‘‘ଏହା ହେଉଛି ୧୪୦ କୋଟି ହୃଦସ୍ପନ୍ଦନର ସାମର୍ଥ୍ୟ ଏବଂ ଭାରତର ନୂତନ ଶକ୍ତି ଓ ଆତ୍ମବିଶ୍ୱାସର ପ୍ରତୀକ’’
'ଅମୃତ କାଳ'ର ପ୍ରଥମ ଆଲୋକରେ ଏହା ହେଉଛି ସଫଳତାର 'ଅମୃତ ବର୍ଷ'
‘‘ଆମ ବୈଜ୍ଞାନିକଙ୍କ ନିଷ୍ଠା ଓ ପ୍ରତିଭା ବଳରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି, ଯେଉଁଠାରେ ବିଶ୍ୱର କୌଣସି ଦେଶ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ’’
‘‘ସେହି ସମୟ ଆଉ ଦୂର ନୁହେଁ ଯେତେବେଳେ ପିଲାମାନେ କହିବେ 'ଚନ୍ଦା ମାମା ଏକ ଟୁର୍ କେ' ଅର୍ଥାତ୍ ଚନ୍ଦ୍ର କେବଳ ଗୋଟିଏ ଯାତ୍ରା ଦୂରରେ ଅଛି’’
‘‘ଆମର ଚନ୍ଦ୍ର ଅଭିଯାନ ମାନବ-କେନ୍ଦ୍ରିତ ଆଭିମୁଖ୍ୟ ଉପରେ ଆଧାରିତ । ତେଣୁ ଏହି ସଫଳତା ସମଗ୍ର ମାନବଜାତିର’’
‘‘ଆମେ ଆମ ସୌରମଣ୍ଡଳର ସୀମା ପରୀକ୍ଷା କରିବୁ ଏବଂ ମଣିଷ ପାଇଁ ବ୍ରହ୍ମାଣ୍ଡର ଅସୀମ ସମ୍ଭାବନାକୁ ଅନୁଭବ କରିବା ପାଇଁ କାର୍ଯ୍ୟ କରିବୁ’’
‘‘ଭାରତ ସୀମାହୀନ ଉପଲବ୍ଧି ହାସଲ କରିପାରିବ ବୋଲି ବାରମ୍ବାର ପ୍ରମାଣିତ କରୁଛି’’

ମୋର ପ୍ରିୟ ପରିବାରଜନ,

ଯେତେବେଳେ ଆମ ଆଖି ସାମ୍ନାରେ ଏପରି ଇତିହାସ ସୃଷ୍ଟି ହେଉଥିବା ଦେଖୁଛେ, ସେତେବେଳେ ଜୀବନ ଧନ୍ୟ ହୋଇଯାଇଥାଏ । ଏପରି ଐତିହାସିକ ଘଟଣାଗୁଡ଼ିକ, ରାଷ୍ଟ୍ର ଜୀବନକୁ ଚିରିଞ୍ଜୀବ ଚେତନାରେ ପରିଣତ କରିଦେଇଥାଏ । ଏହି ମୁହୂର୍ତ୍ତଟି ହେଉଛି ଅବିସ୍ମରଣୀୟ । ଏହି କ୍ଷଣ ହେଉଛି ଅଦ୍ଭୁତପୂର୍ବ । ଏହି କ୍ଷଣ ହେଉଛି ଏକ ବିକଶିତ ଭାରତର ଶଙ୍ଖନାଦ । ଏହି କ୍ଷଣ ହେଉଛି ନୂତନ ଭାରତର ଜୟଘୋଷର । ଏହି କ୍ଷଣ ହେଉଛି କ‌ଷ୍ଟକର ମହାସାଗର ଅତିକ୍ରମ କରିବାର । ଏହି କ୍ଷଣ ହେଉଛି ବିଜୟର ଚନ୍ଦ୍ର ପଥରେ ଚାଲିବାର । ଏହି କ୍ଷଣ ହେଉଛି 140 କୋଟି ହୃଦସ୍ପନ୍ଦନର ସାମର୍ଥ୍ୟର ଶକ୍ତି । ଏହି କ୍ଷଣ ହେଉଛି ଭାରତରେ ନୂତନ ଶକ୍ତି, ନୂତନ ବିଶ୍ୱାସ, ନୂତନ ଚେତନାର। ଏହି କ୍ଷଣ ହେଉଛି ଭାରତର ଉଦୟମାନ ଭାଗ୍ୟର ଆହ୍ବାନ । ଅମୃତକାଳର ପ୍ରଥମ ପ୍ରଭାରେ ସଫଳତାର ଏହି ଅମୃତବର୍ଷା ହୋଇଛି । ଆମେ ପୃଥିବୀରେ ଏକ ସଂକଳ୍ପ ନେଇଥିଲୁ, ଆଉ ଚନ୍ଦ୍ରରେ ତାହା ସାକାର କଲୁ । ଆଉ ଆମର ବୈଜ୍ଞାନିକ ସାଥୀମାନେ ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ ଚନ୍ଦ୍ରରେ ପହଞ୍ଚିଛି । ଆଜି ଆମେ ମହାକାଶରେ ନୂତନ ଭାରତର ନୂତନ ଉଡାଣର ସାକ୍ଷୀ ପାଲଟିଛୁ।

ସାଥୀଗଣ,

ମୁଁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଅଛି । କିନ୍ତୁ, ପ୍ରତ୍ୟେକ ଦେଶବାସୀଙ୍କ ଭଳି ମୋର ଧ୍ୟାନ ମଧ୍ୟ ଚନ୍ଦ୍ରଯାନ ମହାଅଭିଯାନ ଉପରେ ଲାଗି ରହିଥିଲା । ନୂତନ ଇତିହାସ ସୃଷ୍ଟି ହେବା ମାତ୍ରେ ପ୍ରତ୍ୟେକ ଭାରତୀୟ ଉତ୍ସବରେ ବୁଡି ରହିଛନ୍ତି, ପ୍ରତ୍ୟେକ ଘରେ ଉତ୍ସବ ଆରମ୍ଭ ହୋଇ ଯାଇଛି । ହୃଦୟର ସହିତ ମୁଁ ମଧ୍ୟ, ମୋର ଦେଶବାସୀଙ୍କ ସହିତ, ନିଜ ପରିବାରଜନଙ୍କ ସହିତ ଉତ୍ସାହର ସହିତ ଯୋଡି ହୋଇଛି । ମୁଁ ଟିମ୍ ଚନ୍ଦ୍ରଯାନକୁ, ଇସ୍ରୋକୁ ଏବଂ ଦେଶର ସମସ୍ତ ବୈଜ୍ଞାନିକଙ୍କୁ ହୃଦୟ ସହ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏହି ମୁହୂର୍ତ୍ତ ପାଇଁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି । ଆନନ୍ଦ ଉଲ୍ଲାସ, ଉତ୍ସାହ ଏବଂ ଭାବୁକତାରେ ପରିପୂର୍ଣ୍ଣ ଏହି ଅଦ୍ଭୁତ ମୁହୂର୍ତ୍ତ ପାଇଁ ମୁଁ 140 କୋଟି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି !

ମୋର ପରିବାରଜନ,

ଆମର ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭା ଯୋଗୁଁ ଭାରତ, ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ପହଞ୍ଚିଛି, ଯେଉଁଠାରେ ଆଜି ପର୍ଯ୍ୟନ୍ତ ବିଶ୍ବର କୌଣସି ଦେଶ ପହଞ୍ଚି ପାରି ନାହାଁନ୍ତି । ଏବେ ଆଜିଠାରୁ ଚନ୍ଦ୍ର ସହ ଜଡିତ ପୌରାଣିକ କଥା ଗୁଡ଼ିକ ବଦଳିଯିବ, କାହାଣୀ ମଧ୍ୟ ବଦଳିବ ଏବଂ ନୂତନ ପିଢୀ ପାଇଁ ପ୍ରବାଦ ଗୁଡିକ ମଧ୍ୟ ବଦଳିଯିବ । ଭାରତରେ ଆମେ ସମସ୍ତେ ପୃଥିବୀକୁ ମା’ ଏବଂ ଚନ୍ଦ୍ରକୁ ମାମୁଁ ବୋଲି କହିଥାଉ । କେବେ‌‌ କୁହାଯାଇଥିଲା ଯେ ଚନ୍ଦା ମାମା ବହୁତ ଦୂରରେ…। ବର୍ତ୍ତମାନ ଗୋଟିଏ ଦିନ ମଧ୍ୟ ଏପରି ଆସିବ ଯେତେବେଳେ ପିଲାମାନେ କହିବେ - ଚନ୍ଦା ମାମା କେବଳ ଏକ 'ଭ୍ରମଣ' ପାଇଁ ଅଛି।

ବନ୍ଧୁଗଣ,

ଏହି ଆନନ୍ଦଦାୟକ କ୍ଷଣ ଅବସରରେ ମୁଁ ବିଶ୍ବର ସମସ୍ତ ଲୋକଙ୍କୁ, ପ୍ରତ୍ୟେକ ଦେଶ ତଥା ଅଞ୍ଚଳର ଲୋକଙ୍କୁ ସମ୍ବୋଧିତ କରିବାକୁ ଚାହେଁ । ଭାରତର ସଫଳ ଚନ୍ଦ୍ର ମିଶନ କେବଳ ଭାରତର ନୁହେଁ। ଏହା ହେଉଛି ଏମିତି ଏକ ବର୍ଷ ଯେଉଁଥିରେ ବିଶ୍ୱ ଭାରତର ଜି -20 ଅଧ୍ୟକ୍ଷତାର ସାକ୍ଷୀ ରହିଛି । 'ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ' ବିଷୟରେ ଆମର ଆଭିମୁଖ୍ୟ ସମଗ୍ର ବିଶ୍ୱରେ ସ୍ୱର ଉଠାଉଛି । ଏହି ମାନବ-କେନ୍ଦ୍ରିକ ଆଭିମୁଖ୍ୟ ଯାହାକୁ ଆମେ ପ୍ରତିନିଧିତ୍ୱ କରୁଛୁ ସର୍ବଭାରତୀୟ ସ୍ତରରେ ତାହାକୁ ସ୍ୱାଗତ କରାଯାଇଛି । ଆମର ଚନ୍ଦ୍ର ମିଶନ ମଧ୍ୟ ସମାନ ମାନବ-କେନ୍ଦ୍ରିକ ଆଭିମୁଖ୍ୟ ଉପରେ ଆଧାରିତ । ତେଣୁ, ଏହି ସଫଳତା ହେଉଛି ସମସ୍ତ ମାନବିକତାର, ମାନବଜାତିର। ଭବିଷ୍ୟତରେ ଏହା ଅନ୍ୟ ଦେଶମାନଙ୍କ ଦ୍ୱାରା ଚନ୍ଦ୍ର ମିଶନକୁ ସାହାଯ୍ୟ କରିବ । ମୁଁ ନିଶ୍ଚିତ ଯେ ଗ୍ଲୋବାଲ ସାଉଥରୁ ଆସିଥିବା ବିଶ୍ବର ସମସ୍ତ ଦେଶ ଏଭଳି ସଫଳତା ହାସଲ କରିବାକୁ ସକ୍ଷମ ଅଟନ୍ତି । ଆମେ ସମସ୍ତେ ଚନ୍ଦ୍ର ଏବଂ ତା’ଠାରୁ ଅଧିକ କିଛି ଆଶା କରିପାରିବା ।

ମୋର ପରିବାରଜନ,

ଚନ୍ଦ୍ରଯାନ ମହାଅଭିଯାନର ଏହି ସଫଳତା, ଭାରତର ଉଡାଣକୁ ଚନ୍ଦ୍ର କକ୍ଷପଥଠାରୁ ଆଗକୁ ନେଇଯିବ । ଆମେ ଆମର ସୌର ମଣ୍ଡଳର ସୀମାର ପରୀକ୍ଷା କରିବୁ ଏବଂ ମଣିଷ ପାଇଁ ବ୍ରହ୍ମାଣ୍ଡର ଅସୀମ ସମ୍ଭାବନାକୁ ହୃଦୟଙ୍ଗମ କରିବାକୁ ଆମକୁ ନିଶ୍ଚୟ କାର୍ଯ୍ୟ କରିବାକୁ ପଡିବ। ଆମେ ଭବିଷ୍ୟତ ପାଇଁ ଅନେକ ବଡ ଏବଂ ମହତ୍ବାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିଛୁ । ଖୁବ୍ ଶୀଘ୍ର, ଇସ୍ରୋ ସୂର୍ଯ୍ୟ ସଂପର୍କରେ ବିସ୍ତୃତ ଅଧ୍ୟୟନ ପାଇଁ 'ଆଦିତ୍ୟ L-1' ମିଶନ୍ ଆରମ୍ଭ କରିବାକୁ ଯାଉଛି। ଏହା ପରେ ଶୁକ୍ର ମଧ୍ୟ ଇସ୍ରୋର ଅନ୍ୟତମ ଲକ୍ଷ୍ୟ ମଧ୍ୟରୁ ଗୋଟିଏ। | ଗଗନଯାନ ମାଧ୍ୟମରେ ଦେଶ ମଧ୍ୟ ଏହାର ପ୍ରଥମ ମାନବ ସହିତ ମହାକାଶ ଉଡ଼ାଣ ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଭାରତ ବାରମ୍ବାର ପ୍ରମାଣିତ କରୁଛି ଯେ ଆକାଶର କୌଣସି ସୀମା ନାହିଁ।

ସାଥୀଗଣ,

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ହେଉଛି ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଆଧାର । ସେଥିପାଇଁ ଦେଶ ଆଜିର ଏହି ଦିନକୁ ସବୁଦିନ ପାଇଁ ସ୍ମରଣ କରିବ । ଏହି ଦିନ ଆମ ସମସ୍ତଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଯିବାକୁ ପ୍ରେରଣା ଦେବ । ଏହି ଦିନ ଆମକୁ ଆମର ସଂକଳ୍ପ ହାସଲ କରିବାର ମାର୍ଗ ଦେଖାଇବ । ଏହି ଦିନ ହେଉଛି ଏହି କଥାର ପ୍ରତୀକ ଯେ, ପରାଜୟରୁ ଶିକ୍ଷା ଲାଭ କରି କିପରି ବିଜୟ ହାସଲ କରି ହୁଏ । ପୁଣିଥରେ ଦେଶର ସମସ୍ତ ବୈଜ୍ଞାନିକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଭବିଷ୍ୟତ ମିଶନ ପାଇଁ ଶୁଭେଚ୍ଛା !

ବହୁତ ବହୁତ ଧନ୍ୟବାଦ। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'There could be no Netflix globally without India': Ted Sarandos on growth, cricket and AI

Media Coverage

'There could be no Netflix globally without India': Ted Sarandos on growth, cricket and AI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares Sanskrit Subhashitam recognizing Earth as the nurturing mother of all life
August 06, 2026

The Prime Minister, Shri Narendra Modi today shared Sanskrit Subhashitam emphasising that humanity may live in harmony with the Earth, as earth is the nurturing mother of all life and the moral order that sustains her should be respected.

The Prime Minister shared a Sanskrit verse-

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥

The Prime Minister posted on X:

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥