ମାଙ୍ଗାଲୁରୁରେ ପ୍ରାୟ ୩୮୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
ମାଙ୍ଗାଲୁରୁରେ ପ୍ରାୟ ୩୮୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
“କର୍ଣ୍ଣାଟକ ସାଗରମାଳା ଯୋଜନାର ସବୁଠାରୁ ବଡ ହିତାଧିକାରୀ”
“ପ୍ରଥମ ଥର ପାଇଁ କର୍ଣ୍ଣାଟକର ୩୦ଲକ୍ଷରୁ ଉର୍ଦ୍ଧ୍ୱ ଗ୍ରାମୀଣ ପରିବାର ନିକଟରେ ପାଇପ ଜଳ ପହଞ୍ଚିଛି”
“କର୍ଣ୍ଣାଟକର ୩୦ ଲକ୍ଷରୁ ଅଧିକ ରୋଗୀ ମଧ୍ୟ ଆୟୁଷ୍ମାନ ଭାରତର ଲାଭ ପାଇଛନ୍ତି”
“ଯେତେବେଳେ ପର୍ଯ୍ୟଟନର ବିକାଶ ହୁଏ, ଏହା ଆମର କୁଟୀର ଶିଳ୍ପ, ଆମର କାରିଗର, ଗ୍ରାମ୍ୟ ଶିଳ୍ପ, ରାସ୍ତାପାଶ୍ୱର୍ ବିକ୍ରେତା, ଅଟୋ ରିକ୍ସା ଡ୍ରାଇଭର, ଟ୍ୟାକ୍ସି ଡ୍ରାଇଭରଙ୍କୁ ଲାଭ ଦେଇଥାଏ”
“ଆଜି ଡିଜିଟାଲ୍ ଦେୟ ଏକ ଐତିହାସିକ ସ୍ତରରେ ପହଞ୍ଚିଛି ଏବଂ ଭୀମ୍‍-ୟୁପିଆଇ ପରି ଆମର ଉଦ୍ଭାବନ ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି”
“ପ୍ରାୟ ୬ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ଦ୍ୱାରା ଗ୍ରାମ ପଞ୍ଚାୟତଗୁଡିକୁ ସଂଯୋଗ କରାଯାଉଛି”
“୪୧୮ ବିଲିୟନ ଡ଼ଲାର ଅର୍ଥାତ ୩୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରି ଭାରତ ଏକ ନୂତନ ରେକର୍ଡ ସୃଷ୍ଟି କରିଛି”
“ପ୍ରଧାନମନ୍ତ୍ରୀ ଗତିଶକ୍ତି ନେସନାଲ ମାଷ୍ଟର ପ୍ଲାନ ଅଧୀନରେ ଦୁଇ ଶହ ପଚାଶରୁ ଅଧିକ ରେଳ ଏବଂ ସଡକ ପ୍ରକଳ୍ପ ଚିହ୍ନଟ କର

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀମାନ ଥାୱର ଚନ୍ଦ୍ର ଜୀ ଗେହେଲଟ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମଇ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀଗଣ, କର୍ଣ୍ଣାଟକ ସରକାରଙ୍କର ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ଆଜି ଭାରତର ସାମୁଦ୍ରିକ ଶକ୍ତି ପାଇଁ ହେଉଛି ବହୁତ ବଡ଼ ଦିନ । ରାଷ୍ଟ୍ରର ସୈନ୍ୟ ସୁରକ୍ଷା ହେଉ ଅବା ପୁଣି ରାଷ୍ଟ୍ରର ଆର୍ଥିକ ସୁରକ୍ଷା, ଭାରତ ଆଜି ବଡ଼ ଅବସରର ସାକ୍ଷୀ ପାଲଟିଛି । ଏବେଠାରୁ କିଛି ସମୟ ପୂର୍ବରୁ, କୋଚିରେ ଭାରତର ସର୍ବ ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ ବାହକ ପୋତର ଲୋକାର୍ପଣ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ଭରି ଦେଇଛି।

ଆଉ ଏବେ ଏଠାରେ ମାଙ୍ଗାଲୁରୁରେ 3 ହଜାର 700 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ ଏବଂ ଭୂମିପୂଜନ ହୋଇଛି । ଐତିହାସିକ ମଙ୍ଗାଲୋର ବନ୍ଦରର କ୍ଷମତାର ସଂପ୍ରସାରଣ ସହିତ ଏଠାରେ ବିଶୋଧନ ଏବଂ ଆମର ମତ୍ସ୍ୟଜୀବୀ ସାଥୀମାନଙ୍କ ଆୟ ବୃଦ୍ଧି ପାଇଁ ଅନେକ ପ୍ରକଳ୍ପ ଲୋକାର୍ପଣ ଏବଂ ଶିଳାନ୍ୟାସ ମଧ୍ୟ ହୋଇଛି । ଏହି ପ୍ରକଳ୍ପ ଗୁଡିକ ପାଇଁ ମୁଁ କର୍ଣ୍ଣାଟକବାସୀଙ୍କୁ, ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ଏହି ପ୍ରକଳ୍ପଗୁଡିକ ଦ୍ୱାରା କର୍ଣ୍ଣାଟକରେ ବ୍ୟବସାୟ- କାରବାରକୁ, ଉଦ୍ୟୋଗକୁ ଆହୁରି ଅଧିକ ଶକ୍ତି ମିଳିବ, ବ୍ୟବସାୟ ସୁଗମତାକୁ ବଳ ମିଳିବ । ବିଶେଷକରି ‘ଏକ ଜିଲ୍ଲା- ଏକ ଉତ୍ପାଦ’ ଅଧିନରେ ବିକଶିତ କରାଯାଉଥିବା କର୍ଣ୍ଣାଟକର କୃଷକମାନଙ୍କୁ ଏବଂ ମତ୍ସ୍ୟଜୀବୀମାନଙ୍କ ଉତ୍ପାଦକୁ ଅନ୍ତରାଷ୍ଟ୍ରୀୟ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଆହୁରି ସହଜ ହେବ ।

ସାଥୀଗଣ,

ଚଳିତ ଥର ସ୍ୱାଧୀନତା ଦିବସରେ ଲାଲ କିଲାରୁ ଯେଉଁ ପାଞ୍ଚ ପ୍ରଣ ବା ଶପଥର କଥା ମୁଁ କହିଛି, ସେଥି ମଧ୍ୟରୁ ସର୍ବ ପ୍ରଥମଟି ହେଉଛି – ବିକଶିତ ଭାରତ ନିର୍ମାଣ । ବିକଶିତ ଭାରତର ନିର୍ମାଣ ପାଇଁ ଦେଶର ବିନିର୍ମାଣ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆର ସଂପ୍ରସାରଣ କରିବାର ବହୁତ ଆବଶ୍ୟକତା ରହିଛି । ବିକଶିତ ଭାରତ ନିର୍ମାଣ ପାଇଁ ଜରୁରୀ ହେଉଛି ଆମର ରପ୍ତାନୀ ବୃଦ୍ଧି ହେଉ, ବିଶ୍ୱରେ ଆମର ଉତ୍ପାଦ, ମୂଲ୍ୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ମୂଳକ ହେଉ । ଏହା ଶସ୍ତା ଏବଂ ସୁଗମ ଲଜିଷ୍ଟିକ ବିନା ସମ୍ଭବ ନୁହେଁ ।

ଏହି ଚିନ୍ତାଧାରା ସହିତ ବିଗତ 8 ବର୍ଷରେ ଦେଶ ଭିତ୍ତିଭୂମି ଉପରେ ଅଦ୍ଭୁତପୂର୍ବ କାର୍ଯ୍ୟ ହେଉଛି। ଆଜି ବୋଧହୁଏ ଦେଶର ଏପରି କୌଣସି ଅଂଶ ନାହିଁ ଯେଉଁଠାରେ ଭିତ୍ତିଭୂମି ବିକାଶର କୌଣସି ନା କୌଣସି ବଡ଼ ପ୍ରକଳ୍ପ ଚାଲୁ ନାହିଁ । ଭାରତମାଳାରେ ସୀମାବର୍ତ୍ତୀ ରାଜ୍ୟଗୁଡିକର ଭିତ୍ତିଭୂମିକୁ ସଶକ୍ତ କରାଯାଉଛି, ସେହିପରି ଉପକୂଳରେ ଭିତ୍ତିଭୂମିକୁ ସାଗରମାଳାରୁ ଶକ୍ତି ମିଳୁଛି।

ଭାଇ ଓ ଭଉଣୀମାନେ,

ବିଗତ ବର୍ଷମାନଙ୍କରେ ଦେଶ ବନ୍ଦର ଅଧାରିତ ବିକାଶକୁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ଭାବେ ଗ୍ରହଶ କରିଛି । ଏହି ପ୍ରୟାସର ପରିଣାମ ହେଉଛି ଯେ କେବଳ 8 ବର୍ଷରେ ଭାରତର ବନ୍ଦର ଗୁଡିକର କ୍ଷମତା ପ୍ରାୟ ଦୁଇଗୁଣ ହୋଇଯାଇଛି । ଅର୍ଥାତ ବର୍ଷ 2014 ପର୍ଯ୍ୟନ୍ତ ଆମର ଏଠାରେ ବନ୍ଦର ଗୁଡିକର ଯେତେ କ୍ଷମତା ଥିଲା, ବିଗତ 8 ବର୍ଷରେ ସେତିକି ଅଧିକ ନୂଆ ଯୋଡି ହୋଇ ଯାଇଛି ।

ମାଙ୍ଗାଲୋର ବନ୍ଦରରେ ଟେକ୍ନୋଲୋଜି ସହିତ ଜଡିତ ଯେଉଁ ନୂତନ ସୁବିଧା ସାମିଲ କରାଯାଇଛି, ତାହାଦ୍ୱାରା ଏହାର କ୍ଷମତା ଏବଂ ଦକ୍ଷତା, ଉଭୟ ବୃଦ୍ଧି ପାଇବ । ଆଜି ଗ୍ୟାସ ଏବଂ ତରଳ କାର୍ଗୋର ଭଣ୍ଡାରଣ ସହିତ ଜଡିତ ଯେଉଁ ଚାରୋଟି ପ୍ରକଳ୍ପର ଏଠାରେ ଶିଳାନ୍ୟାସ କରାଯାଇଛି, ତାହାଦ୍ୱାରା କର୍ଣ୍ଣାଟକ ଏବଂ ଦେଶକୁ ବହୁତ ଲାଭ ମିଳିବାକୁ ଯାଉଛି । ଏହା ଦ୍ୱାରା ଖାଇବା ତେଲର, ଏଲପିଜି ଗ୍ୟାସର, ବିଟୁମିନର ଆମଦାନୀ ଦର ମଧ୍ୟ ହ୍ରାସ ପାଇବ।

ସାଥୀଗଣ,

ଅମୃତକାଳରେ ଭାରତ ସବୁଜ ବିକାଶର ସଂକଳ୍ପ ସହିତ ଆଗକୁ ଅଗ୍ରସର ହେଉଛି । ସବୁଜ ବିକାଶ ଏବଂ ସବୁଜ ନିଯୁକ୍ତି, ଏହା ହେଉଛି ନୂତନ ସୁଯୋଗ । ଏଠାକାର ବିଶୋଧନାଗାରରେ ଆଜି ଯେଉଁ ନୂତନ ସୁବିଧା ଯୋଡି ହୋଇଛି, ତାହା ମଧ୍ୟ ଆମର ଏହି ପ୍ରାଥମିକତା ଗୁଡିକୁ ଦର୍ଶାଉଛି । ଆଜି ଆମର ବିଶୋଧନାଗାର ନଦୀ ଜଳ ଉପରେ ନିର୍ଭରଶୀଳ। ଡିସୋଲିନେସନ ପ୍ଲାଣ୍ଟ ଦ୍ୱାରା ବିଶୋଧନାଗାରର ନଦୀ ଉପରେ ନିର୍ଭାଶୀଳତା କମ୍ ହୋଇଯିବ ।

ଭାଇ ଓ ଭଉଣୀମାନେ,

ବିଗତ 8 ବର୍ଷରେ ସାରା ଦେଶରେ ଭିତ୍ତିଭୂମିର ବିକାଶ କ୍ଷେତ୍ରକୁ ଯେଉଁଭଳି ଭାବେ ଦେଶ ପ୍ରାଥମିକତା ଦେଇଛି, ତାହାର ବହୁତ ଅଧିକ ଲାଭ କର୍ଣ୍ଣାଟକକୁ ମିଳିଛି । କର୍ଣ୍ଣାଟକ ସାଗରମାଳା ଯୋଜନାର ସବୁଠାରୁ ବଡ଼ ଲାଭାର୍ଥୀ ମାନଙ୍କ ମଧ୍ୟରୁ ହେଉଛି ଗୋଟିଏ । କର୍ଣ୍ଣାଟକରେ କେବଳ ଜାତୀୟ ରାଜପଥ କ୍ଷେତ୍ରରେ ହିଁ ବିଗତ 8 ବର୍ଷରେ ପ୍ରାୟ 70 ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ କାର୍ଯ୍ୟ ହୋଇଛି । କେବଳ ଏତିକି ହିଁ ନୁହେଁ, ପ୍ରାୟ 1 ଲକ୍ଷ କୋଟିରୁ ମଧ୍ୟ ଅଧିକ ଟଙ୍କାର ପ୍ରକଳ୍ପ ପାଇପ ଲାଇନରେ ହୋଇଛି । ବେଙ୍ଗାଲୁରୁ- ଚେନ୍ନାଇ ଏକ୍ସପ୍ରେସୱେ, ବେଙ୍ଗାଲୁରୁ- ମହୀଶୁର ରୋଡ଼ ହାଇୱେର ଛଅ ଲେନ, ବେଙ୍ଗାଲୁରୁ ସହିତ ପୁଣେକୁ ଯୋଡ଼ୁଥିବା ଗ୍ରୀନଫିଲ୍ଡ କରିଡର, ବେଙ୍ଗାଲୁରୁ ସାଟେଲାଇଟ ରିଙ୍ଗ ରୋଡ଼, ଏଭଳି ଅନେକ ପ୍ରକଳ୍ପଗୁଡ଼ିକ ଉପରେ କାର୍ଯ୍ୟ ହେଉଛି ।

ରେଳବାଇରେ 2014 ପୂର୍ବ ତୁଳନାରେ କର୍ଣ୍ଣାଟକ ବଜେଟରେ 4 ଗୁଣରୁ ଅଧିକର ବୃଦ୍ଧି ହୋଇଛି। ରେଳ ଲାଇନର ସଂପ୍ରସାରଣ (ଚଉଡା କରିବା)ରେ ମଧ୍ୟ ବିଗତ 8 ବର୍ଷ ମଧ୍ୟରେ 4 ଗୁଣରୁ ଅଧିକ ଗତିରେ କାର୍ଯ୍ୟ ହୋଇଛି । କର୍ଣ୍ଣାଟକରେ ରେଳ ଲାଇନର ବିଦ୍ୟୁତକରଣରେ ବହୁତ ବଡ଼ ଅଂଶ ବିଗତ 8 ବର୍ଷରେ ପୂରଣ କରାଯାଇଛି ।

ସାଥୀଗଣ,

ଆଜିକାର ଭାରତ, ଆଧୁନିକ ଭିତ୍ତିଭୂମିର ବିକାଶ ଉପରେ ଏତେ ଗୁରୁତ୍ୱ ଏଇଥିପାଇଁ ଦେଉଛି କାରଣ ଏହି ବିକାଶ ହେଉଛି ଭାରତର ନିର୍ମାଣର ମାର୍ଗ । ଆଧୁନିକ ଭିତ୍ତିଭୂମିର ନିର୍ମାଣ ସୁବିଧା ବଢ଼ାଇବା ସହିତ ହିଁ ବୃହତ ଆକାରରେ ନୂତନ ରୋଜଗାରର ମଧ୍ୟ ନିର୍ମାଣ କରିଥାଏ। ଅମୃତକାଳରେ ଆମର ବଡ଼ ସଂକଳ୍ପଗୁଡ଼ିକର ସିଦ୍ଧିର ଏହା ମଧ୍ୟ ହେଉଛି ପଥ ।

ଭାଇ ଓ ଭଉଣୀମାନେ,

ଦେଶର ଦ୍ରୁତ ବିକାଶ ପାଇଁ ଏହା ମଧ୍ୟ ହେଉଛି ବହୁତ ଆବଶ୍ୟକ ଯେ ଦେଶର ଲୋକମାନଙ୍କର ଉର୍ଜ୍ଜା ଉଚିତ ଦିଗରେ ଲାଗୁ । ଯେତେବେଳେ ଲୋକମାନଙ୍କର ଉର୍ଜ୍ଜା, ମୌଳିକ ସୁବିଧାଗୁଡ଼ିକୁ ଯୋଡ଼ିବାରେ ଲାଗି ରହିବ ତେବେ ପୁଣି ଦେଶର ବିକାଶର ଗତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ସମ୍ମାନର ସହିତ ଜୀବନ ଜୀଇଁବା ଲାଗି ପକ୍କା ଘର, ଶୌଚାଳୟ, ପରିଷ୍କାର ପାଣି, ବିଜୁଳି ଏବଂ ଧୂଆଁମୁକ୍ତ ରୋଷେଇଶାଳା, ଏହା ହେଉଛି ଆଜିକାର ଯୁଗରେ ସାଧାରଣ ସ୍ୱାଭାବିକ ଆବଶ୍ୟକତା।

ଏହି ସୁବିଧାଗୁଡ଼ିକ ଉପରେ ଆମର ଡବଲ ଇଂଜିନର ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ବିଗତ 8 ବର୍ଷ ମଧ୍ୟରେ ଦେଶରେ ଗରିବମାନଙ୍କ ପାଇଁ ତିନି କୋଟିରୁ ମଧ୍ୟ ଅଧିକ ଗୃହ ନିର୍ମାଣ କରାଯାଇଛି । କର୍ଣ୍ଣାଟକରେ ମଧ୍ୟ ଗରିବଙ୍କ ପାଇଁ 8 ଲକ୍ଷରୁ ଅଧିକ ପକ୍କା ଘରଗୁଡ଼ିକ ପାଇଁ ମଞ୍ଜରି ଦିଆଯାଇଛି । ମଧ୍ୟମବର୍ଗର ହଜାର ହଜାର ପରିବାରଗୁଡ଼ିକୁ ମଧ୍ୟ ନିଜର ଗୃହ ନିର୍ମାଣ କରିବା ପାଇଁ କୋଟି- କୋଟି ଟଙ୍କାର ସାହାୟତା ଦିଆ ଯାଇଛି ।

ଜଳ ଜୀବନ ମିଶନ ମାଧ୍ୟମରେ କେବଳ ତିନି ବର୍ଷରେ ହିଁ ଦେଶରେ 6 କୋଟିରୁ ମଧ୍ୟ ଅଧିକ ଘରକୁ ପାଇପ ଦ୍ୱାରା ପାଣିର ସୁବିଧା ପହଞ୍ଚା ଯାଇଛି । କର୍ଣ୍ଣାଟକର ମଧ୍ୟ 30 ଲକ୍ଷରୁ ଅଧିକ ଗ୍ରାମୀଣ ପରିବାରଙ୍କୁ ପର୍ଯ୍ୟନ୍ତ ପ୍ରଥମ ଥର ପାଇପ ଦ୍ୱାରା ପାଣି ପହଞ୍ଚି ପାରିଛି । ମୁଁ ଖୁସି ଯେ ଏହି ସୁବିଧାଗୁଡ଼ିକର ସବୁଠାରୁ ଅଧିକ ଲାଭାର୍ଥୀ ହେଉଛନ୍ତି ଆମର ଭଉଣୀମାନେ, ହେଉଛନ୍ତି ଆମର ଝିଅମାନେ।

ସାଥୀଗଣ,

ଗରିବଙ୍କର ବହୁତ ବଡ଼ ଆବଶ୍ୟକତା, ଚିକିତ୍ସାର ଶସ୍ତା ସୁବିଧା ଏବଂ ସାମାଜିକ ସୁରକ୍ଷା ଦ୍ବାରା ହୋଇଥାଏ । ଯେତେବେଳେ ଗରିବ ଉପରେ ସଙ୍କଟ ଆସିଥାଏ, ତେବେ ସମ୍ପୂର୍ଣ୍ଣ ପରିବାର ଆଉ କେତେଥର ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ଅସୁବିଧାରେ ପଡ଼ି ଯାଇଥାଆନ୍ତି । ଗରିବଙ୍କୁ ଏହି ଚିନ୍ତାରୁ ମୁକ୍ତି ଦେଇଛି ଆୟୂଷ୍ମାନ ଭାରତ ଯୋଜନା । ଆୟୂଷ୍ମାନ ଭାରତ ଯୋଜନା ମାଧ୍ୟମରେ ଦେଶର ପ୍ରାୟତଃ 4 କୋଟି ଗରିବଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମୟରେ ମାଗଣା ଚିକିତ୍ସା ସୁବିଧା ମିଳି ସାରିଛି । ଏହି ଗରିବମାନଙ୍କର ପ୍ରାୟତଃ 50 ହଜାର କୋଟି ଟଙ୍କା ଖର୍ଚ୍ଚ ହେବାଠାରୁ ସଂଚୟ ହୋଇଛି। ଆୟୂଷ୍ମାନ ଭାରତର ଲାଭ କର୍ଣ୍ଣାଟକକୁ ମଧ୍ୟ 30 ଲକ୍ଷରୁ ଅଧିକ ଗରିବ ରୋଗୀଙ୍କୁ ମିଳିଛି ଆଉ ସେମାନଙ୍କର ମଧ୍ୟ 4 ହଜାର କୋଟିରୁ ଅଧିକ ଟଙ୍କାର ସଞ୍ଚୟ ହୋଇଛି ।

ଭାଇ ଓ ଭଉଣୀମାନେ,

ସ୍ୱାଧୀନତା ପରର ଦଶକଗୁଡ଼ିକ ପର୍ଯ୍ୟନ୍ତ ଆମର ଏଠାରେ ଏଭଳି ପରିସ୍ଥିତି ରହିଲା ଯେ କେବଳ ସାଧନ- ସମ୍ପନ୍ନ ବାଲାଙ୍କ ହିଁ ବିକାଶର ଲାଭ ମିଳିଛି । ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିଲେ, ସେମାନଙ୍କୁ ପ୍ରଥମ ଥର ପାଇଁ ବିକାଶର ଲାଭ ସହିତ ଯୋଡ଼ା ଯାଇଛି। ଯେଉଁମାନଙ୍କୁ ଆର୍ଥିକ ଦୃଷ୍ଟିରୁ ନିମ୍ନ ଭାବି ଭୁଲାଇ ଦିଆ ଯାଇଥିଲା, ଆମ ସରକାର ସେମାନଙ୍କ ସହିତ ମଧ୍ୟ ଠିଆ ହୋଇଛନ୍ତି। କ୍ଷୁଦ୍ର ଚାଷୀ ହୁଅନ୍ତୁ, ଛୋଟ ବ୍ୟବସାୟୀ ହୁଅନ୍ତୁ, ମତ୍ସ୍ୟଜୀବୀ ହୁଅନ୍ତୁ, ଫୁଟପାଥ- ରାସ୍ତାକଡରେ ବସୁଥିବା- ଠେଲା ଗାଡ଼ିବାଲା ହୁଅନ୍ତୁ, ଏଭଳି କୋଟି- କୋଟି ଲୋକମାନଙ୍କୁ ପ୍ରଥମ ଥର ପାଇଁ ଦେଶର ବିକାଶ ଜନିତ ଲାଭ ମିଳିବା ଆରମ୍ଭ ହୋଇଛି, ସେମାନେ ବିକାଶର ମୁଖ୍ୟ ଧାରା ସହିତ ଯୋଡ଼ି ହେଉଛନ୍ତି।

ପିଏମ କିଷାନ ସମ୍ମାନନିଧି ମାଧ୍ୟମରେ ଦେଶର 11 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ପ୍ରାୟ 2 ଲକ୍ଷ କୋଟି ଟଙ୍କା ଜମା କରାଯାଇଛି। କର୍ଣ୍ଣାଟକର ମଧ୍ୟ 55 ଲକ୍ଷରୁ ଅଧିକ କ୍ଷୁଦ୍ର ଚା​​‌ଷୀ‌ମାନଙ୍କୁ ପ୍ରାୟ 10 ହଜାର କୋଟି ଟଙ୍କା ମିଳି ସାରିଛି। ପିଏମ ସ୍ୱନିଧି ମାଧ୍ୟମରେ ଦେଶର 35 ଲକ୍ଷ ଫୁଟପାଥ- ରାସ୍ତାକଡରେ ବସୁଥିବା- ଠେଲା ଗାଡ଼ିବାଲା ଭାଇ ଭଉଣୀମାନଙ୍କୁ ଆର୍ଥିକ ସାହାଯ୍ୟ ମିଳିଛି। ଏହାର ଲାଭ କର୍ଣ୍ଣାଟକର ମଧ୍ୟ ପ୍ରାୟ 2 ଲକ୍ଷ ରାସ୍ତା କଡ ବୁଲାବିକାଳି ମାନଙ୍କୁ ମଧ୍ୟ ମିଳିଛି।

ମୁଦ୍ରା ଯୋଜନା ମାଧ୍ୟମରେ ସମଗ୍ର ଦେଶରେ ଛୋଟ ଉଦ୍ୟମୀମାନଙ୍କୁ ପ୍ରାୟ 20 ଲକ୍ଷ କୋଟି ଟଙ୍କାରୁ ଅଧିକର ଋଣ ଦିଆ ଯାଇଛି। କର୍ଣ୍ଣାଟକର ମଧ୍ୟ ଲକ୍ଷ- ଲକ୍ଷ ଉଦ୍ୟମୀମାନଙ୍କୁ ପ୍ରାୟ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟାଙ୍କ ଋଣ ଦିଆ ଯାଇସାରିଛି।

ସାଥୀଗଣ,

ଉପକୂଳରେ ଥିବା ଗାଁ ଗୁଡିକରେ, ବନ୍ଦର ନିକଟରେ ରହିଥିବା ସାଥୀଗଣ, ମତ୍ସ୍ୟ ପାଳନ ସହିତ ଜଡ଼ିତ ଆମର ଭାଇ ଭଉଣୀମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଡବଲ ଇଂଜିନର ସରକାର ବିଶେଷ ପ୍ରୟାସ କରୁଛନ୍ତି । କିଛି ସମୟ ପୂର୍ବରୁ ହିଁ ଏଠାରେ ମତ୍ସ୍ୟ ପାଳନ ସହିତ ଜଡ଼ିତ ସାଥୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ଦିଆଗଲା । ଗଭୀର ସମୁଦ୍ରରୁ ମାଛ ଧରିବା ପାଇଁ ଆବଶ୍ୟକ ଡଙ୍ଗା, ଆଧୁନିକ ଭେସେଲସ୍ ମଧ୍ୟ ଦିଆଯାଇଛି ।

ପିଏମ ମତ୍ସ୍ୟ ସମ୍ପଦା ଯୋଜନା ମାଧ୍ୟମରେ ମିଳୁଥିବା ସବସିଡ଼ି ହେଉ କିମ୍ବା ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ କାର୍ଡର ସୁବିଧା, ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ଏବଂ ଆଜୀବିକା ବୃଦ୍ଧି କରିବା ପାଇଁ ପ୍ରଥମ ଥର ପାଇଁ ଏହି ପ୍ରକାରର ପ୍ରୟାସ ହେଉଛି।

ଆଜି କୁଲାଇରେ ମାଛଧରା ଜେଟିର ଭୂମି ପୂଜନ ମଧ୍ୟ ହୋଇଛି । ବର୍ଷ ବର୍ଷ ଧରି ଆମର ମତ୍ସ୍ୟ ଜନିତ କ୍ଷେତ୍ର ସହିତ ଜଡ଼ିତ ଭାଇ- ଭଉଣୀ ଏହାର ଦାବୀ କରି ଆସୁଥିଲେ । ଏହା ଯେତେବେଳେ ନିର୍ମାଣ ହୋଇଯିବ ତେବେ ମତ୍ସ୍ୟଜୀବୀମାନଙ୍କର ଅନେକ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ। ଏହି ପ୍ରକଳ୍ପ ଫଳରେ ଶହ- ଶହ ମତ୍ସ୍ୟଜୀବୀ ପରିବାରଙ୍କୁ ସାହାଯ୍ୟ ମିଳି ପାରିବ, ଅନେକ ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ।

ସାଥୀଗଣ,

ଡବଲ ଇଂଜିନର ସରକାର, ଦେଶର ଲୋକମାନଙ୍କର ଆକାଂକ୍ଷାଗୁଡ଼ିକୁ ପୂରଣ କରିବା ପାଇଁ ଦିନ- ରାତି ପରିଶ୍ରମ କରୁଛନ୍ତି । ଦେଶର ଜନତାଙ୍କର ଆକାଂକ୍ଷା, ଆମ ସରକାରଙ୍କ ପାଇଁ ହେଉଛି ଜନତାଙ୍କର ଆଦେଶ ଭଳି । ଦେଶର ଲୋକମାନଙ୍କର ଆକାଂକ୍ଷା ହେଉଛି ଯେ ଭାରତରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହୁ। ଆଜି ଦେଶର କୋଣ- ଅନୁକୋଣରେ ଆଧୁନିକ ଭିତ୍ତିଭୂମିର ନିର୍ମାଣ ହେଉଛି।

ଦେଶର ଲୋକମାନଙ୍କର ଆକାଂକ୍ଷା ହେଉଛି ଯେ ଆମର ଅଧିକରୁ ଅଧିକ ସହର ମେଟ୍ରୋ ଯୋଗାଯୋଗ ସହିତ ଯୋଡ଼ି ହେଉ । ଆମ ସରକାରଙ୍କର ପ୍ରୟାସ କାରଣରୁ ବିଗତ ଆଠ ବର୍ଷରେ ମେଟ୍ରୋ ସହିତ ଜଡ଼ିତ ସହରଗୁଡ଼ିକର ସଂଖ୍ୟାରେ ଚାରି ଗୁଣ ବୃଦ୍ଧି ହୋଇ ସାରିଛି।

ଦେଶର ଲୋକମାନଙ୍କର ଆକାଂକ୍ଷା ହେଉଛି ଯେ, ସେମାନଙ୍କୁ ସହଜରେ ବିମାନ ଉଡାଣର ସୁବିଧା ମିଳୁ। ଉଡାଣ ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଯାତ୍ରୀ ଉଡାଜାହାଜରେ ଯାତ୍ରା କରି ସାରିଛନ୍ତି।

ଦେଶର ଲୋକମାନଙ୍କର ଆକାଂକ୍ଷା ହେଉଛି ଯେ ଭାରତରେ ସ୍ବଚ୍ଛ ଅର୍ଥନୀତି ହେଉ। ଆଜି ଡିଜିଟାଲ କାରବାର ଐତିହାସିକ ସ୍ତରରେ ରହିଛି ଆଉ ଭୀମ- ୟୁପିଆଇ ଭଳି ଆମର ନବସୃଜନ, ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି। 

ଦେଶର ଲୋକମାନେ ଆଜି ଦ୍ରୁତ ଇଣ୍ଟରନେଟ ଚାହୁଁଛନ୍ତି, ଶସ୍ତା ଇଣ୍ଟରନେଟ ଚାହୁଁଛନ୍ତି, ଦେଶର କୋଣ ଅନୁକୋଣରେ ଇଣ୍ଟରନେଟ ଚାହୁଁଛନ୍ତି। ଆଜି ପ୍ରାୟ 6 ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ବିଛାଇ ଗ୍ରାମ ପଞ୍ଚାୟତଗୁଡ଼ିକୁ ଯୋଡ଼ା ଯାଉଛି।

5-ଜିର ସୁବିଧା, ଏହି କ୍ଷେତ୍ରରେ ନୂତନ କ୍ରାନ୍ତି ଆଣିବାକୁ ଯାଉଛି । ମୁଁ ଖୁସି ଯେ କର୍ଣ୍ଣାଟକର ଡବଲ ଇଂଜିନର ସରକାର ମଧ୍ୟ, ଦ୍ରୁତ ଗତିରେ ଲୋକମାନଙ୍କର ଆବଶ୍ୟକତା ଏବଂ ଆକାଂକ୍ଷାଗୁଡ଼ିକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି।

ସାଥୀଗଣ,

ଭାରତ ପାଖରେ ସାଢ଼େ ସାତ ହଜାର କିଲୋମିଟରରୁ ମଧ୍ୟ ଅଧିକ ଉପକୂଳ ଅଞ୍ଚଳ ରହିଛି। ଦେଶର ଏହି ସାମର୍ଥ୍ୟରୁ ଆମକୁ ଭରପୂର ଲାଭ ଉଠାଇବାକୁ ହେବ । ଏଠାକାର କରାୱଲୀ ଉପକୂଳ ଏବଂ ପଶ୍ଚିମାଞ୍ଚଳ ଘାଟ ମଧ୍ୟ ନିଜର ପର୍ଯ୍ୟଟନ ପାଇଁ ସେତିକି ପ୍ରସିଦ୍ଧ। ମୋତେ ଅବଗତ କରାଯାଇଛି କି ପ୍ରତି କ୍ରୁଜ ସିଜିନରେ ନ୍ୟୁ ମ୍ୟାଙ୍ଗାଲୋର ବନ୍ଦର ହାରାହାରି 25 ହଜାର ପର୍ଯ୍ୟଟକମାନଙ୍କୁ ବ୍ୟବସ୍ଥିତ କରୁଛି । ଏଥିରେ ବହୁତ ବଡ଼ ସଂଖ୍ୟା ବିଦେଶୀ ନାଗରିକମାନଙ୍କର ମଧ୍ୟ ହୋଇଥାଏ। ଅର୍ଥାତ ସମ୍ଭାବନା ବହୁତ ରହିଛି ଆଉ ଯେଉଁଭଳି ଭାବେ ଭାରତରେ ମଧ୍ୟମ ବର୍ଗଙ୍କର ଶକ୍ତି ବୃଦ୍ଧି ହେଉଛି, ଭାରତରେ କ୍ରୁଜ ପର୍ଯ୍ୟଟନର ସମ୍ଭାବନା ଆହୁରି ଅଧିକ ବୃଦ୍ଧି ହୋଇ ଚାଲିଛି।

ଯେତେବେଳେ ପର୍ଯ୍ୟଟନ ବୃଦ୍ଧି ହୋଇଥାଏ ତେବେ ତାହାର ବହୁତ ବଡ଼ ଲାଭ ଆମର କୁଟୀର ଶିଳ୍ପ ଉଦ୍ୟୋଗ, ଆମର ଶିଳ୍ପୀଗଣ, ଗ୍ରାମ ଉଦ୍ୟୋଗ, ଫୁଟପାଥ- ରାସ୍ତାକଡରେ ବସୁଥିବା- ଠେଲା ଗାଡ଼ିବାଲା ଭାଇ ଭଉଣୀ, ଅଟୋ ରିକ୍ସା ଚାଳକ, ଟ୍ୟାକ୍ସି ଡ୍ରାଇଭର, ଏଭଳି ସମାଜର ଛୋଟ ବର୍ଗର ଲୋକମାନଙ୍କୁ ପର୍ଯ୍ୟଟନ ଦ୍ୱାରା ବହୁତ ଲାଭ ହୋଇଥାଏ । ମୁଁ ଖୁସି ଯେ ନ୍ୟୁ ମାଙ୍ଗାଲୋର ପୋର୍ଟ କ୍ରୁଜ ପର୍ଯ୍ୟଟନକୁ ବଢ଼ାଇବା ପାଇଁ କ୍ରମାଗତ ଭାବେ ନୂତନ ସୁବିଧାଗୁଡ଼ିକୁ ଯୋଡ଼ୁଛି ।

ସାଥୀଗଣ,

ଯେତେବେଳେ କରୋନାର ସଙ୍କଟ ଆରମ୍ଭ ହୋଇଥିଲା, ତେବେ ମୁଁ ବିପଦର ସମୟରେ ବଦଳିବାର କଥା କହିଥିଲି । ଆଜି ଦେଶ ଏହି ବିପଦକୁ ଅବସରରେ ବଦଳାଇ ଦେଖାଇ ଦେଇଛି। କିଛି ଦିନ ପୂର୍ବେ ଜିଡିପିର ଯେଉଁ ପରିସଂଖ୍ୟାନ ଆସିଛି, ତାହା ଦର୍ଶାଉଛି ଯେ ଭାରତ କରୋନା କାଳରେ ଯେଉଁସବୁ ନୀତି ନିର୍ଦ୍ଧାରଣ କରିଥିଲା, ଯେଉଁ ନିଷ୍ପତି ନେଲା, ସେଗୁଡ଼ିକ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା । ଗତ ବର୍ଷ ଏତେ ବିଶ୍ୱସ୍ତରୀୟ ବିଘଟନ ରହିଥିବା ସତ୍ୱେ ଭାରତ 670 ବିଲିୟନ ଡଲାର ଅର୍ଥାତ ସମୁଦାୟ 50 ଲକ୍ଷ କୋଟି ଟଙ୍କାର ରପ୍ତାନୀ କରିଛି । ସବୁ ପ୍ରକାରର ଆହ୍ୱାନକୁ ସମ୍ମୁଖୀନ ହୋଇ ଭାରତ 418 ବିଲିୟନ ଡଲାର ଅର୍ଥାତ 31 ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ରପ୍ତାନୀର ନୂତନ ରେକର୍ଡ ସୃଷ୍ଟି କଲା।

ଆଜି ଦେଶର ଅଭିବୃଦ୍ଧି ଇଂଜିନ ସହିତ ଜଡ଼ିତ ପ୍ରତ୍ୟେକ କ୍ଷେତ୍ର ସମ୍ପୂର୍ଣ୍ଣ କ୍ଷମତାର ସହିତ ଅଗ୍ରସର ହୋଇ ପଡ଼ିଛି । ସେବା କ୍ଷେତ୍ର ମଧ୍ୟ ଦ୍ରୁତ ଗତିରେ ଅଭିବୃଦ୍ଧି ଆଡ଼କୁ ବଢ଼ି ଚାଲିଛି। ପିଏଲଆଇ ସ୍କିମର ପ୍ରଭାବ ବିନିର୍ମାଣ କ୍ଷେତ୍ରରେ ମଧ୍ୟ ଦେଖାଗଲାଣି। ମୋବାଇଲ ଫୋନ ସହିତ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ ବିନିର୍ମାଣ କ୍ଷେତ୍ରରେ ମଧ୍ୟ କେତେ ଗୁଣା ବୃଦ୍ଧି ହୋଇଛି।

ଖେଳଣାର ଆମଦାନୀ 3 ବର୍ଷରେ ଯେତିକି ହ୍ରାସ ପାଇଛି, ରପ୍ତାନୀ ପ୍ରାୟତଃ ସେତିକି ବୃଦ୍ଧି ପାଇଛି। ଏହି ସବୁଗୁଡ଼ିକର ଲାଭ ସିଧାସଳଖ ଭାବେ ଦେଶର ସେହି ଉପକୂଳବର୍ତ୍ତୀ ଅଂଚଳକୁ ମଧ୍ୟ ହେଉଛି, ଯାହା ଭାରତୀୟ ଜିନିଷକୁ ରପ୍ତାନୀ କରିବା ପାଇଁ ନିଜର ସଂସାଧନ ଯୋଗାଣ କରୁଛନ୍ତି, ଯେଉଁଠାରେ ମେଙ୍ଗାଲୁରୁ ଭଳି ବଡ଼ ବନ୍ଦର ରହିଛି।

ସାଥୀଗଣ,

ସରକାରଙ୍କର ପ୍ରୟାସ ଫଳରେ ଦେଶରେ ବିଗତ ବର୍ଷମାନଙ୍କରେ ଉପକୂଳ ଟ୍ରାଫିକରେ ମଧ୍ୟ ବୃଦ୍ଧି ଦେଖା ଯାଇଛି। ଦେଶର ଭିନ୍ନ- ଭିନ୍ନ ବନ୍ଦରଗୁଡ଼ିକରେ ସୁବିଧା ଏବଂ ସଂସାଧନ ବୃଦ୍ଧି ହେବା କାରଣରୁ ଉପକୂଳ ଗମନାଗମନ ଏବେ ଆହୁରି ଅଧିକ ସହଜ ହୋଇ ପାରିଛି। ସରକାରଙ୍କର ଚେଷ୍ଟା ରହିଛି ଯେ ବନ୍ଦରର ସଂଯୋଗୀକରଣ ବ୍ୟବସ୍ଥା ଆହୁରି ଅଧିକ ଭଲ ହେଉ, ଏଥିରେ ଆହୁରି ଗତି ଆସୁ। ଏଥିପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ମାଧ୍ୟମରେ ରେଳବାଇ ଏବଂ ସଡ଼କର ଅଢ଼େଇ ଶହରୁ ଅଧିକ ପ୍ରକଳ୍ପର ଚିହ୍ନଟ କରାଯାଇଛି ଯାହା ସେମଲେସ୍ ବନ୍ଦର ସଂଯୋଗୀକରଣ ବ୍ୟବସ୍ଥାରେ ସାହାଯ୍ୟ କରିବ।

ଭାଇ ଓ ଭଉଣୀମାନେ,

ନିଜର ବୀରତା ଏବଂ ବ୍ୟବସାୟ ପାଇଁ ପ୍ରସିଦ୍ଧ ଏହି ଉପକୂଳ ଅଞ୍ଚଳ ବିଚକ୍ଷଣ ପ୍ରତିଭାଗୁଡ଼ିକରେ ଭରି ରହିଛି। ଭାରତର ଅନେକ ଉଦ୍ୟମୀ ଲୋକ ଏହିଠାକାର ବାସିନ୍ଦା ଅଟନ୍ତି। ଭାରତର ଅନେକ ସୁନ୍ଦର ଦ୍ୱୀପ ଏବଂ ପାହାଡ଼ମାନ କର୍ଣ୍ଣାଟକରେ ରହିଛି । ଭାରତର ଅନେକ ପ୍ରସିଦ୍ଧ ମନ୍ଦିର ଏବଂ ତୀର୍ଥସ୍ଥାନ ଏହିଠାରେ ରହିଛି। ଆଜି ଯେତେବେଳେ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ମୁଁ ରାଣୀ ଅବବକ୍କା ଏବଂ ରାଣୀ ଚେନ୍ନଭୈରା ଦେବୀଙ୍କୁ ମଧ୍ୟ ସ୍ମରଣ କରିବାକୁ ଚାହିଁବି। ଭାରତର ଧରଣୀକୁ, ଭାରତର ବ୍ୟବସାୟକୁ ପରାଧୀନତାରୁ ରକ୍ଷା କରିବା ପାଇଁ ତାଙ୍କର ସଂଘର୍ଷ ଅଦ୍ଭୂତପୂର୍ବ ଥିଲା। ଆଜି ରପ୍ତାନୀ କ୍ଷେତ୍ରରେ ଆଗକୁ ବଢ଼ୁଥିବା ଭାରତ ପାଇଁ ଏହି ବୀର ମହିଳାମାନେ ହେଉଛନ୍ତି ବହୁତ ବଡ଼ ପ୍ରେରଣା ସ୍ରୋତ।

ହର ଘର ତିରଙ୍ଗା ଅଭିଯାନକୁ ଯେଉଁଭଳି ଭାବେ କର୍ଣ୍ଣାଟକର ଜନ- ଜନ, ଆମର ଯୁବ ସାଥୀଗଣ ସଫଳ କରିଛନ୍ତି, ତାହା ମଧ୍ୟ ହେଉଛି ଏହି ସମୃଦ୍ଧ ପରମ୍ପରାର ବିସ୍ତାର। କର୍ଣ୍ଣାଟକର କରାୱଳୀ ଅଂଚଳକୁ ଆସି ରାଷ୍ଟ୍ରଭକ୍ତିର, ରାଷ୍ଟ୍ରୀୟ ସଂକଳ୍ପର, ଏହି ଉର୍ଜ୍ଜା ଦ୍ୱାରା ମୁଁ ସଦା ସର୍ବଦା ପ୍ରେରିତ ଅନୁଭବ କରୁଛି। ମେଙ୍ଗାଲୁରୁରେ ଦେଖା ଯାଉଥିବା ଏହି ଉର୍ଜ୍ଜା ଏହିଭଳି ହିଁ ବିକାଶର ପଥକୁ ଉଜ୍ଜ୍ୱଳ କରି ଚାଲିଥିବ, ଏହି କାମନା ସହିତ ଆପଣ ସମସ୍ତଙ୍କୁ ବିକାଶର ଏହି ପ୍ରକଳ୍ପଗୁଡ଼ିକ ପାଇଁ ବହୁତ- ବହୁତ ଶୁଭେଚ୍ଛା ଏବଂ ବହୁତ- ବହୁତ ଶୁଭକାମନା ଜଣାଉଛି ।

ମୋ ସହିତ ଯୋରରେ କୁହନ୍ତୁ-

ଭାରତ ମାତା କୀ – ଜୟ !

ଭାରତ ମାତା କୀ – ଜୟ ! 

ଭାରତ ମାତା କୀ – ଜୟ ! 

ବହୁତ- ବହୁତ ଧନ୍ୟବାଦ ! 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A year after PM Modi inaugurated Bairabi-Sairang railway line, Mizoram celebrates the logistics identity

Media Coverage

A year after PM Modi inaugurated Bairabi-Sairang railway line, Mizoram celebrates the logistics identity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Women’s Cricket Team on winning Asia Cup
September 14, 2026

The Prime Minister, Shri Narendra Modi, has congratulated the Indian Women’s Cricket Team on winning the Asia Cup.

The Prime Minister said that the team’s confidence, consistency and remarkable spirit were on full display throughout the tournament.

Shri Modi expressed hope that this triumph would inspire millions of youngsters across the country to play more and shine.

In a post on X, Shri Modi said;

“A proud moment for Indian cricket!

Congratulations to the Women’s team on winning the Asia Cup. Their confidence, consistency and remarkable spirit were on full display throughout the tournament.

May this triumph inspire millions of youngsters across the country to play more and shine.”