ସାରା ଦେଶର କୃଷକମାନଙ୍କ ନିକଟରେ ପହଞ୍ଚିପାରିବ। ଅର୍ଥାତ୍, କୌଣସି ମଧ୍ୟସ୍ଥିଙ୍କ ପାଇଁ ଏଥିରେ ପ୍ରବେଶ କିମ୍ବା ଲିକ୍ କରିବାର କୌଣସି ସୁଯୋଗ ରହିବ ନାହିଁ,  ନୋ-କଟ୍ କମ୍ପାନୀ | ଏହା ହେଉଛି ଏକ ଉଦାହରଣ ଯେ ଯଦି ଆପଣଙ୍କ ଭଳି ବିଶେଷଜ୍ଞ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିମାନେ ସହଯୋଗ କରନ୍ତି, ତେବେ ଏହି ଯୋଜନା ଯଥାଶୀଘ୍ର ସଫଳ ହେବ ଏବଂ ଉତ୍ତମ ଫଳାଫଳ ଦେବ। ଆପଣଙ୍କ ଯୋଗଦାନ ଦ୍ୱାରା ଯେକୌଣସି ଯୋଜନାକୁ ସମ୍ପୂର୍ଣ୍ଣ ଶକ୍ତି ଏବଂ ସ୍ୱଚ୍ଛତାର ସହ କାର୍ଯ୍ୟକାରୀ କରାଯାଇପାରିବ। ମୁଁ ଏଥିରେ ଆପଣଙ୍କର ସହଯୋଗ ଏବଂ ସର୍ବଦା ଆପଣଙ୍କର ସକ୍ରିୟ ସହଯୋଗକୁ ପ୍ରଶଂସା କରିବାକୁ ଚାହେଁ। ଏବେ ଏହା ଜରୁରୀ ଯେ ଆମେ ଚଳିତ ବର୍ଷର ବଜେଟର ଘୋଷଣାଗୁଡ଼ିକୁ ମିଳିତ ଭାବେ ଦ୍ରୁତ ଗତିରେ କାର୍ଯ୍ୟ କରିବା  । ଏଥିରେ ମଧ୍ୟ ଆମକୁ ପୂର୍ବ ଭଳି ଆପଣଙ୍କର ସହଯୋଗ ମିଳିବ, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଅଧିକ ସହଯୋଗ ଏବଂ ଅଧିକ ବ୍ୟାପକ ସହଯୋଗ ମିଳିବା ଉଚିତ।

ସାଥିମାନେ

ଆପଣମାନେ ଏବେ ଜାଣିଛନ୍ତି, ଆଜି ଭାରତର କୃଷି ଉତ୍ପାଦନ ରେକର୍ଡ ସ୍ତରରେ ରହିଛି। କୃଷି ଉତ୍ପାଦନ ଯାହା ପ୍ରାୟ 265 ନିୟୁତ ଟନ୍ 10-11 ବର୍ଷ ପୂର୍ବେ ଥିଲା, ତାହା ଏବେ 330 ନିୟୁତ ଟନ୍ କୁ ଅଧିକକୁ ବୃଦ୍ଧି ପାଇଛି। ସେହିଭଳି, ଉଦ୍ୟାନ କୃଷି ସମ୍ବନ୍ଧୀୟ ଉତ୍ପାଦନ ବୃଦ୍ଧି ପାଇ 3500  ମିଲିୟନ ଟନ୍ରୁ ଅଧିକ ହୋଇଛି। ଏହା ଆମ ସରକାରଙ୍କ 'ସିଡ୍ ଟୁ ମାର୍କେଟ୍ "ଆଭିମୁଖ୍ୟର ପରିଣାମ। କୃଷି ସଂସ୍କାର, କୃଷକମାନଙ୍କ ସଶକ୍ତିକରଣ ଏବଂ ସୁଦୃଢ଼ ମୂଲ୍ୟ ଶୃଙ୍ଖଳା କାରଣରୁ ଏହା ସମ୍ଭବ ହୋଇପାରିଛି। ଏବେ ଆମକୁ ଦେଶର କୃଷି ସାମର୍ଥ୍ୟର ସମ୍ପୂର୍ଣ୍ଣ ଉପଯୋଗ କରି ଆହୁରି ବଡ଼ ଲକ୍ଷ୍ୟ ହାସଲ କରିବାକୁ ହେବ। ଏହି ଦିଗରେ ଆମେ ବଜେଟରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଘୋଷଣା କରିଛୁ, ଏହା ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହା ଅଧୀନରେ ଦେଶର ସର୍ବନିମ୍ନ କୃଷି ଉତ୍ପାଦକତା ଥିବା 100ଟି ଜିଲ୍ଲାର ବିକାଶ ଉପରେ ଧ୍ୟାନ ଦିଆଯିବ। ଆପଣମାନେ ସମସ୍ତେ ବିକାଶର ଅନେକ ମାନଦଣ୍ଡ ଉପରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଫଳାଫଳ ଦେଖିଛନ୍ତି। ଏହି ଜିଲ୍ଲାଗୁଡ଼ିକ ସହଯୋଗ, ଶାସନ, ସୁସ୍ଥ ପ୍ରତିଯୋଗିତା ଏବଂ ସମନ୍ୱୟର ଅନେକ ଲାଭ ପାଉଛନ୍ତି। ମୁଁ ଚାହୁଁଛି ଯେ ଆପଣମାନେ ସମସ୍ତେ ଏଭଳି ଜିଲ୍ଲାଗୁଡ଼ିକରୁ ମିଳିଥିବା ଫଳାଫଳକୁ ଅଧ୍ୟୟନ କରନ୍ତୁ, ସେମାନଙ୍କ ଶିକ୍ଷାରୁ ଶିଖନ୍ତୁ, ଏବଂ ଏହି 100ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାକୁ ଦ୍ରୁତ ଗତିରେ ଆଗକୁ ନିଅନ୍ତୁ। ଏହା ଏହି 100ଟି ଜିଲ୍ଲାର କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ।

 

ସାଥିମାନେ

ବିଗତ କିଛି ବର୍ଷ ମଧ୍ୟରେ ଆମର ପ୍ରୟାସ ଯୋଗୁଁ ଦେଶରେ ଡାଲି ଉତ୍ପାଦନ ବୃଦ୍ଧି ପାଇଛି, ଏବଂ ଏଥିପାଇଁ ମୁଁ କୃଷକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। କିନ୍ତୁ, ତଥାପି ଆମର ଘରୋଇ ବ୍ୟବହାରର 20 ପ୍ରତିଶତ ବିଦେଶ ଉପରେ, ଆମଦାନୀ ଉପରେ ନିର୍ଭରଶୀଳ। ଅର୍ଥାତ୍ ଆମକୁ ଆମର ଡାଲି ଉତ୍ପାଦନ ବଢ଼ାଇବାକୁ ପଡ଼ିବ। ଆମେ ଚଣା ଏବଂ ମୁଗ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିଛୁ। କିନ୍ତୁ ହରଡ, ବିରି ଏବଂ ମସୁର ଉତ୍ପାଦନ ବୃଦ୍ଧି ପାଇଁ ଆମକୁ ଅଧିକ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡିବ। ଡାଲି ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ ଉନ୍ନତ ମଞ୍ଜି ଯୋଗାଣକୁ ବଜାୟ ରଖିବା ଏବଂ ଶଙ୍କର କିସମଗୁଡ଼ିକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଏଥିପାଇଁ ଆପଣ ସମସ୍ତଙ୍କୁ ଜଳବାୟୁ ପରିବର୍ତ୍ତନ, ବଜାର ଅନିଶ୍ଚିତତା ଏବଂ ମୂଲ୍ୟରେ ଅସ୍ଥିରତା ଭଳି ଆହ୍ୱାନର ସମାଧାନ ଉପରେ ଧ୍ୟାନ ଦେବାକୁ ପଡ଼ିବ।

ସାଥିମାନେ

ଗତ ଦଶନ୍ଧିରେ ଆଇସିଏଆର ପ୍ରଜନନ କାର୍ଯ୍ୟକ୍ରମରେ ଆଧୁନିକ ଉପକରଣ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗ କରିଛି। ଏହାଦ୍ୱାରା 2014 ରୁ 2024 ମଧ୍ୟରେ ଶସ୍ୟ, ତୈଳବୀଜ, ଡାଲି, ପଶୁଖାଦ୍ୟ, ଆଖୁ ସମେତ ବିଭିନ୍ନ ଫସଲରେ 2900 ରୁ ଅଧିକ ନୂତନ କିସମର ବିକାଶ ଘଟିଛି। ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଆମ ଦେଶର କୃଷକମାନଙ୍କୁ ଏହି ନୂଆ କିସମ ସୁଲଭ ମୂଲ୍ୟରେ ମିଳୁ। ଆମକୁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ ପାଣିପାଗରେ ହେଉଥିବା ପରିବର୍ତ୍ତନ ଦ୍ୱାରା କୃଷକଙ୍କ ଉତ୍ପାଦନ ଯେପରି ପ୍ରଭାବିତ ନହୁଏ। ଆପଣମାନେ ଜାଣନ୍ତି, ଏଥର ବଜେଟରେ ଅଧିକ ଉତ୍ପାଦନକ୍ଷମ ମଞ୍ଜି ପାଇଁ ଏକ ଜାତୀୟ ମିଶନ ଆରମ୍ଭ କରିବାର ଘୋଷଣା କରାଯାଇଛି। ମୁଁ ବିଶେଷ କରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଘରୋଇ କ୍ଷେତ୍ରର ଲୋକମାନଙ୍କୁ କହିବାକୁ ଚାହେଁ ଯେ ଏହି ମଞ୍ଜିଗୁଡ଼ିକର ପ୍ରସାର ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ଏହି ମଞ୍ଜିଗୁଡ଼ିକ କ୍ଷୁଦ୍ର ଚାଷୀମାନଙ୍କ ପାଖରେ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ, ସେମାନଙ୍କୁ ମଞ୍ଜି ଶୃଙ୍ଖଳାର ଅଂଶବିଶେଷ କରିବାକୁ ପଡ଼ିବ, ଏବଂ ଏହା କିପରି ହେବ ତାହା ସ୍ଥିର କରିବା ଆମର କାମ।

 

ସାଥିମାନେ

ଆପଣମାନେ ସମସ୍ତେ ଦେଖୁଛନ୍ତି ଯେ ଆଜି ଲୋକମାନେ ପୋଷଣ ବିଷୟରେ ବହୁତ ସଚେତନ ହୋଇଛନ୍ତି। ତେଣୁ ଉଦ୍ୟାନ କୃଷି, ଦୁଗ୍ଧ ଏବଂ ମତ୍ସ୍ୟଜାତ ଦ୍ରବ୍ୟର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ବ୍ୟାପକ ନିବେଶ କରାଯାଇଛି। ଫଳ ଏବଂ ପନିପରିବାର ଉତ୍ପାଦନ ବଢ଼ାଇବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ବିହାରରେ ମଖାନା ବୋର୍ଡ ଗଠନ ପାଇଁ ମଧ୍ୟ ଘୋଷଣା କରାଯାଇଛି। ମୁଁ ଆପଣ ସମସ୍ତ ଅଂଶୀଦାରମାନଙ୍କୁ ବିଭିନ୍ନ ପୁଷ୍ଟିକର ଖାଦ୍ୟର ପ୍ରସାର ପାଇଁ ନୂତନ ଉପାୟ ଖୋଜିବାକୁ ଅନୁରୋଧ କରୁଛି। ଏଭଳି ପୁଷ୍ଟିକର ଖାଦ୍ୟ ଦେଶର ପ୍ରତ୍ୟେକ କୋଣରେ ଏବଂ ବିଶ୍ୱ ବଜାରରେ ପହଞ୍ଚିବା ଉଚିତ।

ସାଥିମାନେ

 2019ରେ ଆମେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରିଥିଲୁ। ଏହି କ୍ଷେତ୍ରର ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା, ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଏହାର ଆଧୁନିକୀକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏହା ମତ୍ସ୍ୟଚାଷ କ୍ଷେତ୍ରରେ ଉତ୍ପାଦନ, ଉତ୍ପାଦକତା ଏବଂ ଅମଳ ପରବର୍ତ୍ତୀ ପରିଚାଳନାରେ ଉନ୍ନତି ଆଣିବାରେ ସହାୟକ ହୋଇଥିଲା। ବିଗତ ବର୍ଷଗୁଡ଼ିକରେ ଅନେକ ଯୋଜନା ମାଧ୍ୟମରେ ଏହି କ୍ଷେତ୍ରରେ ନିବେଶ ମଧ୍ୟ ବୃଦ୍ଧି ପାଇଥିଲା, ଯାହାର ପରିଣାମ ଆଜି ଆମ ସମ୍ମୁଖରେ ରହିଛି। ଆଜି ମାଛ ଉତ୍ପାଦନ ଦ୍ୱିଗୁଣିତ ହୋଇଛି, ଆମର ରପ୍ତାନୀ ମଧ୍ୟ ଦ୍ୱିଗୁଣିତ ହୋଇଛି। ଆମର ପ୍ରୟାସ ହେଉଛି ଭାରତୀୟ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଏବଂ ଖୋଲା ସମୁଦ୍ରରୁ ସ୍ଥାୟୀ ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରିବା। ଏଥିପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ। ମୁଁ ଚାହୁଁଛି ଯେ ଆପଣ ସମସ୍ତେ ଏହି କ୍ଷେତ୍ରରେ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେଉଥିବା ବିଚାର ଉପରେ ବିଚାର ବିମର୍ଶ କରନ୍ତୁ ଏବଂ ଯଥାଶୀଘ୍ର ଏହା ଉପରେ କାର୍ଯ୍ୟ ଆରମ୍ଭ କରନ୍ତୁ। ଏହା ସହିତ, ଆମକୁ ଆମର ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ସ୍ୱାର୍ଥର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବାକୁ ପଡ଼ିବ।

ସାଥିମାନେ

 ଆମ ସରକାର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ କୋଟି କୋଟି ଗରିବ ଲୋକଙ୍କୁ ଘର ଦିଆଯାଉଛି, ସମ୍ପତ୍ତି ମାଲିକମାନଙ୍କୁ ସ୍ୱାମୀତ୍ୱ ଯୋଜନା ମାଧ୍ୟମରେ 'ରେକର୍ଡ ଅଫ୍ ରାଇଟ୍ସ "ମିଳିଛି। ଆମେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଆର୍ଥିକ ସାମର୍ଥ୍ୟ ବୃଦ୍ଧି କରିଛୁ ଏବଂ ସେମାନଙ୍କୁ ସହାୟତା ମଧ୍ୟ ବୃଦ୍ଧି କରିଛୁ। କ୍ଷୁଦ୍ର ଚାଷୀ ଏବଂ ବ୍ୟବସାୟୀମାନେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ଆମେ 3 କୋଟି ଲଖପତି ଦିଦି ତିଆରି କରିବାର ଲକ୍ଷ୍ୟ ରଖିଛୁ। ଆମର ପ୍ରୟାସ ଯୋଗୁଁ 125 କୋଟିରୁ ଅଧିକ ଭଉଣୀ ଲଖପତି ଦିଦି ହୋଇପାରିଛନ୍ତି। ଏହି ବଜେଟରେ ଗ୍ରାମୀଣ ସମୃଦ୍ଧି ଏବଂ ବିକାଶ କାର୍ଯ୍ୟକ୍ରମର ଘୋଷଣା ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। କୌଶଳ ଏବଂ ପ୍ରଯୁକ୍ତିବିଦ୍ୟାରେ ନିବେଶ ନୂତନ ସୁଯୋଗ ସୃଷ୍ଟି କରୁଛି। କାର୍ଯ୍ୟକାରୀ କରାଯାଉଥିବା ଯୋଜନାଗୁଡ଼ିକୁ କିପରି ଅଧିକ ଫଳପ୍ରଦ କରାଯାଇପାରିବ ସେ ବିଷୟରେ ଆପଣମାନେ ସମସ୍ତେ ଏହି ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ଉଚିତ। ଏହି ଦିଗରେ ଆପଣଙ୍କ ପରାମର୍ଶ ଏବଂ ଯୋଗଦାନ ନିଶ୍ଚିତ ଭାବେ ସକାରାତ୍ମକ ଫଳାଫଳ ଦେବ। ଆମ ସମସ୍ତଙ୍କର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ହିଁ ଗାଁ ସଶକ୍ତ ହେବ, ଗ୍ରାମୀଣ ପରିବାର ସଶକ୍ତ ହେବ। ଏବଂ ମୋର ବିଶ୍ୱାସ ଯେ ଏହି ୱେବିନାର ଯଥାଶୀଘ୍ର ସମ୍ଭବ, ଯଥାସମ୍ଭବ କମ୍ ସମୟ ମଧ୍ୟରେ ଏବଂ ସର୍ବୋତ୍ତମ ଢଙ୍ଗରେ ବଜେଟକୁ କାର୍ଯ୍ୟକାରୀ କରିବ, ଏବଂ ତାହା ମଧ୍ୟ ଆପଣ ସମସ୍ତଙ୍କ ସହଯୋଗ ଏବଂ ପରାମର୍ଶ ସହିତ। ଏବେ ଏପରି ହେବା ଉଚିତ ନୁହେଁ ଯେ ଏହି ୱେବିନାରରେ ନୂଆ ବଜେଟ୍ ପ୍ରସ୍ତୁତ କରିବା ନେଇ ଆଲୋଚନା ହେଉ। ଏବେ ଏହି ବଜେଟ୍ ପ୍ରସ୍ତୁତ ହୋଇଛି, ଏବେ ଏହି ଯୋଜନା ଆସିଛି। ଏବେ ଆମର ସମ୍ପୂର୍ଣ୍ଣ ଧ୍ୟାନ କାର୍ଯ୍ୟାନୁଷ୍ଠାନ ଉପରେ ରହିବା ଉଚିତ। କାର୍ଯ୍ୟରେ ଅସୁବିଧା କ’ଣ, ତ୍ରୁଟି କ’ଣ, କେଉଁ ପ୍ରକାରର ପରିବର୍ତ୍ତନର ଆବଶ୍ୟକତା ରହିଛି, ସେ ଦିଗରେ ଆମକୁ ଧ୍ୟାନ ଦେବାକୁ ହେବ। ତେବେ ହିଁ ଏହି ୱେବିନାର ଫଳପ୍ରଦ ହେବ। ନଚେତ୍, ଯଦି ଆମେ ଆଜି ଏକ ବର୍ଷ ପରେ ଆସିବାକୁ ଥିବା ବଜେଟ୍ ବିଷୟରେ ଆଲୋଚନା କରିବା, ତେବେ ଏବେ ଯାହା ହୋଇଛି, ତାହାର ଲାଭ ଆମକୁ ମିଳିବ ନାହିଁ। ଆଉ ସେଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଯେଉଁ ବଜେଟ୍ ଆସିଛି, ସେଥିରେ ଆମକୁ ଗୋଟିଏ ବର୍ଷରେ ଲକ୍ଷ୍ୟ ହାସଲ କରିବାକୁ ହେବ, ଏବଂ ସେଥିରେ କେବଳ ସରକାର ନୁହେଁ, ବରଂ ଏହି କ୍ଷେତ୍ରର ସମସ୍ତ ଅଂଶୀଦାରମାନେ ଗୋଟିଏ ଦିଗରେ, ଗୋଟିଏ ବିଚାରରେ, ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ବଢ଼ିବେ। ଏହି ଗୋଟିଏ ଆଶା ସହିତ, ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from the US Vice President
August 08, 2026
PM and Vice President Vance review progress in the India-U.S. Strategic Partnership.
PM and Vice President Vance exchange views on regional and global developments.
PM warmly congratulates Vice President Vance and Ms. Usha Vance on the birth of their son.

Prime Minister Shri Narendra Modi received a telephone call today from the Vice President of the United States, Mr. J.D. Vance.

Prime Minister and Vice President Vance reviewed progress in the India-U.S. Comprehensive Global Strategic Partnership. They noted the sustained momentum in the high-level engagements and reaffirmed their commitment to further strengthening cooperation in trade, defence, critical and emerging technologies, energy security and critical minerals.

They also exchanged views on regional and global developments of mutual interest.

Prime Minister warmly congratulated Vice President Vance and Ms. Usha Vance on the birth of their son and conveyed best wishes to the family.