PM Modi launches projects pertaining to Patna metro, construction of ammonia-urea complex at Barauni and extension LPG pipe network to Patna and Muzaffarpur
I feel the same fire in my heart that’s burning inside you, says PM Modi in Bihar referring to the anger and grief in the country after the terror attack in Pulwama
Our aim is to uplift status of those struggling to avail basic amenities: PM

ଭାରତ ମାତା କୀ –ଜୟ

ଭାରତ ମାତା କୀ -ଜୟ

ଭାରତ ମାତା କୀ –ଜୟ

ମଞ୍ଚରେ ଉପସ୍ଥିତ ସମସ୍ତ ମାନ୍ୟଗଣ ଏବଂ ବିଶାଳ ସଂଖ୍ୟାରେ ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ  ।

ଆପଣମାନେ ଏତେ ଅଧିକ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବାପାଇଁ ଉପସ୍ଥିତ ହୋଇଛନ୍ତି,ସେଥିପାଇଁ ମୁଁ ଆପଣମାନଙ୍କୁ ମୁଣ୍ଡ ନୁଆଁଇ ଅଭିବାଦନ କରୁଛି । ମୁଁ ଦେଖିପାରୁଛି ଯେ ପାଟନାରୁ ମଧ୍ୟ ଭିଡିଓ ମାଧ୍ୟମରେ ଅନେକ ଲୋକ ସାମିଲ ହୋଇଛନ୍ତି । ପାଟନା ଏବଂ ହଜାରିବାଗଠାରେ ହେଉଥିବା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଲୋକମାନଙ୍କୁ ମୁଁ ପ୍ରଣାମ କରୁଛି  ।

ବନ୍ଧୁଗଣ, ଆଦି କୁମ୍ଭସ୍ଥଳୀ ସିମରିୟା ଧାମ ଯେଉଁଠାରେ ରହିଛି, ବିହାର କେସରୀ ଶ୍ରୀ କୃଷ୍ଣ ସିଂହ ଯେଉଁଠାରେ ସତ୍ୟାଗ୍ରହ କରିଥିଲେ, ରାଷ୍ଟ୍ର କବି ରାମଧାରୀ ସିଂହ ଦିନକରଙ୍କ ଭଳି ମନିଷୀ ଯିଏ ଦେଶକୁ ଦେଇଛି, ସେହି ବେଗୁସରାଏର, ବିହାରର ପବିତ୍ର ମାଟିକୁ ପ୍ରଣାମ କରୁଛି । ଦେଶ ପାଇଁ ନିଜର ବଳିଦାନ ଦେଇଥିବା ପାଟନାର ଶହିଦ କନେଷ୍ଟବଳ ସଂଜୟ କୁମାର ସିହ୍ନା ଏବଂ ଭାଗଲପୁରର ଶହିଦ ରତ୍ନ କୁମାର ଠାକୁରଙ୍କୁ ମଧ୍ୟ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ଏବଂ ମୁଁ ଅନୁଭବ କରୁଛି ଯେ ଆପଣମାନଙ୍କ ଏବଂ ଦେଶବାସୀଙ୍କ ହୃଦୟରେ କେତେ ଉତ୍ତେଜନା ଭରି ରହିଛି । ଯେଉଁ ଉତ୍ତେଜନା ଆପଣମାନଙ୍କ ହୃଦୟରେ ରହିଛି, ସେହି ଉତ୍ତେଜନା ମୋ ହୃଦୟରେ ମଧ୍ୟ ରହିଛି । ଆଜି ମଧ୍ୟ ଜନନାୟକ କର୍ପୁରୀ ଠାକୁରଜୀଙ୍କ ପୂଣ୍ୟତିଥି ।ସାମାଜିକ ନ୍ୟାୟ ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା କର୍ପୁରୀ ବାବୁଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ସର୍ବଦା ରହିବ, ଏହି କାମନାର ସହିତ ମୁଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି  ।

ବନ୍ଧୁଗଣ, ଆଜି ବିହାରର ସମଗ୍ର ବିକାଶ ପାଇଁ ହଜାର କୋଟି ଟଙ୍କାର ଡର୍ଜନ ଡର୍ଜନ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ଏଥିରେ ପାଟନାକୁ ଏବଂ ଏହି ସହରକୁ ସ୍ମାର୍ଟ ସହର କରିବା ପାଇଁ ପ୍ରୋଜେକ୍ଟଗୁଡିକ ରହିଛି । ବିହାରର ଔଦ୍ୟୋଗିକ ବିକାଶ ଏବଂ ଯୁବଗୋଷ୍ଠିଙ୍କ ପାଇଁ ରୋଜଗାର ସହିତ ସଂଶ୍ଲିଷ୍ଟ ପ୍ରକଳ୍ପ ଏବଂ ବିହାରର ପ୍ରତ୍ୟେକ ବ୍ୟକ୍ତି ପାଇଁ ସ୍ୱାସ୍ଥ୍ୟ ସୁବିଧାଉପଲବ୍ଧ କରାଇବାପାଇଁ ପ୍ରକଳ୍ପଗୁଡିକ ମଧ୍ୟ ଏଥିରେ ସାମିଲ ଅଛି । ଏହି ସମସ୍ତ ପ୍ରକଳ୍ପ ପାଇଁ ମୁଁ ଆପଣ ସମସ୍ତଙ୍କୁ, ନୀତିଶ ବାବୁ ଏବଂ ତାଙ୍କର ପୂରା ଟିମକୁ ଅଶେଷ ଶୁଭେଚ୍ଛା ଜଣାଉଛି । ଆଜି ଆମ ଗହଣରେ ଭୋଳା ବାବୁ ଯଦି ଥାଆନ୍ତେ ତେବେ ସେ ଅତ୍ୟନ୍ତ ଖୁସି ହୋଇଥାଆନ୍ତେ ।

ବନ୍ଧୁଗଣ, ଭାରତର ପଶ୍ଚିମାଂଚଳରେ ଆର୍ଥିକ ଗତିବିଧି ଜାରି ରହିଛି, ଏହାର ବରାବରୀ କରିବା ନୁହେଁ ବରଂ ମୁଁ କହିବି ଯେ ତାଠାରୁ ଆଗକୁ ଯିବାର ଶକ୍ତି ଆମ ବିହାର ଏବଂ ପୂର୍ବ ଭାରତର ରହିଛି  । ଯେଉଁଭଳି ଭାବେ ଏନଡିଏ ସରକାର ବିହାର ସମେତ ପୂର୍ବ ଭାରତର ବିକାଶ ପାଇଁ, ଆଧୂନିକ ଭିତ୍ତିଭୂମି ପାଇଁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆରମ୍ଭ କରୁଛି, ସେହି ଦିନ ଦୂରରେ ନାହିଁ ଯେତେବେଳେ ଏହି କ୍ଷେତ୍ର ଦେଶର ବିକାଶକୁ ନୂତନ ଗତି ପ୍ରଦାନ କରୁଥିବା ପ୍ରମୁଖ କ୍ଷେତ୍ର ହୋଇପାରିବ  ।

ଭାଇ ଓ ଭଉଣୀମାନେ, ବିହାର ସମେତ ପୂର୍ବ ଭାରତର ରୂପ ପରିବର୍ତ୍ତନ କରିବାର ଲକ୍ଷ୍ୟ ସହିତ ଆରମ୍ଭ କରାଯାଇଥିବା ଅନେକ ପ୍ରକଳ୍ପ ମଧ୍ୟରୁ ଗୋଟିଏ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଛି । ଏହି ଯୋଜନା ଜରିଆରେ ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମ ବଙ୍ଗ ଏବଂ ଓଡ଼ିଶାକୁ ଗ୍ୟାସ ପାଇପ ଲାଇନ ସହ ସଂଯୋଗ କରାଯାଉଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଜଗଦୀଶପୁର-ହଳଦିଆ ପାଇପ ଲାଇନର ପାଟନା-ଫୁଲପୁର ସେକ୍ସନର ଲୋକାର୍ପଣ କିଛି ଦିନ ପୂର୍ବରୁ କରାଯାଇଛି । ଆପଣମାନଙ୍କର ମନେଥିବ ଯେ ପ୍ରାୟ ସାଢେ ତିନି ବର୍ଷ ପୂର୍ବେ, ଜୁଲାଇ 2015ରେ ପାଟନାରୁ ହିଁ ମୁଁ ଏହାର ଆଧାରଶୀଳା ରଖିଥିଲି । ଗ୍ୟାସ ପାଇପ ଲାଇନର ସୁବିଧାକୁ ଆଗକୁ ବିସ୍ତୃତ କରି ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ ଲାଇନର ମଧ୍ୟ ବିସ୍ତାରଣ ମୁଜଫରପୁର ଏବଂ ପାଟନା ପର୍ଯ୍ୟନ୍ତ କରାଯାଉଛି  । ଯାହାର ଶିଳାନ୍ୟାସ ମଧ୍ୟ ଆଜି କରାଯାଇଛି  ।

ଭାଇ ଓ ଭଉଣୀମାନେ, ଏହି ପ୍ରକଳ୍ପ ଜରିଆରେ ତିନୋଟି ବଡ କାର୍ଯ୍ୟ ଏକାସହିତ ହେବାକୁ ଯାଉଛି । ପ୍ରଥମତଃ ବରଉଣିଠାରେ ଯେଉଁ ସାର କାରଖାନା ପୁନର୍ବାର ସଚଳ କରାଯିବ, ତାହାକୁ ଗ୍ୟାସ ଉପଲବ୍ଧ କରାଯିବ, ଦ୍ୱିତୀୟତଃ ପାଟନାଠାରେ ପାଇପ ମାଧ୍ୟମରେ ଘରକୁ ଗ୍ୟାସ ପ୍ରଦାନ କରିବା କାର୍ଯ୍ୟ କରାଯିବ । ପେଟ୍ରୋଲ-ଡିଜେଲ ସ୍ଥାନରେ ସିଏନଜି ଦ୍ୱାରା ଗାଡି ଚଳାଯିବ । ପାଟନାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନର ପ୍ଲାଂଟ ଉଦଘାଟନ ମଧ୍ୟ କରାଯାଇଛି । ଏହାଦ୍ୱାରା ସେଠାକାର ହଜାର ହଜାର ପରିବାରଙ୍କୁ ଏବେ ପାଇପ ଜରିଆରେ ଗ୍ୟାସ ଚୁଲି ପର୍ଯ୍ୟନ୍ତ ପହଂଚିବାକୁ ଯାଉଛି । ଏହି ପ୍ରକଳ୍ପର ତୃତୀୟ ଲାଭ ହେବ ଯେତେବେଳେ ଏଠାରେ ଉଦ୍ୟୋଗୁଡିକୁ ପର୍ଯ୍ୟାପ୍ତ ମାତ୍ରାରେ ଗ୍ୟାସ ମିଳିବ,ତାହାଦ୍ୱାରା ଗ୍ୟାସ ସମ୍ବନ୍ଧିତ ନୂତନ ଆର୍ଥିକ ଇକୋ ସିଷ୍ଟମ ବିକଶିତ ହେବ, ଯୁବଗୋଷ୍ଠିଙ୍କୁ ରୋଜଗାରର ନୂତନ ସୁଯୋଗ ମିଳିବ, ଏକ ପ୍ରକାରର ଉର୍ଜା ଗଙ୍ଗା ପ୍ରକଳ୍ପ ଏଠାକାର ଲୋକମାନଙ୍କୁ ଏବଂ ଖାସକରି ମଧ୍ୟବର୍ଗୀୟ ଲୋକମାନଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ସିଏନଜିର ବିସ୍ତାର ହେବା ଫଳରେ ଗାଡି ଚଳାଉଥିବା ଲୋକମାନଙ୍କର ଖର୍ଚ୍ଚ କମ ହେବ ଏବଂ ପେଟ୍ରୋଲ-ଡିଜେଲ ପାଇଁ ଖର୍ଚ୍ଚ ହେଉଥିବା କିଛି ଅର୍ଥ ମଧ୍ୟ ସଂଚୟ କରିହେବ  । ଏହାବ୍ୟତୀତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡିବ  ।

ବନ୍ଧୁଗଣ, ବରଉଣିର ଏହି ସାର କାରଖାନା ହେଉଛି ଏଠିକାର ସନ୍ତାନ ଏବଂ ଏଠାକାର ପ୍ରଥମ ମୁଖ୍ୟମନ୍ତ୍ରୀ ଡାକ୍ଟର ଶ୍ରୀକୃଷ୍ଣ ସିଂହଙ୍କୁ ଏହା ଏକ ପ୍ରକାରର ଶ୍ରଦ୍ଧାଞଳି । ସେ ଏହି କାରଖାନାକୁ ଏଠାରେ ପ୍ରତିଷ୍ଠା କରିବା ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ କିନ୍ତୁ ଯନ୍ତ୍ରପାତି ପୁରୁଣା ହେବାରୁ ଏହା ବନ୍ଦ ହୋଇଯାଇଥିଲା । ଏବେ ଯେତେବେଳେ ଏଠାରେ ଗ୍ୟାସ ପହଂଚାଇବାରେ ସକ୍ଷମ ହୋଇଛୁ ସେତେବେଳେ ଏହାକୁ ଗ୍ୟାସ ଆଧାରିତ କାରଖାନାରେ ପରିବର୍ତ୍ତିତ କରାଯାଇଛି  ।

ଭାଇ ଓ ଭଉଣୀମାନେ, ବରଉଣି ବ୍ୟତୀତ ଗୋରଖପୁର, ସିନ୍ଦରୀ ଏବଂ ଓଡ଼ିଶାର ତାଳଚେରଠାରେ ମଧ୍ୟ ଏଭଳି କାରଖାନାଗୁଡିକର ପୁନରୁଦ୍ଧାର କରିବାର କାର୍ଯ୍ୟ ଦୃତ ଗତିରେ ଚାଲିଛି  । ଏହା କେବଳ ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଙ୍ଗା ଯୋଜନା ଜରିଆରେ ସମ୍ଭବ ହୋଇପାରିଛି  ।

ବନ୍ଧୁଗଣ, ଏହିସବୁ ସାର କାରଖାନାଗୁଡିକରୁ ଏଠାକାର କୃଷକ ଭାଇ ଓ ଭଉଣୀମାନନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ସାର ମିଳିପାରିବ, ଯୁବଗୋଷ୍ଠିଙ୍କୁ ରୋଜଗାରର ନୂତନ ସୁଯୋଗ ମିଳିବ । ଆମ କୃଷକ ଭାଇ ଭଉଣୀମାନଙ୍କ ପାଇଁ ଚଳିତ ବଜେଟରେ ସରକାର ଏକ ଐତିହାସିକ ଯୋଜନାର ଘୋଷଣା ମଧ୍ୟ କରିଛନ୍ତି । ପିଏମ କିଷାନ ସମ୍ମାନ ଯୋଜନା ଅନ୍ତର୍ଗତ ଆଗାମୀ 10 ବର୍ଷ ମଧ୍ୟରେ ସାଢେ ସାତ ଲକ୍ଷ କୋଟି ଟଙ୍କା କୃଷକମାନଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ଜମା କରାଯିବ । ଏହାର ବହୁତ ବଡ ଲାଭ ବିହାରର କୃଷକମାନଙ୍କୁ ମଧ୍ୟ ହେବ । ଚିନ୍ତା କରନ୍ତୁ ଏତେ ବଡ ଅର୍ଥ ଦେଶର ଗ୍ରାମୀଣ ବ୍ୟବସ୍ଥାରେ ସିଧାସଳଖ ଭାବେ ପହଂଚିବ, ବିନା କୌଣସି ମଧ୍ୟସ୍ଥିରେ ପହଂଚିଲେ ସେ ଗ୍ରାମକୁ,ଗ୍ରାମବାସୀଙ୍କୁ ଶକ୍ତିଶାଳୀ କରିବ  ।

ଭାଇ ଓ ଭଉଣୀମାନେ, ଯେତେବେଳେ କୌଣସି ଉଦ୍ୟୋଗ ପ୍ରତିଷ୍ଠା ହୋଇଥାଏ ସେତେବେଳେ ଆଖପାଖ ଅଞ୍ଚଳରେ ରୋଜଗାରର ଏକ ବାତାବରଣ ସୃଷ୍ଟି ହୋଇଥାଏ ଯାହାର ଲାଭ ବିହାର ସମେତ ସମଗ୍ର ପୂର୍ବ ଭାରତକୁ ମିଳିବ  । ଏହିଭଳି ବରଉଣି ରିଫାଇନାରୀର ବିସ୍ତାରୀକରଣ ଦ୍ୱାରା ଏଠାରେଅଶୋଧିତ ତୈଳର ବିଶୋଧନ କ୍ଷମତା ବୃଦ୍ଧି ପାଇବ ଏବଂ ବିହାର ସହିତ ନେପାଳ ପର୍ଯ୍ୟନ୍ତ ପେଟ୍ରୋଲିୟମ ସହ ଜଡିତ ସାମଗ୍ରୀ ସହରେ ସୁଲଭ ହୋଇପାରିବ  ।

ବନ୍ଧୁଗଣ, ଆମ ସରକାରଙ୍କ ଦ୍ୱାରା ସଂଯୋଗୀକରଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି  । ଆଜି ଏଠାରୁ ରାଞ୍ଚି-ପାଟନା ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଯାଇଛି । ଏହାବ୍ୟତୀତ ବରଉଣି-କୁମେଦପୁର, ମୁଜଫରପୁର-ରକସୋଲ, ଫତୁହା-ଇସଲାମପୁର, ବିହାର ସରିଫ-ଦନିୟାବାନ ରେଳ ଲାଇନଗୁଡିକର ବିଦ୍ୟୁତିକରଣ କାର୍ଯ୍ୟ ସଂପନ୍ନ ହୋଇସାରିଛି  ।

ବନ୍ଧୁଗଣ, ରେଳ ସମେତ ଆମେ ସହରଗୁଡିକରେ ମଧ୍ୟ ସମାନ ଭାବେ ଟ୍ରାଫିକ ବ୍ୟବସ୍ଥାର ବିକାଶ କରୁଛୁ । ମୁଁ ପାଟନାବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି କାରଣ ପାଟଳିପୁତ୍ର ଏବେ ମେଟ୍ରୋ ରେଳ ସହିତ ସଂଯୋଗ ହେବାକୁ ଯାଉଛି  । 13 ହଜାର କୋଟିରୁ ଅଧିକ ଟଙ୍କାର ଏହି ପ୍ରକଳ୍ପକୁ ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ କରାଯାଉଛି  । ଏହି ମେଟ୍ରୋ ପ୍ରକଳ୍ପ ଦୃତ ଗତିରେ ବିକଶିତ କରାଯାଉଛି, ଯାହା ପାଟନା ସହରର ମାନ୍ୟତାକୁ ଆହୁରୀ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଦେବ । ଏହାସହିତ ପାଟନା ରିଭର ଫ୍ରଟର ବିକାଶ ହେବା ଦ୍ୱାରା ପାଟନାରେ ରହୁଥିବା ଲୋକମାନେ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏକ ସ୍ୱତନ୍ତ୍ର ଅନୁଭୂତି ହେବାକୁ ଯାଉଛି  ।

ବନ୍ଧୁଗଣ, ଏନଡିଏ ସରକାରଙ୍କ ଯୋଜନାର ଲକ୍ଷ୍ୟ ଆମ ବିକାଶ ଯାତ୍ରା ଦୁଇଟି ରାସ୍ତାରେ ଏକସଙ୍ଗେ ଚାଲିଛି । ପ୍ରଥମ ରାସ୍ତା ହେଉଛି ଭିତ୍ତିଭୂମି ସହ ଜଡିତ ଯୋଜନାଗୁଡିକ-ଉଦ୍ୟୋଗ ବିକାଶ,ଲୋକମାନଙ୍କୁ ଆଧୂନିକ ସୁବିଧା, ଏବଂ ଅନ୍ୟ ରାସ୍ତାଟି – ସେହି ବଂଚିତ, ଶୋଷିତ, ପିଡିତମାନଙ୍କ ଜୀବନକୁ ସରଳ କରିବା, ଯେଉଁମାନେ ବିଗତ 70 ବର୍ଷ ଧରି ଆଧାରଭୂତ ସୁବିଧା ପ୍ରାପ୍ତ କରିବା ପାଇଁ ସଂଘର୍ଷ କରୁଛନ୍ତି, ସେହି ସୁବିଧାଗୁଡିକରୁ ବଂଚିତ ହୋଇଛନ୍ତି  । ଆମ ଭାଇ ଓ ଭଉଣୀମାନଙ୍କ ପାଇଁ ପକ୍କା ଘର ନିର୍ମାଣ, ସେମାନଙ୍କୁ ରୋଷେଇ ଧୂଆଁ ରୁ ମୁକ୍ତ କରିବା, ଗ୍ୟାସ ସଂଯୋଗ ପ୍ରଦାନ, ସେମାନଙ୍କ ଘରକୁ ବିଜୁଳି ବ୍ୟବସ୍ଥା, ଶୌଚଳୟର ନିର୍ମାଣ, ସେମାନଙ୍କ ପାଇଁ ଚିକିତ୍ସା ସୁବିଧା, ଔଷଧ ଖର୍ଚ୍ଚ ହ୍ରାସ କରିବା, ଝିଅମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା, ଏଭଳି ଅନେକ ଯୋଜନା ଆମ ସରକାର ଆରମ୍ଭ କରିଛନ୍ତି । ନିଉ ଇଣ୍ଡିଆ ପାଇଁ ରାସ୍ତା ଏହି ଦୁଇଟି ମାର୍ଗଦେଇ କରାଯିବ । କେନ୍ଦ୍ର ସରକାରଙ୍କ ଆବାସ ଯୋଜନାଗୁଡିକ ଅନ୍ତର୍ଗତ ବିହାରରେ ଦାରିଦ୍ର୍ୟତା ପାଇଁ 18 ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇସାରିଛି । ଏଥିରେ 50 ହଜାରରୁ ଅଧିକ ଏହି ବେଗୁସରାୟଠାରେ ନିର୍ମିତ ହୋଇଛି  ।

ଏହିଭଳି ଅମୃତ ମିଶନ ଅନ୍ତର୍ଗତ ବିହାରର 27ଟି ସହର- ଆରା, ହାଜିପୁର, ପାଟନା, ସାସାରାମ,ମୋତିହାରୀ, ଭାଗଲପୁର, ମୁଙ୍ଗେର, ସିୱାନକୁ ଆଧୂନିକ ସୁବିଧା ସହିତ ସଂଯୋଗ କରାଯାଉଛି  । ଆଜି ମଧ୍ୟ ପାଟନା ସହିତ ବିହାରର ଅନ୍ୟ ସହରଗୁଡିକ ପାଇଁ ପେୟ ଜଳ, ଶୌଚାଳୟରୁ ପାଣିନିଷ୍କାସନ ପାଇଁ ଏବଂ ସ୍ୱଚ୍ଛତା ସହ ଜଡିତ 22ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହିଭଳି,କରମାଲିଚକ, ବାଡ, ସୁଲତାନନଗର ଏବଂ ନୋଗଠିଆ ପାଇଁ ସ୍ଵିରେଜ ନେଟୱାର୍କ ଏବଂ ଅପରିସ୍କାର ପାଣିର ସଫେଇ ସମ୍ବନ୍ଧିତ ପ୍ଲାଂଟ ଯେତେବେଳେ ପ୍ରସ୍ତୁତ ହୋଇଯିବ ସେତେବେଳେ ଏଥିରେ ନମାମୀ ଗଙ୍ଗେ ମିଶନ ଆହୁରୀ ଶକ୍ତିଶାଳୀ ହୋଇପାରିବ । ଆମର ଏହି ସହର ମଧ୍ୟ ସଫା ସୁତୁରା ରହିବ,ଏଠାକାର ପାଣି ମଧ୍ୟ ସ୍ୱଚ୍ଛ ରହିବ  ।

ଭାଇ ଓ ଭଉଣୀମାନେ, ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା ହେଉ, ସଂଯୋଗୀକରଣ ହେଉ, ସ୍ମାର୍ଟ ସହର ହେଉ, ଗଙ୍ଗାଜୀଙ୍କର ସଫେଇ କାର୍ଯ୍ୟ ହେଉ, ଏହିଭଳି ସମସ୍ତ ବ୍ୟବସ୍ଥାଗୁଡିକ ସହିତ ଏନଡିଏ ସରକାର ଗରିବ ଏବଂ ମଧ୍ୟମ ବର୍ଗର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି  । ବିହାରରେ ସ୍ୱାସ୍ଥ୍ୟ ସେବା ଦୃଷ୍ଟିକୋଣରୁ ଆଜି ଏକ ଐତିହାସିକ ଦିବସ । ଛପରା ଏବଂ ପୂର୍ଣ୍ଣିୟାଠାରେ ଏବେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି, ଭାଗଲପୁର ଏବଂ ଗୟାର ମେଡିକାଲ କଲେଜର ମଧ୍ୟ ଆଧୂନିକିକରଣ କରାଯାଉଛି । ଏହାବ୍ୟତୀତ, ବିହାରର ପାଟନାଠାରେ ଏମ୍ସ ବ୍ୟତୀତ ଆଉ ଏକ ଏମ୍ସ ପ୍ରତିଷ୍ଠାର କାର୍ଯ୍ୟ ଜାରୀ ରହିଛି । ଏହିସବୁ ସୁବିଧାଗୁଡିକର ବିକାଶ ହେବାପରେ ବିହାରର ଲୋକମାନଙ୍କୁ ଗୁରୁତ୍ତର ରୋଗର ଚିକିତ୍ସା ପାଇଁ ବାହାରକୁ ଯିବାର ଆବଶ୍ୟକତା କମି ଯିବ ।

ଭାଇ ଓ ଭଉଣୀମାନେ, ମୁଁ ଗରିବଙ୍କର ସେହି ଦୁଃଖକୁ ବୁଝିପାରୁଛି ଯେତେବେଳେ ସେ ନିଜ ଘର ଖର୍ଚ୍ଚ, ପିଲାଙ୍କ ଶିକ୍ଷା ଯୋଗୁ ନିଜର ଚିକିତ୍ସା କରାଇନଥାଏ  । ଏଭଳି ସ୍ଥିତିରେ ତାର ରୋଗ ଆହୁରୀ ବଢି ବଢି ଚାଲିଥାଏ  ।  ଦେଶର ପ୍ରତ୍ୟେକ ଗରିବକୁ ଏହି ଚିନ୍ତାରୁ ମୁକ୍ତି କରିବା ପାଇଁ ଏନଡିଏ ସରକାର ଆୟୁଷ୍ମାନ ଭାରତ ଯୋଜନା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନାର ଆରମ୍ଭ କରିଛନ୍ତି  । ଏହି ଯୋଜନା ସମଗ୍ର ଦେଶର ପାଖାପାଖି 50 କୋଟି ଗରିବଙ୍କ ପାଇଁ ଆଶାର କିରଣ ହୋଇଛି । ଏଥିମଧ୍ୟରୁ ପାଞ୍ଚ କୋଟିରୁ ଅଧିକ ଲୋକ, ମୋ ବିହାରର ବାସିନ୍ଦା  । ଏ ପର୍ଯ୍ୟନ୍ତ ଏହି ଯୋଜନା ଶୁଭାରମ୍ଭର 150 ଦିନ ମଧ୍ୟ ହୋଇନାହିଁ, ଏତେ କମ ସମୟ ମଧ୍ୟରେ ଦେଶର ପାଖାପାଖି 12 ଲକ୍ଷ ଗରିବ ଭାଇ ଓ ଭଉଣୀମାନଙ୍କୁ ଏହା ଜରିଆରେ ମାଗଣାରେ ଚିକିତ୍ସା ସୁବିଧା ମିଳିପାରିଛି  । ସେଥିମଧ୍ୟରୁ ବିହାରର ମଧ୍ୟ ସାଢେ 12 ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସାର ଲାଭ ମିଳିସାରିଛି  । କିଛି ଦିନ ପୂର୍ବେ ଆମ ସରକାର ସାଧାରଣ ବର୍ଗର ଗରିବଙ୍କ ପାଇଁ ଆର୍ଥିକ ଆଧାରରେ 10 ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି । ଏହା ଅନ୍ୟ ବର୍ଗର ସଂରକ୍ଷଣ ବ୍ୟବସ୍ଥା ସହିତ କରାଯାଇଛି  ।

ବନ୍ଧୁଗଣ, ବିକାଶ ଏବଂ ବିଶ୍ୱାସର ଏହି ସମସ୍ତ କାର୍ଯ୍ୟ ଏଥିଯୋଗୁ ସମ୍ଭବ ହୋଇପାରୁଛି କାରଣ ଆପଣମାନେ ଏକ ମଜବୁତ ସରକାର ସାଢେ ଚାରି ବର୍ଷ ପୂର୍ବେ ଗଠନ କରିଛନ୍ତି,  ଯିଏକି ସଂପୂର୍ଣ୍ଣ କ୍ଷମତାର ସହ, ଅତିଶୀଘ୍ର ନିଷ୍ପତ୍ତି ନେଇପାରୁଛି, ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ  କରିପାରୁଛି  । ଏବଂ ଏଥିପାଇଁ ଆଉଥରେ ଆପଣ ସମସ୍ତଙ୍କୁ ଶୁଭକାମନାର ସହିତ ଏହି ବିକାଶ ଯୋଜନାଗୁଡିକ ନୂତନ ବିହାରର ପରିଚୟ ସୃଷ୍ଟି କରିବ, ଯୁବଗୋଷ୍ଠିଙ୍କୁ ରୋଜଗାର ପ୍ରଦାନ କରିବ, କୃଷକମାନଙ୍କୁ ଶକ୍ତି ପ୍ରଦାନ କରିବ, ପାଟନାର ନୂତନ ପରିଚୟ ହେବ, ଆରୋଗ୍ୟ ଦୃଷ୍ଟିରୁ ସୁସ୍ଥ ବିହାରର ସ୍ୱପ୍ନ ପୂରଣ କରିପାରିବ । ଏହିସବୁ କଥା ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ନୀତିଶ ବାବୁ ଏବଂ ତାଙ୍କର ପୂରା ଟିମକୁ ଅନେକ ଅନେକ ଅଭିନନ୍ଦନ  ।

ଅଶେଷ ଅଶେଷ ଧନ୍ୟବାଦ  । ମୋ ସହିତ ଜୋରରେ କୁହନ୍ତୁ –

ଭାରତ ମାତା କୀ –ଜୟ

ଭାରତ ମାତା କୀ -ଜୟ

ଭାରତ ମାତା କୀ –ଜୟ

ଅଶେଷ ଅଶେଷ ଧନ୍ୟବାଦ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Handloom — weaving India’s heritage into global growth

Media Coverage

Handloom — weaving India’s heritage into global growth
NM on the go

Nm on the go

Always be the first to hear from the PM. Get the App Now!
...
PM to address the 57th Convocation Ceremony of IIT Delhi on 8th August
August 07, 2026
PM to present Institute's Highest Honours to Meritorious Students
PM to inaugurate Param Pragya, an AI-powered high-performance supercomputing facility established at Sonipat Campus of IIT Delhi

Prime Minister Shri Narendra Modi will participate in the 57th Convocation Ceremony of the Indian Institute of Technology (IIT) Delhi as the Chief Guest on 8 August 2026 at 11 AM. He will address over 3000 graduating students including 587 Ph.D. scholars who will be conferred their degrees during the ceremony.

Recognizing outstanding academic excellence, Prime Minister will present the Institute's most prestigious honours, including the President's Gold Medal, Director's Gold Medal, Shankar Dayal Sharma Gold Medal, and Perfect Ten Gold Medals to the meritorious students.

Further emphasising India's commitment to advancing cutting-edge research and artificial intelligence, Prime Minister will inaugurate Param Pragya, an AI-powered high-performance supercomputing facility established at the Sonipat Campus of IIT Delhi. The state-of-the-art facility is expected to significantly enhance the institute's capabilities in AI, data science, advanced computing, and interdisciplinary research.