ଦେଶ ପାଇଁ, ବିଶେଷକରି ମିଜୋରାମବାସୀଙ୍କ ପାଇଁ ଏହା ଏକ ଐତିହାସିକ ଦିନ। ଆଜିଠାରୁ ଆଇଜୋଲ ଭାରତର ରେଳ ମାନଚିତ୍ରରେ ରହିବ: ପ୍ରଧାନମନ୍ତ୍ରୀ
ଭାରତର ଅଭିବୃଦ୍ଧି ଇଞ୍ଜିନ ହେବାକୁ ଯାଉଛି ଉତ୍ତର-ପୂର୍ବ: ପ୍ରଧାନମନ୍ତ୍ରୀ
ଆମର ପୂର୍ବାଞ୍ଚଳ ନୀତି ଏବଂ ଉଦୀୟମାନ ଉତ୍ତର-ପୂର୍ବ ଅର୍ଥନୈତିକ କରିଡରରେ ମିଜୋରାମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ
ପରବର୍ତ୍ତୀ ପିଢ଼ିର ଜିଏସଟିର ଅର୍ଥ ହେଉଛି ଅନେକ ଉତ୍ପାଦ ଉପରେ କମ ଟିକସ, ଯାହାକି ପରିବାର ପାଇଁ ଜୀବନ ସହଜ କରିବ: ପ୍ରଧାନମନ୍ତ୍ରୀ
ଭାରତ ହେଉଛି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି: ପ୍ରଧାନମନ୍ତ୍ରୀ

ମିଜୋରାମ ରାଜ୍ୟପାଳ ଭି.କେ.ସିଂହ, ମୁଖ୍ୟମନ୍ତ୍ରୀ ଲାଲଡୁହୋମା, କେନ୍ଦ୍ର କ୍ୟାବିନେଟର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ମିଜୋରାମ ସରକାରଙ୍କ ମନ୍ତ୍ରୀବର୍ଗ, ସାଂସଦ, ଅନ୍ୟ ନିର୍ବାଚିତ ପ୍ରତିନିଧି ସମୂହ ଓ ମିଜୋରାମ ଜନତା ।

ସୁନୀଳ ପର୍ବତମାଳାର ରାଜ୍ୟ ମିଜୋରାମକୁ ଦେଖୁଥିବା ମହାପ୍ରଭୁ ପଥିଆନଙ୍କୁ ସଭକ୍ତି ପ୍ରଣାମ କରୁଛି । ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଏବେ ମୁଁ ରହିଛି । ଦୁର୍ଭାଗ୍ୟବଶତଃ ଖରାପ ପାଗ ଲାଗି ମୁଁ ଦୁଃଖିତ ଯେ ଆଇଜଲରେ ମୁଁ ଆପଣଙ୍କୁ ସାକ୍ଷାତ କରିପାରୁନି । କିନ୍ତୁ ଏଠାରେ ରହି ବି ମୁଁ ଆପଣମାନଙ୍କର ଶ୍ରଦ୍ଧା ଓ ଭଲ ପାଇବାକୁ ଜାଣି ପାରୁଛି ।

 ବନ୍ଧୁଗଣ,

ଏହା ସ୍ୱାଧୀନତା ଆନ୍ଦୋଳନ ହେଉ ଅବା ଦେଶ ନିର୍ମାଣ ମିଜୋରାମର ସବୁ ନାଗରିକ ଆଗକୁ ଆସିଛନ୍ତି । ଲାଲନୁ ରୋପୁଇଲାନି ଓ ପଶଲଥା ଖୁଆଙ୍ଗଚେରାଙ୍କ ପରି ମହାନୁଭବମାନେ ଦେଶର ପ୍ରେରଣା ସ୍ରୋତ ପାଲଟିଛନ୍ତି । ସେବା ସାହସ ସହାନୁଭୂତି ମିଜୋ ସମାଜର ବଳ ଓ ପୁଞ୍ଜି । ଆଜି ମିଜୋରାମ ଦେଶର ପ୍ରଗତିରେ ଉଲ୍ଲେଖନୀୟ ଭୂମିକା ନିଭାଉଛି ।

 

ବନ୍ଧୁବର୍ଗ,

ସାରା ଦେଶ ବିଶେଷକରି ମିଜୋରାମ ଲାଗି ଆଜି ହେଉଛି ଏକ ଐତିହାସିକ ଦିନ । ଭାରତର ରେଲୱେ ମାନଚିତ୍ରରେ ମିଜୋରାମର ଆଇଜଲ ଆଜିଠାରୁ ସ୍ଥାନିତ ହେବ । କିଛି ବର୍ଷ ପୂର୍ବେ ଏହାର ଶିଳାନ୍ୟାସ ମୁଁ କରିଥିଲି । ତାହା ଆଜି ସଫଳ ହୋଇଛି । ଆଜି ଗର୍ବର ସହ ଦେଶ ଲାଗି ମୁଁ ଏହାକୁ ଉତ୍ସର୍ଗ କରୁଛି । ବିଭିନ୍ନ ବାଧା ବିଘ୍ନକୁ ଅତିକ୍ରମ କରି ଆଜି ଏହି ବୈରବି ସାଇରଙ୍ଗ ରେଲୱେ ଲାଇନ ବିଛା ଯାଇପାରିଛି । ଆମ ଇଞ୍ଜିନିୟରମାନଙ୍କ ଦକ୍ଷତା ଓ ଶ୍ରମିକମାନଙ୍କ ଉତ୍ସାହ ପାଇଁ ଏହା ସଫଳ ହୋଇପାରିଛି ।

ବନ୍ଧୁଗଣ,

ଆମେମାନେ ପରସ୍ପର ସହ ସମ୍ବନ୍ଧିତ । ଏବେ ପ୍ରଥମଥର ଲାଗି ମିଜୋରାମର ସଇରଙ୍ଗରୁ ସିଧା ସଳଖ ଦିଲ୍ଲୀ ଯିବା ଲାଗି ରାଜଧାନୀ ଏକ୍ସପ୍ରେସ ଦୌଡିବ । ଏହା ଏକ ରେଲୱେ ଯୋଗାଯୋଗ କେବଳ ନୁହେଁ ବରଂ ରୂପାନ୍ତରୀକରଣର ଜୀବନଧାରା । ମିଜୋରାମ ଲୋକଙ୍କ ଜୀବନ ଓ ଜୀବିକାକୁ ଏହା ବହୁଳ ମାତ୍ରାରେ ପ୍ରଭାବିତ କରିବ । ମିଜୋରାମର ଚାଷବାସ ଓ ବେପାର ସାରା ଦେଶକୁ ପହଂଚିପାରିବ । ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ନାରଗିକମାନେ ସବୁପ୍ରକାର ସୁବିଧା ପାଇପାରିବେ । ପର୍ଯ୍ୟଟନ, ପରିବହନ ଓ ଆତିଥେୟତା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ବନ୍ଧୁଗଣ,

ବହୁକାଳ ଯାଏ ଆମ ଦେଶର କିଛି ରାଜନୈତିକ ଦଳ ବୋଟ ବ୍ୟାଙ୍କ ପଲିଟିକ୍ସ କରୁଥିଲେ । ଯେଉଁ ସ୍ଥାନରେ ଅଧିକା ଭୋଟ ମିଳିବାର ଆଶା ରହିଥିଲା ସେହି ସ୍ଥାନକୁ ସେମାନେ ଅଧିକା ଫୋକସ କରୁଥିଲେ । ମିଜୋରାମ ସମେତ ସମଗ୍ର ଉତର-ପୂର୍ବ ରାଜ୍ୟର ଲୋକେ ଏପ୍ରକାର ରାଜନୀତି ଯୋଗୁଁ ଶୀକାର ହେଉଥିଲେ । କିନ୍ତୁ ଆମର ଆଭିମୁଖ୍ୟ ଅଲଗା । ଯେଉଁମାନେ ପୂର୍ବରୁ ଅବହେଳିତ ରହିଥିଲେ ସେମାନଙ୍କୁ ଆଜି ଆମେ ଆଗକୁ ଆଣିପାରିଛୁ । ଯେଉଁମାନେ ଆର୍ଥିକ ଅନୁନ୍ନତ ବର୍ଗର ଥିଲେ ସେମାନେ ଆଜି ଆଗକୁ ଆସିପାରିଛନ୍ତି । ଗତ ଏଗାର ବର୍ଷ ଧରି ଆମେ ଉତର-ପୂର୍ବ ରାଜ୍ୟର ଉନ୍ନତି ଲାଗି ଲଗାତର ଉଦ୍ୟମ କରିଆସୁଛୁ । ଏହି ଅଂଚଳ ଏବେ ସାରା ଦେଶର ବିକାଶର ଇଞ୍ଜିନରେ ପରିଣତ ହୋଇପାରିଛି ।

 

ବନ୍ଧୁଗଣ,

ରାଜ୍ୟର ଉତର-ପୂର୍ବ କ୍ଷେତ୍ରର ଅଧିକାଂଶ ରାଜ୍ୟ ଏବେ ପ୍ରଥମ ଥର ଲାଗି ରେଲୱେ ମାନଚିତ୍ରରେ ସ୍ଥାନିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଉଦ୍ୟମକ୍ରମେ ରାଜ୍ୟର ଗ୍ରାମୀଣ ରାସ୍ତା, ମୋବାଇଲ ସଂଯୋଗୀକରଣ, ଇଂଟରନେଟ ସଂଯୋଗ, ବିଜୁଳି ଟ୍ୟାପ ପାଣି, ଏଲପିଜି ସଂଯୋଗ ପରି ସୁବିଧା ଉପଲବ୍ଧ ହୋଇପାରିଛି । ବିମାନ ଯାତ୍ରା ଲାଗି ବି ମିଜେରାମର ଲୋକେ ଉଡାନ ଯୋଜନା ପାଇପାରୁଛନ୍ତି । ଶୀଘ୍ର ରାଜ୍ୟରେ ହେଲିକପ୍ଟର ସେବା ମିଳିବାକୁ ଯାଉଛି । ମିଜୋରାମର ନିଭୃତାଂଚଳକୁ ଯୋଗାଯୋଗ ଲାଗି ବାଟ ଫିଟିପାରିବ ।

ବନ୍ଧୁଗଣ,

ଉତର-ପୂର୍ବ ଅର୍ଥନୈତିକ କରିଡର ସମେତ ଆକ୍ଟ ଇଷ୍ଟ ଯୋଜନା ଲାଗି ମିଜୋରାମ ଏକ ପ୍ରମୁଖ ଭୂମିକା ନିଭାଉଛି । କଳାଦାନ ମଲ୍ଟିମୋଡାଲ ଟ୍ରାନଜିଟ ଟ୍ରାନ୍ସପୋର୍ଟ ପ୍ରକଳ୍ପ, ସାଇରଙ୍ଗ ମାଓବୁଚୁହା ରେଲୱେ ଲାଇନ ପାଇଁ ଦକ୍ଷିଣ-ପୂର୍ବ ଏସିଆ ଦେଇ ବଙ୍ଗୋପସାଗରକୁ ମିଜୋରାମ ଯୋଡି ହୋଇପାରିବ । ସାରା ଉତର-ପୂର୍ବ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ବାଣିଜ୍ୟ ଓ ପର୍ଯ୍ୟଟନ ବିକଶିତ ହୋଇପାରିବ ।

ବନ୍ଧୁଗଣ,

ପ୍ରତିଭାଦୀପ୍ତ ଯୁବକମାନଙ୍କର ରାଜ୍ୟ ହେଉଛି ମିଜୋରାମ । ସେମାନଙ୍କୁ ସଶକ୍ତ କରିବା ଆମ କାମ । ଏଗାରଟି ଏକଲବ୍ୟ ବିଦ୍ୟାଳୟ ଆମ ସରକାର ପ୍ରତିଷ୍ଠା କରିଛନ୍ତି । ଅ୍ଧମ ଛଅଟି ଏପରି ସ୍କୁଲ ନିର୍ମାଣ କରିବାକୁ ଆମର ଉଦ୍ୟମ ରହିଛି । ବିଭିନ୍ନ ଷ୍ଟାର୍ଟ ଅପ ଲାଗି ଉତର-ପୂର୍ବ ରାଜ୍ୟ ଏବେ ଏକ ପ୍ରମୁଖ କେନ୍ଦ୍ର ଭାବରେ ଗଢି ଉଠିବାକୁ ଯାଉଛି । ଏହି ଅଂଚଳରେ ୪,୫୦୦ ଷ୍ଟାର୍ଟ ଅପ ସମେତ ୨୫ଟି ଇନକ୍ୟୁବେଟର କାମ କରୁଥିବା ଜାଣି ମୁଁ ଖୁସି ହେଲି । ଯୁବ ପିଢି ଏଥିରେ ସାମିଲ ହୋଇ ରାଜ୍ୟକୁ ଅଗ୍ରସର କରିପାରିଛନ୍ତି ।

 

ବନ୍ଧୁଗଣ,

 ବୈଶ୍ୱିକ କ୍ରୀଡା ଲାଗି ଆମ ଦେଶ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ଏଥିପାଇଁ ଦେଶରେ ଅର୍ଥନୈତିକ ସୁଯୋଗ ସୃଷ୍ଟି ହେବ । କ୍ରୀଡା ବିଶେଷକରି ଫୁଟବଲ ଓ ଅନ୍ୟାନ୍ୟ ଖେଳ ଲାଗି ମିଜୋରାମର ଏକ ଅଦଭୂତ ପରମ୍ପରା ରହିଛି । ଅତୀତରେ ଏସବୁ ଖେଳର ଚାମ୍ପିଆନ ସୃଷ୍ଟି ହୋଇଛନ୍ତି । ଆମ କ୍ରୀଡା ଯୋଜନାଗୁଡିକ ବି ମିଜୋରାମକୁ ଲାଭ ଦେଉଛି । ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ଏହି ରାଜ୍ୟରେ ଅନେକ ଆଧୁନିକ କ୍ରୀଡା ଭିତିଭୂମି ଆମେ ତିଆରି କରୁଛୁ । ନିକଟରେ ଜାତୀୟ କ୍ରୀଡା ଯୋଜନା, ଖେଲୋ ଇଣ୍ଡିଆ ଖେଲୋ ନୀତି ପରି କିଛି ଯୋଜନା ଆମ ସରକାର ପ୍ରଣୟନ କରିଛନ୍ତି ଯାହା ରାଜ୍ୟର ଯୁବବର୍ଗଙ୍କୁ କାମ ଦେବ ।

ବନ୍ଧୁଗଣ,

ଦେଶ କିମ୍ବା ବାହାରେ ଏହି ସୁନ୍ଦର ଉତର-ପୂର୍ବ ରାଜ୍ୟର ଆମ୍ବାସଡର ହେବାରେ ମୋର ଅପାର ଆନନ୍ଦ ରହିଛି । ନିକଟରେ ଦିଲ୍ଲୀର ଅଷ୍ଟଲକ୍ଷ୍ମୀ ଉତ୍ସବରେ ଯୋଗ ଦେବାକୁ ମୋତେ ସୁଯୋଗ ମିଳିଥିଲା । ହସ୍ତତନ୍ତ, ହସ୍ତଶିଳ୍ପ, ଜିଆଇ ଟ୍ୟାଗଯୁକ୍ତ ସାମଗ୍ରୀ, ଉତର-ପୂର୍ବ ରାଜ୍ୟର ପର୍ଯ୍ୟଟନ ସମ୍ବନ୍ଧିତ ଜିନିଷ ସମ୍ପର୍କରେ ଏହି ସ୍ଥାନରେ ପ୍ରଦର୍ଶନୀ କରାଯାଇଥିଲା । ରାଇଜିଂ ନର୍ଥ ଇଷ୍ଟ ସମିଟରେ ଉତର-ପୂର୍ବ ରାଜ୍ୟର ବିଭବତା ସମ୍ପର୍କରେ ମୁଁ ପୁଞ୍ଜି ନିବେଶକାରୀଙ୍କୁ ଉତ୍ସାହିତ କରିଥିଲି । ଏହି ସମିଟରେ ଅନେକ ଯୋଜନା ଓ ପ୍ରକଳ୍ପକୁ ରୂପାୟନ କରିବା ପାଇଁ ସୁଯୋଗ ରହିଥିଲା । ଯେବେ ମୁଁ ଲୋକାଲ ଫର ଭୋକାଲ କଥା କହିଥିଲି ସେବେ ଉତର-ପୂର୍ବ କାରିଗର ଓ ଚାଷୀଙ୍କ ଲାଗି ବେଶ ସୁହାଇଥିଲା । ମିଜୋରାମର ବାଉଁଶ ଶିଳ୍ପ, ଅଦା, ହଳଦୀ ଓ କଦଳୀ ଭଲ ଭାବରେ ପରିଚିତ ।

ବନ୍ଧୁଗଣ,

ଇଜ ଅଫ ଲିଭିଙ୍ଗ ଓ ଇଜ ଅଫ ଡୁଇଂ ବିଜିନେସକୁ ଉତ୍ସାହିତ କରିବା ଲାଗି ଆମେ କ୍ରମାଗତ ଭାବରେ ଉଦ୍ୟମ କରିଆସୁଛୁ । ନିକଟରେ ଜିଏସଟି ନେଇ ସଂସ୍କାର ବି ଅଣାଯାଇଛି । ଏହା ସୂଚାଉଛି ଯେ ଅନେକ ସାମଗ୍ରୀ ଉପରୁ ଜିଏସଟି ଶୁଳ୍କ ହ୍ରାସ ପାଇବା ପରେ ବହୁ ପରିବାର ଏହାର ସୁଫଳ ପାଉଛନ୍ତି । ୨୦୧୪ ପୂର୍ବରୁ ପ୍ରତିଦିନ ବ୍ୟବହାର କରାଯାଉଥିବା ଟୁଥପେଷ୍ଟ, ସାବୁନ ଓ ତେଲ ଉପରେ ୨୭ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା । କିନ୍ତୁ ଏବେ ତାହା ମାତ୍ର ୫ ପ୍ରତିଶତ ଜିଏସଟିକୁ ଖସିଛି । କଂଗ୍ରେସ ଶାସନ ସମୟରେ ଔଷଧ, ପରୀକ୍ଷା ସାମଗ୍ରୀ, ଇନସ୍ୟୁରାନ୍ସ ଯୋଜନାଗୁଡିକରେ ଅଧିକା ଟ୍ୟାକ୍ସ ଲାଗୁଥିଲା । ଫଳରେ ସ୍ୱାସ୍ଥ୍ୟ ଚିକିତ୍ସା ଓ ଇନସ୍ୟୁରାନ୍ସ କରିବା ସାଧାରଣ ଲୋକଙ୍କ ଲାଗି ଦୁଷ୍କର ହୋଇପଡୁଥିଲା । କିନ୍ତୁ ଏସବୁ ଆଜି ସହଜସାଧ୍ୟ ହୋଇଛି । ନୂଆ ଜିଏସଟି ଫଳରେ କ୍ୟାନସର ଔଷଧ ଏବେ ଶସ୍ତା ହୋଇଛି । ୨୨ ସେପ୍ଟେମ୍ବର ପରେ ସିମେଂଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ବି ଶସ୍ତା ହେବାର ରହିଛି । କାର ଓ ସ୍କୁଟର ତିଆରି କରୁଥିବା ବିଭିନ୍ନ କମ୍ପାନୀ ଏବେ ଜିନିଷ ଶସ୍ତା କରିଦେଲେଣି । ମୁଁ ସୁନିଶ୍ଚିତ ଯେ ସାରା ଦେଶରେ ଏବେ ଉତ୍ସବର ମାହୋଲ ଆହୁରି ଚମକିବ ।

 

ବନ୍ଧୁଗଣ,

ନୂଆ ଜିଏସଟି ସଂସ୍କାର ଫଳରେ ହୋଟେଲ ରହଣି ଶୁଳ୍କ ବି ହ୍ରାସ ପାଇଛି । ସଂସ୍କାର ଫଳରେ ଏହା ଏବେ ମାତ୍ର ୫ ପ୍ରତିଶତକୁ ଖସିଛି । ବିଭିନ୍ନସ୍ଥାନ ପରିଭ୍ରମଣ କରିବା, ହୋଟେଲ ରହଣି, ଖାଇବା ପିଇବା ଏବେ ପ୍ରାୟ ଶସ୍ତା ହେବ । ଫଳରେ ଦେଶର ବିଭିନ୍ନସ୍ଥାନ ବୁଲିବା, ରହିବା ଓ ଖାଇବା ବି ଶସ୍ତା ହେବ । ପର୍ଯ୍ୟଟନ କ୍ଷେତ୍ରରେ ଉତର-ପୂର୍ବ ଅଂଚଳ ଏଥିରେ ବହୁ ଲାଭାନ୍ୱିତ ହେବେ ।

ବନ୍ଧୁଗଣ,

୨୦୨୫-୨୬ର ପ୍ରଥମ କ୍ୱାର୍ଟରରେ ଆମ ଅର୍ଥନୀତିର ୭.୮ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏହା ସୂଚାଉଛି ଯେ, ସାରା ବିଶ୍ୱରେ ଭାରତବର୍ଷର ଦ୍ରୁତ ଆର୍ଥନୀତିକ ଅଭିବୃଦ୍ଧି ଘଟିଛି । ମେକ ଇନ ଇଣ୍ଡିଆ ଓ ରପ୍ତାନୀ କ୍ଷେତ୍ରରେ ବି ଭାରତବର୍ଷର ଅଭିବୃଦ୍ଧି ହୋଇପାରିଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଆତଙ୍କୀମାନଙ୍କ ଅପେରସନ ସିନ୍ଦୂରରେ ଆମ ସୈନିକ କିଭଳି ପ୍ରତିହତ କଲେ ତାହା ଆପଣମାନଙ୍କୁ ଅବଗତ । ସାରା ଦେଶ ଆମ ସୈନିକଙ୍କ ଲାଗି ଏବେ ଗର୍ବିତ । ଏହି ଅପରେସନ ବେଳେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆମ ଯୁଦ୍ଧାସ୍ତ୍ର ଭଲ ଭାବରେ କାମ ଦେଲା । ଆମ ନିରାପତା ଲାଗି ଅର୍ଥନୀତିର ବିକାଶ ଓ ମାନୁଫାକ୍‌ଚରିଂ କ୍ଷେତ୍ରରେ ଉନ୍ନତି ଆବଶ୍ୟକ ।

ବନ୍ଧୁଗଣ,

ଆମ ସରକାର ପ୍ରତିଟି ନାଗରିକ, ପରିବାର ଓ ଅଂଚଳର ବିକାଶ ଲାଗି ପ୍ରତିବଦ୍ଧ । ଆମ ଲୋକଙ୍କ ସଶକ୍ତିକରଣ ଦ୍ୱାରା ହିଁ ଆମେ ବିକଶିତ ଦେଶ ଭାବରେ ଛିଡା ହୋଇପାରିବା । ଏହି ଯାତ୍ରାରେ ମୁଁ ଆଶା କରୁଛି ଯେ, ମିଜୋରାମର ଲୋକେ ସହଯୋଗ କରିବେ । ଆଉଥରେ ଆପଣମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ଓ ଭାରତର ରେଲୱେ ମାନଚିତ୍ରରେ ଆଇଜଲ ସ୍ଥାନିତ ହେବାକୁ ସ୍ୱାଗତ କରୁଛି । ଆଜି ଖରାପ ପାଗ ପାଇଁ ମୁଁ ଆଇଜଲ ଯାଇପାରିଲିନି । କିନ୍ତୁ ଖୁବଶୀଘ୍ର ଆମେ ସାକ୍ଷାତ ହେବା । ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap at a cracker factory in Thrissur, Keralam
April 21, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"

"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000." 

"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി

@narendramodi."

"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."