କୃଷି କ୍ଷେତ୍ରରେ R&D ପ୍ରତି ଅଧିକ ବେସରକାରୀ କ୍ଷେତ୍ରର ଅବଦାନର ଆବଶ୍ୟକତା ଉପରେ ଗୁରୁତ୍ୱ
କ୍ଷୁଦ୍ର ଚାଷୀଙ୍କ ସଶକ୍ତିକରଣ ସରକାରଙ୍କ ଦୃଷ୍ଟିକୋଣର କେନ୍ଦ୍ର ଅଟେ: ପ୍ରଧାନମନ୍ତ୍ରୀ
ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଆମ ଦେଶର କୃଷି କ୍ଷେତ୍ରକୁ ବିଶ୍ୱ ବଜାରରେ ବିସ୍ତାର କରିବାକୁ ପଡିବ: ପ୍ରଧାନମନ୍ତ୍ରୀ

ନମସ୍କାର!

ଚଳିତ ବର୍ଷର ବଜେଟରେ ଆପଣମାନଙ୍କ ପରାମର୍ଶର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବଂ ଆପଣମାନେ ଯେତେବେଳେ ବଜେଟ ଦେଖିଥିବେ, ସେତେବେଳେ ଆପଣମାନେ ନିଶ୍ଚିତଭାବେ ଜାଣିଥିବେ ଯେ ଆପଣମାନଙ୍କ ପରାମର୍ଶ, ଆପଣମାନଙ୍କ ବିଚାରକୁ ବଜେଟରେ ଅନ୍ତର୍ଭୁକ୍ତ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଛି । ସେହି କାର୍ଯ୍ୟ ତ ହେଇଗଲା । ଏବେ ଯେଉଁ କାମ ପାଇଁ ଆଜି ବିଚାର ଆଲୋଚନା ହେଉଛି ତାହା ହେଉଛି.. ଆମେ କୃଷି କ୍ଷେତ୍ରରେ ସଂସ୍କାର ଏବଂ ବଜେଟରେ ଏଥିପାଇଁ ବ୍ୟବସ୍ଥାକୁ ଆଗକୁ ବଢାଇବା ଉଚିତ, ଦୃତ ଗତିରେ ଆଗକୁ ବଢାଇବା ଉଚିତ୍‌, ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଂଚାଇବା ଉଚିତ୍‌, ନିର୍ଦ୍ଦିଷ୍ଟ ସମୟସୀମାରେ କରିବା ଉଚିତ୍ । ଖୁବ୍ ଦକ୍ଷତାର ସହିତ ଏବଂ ସମସ୍ତଙ୍କୁ ଏଥିରେ ସମ୍ପୃକ୍ତ କରି ଏହି କାର୍ଯ୍ୟ ସମ୍ପାଦନ କରିବା । ଯାହା ସରକାରୀ-ଘରୋଇ ଭାଗିଦାରୀର ଉପଯୁକ୍ତ ଉଦାହରଣ । କେନ୍ଦ୍ର ଓ ରାଜ୍ୟ ସମନ୍ୱୟର ଉପଯୁକ୍ତ ଉଦାହରଣ.. ଆଜିର ଚର୍ଚ୍ଚାରୁ ଆମେ ଏହିସବୁ ନିଷ୍କର୍ଷ ବାହାର କରିବାକୁ ଚାହୁଁ ।

ଏହି ୱେବିନାରରେ କୃଷି, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ ଭଳି ଭିନ୍ନ ଭିନ୍ନ କ୍ଷେତ୍ରର ଦକ୍ଷ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି । ସରକାରୀ, ଘରୋଇ ଏବଂ ସମବାୟ କ୍ଷେତ୍ରର ବନ୍ଧୁମାନେ ମଧ୍ୟ ଅଛନ୍ତି.. ଆଜି ଆମକୁ ସେମାନଙ୍କ ବିଚାରଧାରାର ମଧ୍ୟ ସୁଫଳ ମିଳିବାକୁ ଯାଉଛି । ଏବଂ ଦେଶର ଗ୍ରାମୀଣ ଅର୍ଥନୀତିକୁ ପାଣ୍ଠି ଯୋଗାଉଥିବା ବ୍ୟାଙ୍କଗୁଡିକର ପ୍ରତିନିଧିମାନେ ମଧ୍ୟ ଅଛନ୍ତି ।

ଆପଣମାନେ ସମସ୍ତେ ଆତ୍ମନିର୍ଭର ଭାରତ ପାଇଁ ଆବଶ୍ୟକ ଆତ୍ମନିର୍ଭର ଭାରତ ଗ୍ରାମୀଣ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟନ୍ତି । ମୁଁ କିଛି ଦିନ ପୂର୍ବରୁ ସଂସଦରେ ଏ ବିଷୟରେ ବିସ୍ତୃତ ଭାବେ କହିଥିଲି ଯେ, ସରକାର କିଭଳି କ୍ଷୁଦ୍ର ଚାଷୀମାନଙ୍କୁ ଧ୍ୟାନରେ ରଖି ବିଗତ ବର୍ଷମାନଙ୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହି କ୍ଷୁଦ୍ର ଚାଷୀମାନଙ୍କ ସଂଖ୍ୟା ୧୨ କୋଟି ଏବଂ ସେମାନଙ୍କର ସଶକ୍ତିକରଣ ହିଁ ଭାରତୀୟ କୃଷିକୁ ଅନେକ ସମସ୍ୟାରୁ ମୁକ୍ତ କରିବାରେ ସାହାଯ୍ୟ କରିବ । କେବଳ ଏତିକି ନୁହେଁ, ତାହା ହିଁ ଗ୍ରାମୀଣ ଅର୍ଥନୀତିକୁ ଆଗକୁ ବଢାଇବା ଦିଗରେ ସହାୟକ ହେବ ।

ମୁଁ ମୋ କଥା ଆଗକୁ ବଢାଇବା ପୂର୍ବରୁ, ବଜେଟରେ କୃଷି ପାଇଁ ଯାହା ସବୁ ବ୍ୟବସ୍ଥା କରାଯାଇଛି, ସେସବୁର ମୁଖ୍ୟାଂଶ ଆପଣମାନଙ୍କ ନିକଟରେ ପୁଣି ଥରେ ହୋହରାଇବାକୁ ଚାହୁଁଛି । ମୁଁ ଜାଣିଛି ଆପଣମାନେ ଏସବୁ ବିଷୟରେ ଅବଗତ ଅଛନ୍ତି । ସରକାର ଚଳିତଥର କୃଷି ଋଣ ଲକ୍ଷ୍ୟକୁ ୧୬ ଲକ୍ଷ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଥିରେ ମଧ୍ୟ ପଶୁପାଳନ, ଦୁଗ୍ଧ ଚାଷ ଓ ମତ୍ସ୍ୟଚାଷକୁ ପ୍ରାଥମିକତା ଦିଆଯାଇଛି । ଗ୍ରାମୀଣ ଭିତିଭୂମୀ ପାଣ୍ଠିକୁ ମଧ୍ୟ ୪୦ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । କ୍ଷୁଦ୍ର ଜଳସେଚନ ପାଣ୍ଠିର ଅର୍ଥକୁ ମଧ୍ୟ ବୃଦ୍ଧି କରାଯାଇ ଦୁଇ ଗୁଣା କରାଯାଇଛି । ଅପରେସନ୍ ଗ୍ରୀନ୍ ଯୋଜନାର ପରିସର ବୃଦ୍ଧି କରାଯାଇ ବର୍ତମାନ ୨୨ଟି ଶୀଘ୍ର ନଷ୍ଟ ହୋଇଯାଉଥିବା ଉତ୍ପାଦକୁ ସେଥିରେ ସାମିଲ କରାଯାଇଛି । ଦେଶର ଆଉ ୧୦୦୦ ମଣ୍ଡିକୁ ଇ-ନାମ ସହ ସଂଯୋଗ କରିବାକୁ ନିଷ୍ପତି ନିଆଯାଇଛି । ଏହିସବୁ ନିଷ୍ପତିରେ ସରକାରଙ୍କ ଚିନ୍ତାଧାରା ପ୍ରତିଫଳିତ ହେଉଛି, ସରକାରଙ୍କ ଉଦ୍ଦେଶ୍ୟ ଅନୁଭୂତ ହେଉଛି ଏବଂ ଏଥିସହ ସରକାରଙ୍କ ଲକ୍ଷ୍ୟ ବିଷୟରେ ମଧ୍ୟ ଜଣାପଡୁଛି । ଏବଂ ଏ ସମସ୍ତ ବିଷୟ ଆପଣମାନଙ୍କ ସହ ଆଲୋଚନାରୁ ହିଁ ବାହାରିଛି । ଯାହାକୁ ଆମେ ଆଗକୁ ବଢାଇଛୁ । କ୍ରମାଗତ ଭାବେ ବୃଦ୍ଧି ପାଉଥିବା କୃଷି ଉତ୍ପାଦନ ମଧ୍ୟରେ ଭାରତ ଏକବିଂଶ ଶତାଦ୍ଦୀରେ ଅମଳ ପରବର୍ତୀ ବିପ୍ଳବ, ଅବା ଖାଦ୍ୟ ପ୍ରକ୍ରିୟାକରଣ ବିପ୍ଳବକୁ ଆହୁରି ମୂଲ୍ୟ ଯୁକ୍ତ କରିବାର ଆବଶ୍ୟକତା ରହିଛି । ଦେଶ ପାଇଁ ଖୁବ୍ ଭଲ ହୋଇଥାଆନ୍ତା ଯଦି ଏହି କାମ ଦୁଇ-ତିନି ଦଶନ୍ଧି ପୂର୍ବରୁ କରାଯାଇଥାଆନ୍ତା । ବର୍ତମାନ ଆମକୁ ଯେଉଁ ସମୟ ବିତିଯାଇଛି, ତାକୁ ତ ପୂରଣ କରିବାକୁ ପଡିବ ହିଁ ପଡିବ, ଆଗାମୀ ଦିନ ପାଇଁ ମଧ୍ୟ ନିଜର ପ୍ରସ୍ତୁତି ଓ ନିଜର ବେଗକୁ ଆହୁରି ଦୃତ କରିବାକୁ ପଡିବ ।

ବନ୍ଧୁଗଣ,

ଯଦି ଆମେ ଆମ ଦୁଗ୍‌ଧ ଉତ୍ପାଦନ କ୍ଷେତ୍ରକୁ ଦେଖିବା ତାହେଲେ ଜାଣିବା ଯେ ତାହା ଆଜି ଏଥିପାଇଁ ଏତେ ଶକ୍ତିଶାଳୀ ହୋଇଛି କାରଣ ଏତେ ଦଶନ୍ଧି ମଧ୍ୟରେ ଏହା ବାରମ୍ବାର ପ୍ରକ୍ରିୟାକରଣର ବିସ୍ତାର କରିଛି । ଆଜି ଆମକୁ କୃଷିର ସବୁ କ୍ଷେତ୍ରରେ, ସବୁ ଖାଦ୍ୟଶସ୍ୟ, ସବୁ ପନିପରିବା, ମତ୍ସ୍ୟ ଉତ୍ପାଦନ, ସବୁଥିରେ ପ୍ରକ୍ରିୟାକରଣ ଉପରେ ସବୁଠାରୁ ଅଧିକ ଧ୍ୟାନ ଦେବାକୁ ପଡିବ ଏବଂ ପ୍ରକ୍ରିୟାକରଣ ବ୍ୟବସ୍ଥା.. ଏଥିରେ ସଂସ୍କାର ଆଣିବା ପାଇଁ ଜରୁରୀ ହେଉଛି, କୃଷକମାନଙ୍କୁ ସେମାନଙ୍କ ଗାଁ ନିକଟରେ ହିଁ ଭଣ୍ଡାରଣର ଆଧୁନିକ ସୁବିଧା ମିଳିବା ଦରକାର, ଜମିରୁୁ ପ୍ରକ୍ରିୟାକରଣ କେନ୍ଦ୍ର ପର୍ଯ୍ୟନ୍ତ ପହଂଚାଇବା ବ୍ୟବସ୍ଥାରେ ଉନ୍ନତି, ପ୍ରକ୍ରିୟାକରଣ ଶିଳ୍ପର ସଯତ୍ନ ବିକାଶ  ଏସବୁକୁ କୃଷକ ଉତ୍ପାଦକ ସଂଗଠନ ମିଳିମିଶି କରିବା ଅପରିହାର୍ଯ୍ୟ । ଏବଂ ଆମେ ସମସ୍ତେ ଜାଣୁ ଯେ, ଖାଦ୍ୟ ପ୍ରକ୍ରିୟାକରଣ ବିପ୍ଳବ ପାଇଁ ଦେଶର କୃଷକମାନଙ୍କ ସହିତ ଦେଶର ସରକାରୀ-ବେସରକାରୀ-ସମବାୟ କ୍ଷେତ୍ରକୁ ମଧ୍ୟ ସମ୍ପୁର୍ଣ୍ଣ ସାମର୍ଥ୍ୟର ସହ ସଠିକ୍ ମାର୍ଗରେ ଆଗକୁ ଆସିବାକୁ ପଡିବ ।

ବନ୍ଧୁଗଣ,

କୃଷକକୁ ତାର ଉତ୍ପାଦର ସଠିକ୍ ବଜାର ବିକଳ୍ପ ମିଳୁ ଏହା ହିଁ ସମୟର ଆହ୍ୱାନ । କେବଳ କଂଚାମାଲରୁ ଉତ୍ପାଦ ପର୍ଯ୍ୟନ୍ତ କୃଷକମାନଙ୍କୁ ସିମୀତ ରଖିବାର ଫଳ ଆଜି ଦେଶ ଭୋଗୁଛି । ଆମକୁ ଦେଶର କୃଷି  କ୍ଷେତ୍ରର, ପ୍ରକ୍ରିୟାକୃତ ଖାଦ୍ୟର ବିଶ୍ୱବଜାରକୁ ସମ୍ପ୍ରସାରିତ କରିବାକୁ ହିଁ ପଡିବ । ଆମକୁ ଗାଁ ପାଖରେ ହିଁ କୃଷି ଶିଳ୍ପ ପୁଞ୍ଜର ପ୍ରତିଷ୍ଠା କରିବାକୁ ହିଁ ପଡିବ ଯାହାଦ୍ୱାରା ଗ୍ରାମାଂଚଳର ଲୋକମାନଙ୍କୁ ଗାଁରେ ହିଁ କୃଷି କ୍ଷେତ୍ର ସହ ଜଡିତ ରୋଜଗାର ମିଳିପାରିବ । ଜୈବିକ ପୁଞ୍ଜ, ରପ୍ତାନୀ ପୁଞ୍ଜଗୁଡିକର ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଗାଁରୁ କୃଷିଭିତିକ ସାମଗ୍ରୀ ସହରକୁ ଯିବ ଏବଂ ସହରରୁ ଅନ୍ୟ ଶିଳ୍ପଭିତିକ ସାମଗ୍ରୀ ଗାଁରେ ପହଂଚିବ, ଏଭଳି ଏକ ସ୍ଥିତି ଆଡକୁ ଆମକୁ ଅଗ୍ରସର ହେବାକୁ ପଡିବ । ଏବେ ବି ଦେଶରେ ଲକ୍ଷ ଲକ୍ଷ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଚାଲୁଛି । କିନ୍ତୁ ସେଗୁଡିକର ସମ୍ପ୍ରସାରଣ କରିବା, ସେଗୁଡିକର ସାମର୍ଥ୍ୟ ବୃଦ୍ଧି କରିବା.. ଏହା ସମୟର ଆହ୍ୱାନ ଏବଂ ଏହା ମଧ୍ୟ ଖୁବ୍ ଜରୁରୀ ଅଟେ । ଏକ ଜିଲ୍ଲା, ଏକ ଉତ୍ପାଦ ଏହି ଯୋଜନା କିଭଳି ଆମ ଉତ୍ପାଦକୁ ବିଶ୍ୱ ବଜାରରେ ପହଂଚାଇବ, ଏଥିପାଇଁ ଆମକୁ ପୂର୍ଣ୍ଣମାତ୍ରାରେ ଏକାଠି ହେବାକୁ ପଡିବ ।

ବନ୍ଧୁଗଣ,

କେବଳ କୃଷିରେ ନୁହେଁ, ମତ୍ସ୍ୟ ଚାଷ କ୍ଷେତ୍ରରେ ମଧ୍ୟ ଆମ ନିକଟରେ ପ୍ରକ୍ରିୟାକରଣର ବହୁତ ବଡ ସୁଯୋଗ ରହିଛି । ଯଦିଓ ଆମେ ବିଶ୍ୱର ଅନ୍ୟତମ ବୃହତ ମତ୍ସ୍ୟ ଉତ୍ପାଦକ ଓ ରପ୍ତାନୀକାରୀ ରାଷ୍ଟ୍ର, ମାତ୍ର ପ୍ରକ୍ରିୟାକୃତ ମତ୍ସ୍ୟ କ୍ଷେତ୍ରରେ ଅନ୍ତର୍ଜାତୀୟ ବଜାରରେ ଆମର ଉପସ୍ଥିତି ଖୁବ୍ ସିମୀତ । ଭାରତର ମାଛ ପୂର୍ବ ଏସିଆ ବାଟ ଦେଇ ପ୍ରକ୍ରିୟାକୃତ ହେବା ପରେ ବିଦେଶୀ ବଜାରରେ ପହଂଚିଥାଏ । ଏହି ସ୍ଥିତିରେ ଆମକୁ ପରିବର୍ତନ ଆଣିବାକୁ ପଡିବ ।

ବନ୍ଧୁଗଣ,

ଏଥିପାଇଁ ଜରୁରୀ ସଂସ୍କାର ବ୍ୟତୀତ ପାଖାପାଖି ୧୧ ହଜାର କୋଟି ଟଙ୍କାର ଉତ୍ପାଦନ ଭିତିକ ପ୍ରୋତ୍ସାହନ ଯୋଜନା ମଧ୍ୟ ସରକାର ପ୍ରସ୍ତୁତ କରିଛନ୍ତି, ଶିଳ୍ପଜଗତ ଯାହାର ଫାଇଦା ଉଠାଇପାରିବ । ରେଡି ଟୁ ଇଟ୍‌, ରେଡି ଟୁ କୁକ୍ ଫଳ- ପନିପରିବା ହେଉ, ସାମୁଦ୍ରିକ ଖାଦ୍ୟ ହେଉ, ମୋଜରିଲା ଛେନା ହେଉ ଏପରି ଅନେକ ଉତ୍ପାଦକୁ ପ୍ରୋତ୍ସାହିତ କରାଯାଉଛି । କୋଭିଡ୍ ପରେ ଦେଶ ବିଦେଶରେ ଏଭଳି ଉତ୍ପାଦର ଚାହିଦା କେତେ ଯେ ବଢିଯାଇଛି, ଏକଥା ଆପଣମାନେ ମୋଠାରୁ ଅଧିକ ଭଲ ଭାବେ ଜାଣନ୍ତି ।

ବନ୍ଧୁଗଣ,

ଅପରେସନ୍ ଗ୍ରୀନସ୍ ଯୋଜନା ଅଧିନରେ କିସାନ୍ ରେଲ ପାଇଁ ସମସ୍ତ ଫଳ ଏବଂ ପନିପରିବା ପରିବହନ ଉପରେ ୫୦ ପ୍ରତିଶତ ରିହାତି ଦିଆଯାଉଛି । କିସାନ ରେଲ ମଧ୍ୟ ଆଜି ଦେଶର ଶୀତଳ ଭଣ୍ଡାର ନେଟୱର୍କର ସଶକ୍ତ ମାଧ୍ୟମ ପାଲଟିଛି । ଏହି କିସାନ ରେଲ୍‌, କ୍ଷୁଦ୍ର କୃଷକ, ମତ୍ସ୍ୟଜୀବୀଙ୍କୁ ବଡ ବଜାର ଏବଂ ଅଧିକ ଚାହିଦା ଥିବା ବଜାର ସହ ସଂଯୋଗ କରିବାରେ ସଫଳ ହେଉଛି । ଗତ ୬ ମାସରେ ପ୍ରାୟ ସାଢେ ତିନି ଶହ କିସାନ୍ ରେଲ୍ ଚଳାଚଳ କରିଛି ଏବଂ ଏହାଦ୍ୱାରା ପାଖାପାଖି ୧ ଲକ୍ଷ ମେଟ୍ରିକ୍ ଟନ୍ ଫଳ ଓ ପନିପରିବା ପରିବହନ କରାଯାଇଛି । ଏହା କ୍ଷୁଦ୍ର କୃଷକମାନଙ୍କ ପାଇଁ ବହୁତ ବଡ ମାଧ୍ୟମ ହେବା ସହ ଗ୍ରାହକ ଓ ଶିଳ୍ପ ମଧ୍ୟ ଏଥିରୁ ଉପକୃତ ହେଉଛନ୍ତି ।

ବନ୍ଧୁଗଣ,

ଦେଶର ଜିଲ୍ଲାଗୁଡିକରେ ସେହିଠାରେ ଉତ୍ପାଦିତ ଫଳ ଏବଂ ପନିପରିବାର ପ୍ରକ୍ରିୟାକରଣ ପାଇଁ କ୍ଲଷ୍ଟର ତିଆରି ଉପରେ ଗୁରୁତ୍ୱ ଦିଆଯାଉଛି । ସେହିଭଳି ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟମ ଉନ୍ନୟନ ଯୋଜନା ଅଧିନରେ ଲକ୍ଷ ଲକ୍ଷ ଛୋଟ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରଗୁଡିକୁ ସହାୟତା ଦିଆଯାଉଛି ।  ଏଥିପାଇଁ ଜରୁରୀ ଭିତିଭୂମୀରୁ ଆରମ୍ଭ କରି କେନ୍ଦ୍ର ପ୍ରତିଷ୍ଠା ପର୍ଯ୍ୟନ୍ତ ଆପଣମାନଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ଖାଦ୍ୟ ପ୍ରକ୍ରିୟାକରଣ ସହ ଆମକୁ ଏକଥା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ଯେ କିଭଳି କ୍ଷୁଦ୍ରରୁ କ୍ଷୁଦ୍ର ଚାଷୀକୁ ଆଧୁନିକ ଜ୍ଞାନକୌଶଳର ଲାଭ ମିଳିପାରିବ । ଦେଶର କ୍ଷୁଦ୍ର ଚାଷୀ, ଟ୍ରାକ୍ଟର, ଫସଲ ଅବଶେଷ ବାହାର କରିବା ମେସିନ ବା ଅନ୍ୟ ମେସିନ୍ କିଣିବା ପାଇଁ ସକ୍ଷମ ନୁହନ୍ତି । କ’ଣ ଟ୍ରାକ୍ଟର ଏବଂ ଅନ୍ୟ ମେସିନ୍‌କୁ ଭଡାରେ ଆଣି କାର୍ଯ୍ୟରେ ଲଗାଇବା ପାଇଁ ଏକ ଆନୁଷ୍ଠାନିକ, ଶସ୍ତା ଏବଂ ପ୍ରଭାବଶାଳୀ ବିକଳ୍ପ କୃଷକମାନଙ୍କୁ ଦିଆଯାଇପାରିବ କି? ଆଜି ଯେତେବେଳେ ଉଡାଜାହାଜ ପର୍ଯ୍ୟନ୍ତ ବିମାନ ସେବାଗୁଡିକୁ ଘଂଟା ହିସାବରେ ଭଡାରେ ମିଳିପାରୁଛି, ସେତେବେଳେ ଦେଶର କୃଷକମାନଙ୍କ ପାଇଁ ମଧ୍ୟ ଏଭଳି ବ୍ୟବସ୍ଥାର ବିସ୍ତାର କରାଯାଇପାରିବ । କରୋନା ସମୟରେ କୃଷକଙ୍କ ଉତ୍ପାଦକୁ ମଣ୍ଡି ପର୍ଯ୍ୟନ୍ତ ପହଂଚାଇବା ପାଇଁ କିଛିଟା ଟ୍ରକ୍ ଏଗ୍ରିଗେଟର୍ସର ବ୍ୟବହାର ମଧ୍ୟ କରାଯାଇଥିଲା । ଏବଂ ଲୋକମାନଙ୍କୁ ଏହା ଭଲ ଳାଗିଥିଲା । କ୍ଷେତରୁ ମଣ୍ଡି ପର୍ଯ୍ୟନ୍ତ କିମ୍ବା ଶିଳ୍ପ ପର୍ଯ୍ୟନ୍ତ, କ୍ଷେତରୁ କିସାନ୍ ରେଲ୍ ପର୍ଯ୍ୟନ୍ତ ଏହାକୁ କିପରି ବିସ୍ତାର କରାଯାଇପାରିବ ସେ ଦିଗରେ ଆମକୁ ଉଦ୍ୟମ କରିବାକୁ ପଡିବ । ଚାଷ ସମ୍ବନ୍ଧୀୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମୃତିକା ପରୀକ୍ଷା । ବିଗତ ବର୍ଷଗୁଡିକରେ ସରକାରଙ୍କ ଦ୍ୱାରା କୋଟି କୋଟି କୃଷକଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି । ଏବେ ଆମକୁ ଦେଶରେ ମୃତିକା ସ୍ୱାସ୍ଥ୍ୟ କାର୍ଡର ପରୀକ୍ଷଣ ସୁବିଧା ଗାଁ ଗାଁରେ ପହଂଚାଇବାକୁ ପଡିବ । ଯେପରି ରକ୍ତ ପରୀକ୍ଷା ପାଇଁ ପରୀକ୍ଷାଗାର ରହିଥାଏ, ତାର ଏକ ନେଟୱାର୍କ ଥାଏ, ମୃତିକା ପରୀକ୍ଷା ପାଇଁ ମଧ୍ୟ ସେହିଭଳି କରିବାକୁ ପଡିବ । ଏବଂ ବହୁସଂଖ୍ୟାରେ ବେସରକାରୀ ସଂସ୍ଥା ଏଥିସହ ସଂଯୁକ୍ତ ହୋଇପାରିବେ । ଏବଂ ଥରେ ମୃତିକା ପରୀକ୍ଷଣର ନେଟୱର୍କ ପ୍ରସ୍ତୁତ ହୋଇଗଲେ  କୃଷକମାନେ ମୃତିକା ପରୀକ୍ଷଣରେ ଅଭ୍ୟସ୍ତ ହୋଇଯିବେ । ନିଜ ଜମିର ମାଟିର ସ୍ୱାସ୍ଥ୍ୟ କିଭଳି ରହିଛି, ସେହି ଜମି ପ୍ରତି କୃଷକ ମନରେ ସଚେତନତା ଆସିଲେ, ସମସ୍ତ ନିଷ୍ପତିରେ ଏକ ବହୁତ ବଡ ପରିବର୍ତନ ଆସିପାରିବ । ଦେଶର କୃଷକ ନିଜ ମାଟିର ସ୍ୱାସ୍ଥ୍ୟ ବିଷୟରେ ଯେତେ ଅଧିକ ଜାଣିବ, ଫସଲ ଉତ୍ପାଦନ ଉପରେ ତାର ସେତେ ସୁପ୍ରଭାବ ପଡିବ ।

ବନ୍ଧୁଗଣ,

କୃଷି କ୍ଷେତ୍ରରେ ଗବେଷଣା ଓ ବିକାଶକୁ ନେଇ ସରକାରୀ କ୍ଷେତ୍ରର ଅଧିକ ଯୋଗଦାନ ରହିଛି । ଏବେ ଏଥିରେ ଘରୋଇ କ୍ଷେତ୍ର ମଧ୍ୟ ଅଂଶଗ୍ରହଣ କରିବାର ସମୟ ଉପନୀତ ହୋଇଛି । ଗବେଷଣା ଓ ବିକାଶ କେବଳ ମଞ୍ଜି ପର୍ଯ୍ୟନ୍ତ ସିମୀତ ନୁହେଁ, ମୁଁ ଫସଲ ସହ ଜଡିତ ସମ୍ପୁର୍ଣ୍ଣ ବୈଜ୍ଞାନିକ ଇକୋ ସିଷ୍ଟମ ବିଷୟରେ କହୁଛି । ସାମଗ୍ରିକ ଆଭିମୁଖ୍ୟ ଆବଶ୍ୟକ, ସମ୍ପୁର୍ଣ୍ଣ କୃଷିଚକ୍ର ଆବଶ୍ୟକ । ବର୍ତମାନ ଆମେ କୃଷକମାନଙ୍କୁ ଏପରି ବିକଳ୍ପ ଦେବା ଯାହାଫଳରେ ସେମାନେ ଗହମ ଏବଂ ଧାନ ଉତ୍ପାଦନରେ ସିମୀତ ହୋଇ ରହିବେ ନାହିଁ । ଜୈବିକ ଖାଦ୍ୟଠାରୁ ଆରମ୍ଭ କରି ସାଲାଡ ପାଇଁ ଆବଶ୍ୟକ ପନିପରିବା ପର୍ଯ୍ୟନ୍ତ, ଏଭଳି ଅନେକ ଫସଲ ରହିଛି ଯାହା ଆମେ ଉତ୍ପନ୍ନ କରିପାରିବା । ଏହିଭଳି, ମୁଁ ଆପଣମାନଙ୍କୁ ବାଜରାର ଏକ ନୂତନ ବଜାରରେ ପ୍ରବେଶ କରିବାକୁ ପରାମର୍ଶ ଦେବି । ମୋଟା ଖାଦ୍ୟଶସ୍ୟ ପାଇଁ ଭାରତର ଏକ ବୃହତ୍ ଜମି ଅତ୍ୟନ୍ତ ଉପଯୋଗୀ । କମ୍ ଜଳରେ ମଧ୍ୟ ଏଠାରେ ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇପାରେ । ପୂର୍ବରୁ ବିଶ୍ୱରେ ବାଜରାର ଚାହିଦା ଖୁବ୍ ଅଧିକ ଥିଲା, ଏବେ କରୋନା ପରେ ମଧ୍ୟ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିକାରୀ ଭାବେ ଏହା ବେଶ ଲୋକପ୍ରିୟ ହୋଇପାରିଛି । ଏହିଆଡକୁ କୃଷକମାନଙ୍କୁ ଆକର୍ଷିତ କରିବା ଖାଦ୍ୟ ଶିଳ୍ପ ସହ ଜଡିତ ବନ୍ଧୁମାନଙ୍କର ବହୁତ ବଡ ଦାୟିତ୍ୱ ଅଟେ ।

ବନ୍ଧୁଗଣ,

ସାମୁଦ୍ରିକ ଶୈବାଳ ଏବଂ ମହୁଫେଣା ମହମ, ଆଜି ଆମର ଏଠି ମହୁର ଚାହିଦା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏବଂ କୃଷକମାନେ ମଧ୍ୟ ମହୁମାଛି ଚାଷରେ ମନୋନିବେଶ କରୁଛନ୍ତି । ଏଭଳି ସମୟରେ ସମୁଦ୍ର ତଟରେ  ସାମୁଦ୍ରିକ ଶୈବାଳ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମହୁମାଛି ଏବଂ ମହୁଫେଣା ମହମ ଏହାର ବଜାରକୁ ପ୍ରବେଶ କରିବା ମଧ୍ୟ ସମୟର ଆବଶ୍ୟକତା । ସାମୁଦ୍ରିକ ଶୈବାଳ ଚାଷ ନିମନ୍ତେ ଦେଶରେ ବହୁତ ସମ୍ଭାବନା ରହିଛି, କାରଣ ଆମ ନିକଟରେ ଏକ ବଡ ଉପକୂଳ ରହିଛି । ସାମୁଦ୍ରିକ ଶୈବାଳରୁ ଆମ ମତ୍ସ୍ୟଜୀବୀମାନଙ୍କୁ ରୋଜଗାରର ଏକ ବଡ ମାଧ୍ୟମ ମିଳିଯିବ । ଏହିଭଳି ଆମେ ମହୁ ବ୍ୟବସାୟରେ ଭଲ ପ୍ରଦର୍ଶନ କରୁଛୁ, ଆମକୁ ମହୁଫେଣା ମହମକୁ ନେଇ ମଧ୍ୟ ଆମର ଭାଗିଦାରୀ ଆହୁରି ବଢାଇବାକୁ ପଡିବ । ଏଥିରେ ଆପଣମାନଙ୍କର କିଭଳି ଅଧିକରୁ ଅଧିକ ଅବଦାନ ରହିପାରିବ, ଆଜି ସାରା ଦିନ ଯେତେବେଳେ ଆପଣମାନେ ଆଲୋଚନା କରିବେ, ବିଚାର ବିମର୍ଷ କରିବେ, ସେତେବେଳେ ନିଶ୍ଚିତ ଭଲ ଭଲ ନିଷ୍କର୍ଷ ବାହାରିବ ।

ଯେତେବେଳେ ଘରୋଇ କ୍ଷେତ୍ରର ଭାଗିଦାରୀ ବଢିବ ତ ସ୍ୱାଭାବିକ ଭାବରେ କୃଷକମାନଙ୍କର ଭରସା ମଧ୍ୟ ବଢିବ । ଆମର ଏଠାରେ ଦୀର୍ଘ ଦିନ ଧରି କୌଣସି ନା କୌଣସି ଉପାୟରେ ଚୁକ୍ତିଭିତିକ କୃଷି କରାଯାଉଛି । ଚୁକ୍ତିଭିତିକ କୃଷି କେବଳ ଏକ ବ୍ୟବସାୟ ହୋଇ ନରହୁ ବରଂ ସେହି ଜମି ପ୍ରତି ଆମେ ଯେପରି ଆମର ଦାୟିତ୍ୱ ମଧ୍ୟ ପୂରଣ କରୁ ତାହା ଆମର ଉଦ୍ୟମ ହେବା ଆବଶ୍ୟକ । ଆମେ କୃଷକମାନଙ୍କ ପାଇଁ ଏଭଳି ପ୍ରଯୁକ୍ତି ବିଦ୍ୟା, ଏଭଳି ବିହନ ଉପଲବ୍ଧ କରାଇବା ଜରୁରୀ ଯାହା ଜମି ପାଇଁ ସ୍ୱାସ୍ଥ୍ୟକର ହେବା ସହ ସେଥିରେ ପୋଷଣର ମାତ୍ର ମଧ୍ୟା ଅଧିକ ଥିବା ଆବଶ୍ୟକ ।

ବନ୍ଧୁଗଣ,

ଦେଶରେ ଜଳସେଚନଠାରୁ ଆରମ୍ଭ କରି ବୁଣିବା, ଅମଳ ଓ ରୋଜଗାର ପର୍ଯ୍ୟନ୍ତ ପ୍ରଯୁକ୍ତିବିଦ୍ୟାର ସମ୍ପୁର୍ଣ୍ଣ ସମାଧାନ ପାଇବା ପାଇଁ ମିଳିତ ପ୍ରୟାସ କରିବାକୁ ପଡିବ । ଆମକୁ କୃଷିକ୍ଷେତ୍ର ସହ ଜଡିତ ଷ୍ଟାର୍ଟ ଅପଗୁଡିକୁ  ପ୍ରୋତ୍ସାହିତ କରିବାକୁ ପଡିବ, ଯୁବକମାନଙ୍କୁ ସଂଯୁକ୍ତ କରିବାକୁ ପଡିବ । କରୋନା ସମୟରେ ଆମେ ଦେଖିଛୁ କିଭଳି ଅନେକ ଷ୍ଟାର୍ଟ ଅପ୍ ଫଳ ଓ ପନିପରିବାକୁ ଲୋକଙ୍କ ଘରେ ପହଂଚାଇଥିଲେ । ଏବଂ ଏହା ଖୁସିର କଥା ଯେ ଅନେକ ଷ୍ଟାର୍ଟ ଅପ୍‌, ଦେଶର ଯୁବକପିଢୀ ଦ୍ୱାରା ହିଁ ଆରମ୍ଭ କରାଯାଇଛି । ଆମକୁ ଲଗାତାର ଭାବେ ଏଗୁଡିକୁ ପ୍ରୋତ୍ସାହିତ କରିବାକୁ ପଡିବ । ଏହା ଆପଣମାନଙ୍କ ସକ୍ରିୟ ଅଂଶଗ୍ରହଣ ବିନା ସମ୍ଭବ ନୁହେଁ । ଋଣ, ବିହନ, ସାର ଓ ବଜାର, ଏସବୁ କୃଷକମାନଙ୍କର ପ୍ରାଥମିକ ଆବଶ୍ୟକତା, ଯାହା ସେମାନଙ୍କୁ ଠିକ୍ ସମୟରେ ଉପଲବଧ ହେବା ଦରକାର ।

ବିଗତ କିଛି ବର୍ଷ ମଧ୍ୟରେ ଆମେ କିଷାନ୍ କ୍ରେଡିଟ୍ କାର୍ଡର ପରିସରକୁ  ଛୋଟ ଛୋଟ ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀମାନଙ୍କ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛୁ । ଆମେ ଏହି ଅଭିଯାନରେ ଗତ ଏକ ବର୍ଷ ମଧ୍ୟରେ ୧ କୋଟି ୮୦ ଲକ୍ଷରୁ ଅଧିକ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ପ୍ରଦାନ କରିଛୁ । ଋଣର ପରିମାଣ ମଧ୍ୟ ୬-୭ ବର୍ଷ ପୂର୍ବର ତୁଳନାରେ ଦୁଇଗଣାରୁ ଅଧିକ କରାଯାଇଛି । ଏହି ଋଣ କୃଷକମାନଙ୍କ ନିକଟରେ ଠିକ୍ ସମୟରେ ପହଂଚୁ, ଏହା ଖୁବ୍ ଜରୁରୀ । ସେହିପରି ଗ୍ରାମୀଣ ଭିତିଭୂମୀ ପାଣ୍ଠିରେ ମଧ୍ୟ ଆପଣମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏକ ଲକ୍ଷ କୋଟି ଟଙ୍କାର ଇନଫ୍ରା ପାଣ୍ଠିର କାର୍ଯ୍ୟକାରିତା ମଧ୍ୟ ଉତ୍ସାହବର୍ଦ୍ଧକ ଅଟେ । ଏହି ପଦକ୍ଷେପ ଦ୍ୱାରା କ୍ରୟଠାରୁ ଭଣ୍ଡାରଣ ପର୍ଯ୍ୟନ୍ତ ସମଗ୍ର ଶୃଙ୍ଖଳାର ଆଧୁନିକୀକରଣକୁ ପ୍ରୋତ୍ସାହନ ମିଳିବ । ଚଳିତ ବଜେଟରେ ଦେଶର ଏପିଏମସିଗୁଡିକୁ ମଧ୍ୟ ଏହି ପାଣ୍ଠିର ଲାଭ ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି । ଦେଶରେ ୧୦ହଜାର ଏଫପିଓ ତିଆରି କରାଯାଉଛି, ଏହାଦ୍ୱାରା ଏକ ଖୁବ ସଶକ୍ତ ସମବାୟ ବ୍ୟବସ୍ଥା ପ୍ରସ୍ତୁତ ହେଉଛି ।

ବନ୍ଧୁଗଣ,

ଏହି ସଂଗଠିତ ପ୍ରୟାସକୁ ଆମେ କିପରି ଆଗକୁ ନେଇପାରିବା, ସେ ସମ୍ପର୍କରେ ଆପଣମାନଙ୍କ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କ୍ଷେତ୍ରରେ ଆପଣମାନଙ୍କର ଅନୁଭବ ରହିଛି, ଏକ ଲକ୍ଷ୍ୟ ରହିଛି । ସରକାରଙ୍କ ଚିନ୍ତାଧାରା, ସରକାରଙ୍କ ଦୂରଦୃଷ୍ଟି, ସରକାରଙ୍କ ବ୍ୟବସ୍ଥା ଓ ଆପଣଙ୍କ ଶକ୍ତି.. ଏସବୁକୁ ଏକାଠି କରି ଆମକୁ ଦେଶର କୃଷି କ୍ଷେତ୍ରରେ ପରିବର୍ତନ ଆଣିବାକୁ ପଡିବ । ଏହି କଥାବାର୍ତା ସମୟରେ ଭାରତର କୃଷି କ୍ଷେତ୍ର ପାଇଁ ଆପଣମାନେ ଯାହା ପରାମର୍ଶ ଦେବେ, ଭାରତର ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଆପଣମାନଙ୍କ ତରଫରୁ ଯାହାକିଛି ବିଚାର ଆସିବ ସେଥିରୁ ସରକାରଙ୍କୁ ଅନେକ ସହାୟତା ମିଳିବ ।

ଆପଣମାନଙ୍କର ଯୋଜନା କ’ଣ, ସରକାର ଓ ଆପଣମାନେ ସମସ୍ତେ କିପରି ଏକାଠି ହୋଇ ଆଗକୁ ବଢିବେ, ସେ ବିଷୟରେ ଆପଣମାନେ ଖୋଲା ମନରେ ଚର୍ଚ୍ଚା କରନ୍ତୁ, ଆପଣମାନଙ୍କ ମନରେ ଯାହା ଚିନ୍ତାଧାରା ରହିଛି, ସେସବୁ ପରାମର୍ଶ ନିଶ୍ଚୟ ଦିଅନ୍ତୁ । ହଁ,.. ଆପଣମାନେ ଭାବୁଥିବେ ବଜେଟରେ ଏପରି ହୋଇନଥିଲେ ଭଲ ହୋଇଥାନ୍ତା, ଏପରି ହୋଇଥିଲେ ଭଲ ହୋଇଥାନ୍ତା, ତ ଏଇଟା କୌଣସି ଶେଷ ବଜେଟ୍ ନୁହେଁ, ଏହା ପରେ ମଧ୍ୟ ଆମେ ଆହୁରି ବଜେଟ ନେଇ ଆସିବୁ, ଆପଣମାନେ ସେବା କରିବାର ସୁଯୋଗ ଦେଇଛନ୍ତି, ତ ଆମେ ସେବା ଜାରି ରଖିବୁ । ଏଥର ବଜେଟରେ ଯାହା ଆସିଛି ଆସନ୍ତା ଏକ ବର୍ଷ ମଧ୍ୟରେ ତାହା କିପରି ଲାଗୁ କରିବା, ଶୀଘ୍ରରୁ ଅତି ଶୀଘ୍ର ଲାଗୁ କରିବା, ଅଧିକରୁ ଅଧିକ ଲୋକଙ୍କ ନିକଟରେ ଲାଭ ପହଂଚାଇବା. .

ଏହାରି ଉପରେ ଆଜିର ଆଲୋଚନା ଗୁରତ୍ୱ ଦେବ, କେନ୍ଦ୍ରିତ ରହିବ,  ଯାହାଦ୍ୱାରା ବହୁତ ଲାଭ ମିଳିପାରିବ । ମୁଁ ଚାହେଁ ଯେ ଆପଣମାନଙ୍କର ଏହି ଖୋଲା ହୃଦୟର ଚର୍ଚ୍ଚା ଆମ କୃଷିକ୍ଷେତ୍ରକୁ, ଆମ କୃଷକମାନଙ୍କୁ, ଆମ ନୀଳ ଅର୍ଥନୀତିର କ୍ଷେତ୍ରକୁ, ଆମ ଶ୍ୱେତ ବିପ୍ଳବର କ୍ଷେତ୍ରକୁ ବହୁତ ବଡ ଶକ୍ତି ଦେବ । ମୁଁ ପୁଣି ଥରେ ଆପଣମାନଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA