ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ସିମ୍ବାୟୋସିସ୍‌ର ଆରୋଗ୍ୟଧାମ
“ଦୂରଦୂରାନ୍ତକୁ ଜ୍ଞାନ ପ୍ରସାରିତ ହେବା ଉଚିତ ଓ ଏହା ସମଗ୍ର ବିଶ୍ୱକୁ ଏକ କୁଟୁମ୍ବ ଭଳି ଯୋଡିବା ଆବଶ୍ୟକ; ଏହାର ଆମର ସଂସ୍କୃତି ହୋଇ ରହିଆସିଛି । ମୁଁ ଖୁସି ଯେ ଯେ ଏହି ପରମ୍ପରା ଏବେ ମଧ୍ୟ ଆମ ଦେଶରେ ବଞ୍ଚିଛି”
“ଦୂରଦୂରାନ୍ତକୁ ଜ୍ଞାନ ପ୍ରସାରିତ ହେବା ଉଚିତ ଓ ଏହା ସମଗ୍ର ବିଶ୍ୱକୁ ଏକ କୁଟୁମ୍ବ ଭଳି ଯୋଡିବା ଆବଶ୍ୟକ; ଏହାର ଆମର ସଂସ୍କୃତି ହୋଇ ରହିଆସିଛି । ମୁଁ ଖୁସି ଯେ ଯେ ଏହି ପରମ୍ପରା ଏବେ ମଧ୍ୟ ଆମ ଦେଶରେ ବଞ୍ଚିଛି”
“ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ମେକ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଭଳି ‘ମିଶନ’ ସବୁ ଆପଣମାନଙ୍କର ଆଶା ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ଏବେ ଭାରତ ନବସୃଜନ ସୃଷ୍ଟି କରି ପ୍ରଗତି ଲାଭ କରିବା ସହ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି”
“ଆପଣମାନଙ୍କ ପିଢି ପୂର୍ବର ପ୍ରତିରକ୍ଷାତ୍ମକ ଓ ନିର୍ଭରଶୀଳ ମନସ୍ତତ୍ୱର କ୍ଷତିକାରକ ପ୍ରଭାବର ସମ୍ମୁଖୀନ ହୋଇ ନ ଥିବାରୁ ସେ ଦୃଷ୍ଟିରୁ ଭାଗ୍ୟବାନ୍‌”
“ଏବେ ସରକାର ଦେଶର ଯୁବବର୍ଗର କ୍ଷମତା ଓ ଶକ୍ତିକୁ ବିଶ୍ୱାସ କରୁଛନ୍ତି । ସେଥିପାଇଁ ଆମେ ଗୋଟିଏ ପରେ ଗୋଟିଏ କ୍ଷେତ୍ରକୁ ଆପଣମାନଙ୍କ ପାଇଁ ଉନ୍ମୁକ୍ତ କରୁଛୁ”

ନମସ୍କାର!

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶୀୟାରୀ ମହୋଦୟ, ଶ୍ରୀମାନ ଦେବେନ୍ଦ୍ର ଫଡ଼ନବୀସ ମହାଶୟ, ଶ୍ରୀମାନ ସୁଭାଷ ଦେଶାଇ ମହାଶୟ, ଏହି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଏସବି ମଜୁମଦାର ମହାଶୟ, ପ୍ରମୁଖ ନିର୍ଦ୍ଦେଶକ ଡଃ ବିଦ୍ୟା ୟେରାୱଦେକର ମହାଶୟ, ସମସ୍ତ ଅଧ୍ୟାପକଗଣ, ବିଶିଷ୍ଟ ଅତିଥିଗଣ, ଆଉ ମୋର ଯୁବ ସାଥୀଗଣ!

ଆଜି ଆପଣମାନେ ସରସ୍ୱତୀଙ୍କର ଧାମ ଏଭଳି ଏକ ତପୋଭୂମି ଯାହାର ସ୍ୱର୍ଣ୍ଣିମ ମୂଲ୍ୟବୋଧ ରହିଛି ଏବଂ ସ୍ୱର୍ଣ୍ଣିମ ଇତିହାସ ରହିଛି, ଏହା ସହିତ ଗୋଟିଏ ଅନୁଷ୍ଠାନ ରୂପେ ସିମ୍ବୋସିସ୍ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନର ଲକ୍ଷ୍ୟ ପର୍ଯ୍ୟନ୍ତ ପହଂଚି ପାରିଛି। ଗୋଟିଏ ସଂସ୍ଥ।ନର ଏହି ଯାତ୍ରାରେ କେତେ ହିଁ ଲୋକମାନଙ୍କର ଯୋଗଦାନ ରହିଥାଏ, ଅଗଣିତ ଲୋକମାନଙ୍କର ସାମୁହିକ ଭାଗିଦାରୀ ରହିଥାଏ ।

ଯେଉଁ ଛାତ୍ର- ଛାତ୍ରୀମାନେ ଏଠାରୁ ପାଠପଢ଼ି ସିମ୍ବୋସିସର ଲକ୍ଷ୍ୟ ଏବଂ ମୂଲ୍ୟବୋଧକୁ ଆପଣାଇଛନ୍ତି, ନିଜର ସଫଳତା ଦ୍ୱାରା ସିମ୍ବୋସିସକୁ ପରିଚୟ ପ୍ରଦାନ କରିଛନ୍ତି, ସେ ସମସ୍ତଙ୍କର ମଧ୍ୟ ଏହି ଯାତ୍ରାରେ ସେତିକି ପରିମାଣରେ ବୃହତ ଯୋଗଦାନ ରହିଛି। ମୁଁ ଏହି ଅବସରରେ ସମସ୍ତ ପ୍ରଫେସରମାନଙ୍କୁ, ସମସ୍ତ ଛାତ୍ରମାନଙ୍କୁ ଆଉ ସମସ୍ତ ପୁରାତନ ଛାତ୍ର- ଛାତ୍ରୀମାନଙ୍କୁ (ଆଲୁମୁନି) ବହୁ ପରିମାଣରେ ଶୁଭେଚ୍ଛା ଜଣାଉଛି । ମୋତେ ଏହି ସୁବର୍ଣ୍ଣ ମୁହୂର୍ତରେ ‘ଆରୋଗ୍ୟ ଧାମ’ କମ୍ପେ୍ଲକ୍ସର ଲୋକାର୍ପଣ କରିବାର ମଧ୍ୟ ସୁଯୋଗ ମିଳିଛି। ମୁଁ ଏହି ନୂତନ ଶୁଭାରମ୍ଭ ପାଇଁ ମଧ୍ୟ ସମଗ୍ର ସିମ୍ବୋସିସ୍ ପରିବାରଙ୍କୁ ଅନେକ- ଅନେକ ଶୁଭକାମନା ଜଣାଉଛି।

ମୋର ଯୁବ ସାଥୀଗଣ,

ଆପଣମାନେ ହେଉଛନ୍ତି ଏଭଳି ଏକ ପ୍ରତିଷ୍ଠାନର ଅଂଶ ଯାହା ବସୁଧୈବ କୁଟୁମ୍ବକମ୍ର ଭାରତର ମୌଳିକ ବିଚାରଧାରା ଉପରେ ପର୍ଯ୍ୟବେସିତ । ମୋତେ ଏହା ମଧ୍ୟ ଅବଗତ କରାଯାଇଛି ଯେ, ସିମ୍ବୋସିସ୍ ହେଉଛି ଏକ ଏଭଳି ବିଶ୍ୱବିଦ୍ୟାଳୟ ଯେଉଁଠାରେ ବସୁଧୈବ କୁଟୁମ୍ବକମ୍ ଉପରେ ଏକ ଭିନ୍ନ ପାଠ୍ୟକ୍ରମ ମଧ୍ୟ ରହିଛି । ଜ୍ଞାନର ବ୍ୟାପକ ପ୍ରସାର ହେଉ, ଜ୍ଞାନ ସମଗ୍ର ବିଶ୍ୱକୁ ଏକ ପରିବାର ରୂପେ ଯୋଡ଼ିବାର ଏକ ମାଧ୍ୟମ ହେଉ, ଏହା ହେଉଛି ଆମର ପରମ୍ପରା, ଏହା ହେଉଛି ଆମର ସଂସ୍କୃତି, ଏହା ହେଉଛି ଆମର ସଂସ୍କାର। ମୁଁ ଖୁସୀ ଅନୁଭବ କରୁଛି ଯେ ଏହି ପରମ୍ପରା ଆଜି ମଧ୍ୟ ଆମ ଦେଶରେ ଜୀବନ୍ତ ରହିଛି। ମୋତେ ଏହା ଅବଗତ କରାଯାଇଛି ଯେ, କେବଳ ସିମ୍ବୋସିସରେ ହିଁ ବିଶ୍ୱର 85 ଦେଶରୁ 44 ହଜାରରୁ ଅଧିକ ବିଦ୍ୟାର୍ଥୀ ଏଠାରେ ପଢ଼ନ୍ତି, ନିଜର ସଂସ୍କୃତିର ଅଦାନ ପ୍ରଦାନ କରନ୍ତି । ଅର୍ଥାତ ଭାରତର ପ୍ରାଚୀନ ପରମ୍ପରା ଆଧୁନିକ ଅବତାରରେ ଆଜି ମଧ୍ୟ ଆଗକୁ ବଢ଼ିଚାଲିଛି।

ସାଥୀଗଣ,

ଆଜି ଏହି ସଂସ୍ଥାନର ଛାତ୍ର- ଛାତ୍ରୀମାନେ ସେହି ପିଢ଼ୀର ପ୍ରତିନିଧିତ୍ୱ କରୁଛନ୍ତି ଯେଉଁମାନଙ୍କ ସାମ୍ନାରେ ଅସୀମ ସୁଯୋଗ ରହିଛି। ଆଜି ଆମର ଏହି ଦେଶ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି ମଧ୍ୟରେ ସାମିଲ ହୋଇଛି। ଷ୍ଟାର୍ଟ-ଅପ୍ ଇକୋ-ସିଷ୍ଟମ କ୍ଷେତ୍ରରେ ଆଜି ଆମ ଦେଶରେ ବିଶ୍ୱର ତୃତୀୟ ବୃହତ କେନ୍ଦ୍ର ରହିଛି। ଷ୍ଟାର୍ଟ-ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍-ଅପ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ମିଶନ ଆପଣମାନଙ୍କର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି। ଆଜିକାର ଭାରତ ନବସୃଜନ କରୁଛି, ଅଗ୍ରଗତି କରୁଛି, ଆଉ ସମଗ୍ର ବିଶ୍ୱରେ ପ୍ରଭାବ ବିସ୍ତାର କରିପାରୁଛି।

ଆପଣମାନେ ପୁଣେରେ ରହୁଥିବା ଲୋକମାନେ ତ ଆହୁରି ଭଲ ଭାବେ ଜାଣିଛନ୍ତି ଯେ କରୋନା ଟିକାକୁ ନେଇ ଭାରତ କିଭଳି ଭାବେ ସମଗ୍ର ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଦେଖାଇଛି। ଏବେ ଆପଣମାନେ ୟୁକ୍ରେନ ସଂକଟ ସମୟରେ ମଧ୍ୟ ଦେଖୁଛନ୍ତି ଯେ କିଭଳି ଅପରେସନ୍ ଗଙ୍ଗା ମାଧ୍ୟମରେ ଭାରତ ନିଜର ନାଗରିକମାନଙ୍କୁ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ନିଜ ଦେଶକୁ ନେଇ ଆସୁଛି। ବିଶ୍ୱର ବଡ଼- ବଡ଼ ଦେଶଗୁଡ଼ିକୁ ଏଭଳି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ ଏହା ହେଉଛି ଭାରତର ବୃଦ୍ଧି ପାଉଥିବା ପ୍ରଭାବ, ଯାହାଫଳରେ ଆମେ ହଜାର-ହଜାର ଛାତ୍ର- ଛାତ୍ରୀଙ୍କୁ ସେଠାରୁ ନିଜ ଦେଶକୁ ସୁରକ୍ଷିତ ଭାବେ ଫେରାଇ ଆଣି ପାରିଛେ।

ସାଥୀଗଣ,

ଆପଣମାନଙ୍କର ପିଢ଼ୀ ହେଉଛି ଏକ ପ୍ରକାରରେ ଭାଗ୍ୟବାନ ଯେ ସେମାନଙ୍କୁ ପୂର୍ବଭଳି ଆତ୍ମରକ୍ଷା ରକ୍ଷା ଏବଂ ନିର୍ଭରଶୀଳ ମନସ୍ତତ୍ୱର କ୍ଷତି ସହିବାକୁ ପଡ଼ିନାହିଁ। କିନ୍ତୁ, ଦେଶରେ ଯଦି ଏହି ପରିବର୍ତନ ଆସିଛି ତେବେ ସର୍ବପ୍ରଥମେ ଏହାର ଶ୍ରେୟ ମଧ୍ୟ ହେଉଛି ଆପଣ ସମସ୍ତଙ୍କର, ହେଉଛି ଆମର ଯୁବକଙ୍କର, ହେଉଛି ଆମର ଯୁବବର୍ଗଙ୍କର।  ଏବେ ଆପଣମାନେ ଦେଖନ୍ତୁ, ଉଦାହରଣ ସ୍ୱରୂପ ଯେଉଁ କ୍ଷେତ୍ରରେ ଦେଶ ପ୍ରଥମେ ନିଜ ଗୋଡ଼ରେ ଆଗକୁ ବଢ଼ିବା ବିଷୟରେ ଚିନ୍ତା ମଧ୍ୟ କରୁ ନଥିଲା, ସେହିସବୁ କ୍ଷେତ୍ରରେ ଆଜି ହିନ୍ଦୁସ୍ତାନ ଅନ୍ତର୍ଜାତୀୟ ସ୍ତରରେ ନେତୃତ୍ୱ ନେବା ପଥରେ ଅଗ୍ରସର ହେଉଛି।

ମୋବାଇଲ ଉତ୍ପାଦନ କଥାର ଉଦାହରଣ ଆମ ସମ୍ମୁଖରେ ରହିଛି। କିଛି ବର୍ଷ ପୂର୍ବେ ଆମ ପାଇଁ ମୋବାଇଲ ଉତ୍ପାଦନ, ଆଉ ଜଣାନାହିଁ ଏମିତି କେତେ କ’ଣ ଇଲେକ୍ଟ୍ରୋନିକ୍ସର ଗୋଟିଏ ହିଁ ଅର୍ଥ ଥିଲା- ଆମଦାନୀ କର! ହୁଏତ ଦୁନିଆର ଯେ କୌଣସି ଦେଶରୁ ନେଇ ଆସ। ପ୍ରତିରକ୍ଷା କ୍ଷେତ୍ରରେ ଆମେ ଦଶକ- ଦଶକ ଧରି ଏହା ମାନି ଚାଲୁଥିଲେ ଯେ ଅନ୍ୟ ଦେଶଗୁଡ଼ିକ ଆମକୁ ଯାହା ଦେବେ, ଆମେ ତାହାର ଭରସାରେ କିଛି କରି ପାରିବା। କିନ୍ତୁ ଆଜି ସ୍ଥିତି ମଧ୍ୟ ବଦଳି ଯାଇଛି, ପରିସ୍ଥିତି ମଧ୍ୟ ପରିବର୍ତିତ ହୋଇଛି। ମୋବାଇଲ ଉତ୍ପାଦନରେ ଭାରତ ଦୁନିଆର ଦ୍ୱିତୀୟ ବୃହତ ଦେଶ ଭାବେ ଦଣ୍ଡାୟମାନ ହୋଇଛି।

ବର୍ଷ ବର୍ଷ ପୂର୍ବେ ଭାରତରେ କେବଳ 2ଟି ମୋବାଇଲ ଉତ୍ପାଦନ କମ୍ପାନୀ ଥିଲା, ଆଜି 200ରୁ ଅଧିକ ଉତ୍ପାଦନ ୟୁନିଟ୍ ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଦୁନିଆର ସବୁଠାରୁ ବଡ଼ ଆମଦାନୀ କରୁଥିବା ଦେଶର ପରିଚୟ ପାଇଥିବା ଭାରତ ଏବେ ପ୍ରତିରକ୍ଷା ରପ୍ତାନୀକରୀ ଦେଶ ହୋଇଛି। ଆଜି ଦେଶରେ ଦୁଇଟି ବଡ଼- ବଡ଼ ପ୍ରତିରକ୍ଷା କରିଡର ନିର୍ମାଣ ହେଉଛି, ଯେଉଁଠାରେ ବଡ଼ରୁ ଅତି ବଡ଼ ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯିବ, ଦେଶର ସୁରକ୍ଷା ଜନିତ ଆବଶ୍ୟକତାକୁ ପୂରଣ କରିବ।

ସାଥୀଗଣ,

ସ୍ୱାଧୀନତାର 75ତମ ବର୍ଷରେ ଆମେ ଏକ ନୂତନ ଭାରତ ନିର୍ମାଣର ନୂତନ ଲକ୍ଷ୍ୟକୁ ନେଇ ଆଗକୁ ବଢ଼ୁଛେ। ଏହି ଅମୃତ ଅଭିଯାନର ନେତୃତ୍ୱ ଆମର ଆମର ଯୁବ ପିଢ଼ୀଙ୍କୁ ହିଁ କରିବାକୁ ହେବ। ଆଜି ସଫ୍ଟଓୟାର ଶିଳ୍ପରୁ ନେଇ ସ୍ୱାସ୍ଥ୍ୟ କ୍ଷେତ୍ର ପର୍ଯ୍ୟନ୍ତ, ଏଆଇ ଆଉ ଏଆରରୁ ନେଇ ଆଟୋମୋବାଇଲ ଏବଂ ଇଭି ପର୍ଯ୍ୟନ୍ତ, କ୍ୱାଂଟମ କମ୍ପ୍ୟୁଟିଙ୍ଗରୁ ନେଇ ମେସିନ ଲର୍ଣ୍ଣିଂ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେଉଛି । ଦେଶରେ ଜିଓ-ସ୍ପାଟିଆଲ ବ୍ୟବସ୍ଥା, ଡ୍ରୋନ୍ସରୁ ନେଇ ସେମି-କଣ୍ଡକ୍ଟର୍ସ ଏବଂ ମହାକାଶ ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ ସବୁଥିରେ କ୍ରମାଗତ ଭାବେ ସଂସ୍କାର ହେଉଛି।

ଏହି ସଂସ୍କାର ସରକାରଙ୍କର ରେକର୍ଡ ପ୍ରତିଷ୍ଠା କରିବା ପାଇଁ ନୁହେଁ, ଏହି ସଂସ୍କାର ଆପଣମାନଙ୍କ ପାଇଁ ସୁଯୋଗ ନେଇ ଆସିଛି। ଆଉ ମୁଁ ଏହା କହି ପାରିବି ଯେ, ସଂସ୍କାର ଆପଣମାନଙ୍କ ପାଇଁ ନୁହେଁ, ହେଉଛି ଯୁବକମାନଙ୍କ ପାଇଁ। ଆପଣମାନେ ହୁଏତ ବୈଷୟିକ ଜ୍ଞାନ କ୍ଷେତ୍ରରେ ଥାଆନ୍ତୁ, ପରିଚାଳନା (ମ୍ୟାନେଜମେଂଟ) କ୍ଷେତ୍ରରେ ଥାଆନ୍ତୁ, କିମ୍ବା ମେଡିକାଲ କ୍ଷେତ୍ରରେ ଥାଆନ୍ତୁ, ମୁଁ ଭାବୁଛି ଏସବୁ ସୁଯୋଗ ଯାହାସବୁ ସୃଷ୍ଟି ହେଉଛି, ସେ ସବୁ ହେଉଛି କେବଳ ଆଉ କେବଳ ଆପଣମାନଙ୍କ ପାଇଁ।

ଆଜି ଦେଶରେ ଯେଉଁ ସରକାର ଅଛନ୍ତି, ସେ ଦେଶର ଯୁବକମାନଙ୍କ ସାମର୍ଥ୍ୟ ଉପରେ, ଆପଣଙ୍କର ସାମର୍ଥ୍ୟ ଉପରେ ବିଶ୍ୱାସ କରନ୍ତି। ଏଥିପାଇଁ ଆମେ ଗୋଟିଏ ପରେ ଗୋଟିଏ, ଅନେକ କ୍ଷେତ୍ରଗୁଡ଼ିକୁ ଆପଣଙ୍କ ପାଇଁ ଉନ୍ମୁକ୍ତ କରି ଚାଲିଛୁ। ଏହି ସୁଯୋଗଗୁଡ଼ିକର ଖୁବ୍ ଲାଭ ଆପଣମାନେ ଉଠାନ୍ତୁ, ଅପେକ୍ଷା କରନ୍ତୁ ନାହିଁ। ଆପଣମାନେ ନିଜର ଷ୍ଟାର୍ଟ-ଅପ୍ସ ଆରମ୍ଭ କରନ୍ତୁ, ଦେଶ ସମ୍ମୁଖରେ ଯେଉଁସବୁ ଆହ୍ୱାନ ରହିଛି, ଯେଉଁସବୁ ସ୍ଥାନୀୟ ସମସ୍ୟା ରହିଛି, ସେସବୁର ସମାଧାନ ବିଶ୍ୱବିଦ୍ୟାଳୟରୁ ବାହାରିବା ଦରକାର। ଯୁବକମାନଙ୍କ ମସ୍ତିଷ୍କରୁ ବାହାରିବା ଦରକାର।

ଆପଣମାନେ ସବୁବେଳେ ଏହା ମନେ ରଖନ୍ତୁ ଯେ ଆପଣ ହୁଏତ ଯେକୌଣସି କ୍ଷେତ୍ରରେ ରହିଥାଆନ୍ତୁ, ଯେଉଁଭଳି ଭାବେ ଆପଣ ଆପଣଙ୍କ କ୍ୟାରିୟର ପାଇଁ ଲକ୍ଷ୍ୟ ସ୍ଥିର କରନ୍ତି, ସେହିଭଳି ଭାବେ ଆପଣମାନଙ୍କର ଦେଶ ପାଇଁ ମଧ୍ୟ କିଛି ଲକ୍ଷ୍ୟ ସ୍ଥିର କରିବା ଦରକାର। ଯଦି ଆପଣ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଛନ୍ତି, ତେବେ ଆପଣଙ୍କର ନବସୃଜନ, ଆପଣଙ୍କ କାର୍ଯ୍ୟ କିଭଳି ଭାବେ ଦେଶର କାମରେ ଆସି ପାରିବ, କ’ଣ ଆପଣ ଏଭଳି କୌଣସି ଉତ୍ପାଦ ବିକଶିତ କରି ପାରିବେ ଯାହାଦ୍ୱାରା ଗାଁର କୃଷକମାନଙ୍କୁ ସାହାଯ୍ୟ ହୋଇ ପାରିବ, ଦୂର-ଦୂରାନ୍ତର, ଅପହଂଚ ଅଂଚଳମାନଙ୍କରେ ରହିଥିବା ଛାତ୍ର- ଛାତ୍ରୀମାନଙ୍କୁ କିଛି ସାହାଯ୍ୟ ହୋଇ ପାରିବ!

ସେହିଭଳି ଭାବେ, ଯଦି ଆପଣ ମେଡିକାଲ କ୍ଷେତ୍ରରେ ଅଛନ୍ତି ତେବେ ଆମର ସ୍ୱାସ୍ଥ୍ୟ ଭିତିଭୂମିକୁ କିଭଳି ସୁଦୃଢ଼ କରାଯିବ କିଭଳି ଭାବେ ଗାଁରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇ ପାରିବ, ଏଥିପାଇଁ ଆପଣମାନେ ବୈଷୟିକ ଜ୍ଞାନ ଥିବା- ବନ୍ଧୁମାନଙ୍କ ସହିତ ମିଳିମିଶି ନୂତନ ଷ୍ଟାର୍ଟ-ଅପ୍ସ ପ୍ଲାନ କରି ପାରିବେ। ଆରୋଗ୍ୟ ଧାମ ଭଳି ଲକ୍ଷ୍ୟକୁ ସମ୍ବୋସିସରେ ଆରମ୍ଭ କରାଯାଇଛି, ଏହା ମଧ୍ୟ ସମଗ୍ର ଦେଶ ପାଇଁ ଏକ ମଡେଲ ରୂପେ କାର୍ଯ୍ୟରେ ଆସି ପାରିବ। ଆଉ ଯେତେବେଳେ ମୁଁ ଆରୋଗ୍ୟ ବିଷୟରେ କଥା ହେଉଛି, ତେବେ ଆପଣମାନଙ୍କୁ ଏହା ମଧ୍ୟ କହିବି ଯେ ନିଜର ଫିଟନେସ୍ ବିଷୟରେ ମଧ୍ୟ ନିଶ୍ଚିତ ଭାବେ ଧ୍ୟାନ ରଖନ୍ତୁ। ଖୁବ୍ ହସନ୍ତୁ, ଥଟ୍ଟାମଜା କରନ୍ତୁ, ଖୁବ୍ ଫିଟ୍ ରୁହନ୍ତୁ ଆଉ ଦେଶକୁ ନୂତନ ଶୀଖରକୁ ନେଇ ଯାଆନ୍ତୁ। ଯେତେବେଳେ ଆମର ଲକ୍ଷ୍ୟ ବ୍ୟକ୍ତିଗତ ବିକାଶ ସ୍ତରରୁ ବୃଦ୍ଧି ପାଇ ଜାତୀୟ ବିକାଶ ସ୍ତର ସହିତ ଯୋଡ଼ିହୁଏ, ତେବେ ରାଷ୍ଟ୍ର ନିର୍ମାଣରେ ସ୍ୱୟଂ ବା ନିଜସ୍ୱ ଭାଗିଦାରୀର ଅନୁଭବ ବଢ଼ି ଯାଇଥାଏ।

ସାଥୀଗଣ,

ଆଜି ଯେତେବେଳେ ଆପଣ ଆପଣଙ୍କ ବିଶ୍ୱବିଦ୍ୟାଳୟର 50 ବର୍ଷର ସମାରୋହକୁ ପାଳନ କରୁଛି, ତେବେ ମୁଁ ସମ୍ବୋସିସ୍ ପରିବାରଙ୍କୁ କିଛି ଅନୁରୋଧ କରିବାକୁ ଚାହିଁବି। ଆଉ ଏଠାରେ ଯେଉଁ ଲୋକମାନେ ବସିଛନ୍ତି ସେମାନଙ୍କୁ ମଧ୍ୟ କିଛି ଅନୁରୋଧ କରିବାକୁ ଚାହିଁବି। କ’ଣ ସମ୍ବୋସିସରେ ଆମେ ଏକ ପରମ୍ପରା ବିକଶିତ କରି ପାରିବା ଯେ ପ୍ରତି ବର୍ଷକୁ କୌଣସି ଏକ ବିଷୟ ପାଇଁ ଉତ୍ସର୍ଗ କରାଯାଉ ଆଉ ଏଠାରେ ଯେଉଁସବୁ ଲୋକ ଅଛନ୍ତି, କୌଣସି ମଧ୍ୟ କ୍ଷେତ୍ରର ହୋଇ ଥାଆନ୍ତୁ, ସେମାନେ ଗୋଟିଏ ବର୍ଷ ନିଜର ବଳକା କାର୍ଯ୍ୟ କରି ସାରିବା ପରେ ଏହି ଏକ ବିଷୟ ପାଇଁ ସେମାନଙ୍କର କୌଣସି ନା କୌଣସି ଉତ୍ସର୍ଗୀକୃତ, ଯୋଗଦାନ, ଭାଗିଦାରୀ, ଅନୁକରଣ ହେବା ଦରକାର। ଭାବନ୍ତୁ ଏବେଠାରୁ ସ୍ଥିର କରିବା, ଏପଟେ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛେ ତେବେ ଆଗାମୀ ପାଂଚ ବର୍ଷ, ପାଂଚ ବର୍ଷ, 2022ର ବିଷୟ(ଥିମ୍) କ’ଣ ହେବ, 2023ର ଥିମ୍ କ’ଣ ହେବ, 2027ର ଥିମ୍ କ’ଣ ହେବ, କ’ଣ ଏବେଠାରୁ ଆମେ ସ୍ଥିର କରି ପାରିବା?

ଏବେ ଯେମିତି ମୁଁ ଏକ ଥିମ୍ କହୁଛି, ଜରୁରୀ ନୁହେଁ ଯେ ଏହି ଥିମ୍ ଉପରେ ହିଁ କାର୍ଯ୍ୟ କରିବାକୁ ପଡ଼ିବ, ଆପଣ ଆପଣଙ୍କ ଯୋଜନାରୁ କରନ୍ତୁ। କିନ୍ତୁ ଭାବନ୍ତୁ, ଚିନ୍ତା କରନ୍ତୁ ଯେ ବିଶ୍ୱତାପନ- ଏହି ବିଷୟ ନେଇଗଲୁ। 2022- ଆମର ଏହି ସମସ୍ତ ପରିବାର ବିଶ୍ୱତାପନର ପ୍ରତ୍ୟେକ ଦିଗକୁ, ତାହାର ଅଧ୍ୟୟନ କରିବେ, ତାହା ଉପରେ ଗବେଷଣା କରିବେ, ତାହା ଉପରେ କର୍ମଶାଳା କରିବେ, ତାହା ଉପରେ କାର୍ଟୁନ କରିବେ, ତାହା ଉପରେ ଲେଖାଲେଖି କରିବେ, ତାହା ଉପରେ କବିତା ଲେଖିବେ, ତାହା ଉପରେ କୌଣସି ଉପକରଣ ନିର୍ମାଣ କରିବେ। ଅର୍ଥାତ ଅନ୍ୟ ସବୁକିଛି କରିବା ସହିତ ଏକ ଅତିରିକ୍ତ କାର୍ଯ୍ୟ ଭାବେ ଏହି ବିଷୟକୁ ନେବେ। ଲୋକମାନଙ୍କୁ ମଧ୍ୟ ସଚେତନ କରିବେ।

ସେହିଭଳି ଭାବେ ଆମର ଯେଉଁ ଉପକୂଳବର୍ତୀ ଅଂଚଳମାନ ରହିଛି କିମ୍ବା ସମୁଦ୍ରରେ ଜଳବାୟୁ ପରିବର୍ତନ ହେତୁ ପ୍ରଭାବ ଉପରେ ମଧ୍ୟ ଆମ୍ଭେମାନେ କାର୍ଯ୍ୟ କରି ପାରିବା। ଏହିଭଳି ଏକ ଥିମ୍ ହୋଇପାରେ ଆମର ସୀମାବର୍ତୀ ଅଂଚଳର ବିକାଶ ପାଇଁ। ଆମର ଯେଉଁ ଶେଷତମ ସୀମାନ୍ତ ଗ୍ରାମ ରହିଛି, ଯେଉଁମାନେ ଆମର ସୀମାର ସୁରକ୍ଷା ପାଇଁ ସେନା ବାହିନୀ ସହିତ କାନ୍ଧରେ କାନ୍ଧ ମିଶାଇ ଅବିରତ ଭାବେ ଲାଗି ପଡ଼ିଛନ୍ତି। ଏକ ପ୍ରକାରରେ ପିଢ଼ୀ ପରେ ପିଢ଼ୀ ସେମାନେ ହେଉଛନ୍ତି ଆମ ଦେଶର ରକ୍ଷକ। ଆମେ କ’ଣ ବିଶ୍ୱବିଦ୍ୟାଳୟ ଦ୍ୱାରା, ଆମ ପରିବାରରେ ଆମର ସୀମାର ବିକାଶ ପାଇଁ କ’ଣ ଯୋଜନା ପ୍ରସ୍ତୁତ କରାଯାଇ ପାରିବ, ସେଥିପାଇଁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସେହି ଅଂଚଳ ଭ୍ରମଣ କରନ୍ତୁ, ସେଠାକାର ଲୋକମାନଙ୍କର ଅସୁବିଧା ବୁଝନ୍ତୁ ଆଉ ପୁଣି ଏଠାକୁ ଆସି ବସି ଚର୍ଚ୍ଚା କରନ୍ତୁ, ସମାଧାନ ଖୋଜି ବାହାର କରନ୍ତୁ।

ଆପଣଙ୍କ ବିଶ୍ୱବିଦ୍ୟାଳୟ ଏକ ଭାରତ- ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ଼ କରିବା ପାଇଁ ‘ବସୁଧୈବ କୁଟୁମ୍ବକମ୍’ର ସେହି ସ୍ୱପ୍ନ ମଧ୍ୟ ସେତେବେଳେ ସାକାର ହୋଇଥାଏ ଯେତେବେଳେ ଏକ ଭାରତ- ଶ୍ରେଷ୍ଠ ଭାରତର ସ୍ୱପ୍ନ ସାକାର ହୋଇଥାଏ। ବିଶ୍ୱବିଦ୍ୟାଳୟକୁ ଆସିଥିବା ଗୋଟିଏ ଅଂଚଳର ଛାତ୍ର, ଅନ୍ୟ ଅଂଚଳରୁ ଆସିଥିବା ଛାତ୍ରଙ୍କ ଭାଷା ମଧ୍ୟରୁ କିଛି ଶବ୍ଦ ଶିଖନ୍ତୁ, ତେବେ ତାହା ମଧ୍ୟ ଆହୁରି ଉତମ ହେବ। ଆପଣମାନେ ଲକ୍ଷ୍ୟ ରଖିପାରିବେ ଯେ ଯେତେବେଳେ ସିମ୍ବୋସିସର ଛାତ୍ର ଏହିଠାରୁ ପାଠପଢ଼ି ବାହାରିବେ ତେବେ ମରାଠୀ ସମେତ ଭାରତର ଅନ୍ୟ ୫ଟି ଭାଷାଗୁଡ଼ିକରୁ ଅତି କମ୍ରେ 100ଟି ଶବ୍ଦ ତାଙ୍କୁ ସଠିକ ରୂପେ ମନେ ଥିବ ଆଉ ଜୀବନରେ ତାହାର ଉପଯୋଗୀତା ସମ୍ପର୍କରେ ତାଙ୍କୁ ଜଣାଥିବ।

ଆମର ସ୍ୱାଧୀନତା ଆନ୍ଦୋଳନର ଇତିହାସ ହେଉଛି ଏତେ ସମୃଦ୍ଧ। ଏହି ଇତିହାସର କେଉଁ ଦିଗକୁ ଆପଣ ଡିଜିଟାଲ କରିବାର କାର୍ଯ୍ୟ ମଧ୍ୟ କରି ପାରିବେ। ଦେଶର ଯୁବକମାନଙ୍କ ମଧ୍ୟରେ ଏନଏସଏସ, ଏନସିସି ଭଳି ଆମେ ଆଉ କେଉଁ ନୂତନ କାର୍ଯ୍ୟକଳାପକୁ ବୃଦ୍ଧି କରି ପାରିବା, ଏହା ଉପରେ ମଧ୍ୟ ଏହି ସମଗ୍ର ପରିବାର ମିଳିମିଶି କାର୍ଯ୍ୟ କରି ପାରିବେ। ଯେମିତିକି ଜଳ ସୁରକ୍ଷାର ବିଷୟ ହେଉ, କୃଷିକୁ ଟେକ୍ନୋଲୋଜି ସହିତ ଯୋଡ଼ିବାର କାର୍ଯ୍ୟ ହେଉ, ମୃତିକା ସ୍ୱାସ୍ଥ୍ୟ ପରୀକ୍ଷଣରୁ ନେଇ ଖାଦ୍ୟ ଉତ୍ପାଦ ଗୁଡ଼ିକର ଭଣ୍ଡାରଣ ଏବଂ ପ୍ରାକୃତିକ କୃଷି ପର୍ଯ୍ୟନ୍ତ, ଆପଣଙ୍କ ପାଖରେ ଗବେଷଣା ଠାରୁ ନେଇ ସଚେତନତା ସୃଷ୍ଟି କରିବା ପର୍ଯ୍ୟନ୍ତ, ବହୁତ ଗୁଡ଼ିଏ ପ୍ରସଙ୍ଗ ରହିଛି।

ଏହି ପ୍ରସଙ୍ଗ କ’ଣ ହେବ, ଏହାର ନିଷ୍ପତି ମୁଁ ଆପଣଙ୍କ ଉପରେ ହିଁ ଛାଡ଼ୁଛି। କିନ୍ତୁ ଏହା ନିଶ୍ଚିତ ଭାବେ କହିବି ଯେ ଦେଶର ଆବଶ୍ୟକତା ଗୁଡ଼ିକୁ, ଦେଶର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଆପଣ ଆପଣଙ୍କର ସେହି ବିଷୟଗୁଡ଼ିକୁ ବାଛନ୍ତୁ ଫଳରେ ଆମ ସମସ୍ତ ଯୁବକଗଣ, ସବୁ ଯୁବ ମସ୍ତିଷ୍କ ମିଶି, ଏତେ ବଡ଼ ଭିତିଭୂମି ରହିଛି, ବ୍ୟବସ୍ଥା ରହିଛି, ଆମେ କିଛି ନା କିଛି ସମାଧାନର ସୂତ୍ର ଦେଇ ପାରିବା। ଆଉ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେଉଛି ଯେ ଆପଣ ଆପଣଙ୍କ ପରାମର୍ଶ ଏବଂ ଅନୁଭବ ଗୁଡ଼ିକୁ ସରକାରଙ୍କ ସହିତ ମଧ୍ୟ ବିନିମୟ କରିପାରିବେ। ଏହି ଥିମ୍ ଉପରେ କାର୍ଯ୍ୟ କରିବା ପରେ ଆପଣ ଆପଣଙ୍କ ଗବେଷଣା, ଆପଣଙ୍କ ଫଳାଫଳ, ଆପଣଙ୍କ ବିଚାର, ଆପଣଙ୍କ ପରାମର୍ଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ପଠାଇ ପାରିବେ।

ମୋର ବିଶ୍ୱାସ ରହିଛି ଯେ ଯେତେବେଳେ ଏଠାକାର ପ୍ରାଧ୍ୟାପକମାନେ, ଏଠାକାର ଅଧ୍ୟାପକ, ଏଠାକାର ଛାତ୍ର ମିଳିମିଶି ଏହି ଅଭିଯାନର ଅଂଶ ହେବେ, ତେବେ ବହୁତ ଅଦ୍ଭୁତ ପରିଣାମ ମିଳିବ। ଆପଣମାନେ କଳ୍ପନା କରନ୍ତୁ ଆପଣ 50 ବର୍ଷ ପୂର୍ତି ପାଳନ କରୁଛନ୍ତି, ଯେତେବେଳେ 75 ବର୍ଷ ପୂର୍ତି ପାଳନ କରିବେ, ଆଉ 25 ବର୍ଷରେ ଦେଶ ପାଇଁ 25ଟି ଥିମ ଉପରେ 50-50 ହଜାର ମସ୍ତିଷ୍କ କାର୍ଯ୍ୟ କରିଥିବେ, କେତେ ବଡ଼ ପରିଣାମ ଆପଣ ଦେଶକୁ ଦେବେ। ଆଉ ମୁଁ ଭାବୁଛି, ଏହାର ବହୁତ ବଡ଼ ଲାଭ, ସିମ୍ବୋସିସର ଛାତ୍ରମାନଙ୍କୁ ହିଁ ହେବ।

ଶେଷରେ, ମୁଁ ସିମ୍ବୋସିସର ଛାତ୍ରମାନଙ୍କୁ ଆଉ ଗୋଟିଏ କଥା କହିବାକୁ ଚାହୁଁଛି। ଏହି ସଂସ୍ଥାନରେ ରହିଥିବା ବେଳେ ଆପଣଙ୍କୁ ଆପଣଙ୍କ ପ୍ରଫେସରଙ୍କ ଠାରୁ, ଅଧ୍ୟାପକଙ୍କ ଠାରୁ, ଆପଣଙ୍କ ସାଥୀମାନଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଥିବ। ମୋର ଆପଣମାନଙ୍କୁ ଏହା ପରାମର୍ଶ ଯେ ଆତ୍ମ-ସଚେତନତା, ନବସୃଜନ ଏବଂ ଆହ୍ୱାନର ମୁକାବିଲା କରିବାର ସାମର୍ଥ୍ୟକୁ ସୁଦୃଢ଼ କରି ରଖିବେ। ମୁଁ ଆଶା କରୁଛି, ଆପଣ ସମସ୍ତେ ଏହି ଭାବନାର ସହିତ ଆପଣଙ୍କ ଜୀବନରେ ଆଗକୁ ବଢ଼ିବେ। ଆଉ ମୋର ବିଶ୍ୱାସ ରହିଛି ଯେ 50 ବର୍ଷର ଏଭଳି ଏକ ପୁଞ୍ଜି ଆପଣଙ୍କ ପାଖରେ ରହିଛି, ଅନୁଭବର ପୁଞ୍ଜି ରହିଛି । ଅନେକ ପରୀକ୍ଷଣ କରି ଆପଣମାନେ ଏ ପର୍ଯ୍ୟନ୍ତ ପହଂଚିଛନ୍ତି। ଆପଣଙ୍କ ପାଖରେ ଏକ ଭଣ୍ଡାର ରହିଛି। ଏହି ଭଣ୍ଡାର ମଧ୍ୟ ଦେଶର କାର୍ଯ୍ୟରେ ଆସିବ। ଆପଣମାନେ ଉନ୍ନତି କରନ୍ତୁ ଆଉ ଏଠାକୁ ଆସିଥିବା ପ୍ରତ୍ୟେକ ପିଲା ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଲାଗି ଆତ୍ମବିଶ୍ୱାସର ସହିତ ବାହାରି ପଡ଼ନ୍ତୁ। ଏହା ହେଉଛି ମୋର ଆପଣ ସମସ୍ତଙ୍କୁ ଶୁଭକାମନା।

ମୁଁ ଆଉ ଥରେ ପୁଣି ଆପଣମାନଙ୍କୁ ଏଥିପାଇଁ ମଧ୍ୟ ଧନ୍ୟବାଦ ଦେଉଛି ଯେ, ମୋତେ ଆପଣମାନଙ୍କ ଗହଣକୁ ଆସିବାର ବହୁତ ସୁଯୋଗ ମିଳୁଛି, କିନ୍ତୁ ଆସି ପାରୁ ନାହିଁ। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ଥରେ ନିଶ୍ଚିତ ଭାବେ ଆପଣମାନଙ୍କ ଗହଣକୁ ଆସି ଯାଉଥିଲି। ଆଜି ପୁଣି ଏହି ପବିତ୍ର ଧରଣୀକୁ ଆସିବାର ସୁଯୋଗ ମିଳିଛି। ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ ଯେ ମୋତେ ଏହି ନୂତନ ପିଢ଼ୀଙ୍କ ସହିତ ମିଶିବାର ସୁଯୋଗ ଦେଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”