ଏହି ବିଜୟ ଉତ୍ସବ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ଶକ୍ତିର ଏକ ପ୍ରମାଣ: ପ୍ରଧାନମନ୍ତ୍ରୀ
ଏହି ବିଜୟ ଉତ୍ସବର ଭାବନା ସହ ମୁଁ ଗୃହରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବାକୁ ଛିଡ଼ାହୋଇଛି: ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂର ଏକ ଆତ୍ମନିର୍ଭରଶୀଳ ଭାରତର ଶକ୍ତିକୁ ଉଜାଗର କରିଥିଲା : ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂର ସମୟରେ, ନୌସେନା, ସ୍ଥଳସେନା ଏବଂ ବାୟୁସେନାର ସମନ୍ୱୟ ପାକିସ୍ତାନର ମୂଳକୁ ଦୋହଲାଇ ଦେଇଥିଲା: ପ୍ରଧାନମନ୍ତ୍ରୀ
ଭାରତ ସ୍ପଷ୍ଟ କରିଛି ଯେ ଏହା ନିଜ ସର୍ତ୍ତରେ ଆତଙ୍କବାଦର ଜବାବ ଦେବ, ପରମାଣୁ ବ୍ଲାକମେଲ୍ ସହ୍ୟ କରିବ ନାହିଁ ଏବଂ ଆତଙ୍କବାଦର ପ୍ରାୟୋଜକ ଏବଂ ମାଷ୍ଟରମାଇଣ୍ଡ୍ ଉଭୟଙ୍କୁ ସମାନ ଭାବରେ ବ୍ୟବହାର କରିବ: ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂର ଜାରି ରହିଛି, ପାକିସ୍ତାନର ଯେକୌଣସି ଦୁଃସାହସର କଡ଼ା ଜବାବ ଦିଆଯିବ: ପ୍ରଧାନମନ୍ତ୍ରୀ
ସୀମାରେ ଏକ ଶକ୍ତିଶାଳୀ ସେନା ଏକ ଗତିଶୀଳ ଏବଂ ସୁରକ୍ଷିତ ଗଣତନ୍ତ୍ର ସୁନିଶ୍ଚିତ କରେ: ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂର ଗତ ଦଶନ୍ଧିରେ ବୃଦ୍ଧି ପାଇଥିବା ଭାରତର ସଶସ୍ତ୍ର ବାହିନୀର ଶକ୍ତିର ଏକ ସ୍ପଷ୍ଟ ପ୍ରମାଣ: ପ୍ରଧାନମନ୍ତ୍ରୀ
ଭାରତ ଯୁଦ୍ଧ ନୁହେଁ, ବୁଦ୍ଧଙ୍କ ଭୂମି; ଆମେ ସମୃଦ୍ଧି ଏବଂ ସଦ୍ଭାବ ପାଇଁ ଚେଷ୍ଟା କରୁ, ଏହା ମଧ୍ୟ ଜାଣୁ ଯେ ସ୍ଥାୟୀ ଶାନ୍ତି ଶକ୍ତିରୁ ଆସେ: ପ୍ରଧାନମନ୍ତ୍ରୀ
ଭାରତ ସ୍ପଷ୍ଟ କରିଦେଇଛି ଯେ ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଯେତେ ବେଳେ ମୁଁ ମିଡିଆ ବନ୍ଧୁମାନଙ୍କ ସହ କଥା ହେଉଥିଲି ସେତେବେଳେ ସାଂସଦମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ କଥା କହିଥିଲି । ତାହା ହେଲା ଏହା ହେଉଛି ଏମିତି ଏକ ସ୍ୱତନ୍ତ୍ର ଅଧିବେଶନ ଯେଉଁଠି ଭାରତର ବିଜୟୋତ୍ସବ ପାଳିତ ହେଉଛି । ଯେଉଁଠି ଭାରତର ଗୌରବ ଗାନ ହେଉଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଯେବେ ମୁଁ ବିଜୟୋତ୍ସବର କଥା କହୁଛି ସେବେ ଆତଙ୍କୀମାନଙ୍କ ଆଡ୍ଡାକୁ ସମୂଳେ ଧ୍ୱଂସ କରିବାର ବିଜୟୋତ୍ସବ କଥା କହୁଛି । ଯେବେ ବିଜୟୋତ୍ସବର କଥା କହୁଛି ସେବେ ଏହି ବିଜୟୋତ୍ସବ ସିନ୍ଦୂରର କଥା କହେ । ଯେବେ ବିଜୟୋତ୍ସବର କଥା କହୁଛି ସେବେ ଭାରତୀୟ ସେନାର ଶୌର୍ଯ୍ୟ ଓ ସାମର୍ଥ୍ୟର ବିଜୟ କଥା କହୁଛି । ଯେବେ ମୁଁ ବିଜୟୋତ୍ସବର କଥା କହୁଛି ସେବେ ୧୪୦ କୋଟି ଭାରତୀୟଙ୍କ ଏକତା, ଇଚ୍ଛା ଶକ୍ତି ଏବଂ ଏହା ପ୍ରତି ଜିତିବାର ଇଚ୍ଛା କଥା କହୁଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ମୁଁ ଏହି ବିଜୟର ଭାବ ସହ ଏହି ସଭାକକ୍ଷରେ ଭାରତର ପକ୍ଷ ରଖିବାକୁ ଚାହୁଁଛି । ଯେଉଁମାନଙ୍କୁ ଭାରତର ପକ୍ଷ ଦେଖାଯାଉନି ସେମାନଙ୍କୁ ବି ଆଇନା ଦେଖେଇବାକୁ ଛିଡା ହୋଇଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ମୁଁ ୧୪୦ କୋଟି ଦେଶବାସୀଙ୍କ ଭାବନା ସହ ସ୍ୱର ମିଶାଇବାକୁ ଚାହୁଁଛି । ୧୪୦ କୋଟି ଦେଶବାସୀଙ୍କ ଭାବନାର ଯେଉଁ ଗୁଞ୍ଜରଣ ଯାହା ଏହି ସଦନରେ ଶୁଣାଯାଉଛି ସେଥି ସହ ସ୍ୱର ମିଶାଇବାକୁ ମୁଁ ଛିଡା ହୋଇଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଅପରେସନ ସିନ୍ଦୂର ଅଭିଯାନ ବେଳେ ଦେଶବାସୀ ଯେଭଳି ମୋତେ ସହଯୋଗ କଲେ, ମୋତେ ଆଶୀର୍ବାଦ ଦେଲେ, ସେଥିପାଇଁ ସେମାନଙ୍କ ପାଖରେ ମୁଁ ଋଣୀ । ମୁଁ ଦେଶବାସୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଓ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

୨୨ ଏପ୍ରିଲରେ ପହଲଗାମରେ ଯେଉଁ ପ୍ରକାର କ୍ରୂର ଘଟଣା ଘଟିଲା, ଯେଉଁ ଭଳି ଭାବରେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ପଚାରି ନିର୍ମମ ହତ୍ୟା କଲେ ଏହା ହେଉଛି କ୍ରୂରତାର ପରିଚାୟକ । ହିଂସାର ନିଆଁରେ ଭାରତ ଜଳିବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ଥିଲା । ଭାରତରେ ଦଙ୍ଗା ସୃଷ୍ଟି କରିବା ଲାଗି ଏହା ଇଏ ଏକ ଷଡଯନ୍ତ୍ର ଥିଲା । ମୁଁ ଆଜି ଦେଶବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଏକତାର ସହ ସେପ୍ରକାରର ଷଡଯନ୍ତ୍ରକୁ ଭଣ୍ଡୁର କରିଦେଲେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

୨୨ ଏପ୍ରିଲ ପରେ ପରେ ସାର୍ବଜନିକ ରୂପରେ ଓ ସାରା ବିଶ୍ୱ ଜାଣିବା ଲାଗି ମୁଁ ଇଂରାଜୀରେ କହିଥିଲି ଯେ, ଆମେ ଆମ ସଂକଳ୍ପରେ ଅଟଳ ରହିଛୁ । ଆମେ ଏହି ଆତଙ୍କବାଦୀମାନଙ୍କୁ ମାଟିରେ ମିଶାଇବା ସହ ସେମାନଙ୍କର ମୁଖ୍ୟଙ୍କୁ ବି କଳ୍ପନାତୀତ ଦଣ୍ଡ ଦେବୁ ବୋଲି ସାର୍ବଜନିକ ରୂପରେ ମୁଁ କହିଥିଲି । ୨୨ ଏପ୍ରିଲରେ ମୁଁ ବିଦେଶରେ ଥିଲି । ତୁରନ୍ତ ବିଦେଶରୁ ଫେରି ସୁରତ ଆସି ଏକ ବୈଠକ ଡକାଇଲି । ସେଠି ସ୍ପଷ୍ଟ ଭାବରେ କହିଥିଲି ଯେ ଆତଙ୍କ ଓ ଆତଙ୍କବାଦୀଙ୍କୁ ପାନେ ଚଖାଇବା ଆମର ରାଷ୍ଟ୍ରିୟ ସଂକଳ୍ପ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆମ ସୈନ୍ୟ ବଳର କ୍ଷମତା, ସାମର୍ଥ୍ୟ ଓ ସାହାସ ଉପରେ ଆମର ଅଗାଧ ବିଶ୍ୱାସ, ଭରସା ରହିଛି । କାର୍ଯ୍ୟାନୁଷ୍ଠାନ ଲାଗି ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଗଲା । ଆତଙ୍କୀମାନଙ୍କ ବିରୁଦ୍ଧରେ କେବେ, କେଉଁଠି, କେଉଁ ପ୍ରକାରରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ସେନେଇ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଥିଲା । ସେନେଇ ବି କିଛି ଖବର ମିଡିଆରେ ପ୍ରକାଶିତ ହୋଇଥିଲା । ଆମେ ଗର୍ବ କରୁଛୁ ଯେ, ଆତଙ୍କୀମାନଙ୍କୁ ଦଣ୍ଡ ଦିଆଗଲା ଓ ଏବେ ବି ଆତଙ୍କୀ ମୁଖ୍ୟମାନଙ୍କ ନିଦ ହଜିଯାଇଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆମ ସେନାର ସଫଳତା ସମ୍ପର୍କରେ ଏହି ସଂସଦ ମାଧ୍ୟମରେ ମୁଁ ଦେଶବାସୀଙ୍କ ଆଗରେ ରଖିବାକୁ ଚାହୁଁଛି । ପ୍ରଥମତଃ ପହଲଗାମ ଘଟଣା ପରେ ଭାରତ ଯେ କୌଣସି ସମୟରେ ବଡ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ପାକିସ୍ତାନ ଜାଣିଥିଲା । ପାକିସ୍ତାନ ପକ୍ଷରୁ ଆଣବିକ ଅସ୍ତ୍ର ପ୍ରୟୋଗ କଥା ବି ଉଠିଥିଲା । ମେ ୬ ତାରିଖ ରାତି ଓ ୭ ତାରିଖ ସକାଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଭାରତ କାର୍ଯ୍ୟାନୁଷ୍ଠାନ ନେଲା । କିନ୍ତୁ ପାକିସ୍ତାନ ଆମର କିଛି କରିପାରିଲାନି । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ୨୨ ତାରିଖରେ ୨୨ ମିନିଟରେ ଆମ ସେନା ପ୍ରତିଶୋଧ ନେଲା । ଆଦରଣୀୟ ଅଧ୍ୟକ୍ଷ, ଦ୍ୱିତୀୟତଃ ପାକିସ୍ତାନ ସହ ଆମର ଲଢେଇ ଆଗରୁ ହୋଇଛି । ହେଲେ ଭାରତର ରଣନୀତି ଏପରି ହେଲା ଯେ, ଯେଉଁ ଜାଗାକୁ ସେନା ଯାଇ ନଥିଲା ସେଠାକୁ ଯାଇ ପ୍ରତିଶୋଧ ନେଲା । ପାକିସ୍ତାନର କୋଣ ଓ ଅନୁକୋଣରେ ରହିଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆତଙ୍କୀ ଆଡ୍ଡାକୁ ଆମ ସେନା ସମୂଳେ ନାଶ କଲା । ତୃତୀୟତଃ ପାକିସ୍ତାନର ଆଣବିକ ଧମକକୁ ବି ଭାରତ ପକ୍ଷରୁ ଜବାବ ଦିଆଗଲା । ଭାରତ ପକ୍ଷରୁ ସିଧା ସିଧା କୁହାଗଲା ଯେ, ଆଣବିକ ଶକ୍ତିର ବ୍ଲାକମେଲିଂକୁ ଆଉ ବରଦାସ୍ତ କରାଯିବ ନାହିଁ । ଏହାଛଡା ପାକିସ୍ତାନର ଆଣବିକ ଧମକ ଆଗରେ ଭାରତ ମୁଣ୍ଡ ନୁଆଁବନି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଚତୁର୍ଥତଃ ଭାରତ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର କ୍ଷମତା ପ୍ରଦର୍ଶିତ କରାଗଲା । ପାକିସ୍ତାନ ଛାତିରେ ସଠିକ ପ୍ରହାର କରାଗଲା । ପାକିସ୍ତାନ ଏୟାର ବେସର ପ୍ରଭୂତ ପରିମାଣରେ କ୍ଷତି ହେଲା । ଏପରି ହେଲା ଯେ, ଆଜି ଯାଏ ପାକିସ୍ତାନ ସେଥି ଭିତରୁ କିଛି ଏୟାରବେସ ଏବେ ବି ଆଇସିୟୁରେ ରହିଛନ୍ତି । ପଂଚମତଃ ଭାରତବର୍ଷର କ୍ଷମତାକୁ ସାରା ବିଶ୍ୱ ଦେଖିଲା । ଅପରେସନରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ବ୍ୟବହାର କରାଗଲା । ମେଡ ଇନ ଇଣ୍ଡିଆ ଡ୍ରୋନ, ମେଡ ଇନ ଇଣ୍ଡିଆ ମିସାଇଲ ପାକିସ୍ତାନର ହତିଆରର ନାକାମ କରିଦେଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆଉ ଏକ ମହତ୍ୱପୂର୍ଣ୍ଣ କଥା ହେଲା ଯେ, ଯେବେ ମୁଁ ସିଡିଏସଙ୍କ ନାମ ଘୋଷଣା କଲି ସେବେ ରାଜୀବ ଗାନ୍ଧୀଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବ୍ୟକ୍ତି ଅତି ପ୍ରସନ୍ନତାର ସହ ମୋତେ ଦେଖା କରିଥିଲେ । ସ୍ଥଳ ସେନା, ବାୟୁ ସେନା ଓ ନୌସେନାର ମିଳିତ ସମରରେ ପାକିସ୍ତାନର ନିଦ ହଜିଯାଇଥିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଦେଶରେ ଆଗରୁ ଆତଙ୍କୀ ଘଟଣାମାନ ଘଟୁଥିଲା । ପୂର୍ବରୁ ଆତଙ୍କୀମାନଙ୍କ ମୁଖ୍ୟ ନିଶ୍ଚିନ୍ତ ହୋଇ ଆଗାମୀ ଦିନ ପାଇଁ ଅଭିସନ୍ଧି ରଚୁଥିଲେ । ସେମାନଙ୍କୁ ଜଣାଥିଲା କିଛି ହେବ ନାହିଁ । କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି । ଏବେ ହମଲା ପରେ ଆତଙ୍କବାଦୀମାନଙ୍କୁ ନିଦ ଆସୁନି । ସେମାନଙ୍କୁ ଜଣା ଅଛି ଯେ ଭାରତ ଆସିବ ଓ ମାରି କରି ଯିବ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ସାରା ବିଶ୍ୱ ଦେଖି ସାରିଛି ଯେ ଭାରତର କିପରି ବିଶାଳ ପତିଆରା ରହିଛି । ସିନ୍ଦୂରରୁ ସିନ୍ଧୁ ପର୍ଯ୍ୟନ୍ତ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ କଲୁ । ଅପରେସନ ସିନ୍ଦୂର ସୁନିଶ୍ଚିତ କଲା ଯେ ଭାରତରେ କୌଣସି ଆତଙ୍କୀ ହମଲା ହେଲେ ସେଗୁଡିକର ମୁଖ୍ୟ ଷଡଯନ୍ତ୍ରକାରୀ ଓ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଅପରେସନ ସିନ୍ଦୂରରୁ ଏହା ସ୍ପଷ୍ଟ ପ୍ରମାଣିତ ଯେ, ଭାରତ ତିନିଟି ସୂତ୍ର ବାହାର କରିଛି । ଯଦି ଭାରତ ଉପରେ ଆତଙ୍କୀ ହମଲା ହେଲା ତେବେ ଆମ ଉପାୟରେ ନିଜସ୍ୱ ସର୍ତ ଅନୁସାରେ ନିଜ ସମୟ ଭିତରେ ଜବାବ ଦେବୁ । ଦ୍ୱିତୀୟରେ ଏଣିକ ଆଣବିକ ଶକ୍ତି ପ୍ରୟୋଗର ଧମକ ଆଉ ଚଳିବ ନାହିଁ । ତୃତୀୟରେ ଆମେ ଆତଙ୍କୀ, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ସରକାର ଓ ଆତଙ୍କୀ ମୁଖ୍ୟମାନଙ୍କୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁନାହୁଁ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଏଠାରେ ବିଦେଶୀ ନୀତି ନେଇ ଅନେକ ଚର୍ଚ୍ଚା ହେଲା । ଭାରତକୁ ବିଶ୍ୱର ସମର୍ଥନ ନେଇ ଅନେକ କିଛି କୁହାଗଲା । ସଂସଦରେ ଆଜି ମୁଁ ସ୍ପଷ୍ଟ ଭାବରେ କିଛି କଥା କହିବାକୁ ଚାହୁଁଛି । ସଂଯୁକ୍ତ ରାଷ୍ଟ୍ରର ୧୯୩ଟି ଦେଶ ଭିତରୁ ମାତ୍ର ତିନିଟି ଦେଶ ପାକିସ୍ତାନ ସମର୍ଥନରେ ବାହାରିଲେ । କ୍ୱାଡ, ବ୍ରିକ୍ସ, ଫ୍ରାନ୍ସ, ଋଷ, ଜର୍ମାନୀ ପରି କୌଣସି ଦେଶ କଥା ଚିନ୍ତା କରନ୍ତୁ ସମସ୍ତେ ଭାରତ ସପକ୍ଷରେ ବାହାରିଲେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ସାରା ବିଶ୍ୱର ସମର୍ଥନ ମିଳିଲା । ବିଭିନ୍ନ ଦେଶର ସମର୍ଥନ ମିଳିଲା । ଦୁର୍ଭାଗ୍ୟର କଥା ଯେ, ଦେଶର ବୀର ସେନାକୁ କଂଗ୍ରେସର ସମର୍ଥନ ମିଳିଲା ନାହିଁ । ୨୨ ଏପ୍ରିଲରେ ଆତଙ୍କୀ ହମଲା ପରେ କିଛି କିଛି ମନ୍ତବ୍ୟ ଆସିବାରେ ଲାଗିଲା । ନେତା କହିଲେ ୫୬ ଇଂଚ ଛାତି କୁଆଡେ ଗଲା । ମୋଦୀ କୁଆଡେ ଗଲେ । ମୋଦୀ ଫେଲ ହୋଇଗଲା । କେଉଁ ମଜା ନେଉଥିଲେ । ସେମାନଙ୍କୁ ଲାଗୁଥିଲା ଯେ ସେମାନେ ବାଜି ମାରି ନେଇଛନ୍ତି । ପହଲଗାମରେ ନିର୍ଦ୍ଦୋଷ ଲୋକଙ୍କ ହତ୍ୟା ଘଟଣାକୁ ନେଇ ସେମାନେ ରାଜନୀତି କରିବା ଆରମ୍ଭ କରିଥିଲେ । ନିଜ ସ୍ୱାର୍ଥ ଜନିତ ରାଜନୀତି ପାଇଁ ସେମାନେ ମୋ ଉପରେ ନିଶାନା ସାଧୁଥିଲେ । ସେମାନଙ୍କର ପ୍ରତିକୂଳ ମନ୍ତବ୍ୟ ଆମ ସେନାର ମନୋବଳ କମେଇଥିଲା । ଭାରତର ସାମର୍ଥ୍ୟ କିମ୍ବା ସେନାର ସାମର୍ଥ୍ୟ ଉପରେ କଂଗ୍ରେସର କିଛି ନେତାଙ୍କ ଭରସା ନଥିବାରୁ ସେମାନେ ବାରମ୍ବାର ଅପରେସନ ସିନ୍ଦୂରକୁ ନେଇ ପ୍ରଶ୍ନ ଉଠାଉଥିଲେ । ଏପରି କରି ଆପଣ ମିଡିଆର ଶିରୋନାମାରେ ସ୍ଥାନିତ ହୋଇପାରନ୍ତି କିନ୍ତୁ କୋଟି କୋଟି ଜନତାଙ୍କ ହୃଦୟରେ ରହିପାରିବେନି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଅପରେସନ ସିନ୍ଦୂରରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ରୋକିବାକୁ ୧୦ ମେରେ ଭାରତ ଘୋଷଣା କରିଥିଲା । ଏହାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା କରାଗଲା । କିଛି ଲୋକ ସେନା ତଥ୍ୟ ଉପରେ ଆଲୋଚନା ନକରି ପାକିସ୍ତାନର ମିଥ୍ୟା ପ୍ରଚାରକୁ ଆଗକୁ ବଢାଇଲେ । ସେତେବେଳେ ଭାରତ କଡା ଓ ସ୍ପଷ୍ଟ ଆଭିମୁଖ୍ୟ ଆପଣେଇଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

କିଛି ପ୍ରସଙ୍ଗକୁ ମୁଁ ସ୍ମରଣ କରିବାକୁ ଚାହେଁ । ଯେବେ ସର୍ଜିକାଲ ଷ୍ଟ୍ରାଇକ ହେଲା ସେବେ ଆମେ ଲକ୍ଷ୍ୟ ସ୍ଥିର କରିଥିଲୁ । ଆମ ସେନାକୁ ପ୍ରସ୍ତୁତ କରି ସେମାନଙ୍କ ମାଟିରେ ରହିଥିବା ଲଂଚିଂ ପ୍ୟାଡକୁ ନଷ୍ଟ କରିଥିଲୁ । ସେହି ଅପରେସନ ବେଳେ ଗୋଟିଏ ରାତିରେ ସବୁ କାମ ସାରି ଆମ ଲୋକେ ସୂର୍ଯ୍ୟୋଦୟ ପୂର୍ବରୁ ଫେରି ପାରିଥିଲୁ । ବାଲାକୋଟ ଷ୍ଟ୍ରାଇକ ବେଳେ ଆତଙ୍କୀମାନଙ୍କ ତାଲିମ କେନ୍ଦ୍ରକୁ ବି ଲକ୍ଷ୍ୟ କରି କାମ କରାଯାଇଥିଲା । ସେହିପରି ଅପରେସନ ସିନ୍ଦୂର ବେଳେ ଆତଙ୍କର ମୂଳ କେନ୍ଦ୍ର ତଥା ଯେଉଁଠି ପହଲଗାମ ଆତଙ୍କର ପୂରା ନକ୍ସା ତିଆରି କରାଯାଇଥିଲା, ତାଲିମ ଦିଆଯାଇଥିଲା ସେହି ସ୍ଥାନକୁ ସମୂଳେ ନଷ୍ଟ କରିବାର ଲକ୍ଷ୍ୟ ରଖାଯାଇ ପଦକ୍ଷେପ ନିଆଯାଇଥିଲା । ପହଲଗାମ ଆତଙ୍କୀମାନଙ୍କ ତାଲିମ କେନ୍ଦ୍ର ଯେଉଁଠି ସେମାନଙ୍କୁ ଏପରି କାଣ୍ଡ ଘଟାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ତାକୁ ଆମେ ଠାବ କରିଥିଲୁ ଓ ସମୂଳେ ନଷ୍ଟ କରିଥିଲୁ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଦେଶର ମନେ ଅଛି ଯେ, ୬ ମେ ରାତି ଓ ୭ ମେ ସକାଳେ ଏହି ଅପରେସନ ହୋଇଥିଲା । ୭ ମେ ସକାଳୁ ଏକ ପ୍ରେସ କନଫରେନ୍ସରେ ଜଣାଇ ଦିଆଯାଇଥିଲା ଯେ, ଆମର ଲକ୍ଷ୍ୟ ହେଉଛନ୍ତି ଆତଙ୍କୀ ଓ ସେମାନଙ୍କର ମୁଖ୍ୟ । ଆତଙ୍କୀ ଆଡ୍ଡାକୁ ନଷ୍ଟ କରିବା ପାଇଁ ଆମେ ସେଦିନ ପ୍ରେସ କନଫରେନ୍ସରେ ଜଣାଇ ଦେଇଥିଲୁ ଓ ସେହି ଅନୁସାରେ କାର୍ଯ୍ୟ କରିଲୁ । ଯାହା ଆମେ ନିଶ୍ଚିତ କରିଥିଲୁ ତାହା କରି ଦେଖାଇଲୁ । ୬-୭ ମେରେ ଅପରେସନ ସନ୍ତୋଷଜନକ ହୋଇଥିବା ବେଳେ କାଲି ଯାହା ରାଜନାଥ ସିଂ କହିଥିଲେ ଯେ ମାତ୍ର କିଛି ମିନିଟ ଭିତରେ ଆମେ ଆମର ଲକ୍ଷ୍ୟ ସାଧନ କରିପାରିଥିଲୁ । ପାକିସ୍ତାନ ସେନାକୁ ବତାଇ ଦେଲୁ ଯେ ମାତ୍ର କିଛି କ୍ଷଣ ଭିତରେ ଆମେ କଣ କରିପାରୁ । ଫଳରେ ସେମାନଙ୍କୁ ଓ ଆମକୁ ବି ସେମାନଙ୍କ ଉଭୟ ମୁଣ୍ଡ ଓ ହୃଦୟରେ କଣ ଚାଲିଛି ଜଣା ପଡିବ । ଆମର ବିଶ୍ୱାସ ଅନୁସାରେ ଆମେ ଆମର ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କ ସପକ୍ଷରେ ଛିଡା ହେଲା । ଆମର ଲକ୍ଷ୍ୟ ଆତଙ୍କବାଦ, ଆତଙ୍କୀ, ଆତଙ୍କୀ ଆଡ୍ଡା ବୋଲି ଆମେ ସାରା ବିଶ୍ୱକୁ ଜଣାଇ ସାରିଥିଲୁ । ସେତେବେଳେ ପାକିସ୍ତାନ ଆତଙ୍କୀଙ୍କୁ ସହଯୋଗ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା । ଆମ ସେନା ପକ୍ଷରୁ ଏହାର କଡା ମୁକାବିଲା କରି ୯ ମେ ମଧ୍ୟରାତ୍ର ଓ ୧୦ ମେ ସକାଳୁ ସକାଳୁ ମିସାଇଲ ମାଡ କଲା । ଯାହାକୁ ପାକିସ୍ତାନ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବି ନଥିବ । ସେଦିନ ପାକିସ୍ତାନ ଲୋକଙ୍କ ବୟାନ ବି ଟିଭିରୁ ଶୁଣିବାକୁ ମିଳିଥିଲା । ପାକିସ୍ତାନର କିଏ ସୁଇମିଂ ପୁଲରେ ଗାଧୋଉଥିଲେ । କିଏ ଅଫିସକୁ ଯିବା ଯିବା ହେଉଥିଲା । ଆମେ କିଛି ଭାବିବା ପୂର୍ବରୁ ଭାରତ ଆକ୍ରମଣ କରିଦେଲା ବୋଲି ଲୋକେ କୁହାକୁହି ହେଲେ । ଅସମ୍ଭାଳ ହୋଇଯିବାରୁ ପାକିସ୍ତାନ ପକ୍ଷରୁ ଡିଜିଏମଙ୍କୁ ଫୋନ କଲ ଆସିଲା । ବାସ ବହୁତ ହୋଇଗଲା, ଆଉ ସହି ହେବନି ବୋଲି ପାକିସ୍ତାନ କହିଲା ଓ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କଲା । ପ୍ରଥମରୁ ହିଁ ଭାରତ କହିଦେଇଥିଲା ଯେ ୭ ମେ ସକାଳର ପେପରରୁ ଆପଣ ସମ୍ବାଦ ପଢିବେ ଯେ ଭାରତ ନିଜ ଲକ୍ଷ୍ୟ ହାସଲ କରିସାରିଛି । ଯଦି ପାକିସ୍ତାନ କିଛି ବଦମାସୀ କରେ ତେବେ ତାର ପରିଣାମ ତାକୁ ହିଁ ଭୋଗିବାକୁ ପଡିବ । ମୁଁ ଆଜି ଦ୍ୱିତୀୟ ଥର କହିବାକୁ ଚାହେଁ ଯେ ଭାରତର ଲକ୍ଷ୍ୟ ସ୍ପଷ୍ଟ, ସମ୍ମିଳିତ, ସେନା ସମ୍ମତ ନୀତି ଥିଲା । ଆମେ କହିକି ଆକ୍ରମଣ କରିଛୁ । ସେଥିପାଇଁ ମୁଁ ଯୁଦ୍ଧକୁ ରୋକି ଦେଲି ।

ଅଧ୍ୟକ୍ଷ,

ଇିଶ୍ୱର କୌଣସି ନେତା ଏହି ଆକ୍ରମଣ ରୋକିବାକୁ କହି ନାହାନ୍ତି । ସେହି ସମୟରେ ୯ ରାତିରେ ଆମେରିକାର ଉପ ରାଷ୍ଟ୍ରପତି ଫୋନ ଯୋଗେ ମୋ ସହ କଥା ହେବାକୁ ଚାହୁଁଥିଲେ । ସେ ଘଂଟାଏ କାଳ ଏନେଇ ପ୍ରୟାସ କରିଥିଲେ । କିନ୍ତୁ ସେହି ସମୟରେ ମୁଁ ସେନା ସହ ବୈଠକରେ ବ୍ୟସ୍ତ ଥିଲି । ତେଣୁ ତାଙ୍କର ଫୋନକୁ ମୁଁ ଗ୍ରହଣ କରିପାରି ନଥିଲି । ପରେ ମୋ ତରଫରୁ କଲ ବ୍ୟାକ କରି କହିଲି ଯେ ତାଙ୍କ ପାଖକୁ ତିନି-ଚାରିଟି କଲ ଆସିଛି ଓ ସେ କଣ କହିବାକୁ ଚାହୁଁଛନ୍ତି । ସେ କହିଥିଲେ ଯେ ପାକିସ୍ତାନ ବହୁତ ବଡ ହମଲା କରିବାକୁ ଯାଉଛି । ମୁଁ କହିଲି ଯଦି ଏହା ପାକିସ୍ତାନର ଅଭିସନ୍ଧି ତେବେ ଏଥିପାଇଁ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ । ଆମେ ଗୁଳିର ଜବାବ ଗୁଳିରେ ହିଁ ଦେବୁ ବୋଲି ମୁଁ ତାଙ୍କୁ ସ୍ପଷ୍ଟ କରିଥିଲି । ଏହା ୯ ତାରିଖ ରାତିର କଥା । ତାପରେ ସେହି ରାତି ଓ ୧୦ ତାରିଖ ସକାଳୁ ଆମେ ପାକିସ୍ତାନ ସେନାକୁ ଧୂଳି ଚଟେଇଥିଲୁ । ଆଉ ଏବେ ପାକିସ୍ତାନ ଭଲ ଭାବରେ ଜାଣିଗଲାଣି ଯେ ପୂର୍ବାପେକ୍ଷା ଭାରତର ଜବାବ ସଶକ୍ତ ହେବାରେ ଲାଗିଛି । ଯଦି ପୁଣିଥରେ ଏପରି ଘଟଣାର ପୁନରାବୃତି ଘଟେ ତେବେ ଏହାର ଉଚିତ ଜବାବ ଦିଆଯିବ । ତେବେ ଲୋକତନ୍ତ୍ରର ଏହି ମନ୍ଦିରରେ ଆଉଥରେ କହୁଛି ଯେ ଏବେ ବି ଅପରେସନ ସିନ୍ଦୂର ସରିନି । ଦୁଃସାହସ କରିବାର ସ୍ୱପ୍ନ ଦେଖିଲେ ପାକିସ୍ତାନକୁ କଡା ଜବାବ ଦିଆଯିବ ।

ଆଦରଣୀୟ ଅଧ୍ୟକ୍ଷ,

ଆଜିର ଭାରତ ଆତ୍ମ ବିଶ୍ୱାସରେ ଭରପୂର । ଆତ୍ମ ନିର୍ଭରତାର ମନ୍ତ୍ର ନେଇ ଆଜିର ଭାରତ ଦ୍ରୁତ ଗତିରେ ଆଗକୁ ଧାଉଁଛି । ଦେଶ ଆତ୍ମନିର୍ଭରତା ଆଡକୁ ଗତି କରୁଛି । ଦେଶ ଏହା ବି ଦେଖୁଛି ଯେ ଯେବେ ଭାରତ ଆତ୍ମନିର୍ଭରତା ଆଡକୁ ଗତି କରୁଛି ସେତେବେଳେ ମୁଦ୍ଦା ପାଇଁ ପାକିସ୍ତାନ ଉପରେ କଂଗ୍ରେସ ନିର୍ଭର କରିବା ଆରମ୍ଭ କରୁଛି । ଆଜି ଦିନସାରା ଦେଖୁଛି ଯେ ଦୀର୍ଘ ୧୬ ଘଂଟା ଧରି ଯେଉଁ ଚର୍ଚ୍ଚା ଚାଲିଛି ସେଥିରେ କଂଗ୍ରେସକୁ ପାକିସ୍ତାନରୁ ମୁଦ୍ଦା ଆମଦାନୀ କରିବାକୁ ପଡୁଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆଜିକାଲିର ଯୁଦ୍ଧ ସମୟରେ ସୂଚନା ଓ ନାରେଟିଭସର ଉଲ୍ଲେଖନୀୟ ଭୂମିକା ରହିଛି । ଏଆଇ ସହଯୋଗରେ ନାରେଟିଭ କରି ସେନାର ମନୋବଳକୁ କ୍ଷୁଣ୍ଣ କରିବାକୁ ଖେଳ ବି ଚାଲିଛି । ଲୋକଙ୍କ ଭିତରେ ଅବିଶ୍ୱାସ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଛି । ଦୁର୍ଭାଗ୍ୟର କଥା ଯେ ପାକିସ୍ତାନର ଏପ୍ରକାର ହୀନ ଉଦ୍ୟମର କଂଗ୍ରେସ ଓ ଏହାର ସହଯୋଗୀ ପ୍ରବକ୍ତା ସାଜିଛନ୍ତି ।

ଆଦରଣୀୟ ଅଧ୍ୟକ୍ଷ,

ଦେଶର ସେନା ସର୍ଜିକାଲ ଷ୍ଟ୍ରାଇକ କଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଦେଶର ସେନା ସଫଳତା ପୂର୍ବକ ସର୍ଜିକାଲ ଷ୍ଟ୍ରାଇକ କଲା । ସାଙ୍ଗେ ସାଙ୍ଗେ କଂଗ୍ରେସ ସେନାକୁ ଏହାର ପ୍ରମାଣ ମାଗିବା ଆରମ୍ଭ କଲା । ଯେତେବେଳେ ସାରା ଦେଶରେ ଏହାର ପ୍ରଭାବ ସେମାନେ ଦେଖିଲେ ସେତେବେଳେ ସ୍ୱର ବଦଳାଇଲେ । ଜଣେ କହିଲେ ଆମେ ବି ଅତୀତରେ କରିଛୁ । ଆଉ ଜଣେ କହିଲେ ଆମେ ତିନିଟି ସର୍ଜିକାଲ ଷ୍ଟ୍ରାଇକ କରିଛୁ । ଆଉ କେହି କହିଲେ ଛଅଟି କରିଛୁ । କେହି କହିଲେ ୧୫ଟି କରିଛୁ । ଯେତେ ବଡ ନେତା ସେତେ ବଡ ସଂଖ।। କହିବାରେ ଲାଗିଲେ ।

ଆଦରଣୀୟ ଅଧ୍ୟକ୍ଷ,

ଏହା ପରେ ବାଲାକୋଟରେ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ ହେଲା । ଏହି ଷ୍ଟ୍ରାଇକ ଏମିତି ଥିଲା ଯେ ଏନେଇ କେହି କିଛି କହିଲେନି । ନିଜେ ଆଗରୁ ଏପରି କରିଛନ୍ତି ବୋଲି ନ କହି ଫଟୋ ପ୍ରମାଣ ମାଗିବାକୁ ଆରମ୍ଭ କଲେ । କେତେ ମଲେ, କେଉଁଠି ହେଲା, କେମିତି ହେଲା ଏପରି କିଛି କହିବାକୁ ଆରମ୍ଭ କଲେ । ପାକିସ୍ତାନ ବି ଏମିତି ପଚାରିବା ଆରମ୍ଭ କଲା ଓ ଏମାନେ ବି ଏମିତି ପଚାରିବା ଆରମ୍ଭ କଲେ । ଖାଲି ଏତିକି ନୁହେଁ ଟ୍ଟ.

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଯେବେ ପାଇଲଟ ଅଭିନନ୍ଦନ ଧରା ପଡିଲେ ସେବେ ପାକିସ୍ତାନକୁ ଭାରତୀୟ ସେନାର ଜଣେ ପାଇଲଟ ଧରାପଡିଥିବା କଥା ନେଇ ଖୁବ ଖୁସିର ମାହୋଲ ରହିବା ସ୍ୱାଭାବିକ । କିଛି ଲୋକ କହିବାକୁ ଆରମ୍ଭ କଲେ ଏବେ ମୋଦୀ ଫସିବାକୁ ଆରମ୍ଭ କଲା । ଅଭିନନ୍ଦନ ଏବେ ସେଇଠି । ତାକୁ ମୁକୁଳାଇ ଦେଖନ୍ତୁ । ଦେଖାଯାଉ ମୋଦୀ ଏବେ କଣ କରୁଛି । କିନ୍ତୁ ଅଭିନନ୍ଦନ ଫେରିଲେ । ଆମେ ଅଭିନନ୍ଦନଙ୍କୁ ଫେରାଇ ଆଣିଲୁ । ସେମାନଙ୍କ ମୁହଁ ବନ୍ଦ ହୋଇଗଲା । ଏମାନଙ୍କୁ ଲାଗିଲା ଯେ ଇଏ ଭାଗ୍ୟବାନ ମଣିଷ । ଆମ ହତିଆର ଆମ ହାତରୁ ଖସିଗଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ପହଲଗାମ ଆକ୍ରମଣ ପରେ ଆମ ବିଏସଏଫର ଏକ ଜବାନ ପାକିସ୍ତାନ ଜବଜାରେ ରହିଲା । ସେବେ ତାଙ୍କୁ ଲାଗିଲା ଯେ ତାଙ୍କ ହାତକୁ ଏକ ବଡ ମୁଦ୍ଦା ଆସିଗଲା । ଏବେ ମୋଦୀ ଫସିିଯିବ । ସେତେ ବେଳେ ସୋସିଆଲ ମଡିଆରେ ବହୁତ କଥା ଭାଇରାଲ ହେଲା । ଏବେ ସେହି ବିଏସଏଫ ଜବାନର କଣ ହେବ । ତାଙ୍କ ପରିବାରର କଣ ହେବ । ଯଦି ସିଏ ଫେରିବ ତେବେ କେବେ ଫେରିବ । ଏମିତି ଏଣୁତେଣୁ କିଛି ଚାଲିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ବିଏସଏଫର ସେହି ଜବାନଙ୍କୁ ସସମ୍ମାନେ ଫେରାଇ ଅଣାଗଲା । ଆତଙ୍କୀମାନେ କାନ୍ଦୁ ଥିଲେ । ସେମାନଙ୍କର ମୁଖ୍ୟମାନେ ପ୍ରଳାପ କରୁଥିଲେ । ଆଉ ସେମାନଙ୍କୁ କାନ୍ଦୁଥିବାର ଦେଖି ଏଠି ବି କିଛି ଲୋକ କାନ୍ଦିବାକୁ ଆରମ୍ଭ କଲେ । ସର୍ଜିକାଲ ଷ୍ଟ୍ରାଇକ ବେଳେ ସେମାନେ ଏକ ଖେଳିବାକୁ ଆରମ୍ଭ କଲେ । କିନ୍ତୁ କଥା ଜମିଲା ନାହିଁ । ଏୟାର ଷ୍ଟ୍ରାଇକ ହେଲା । ପୁଣିଥରେ ଖେଳିବାକୁ ସେମାନେ ଆରମ୍ଭ କଲେ । ତାହା ବି ଜମିଲା ନାହିଁ । ଏବେ ଅପରେସନ ସିନ୍ଦୂର ବେଳେ ସେମାନେ ନୂଆ ତରିକା ଆପଣେଇବାକୁ ଆରମ୍ଭ କଲେ । ସେମାନେ କିଛି କରନ୍ତି ବୋଲି ପ୍ରଥମେ ସେମାନେ ମାନୁ ନଥିଲେ । ପରେ କହିବାକୁ ଆରମ୍ଭ କଲେ । ପରେ ପରେ କହିବା ବନ୍ଦ କଲେ । ବାଃରେ ବିରୋଧ କରିବାକୁ ଆପଣଙ୍କୁ କୌଣସି ନା କୌଣସି ବାହାନା ଦରକାର । ଯାହା ଉପରେ କେବଳ ମୁଁ ନୁହେଁ ସାରା ଦେଶ ହସୁଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଦେଶ ଏବେ ଏବେ କାରଗିଲ ବିଜୟ ଦିବସ ପାଳନ କଲା । କିନ୍ତୁ ଦେଶ ପୂର୍ଣ୍ଣମାତ୍ରାରେ ଜାଣିଥିଲା ଯେ ସେମାନଙ୍କ କାର୍ଯ୍ୟକାଳ ଭିତରେ ଓ ଏବେ ବି କଂଗ୍ରେସ ଏହି ବିଜୟ ଦିବସକୁ ଆପଣେଇ ପାରିନାହିଁ । ଇତିହାସ ସାକ୍ଷୀ ରହିଛି ଯେ ଯେବେ ଡୋକଲାମରେ ଦେଶ ସେନାର ଶୌର୍ଯ୍ୟ ଦେଖିଲା ସେବେ କଂଗ୍ରେସ ନେତା ଚୁପ ଚୁପ କାହାଠାରୁ ମନ୍ତ୍ରଣା ନେଉଥିଲେ । ଏକଥାର ଟେପକୁ ଶୁଣିଲେ ଲାଗିବ ଯେ ପାକିସ୍ତାନ ଓ ଆମକୁ ବିରୋଧ କରୁଥିବା ଲୋକେ କଣ କହୁଛନ୍ତି । ପାକିସ୍ତାନ ସହ ଏମାନେ ନିଜ ସ୍ୱର ମିଶାଇଦେଇଥିଲେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଦେଶ ହଇରାଣ ଯେ, ପାକିସ୍ତାନକୁ କଂଗ୍ରେସ କ୍ଲିନ ଚିଟ ଦେଇଛି । ଏମାନଙ୍କର ଇଏ ହେଉଛି ହିମ୍ମତ ବା କରାମତି ଓ ସେମାନଙ୍କର ଅଭ୍ୟାସ ଯାଉନାହିଁ । ପହଲଗାମର ଆତଙ୍କୀ ପାକିସ୍ତାନର ଥିଲେ । ପାକିସ୍ତାନ ସହ ଏମାନେ ନିଜ ସ୍ୱର ମିଶାଇ ଦେଇଛନ୍ତି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଏବେ ଯାହାକୁ ଯେତେ ପ୍ରମାଣ । ଯେବେ ପ୍ରମାଣ ନଥିବ ତେବେ ଏମାନେ କଣ କରୁଥିବେ । ଆପଣ ଭାବିପାରୁଥିବେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଅପରେସନ ସିନ୍ଦୂରର ଗୋଟିଏ ପକ୍ଷରେ ଏହି ଚର୍ଚ୍ଚା । ଆରପଟରେ ଆଉ ଏକ କଥା ରହିଛି । ଏଥିରେ ଦେଶର ଶକ୍ତିର ପରିଚୟ ମିଳିଛି । ଆମର ଏୟାର ଡିଫେନ୍ସ ସିଷ୍ଟମ ଉପରେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଆମର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ମିସାଇଲ, ଡ୍ରୋନ୍ସକୁ ପଣ୍ଡ କରିଦେଇଥିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

୯ ମେରେ ପାକିସ୍ତାନ ପକ୍ଷରୁ ଏକ ହଜାର ମିସାଇଲ ଓ ସଶସ୍ତ୍ର ଡ୍ରୋନ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା । ଦେଶର କୌଣସି ସ୍ଥାନରେ ଯଦି ଏହା ପଡିଥାନ୍ତା ତେବେ ପ୍ରଳୟ ସୃଷ୍ଟି ହୋଇଥାନ୍ତା । କିନ୍ତୁ ସେହି ଏକ ହଜାର ଡ୍ରୋନ୍ସ ଓ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିଦିଆଗଲା । କିନ୍ତୁ କଂଗ୍ରେସ ଭିନ୍ନ ଏକ ସମ୍ବାଦକୁ ଅପେକ୍ଷା କରିଥିଲା । କିଛି ତ ହେବ, ମୋଦୀ ଯିବ ଏଭଳି କିଛି ଶିଣିବାକୁ ଆରମ୍ଭ ହେଲା । ଆଦାମପୁର ଏୟାରବେସ ଉପରେ ଆକ୍ରମଣକୁ ଗୁଜବ କରି ପାକିସ୍ତାନ ପକ୍ଷରୁ ପ୍ରଚାର କରାଗଲା । କିନ୍ତୁ ପରେ ଆଦାମପୁରରେ ପହଂଚି ପାକିସ୍ତାନ ପକ୍ଷରୁ ପ୍ରଚାର କରାଉଥିବା ମିଛ ଖବରକୁ ମୁଁ ପଣ୍ଡ କରିଦେଲି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଯେଉଁମାନେ ଛୋଟ ଦଳ କିମ୍ବା ନୂଆ ରାଜନୀତି କରୁଛନ୍ତି ସେମାନଙ୍କ ମୁହଁରୁ ଏକଥା ଶୁଣିଥିଲେ ଅଲଗା କଥା ହୋଇଥାନ୍ତା । କିନ୍ତୁ ଅତୀତରେ ବର୍ଷ ବର୍ଷ ଧରି ଏ ଦେଶକୁ ଶାସନ କରିଥିବା କଂଗ୍ରେସ କିନ୍ତୁ ଏପରି କହୁଛି । ଯାହାର ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ଉପରେ ଯଥେଷ୍ଟ ଅନୁଭୂତି ରହିଛି ସିଏ ବି ଏପରି କହୁଥିବା ମୋତେ ଆଶ୍ଟର୍ଯ୍ୟ କରିଛି । ବିଦେଶ ମନ୍ତ୍ରୀ, ଗୃହ ମନ୍ତ୍ରୀ ନିଜ ନିଜ ବୟାନ ଦେଲେ । କାହା ଉପରେ ସେମାନଙ୍କର ଭରସା ନାହିଁ । ଯିଏ ଏତେ ଦିନ ଧରି ଶାସନ କଲେ ଯାହାର ଦେଶର ଶାସନ ବ୍ୟବସ୍ଥା ଉପରେ ଭରସା ନାହିଁ ତେବେ ପ୍ରଶ୍ନ ଉଠୁଛି ଯେ ଏମାନଙ୍କର କଣ ଏମିତି ଅବସ୍ଥା ହୋଇଗଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଏବେ କଂଗ୍ରେସର ଭରସା ପାକିସ୍ତାନର ରିମୋର୍ଟରେ ନିୟନ୍ତ୍ରିତ ହେଉଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

କଂଗ୍ରେସର ଜନୈକ ନୂଆ ନେତାଙ୍କ ମୁହଁରେ ଏକଥା କୁହାଯାଇଛି । କଂଗ୍ରେସର କିଛି ଟାଣୁଆ ନେତା ଏହି ନୂଆ ନେତାଙ୍କୁ ଏପରି କହିବାକୁ ଲେଖି କରି ଦେଇଛନ୍ତି । ନିଜେ କହିବାର ସାହାସ ଜୁଟାଇ ନପାରି ନୂଆ ନେତାଙ୍କ ମୁହଁରେ କୁହାଉଛନ୍ତି ଯେ ଅପରେସନ ସିନ୍ଦୂର ଏକ ତାମସା ଥିଲା । ଆଉ ଏପରି କଂଗ୍ରେସ ନେତା ହିଁ କୁହାଇଛନ୍ତି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

 

ପହଲଗାମ ଆତଙ୍କୀମାନଙ୍କୁ ଆମ ସୁରକ୍ଷା ବଳ ଅପରେସନ ମହାଦେବ ଜରିଆରେ ଶେଷ ନିଶାନା ଦେଖାଇଛନ୍ତି । ଏବେ ଏହା ପଚରାଯାଉଛି ଯେ ଏହା ଗଲାକାଲି କାହିଁକି ହେଲା । ଦେଖନ୍ତୁ ଏହା କେମିତିକା ପ୍ରଶ୍ନ । ଅପରେସନ ପାଇଁ କଣ ଶ୍ରାବଣ ମାସ ସୋମବାର ବଛା ଯାଇଥିିଲା କି । ଇଏ କେମିତିକା ଅବାନ୍ତର ପ୍ରଶ୍ନ । କଣ ଅବସ୍ଥା ଏମାନଙ୍କର ଅଧ୍ୟକ୍ଷ ମହୋଦୟ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଶାସ୍ତ୍ରରେ କୁହାଯାଇଛି ଯେ ଶସ୍ତ୍ର ଦ୍ୱାରା ରାଷ୍ଟ୍ର ରକ୍ଷା ପାଏ ଓ ଶାସ୍ତ୍ର ଦ୍ୱାରା ଚିନ୍ତା ପ୍ରକଟ ପାଏ । ଅର୍ଥାତ ଯେବେ ରାଷ୍ଟ୍ର ଶାସ୍ତ୍ର ଦ୍ୱାରା ସୁରକ୍ଷିତ ଥାଏ ସେବେ ସେଠାରେ ଶାସ୍ତ୍ର ଜ୍ଞାନ ଚର୍ଚ୍ଚା ଜନ୍ମ ନେଇପାରିଥାଏ । ଯେବେ ସୀମାରେ ସେନା ମୁତୟନ ଥାନ୍ତି ସେବେ ଲୋକତନ୍ତ୍ର ପ୍ରଖର ଥାଏ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଅପରେସନ ସିନ୍ଦୂର ସେନା ସଶକ୍ତିକରଣର ଏକ ନମୁନା । କଂଗ୍ରେସ ସମୟରେ ଏକଥା ଚିନ୍ତା କରାଯାଇ ଆଜି ବି ଆତ୍ମ ନିର୍ଭର ଶବ୍ଦର ମଜା ଉଡାଯାଉଛି । ଛୋଟ ଛୋଟ ଅସ୍ତ୍ର ଲାଗି ବିଦେଶ ଉପରେ କଂଗ୍ରେସ ନିର୍ଭର କରିଆସୁଥିଲା । ବୁଲେଟ ପ୍ରଫୁ ଜାକେଟ, ନାଇଟ ଭିଜନ କ୍ୟାମେରା ପର୍ଯ୍ୟନ୍ତ କିଛି ନଥିଲା । ଜିପ, ବୋଫର୍ସ, ହେଲିକପ୍ଟର ପ୍ରତ୍ୟେକ ଜିନିଷରେ ଦୁର୍ନୀତି ଜଡିତ ଥିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆଧୁନିକ ହତିଆର ଲାଗି ଆମ ସେନାକୁ ଦଶକ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା । ସ୍ୱାଧୀନତା ପୂର୍ବରୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତର ସ୍ୱର ଶୁଣିବାକୁ ମିଳୁଥିଲା । ଯେତେବେଳେ ଖଣ୍ଡା ଚାଳନା କରାଯାଉଥିଲା ସେବେ ଭାରତର ଖଣ୍ଡାର ଖୁବ ପ୍ରସିଦ୍ଧି ଥିଲା । ପରେ ବି ପ୍ରତିରକ୍ଷା କ୍ଷେତ୍ରରେ ଆମେ ସବଳ ଥିଲେ । କିନ୍ତୁ ସମୟକ୍ରମେ ଜାଣିବୁଝି ଏସବୁକୁ ନଷ୍ଟ କରିଦିଆଗଲା । ଗବେଷଣା ଓ ପ୍ରସ୍ତୁତି ଲାଗି ସବୁ ପ୍ରକାର ମାର୍ଗକୁ ବନ୍ଦ କରିଦିଆଗଲା । ଯଦି ଏପରି ନୀତିରେ ଆମେ ଚାଲିଥାନ୍ତେ ତେବେ ଅପରେସନ ସିନ୍ଦୂର ପରି ଅଭିଯାନ ସମ୍ପର୍କରେ ଆମେ ଚିନ୍ତା କରିପାରିନଥାନ୍ତେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଗତ ଦଶନ୍ଧି ଭିତରେ ଆମ ସେନାକୁ ମେଡ ଇନ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ମିଳିଛି । ଯାହା ଏହି ଅପରେସନ ବେଳେ ନିର୍ଣ୍ଣାୟକ ଭୂମିକା ନିଭାଇଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଗୋଟିଏ ଦଶନ୍ଧି ପୂର୍ବରୁ ଦେଶକୁ ସଶକ୍ତ, ଆତ୍ମ ନିର୍ଭର ଓ ଆଧୁନିକ ରାଷ୍ଟ୍ରରେ ପରିଣତ କରିବାକୁ ଆମେ ସଂକଳ୍ପ ନେଇଛୁ । ବିଭିନ୍ନ ପ୍ରକାର ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ ନିଯୁକ୍ତି ବିଚାରଧାରା ନୂଆ ନଥିଲା । ମୁଁ ଆମ ତିନି ସେନାକୁ ଧନ୍ୟବାଦ ଜଣାଉଛି ଯିଏ ଏହି ବ୍ୟବସ୍ଥାକୁ ସମର୍ଥନ ଜଣାଇ କାମ କରୁଛନ୍ତି । ଏକାଗ୍ରତା ଓ ନିଷ୍ଠା ସହ ଆମ ସେନା କାମ କରିପାରିଛି । ଦେଶର ଯେଉଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ରହିଛନ୍ତି ସେଥିରେ ଆମେ ସଂସ୍କାର ଆଣିଲୁ । କେବଳ ଏତିକି ନୁହେଁ ଆମେ ବେସରକାରୀ ସଂସ୍ଥାକୁ ବି ପ୍ରତିରକ୍ଷା ସହ ଯୋଡି ଦେଲୁ । ଷ୍ଟାର୍ଟ ଅଫ ଡିଫେନ୍ସରେ ଆମ ଦେଶର ୨୭-୩୦ ବର୍ଷିୟ ବ୍ୟକ୍ତିମାନେ ଯୋଗଦାନ କରୁଛନ୍ତି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ପ୍ରତିରକ୍ଷା କ୍ଷେତ୍ରରେ ମେକ ଇଣ୍ଡିଆ ନାରା ନଥିଲା । ଆମେ ଏଥିପାଇଁ ବଜେଟରେ ପ୍ରାବଧାନ ଓ ଯୋଜନା ପ୍ରଣୟନ କଲୁ । ପ୍ରତିରକ୍ଷା କ୍ଷେତ୍ରରେ ଆମେ ଏବେ ମେକ ଇଣ୍ଡିଆ ସାମଗ୍ରୀ ଉତ୍ପାଦନ କରିବାର କ୍ଷମତା ଅର୍ଜନ କରିଛୁ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଗୋଟିଏ ଦଶକରେ ପ୍ରତିରକ୍ଷା ବଜେଟ ପୂର୍ବ ଅପେକ୍ଷା ତିନି ଗୁଣା ରହିଥିଲା । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ୨୫୦ ପ୍ରତିଶତ ବୃଦ୍ଧି ହୋଇଛି । ୧୧ ବର୍ଷରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୩୦ ଗୁଣା ବଢିଛି । ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ପ୍ରାୟ ଳହେଟି ଦେଶକୁ ପହଂଚି ପାରିଛି ।

ଏବଂ ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଅପରେସନ ସିନ୍ଦୂରରେ ନିୟୋଜିତ ପ୍ରତିରକ୍ଷା ସାମଗ୍ରୀ ପ୍ରାୟତଃ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଭାରତରେ ନିର୍ମିତ ହତିଆରର ଚାହିଦା ବିଶ୍ୱ ଦରବାରରେ ବଢିବାରେ ଲାଗିଛି । ଉଦ୍ୟୋଗୀ ଓ ଏମଏସଏମଇ କ୍ଷେତ୍ରକୁ ବି ଏହା ବଳ ଯୋଗାଇବ । ଆମ ଯୁବକମାନଙ୍କୁ ଏହା ରୋଜଗାର ଦେବ । ନିଜ ଦ୍ୱାରା ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ୱାରା ଆମ ଯୁବବର୍ଗ ସାରା ବିଶ୍ୱକୁ ନିଜ କରିସ୍ମା ଦେଖାଇ ପାରିବେ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର ଭାରତ ଯୋଜନାରେ ଆମେ ଯେଉଁ ପଦକ୍ଷେପ ଉଠାଇଛୁ ତାହା ଅନେକ ଲୋକଙ୍କୁ ଅସୁବିଧାରେ ପକାଉଛି । ଆମକୁ ଜାଣିବାକୁ ହେବ ସେମାନେ କିଏ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର ହେବା ଶାସ୍ତ୍ରର ସ୍ପର୍ଦ୍ଧା ସମୟରେ ବିଶ୍ୱଶାନ୍ତି ଲାଗି ଆବଶ୍ୟକ । ପ୍ରଥମରୁ ମୁଁ କହିଛି ଯେ ଭାରତ ଯୁଦ୍ଧ ନୁହେଁ ବରଂ ବୁଦ୍ଧର ଦେଶ । ଆମେ ସମୃଦ୍ଧି ଓ ଶାନ୍ତି ଚାହୁଁଛୁ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆମ ଭାରତ ଛତ୍ରପତି ଶିବାଜୀ ମହାରାଜା, ମହାରାଜ ରଣଜିତ ସିଂ, ରାଜେନ୍ଦ୍ର ଚୋଡା, ମହାରଣା ପ୍ରତାପ, ଲସିଥ ବୀରପୁକାନ, ମହାରାଜା ସୁହେଲଦେବଙ୍କ ଦେଶ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆମେ ବିକାଶ ଓ ଶାନ୍ତି ଲାଗି ସାମରିକ ସାମର୍ଥ୍ୟ ଉପରେ ବି ପୋକସ କରୁଛୁ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଜାତୀୟ ନିରାପତା ନେଇ କଂଗ୍ରେସ ପାଖରେ ଭିଜନ ନାହିଁ । ଯେବେ ମୁଁ ନେହେରୁଙ୍କ କଥା ଉଠାଏ ସେବେ କଂଗ୍ରେସ ବିଳିବିଳେଇବା ଆରମ୍ଭ କରେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

୧୯୬୨ ଓ ୧୯୬୩ ମଝିରେ କଂଗ୍ରେସ ନେତାମାନେ ଜାମ୍ମୁ ଓ କାଶ୍ମୀରର ପୁଂଛ, ଉରି, ନିଲମ ବୈଲି, କିଶନ ଗଙ୍ଗା ପରି ଅଂଚଳକୁ ଛାଡି ଦେବାର ପକ୍ଷଧର ଥିଲେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଲାଇନ ଅଫ ପିସ ଏବେ କରାଯାଉଛି । ୧୯୬୬ରେ ରାଣା କଚ୍ଛ ଉପରେ ମଧ୍ୟସ୍ଥତା କରିବାକୁ ଏହି ଲୋକମାନେ ସ୍ୱୀକାର କରିଥିଲେ । ଆଉଥରେ ସେମାନେ ଭାରତର ୮୦୦ ବର୍ଗ କିଲୋମିଟର ଅଂଚଳକୁ ପାକିସ୍ତାନକୁ ସମର୍ପଣ କରିଦେଲେ । ୧୯୬୫ ଯୁଦ୍ଧରେ ଆମ ସେନା ହାଜିପାର ପାସକୁ ପୁଣିଥରେ ବିଜୟ ଲାଭ କଲା । କିନ୍ତୁ କଂଗ୍ରେସ ଏହାକୁ ଫେରେଇ ଦେଲା । ୧୯୭୧ରେ ପାକିସ୍ତାନର ପ୍ରାୟ ୯୩ ହଜାର ଲୋକ ବନ୍ଦୀ ଥିଲେ । ପାକିସ୍ତାନର ଏକ ହଜାର ବର୍ଗ କିଲୋମିଟର ଅଂଚଳକୁ ଆମ ସେନା ଅକ୍ତିଆର କରିଥିଲା । ସେତେବେଳେ ବିଜୟ ମନାଇଥିଲେ ଆମେ ପିଓଏକେକୁ ଫେରାଇ ଆଣିପାରିଥାନ୍ତୁ । ଅତିକମରେ କରତାରପୁର ସାହେବକୁ ବି ନେଇ ପାରିଥାନ୍ତେ । ୧୯୭୪ରେ ଶ୍ରୀଲଙ୍କାକୁ କଚ୍ଚାତିବୁ ଦ୍ୱୀପ ଅର୍ପଣ କରିଦିଆଗଲା । ସିଆଚେନରୁ ସେନା ହଟାଇବା ଲାଗି କଂଗ୍ରେସ ପକ୍ଷଧର ଥିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

୨୦୧୪ ରେ ଦେଶ ସେମାନଙ୍କୁ ମଉକା ଦେଲାନି । ନହେଲେ ସିଆଚେନ ବି ଆଜି ଆମ ପାଖରେ ନଥାନ୍ତା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆଜି କଂଗ୍ରେସର ଯେଉଁମାନେ କୂଟନୀତିର କଥା କହୁଛନ୍ତି ମୁଁ ସେମାନଙ୍କ କୂଟନୀତି ସେମାନଙ୍କୁ ପଢାଉଛି । ୨୬/୧୧ ପରି ଭୟଙ୍କର ଆତଙ୍କୀ ଆକ୍ରମଣ କରିବାର ଯୋଜନା ଥିଲା । ହେଲେ ସେହି ସମୟରେ କଂଗ୍ରେସର ପାକିସ୍ତାନ ପ୍ରୀତି ରହିଥିଲା । ବିଦେଶ ଚାପରେ ସେମାନେ ପରେ ପାକିସ୍ତାନ ସହ କଥା ହେବାକୁ ଆରମ୍ଭ କଲେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

୨୬/୧୧ ପରି ଆକ୍ରମଣ ଭଳି ଏତେ ବଡ ଘଟଣା ପରେ ବି ଭାରତରୁ କୂଟନୀତିଜ୍ଞଙ୍କୁ ପଦାକୁ ପଠାଇ ହେଲାନି । ଏକ ଭିସାକୁ ବି ବାତିଲ କରିପାରୁ ନଥିଲେ । ୟୁପିଏ ସରକାର ପାକିସ୍ତାନକୁ ମୁଣ୍ଡରେ ବସାଇ ରଖିଥିଲା । ଆମେ ପାକିସ୍ତାନ ଏମଏଫଏନ ଦର୍ଜାକୁ ରଦ୍ଦ କରି ଦେଲୁ । ଭିସା ବନ୍ଦ କଲୁ । ଅଟାରୀ ସୀମାକୁ ବନ୍ଦ କଲୁ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଭାରତର ସମ୍ପତିକୁ ବାଜିରେ ଲଗାଇବା କଂଗ୍ରେସର ପୁରୁଣା ଅଭ୍ୟାସ । ଏହାର ସବୁଠାରୁ ବଡ ଉଦାହରଣ ହେଲା ସିନ୍ଧୁ ଜଳ ଚୁକ୍ତିନାମା । ଅନେକ ବର୍ଷ ଧରି ସାଂସ୍କୃତିକ ବିଭବରେ ଋଦ୍ଧିମନ୍ତ ସିନ୍ଧୁ ନଦୀ ଓ ଝେଲମ ନଦୀ ଉପରେ ବିବାଦ ସମାଧାନ କରିବା ପାଇଁ ପଂଚାୟତ କାହାକୁ ଦେଇଥିଲେ । ବିଶ୍ୱବ୍ୟାଙ୍କକୁ ଦେଇଥିଲେ । ସିନ୍ଧୁ ନଦୀକୁ ନେଇ ଏହି ଚୁକ୍ତିନାମା ସବୁପ୍ରକାରର ଗୌରବକୁ କ୍ଷୁର୍ଣ୍ଣ କରୁଥିଲା । ଏହା ଭାରତର ଅସ୍ମିତା ପ୍ରତି କୁଠାରଘାତ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଭାରତରୁ ନିର୍ଗତ ନଦୀର ୮୦ ପ୍ରତିଶତ ଜଳ ପାକିସ୍ତାନକୁ ଦେବାକୁ ନେହେରୁ ରାଜି ହୋଇଥିଲେ । ଏତେବଡ ଭାରତ ଦେଶ ପାଇଁ ମାତ୍ର ୨୦ ପ୍ରତିଶତ ଜଳ । ତେବେ ସେହି ୮୦ ପ୍ରତିଶତ ଜଳ ଭାରତ ବିରୋଧରେ ସବୁବେଳେ କୁତ୍ସା ରଟନା କରୁଥିବା ଦେଶକୁ ଦିଆଗଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଯଦି ଏହି ଚୁକ୍ତିନାମା ହୋଇନଥାନ୍ତା ତେବେ ପଶ୍ଚିମରେ ବୋହୁଥିବା ନଦୀଗୁଡିକ ଉପରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇପାରିଥାନ୍ତା । ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀକୁ ଭରପୂର ପାଣି ମିଳୁଛି । ପିଇବା ପାଣିର କୌଣସି ସମସ୍ୟା ନାହିଁ । ଉଦ୍ୟୋଗିକ କ୍ଷେତ୍ରରେ ପ୍ରଗତି ପାଇଁ ଭାରତ ବିଜୁଳି ବି ଉତ୍ପାଦନ କରିପାରୁଛି । କେବଳ ଏତିକି ନୁହେଁ ଏହା ପରେ ନେହେରୁ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ସବୁଠାରୁ ବଡ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ପାକିସ୍ତାନର କହିବା ଅନୁସାରେ ନେହେରୁ ସର୍ତରେ ରାଜି ହୋଇଥିଲେ । ନଦୀ ବନ୍ଧରେ ଜମୁଥିବା ମାଟିର ବ୍ୟବହାର ନେଇ ବି ପାକିସ୍ତାନଠାରୁ ଅନୁମତି ଆଣିବାକୁ ପଡୁଥିଲା । ନଦୀରୁ ମାଟି ବା ପଙ୍କ ଉଦ୍ଧାର ପାଇଁ ବି ଭାରତ ମନଇଚ୍ଛା କରିପାରୁନଥିଲା । ତେବେ ନେହେରୁ ପାକିସ୍ତାନକୁ ସୁହାଇଲା ଭଳି ପଦକ୍ଷେପ ନେଇ ଏପରି ଚୁକ୍ତି କରିଥିଲେ । ଫଳରେ ସେହି ଅଂଚଳର ଚାଷୀ ପାଣି ପାଇପାରୁନଥିଲା । କିଶାନମାନଙ୍କୁ ପଛୁଆ କରି ରଖିବାରେ ଏହି ସିନ୍ଧୁ ନଦୀ ଚୁକ୍ତିନାମା ରହିଥିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ପାକିସ୍ତାନ ପରେ ଭାରତ ସହ ଛାୟା ଯୁଦ୍ଧ କରୁଥିଲା । ହେଲେ କଂଗ୍ରେସ ସରକାର ସିନ୍ଧୁ ନଦୀ ଚୁକ୍ତିନାମାକୁ ଆଡ ଆଖିରେ ବି ଦେଖିଲା ନାହିଁ । ନେହେରୁଙ୍କ ଗଲତିକୁ ବି ସୁଧାରିଲାନି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

କିନ୍ତୁ ନେହେରୁଙ୍କ ଚୁକ୍ତିକୁ ଆମେ ଆବିୟାନ୍ସରେ ରଖିଦେଲୁ । କୃଷକଙ୍କ ସ୍ୱାର୍ଥ ପାଇଁ ଓ ଦେଶର ହିତ ପାଇଁ ପ୍ରାୟୋଜିତ ଏହି ଚୁକ୍ତି ଆଉ ଆଗକୁ ଚାଲିବ ନାହିଁ । ଭାରତ ସୁନିଶ୍ଚିତ କରିଦେଲା ଯେ ରକ୍ତ ଓ ପାଣି ଏକ ସହ ବୋହି ପାରିବନି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

୨୦୧୪ ପୂର୍ବରୁ ଦେଶର ମାହୋଲ ଅସୁରକ୍ଷିତ ଥିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

୨୦୧୪ ପୂର୍ବରୁ ବଜାର ଘାଟ ସବୁଠି ଲୋକେ ପାଦ ରଖିବାକୁ ଭୟ କରୁଥିଲେ । କୌଣସି ଅଜଣା ଜିନିଷକୁ ଛୁଇଁବାକୁ ବାରଣ କରାଯାଇଥିଲା । କାରଣ କାଳେ ତାହା ବୋମା ହୋଇଥାଇପାରେ । ଦେଶର ଅବସ୍ଥା ଏପରି ଥିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଦେଶର ଦୁର୍ବଳ ସରକାରଙ୍କ ପାଇଁ ଆମକୁ କେତେ ପ୍ରାଣବଳିି ଦେବାକୁ ପଡିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଆତଙ୍କବାଦ ଉପରେ ଲଗାମା ଲଗାଇବାର ଥିଲା । କିନ୍ତୁ ଗତ ୧୧ ବର୍ଷ ଭିତରେ ଆମ ସରକାର ଏହା କରିଦେଖାଇଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

କଂଗ୍ରେସ ସମୟରେ ଯଦି ଆତଙ୍କବାଦକୁ ପ୍ରୋତ୍ସାହିତ କରାଯାଉଥିଲା ତାହା ତେବେ ତୁଷ୍ଟିତକରଣ ରୀଜନୀତି ଯୋଗୁଁ ହେଉଥିଲା । ଭୋଟ ବ୍ୟାହ୍‌କ ରାଜନୀତିର ପ୍ରାବଲ୍ୟ ରହିଥିଲା । ଯେବେ ଦିଲ୍ଲୀରେ ବାଟଲା ହାଉସ ଘଟଣା ଘଟିଲା ସେବେ ଆତଙ୍କବାଦୀର ମୃତ୍ୟୁରେ ଜଣେ କଂଗ୍ରେସ ନେତା କାନ୍ଦିଲେ । କାରଣ ଭୋଟ ହରାଇବାର ଆଶଙ୍କା ରହିଥିଲା ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

୨୦୧୧ରେ ସଂସଦ ଉପରେ ଆକ୍ରମଣ ହୋଇଥିଲା । ସେତେବେଳେ କଂଗ୍ରେସର ଜଣେ ନେତା ଧରା ପଡିଥିବା ଆଫଜଲ ଗୁରୁକୁ ବେନେଫିଟ ଅଫ ଡାଉଟ ବୋଲି ପ୍ରକାଶ କରିଥିଲେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ମୁମ୍ବାଇରେ ୨୬/୧୧ ପରି ଆକ୍ରମଣ ହେଲା । ତେବେ ଆତଙ୍କୀକୁ ଖସାଇବା ପାଇଁ କଂଗ୍ରେସ ସରକାର ଉଦ୍ୟମ କରିଥିଲେ । କଂଗ୍ରେସର ଜଣେ ନେତା କହିଥିଲେ ଯେ ଲସ୍କର-ଇ-ତୋଇବାଠାରୁ ବଡ ବିପଦ ହେଉଚି ଭାରତର ହିନ୍ଦୁ ଗ୍ରୁପ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ତୁଷ୍ଟିକରଣ ଲାଗି ଆଇନକୁ ଦୁର୍ବଳ କରିଥିଲା କଂଗ୍ରେସ । ଗୃହମନ୍ତ୍ରୀ ଏକଥା ବିସ୍ତୃତ ଭାବେ କହିଥିବାରୁ ତାକୁ ମୁଁ ଆଉ ବ୍ୟାଖ୍ୟା କରୁନି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଦଳମତ ନିର୍ବିଶେଷରେ ଆମର ସବୁ ଦଳର ଦେଶ ହିତ ଲାଗି ଏକ ମନୋଭାବ ରହିବା ଉଚିତ । ପହଲଗାମ ଆକ୍ରମଣ ବିରୁଦ୍ଧରେ ଆମ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଗଲା । ସାରା ବିଶ୍ୱରେ ଭାରତର ଜୟଜୟକାର କରାଗଲା । ତେବେ କଂଗ୍ରେସର ଅନେକ ବନ୍ଧୁଙ୍କୁ ଏକଥା ହଜନ ହୋଇନପାରେ । ସମ୍ଭବତଃ ସଂସଦରେ ସେମାନଙ୍କ ବକ୍ତବ୍ୟ ରଖିବାକୁ ସେମାନଙ୍କୁ ବାରଣ କରାଯାଇଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଏପରି ସମୟରେ ଗୋଟିଏ ପଙ୍କକ୍ତି ମୋର ମନେପଡୁଛି । ଲେଖା ଅଛି ଚର୍ଚ୍ଚା ଏମିତି କର ଯେ ଶତ୍ରୁ ପକ୍ଷରେ ଶିହରଣ ଉଠିବ । ମାନ ସିନ୍ଦୂରକୁ ସମ୍ମାନ ଦେବା ସହ ସେନାକୁ ସହଯୋଗ କରି ଭାରତୀ ମାକୁ ସୁରକ୍ଷା ଦେବା । ଶତ୍ରୁ ଯେଉଁଠି ବସିଥାଉ ନା କାହିଁକି ଆମକୁ ଭାରତ ମା ପାଇଁ ବଂଚିବାକୁ ପଡିବ ।

ମେ।।ର କଂଗ୍ରେସର ସାଥୀମାନଙ୍କୁ ନିବେଦନ ଯେ ପାକିସ୍ତାନକୁ କ୍ଲିନଚିଟ ଦେବାରୁ କ୍ଷାନ୍ତ ରୁହନ୍ତୁ । ବିଜୟର ସମୟକୁ ଉପହାସର ସମୟରେ ପରିବର୍ତନ କରାନଯାଉ । କଂଗ୍ରେସ ନିଜର ସୁଧାର କରିବା ଉଚିତ । ଭାରତର ଆତଙ୍କୀ ନର୍ସରୀରେ ଆତଙ୍କବାଦୀମାନଙ୍କୁ ସଫା କରାଯିବ । ଆମେ ଭାରତର ଭବିଷ୍ୟତ ସହ ପାକିସ୍ତାନକୁ ଖେଳିବାକୁ ଦେବୁ ନାହିଁ । ଏଥିପାଇଁ ଅପେରସନ ଏବେ ବି ଚାଲୁ ରହିଛି । ଯେତେବେଳ ଯାଏ ଭାରତ ବିପକ୍ଷରେ ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପ ଚାଲୁ ରଖି ଥିବ ସେତେ ଦିନ ଯାଏ ଭାରତ ପଦକ୍ଷେପ ନେଉଥିବ । ମୁଁ ସଂସଦକୁ ଆଉଥରେ ଧନ୍ୟବାଦ ଜଣାଉଛି । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi Chairs Second High-Level Meeting with Secretaries of Government of India
July 28, 2026
Sectors discussed: Finance and Economy, Commerce and Industry, and Technology
PM emphasises the need to break both horizontal and vertical silos within the Government
PM emphasises the importance of technological self-reliance and building domestic capabilities in critical sectors
PM encourages greater participation of young innovators and entrepreneurs in cybersecurity ecosystem
PM Stresses Proactive Outreach on Strategic Sectors to Counter Misinformation
PM says Govt must always remain youthful, dynamic and forward-looking, continuously adapting to new challenges and opportunities with agility and innovation
Secretaries share experiences and perspectives on key initiatives, emerging opportunities and implementation challenges

Prime Minister Shri Narendra Modi chaired the second high-level meeting with Secretaries to the Government of India at his residence at 7, Lok Kalyan Marg earlier today. He reviewed the future action agenda of Ministries and Departments dealing with Finance and Economy, Commerce and Industry, and Technology sectors. The meeting focused on accelerating progress towards the goals of Viksit Bharat.

Prime Minister called for a strong focus on team building across Ministries and Departments, urging officers to work with a shared sense of purpose. He emphasised the need to break both horizontal and vertical silos within the Government so that departments function in close coordination and deliver integrated outcomes.

Highlighting the importance of citizen-centric governance, Prime Minister said that the people of India must remain at the centre of governance. He reminded that every decision and policy should be guided by the interests and aspirations of the common citizen.

Prime Minister stressed that while India is making significant investments in infrastructure, equal priority must be given to developing indigenous technologies. He underscored the importance of technological self-reliance and building domestic capabilities in critical sectors.

Prime Minister underlined that energy security is closely linked with national security, economic stability and citizens’ welfare. Prime Minister said India must achieve self-reliance in the energy sector through innovation, diversification and accelerated capacity creation.

Emphasising that reforms are not merely a fashionable term but a continuous necessity for effective governance, Prime Minister stressed the need to reform processes, improve work culture and strengthen institutional efficiency.

Prime Minister said that growing use of technology must be accompanied by a strong focus on cybersecurity to safeguard digital systems and infrastructure. He stressed the need for constant vigilance against emerging cyber threats. He called for encouraging greater participation of young innovators and entrepreneurs in the cybersecurity ecosystem and emphasised that it should evolve into a nationwide movement.

Prime Minister also emphasised the importance of proactive communication on strategic sectors where the country is undertaking major initiatives, to counter misinformation and unfounded fears surrounding such efforts.

Prime Minister says that new academic courses should be planned in partnership with industry to equip the workforce with skills required by emerging and future industries. He also observed that a government must always remain youthful, dynamic and forward-looking, continuously adapting to new challenges and opportunities with agility and innovation.

The meeting featured detailed discussions by Secretaries on the progress, priorities and implementation issues across their respective domains. The meeting was attended by the Cabinet Secretary, Secretaries of key Ministries and Departments, and senior officials from the Prime Minister’s Office.