ਸੁਭਾਸ਼ ਚੰਦਰ ਬੋਸ ਆਪਦਾ ਪ੍ਰਬੰਧਨ ਪੁਰਸਕਾਰ ਜੇਤੂਆਂ ਦਾ ਅਭਿਨੰਦਨ ਕੀਤਾ
“ਤੁਰਕੀ ਅਤੇ ਸੀਰੀਆ ਵਿੱਚ ਭੂਚਾਲ ਦੇ ਬਾਅਦ ਪੂਰੀ ਦੁਨੀਆ ਨੇ ਭਾਰਤ ਦੇ ਆਪਦਾ ਪ੍ਰਬੰਧਨ ਪ੍ਰਯਤਨਾਂ ਦੀ ਭੂਮਿਕਾ ਨੂੰ ਸਮਝਿਆ ਤੇ ਸਰਾਹਿਆ ਹੈ”
“ਭਾਰਤ ਨੇ ਆਪਦਾ ਪ੍ਰਬੰਧਨ ਨਾਲ ਜੁੜੀ ਟੈਕਨੋਲੋਜੀ ਅਤੇ ਮਾਨਵ ਸੰਸਾਧਾਨ ਨੂੰ ਜਿਸ ਤਰ੍ਹਾਂ ਵਧਾਇਆ ਹੈ, ਉਸ ਨਾਲ ਦੇਸ਼ ਵਿੱਚ ਵੀ ਅਨੇਕ ਜੀਵਨ ਬਚਾਉਣ ਵਿੱਚ ਮਦਦ ਮਿਲੀ ਹੈ”
“ਸਾਨੂੰ ਸਥਾਨਕ ਪੱਧਰ ‘ਤੇ ਆਵਾਸ ਜਾਂ ਨਗਰ ਨਿਯੋਜਨ ਦੇ ਮਾਡਲ ਵਿਕਸਿਤ ਕਰਨੇ ਹੋਣਗੇ, ਸਾਨੂੰ ਇਨ੍ਹਾਂ ਖੇਤਰਾਂ ਵਿੱਚ ਅਡਵਾਂਸ ਟੈਕਨੋਲੋਜੀ ਦੇ ਉਪਯੋਗ ਨੂੰ ਉਤਸ਼ਾਹਿਤ ਕਰਨ ਦੀ ਜ਼ਰੂਰਤ ਹੈ”
“ਸਟੀਕ ਸਮਝ ਅਤੇ ਸਿਸਟਮ ਵਿਕਸਿਤ ਕਰਨਾ ਆਪਦਾ ਪ੍ਰਬੰਧਨ ਨੂੰ ਮਜ਼ਬੂਤ ਕਰਨ ਦੇ ਦੋ ਮੁੱਖ ਘਟਕ ਹਨ”
“ਸਥਾਨਕ ਭਾਗੀਦਾਰੀ ਦੁਆਰਾ ਸਥਾਨਕ ਪੱਧਰ ‘ਤੇ ਮਜ਼ਬੂਤੀ ਦੇ ਮੂਲਮੰਤਰ ਨੂੰ ਅਪਣਾਉਣ ਨਾਲ ਹੀ ਤੁਹਾਨੂੰ ਸਫ਼ਲਤਾ ਮਿਲੇਗੀ”
“ਘਰਾਂ ਦੇ ਟਿਕਾਊਪਣ, ਜਲ ਨਿਕਾਸੀ, ਸਾਡੀ ਬਿਜਲੀ ਅਤੇ ਵਾਟਰ ਇਨਫ੍ਰਾਸਟ੍ਰਕਚਰ ਦੀ ਮਜ਼ਬੂਤੀ ਜਿਹੇ ਪਹਿਲੂਆਂ ‘ਤੇ ਠੋਸ ਜਾਣਕਾਰੀ ਹੋਣ ਨਾਲ ਹੀ ਸਰਗਰਮ ਕਦਮ ਉਠਾਉਣ ਵਿੱਚ ਮਦਦ ਮਿਲੇਗੀ”
“ਐਂਬੂਲੈਂਸ ਨੈੱਟਵਰਕ ਨੂੰ ਭਵਿੱਖ ਦੇ ਲਈ ਤਿਆਰ ਕਰਨ ਦੇ ਲਈ ਏਆਈ, 5ਜੀ ਅਤੇ ਇੰਟਰਨੈੱਟ ਆਵ੍ ਥਿੰਗਸ (ਆਈਓਟੀ) ਦੇ ਉਪਯੋਗ ਬਾਰੇ ਪਤਾ ਲਗਾਓ”
“ਪਰੰਪਰਾ ਅਤੇ ਟੈਕਨੋਲੋਜੀ ਸਾਡੀ ਤਾਕਤ ਹੈ, ਅਤੇ ਇਸੇ ਤਾਕਤ ਨਾਲ ਅਸੀਂ ਕੇਵਲ ਭਾਰਤ ਹੀ ਨਹੀਂ, ਬਲਕਿ ਪ

ସର୍ବ ପ୍ରଥମେ ମୁଁ ବିପର୍ଯ୍ୟୟ ହ୍ରାସ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ସମସ୍ତ ସାଥୀମାନଙ୍କୁ ଶୁଭେଚ୍ଛା ଜଣାଉଛି । କାରଣ କାର୍ଯ୍ୟ ହେଉଛି ଏଭଳି ଯେ, ଆପଣ ଅନେକ ଥର ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଅନ୍ୟମାନଙ୍କର ଜୀବନ ବଂଚାଇବା ପାଇଁ ବହୁତ ଭଲ କାର୍ଯ୍ୟ କରିଥାନ୍ତି । ନିକଟରେ ତୁର୍କୀ ଏବଂ ସିରିଆରେ ଭାରତୀୟ ଦଳର ପ୍ରୟାସକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି ଆଉ ଏହି କଥା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସହିତ ଜଡିତ ମାନବ ସମ୍ବଳ ଏବଂ ବୈଷୟିକ ଦକ୍ଷତାକୁ ଭାରତ ଯେଭଳି ଭାବେ ବୃଦ୍ଧି କରିଛି, ତାହାଦ୍ୱାରା ଦେଶରେ ମଧ୍ୟ ଭିନ୍ନ- ଭିନ୍ନ ବିପର୍ଯ୍ୟୟ ସମୟରେ ଅନେକ ଗୁଡିଏ ଲୋକଙ୍କର ଜୀବନ ବଂଚାଇବାରେ ସହାୟତା ମିଳିଛି । ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ବ୍ୟବସ୍ଥା ସଶକ୍ତ ହେଉ, ଏଥିପାଇଁ ପ୍ରୋତ୍ସାହନ ମିଳୁ, ଏବଂ ସାରା  ଦେଶରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେଉ, ଏହି କାର୍ଯ୍ୟ ଲାଗି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ପୁରସ୍କାରର ମଧ୍ୟ ଘୋଷଣା କରାଯାଇଛି । ଆଜି ଏଠାରେ ଦୁଇଟି ସଂସ୍ଥାନକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଦିଆଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(Odisha State Disaster Management Authority), ବାତ୍ୟାଠାରୁ ନେଇ ସୁନାମୀ ପର୍ଯ୍ୟନ୍ତ, ବିଭିନ୍ନ ବିପର୍ଯ୍ୟୟ ସମୟରେ ବହୁତ ଭଲ କାର୍ଯ୍ୟ କରୁଛି । ସେହିଭଳି ମିଜୋରମର ଲୁଙ୍ଗଲେଇ ଅଗ୍ନିଶମ କେନ୍ଦ୍ର ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାରେ କଠିନ ପରିଶ୍ରମ କରିଛି, ସମଗ୍ର ଅଂଚଳକୁ ବଂଚାଇଲା ଏବଂ ନିଆଁ ବ୍ୟାପିବାକୁ ରୋକିଲା । ମୁଁ ଏହି ସଂସ୍ଥାନରେ କାର୍ଯ୍ୟ କରୁଥିବା ସମସ୍ତ ସାଥୀମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଚଳିତ ଅଧିବେଶନ ପାଇଁ ଆପଣମାନେ ଥିମ୍ ବା ବିଷୟ ରଖିଛନ୍ତି- ‘ଜଳବାୟୁ ପରିବର୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି କରିବା ।’ ଭାରତର ଏହି ବିଷୟ ସହିତ ପରିଚୟ ଏକ ପ୍ରକାରରେ ହେଉଛି ବହୁତ ପୁରୁଣା, କାରଣ ଆମର ପୁରୁଣା ପରମ୍ପରାର ତାହା ଏକ ଅଭିନ୍ନ ଅଙ୍ଗ ମଧ୍ୟ ହୋଇ ରହିଛି । ଆଜି ମଧ୍ୟ ଯେତେବେଳେ ଆମେ ଆମ କୂଅ, ନଳକୂଅ, ଜଳାଶୟ, ସ୍ଥାନୀୟ ବାସ୍ତୁଶାସ୍ତ୍ର, ପ୍ରାଚୀନ ନଗରଗୁଡ଼ିକୁ ଦେଖୁଛୁ, ସେତେବେଳେ ଏହିସବୁ ଉପାଦାନମାନ ସ୍ପଷ୍ଟ ଭାବେ ଦେଖା ଯାଇଥାଏ । ଭାରତରେ ବିପର୍ଯ୍ୟୟ ପରିଚାଳନା ସହିତ ଜଡ଼ିତ ବ୍ୟବସ୍ଥା ସବୁବେଳେ ସ୍ଥାନୀୟ ହୋଇ ରହିଛି, ସମାଧାନ ସ୍ଥାନୀୟ ସ୍ତରରେ ହୋଇଛି, ରଣନୀତି ମଧ୍ୟ ସ୍ଥାନୀୟ ହୋଇ ରହିଛି । ଏବେ ଯେପରି କଚ୍ଛର ଲୋକମାନେ ଯେଉଁ ଘରଗୁଡ଼ିକରେ ରୁହନ୍ତି ସେଗୁଡ଼ିକୁ ଭୁଙ୍ଗା କୁହନ୍ତି । ମାଟିର ଘର ହୋଇଥାଏ । ଆମେ ଜାଣିଛେ ଯେ ଏହି ଶତାବ୍ଦୀର ଆରମ୍ଭରେ ଆସିଥିବା ଭୀଷଣ ଭୂମିକମ୍ପର କେନ୍ଦ୍ର କଚ୍ଛ ଥିଲା । କିନ୍ତୁ ଏହି ଭୁଙ୍ଗା ଘରଗୁଡ଼ିକ ଉପରେ କୌଣସି ପ୍ରକାରର ପ୍ରଭାବ ଅନୁଭୂତ ହିଁ ହେଲା ନାହିଁ । ବୋଧହୁଏ ବହୁତ କଷ୍ଟରେ କୌଣସି ଗୋଟିଏ ଅଧେ ଜାଗାରେ କୌଣସି ଅସୁବିଧା ହୋଇଥିବ । ନିଶ୍ଚିତ ରୂପେ ଏଥିରେ ଟେକ୍ନୋଲୋଜି ସହିତ ଜଡ଼ିତ ବହୁତଗୁଡ଼ିଏ ଶିଖିବାର କଥା ରହିଛି ହିଁ ରହିଛି । ସ୍ଥାନୀୟ ସ୍ତରରେ ଆବାସ କିମ୍ବା ସହରୀ ଯୋଜନାର ଯେଉଁସବୁ ମଡେଲ ରହିଛି, ସେଗୁଡ଼ିକୁ ଆମେ କ’ଣ ନୂତନ ଟେକ୍ନୋଲୋଜି ହିସାବରେ ବିକଶିତ କରି ପାରିବା ନାହିଁ? ହୁଏତ ସ୍ଥାନୀୟ ନିର୍ମାଣ ସାମଗ୍ରୀ ହେଉ, କିମ୍ବା ନିର୍ମାଣର ଟେକ୍ନୋଲୋଜି, ଏହାକୁ ଆମକୁ ଆଜିକାର ଆବଶ୍ୟକତା, ଆଜିକାର ଟେକ୍ନୋଲୋଜି ଦ୍ୱାରା ସମୃଦ୍ଧ କରିବା ହେଉଛି ସମୟର ଆହ୍ୱାନ । ଆମେ ଯେତେବେଳେ ସ୍ଥାନୀୟ ସ୍ଥିତିସ୍ଥାପକତା ଏଭଳି ଉଦାହରଣ ଦ୍ୱାରା ଭବିଷ୍ୟତର ଟେକ୍ନୋଲୋଜିକୁ ଯୋଡ଼ିବା, ସେତେବେଳେ ଯାଇ ବିପର୍ଯ୍ୟୟ ହ୍ରାସ ଦିଗରେ କିଛି ଉନ୍ନତ ମାନର କାର୍ଯ୍ୟ କରି ପାରିବା ।

ସାଥୀଗଣ,

ପୂର୍ବର ଜୀବନ ଶୈଳୀ ଖୁବ ସହଜ ଥିଲା ଆଉ ଅନୁଭବ ଆମକୁ ଶିଖାଇଥିଲା ଯେ ବହୁତ ଅଧିକ ବର୍ଷା, ବନ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ସହିତ କିଭଳି ମୁକାବିଲା କରିବାକୁ ହେବ । ଏଥିପାଇଁ ସ୍ୱାଭାବିକ ଭାବେ, ସରକାର ମଧ୍ୟ ଆମର ଏଠାରେ ବିପର୍ଯ୍ୟୟ ରିଲିଫ ଏବଂ ଉଦ୍ଧାରକୁ କୃଷି ବିଭାଗ ସହିତ ହିଁ ଯୋଡ଼ିକରି ରଖିଥିଲେ । ଭୂମିକମ୍ପ ଭଳି ଗମ୍ଭୀର ବିପଦମାନ ଆସି ଯାଉଥିଲା, ତେବେ ସ୍ଥାନୀୟ ସଂସାଧନଗୁଡ଼ିକ ଦ୍ୱାରା ହିଁ ଏଭଳି ବିପଦଗୁଡ଼ିକର ସାମ୍ନା କରାଯାଉଥିଲା । ଏବେ ବିଶ୍ୱ କ୍ଷୁଦ୍ର ହେଉଅଛି । ଜଣେ ଅନ୍ୟ ଜଣଙ୍କର ଅନୁଭବରୁ ଶିକ୍ଷା ଲାଭ କରି ନିର୍ମାଣର କୌଶଳରେ ନୂଆ ନୂଆ ପ୍ରୟୋଗ ମଧ୍ୟ ହେଉଛି । ସେଠି ଅନ୍ୟ ପକ୍ଷରେ ବିପର୍ଯ୍ୟୟ ଗୁଡ଼ିକର ପ୍ରକୋପ ମଧ୍ୟ ବୃଦ୍ଧି ହେଉଛି । ପୁରୁଣା ଯୁଗରେ ସମଗ୍ର ଗାଁ ରେ ଜଣେ ବୈଦ୍ୟରାଜ ସମସ୍ତଙ୍କର ଚିକିତ୍ସା କରୁଥିଲେ ଆଉ ସମଗ୍ର ଗାଁ ସୁସ୍ଥ ରହୁଥିଲା । ଏବେ ପ୍ରତ୍ୟେକ ରୋଗର ସ୍ୱତନ୍ତ୍ର ଡାକ୍ତର ରହୁଛନ୍ତି । ଏହିଭଳି ଭାବେ ବିପର୍ଯ୍ୟୟ ପାଇଁ ମଧ୍ୟ ଗତିଶୀଳ ବ୍ୟବସ୍ଥା ବିକଶିତ କରିବାକୁ ହେବ । ଯେଭଳି ବିଗତ ଶହେ ବର୍ଷର ବିପର୍ଯ୍ୟୟର ଅଧ୍ୟୟନ ଫଳରେ ଜୋନିଂ କରାଯାଇ ପାରିବ ଯେ ବନ୍ୟାର ସ୍ତର କେଉଁ ପର୍ଯ୍ୟନ୍ତ ହୋଇ ପାରେ ଆଉ ଏଥିପାଇଁ କେଉଁ ପର୍ଯ୍ୟନ୍ତ ନିର୍ମାଣ କରିବାକୁ ହେବ । ସମୟ ସହିତ ଏହିସବୁ ମାପଦଣ୍ଡର ମଧ୍ୟ ସମୀକ୍ଷା ହେବା ଦରକାର, ହୁଏତ  ସାମଗ୍ରୀର କଥା ହେଉ ଅଥବା ବ୍ୟବସ୍ଥାର ।

ସାଥୀଗଣ,

ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ କରିବା ପାଇଁ ସ୍ୱୀକୃତି ଏବଂ ସଂସ୍କାର ହେଉଛି ବହୁତ ଜରୁରୀ । ସ୍ୱୀକୃତିର ଅର୍ଥ, ଏହା ବୁଝିବାକୁ ହେବ ଯେ କେଉଁଠାରେ ବିପଦର ଆଶଙ୍କା ଅଛି ଏବଂ ତାହା ଭବିଷ୍ୟତ୍ୟରେ କିପରି ଘଟିତ ହୋଇପାରେ? ସଂସ୍କାରର ଅର୍ଥ ହେଉଛି ଯେ ଆମେ ଏଭଳି ବ୍ୟବସ୍ଥା ବିକଶିତ କରିବା ଯେପରି ଆପଦାର ଆଶଙ୍କା କମ୍ ହୋଇଯିବ । ବିପର୍ଯ୍ୟୟର ଆଶଙ୍କାକୁ ହ୍ରାସ କରିବାର ସବୁଠାରୁ ଭଲ କୌଶଳ ଏହା ହେଉଛି ଯେ ଆମେ ବ୍ୟବସ୍ଥାରେ ସୁଧାର ଆଣିବା । ସମୟ ପୂର୍ବରୁ ତା’କୁ ଅଧିକ ସକ୍ଷମ କରିବା ଏବଂ ଏଥିପାଇଁ ସର୍ଟକର୍ଟ ବା କ୍ଷଣସ୍ଥାୟୀ ଅଭିବ୍ୟକ୍ତି ବଦଳରେ ଦୀର୍ଘସ୍ଥାୟୀ ଚିନ୍ତା କରିବାର ଆବଶ୍ୟକତା ଅଛି । ଏବେ ଆମେ ବାତ୍ୟା କଥା ଯଦି କହିବା ତେବେ ବାତ୍ୟା ସମୟରେ ଭାରତର ସ୍ଥିତି ଆଡକୁ ଆମେ ଯଦି ଦୃଷ୍ଟି ଦେବା ତେବେ ଅନେକ କଥା ଧ୍ୟାନକୁ ଆସିଥାଏ । ଗୋଟିଏ ସମୟ ଥିଲା, ଯେତେବେଳେ ଭାରତରେ, ସେତେବେଳେ ଶହ- ଶହ, ହଜାର- ହଜାର ଲୋକଙ୍କର ଅସମୟରେ ମୃତ୍ୟୁ ହୋଇଯାଉଥିଲା । ଆମେ ଓଡ଼ିଶା ଏବଂ ପଶ୍ଚିମ ବଙ୍ଗର ଉପକୂଳ ଅଂଚଳରେ ଏପରି ଅନେକ ଥର ହେଉଥିବା ଦେଖିଛୁ । କିନ୍ତୁ ସମୟ ବଦଳିଲା, ରଣନୀତି ବଦଳିଲା, ପ୍ରସ୍ତୁତି ଅଧିକ ଉନ୍ନତ ହେଲା, ତେଣୁ ବାତ୍ୟା ମୁକାବିଲା କ୍ଷେତ୍ରରେ ଭାରତର କ୍ଷମତା ମଧ୍ୟ ବୃଦ୍ଧି ପାଇଲା । ଏବେ ବାତ୍ୟା ଆସୁଛି ଆସୁଛି ତେବେ ଧନ- ଜୀବନର ଅତି କମ୍ କ୍ଷୟକ୍ଷତି ହେଉଛି । ଏହା ଠିକ ଯେ ଆମେ ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ପାରିବା ନାହିଁ, କିନ୍ତୁ ଆମେ ଏହି ବିପର୍ଯ୍ୟୟରେ କିଭଳି କମ୍ କ୍ଷୟକ୍ଷତି ହେବ, ସେଥିପାଇଁ ବ୍ୟବସ୍ଥା ଗୁଡିକ ତ’ ନିଶ୍ଚୟ କରି ପାରିବା । ଆଉ ଏଥିପାଇଁ ଏହା ଜରୁରୀ ଯେ ଆମେ ପ୍ରତିକ୍ରିୟାଶୀଳ ହେବା ବଦଳରେ ସକ୍ରିୟ ହେବା ।

ସାଥୀଗଣ,

ଆମ ଦେଶରେ ସକ୍ରିୟ ହେବାକୁ ନେଇ ପୂର୍ବରୁ କିଭଳି ସ୍ଥିତି ଥିଲା, ଏବେ କିଭଳି ସ୍ଥିତି ଅଛି, ମୁଁ ଏ ସଂପର୍କରେ ଆପଣମାନଙ୍କ ସମ୍ମୁଖରେ ଆଲୋଚନା କରିବାକୁ ଚାହିଁବି । ଭାରତର ସ୍ୱାଧୀନତା ପରେ ୫ ଦଶକ ବିତିଯାଇଥିଲା, ଅର୍ଦ୍ଧ ଶତାବ୍ଦୀ ବିତି ଯାଇଥିଲା, କିନ୍ତୁ ବିପର୍ଯ୍ୟୟ ପରିଚାଳନାକୁ ନେଇ କୌଣସି ଆଇନ ନ ଥିଲା । ବର୍ଷ 2001 ରେ କଚ୍ଛରେ ଭୂକମ୍ପ ଆସିବା ପରେ ଗୁଜରାଟ ଏଭଳି ପ୍ରଥମ ରାଜ୍ୟ ଥିଲା, ଯିଏ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରସ୍ତୁତ କଲା । ଏହି ଆଇନ ଆଧାରରେ ବର୍ଷ 2005 ରେ କେନ୍ଦ୍ର ସରକାର ମଧ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରସ୍ତୁତ କଲେ । ଏହା ପରେ ହିଁ ଭାରତରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ ହେଲା ।

ସାଥୀଗଣ,

ଆମକୁ, ଆମର ସ୍ଥାନୀୟ ସଂସ୍ଥାରେ, ସହରାଂଚଳ ସ୍ଥାନୀୟ ସଂସ୍ଥାରେ ବିପର୍ଯ୍ୟୟ ପରିଚାଳନା ପ୍ରଶାସନକୁ ସୁଦୃଢ କରିବାକୁ ହେବ । ଯେତେବେଳେ ବିପର୍ଯ୍ୟୟ ଆସେ, ସେତେବେଳେ ସହରାଂଚଳ ସ୍ଥାନୀୟ ସଂସ୍ଥା ପ୍ରତିକ୍ରିୟା ଦେଖାଏ, ଏହା ଦ୍ୱାରା କାର୍ଯ୍ୟ ହେବ, ଏଭଳି କଥା ଏବେ ଆଉ ନାହିଁ । ଆମକୁ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେବ । ଆମକୁ ସ୍ଥାନୀୟ ସ୍ତରରେ ଯୋଜନାର ସମୀକ୍ଷା କରିବାକୁ ହେବ । ଆମକୁ କୋଠା ଗୁଡିକୁ ନିର୍ମାଣ କରିବା ପାଇଁ, ନୂତନ ଭିତିଭୂମି ପ୍ରକଳ୍ପ ଲାଗି ବିପର୍ଯ୍ୟୟ ପରିଚାଳନାକୁ ଧ୍ୟାନରେ ରଖି ନୂତନ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ପଡିବ । ଗୋଟିଏ ପଟେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସଜାଡିବାର ଅଛି । ଏଥିପାଇଁ ଆମକୁ ଦୁଇ ସ୍ତରରେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି । ପ୍ରଥମରେ- ଯେଉଁଠାରେ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ଯେଉଁ ବିଶେଷଜ୍ଞ ଅଛନ୍ତି, ସେମାନଙ୍କୁ ଜନଭାଗିଦାରୀ- ସ୍ଥାନୀୟ ଅଂଶଗ୍ରହଣ ଉପରେ ସବୁଠାରୁ ଅଧିକ ଧ୍ୟାନ ଦେବା ଉଚିତ । ଭାରତ ସ୍ଥାନୀୟ ଅଂଶଗ୍ରହଣ ଦ୍ୱାରା କିଭଳି ବଡ଼ ଲକ୍ଷ୍ୟ ହାସଲ କରି ପାରୁଛି, ଏହା ଆମେ ସମସ୍ତେ ଦେଖି ପାରୁଛେ । ଏଥିପାଇଁ ଯେତେବେଳେ ବିପର୍ଯ୍ୟୟ ପରିଚାଳନା କଥା ଆସିଥାଏ, ସେତେବେଳେ ତାହା ମଧ୍ୟ ବିନା ଜନଭାଗିଦାରୀରେ ସମ୍ଭବ ନୁହେଁ । ଏଥିପାଇଁ ଆପଣମାନଙ୍କୁ ସ୍ଥାନୀୟ ଜନ ଭାଗିଦାରୀ ଦ୍ୱାରା ସ୍ଥାନୀୟ ମୁକାବିଲା ପ୍ରସ୍ତୁତି ମନ୍ତ୍ରରେ ଚାଲିବା ଦ୍ୱାରା ହିଁ ସଫଳତା ମିଳି ପାରିବ । ଆମକୁ ନାଗରିକମାନଙ୍କୁ ଭୂମିକମ୍ପ, ବାତ୍ୟା, ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ସହିତ ଜଡ଼ିତ ବିପଦ ପ୍ରତି ସଚେତନ କରିବାର ଏକ ନିରନ୍ତର ପ୍ରକ୍ରିୟା ଜାରି ରଖିବା ଆବଶ୍ୟକ । ଏହା ସହିତ ଜଡିତ ସଠିକ ନିୟମ, କାଇଦା କଟକଣା ଏବଂ କର୍ତବ୍ୟ ଏହି ସମସ୍ତ ବିଷୟ ଉପରେ ନିରନ୍ତର ଭାବେ ସଚେତନତା ଜାରି ରଖିବା ଆବଶ୍ୟକ । ଆମକୁ ଗ୍ରାମ, ସାହି, ବସ୍ତି ସ୍ତରରେ ଆମର ଯୁବ ସାଥୀମାନଙ୍କର ଯୁବ ମଣ୍ଡଳ, ମହିଳା ମଣ୍ଡଳ, ଅନ୍ୟ ଗୋଷ୍ଠୀକୁ ରିଲିଫ ଏବଂ ଉଦ୍ଧାର ସଂପର୍କରେ ତାଲିମ ଦେବାକୁ ହିଁ ପଡିବ । ଅପଦା ମିତ୍ର, ଏନସିସି- ଏନଏସଏସ, ପୂର୍ବତନ ସୈନିକଙ୍କ ଶକ୍ତି ତାକୁ ମଧ୍ୟ ଯଦି ଆମେ, ସୋମନଙ୍କର ଡାଟା ବ୍ୟାଙ୍କ ପ୍ରସ୍ତୁତ କରି ସେମାନଙ୍କର ଶକ୍ତିକୁ କିଭଳି ଉପଯୋଗ କରି ପାରିବା, ଏହାର ଯୋଗାଯୋଗର ବ୍ୟବସ୍ଥା କରିବାକୁ ପଡିବ । ସାମୁଦାୟିକ କେନ୍ଦ୍ରରେ ତ୍ୱରିତ ପ୍ରତିକ୍ରିୟା ପାଇଁ ଜରୁରୀ ଉପକରଣ ଗୁଡିକର ବ୍ୟବସ୍ଥା, ସେଗୁଡିକୁ ଚଳାଇବା ପାଇଁ ତାଲିମର ମଧ୍ୟ ବହୁତ ଆବଶ୍ୟକତା ରହିଛି । ଆଉ ମୋର ଅନୁଭବ ରହିଛି ଯେ କେବେ- କେବେ ଡାଟା ବ୍ୟାଙ୍କ ମଧ୍ୟ କେତେ ଭଲ କାମ କରିଥାଏ । ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ ଆମର ସେଠାରେ ଖେଡା ଜିଲ୍ଲାରେ ଏକ ନଦୀ ଅଛି । ସେଥିରେ କେବେ 5-7 ବର୍ଷରେ ଥରେ ଅଧେ ବନ୍ୟା ଆସିଥାଏ । ଥରେ ଏପରି ହେଲା ଯେ ବର୍ଷରେ 5 ଥର ବନ୍ୟା ଆସିଲା କିନ୍ତୁ ସେହି ସମୟରେ ବିପର୍ଯ୍ୟୟକୁ ନେଇ ବହୁତ କିଛି କାର୍ଯ୍ୟକଳାପ ବିକଶିତ ହୋଇଥିଲା । ସେତେବେଳେ ପ୍ରତ୍ୟେକ ଗାଁରେ ମୋବାଇଲ ଫୋନ ଉପଲବ୍ଧ ଥିଲା । ସେତେବେଳେ ତ କୌଣସି ସ୍ଥାନୀୟ ଭାଷାରେ ବାର୍ତା ପଠାଇବାର ବ୍ୟବସ୍ଥା ନ ଥିଲା । କିନ୍ତୁ ଇଂରାଜୀରେ ହିଁ ଗୁଜରାଟୀରେ ଲେଖି ମେସେଜ ବା ବାର୍ତା ପଠାଉଥିଲେ । ଗାଁର ଲୋକମାନଙ୍କୁ ଦେଖନ୍ତୁ ଯେ, ଏଭଳି ସ୍ଥିତି ଅଛି, ଏତେ ଘଂଟା ପରେ ପାଣି ଆସିବାର ସମ୍ଭାବନା ଅଛି ଆଉ ମୋର ବାରମ୍ବାର ମନେ ଅଛି, 5 ଥର ବନ୍ୟା ଆସିବା ପରେ ମଧ୍ୟ କୌଣସି ମଣିଷ ତ ମଣିଷ, ଗୋଟିଏ ହେଲେ ମଧ୍ୟ ପଶୁ ମରି ନ ଥିଲେ । କୌଣସି ଜଣେ ମଣିଷ ମରି ନ ଥିଲେ, ପଶୁ ମଧ୍ୟ ମରି ନ ଥିଲେ । କାରଣ ସମୟ ଅନୁସାରେ ଯୋଗାଯୋଗ ହେଲା ଏବଂ ଏଥିପାଇଁ ଆମେ ଏହି ବ୍ୟବସ୍ଥାଗୁଡ଼ିକୁ କିପରି ଉପଯୋଗ କରୁଛେ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଯଦି ସମୟ ଥାଉ ଥାଉ ଉଦ୍ଧାର କାର୍ଯ୍ୟ ହେବ, ତେବେ ଧନ- ଜୀବନର କ୍ଷତିକୁ ଆମେ କମ କରି ପାରିବା । ଅନ୍ୟଟି ହେଉଛି, ବୈଷୟିକ ଜ୍ଞାନର ଉପଯୋଗ କରି ଆମେ ପ୍ରତ୍ୟେକ ଘର, ପ୍ରତ୍ୟେକ ଗଳିକୁ ନେଇ ପ୍ରକୃତ ସମୟ ପଞ୍ଜିକରଣ, ନୀରିକ୍ଷଣର ବ୍ୟବସ୍ଥା କରିବାକୁ ହେବ । କୌଣସି ଘର କେତେ ପୁରୁଣା ସମୟର, କେଉଁ ଗଳିରେ କିଭଳି ଡ୍ରେନେଜ ବ୍ୟବସ୍ଥାର ସ୍ଥିତି ଅଛି? ଆମର ବିଜୁଳି, ପାଣି ଭଳି ଭିତିଭୂମିର କିଭଳି ମୁକାବିଲା କରାଯାଇ ପାରିବ? ଏବେ ଯେପରି ମୁଁ କିଛି ଦିନ ପୂର୍ବରୁ ବୈଠକ କରୁଥିଲି ଆଉ ମୋର ବୈଠକର ବିଷୟବସ୍ତୁ ଥିଲା ଗ୍ରୀଷ୍ମ ପ୍ରବାହର ପ୍ରସ୍ତୁତି । ତେଣୁ ଆମେ କିଭଳି ଅତି କମରେ, ପୂର୍ବଥର ଆମେ ଦେଖିଥିଲେ ଦୁଇ ଥର ଆମର ହସ୍ପାତାଳରେ ଅଗ୍ନିକାଣ୍ଡ ଘଟିଥିଲା ଆଉ ତାହା ବହୁତ ହୃଦୟବିଦାରକ ହୋଇଥାଏ । ଅନେକ ରୋଗୀ ଅସହାୟ ହୋଇ ଯାଇ ଥାଆନ୍ତି । ଏବେ ସମ୍ପୂର୍ଣ୍ଣ ହସ୍ପାତାଳର ବ୍ୟବସ୍ଥାକୁ ପୁଣିଥରେ ସୂକ୍ଷ୍ମତାର ସହିତ ଦେଖିବା, ହୋଇପାରେ ବହୁତ ବଡ଼ ଦୁର୍ଘଟଣା ଘଟିବାରୁ ଆମକୁ ଏହା ରକ୍ଷା କରି ପାରେ । ମୋତେ ଏହା ଲାଗୁଛି ଯେ ସେଠାକାର ବ୍ୟବସ୍ଥାର ଯେତେ ଅଧିକ ସଠିକ ସୂଚନା ଆମ ପାଖରେ ରହିବ, ତେବେ ଆମେ ସକ୍ରିୟତାର ସହିତ ପଦକ୍ଷେପ ନେଇ ପାରିବା ।

ସାଥୀଗଣ,

ଆଜିକାଲି ଆମେ ଦେଖୁଛେ ଯେ, ବିଗତ ବର୍ଷମାନଙ୍କରେ ଅଧିକ ଘନତା ଥିବା ସହରାଂଚଳ ଗୁଡ଼ିକରେ ଅଗ୍ନିକାଣ୍ଡର ଘଟଣାମାନ ବହୁତ ବୃଦ୍ଧି ପାଇଛି । ଗରମ ବୃଦ୍ଧି ପାଇଥାଏ ତେବେ କୌଣସି ହସ୍ପାତାଳରେ, କୌଣସି କାରଖାନାରେ, କୌଣସି ହୋଟେଲରେ ଅବା କୌଣସି ବହୁତଳ ବିଶିଷ୍ଟ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଥାଏ । ଏହାର ମୁକାବିଲା ପାଇଁ ଆମକୁ ବହୁତ ବ୍ୟବସ୍ଥିତ ଭାବେ ସେ ମାନବ ସମ୍ବଳ ବିକାଶ ହେଉ, ସେ ବୈଷୟିକ ଜ୍ଞାନ ହେଉ, ସେ ସଂସାଧନ ହେଉ, ସେ ବ୍ୟବସ୍ଥା ହେଉ, ଆମକୁ ସମନ୍ୱିତ ଭାବେ ସଂମ୍ପୂର୍ଣ୍ଣ ପ୍ରଶାସନିକ ଅଭିବ୍ୟକ୍ତି ସହିତ କାର୍ଯ୍ୟ କରିବାକୁ ହେବ । ଯେଉଁ ଘନ ଜନବସତି ଅଂଚଳ ଅଛି, ଯେଉଁଠାକୁ ଗାଡ଼ିରେ ପହଂଚିବା କଷ୍ଟକର ହୋଇଥାଏ, ସେଠାରେ ନିଆଁ ଲିଭାଇବା ପାଇଁ ପହଂଚିବା ବଡ଼ ଆହ୍ୱାନ ହୋଇଥାଏ । ଆମକୁ ଏହାର ସମାଧାନ ଖୋଜିବାକୁ ହେବ । ଅତ୍ୟଧିକ ଉଚ୍ଚ କୋଠାଗୁଡ଼ିକରେ ଲାଗୁଥିବା ନିଆଁକୁ ଲିଭାଇବା ପାଇଁ ଆମର ଯେଉଁ ଆଗ୍ନିକ ଯୋଦ୍ଧା ସାଥୀ ଅଛନ୍ତି, ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଆମକୁ ଲଗାତାର କାର୍ଯ୍ୟ କରିବାକୁ ପଡ଼ିବ । ଆମକୁ ଏହା ମଧ୍ୟ ଦେଖିବାକୁ ହେବ ଯେ କେଉଁ ଶିଳ୍ପାଂଚଳରେ ଅଗ୍ନି ନିରାପତା ବ୍ୟବସ୍ଥା ରହିଛି ନା ନାହିଁ, ତାକୁ ଲିଭାଇବା ପାଇଁ ପର୍ଯ୍ୟାପ୍ତ ସଂସାଧନ ରହୁ ।

ସାଥୀଗଣ,

ବିପର୍ଯ୍ୟୟ ପରିଚାଳନାର ଏହି ପ୍ରୟାସ ମଧ୍ୟରେ ସ୍ଥାନୀୟ ସ୍ତରରେ ଦକ୍ଷତା ଏବଂ ଜରୁରୀ ଉପକରଣ, ଏହି ଦୁଇଟି ଆଧୁନିକ ହୋଇ ରହିବା ହେଉଛି ବହୁତ ଆବଶ୍ୟକ । ଯେପରି ଆଜିକାଲି ଏଭଳି ଅନେକ ଉପକରଣ ଆସି ଯାଇଛି, ଯାହା ଜଙ୍ଗଲ ଅବଶିଷ୍ଟାଂଶ ବା ବର୍ଜ୍ୟକୁ ବାୟୋ ଇନ୍ଧନରେ ବଦଳାଇ ଦେଉଛି । କ’ଣ ଆମେ ଆମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି, ସେହି ଭଉଣୀମାନଙ୍କୁ ଏକାଠି କରି ସେମାନଙ୍କୁ ଯଦି ଆମେ ଏଭଳି ଉପକରଣ ଦେଇ ଦେବା, ତେବେ ସେମାନେ ନିଜ ଅଂଚଳରେ ଥିବା ଜଙ୍ଗଲରେ ଯେଉଁ ବର୍ଜ୍ୟ ପଡ଼ିଛି, ତାକୁ ଏକାଠି କରି, ତାକୁ ପରିଚାଳନା କରି, ସେଥିରୁ କିଛି ଜିନିଷ ପ୍ରସ୍ତୁତ କରି ଦେଇ ଦେବେ ଫଳରେ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା କମ୍ ହୋଇଯିବ ଆଉ ସେଥିରୁ ସେମାନଙ୍କର ମଧ୍ୟ ଆୟ ବୃଦ୍ଧି ପାଇବ ଏବଂ ଜଙ୍ଗଲରେ ନିଆଁ ଲାଗିବା ଘଟଣା ମଧ୍ୟ ହ୍ରାସ ପାଇବ । ଉଦ୍ୟୋଗ ଏବଂ ହସ୍ପାତାଳ ଭଳି ସଂସ୍ଥାନ ଯେଉଁଠାରେ ନିଆଁ, ଗ୍ୟାସ ଲିକ୍ ଭଳି ବିପଦ ଅଧିକ ହୋଇଥାଏ, ସେମାନେ ସରକାରଙ୍କ ସହିତ ଭାଗିଦାରୀ କରି ବିଶେଷଜ୍ଞ ଲୋକମାନଙ୍କ ବଳ ପ୍ରସ୍ତୁତ କରି ପାରିବେ । ନିଜର ଆମ୍ବୁଲାନ୍ସ ନେଟୱର୍କକୁ ଆମକୁ ସମ୍ପ୍ରସାରଣ କରିବାକୁ ହେବ ଆଉ ଏହାକୁ ଭବିଷ୍ୟତ ପାଇଁ ମଧ୍ୟ ପ୍ରସ୍ତୁତ କରି ରଖିବାକୁ ହେବ । ଏହାକୁ ଆମ 5-G, ଏଆଇ ଏବଂ ଆଇଓଟି ଭଳି ଟେକ୍ନୋଲୋଜି ସହିତ ଅଧିକ ପ୍ରକିକ୍ରିୟାଶୀଳ ଏବଂ ପ୍ରଭାବଶାଳୀ କିଭଳି କରି ପାରିବା, ଏହା ଉପରେ ମଧ୍ୟ ବ୍ୟାପକ ଆଲୋଚନା କରି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକ । ଡ୍ରୋନ ଟେକ୍ନୋଲୋଜି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଅଧିକରୁ ଅଧିକ ଉପଯୋଗ ଆମେ କିପରି କରି ପାରିବା? କ’ଣ ଆମେ ଏଭଳି ଗ୍ୟାଜେଟସ୍ ଉପରେ ଧ୍ୟାନ କେନ୍ଦ୍ରୀତ କରି ପାରିବା, ଯାହା ଆମକୁ ବିପର୍ଯ୍ୟୟକୁ ନେଇ ସତର୍କ କରାଇ ପାରିବ? ଏଭଳି ବ୍ୟକ୍ତିଗତ ଗ୍ୟାଜେଟସ୍ ଯାହା ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ସ୍ଥିତିର ସ୍ଥାନ ବିଷୟରେ ସୂଚନା ଦେଇ ପାରିବ, ବ୍ୟକ୍ତିର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରି ପାରିବ? ଆମକୁ ଏହିଭଳି ନବାଚାର ଉପରେ ନିଶ୍ଚିତ ଦୃଷ୍ଟି ଦେବା ଉଚିତ । ବିଶ୍ୱର ଅନେକ ଦେଶରେ ଏଭଳି ଅନେକ ସାମାଜିକ ସଂସ୍ଥାମାନ ଅଛି, ଯେଉଁମାନେ ବୈଷୟିତ ଜ୍ଞାନର ସହାୟତାରେ ନୂଆ ନୂଆ ବ୍ୟବସ୍ଥାମାନ ପ୍ରସ୍ତୁତ କରୁଛନ୍ତି । ଆମକୁ ମଧ୍ୟ ସେ ସମ୍ପର୍କରେ ଅଧ୍ୟୟନ କରିବା ଉଚିତ, ସେଠାକାର ସର୍ବଶ୍ରେଷ୍ଠ ଅଭ୍ୟାସକୁ ଆପଣାଇବା ଉଚିତ ।

ସାଥୀଗଣ,

ଭାରତ ଆଜି ବିଶ୍ୱରେ ଆସିବାକୁ ଥିବା ବିପର୍ଯ୍ୟୟ ଗୁଡ଼ିକୁ ନେଇ ଦ୍ରୁତ ଗତିରେ ପ୍ରକିକ୍ରିୟାଶୀଳ ହେବାର ପ୍ରୟାସ କରୁଛି ଏବଂ ମୁକାବିଲା ଭିତଭିୂମି ପାଇଁ ପୂର୍ବରୁ ମଧ୍ୟ କରୁଥିଲା । ଭାରତର ନେତୃତ୍ୱରେ ଗଠନ ହୋଇଥିବା ସହଭାଗୀ ବିପର୍ଯ୍ୟୟ ପ୍ରତିରୋଧ ଭିତିଭୂମି(Coalition for Disaster Resilient Infrastructure ) ସହିତ ଆଜି ବିଶ୍ୱର 100 ରୁ ଅଧିକ ଦେଶ ସାମିଲ ହୋଇଛନ୍ତି । ପରମ୍ପରା ଏବଂ ଟେକ୍ନୋଲୋଜି ହେଉଛି ଆମର ଶକ୍ତି । ଏହି ଶକ୍ତି ସହିତ ଆମେ କେବଳ ଭାରତରେ ନୁହେଁ, ବରଂ ସମ୍ପୂର୍ଣ୍ଣ ବିଶ୍ୱରେ ବିପର୍ଯ୍ୟୟ ହ୍ରାସ ପାଇଁ ଉନ୍ନତ ମଡେଲ ପ୍ରସ୍ତୁତ କରି ପାରିବା । ମୋର ବିଶ୍ୱାସ ରହିଛି ଯେ ଏହି ଆଲୋଚନା, ମତାମତ ଏବଂ ସମାଧାନ ଭରପୂର ରହିବ, ଅନେକ ନୂତନ କଥାକୁ ନେଇ ଆମ ପାଇଁ ପଥ ଉନ୍ମୁକ୍ତ ହେବ । ମୋର ଦୃଢ଼ ବିଶ୍ୱାସ ଯେ ଏହି ଦୁଇ ଦିବସୀୟ ସମ୍ମିଳନୀରେ କାର୍ଯ୍ୟାନ୍ୱୟନ ବିନ୍ଦୁ ବାହାରି ପାରିବ । ମୋର ବିଶ୍ୱାସ ଯେ ଆଉ ସମୟ ମଧ୍ୟ ଠିକ ରହିଛି, ବର୍ଷା ଦିନ ପୂର୍ବରୁ ଏହି ପ୍ରକାରର ପ୍ରସ୍ତୁତି ଏବଂ ଏହା ପରେ ରାଜ୍ୟରେ, ରାଜ୍ୟଗୁଡ଼ିକ ପରେ ମହାନଗର ଏବଂ ନଗର ଗୁଡ଼ିକରେ ଏହି ବ୍ୟବସ୍ଥାକୁ ଆମେ ଆଗକୁ ବଢ଼ାଇବା । ଏକ ଧାରା ଚାଲିବ ତେବେ ହୋଇପାରେ ଯେ ବର୍ଷା ପୂର୍ବରୁ ହିଁ ବହୁତଗୁଡ଼ିଏ କଥାକୁ ନେଇ ଆମେ ଏକ ପ୍ରକାରରେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଚଳଚଂଚଳ କରି ପାରିବା, ଯେଉଁଠାରେ ଆବଶ୍ୟକତା ରହିଛି ତାହାକୁ ମଧ୍ୟ ପୂରଣ କରି ପାରିବା ଆଉ ଆମେ କମରୁ ଅତି କମ୍ କ୍ଷତି ହେଉ, ଏଥିପାଇଁ ସଜାଗ ହୋଇ ପାରିବା । ମୋ ତରଫରୁ ଆପଣମାନଙ୍କୁ ଏହି ସମ୍ମିଳନୀକୁ ବହୁତ- ବହୁତ ଶୁଭକାମନା ଜଣାଉଛି ।

ଧନ୍ୟବାଦ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.