“ବିଶ୍ୱର ବୁଦ୍ଧ ସମାଜ ପ୍ରତି କୁଶୀନଗର ଆନ୍ତର୍ଜାତିକ ବିମାନବନ୍ଦର ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି”
“ଭଗବାନ ବୁଦ୍ଧଙ୍କ ସହ ସଂଶ୍ଳିଷ୍ଟ ସ୍ଥାନଗୁଡିକର ବିକାଶ ନିମନ୍ତେ ଉନ୍ନତ ସଂଯୋଗ ଓ ଭକ୍ତମାନଙ୍କ ସୁବିଧା ବ୍ୟବସ୍ଥା ଜରିଆରେ ସ୍ୱତନ୍ତ୍ର ଧ୍ୟାନ”
“ଉଡାନ ଯୋଜନା ଅଧୀନରେ ନଅଶହରୁ ଅଧିକ ଯାତ୍ରା ପଥ ଅନୁମୋଦିତ ହୋଇଥିବାବେଳେ, ୩୫୦ଟିରେ ଯାତ୍ରା ଆରମ୍ଭ ହୋଇଛି । ଆଗରୁ ବିମାନ ସେବା ହେଉ ନ ଥିବା ୫୦ଟି ନୂତନ ବିମାନବନ୍ଦରରୁ ଉଡାଣ ଆରମ୍ଭ ହୋଇଛି”
“କୁଶୀନଗର ବିମାନବନ୍ଦର ଆଗରୁ ଉତ୍ତରପ୍ରଦେଶରେ ଆଠଟି ବିମାନବନ୍ଦର କାର୍ଯ୍ୟ କରୁଛି । ଲକ୍ଷ୍ନୌ,ବାରଣାସୀ ଓ କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ପରେ ଦେୱରରେ କାର୍ଯ୍ୟ ଚାଲିଛି । ଏତଦ୍‌ବ୍ୟତୀତ ଅଯୋଧ୍ୟା, ଆଲିଗଡ, ଆଜମଗଡ, ଚିତ୍ରକୁଟ, ମୋରାଦାବାଦ ଏବଂ ଶ୍ରାବସ୍ତୀ ବିମାନ ବନ୍ଦର ପ୍ରକଳ୍ପ କାର୍ଯ୍ୟ ଚାଲିଛି।”
“ଏୟାର ଇଣ୍ଡିଆ ନେଇ ନିଷ୍ପତ୍ତି ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ”
“ନିକଟରେ ଆରମ୍ଭ ହୋଇଥିବା ଡ୍ରୋନ ନୀତି ଯୋଗୁଁ ଶିକ୍ଷାରୁ କୃଷି, କୃଷିରୁ ବିପର୍ଯ୍ୟୟ ପରିଚାଳନା ଓ ପ୍ରତିରକ୍ଷା କ୍ଷେତ୍ରରେ ଆସିବ ବିରାଟ ପରିବର୍ତ୍ତନ”

 ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ରମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ କିରଣ ରିଜିଜ୍ଜୁ ଜୀ, ଶ୍ରୀ କିଷନ ରେଡ୍ଡୀ ଜୀ,  ଜେନେରାଲ ବି.କେ. ସିଂ ଜୀ, ଶ୍ରୀ ଅର୍ଜୁନରାମ ମେଘୱାଲ ଜୀ, ଶ୍ରୀ ଶ୍ରୀପଦ ନାୟକ ଜୀ, ଶ୍ରୀମତୀ ମିନାକ୍ଷୀ ଲେଖି ଜୀ, ୟୁପି ସରକାରରେ ମନ୍ତ୍ରୀ ଶ୍ରୀ ନନ୍ଦଗୋପାଳ ନନ୍ଦୀ ଜୀ, ସଂସଦରେ ମୋର ସାଥୀ ଶ୍ରୀ ବିଜୟ କୁମାର ଦୁବେ ଜୀ, ବିଧାୟକ ଶ୍ରୀ ରଜନୀକାନ୍ତମଣି ତ୍ରିପାଠୀ ଜୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ-କୁଟନୀତିଜ୍ଞ, ଅନ୍ୟାନ୍ୟ ଜନପ୍ରତିନିଧି ବୃନ୍ଦ,

ଭାଇଭଉଣୀ ମାନେ !

ଭାରତ, ସମଗ୍ର ବିଶ୍ୱରେ ବୌଦ୍ଧ ସମାଜର ଶ୍ରଦ୍ଧା, ଆଶା ଓ ପ୍ରେରଣାର କେନ୍ଦ୍ର ଅଟେ । ଆଜି କୁଶୀନଗର ଆନ୍ତର୍ଜାତୀୟ ବିମାନ ବନ୍ଦରର ଏହି ସୁବିଧା, ଏକପ୍ରକାର ସେମାନଙ୍କ ଶ୍ରଦ୍ଧାକୁ ଅର୍ପଣ କରାଯାଇଥିବା ପୁଷ୍ପାଞ୍ଜଳୀ ଅଟେ । ଭଗବାନ ବୁଦ୍ଧଙ୍କ ଜ୍ଞାନପ୍ରାପ୍ତିରୁ ନେଇ ମହାନିର୍ବାଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯାତ୍ରାର ସାକ୍ଷୀ ଏହି କ୍ଷେତ୍ର ଆଜି ସିଧାସଳଖ ଦୁନିଆ ସହିତ ଯୋଡି ହୋଇଯାଇଛି । ଶ୍ରୀଲଙ୍କା ଏୟାରଲାଇନ୍ସର ପାଇଲଟ୍‌ଙ୍କର କୁଶୀନଗରରେ ଅବତରଣ, ଏହି ପୂଣ୍ୟଭୂମିକୁ ପ୍ରଣାମ କରିବା ସଦୃଶ ଅଟେ । ଏହି ବିମାନ ଯୋଗେ ଶ୍ରୀଲଙ୍କାରୁ ଆସିଥିବା ଅତି ପୂଜନୀୟ ମହାସଂଘ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି, ଆପଣମାନଙ୍କୁ ଆଜି କୁଶୀନଗର ଅତି ଗର୍ବର ସହ ସ୍ୱାଗତ କରୁଛି । ଆଜି ଏହା ମଧ୍ୟ ଏକ ସୁଖଦ ସଂଯୋଗ ଯେ ଆଜି ମହର୍ଷି ବାଲି୍ମକୀଙ୍କ ଜୟନ୍ତୀ ଅଟେ । ଭଗବାନ ମହର୍ଷି ବାଲ୍ମିକୀଙ୍କ ପ୍ରେରଣାରୁ ଆଜି ଦେଶ ସମସ୍ତଙ୍କୁ ସାଥିରେ ନେଇ, ସମସ୍ତଙ୍କ ପ୍ରୟାସ ଦ୍ୱାରା ସଭିଙ୍କ ବିକାଶ କରୁଛି ।

ବନ୍ଧୁଗଣ,

କୁଶୀନଗରର ଏହି ଆନ୍ତର୍ଜାତୀୟ ବିମାନ ବନ୍ଦର ବହୁ ଦଶକର ଆଶା ଓ ଅପେକ୍ଷାର ପରିଣାମ ଅଟେ । ଆଜି ମୋର ଖୁସି ଦୁଇଗୁଣ ହୋଇଯାଇଛି ।  ଆଧ୍ୟାତ୍ମିକ ଯାତ୍ରାର ଜିଜ୍ଞାସୁ ରୂପରେ ମନ ଭିତରେ ସନ୍ତୋଷର ଭାବ ରହିଛି ଏବଂ ପୂର୍ବାଞ୍ଚଳ କ୍ଷେତ୍ରର ପ୍ରତିନିଧି ରୂପରେ ମଧ୍ୟ ଏହା ଏକ ପ୍ରତିଶ୍ରୁତି ପୂରଣ ହେବାର ମୁହୂର୍ତ୍ତ ମଧ୍ୟ ଅଟେ। କୁଶୀନଗରର ଲୋକମାନଙ୍କୁ, ଉତ୍ତରପ୍ରଦେଶ ଜନତାଙ୍କୁ, ପୂର୍ବାଞ୍ଚଳ-ପୂର୍ବ ଭାରତର ଲୋକମାନଙ୍କୁ, ସମଗ୍ର ବିଶ୍ୱରେ ଭଗବାନ ବୁଦ୍ଧଙ୍କର ଅନୁଗାମୀମାନଙ୍କୁ, କୁଶୀନଗର ଆର୍ନ୍ତଜାତିକ ବିମାନ ବନ୍ଦର ପାଇଁ ବହୁତ ବହୁତ ଅଭିନନ୍ଦନ ।

ବନ୍ଧୁଗଣ,

ଭଗବାନ ବୁଦ୍ଧଙ୍କ ସହ ଯୋଡି ହୋଇଥିବା ସ୍ଥାନଗୁଡିକୁ ବିକଶିତ କରିବା ନିମନ୍ତେ, ଉତ୍ତମ ସଂଯୋଗ ପାଇଁ ଶ୍ରଦ୍ଧାଳୁମାନଙ୍କ ସୁବିଧା ସୃଷ୍ଟି  ଉପରେ ଭାରତ ପକ୍ଷରୁ ଏବେ ବିଶେଷ ଧ୍ୟାନ ଦିଆଯାଇଛି । କୁଶୀନଗରର ବିକାଶ, ୟୁପି ସରକାର ଏବଂ କେନ୍ଦ୍ର ସରକାରଙ୍କ ପ୍ରାଥମିକତାଗୁଡିକ ମଧ୍ୟରୁ ଅନ୍ୟତମ । ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଏଠାରୁ ବେଶୀ ଦୂର ନୁହେଁ ଏବେ ଜ୍ୟୋତିରାଜଦିତ୍ୟ ଜୀ ଏହା ଉପରେ ଖୁବ୍ ବର୍ଣ୍ଣନା କଲେ, କିନ୍ତୁ, ତଥାପି ମଧ୍ୟ ମୁଁ ତାହାର ପୁନରାବୃତ୍ତି ଏଥିପାଇଁ କରିବାକୁ ଚାହୁଁଛି ଯେ, ଦେଶର କୋଣ ଅନୁକୋଣରେ ଏହି କ୍ଷେତ୍ରର ଏହି କେନ୍ଦ୍ରବିନ୍ଦୁ କିଭଳି ତାହା ଆମେ ସହଜରେ ବୁଝିପାରିବା । କପିଳବସ୍ତୁ ମଧ୍ୟ ନିକଟରେ ରହିଛି । ଭଗବାନ ବୁଦ୍ଧ ଯେଉଁଠାରେ ପ୍ରଥମ ଉପଦେଶ ଦେଇଥିଲେ, ସେହି ସାରନାଥର ଭୂମି ମଧ୍ୟ ଦୁଇଶହ-ଅଢେଇଶହ କିଲୋମିଟର ମଧ୍ୟରେ ରହିଛି । ଯେଉଁଠାରେ ବୁଦ୍ଧଙ୍କୁ ଜ୍ଞାନପ୍ରାପ୍ତି ହୋଇଥିଲା, ସେହି ବୋଧଗୟା ମଧ୍ୟ ଅଳ୍ପ କିଛି ଘଣ୍ଟାରେ ଦୂରତାରେ ରହିଛି । ଏହି ପରିପ୍ରେକ୍ଷୀରେ ଏହି କ୍ଷେତ୍ର କେବଳ ଭାରତର ହିଁ ବୌଦ୍ଧ ଅନୁଗାମୀମାନଙ୍କ ପାଇଁ ନୁହେଁ, ବରଂ ଶ୍ରୀଲଙ୍କା, ଥାଇଲାଣ୍ଡ, ସିଂଘାପୁର, ଲାଓସ୍‌, କାମ୍ବୋଡିଆ, ଜାପାନ, କୋରିଆ ଭଳି ଅନେକ ଦେଶର ନାଗରିକମାନଙ୍କ ପାଇଁ ମଧ୍ୟ ବହୁତ ବଡ ଶ୍ରଦ୍ଧା ଏବଂ ଆକର୍ଷଣର କେନ୍ଦ୍ର ପାଲଟିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର କେବଳ ଆକାଶ ପଥର ସଂଯୋଗର ହିଁ ଏକ ମାଧ୍ୟମ ପାଲଟିବ ନାହିଁ, ବରଂ ଏହାର ନିର୍ମାଣ ଦ୍ୱାରା କୃଷକ ହୁଅନ୍ତୁ, ପ୍ରାଣୀଧନ ପାଳକ ହୁଅନ୍ତୁ, ଦୋକାନୀ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, ଏଠାକାର ଉଦ୍ୟୋଗୀ ହୁଅନ୍ତୁ, ସମସ୍ତଙ୍କୁ ଏହାର ପ୍ରତ୍ୟକ୍ଷ ଲାଭ ମିଳିବ ହିଁ ମିଳିବ । ଏହାଦ୍ୱାରା ବ୍ୟବସାୟ କାରବାରର ଏକ ସମ୍ପୂର୍ଣ୍ଣ ବାତାବରଣ ଏଠାରେ ବିକଶିତ ହେବ । ସବୁଠାରୁ ଅଧିକ ଲାଭ ଏଠାକାର ପର୍ଯ୍ୟଟନକୁ, ଟ୍ୟାକ୍ସିବାଲାଙ୍କୁ, ହୋଟେଲ ରେସ୍ତୋରାଁ ଭଳି ଛୋଟ-ମୋଟ ବ୍ୟବସାୟୀଙ୍କୁ ମିଳିବ । ଏହା ଦ୍ୱାରା ଏହି କ୍ଷେତ୍ରର ଯୁବବର୍ଗ ନିମନ୍ତେ ରୋଜଗାରର ମଧ୍ୟ ଅନେକ ନୂଆ ସୁଯୋଗ ସୃଷ୍ଟି ହେବ ।

ଭାଇ ଓ ଭଉଣୀମାନେ,

ପର୍ଯ୍ୟଟନର ଯେକୌଣସି ସ୍ୱରୂପ ହେଉ, ଆସ୍ଥା ପାଇଁ ଅବା ଆନନ୍ଦ ପାଇଁ, ଆଧୁନିକ ଭିତ୍ତିଭୂମି ଏଥିପାଇଁ ବହୁତ ଅଧିକ ଆବଶ୍ୟକ ଅଟେ । ତାହାର ପୂର୍ବ ସର୍ତ୍ତ ହେଉଛି ଭିତ୍ତିଭୂମି- ରେଳ, ସଡକ, ଆକାଶମାର୍ଗ, ଜଳମାର୍ଗର, ଭିତ୍ତିଭୂମିର ସମ୍ପୂର୍ଣ୍ଣ ଢାଞ୍ଚା, ତା’ସହିତ ହୋଟେଲ-ହସ୍‌ପିଟାଲ ଏବଂ ଇଣ୍ଟରନେଟ-ମୋବାଇଲ ସଂଯୋଗର, ଭିତ୍ତିଭୂମି-ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟର, ଏସବୁ ମଧ୍ୟ ସେହି ଭିତ୍ତିଭୂମି ଅଟନ୍ତି ଯାହା ସ୍ୱଚ୍ଛ ପରିବେଶ ସୁନିଶ୍ଚିତ କରୁଥିବା ଅକ୍ଷୟଶକ୍ତି,  ଏହି ସବୁ ପରସ୍ପର ମଧ୍ୟରେ ଗୋଟିଏ ଅନ୍ୟ ସହ ଜଡିତ ଅଟନ୍ତି । କୌଣସି ସ୍ଥାନରେ ମଧ୍ୟ ପର୍ଯ୍ୟଟନର ବିକାଶ ପାଇଁ ଏହିସବୁ ଉପରେ ମିଳିତଭାବେ କାର୍ଯ୍ୟକରିବା ଜରୁରୀ ଅଟେ ଏବଂ ଆଜି ଏକ ବିଂଶ ଶତାବ୍ଦୀର ଭାରତ ଏହି ଅଭିମୁଖ୍ୟ ସହିତ ଆଗକୁ ବଢିଚାଲିଛି । ପର୍ଯ୍ୟଟନ କ୍ଷେତ୍ରରେ ଏବେ ନୂଆ ଦିଗ ମଧ୍ୟ ଯୋଡି ହୋଇଯାଇଛି, ଟିକାକରଣରେ ଭାରତର ଦ୍ରୁତ ପ୍ରଗତି ଦୁନିଆଁ ପାଇଁ ଏକ ବିଶ୍ୱାସ ସୃଷ୍ଟି କରିବ, ଯଦି ପର୍ଯ୍ୟଟକ ଭାବରେ ଭାରତ ଯାତ୍ରା କରିବାର ଅଛି, କୌଣସି କାମଧନ୍ଦାକୁ ନେଇ ଭାରତ ଆସିବାର ଅଛି ତାହାହେଲେ ଭାରତରେ ବ୍ୟାପକ ରୂପରେ ଟିକାକରଣ ହୋଇଚାଲିଛି, ଏବଂ ଏଥିପାଇଁ ଟିକାକରଣ ହୋଇଥିବା ଦେଶ ଭାବରେ ମଧ୍ୟ ବିଶ୍ୱର ପର୍ଯ୍ୟଟକମାନଙ୍କ ନିମନ୍ତେ ଏକ ଆଶ୍ୱସ୍ତ ବ୍ୟବସ୍ଥା, ଏହା ମଧ୍ୟ ସେମାନଙ୍କ ପାଇଁ ଏକ କାରଣ ହୋଇପାରେ, ଏଥିରେ ମଧ୍ୟ ବିଗତବର୍ଷ ମାନଙ୍କରେ ଆକାଶମାର୍ଗର ସଂଯୋଗକୁ ଦେଶର ସେହି ଲୋକମାନଙ୍କ ପର୍ଯ୍ୟନ୍ତ, ସେହିସବୁ ଇଲାକା ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି, ଯେଉଁମାନେ କେବେ ବି ଏହା ବିଷୟରେ ଚିନ୍ତା ମଧ୍ୟ କରି ନ ଥିଲେ ।

ଏହି ଲକ୍ଷ୍ୟ ସହିତ ଆରମ୍ଭ କରାଯାଇଥିବା ଉଡାଣ ଯୋଜନାକୁ ଚାରିବର୍ଷ ପୂରଣ ହେବାକୁ ଯାଉଛି । ଉଡାଣ ଯୋଜନା ଅଧୀନରେ ବିଗତ ବର୍ଷଗୁଡିକରେ ନଅଶହରୁ ଅଧିକ ନୂଆ ରୁଟ୍‌କୁ ସ୍ୱୀକୃତି ଦିଆଯାଇସାରିଛି, ସେଥିମଧ୍ୟରୁ ୩୫୦ରୁ ଅଧିକ ମାର୍ଗରେ ବିମାନସେବା ଆରମ୍ଭ ମଧ୍ୟ ହୋଇସାରିଛି । ୫୦ରୁ ଅଧିକ ନୂଆ ବିମାନ ବନ୍ଦର କିମ୍ବା ଯେଉଁଗୁଡିକ ପୂର୍ବରୁ କାର୍ଯ୍ୟକ୍ଷମ ନ ଥିଲା, ସେସବୁକୁ କାର୍ଯ୍ୟକ୍ଷମ କରାଯାଇଛି । ଆଗାମୀ ୩/୪ବର୍ଷ ପାଇଁ ଏହା ହିଁ ପ୍ରୟାସ ଯେ, ଦେଶରେ ୨ଶହରୁ ଅଧିକ ବିମାନ ବନ୍ଦର, ହେଲିପୋର୍ଟ ଏବଂ ଜଳବିମାନ ସେବା ପ୍ରଦାନ କରୁଥିବା ବିମାନଘାଟିର ନେଟୱାର୍କ ପ୍ରସ୍ତୁତ ହେଉ । ଆପଣ ଏବଂ ମୁଁ ଏହି କଥାର ସାକ୍ଷୀ ଯେ, ବୃଦ୍ଧି ପାଇ ଚାଲିଥିବା ଏହିସବୁ ସୁବିଧା ମଧ୍ୟରେ ଏବେ ବିମାନ ବନ୍ଦରରେ ଭାରତର ସାଧାରଣ ଲୋକଙ୍କୁ ଅଧିକରୁ ଅଧିକ ଦେଖାଯିବା ଆରମ୍ଭ ହୋଇଛି । ମଧ୍ୟମ ବର୍ଗର ଅଧିକରୁ ଅଧିକ ଲୋକ ଏବେ ବିମାନ ସେବାର ଲାଭ ନେବା ଆରମ୍ଭ କରୁଛନ୍ତି। ଉଡାଣ ଯୋଜନା ଅଧୀନରେ ଏଠି ଉତ୍ତରପ୍ରଦେଶରେ ମଧ୍ୟ ସଂଯୋଗ କ୍ରମାଗତଭାବେ ବଢିଚାଲିଛି । ୟୁପିରେ ଆଠୋଟି ବିମାନବନ୍ଦରରୁ ଉଡାଣ ଆରମ୍ଭ ହୋଇସାରିଛି । ଲକ୍ଷ୍ନୌ, ବାରଣାସୀ ଏବଂ କୁଶୀନଗର ପରେ ଜେବରରେ ମଧ୍ୟ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଜୋରସୋରରେ କାର୍ଯ୍ୟ ଚାଲିଛି। ଏହାଛଡା ଅଯୋଧ୍ୟା, ଆଲିଗଡ, ଆଜମ୍‌ଗଡ, ଚିତ୍ରକୁଟ୍‌, ମୋରଦାବାଦ୍ ଏବଂ ଶ୍ରାବସ୍ତୀରେ ମଧ୍ୟ ନୂଆ ବିମାନବନ୍ଦର ଉପରେ କାର୍ଯ୍ୟ ଚାଲିଛି । ଅର୍ଥାତ୍ ଗୋଟିଏ ପ୍ରକାର କହିବାକୁ ଗଲେ ୟୁପିର ଭିନ୍ନ ଭିନ୍ନ ଅଞ୍ଚଳରେ ଆକାଶମାର୍ଗ ଦ୍ୱାରା ସଂଯୋଗ, ଖୁବ୍ ଶୀଘ୍ର ଯଥେଷ୍ଟ ମଜବୁତ ହୋଇଯିବ । ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ଆଗାମୀ କିଛି ସପ୍ତାହରେ ଦିଲ୍ଲୀ ଓ କୁଶୀନଗର ମଧ୍ୟରେ ସ୍ପାଇସ୍ ଜେଟ୍ ଦ୍ୱାରା ସିଧାସଳଖ ଉଡାଣ ଆରମ୍ଭ କରାଯାଉଛି । ଏବଂ ଜ୍ୟୋତିରାଦିତ୍ୟ ଜୀ ଆଉ ମଧ୍ୟ କିଛି ଲକ୍ଷ୍ୟସ୍ଥଳୀ ବିଷୟରେ ସୂଚନା ଦେଲେ, ଏହାଦ୍ୱାରା ଘରୋଇ ଯାତ୍ରୀମାନଙ୍କୁ, ଶ୍ରଦ୍ଧାଳୁମାନଙ୍କୁ ଖୁବ୍ ସୁବିଧା ମିଳିବାକୁ ଯାଉଛି ।

ବନ୍ଧୁଗଣ,

ଦେଶର ବିମାନ ଚଳାଚଳ କ୍ଷେତ୍ର ପେଶାଦାରଭାବେ  ଚାଲୁ, ସୁବିଧା ଏବଂ ସୁରକ୍ଷାକୁ ପ୍ରାଥମିକତା ମିଳୁ, ଏଥିପାଇଁ ନିକଟରେ ଏୟାର ଇଣ୍ଡିଆ ଉପରେ ଦେଶ ବହୁତ ବଡ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ନୂଆ ଶକ୍ତି ପ୍ରଦାନ କରିବ । ଏହିଭଳି ଏକ ବଡ ସଂସ୍କାର ପ୍ରତିରକ୍ଷା ଆକାଶମାର୍ଗକୁ ସାଧାରଣ ନାଗରିକଙ୍କ ବ୍ୟବହାର ନିମନ୍ତେ ଉନ୍ମକ୍ତ କରିବା ସହ ସମ୍ପୃକ୍ତ । ଏହି ନିଷ୍ପତ୍ତି ଦ୍ୱାରା ଅନେକଗୁଡିଏ ଆକାଶ ମାର୍ଗରେ ବିମାନ ଯାତ୍ରାର ଦୂରତା ହ୍ରାସ ପାଇଛି, କମ୍ ସମୟ ଲାଗୁଛି । ଭାରତର ଯୁବାକୁ ଏହିଠାରେ ଉତ୍ତମ ପ୍ରଶିକ୍ଷଣ ମିଳୁ, ଏଥିପାଇଁ ଦେଶର ୫ଟି ବିମାନ ବନ୍ଦରରେ ୮ଟି ନୂଆ ଊଡାଣ ଏକାଡେମୀ ସ୍ଥାପନ କାର୍ଯ୍ୟ କରି ମଧ୍ୟ ଆରମ୍ଭ କରାଯାଇଛି । ପ୍ରଶିକ୍ଷଣ ପାଇଁ ବିମାନ ବନ୍ଦରର ଉପଯୋଗ ସହ ଜଡିତ ନିୟମଗୁଡିକୁ ମଧ୍ୟ ସରଳ କରାଯାଇଛି । ଭାରତ ଦ୍ୱାରା ନିକଟରେ ପ୍ରଣୀତ ଡ୍ରୋନ ନୀତି ମଧ୍ୟ ଦେଶରେ କୃଷିଠାରୁ ନେଉ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ, ବିପର୍ଯ୍ୟୟ ପରିଚାଳନରୁ ନେଇ ପ୍ରତିରକ୍ଷା ପର୍ଯ୍ୟନ୍ତ, ଜୀବନକୁ ବଦଳାଇବାକୁ ଯାଉଛି । ଡ୍ରୋନର ନିର୍ମାଣଠାରୁ ଆରମ୍ଭ କରି ଡ୍ରୋନ ଉଡାଣ ସହ ଜଡିତ ତାଲିମପ୍ରାପ୍ତ ମାନବ ଶକ୍ତି ପ୍ରସ୍ତୁତ କରିବା ନିମନ୍ତେ ଏବେ ଭାରତରେ ଏକ ସମ୍ପୂର୍ଣ୍ଣ ବାତାବରଣ ବିକଶିତ କରାଯାଉଛି । ଏହି ସମସ୍ତ ଯୋଜନା, ସମସ୍ତ ନୀତି, ଦ୍ରୁତଗତିରେ ଆଗକୁ ବଢୁ, କୌଣସି ପ୍ରକାର ପ୍ରତିବନ୍ଧକ ନ ଆସୁ, ଏଥିପାଇଁ ନିକଟରେ ପି.ଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ମଧ୍ୟ ଶୁଭାରମ୍ଭ କରାଯଇଛି । ଏହା ଦ୍ୱାରା ଶାସନରେ ତ ସଂସ୍କାର ଆସିବ ହିଁ । ତାହାଛଡା ଏକଥା ମଧ୍ୟ ସୁନିଶ୍ଚିତ କରାଯିବ ଯେ ସଡକ ହେଉ, ରେଳ ହେଉ, ଉଡାଜାହାଜ ହେଉ, ଏସବୁ ପରସ୍ପରକୁ ସହଯୋଗ କରନ୍ତୁ, ଗୋଟିଏ ଅନ୍ୟଟିର କ୍ଷମତା ବଢାଉ । ଭାରତରେ ଚାଲିଥିବା ଏହି ନିରନ୍ତର ସଂସ୍କାରଗୁଡିକର ପରିଣାମ ଏହି ଯେ, ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଆହୁରି ଏକହଜାର ନୂଆ ବିମାନ ସାମିଲ ହେବାର ଅନୁମାନ କରାଯାଉଛି ।

ବନ୍ଧୁଗଣ,

ସ୍ୱାଧୀନତାର ଅମୃତ କାଳରେ ଭାରତର ବିମାନ ଚଳାଚଳ କ୍ଷେତ୍ର ରାଷ୍ଟ୍ରର ଗତି ଏବଂ ରାଷ୍ଟ୍ରର ପ୍ରଗତିର ପ୍ରତୀକ ପାଲଟିବ, ଉତ୍ତରପ୍ରଦେଶର ଶକ୍ତି ଏଥିରେ ସାମିଲ ହେବ, ଏହି ମନୋକାମନା ସହିତ ପୁଣି ଥରେ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ମୁଁ ଆପଣ ସମସ୍ତଙ୍କୁ, ସମଗ୍ର ବିଶ୍ୱର, ବୌଦ୍ଧଧର୍ମର ଅନୁଗାମୀ ଦେଶଗୁଡିକର ନାଗରିକମାନଙ୍କୁ ବହୁତ ବହୁତ  ଅଭିନନ୍ଦନ ଜଣାଉଛି, ଏହିଠାରୁ ମୋ ଦେଶ ଏବଂ ବିଶ୍ୱରୁ ଆସିଥିବା ବୌଦ୍ଧଭିକ୍ଷୁ ମାନଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବି ଯାହାଫଳରେ ୟୁପିରେ  ଆହୁରି ଅନେକ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିବାର ମଧ୍ୟ ସୌଭାଗ୍ୟ ମିଳିବ ।

ପୁଣି ଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”