ନିର୍ବାଚିତ ପ୍ରବନ୍ଧ “ମେରେ ସପନୋ କା ଭାରତ” ଏବଂ ଲୋକଲୋଚନ ଅନ୍ତରାଳରେ ରହିଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର ସମୂହ ଉଦଘାଟିତ
ଏମଏସଏମଇ ପ୍ରଯୁକ୍ତି କେନ୍ଦ୍ର ଓ ପେରୁନଥଲାଇଭାର କାମରାଜର ମଣିମଣ୍ଡପମ- ମୁକ୍ତାକାଶ ରଙ୍ଗମଞ୍ଚ ସହ ପ୍ରେକ୍ଷାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଭାରତୀୟ ଜନସଂଖ୍ୟା ପରିସଂଖ୍ୟାନ ତରୁଣ ଓ ଭାରତର ମନ ମଧ୍ୟ ତରୁଣ । ଭାରତୀୟ ସମ୍ଭାବନାରେ ରହିଛି ତରୁଣତ୍ୱ ଓ ଏହାର ସ୍ୱପ୍ନ । ଭାରତ ଏହାର ଭାବନା ଓ ସଂଜ୍ଞାନ ଉଭୟରେ ତରୁଣ
ଭାରତ ଏହାର ତରୁଣ ଗୋଷ୍ଠୀଙ୍କୁ ଜନସଂଖ୍ୟାର ଲାଭାଂଶ ଓ ବିକାଶର ସଂଚାଳକ ବବେଚନା କରେ
ଭାରତୀୟ ଯୁବ ସମାଜର କଠିନ ପରିଶ୍ରମର ସାମର୍ଥ୍ୟ ଓ ଭବିଷ୍ୟତ ନେଇ ସ୍ପଷ୍ଟ ଦିଶା ରହିଛି । ସେଥିପାଇଁ ଆଜି ଭାରତ ଯାହା କହେ ସମଗ୍ର ବିଶ୍ୱ ତାକୁ ଆସନ୍ତାକାଲିର ସ୍ୱର ଭାବେ ବିବେଚନା କରେ ।
ଯୁବଗୋଷ୍ଠୀର ସାମର୍ଥ୍ୟ ପରମ୍ପରାଗତ ବୋଝ ବହନ କରି ଚାଲେ ନାହିଁ । ତରୁଣ ଗୋଷ୍ଠୀ ନିଜ ଓ ସମାଜକୁ ନୂତନ ଆହ୍ୱାନ ସହ ଖାପଖୁଆଇ ଚାଲିଥାଏ
ଆଜିର ତରୁଣ ମନରେ ‘କିଛି ବି କରିପାରିବାର’ ଉତ୍ସାହ ରହିଛି ଯାହାକି ପ୍ରତ୍ୟେକ ପିଢ଼ି ନିମନ୍ତେ ଉତ୍ସାହର ଉତ୍ସ
ଭାରତୀୟ ତରୁଣ ଗୋଷ୍ଠୀ ବୈଶ୍ୱିକ ସମୃଦ୍ଧିର ସଂହିତା ଲେଖୁଛନ୍ତି
ନବ ଭାରତର ମନ୍ତ୍ର ହେଉଛି - ପ୍ରତିଯୋଗିତା କରି ବିଜୟୀ ହୁଅ । ନିଜକୁ ସାମିଲ କରି ବିଜୟୀ ହୁଅ । ଏକାଠି ହୋଇ ଯୁଦ୍ଧରେ ଜିତ
ଏହି ଅବସରରେ ପ୍ରଧାନମନ୍ତ୍ରୀ “ମେରେ ସପନୋ କା ଭାରତ” ଏବଂ “ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର” ମାନଙ୍କ ଉପରେ ଏକ ବଛା ବଛା ପ୍ରବନ୍ଧକୁ ମଧ୍ୟ ଉଦଘାଟନ କରିଛନ୍ତି ।

ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲ- ସାଇ ଜୀ, ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶ୍ରୀ ନାରାୟଣ ରାଣେ ଜୀ, ଶ୍ରୀ ଅନୁରାଗ ଠାକୁର ଜୀ, ଶ୍ରୀ ନିଶୀତ ପ୍ରମାଣିକ ଜୀ, ଶ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଜୀ, ପୁଡୁଚେରୀ ସରକାରଙ୍କ ବରିଷ୍ଠ ମନ୍ତ୍ରିଗଣ, ସାଂସଦ ଗଣ, ବିଧୟାକ ଗଣ, ଦେଶର ଅନ୍ୟ ରାଜ୍ୟର ମନ୍ତ୍ରିଗଣ ଏବଂ ମୋର ଯୁବ ବନ୍ଧୁମାନେ! ନମସ୍କାର! ଆପଣ ସମସ୍ତଙ୍କୁ ଜାତୀୟ ଯୁବ ଦିବସର ବହୁତ ବହୁତ ଶୁଭକାମନା!

ଭାରତ ମାତାଙ୍କର ମହାନ ସନ୍ତାନ ସ୍ୱାମୀ ବିବେକାନନ୍ଦ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୁଁ ପ୍ରଣାମ କରୁଛି । ସ୍ୱାଧୀନତାର ଅମୃତ ମହୋତ୍ସବରେ ତାଙ୍କ ଜନ୍ମବାର୍ଷିକୀ ଅଧିକ ପ୍ରେରଣାଦାୟକ ହୋଇପାରିଛି ।  ଆଉ ଦୁଇଟି କାରଣ ପାଇଁ ମଧ୍ୟ ଏହି ବର୍ଷ ଅଧିକ ସ୍ୱତନ୍ତ୍ର ହୋଇଛି । ଆମେ ଚଳିତ ବର୍ଷ ଶ୍ରୀ ଅରବିନ୍ଦଙ୍କ ୧୫ଠତମ ଜନ୍ମବାର୍ଷିକୀ ପାଳନ କରୁଛୁ ଏବଂ ଏହି ବର୍ଷ ମହାନ କବି ସୁବ୍ରମଣ୍ୟମ ଭାରତୀ ଜୀଙ୍କର ମଧ୍ୟ ପୂଣ୍ୟ ତିଥି ଅଛି । ପୁଡୁଚେରୀ ସହିତ ଏହି ଉଭୟ ବିଦ୍ୱାନ ବ୍ୟକ୍ତିଙ୍କର ଏକ ବିଶେଷ ସମ୍ପର୍କ ରହିଛି । ଉଭୟ ପରସ୍ପରର ସାହିତି୍ୟକ ଏବଂ ଆଧ୍ୟାତ୍ମିକ ଯାତ୍ରାରେ ଅଂଶୀଦାର ହୋଇଛନ୍ତି । ତେଣୁ ପୁଡୁଚେରୀରେ ଆୟୋଜିତ ହେଉଥିବା ଜାତୀୟ ଯୁବ ମହୋତ୍ସବ ଭାରତ ମାତାଙ୍କ ଏହି ମହାନ ପୁତ୍ରମାନଙ୍କ ପାଇଁ ଉତ୍ସର୍ଗୀକୃତ । ବନ୍ଧୁଗଣ, ଆଜି ପୁଡୁଚେରୀରେ, ଏମଏସଏମଇ ଟେକ୍ନୋଲୋଜୀ କେନ୍ଦ୍ର ଉଦଘାଟିତ ହୋଇଛି । ଆତ୍ମନିର୍ଭର ଭାରତ ସୃଷ୍ଟି କରିବାରେ ଏମଏସଏମଇ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଅତ୍ୟନ୍ତ ଜରୁରୀ ଯେ ଆମର ଏମଏସଏମଇଗୁଡ଼ିକ ସେହି ଟେକ୍ନୋଲୋଜୀର ବ୍ୟବହାର କରନ୍ତୁ, ଯାହା ବିଶ୍ୱକୁ ପରିବର୍ତ୍ତନ କରୁଛି । ସେଥିପାଇଁ ଆଜି ଦେଶରେ ଟେକ୍ନୋଲୋଜୀ ସେଣ୍ଟର ସିଷ୍ଟମ ପ୍ରୋଗ୍ରାମର ଏକ ବିଶାଳ ଅଭିଯାନ କାର୍ଯ୍ୟ କରୁଛି । ପୁଡୁଚେରୀରେ ଥିବା ଏମଏସଏମଇ ଟେକ୍ନୋଲୋଜୀ କେନ୍ଦ୍ର ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ସାଥୀମାନେ,

ଆଜି ପୁଡୁଚେରୀର ଯୁବଗୋଷ୍ଠୀମାନଙ୍କୁ କାମରାଜ ଜୀଙ୍କ ନାମରେ ଏକ ପ୍ରକାର ସଭାଗୃହ, ବହୁମୁଖୀ ବ୍ୟବହାର ଉପଯୋଗୀ ମଣିମାଣ୍ଡାପ୍ପମର ଆହୁରି ଏକ ଉପହାର ମିଳିଛି । ଏହି ଅଡିଟୋରିୟମ କେବଳ କାମରାଜ ଜୀଙ୍କର ଅବଦାନ ସମ୍ପର୍କରେ ନିଶ୍ଚିତ ସ୍ମରଣ କରାଇବ, ଆମର ଯୁବ ପ୍ରତିଭାମାନଙ୍କୁ ମଧ୍ୟ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ଦେବ ।

ସାଥୀମାନେ,

ଆଜି ବିଶ୍ୱ ଏକ ଭରସା, ଗୋଟିଏ ବିଶ୍ୱାସ ସହିତ ଭାରତକୁ ଦେଖୁଛି । କାରଣ, ଭାରତର ଜନସାଧାରଣ ମଧ୍ୟ ଯୁବକ ଅଟନ୍ତି ଏବଂ ଭାରତର ମନ ମଧ୍ୟ ଯୁବକ ଅଟେ । ଭାରତ ତାର ସାମର୍ଥ୍ୟ ଠାରୁ ମଧ୍ୟ ଯୁବକ ଅଟେ, ଭାରତ ତାର ସ୍ୱପ୍ନ ଠାରୁ ମଧ୍ୟ ଯୁବକ ଅଟେ । ଭାରତ ତାର ଚିନ୍ତାଧାରାରେ ମଧ୍ୟ ଯୁବକ ଅଟେ, ଭାରତ ନିଜର ଚେତନା ଠାରୁ ମଧ୍ୟ ଯୁବକ ଅଟେ । କାରଣ ଭାରତର ଦୃଷ୍ଟିକୋଣ ସର୍ବଦା ଆଧୁନିକତାକୁ ଗ୍ରହଣ କରିଛି, ଭାରତର ଦର୍ଶନ ପରିବର୍ତ୍ତନକୁ ଗ୍ରହଣ କରିଛି । ଭାରତ ହେଉଛି ଏହା- ଯାହାର ପ୍ରାଚୀନତାରେ ମଧ୍ୟ ନବୀନତା ରହିଛି । ଆମର ହଜାର ବର୍ଷର ପୁରାତନ ବେଦ କହିଛନ୍ତି-

ଅପି ୟଥାୟୁଭାନୋ ମତ୍ସ୍ୟଥାନୋ ବିଶ୍ୱ ଜଗତ୍ ଅଭିପିତ୍ୱେ ମନୀଷା ।।

ଅର୍ଥାତ ତାହା ହେଉଛି ଯୁବକମାନେ ହିଁ ବିଶ୍ୱରେ ସୁଖରୁ ଦୁନିଆର ସୁରକ୍ଷା ପର୍ଯ୍ୟନ୍ତ ଯୋଗାଯୋଗ କରିଥାନ୍ତି । ଯୁବକମାନେ ହିଁ ଆମ ଭାରତ ପାଇଁ, ଆମ ଦେଶ ପାଇଁ ସୁଖ ଏବଂ ନିରାପତ୍ତା ପାଇଁ ଅବଶ୍ୟ ପଥ ଖୋଲିବେ । ସେଥିପାଇଁ ଭାରତରେ ଲୋକଙ୍କ ଠାରୁ ବିଶ୍ୱ ପର୍ଯ୍ୟନ୍ତ ଯୋଗର ଯାତ୍ରା ହେବ, ଏହା ବିପ୍ଳବ ହେଉ କିମ୍ବା ବିବର୍ତ୍ତନ ହେଉ, ଏହି ପଥ ସେବାର ହେଉ କିମ୍ବା ସମର୍ପଣର, କଥା ପରିବର୍ତ୍ତନ ହେଉ କିମ୍ବା ପରାକ୍ରମର, ପଥ ସହଯୋଗର ହେଉ କିମ୍ବା ସୁଧାରର, ମୂଳ ସହିତ ଜଡ଼ିତ ଥିବା କଥା ହେଉ କିମ୍ବା ବିସ୍ତାର କରିବା ହେଉ, ଦୁନିଆରେ ଏମିତି କୌଣସି ପଥ ନାହିଁ ଯେଉଁଠି ଆମ ଦେଶର ଯୁବକମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିନାହାନ୍ତି । ଯଦି କେବେ ଭାରତର ଚେତନା ବିଭାଜିତ ହୁଏ ତେବେ ଏପରି ସମୟରେ ଶଙ୍କରଙ୍କ ଭଳି ଜଣେ ଯୁବକ, ଆଦିଶଙ୍କରାଚାର୍ଯ୍ୟ ହୋଇ ଦେଶକୁ ଏକତାର ସୂତ୍ରରେ ବାନ୍ଧି ଦେଇଥାଏ । ଯେତେବେଳେ ଭାରତକୁ ଅନ୍ୟାୟ ଏବଂ ଅତ୍ୟାଚାର ସହିତ ମୁକାବିଲା କରିବାକୁ ଆବଶ୍ୟକ ପଡ଼ିଥାଏ, ସେତେବେଳେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ଯୁବ ପୁତ୍ରମାନଙ୍କ ବଳିଦାନ ଆଜି ମଧ୍ୟ ବାଟ ଦେଖାଇଥାଏ । ଯେତେବେଳେ ଭାରତକୁ ସ୍ୱାଧୀନତା ପାଇଁ ବିପ୍ଳବର ଆବଶ୍ୟକତା ପଡ଼ିଥାଏ, ସେତେବେଳେ ସର୍ଦ୍ଦାର ଭାଗବତ ସିଂହଙ୍କ ଠାରୁ ନେଇ ଚନ୍ଦ୍ରଶେଖର ଆଜାଦ ଏବଂ ନେତାଜୀ ସୁଭାଷଙ୍କ ପର୍ଯ୍ୟନ୍ତ କେତେଜଣ ଯୁବକ ଦେଶ ପାଇଁ ନିଜର ସବୁକିଛି ଉତ୍ସର୍ଗ କରି ଦେଇଥାଆନ୍ତି । ଯେତେବେଳେ ଭାରତକୁ ଆଧ୍ୟାତ୍ମିକତାର ସୃଜନ ଶକ୍ତିର ଆବଶ୍ୟକ ପଡ଼ିଥାଏ ସେତେବେଳେ ଶ୍ରୀ ଅରବିନ୍ଦଙ୍କ ଠାରୁ ନେଇ ସୁବ୍ରମଣ୍ୟମ ଭାରତୀଙ୍କ ପର୍ଯ୍ୟନ୍ତ ସହ ସାକ୍ଷାତକାର ହୋଇଥାଏ। ଏବଂ ଯେତେବେଳେ ଭାରତ ନିଜର ହଜିଯାଇଥିବା ଆତ୍ମସମ୍ମାନକୁ ପୁନଃ ପ୍ରାପ୍ତ କରିବାକୁ, ଦୁନିଆରେ ନିଜର ସ୍ୱାଭିମାନକୁ ପୁନଃ ସ୍ଥାପିତ କରିବାକୁ ଧୈର୍ଯ୍ୟହରା ହୋଇଥାଏ, ସେତେବେଳେ ସ୍ୱାମୀ ବିବେକାନନ୍ଦଙ୍କ ପରି ଜଣେ ଯୁବକ ଭାରତର ଜ୍ଞାନରୁ ପରମ୍ପରାରିଷ୍ଠ ଆବାହନ ମାଧ୍ୟମରେ ଦୁନିଆର ମନୁଷ୍ୟଙ୍କ ମନରେ ଚେତନା ସୃଷ୍ଟି କରିଥାଏ ।

ସାଥୀମାନେ,

ବିଶ୍ୱ ଏହି କଥାକୁ ସ୍ୱୀକାର କରିଛି ଯେ ଆଜି ଭାରତ ପାଖରେ ଦୁଇଟି ଅସୀମ ଶକ୍ତି ଅଛି- ଗୋଟିଏ ହେଉଛି ଡେମୋଗ୍ରାଫୀ ଏବଂ ଅନ୍ୟଟି ହେଉଛି ଡେମୋକ୍ରାସୀ ବା ଗଣତନ୍ତ୍ର । ଯେଉଁ ଦେଶରେ ଯେତେ ଅଧିକ ଜନସଂଖ୍ୟା ଅଛି ତାହାର ସାମର୍ଥ୍ୟକୁ ସେତିକି ଅଧିକ ବଡ଼ ବିବେଚନାକ ରାଯାଇଥାଏ, ତାହାର ସମ୍ଭାବନାକୁ ମଧ୍ୟ ସେତିକି ବ୍ୟାପକ ଭାବେ ବିବେଚନା କରାଯାଇଥାଏ । କିନ୍ତୁ ଭାରତର ଯୁବ ଗୋଷ୍ଠୀମାନଙ୍କ ପାଖରେ ଡେମୋଗ୍ରାଫୀର ମୂଲ୍ୟବୋଧ ସହିତ ଗଣତାନ୍ତ୍ରିକର ମୂଲ୍ୟବୋଧ ରହିଛି, ସେମାନଙ୍କର ଗଣତାନ୍ତ୍ରିକ ଡିଭିଡେଣ୍ଟ ମଧ୍ୟ ଅତୁଳନୀୟ ଅଟେ । ଭାରତ ଏହାର ଯୁବଗୋଷ୍ଠୀକୁ ଡେମୋଗ୍ରାଫିକ ଡିଭିଡେଣ୍ଟ ସହିତ ବିକାଶର ଡ୍ରାଇଭର ମଧ୍ୟ ବିବେଚନା କରିଥାଏ । ଆଜି ଭାରତର ଯୁବକମାନେ ଆମର ବିକାଶ ସହିତ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମଧ୍ୟ ଆଗେଇ ନେଉଛନ୍ତି । ଆପଣ ଦେଖିଥିବେ ଆଜି ଭାରତର ଯୁବ ଗୋଷ୍ଠୀମାନଙ୍କ ପାଖରେ ଟେକ୍ନୋଲୋଜୀର ଆକର୍ଷଣ ରହିଛି । ତେବେ ଗଣତନ୍ତ୍ରର ଚେତନା ମଧ୍ୟ ଅଛି । ଆଜି ଯଦି ଭାରତର ଯୁବକମାନଙ୍କ ପାଖରେ ପରିଶ୍ରମ କରିବାର କ୍ଷମତା ଅଛି, ତେବେ ଭବିଷ୍ୟତର ସ୍ପଷ୍ଟତା ମଧ୍ୟ ରହିଛି । ସେଥିପାଇଁ, ଆଜି ଭାରତ ଯାହା କହୁଛି ବିଶ୍ୱ ଏହାକୁ ଆସନ୍ତାକାଲିର ସ୍ୱର ବୋଲି ବିବେଚନା କରୁଛି । ଆଜି ଭାରତ ଯେଉଁ ସ୍ୱପ୍ନ ଦେଖୁଛି, ଯେଉଁ ସଂକଳ୍ପ ନେଉଛି, ସେଥିରେ ଭାରତ ସହିତ ବିଶ୍ୱର ଭବିଷ୍ୟତ ଦୃଶ୍ୟମାନ ହେଉଛି ଏବଂ ଭାରତର ଏହି ଭବିଷ୍ୟତକୁ ବିଶ୍ୱର ଭବିଷ୍ୟତର ନିର୍ମାଣ ଆଜି ହେଉଛି । ଏହି ଦାୟିତ୍ୱ ଏହି ସୌଭାଗ୍ୟ ଆପଣଙ୍କ ପରି ଦେଶର କୋଟି କୋଟି ଯୁବକଙ୍କୁ ମିଳିଛି । ୨ଠ୨୨ର ଏହି ବର୍ଷ, ଆପଣଙ୍କ ପାଇଁ ଭାରତର ଯୁବପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଜି ଆମେ ୨୫ତମ ଜାତୀୟ ଯୁବ ମହୋତ୍ସବ ପାଳନ କରୁଛୁ । ଏହା ମଧ୍ୟ ନେତାଜୀ ସୁଭାଷ ବାବୁଙ୍କର ୧୨୫ତମ ଜନ୍ମବାର୍ଷିକୀ ଏବଂ ୨୫ ବର୍ଷ ପରେ ଦେଶ ମଧ୍ୟ ସ୍ୱାଧୀନତାର ୧ଠଠ ବର୍ଷ ପାଳନ କରିବ ଅର୍ଥାତ ୨୫ର ଏହି ମିଶ୍ରଣ ନିଶ୍ଚିତ ଭାବରେ ଭାରତର ଏକ ଭବ୍ୟ-ଦିବ୍ୟ ଚିତ୍ର ତିଆରି କରିବାର ସମଷ୍ଟି । ସ୍ୱାଧୀନତା ସମୟରେ ଯେଉଁ ଯୁବପିଢ଼ି ଥିଲେ ସେମାନେ ଦେଶ ପାଇଁ ନିଜର ସବୁକିଛି ବଳିଦାନ ଦେବାରେ ଟିକିଏ ମାତ୍ର ସମୟ ନଷ୍ଟ କରି ନ ଥିଲେ । କିନ୍ତୁ ଆଜିର ଯୁବକମାନଙ୍କୁ ଦେଶ ପାଇଁ ବଞ୍ଚôବାକୁ ପଡ଼ିବ ଏବଂ ଆମର ସ୍ୱାଧୀନତା ସଂଗ୍ରାମୀଙ୍କର ସ୍ୱପ୍ନକୁ ପୂରଣ କରିବାକୁ ପଡ଼ିବ । ମହର୍ଷି ଶ୍ରୀ ଅରବିନ୍ଦ କହିଥିଲେ- ଜଣେ ସାହସୀ, ଖୋଲା ମନ, ନିର୍ମଳ ହୃଦୟ ଏବଂ ଆଗ୍ରହୀ ଯୁବକ ହିଁ ଏକମାତ୍ର ମୂଳଦୁଆ, ଯାହାର ଭବିଷ୍ୟତ ଉପରେ ଦେଶ ଗଠନ ହୋଇପାରିବ । ତାଙ୍କର ଶବ୍ଦ ଆଜି ଏକବିଂଶ ଶତାବ୍ଦୀର ଭାରତର ଯୁବକମାନଙ୍କ ପାଇଁ ଜୀବନର ମନ୍ତ୍ର ସଦୃଶ । ଆଜି ଆମେ ଏକ ରାଷ୍ଟ୍ର ଭାବରେ ବିଶ୍ୱର ସବୁଠୁ ବଡ଼ ଯୁବ ଦେଶ ଭାବରେ, ଆମେ ଅଟକି ରହିଛୁ । ଏହା ହେଉଛି ଭାରତ ପାଇଁ ନୂଆ ସ୍ୱପ୍ନ, ଭାରତ ପାଇଁ ନୂତନ ସଂକଳ୍ପ । ଏଭଳି ପରିସ୍ଥିତିରେ ଭାରତର ଯୁବକମାନଙ୍କ ଶକ୍ତିକୁ, ଭାରତକୁ ନୂତନ ଶିଖରକୁ ନେଇଯିବ ।

ସାଥୀମାନେ,

ଶ୍ରୀ ଅରବିନ୍ଦ ଯୁବ ଗୋଷ୍ଠୀମାନଙ୍କ ପାଇଁ କହୁଥିଲେ- ଏହା ହେଉଛି ଯୁବକ, ଯେଉଁମାନେ ନୂତନ ବିଶ୍ୱର ନିର୍ମାଣକାରୀ ହେବା ଆବଶ୍ୟକ । ସେ ବିପ୍ଳବ ଏବଂ ବିବର୍ତ୍ତନ ଚତୁଃପାଶ୍ୱର୍ରେ ରଖିଥିବା ଦର୍ଶନ ହେଉଛି ଯୁବକମାନଙ୍କର ପ୍ରକୃତ ପରିଚୟ । ଏହି ଦୁଇଟି ଗୁଣ ମଧ୍ୟ ହେଉଛି ଏକ ଜାଗ୍ରତ ରାଷ୍ଟ୍ରର ମହାନ ଶକ୍ତି । ଯୁବକମାନଙ୍କର ସେହି ଦକ୍ଷତା ଅଛି ଯାହା ସେହି ପୁରୁଣା ରୁଢ଼ିର ଭାର ବହନ କରିଚାଲେ ନାହିଁ, ସେ ସେମାନଙ୍କୁ ଦୋହଲାଇବା ଜାଣିଥାନ୍ତି । ଏହି ଯୁବକମାନେ ନିଜକୁ, ସମାଜକୁ, ନୂତନ ଆହ୍ୱାନ, ନୂତନ ଦାବି ଅନୁଯାୟୀ ବିକଶିତ କରିପାରନ୍ତି, ନୂତନତ୍ୱ ସୃଷ୍ଟି କରିପାରନ୍ତି ଏବଂ ଆଜି ଆମ ଦେଶରେ ଏହା ଘଟୁଥିବା ଦେଖୁଛୁ । ବର୍ତ୍ତମାନ ଭାରତର ଯୁବକମାନେ ବିବର୍ତ୍ତନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଆଜି ବ୍ୟାଘାତ ଘଟୁଛି, କିନ୍ତୁ ବିକାଶ ପାଇଁ ହେଉଛି । ଆଜି ଭାରତର ଯୁବକମାନେ ସମସ୍ୟାର ସମାଧାନ ପାଇଁ ଏକଜୁଟ ହୋଇ ଅଭିନବ ପ୍ରୟାସ କରୁଛନ୍ତି । ବନ୍ଧୁଗଣ, ଆଜିର ଯୁବପିଢ଼ିଙ୍କର ଏକ କ୍ୟାନ୍ ଡୁ ଯେଉଁ ଶକ୍ତି ଅଛି ଯାହା ପ୍ରତ୍ୟେକ ପିଢ଼ି ପାଇଁ ପ୍ରେରଣାର ଉତ୍ସ । ଏହା ହେଉଛି ଭାରତର ଯୁବ ଗୋଷ୍ଠୀମାନଙ୍କର ଶକ୍ତି, ଯାହା ଆଜି ଡିଜିଟାଲ ପେମେଣ୍ଟ ଦୃଷ୍ଟିରୁ ଭାରତ ଦୁନିଆରେ ଏତେ ଆଗକୁ ଯାଇପାରିଛି । ଆଜି ଭାରତର ଯୁବକମାନେ, ଗ୍ଲୋବାଲ ସମୃଦ୍ଧିର ସଂକେତ ଲେଖୁଛନ୍ତି । ସମଗ୍ର ବିଶ୍ୱରେ ୟୁନିକର୍ଣ୍ଣ ଇକୋ ସିଷ୍ଟମରେ ଭାରତୀୟ ଯୁବକମାନଙ୍କର ଏକ ଶକ୍ତି ରହିଛି । ଭାରତରେ ଆଜି ୫ଠ ହଜାରରୁ ଅଧିକ ଷ୍ଟାର୍ଟଅପର ଏକ ଶକ୍ତିଶାଳୀ ଇକୋ ସିଷ୍ଟମ ଅଛି । ଏଥିମଧ୍ୟରୁ କରୋନା ମହାମାରୀର ଆହ୍ୱାନ ସମୟରେ ଗତ ୬-୭ ମାସ ମଧ୍ୟରେ ୧ଠ ହଜାରରୁ ଅଧିକ ଷ୍ଟାର୍ଟଅପ ଗଠନ କରାଯାଇଛି । ଏହା ହେଉଛି ଭାରତର ଯୁବଗୋଷ୍ଠୀଙ୍କ ଶକ୍ତି, ଯାହା ଆଧାରରେ ଆମ ଦେଶ ଷ୍ଟାର୍ଟଅପ୍ସର ସୁବର୍ଣ୍ଣ ଯୁଗରେ ପ୍ରବେଶ କରୁଛି ।

ସାଥୀମାନେ,

ନୂତନ ଭାରତର ଏହି ମନ୍ତ୍ର ହେଉଛି- ପ୍ରତିଯୋଗିତା ଏବଂ ଜୟ । ତାହା ହେଉଛି ଜଡ଼ିତ ହୁଅ ଏବଂ ଜିତ । ଜଡ଼ିତ ହୁଏ ଏବଂ ଯୁଦ୍ଧରେ ଜିତ । ପାରା ଅଲିମ୍ପିକ୍ସରେ ଭାରତ ଯେତିକି ମେଡାଲ ଜିତିଥିଲା ତାହା ଭାରତ ଇତିହାସରେ ଏ ପର୍ଯ୍ୟନ୍ତ କେବେ ଜିତି ନ ଥିଲା । ଆମେ ଅଲିମ୍ପିକ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲୁ, କାରଣ ଆମ ଯୁବପିଢ଼ିଙ୍କ ମଧ୍ୟରେ ବିଜୟର ଆତ୍ମବିଶ୍ୱାସ ଜାଗ୍ରତ ହୋଇଥିଲା । ଆମର କୋଭିଡ୍ ଟିକାକରଣ କାର୍ଯକ୍ରମର ସଫଳତାରେ ଯୁବକମାନଙ୍କର ଭୂମିକା ଏକ ଭିନ୍ନ ସ୍ତରରେ ଦେଖିବାକୁ ମିଳିଛି । ଆମେ ଦେଖୁଛୁ କି କିଭଳି ଭାବେ ୧୫ରୁ ୧୮ ବର୍ଷ ବୟସର ଯୁବକମାନେ କିପରି ନିଜକୁ ଟିକାକରଣ କରୁଛନ୍ତି । ଏତେ କମ ସମୟ ମଧ୍ୟରେ ଦୁଇ କୋଟିରୁ ଅଧିକ ପିଲାଙ୍କୁ ଟିକାକରଣ କରାଯାଇଛି । ଯେତେବେଳେ ମୁଁ ଆଜିର କିଶୋରମାନଙ୍କ ମଧ୍ୟରେ କର୍ତ୍ତବ୍ୟର ଏହି ନିଷ୍ଠାକୁ ଦେଖୁଛି, ସେତେବେଳେ ଦେଶର ଉଜ୍ୱଳ ଭବିଷ୍ୟତ ପାଇଁ ମୋର ବିଶ୍ୱାସ ଦୃଢ଼ ହୋଇଯାଉଛି । ଏହି ଦାୟିତ୍ୱ ହେଉଛି ସେନ୍ସ ଅଫ ରେସପନସିବିଲିଟିର, ଯେଉଁଥିରେ ଆମର କିଶୋର ୧୫ରୁ ୧୮ ବର୍ଷର ସାଥୀମାନେ ଅଛନ୍ତି ଏବଂ ଏହା ପୁରା କରୋନା କାଳରେ ଭାରତର ଯୁବକମାନଙ୍କ ଠାରେ ଦେଖାଯାଇଛି ।

ସାଥୀମାନେ,

ସରକାରଙ୍କ ପ୍ରୟାସ ହେଉଛି ଯେ ଯୁବପିଢ଼ିଙ୍କୁ ଏହି ଶକ୍ତି ପାଇଁ ସେମାନଙ୍କୁ ସ୍ଥାନ ମିଳିବା ଉଚିତ । ସରକାରଙ୍କ ହସ୍ତକ୍ଷେପକୁ କମ କରାଯିବା ଉଚିତ । ସରକରାଙ୍କ ସହଯୋଗ ସେମାନଙ୍କୁ ସଠିକ ପରିବେଶ ଦେବା, ସମ୍ବଳ ଦେବା, ସେମାନଙ୍କର ଦକ୍ଷତା ବୃଦ୍ଧି କରିବା, ଏଥିପାଇଁ ବ୍ୟବସ୍ଥା କରିବାକୁ ଉଦ୍ୟମ କରିବା । ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ସରକାରୀ ପ୍ରକ୍ରିୟାକୁ ସରଳୀକରଣ କରିବା, ହଜାର ହଜାର ଅଭିଯୋଗରୁ ମୁକ୍ତ କରିବା ଏହି ଭାବନାକୁ ଦୃଢ଼ କରିଥାଏ। ମୁଦ୍ରା, ଷ୍ଟାର୍ଟଅପ ଇଣ୍ଡିଆ, ଷ୍ଟାଣ୍ଡଅପ ଇଣ୍ଡିଆ ଭଳି ଅଭିଯାନରୁ ଯୁବକମାନଙ୍କୁ ବହୁତ ସାହାଯ୍ୟ ମିଳିପାରୁଛି । ସ୍କିଲ ଇଣ୍ଡିଆ, ଅଟଳ ଇନୋଭେସନ ମିଶନ ଏବଂ ନୂତନ ଜାତୀୟ ଶିକ୍ଷାନୀତି ଯୁବପିଢ଼ିଙ୍କ ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ଅଟେ ।

ସାଥୀମାନେ,

ଆମେ ଜାଣୁ ଯେ ପୁଅ ଏବଂ ଝିଅ ସମାନ ଅଟନ୍ତି । ଏହି ଚିନ୍ତାଧାରା ସହିତ ସରକାର ଝିଅମାନଙ୍କର ଉନ୍ନତି ପାଇଁ ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ୱାରା ଝିଅମାନେ ମଧ୍ୟ ସେମାନଙ୍କ କ୍ୟାରିଅର କରିପାରିବେ, ସେମାନଙ୍କୁ ଅଧିକ ସମୟ ମିଳିବ, ଏହି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ସାଥୀମାନେ,

ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ, ଆମର ଜାତୀୟ ସଂକଳ୍ପଗୁଡ଼ିକର ସଫଳତା ଆଜି ଆମର କାର୍ଯ୍ୟ ଦ୍ୱାରା ସ୍ଥିର ହେବ। ଏହି କାର୍ଯ୍ୟଗୁଡ଼ିକ ପ୍ରତ୍ୟେକ ସ୍ତରରେ ପ୍ରତ୍ୟେକ କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୋକାଲ ପାଇଁ ଭୋକାଲକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏକ ମିଶନ ସହିତ କାର୍ଯ୍ୟ କରିପାରିବା କି? ଜିନିଷ କିଣିବା ସମୟରେ ଆପଣଙ୍କ ପସନ୍ଦରେ କୌଣସି ଭାରତୀୟ ଶ୍ରମର ମାଟିର ଗନ୍ଧ ଅଛି, ଭାରତୀୟ ଏହି କଥାକୁ କେବେ ଭୁଲନ୍ତୁ ନାହିଁ । ପ୍ରତ୍ୟେକ ଥର ଏହି ତରାଜୁରେ ଜିନିଷ ଓଜନ କରିବା ପୂର୍ବରୁ ଏବଂ କିଛି କିଣିବାକୁ ସ୍ଥିର କରିବା ପୂର୍ବରୁ ଏହି ତରାଜୁକୁ ମାପି ଓଜନ କରନ୍ତୁ ଏବଂ ଦେଖନ୍ତୁ ସେଥିରେ ମୋର ଦେଶର ଶ୍ରମିକର ଝାଳର ମହକ ଅଛି କି ନାହିଁ । ଏଥିରେ ଶ୍ରୀ ଅରବିନ୍ଦ, ଶ୍ରୀ ବିବେକାନନ୍ଦ, ଏଭଳି ମହାପୁରୁଷମାନେ ଯେଉଁ ମାଟିକୁ ମାତା ଭାବରେ ବିବେଚନା କରିଛନ୍ତି । ସେହି ଭାରତ ମାତାର ମାଟିର ଗନ୍ଧ ଅଛି କି ନାହିଁ । ଲୋକାଲ ପାଇଁ ଭୋକାଲ, ଆମର ଅନେକ ସମସ୍ୟାର ସମାଧାନ ଆତ୍ମନିର୍ଭରଶୀଳତାରେ ରହିଛି, ଆମ ଦେଶରେ ତିଆରି ହେଉଥିବା ଜିନିଷ କିଣିବାରେ ରହିଛି, ଏଥିରୁ ରୋଜଗାର ମଧ୍ୟ ସୃଷ୍ଟି ହୋଇପାରୁଛି, ଅର୍ଥନୀତି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଯାଉଛି, ଦେଶର ଗରିବରୁ ଅତି ଗରିବ ଶ୍ରେଣୀର ଲୋକମାନେ ମଧ୍ୟ ସମ୍ମାନ ପାଇବାକୁ ଯାଉଛନ୍ତି ଏବଂ ସେଥିପାଇଁ ଆମ ଦେଶର ଯୁବକମାନେ ଭୋକାଲ ଫର ଲୋକାଲକୁ ସେମାନଙ୍କ ଜୀବନର ମନ୍ତ୍ର କରିବା ଉଚିତ । ତେଣୁ ଆପଣ କଳ୍ପନା କରିପାରିବେ ଯେ ସ୍ୱାଧୀନତାର ୧ଠଠ ବର୍ଷ କେତେ ମହାନ ହେବ, କେତେ ଦିବ୍ୟ ହେବ, ସାମର୍ଥ୍ୟରେ ପରିପୂର୍ଣ୍ଣ ହେବ, ସଂକଳ୍ପଗୁଡ଼ିକର ସଫଳତାର କିଛି ମୁହୂର୍ତ୍ତ ରହିବ ।

ସାଥୀମାନେ,

ମୁଁ ପ୍ରତ୍ୟେକ ଥର ଗୋଟିଏ କଥା ଅବଶ୍ୟ କହିଥାଏ । ମୁଁ ଏହାକୁ ପୁନର୍ବାର କହିବାକୁ ଚାହେଁ ଏବଂ ଆପଣମାନଙ୍କ ମଧ୍ୟରେ ଏହା ଏଥିପାଇଁ କହିବାକୁ ଚାହୁଁଛି । ଆପଣମାନେ ଏଥିରେ ନେତୃତ୍ୱ ନେଇଛନ୍ତି ଏବଂ ତାହା ହେଉଛି ସ୍ୱଚ୍ଛତା । ପରିଷ୍କାର ପରିଚ୍ଛନ୍ନତାକୁ ଜୀବନଶୈଳୀର ଏକ ଅଂଶରେ ପରିଣତ କରିବାରେ ଆପଣ ସମସ୍ତ ଯୁବକଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ସ୍ୱାଧୀନତା ସଂଗ୍ରାମରେ ଆମର ଏହିପରି ଅନେକ ସେନାନୀ ରହିଛନ୍ତି, ଯେଉଁମାନଙ୍କର ଅବଦାନର ପରିଚୟ ସେମାନେ ପାଇପାରିଲେ ନାହିଁ, ଯାହା ପାଇଁ ସେମାନେ ଯୋଗ୍ୟ ଥିଲେ । ତାଙ୍କର ତ୍ୟାଗ, ତପସ୍ୟା, ବଳିଦାନର କୌଣସି ଅଭାବ ନ ଥିଲା । କିନ୍ତୁ ସେ ତାହାର ଅଧିକାର ପାଇପାରିଲେ ନାହିଁ । ଏହିପରି ବ୍ୟକ୍ତିଙ୍କ ବିଷୟରେ ଆମର ଯୁବକମାନେ ଯେତେ ଲେଖିବେ, ଅନୁସନ୍ଧାନ କରିବେ, ଇତିହାସର ସେହି ପୃଷ୍ଠାଗୁଡ଼ିକୁ ଖୋଜିବେ ଏବଂ ବାହାର କରିବେ । ସେତିକି ହିଁ ଦେଶର ଆଗାମୀ ପିଢ଼ିଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ । ଆମର ସ୍ୱାଧୀନତାର ସଂଗ୍ରାମର ଇତିହାସ ସେତିକି ବଳିଷ୍ଠ ହେବ, ଶକ୍ତିଶାଳୀ ହେବ, ଅଧିକ ପ୍ରେରଣାଦାୟକ ହେବ ।

ସାଥୀମାନେ,

ପୁଡୁଚେରୀ ଏକ ଭାରତ ଶ୍ରେଷ୍ଠ ଭାରତର ଏକ ସୁନ୍ଦର ଉଦାହରଣ ଅଟେ । ଭିନ୍ନ ଭିନ୍ନ ଅଞ୍ଚଳରୁ ଅଲଗା ଅଲଗା ସ୍ରୋତରୁ ଆସି ଏହି ସ୍ଥାନକୁ ଏକୀକୃତର ପରିଚୟ ଦେଇଥାଏ । ଏଠାରେ ଯେଉଁ ସମ୍ବାଦ ହେବ ତାହା ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ଆହୁରି ଦୃଢ଼ କରିବ । ତୁମର ଚିନ୍ତାଧାରାରୁ କିଛି ନୂତନ ଭାବନା ଉତ୍ପନ୍ନ ହେଉ ଏବଂ ତୁମେ ଏଠାରୁ ଯାହା କିଛି ନୂଆ ଜିନିଷ ଶିଖିକି ଯିବ ସେଗୁଡ଼ିକ ବର୍ଷ ବର୍ଷ ଧରି ଜାତିର ସେବା ପାଇଁ ଏକ ପ୍ରେରଣା ହୋଇଯିବ। ଏହି ଜାତୀୟ ଯୁବ ମହୋତ୍ସବରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ଏହା ଆମର ଆକାଂକ୍ଷାକୁ ହାସଲ କରିବାର ମାର୍ଗ ଦେଖାଇବ ।

ସାଥୀମାନେ,

ଏହା ପର୍ବ-ପର୍ବାଣିର ସମୟ ମଧ୍ୟ ଅଟେ । ଭାରତର ପ୍ରତ୍ୟେକ କୋଣରେ ଅଗଣତି ପର୍ବ-ପର୍ବାଣି । କୌଣସି ସ୍ଥାନରେ ମକର ସଂକ୍ରାନ୍ତି, କେଉଁଠି ଲୋହଡି, କେଉଁଠି ପୋଙ୍ଗଲ, କେଉଁ ଉତ୍ତରାୟଣ, କେଉଁଠି ବିହୁ, ଏହିପରି ସମସ୍ତ ପର୍ବ-ପର୍ବାଣି ପାଇଁ ଆପଣ ସମସ୍ତଙ୍କୁ ପୂର୍ବରୁ ଶୁଭେଚ୍ଛା ଜଣାଉଛି । କରୋନା ଠାରୁ ସମ୍ପୂର୍ଣ୍ଣ ସତର୍କତା ଏବଂ ସଜାଗତା ସହିତ ଉତ୍ସବ ପାଳନ କରିବାକୁ ପଡ଼ିବ । ଆପଣ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ଅନେକ ଅନେକ ଅଭିନନ୍ଦନ । ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.