ଉତ୍ତର ପୂର୍ବାଞ୍ଚଳ ଓ ଆସାମର ଅଭିବୃଦ୍ଧି, ବିକାଶ ତଥା ସଂଯୋଗକୁ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି: ପ୍ରଧାନମନ୍ତ୍ରୀ
ରୋ-ପ୍ୟାକ୍ସ ସେବା ଦ୍ୱାରା ଦୂରତ୍ୱ ଉଲ୍ଲେଖନୀୟଭାବେ ହ୍ରାସ ପାଇବ: ଶ୍ରୀ ମୋଦୀ

 

ନମସ୍କାର ଆସାମ !

ଶ୍ରୀମନ୍ତ ଶଙ୍କର ଦେବଙ୍କ କର୍ମସ୍ଥଳୀ ଏବଂ ସତ୍ରୋ ମାନଙ୍କର ମାଟି ମଜୁଲିକୁ ମୋର ପ୍ରଣାମ ! କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନିତିନ ଗଡକରୀ ମହାଶୟ, ଶ୍ରୀ ରବି ଶଙ୍କର ପ୍ରସାଦ ମହାଶୟ, ଶ୍ରୀ ମାନସୁଖ ଲାଲ ମାଣ୍ଡଭ୍ୟା ମହାଶୟ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ମହାଶୟ, ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ମହାଶୟ, ଆସାମ ଅର୍ଥମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ବା ଶର୍ମା ମହାଶୟ ଏବଂ ମୋର ଆସାମର ପ୍ରିୟ ଭାଇ ଓ ଭଉଣୀମାନେ । ଏପରି ଲାଗୁଥିଲା ଯେ ଆଲି-ଆୟ-ଲିଗାଙ୍ଗ ପର୍ବର ଉତ୍ସାହ ଦ୍ୱିତୀୟ ଦିନ ପାଇଁ ମଧ୍ୟ ଜାରି ରହିଛି । ଗତକାଲି ମିସିଙ୍ଗ ସମ୍ପ୍ରଦାୟ ପାଇଁ, ଚାଷ ଓ ଚାଷୀଙ୍କ ପାଇଁ ଉତ୍ସବର ଦିନ ଥିଲା ଏବଂ ଆଜି ମଜୁଲି ସମେତ ସମଗ୍ର ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳ ପାଇଁ ହେଉଛି ବିକାଶର ଏକ ବହୁତ ବଡ଼ ମହୋତ୍ସବ । ତାକାମେ ଲିଗାଙ୍ଗ ଆଛେଙ୍ଗେ ଛେଲିଡୁଙ୍ଗ !

ଭାଇ ଓ ଭଉଣୀମାନେ,

ଭରତରତ୍ନ ଡ଼କ୍ଟର ଭୂପେନ ହଜାରିକା କେବେ ଲେଖିଥିଲେ- ମହାବାହୁ ବ୍ରହ୍ମପୁତ୍ର ମହାମିଲିନାର ତିର୍ଥ(ଅ) କତ (ଅ) ଜୁଗ ଧରୀ ଆହିଛେ ପ୍ରକାଖି ହମନ୍ବୟର ଅର୍ଥ (ଅ) ! ଅର୍ଥାତ୍ ବ୍ରହ୍ମପୁତ୍ରର ବିସ୍ତାର ହେଉଛି ବନ୍ଧୁତ୍ବର, ଭାଇଚାରାର, ମିଳନର ତୀର୍ଥ । ବର୍ଷ ବର୍ଷ ଧରି, ଏହି ପବିତ୍ର ନଦୀ ସମନ୍ବୟ ଏବଂ ​ଯୋଗାଯୋଗର ପର୍ଯ୍ୟାୟ ହୋଇ ରହିଛି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ବ୍ରହ୍ମପୁତ୍ରରେ ଯୋଗାଯୋଗ ସହିତ ଜଡିତ ଯେତେ କାର୍ଯ୍ୟ ପୂର୍ବରୁ କରାଯିବା ଉଚିତ୍ ଥିଲା, ତାହା ହୋଇ ନାହିଁ । ଏହି କାରଣରୁ, ଆସାମ ଭିତରେ ମଧ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯୋଗାଯୋଗ ସର୍ବଦା ଏକ ପ୍ରମୁଖ ଆହ୍ବାନ ହୋଇ ରହିଆସିଛି । ମହାବାହୁ ବ୍ରହ୍ମପୁତ୍ରଙ୍କ ଆଶୀର୍ବାଦରୁ ଏବେ ଏହି ଦିଗରେ ଦ୍ରୁତଗତିରେ କାର୍ଯ୍ୟ ଚାଲିଛି । ବିଗତ ବର୍ଷ ଗୁଡିକରେ, କେନ୍ଦ୍ର ଏବଂ ଆସାମର ଡବଲ୍ ଇଞ୍ଜିନ୍ ସରକାର ସମଗ୍ର ଅଞ୍ଚଳର ଭୌଗଳିକ ଏବଂ ସାଂସ୍କୃତିକ, ଉଭୟ ପ୍ରକାରର ଦୂରତା ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି । ଆମେ ବ୍ରହ୍ମପୁତ୍ରର ଶାସ୍ବତ ଭାବନା ଅନୁରୂପ ସୁବିଧା, ସୁଯୋଗ ଏବଂ ସଂସ୍କୃତିର ସେତୁ ସୃଷ୍ଟି କରିଛୁ, ସେତୁ ନିର୍ମାଣ କରିଛୁ । ଆସାମ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳର ଶାରୀରିକ ଏବଂ ସାଂସ୍କୃତିକ ଅଖଣ୍ଡତାକୁ ବିଗତ ବର୍ଷଗୁଡିକରେ ସଶକ୍ତ କରାଯାଇଛି।

ସଥୀଗଣ,

ଆଜିର ଦିନ ହେଉଛି ଆସାମ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳ ପାଇଁ ଏହି ବ୍ୟାପକ ଦୃଷ୍ଟିକୋଣର ସଂମ୍ପ୍ରସାରଣ ହେବାକୁ ଯାଉଛି । ଡ଼କ୍ଟର ଭୂପେନ ହଜାରିକା ସେତୁ ହେଉ, ବୋଗିବିଲ ସେତୁ ହେଉ, ସରାୟଘାଟ ସେତୁ, ଏହିପରି ଅନେକ ସେତୁ ଆଜି ଆସାମରେ ଜୀବନକୁ ସହଜ କରିଛି । ଏହା ଦେଶର ସୁରକ୍ଷାକୁ ସୁଦୃଢ କରିବା ସହିତ, ଆମର ସାହସୀ ସୈନିକମାନଙ୍କୁ ମଧ୍ୟ ବହୁତ ସାହାଯ୍ୟ କରୁଛି । ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳକୁ ଭିନ୍ନ-ଭିନ୍ନ ଭାଗରୁ ସଂଯୋଗ କରିବାର ଏହି ଅଭିଯାନ ଆଜି ଆହୁରି ଆଗକୁ ବଢୁଛି । ଆଜିଠାରୁ ଆଉ 2 ଟି ପ୍ରମୁଖ ସେତୁ ଉପରେ କାର୍ଯ୍ୟ ଆରମ୍ଭ ହେଉଛି । ଯେତେବେଳେ ମୁଁ କିଛି ବର୍ଷ ପୂର୍ବେ ମଜୁଲି ଦ୍ୱୀପକୁ ଯାଇଥିଲି, ସେତେବେଳେ ମୁଁ ସେଠାରେ ଥିବା ସମସ୍ୟାକୁ ଖୁବ୍ ନିକଟରୁ ଅନୁଭବ କରିଥିଲି । ମୁଁ ଖୁସି ଯେ ସର୍ବାନନ୍ଦ ସୋନୋୱାଲ ମହାଶୟଙ୍କ ସରକାର ଏହି ଅସୁବିଧାକୁ କମ୍ କରିବାକୁ ଆନ୍ତରିକତାର ସହ ଚେଷ୍ଟା କରିଛନ୍ତି । ଆସାମର ପ୍ରଥମ ହେଲିପୋର୍ଟ ମଧ୍ୟ ମଜୁଲି ଠାରେ ନିର୍ମାଣ କରାଯାଇଛି ।

ଭାଇ ଓ ଭଉଣୀମାନେ,

ଏବେ ମଜୁଲିବାସୀଙ୍କୁ ସଡ଼କର ମଧ୍ୟ ଏକ ଦ୍ରୁତ ଏବଂ ନିରାପଦ ବିକଳ୍ପ ମିଳିବାକୁ ଯାଉଛି । ଆପଣ ମାନଙ୍କର ବର୍ଷ ବର୍ଷ ଧରି ଥିବା ପୁରୁଣା ଦାବି ଆଜି ସେତୁର ଭୁମି ପୂଜନ ସହିତ ପୂରଣ ହେବା ଆରମ୍ଭ ହେଇଯାଇଛି । କାଲିବାରୀ ଘାଟରୁ ଜୋହରାଟକୁ ସଂଯୋଗ କରୁଥିବା ଏହି 8 କିଲୋମିଟର ସେତୁ ମଜୁଲିର ହଜାର ହଜାର ପରିବାରର ଜୀବନରେଖା ପାଲଟିବ । ଏହି ସେତୁ ଆପଣମାନଙ୍କ ପାଇଁ ସୁବିଧା ଏବଂ ସମ୍ଭାବନାର ଏକ ସେତୁ ହେବାକୁ ଯାଉଛି । ସେହିପରି, ଧୁବରୀରୁ ଫୁଲବାରୀ ପର୍ଯ୍ୟନ୍ତ 19 କିଲୋମିଟର ଦୀର୍ଘ ସେତୁ ଯେତେବେଳେ ନିର୍ମାଣ ହେବ, ସେତେବେଳେ ଏହା ବାରକ ଉପତ୍ୟକାର ଯୋଗାଯୋଗକୁ ସୁଦୃଢ କରିବ। କେବଳ ଏତିକି ନୁହେଁ ଏହି ସେତୁ ମେଘାଳୟ, ମଣିପୁର, ମିଜୋରମ ଏବଂ ତ୍ରିପୁରାରକୁ ଆସାମର ଦୂରତାକୁ ମଧ୍ୟ ବହୁତ ହ୍ରାସ ଘଟାଇବ । ଚିନ୍ତା କରନ୍ତୁ, ମେଘାଳୟ ଏବଂ ଆସାମ ମଧ୍ୟରେ ଦୂରତା, ଯାହା ବର୍ତ୍ତମାନ ସଡ଼କ ପଥରେ ପ୍ରାୟ ଅଢେଇ ଶହ କିଲୋମିଟର ରହିଛି, ଭବିଷ୍ୟତରେ ମାତ୍ର 19-20 କିଲୋମିଟର ହେବ। ଏହି ସେତୁ ଅନ୍ୟ ଦେଶ ସହିତ ଆନ୍ତର୍ଜାତୀୟ ଯାତାୟତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

ଭାଇ ଓ ଭଉଣୀମାନେ,

ବ୍ରହ୍ମପୁତ୍ର ଏବଂ ବାରକ ସମେତ ଆସାମକୁ ଅନେକ ନଦୀର ଯେଉଁ ଉପହାର ମିଳିଛି, ତାହାକୁ ସମୃଦ୍ଧ କରିବା ପାଇଁ ଆଜି ମହାବାହୁ ବ୍ରହ୍ମପୁତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁତ୍ରର ଜଳ ଦେଇ ଏହି ସମଗ୍ର ଅଞ୍ଚଳରେ ଜଳପଥରେ ଯୋଗାଯୋଗ(ୱାଟର କନେକ୍ଟିଭିଟି)କୁ, ବନ୍ଦର ଆଧାରିତ ବିକାଶକୁ ସୁଦୃଢ କରିବ। ଏହି ଅଭିଯାନର ଶୁଭାରମ୍ଭରେ, ନିମାତି-ମଜୁଲି, ଉତ୍ତର ଏବଂ ଦକ୍ଷିଣ ଗୁଆହାଟି, ଧୁବରି-ତସିଙ୍ଗମାରୀ ମଧ୍ୟରେ 3 ଟି ରୋ-ପ୍ୟାକ୍ସ ସେବା ଉଦଘାଟନ କରାଯାଇଛି । ଏହା ସହିତ ବ୍ୟାପକ ସ୍ତରରେ ରୋ-ପ୍ୟାକ୍ସ ସେବା ସହିତ ସାମିଲ ହେବାରେ ଆସାମ ଦେଶର ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଏହା ବ୍ୟତୀତ ଜୋଗିଘୋପାଠାରେ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନାଲ୍ ସହିତ ବ୍ରହ୍ମପୁତ୍ରର 4ଟି ସ୍ଥାନରେ ପର୍ଯ୍ୟଟନ ଜେଟି ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ମଜୁଲି ସମେତ ଆସାମକୁ, ଉତ୍ତର ପୂର୍ବାଞ୍ଚଳକୁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ପ୍ରଦାନ କରୁଥିବା ଏହି ପ୍ରକଳ୍ପଗୁଡିକ, ଏହି ଅଞ୍ଚଳର ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବ। 2016 ରେ ଦେଇଥିବା ଆପଣଙ୍କର ଗୋଟିଏ ଭୋଟ୍, କେତେ କିଛି କରି ଦେଖାଇଛି। ଆପଣଙ୍କ ଭୋଟର ଏହି ଶକ୍ତି ଏବେ ଆସାମକୁ ଆହୁରି ଶିଖରକୁ ନେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ପରାଧୀନତାର ସମୟରେ ମଧ୍ୟ ଆସାମ ଦେଶର ସମୃଦ୍ଧ ତଥା ଅଧିକ ରାଜସ୍ବ ଦେଉଥିବା ‌ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ରାଜ୍ୟ ଥିଲା। ଏପରିକି ଚିଟଗାଓଁ ଏବଂ କୋଲକାତା ବନ୍ଦର ପର୍ଯ୍ୟନ୍ତ ଚା’ ଏବଂ ପେଟ୍ରୋଲିୟମ ପଦାର୍ଥଗୁଡ଼ିକ କେବଳ ବ୍ରହ୍ମପୁତ୍ର-ପଦ୍ମମା-ମେଘନା ନଦୀ ଏବଂ ରେଳପଥ ଦେଇ ପହଞ୍ଚୁଥିଲା। ଯୋଗାଯୋଗର ଏହି ନେଟୱାର୍କ ଆସାମର ସମୃଦ୍ଧିର ମୁଖ୍ୟ କାରଣ ଥିଲା। କିନ୍ତୁ ସ୍ୱାଧୀନତା ପରେ, ଏଠାରେ ଏହି ଭିତ୍ତିଭୂମିର ଆଧୁନିକୀକରଣ କରିବାର ଆବଶ୍ୟକ ଥିଲା, ସେଗୁଡିକୁ ସେହି ଅବସ୍ଥାରେ ଛାଡି ଦିଆଗଲା। ଜଳପଥ ଉପରେ ଅଧିକ ଧ୍ୟାନ ଦିଆଗଲା ନାହିଁ, ତାହା ପ୍ରାୟ ଶେଷ ହୋଇଗଲା। ଏହି ଅଞ୍ଚଳରେ ଅବ୍ୟବସ୍ଥା ଏବଂ ଅଶାନ୍ତି ପଛରେ, ବିକାଶକୁ ନେଇ ଏହି ଅବହେଳା ମଧ୍ୟ ଏକ ପ୍ରମୁଖ କାରଣ ଥିଲା। ଇତିହାସରେ କରାଯାଇଥିବା ସେହି ଭୁଲଗୁଡ଼ିକୁ ସୁଧାରିବା ପାଇଁ ଅଟଳ ବିହାରୀ ବାଜପେୟୀ ଶୁଭାରମ୍ଭ କରିଥିଲେ। ଏବେ ତାହାର ଆହୁରି ସଂପ୍ରସାରଣ କରାଯାଉଛି, ତାହାକୁ ଅଧିକ ଗତି ଦିଆଯାଉଛି। ଏବେ ଆସାମର ବିକାଶ ମଧ୍ୟ ପ୍ରାଥମିକତାରେ ରହିଛି ଏବଂ ଏଥିପାଇଁ ଦିନରାତି ଉଦ୍ୟମ କରାଯାଉଛି।

ଭାଇ ଓ ଭଉଣୀମାନେ,

ବିଗତ ପାଞ୍ଚ ବର୍ଷ ମଧ୍ୟରେ ଆସାମର ମଲ୍ଟି ମଡେଲ ଯୋଗାଯୋଗକୁ ପୁନଃସ୍ଥାପିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଇଛି । ଆସାମକୁ, ଉତ୍ତର ପୂର୍ବାଞ୍ଚଳକୁ, ଅନ୍ୟ ପୂର୍ବ ଏସୀୟ ଦେଶମାନଙ୍କ ସହିତ ଆମର ସାଂସ୍କୃତିକ ଏବଂ ବାଣିଜ୍ୟିକ ସମ୍ପର୍କର କେନ୍ଦ୍ର କରିବା ପାଇଁ ପ୍ରୟାସ ହେଉଛି । ଏଥିପାଇଁ ଅନ୍ତର୍ଦେଶୀୟ ଜଳପଥକୁ ଏଠାକାର ଏକ ପ୍ରମୁଖ ଶକ୍ତି କରିବା ପାଇଁ କାର୍ଯ୍ୟ ଚାଲିଛି । ନିକଟରେ ହିଁ ବାଂଲାଦେଶ ସହିତ ଜଳପଥ ଯୋଗାଯୋଗ ବୃଦ୍ଧି ପାଇଁ ଏକ ବୁଝାମଣା କରାଯାଇଛି । ବ୍ରହ୍ମପୁତ୍ର ଏବଂ ବାରକ ନଦୀକୁ ସଂଯୋଗ କରିବା ପାଇଁ ହୁଗୁଳି ନଦୀରେ ଭାରତ-ବାଂଲାଦେଶ ପ୍ରୋଟୋକଲ ମାର୍ଗ ଉପରେ କାର୍ଯ୍ୟ ଚାଲିଛି । ଏହାଦ୍ବାରା ଆସାମ ବ୍ୟତୀତ ମେଘାଳୟ, ମିଜୋରମ, ମଣିପୁର ଏବଂ ତ୍ରିପୁରାକୁ ମଧ୍ୟ ହଲଦିଆ, କୋଲକାତା, ଗୁଆହାଟି ଏବଂ ଜୋଗିଘୋପା ସହିତ ଏକ ବିକଳ୍ପ ଯୋଗାଯୋଗ ମିଳିବ । ଅର୍ଥାତ ଏବେ ଉତ୍ତର ପୂର୍ବାଞ୍ଚଳକୁ ଅବଶିଷ୍ଟ ଭାରତ ସହିତ ଯୋଡିବା ପାଇଁ ଯେଉଁ ଅଞ୍ଚଳ ଉପରେ ଆମେ ନିର୍ଭର କରୁଛୁ, ସେହି ନିର୍ଭରଶୀଳତାର ପଥକୁ ହ୍ରାସ କରିବ ।

ଭାଇ ଓ ଭଉଣୀମାନେ,

ଜୋଗିଘୋପାର ଆଇଡବ୍ଲ୍ୟୁଟି ଟର୍ମିନାଲ୍ ଏହି ବିକଳ୍ପ ପଥକୁ ଆହୁରି ସୁଦୃଢ କରିବ ଏବଂ ଆସାମକୁ କୋଲକାତା, ହଲଦିଆ ବନ୍ଦରକୁ ଜଳପଥ ଦ୍ବାରା ସଂଯୋଗ କରିବ । ଏହି ଟର୍ମିନାଲ ଭୁଟାନ ଏବଂ ବାଂଲାଦେଶକୁ ମାଲ ପରିବହନ, ଯୋଗିଘୋପା ମଲ୍ଟି ମଡେଲ ଲଜିଷ୍ଟିକ୍ ପାର୍କ ଏବଂ ବ୍ରହ୍ମପୁତ୍ର ନଦୀର ଭିନ୍ନ ଭିନ୍ନ ସ୍ଥାନକୁ ଯାତାୟତ ପାଇଁ ସୁବିଧା ଯୋଗାଇବ।

ସଥୀଗଣ,

ଯଦି ସାଧାରଣ ଜନତାର ସୁବିଧା ଏକ ପ୍ରାଥମିକତା ହୋଇଛି ଏବଂ ବିକାଶର ଲକ୍ଷ୍ୟ ଅଟଳ ଅଛି, ତେବେ ନୂତନ ପଥ ସୃଷ୍ଟି ହୋଇଥାଏ । ମଜୁଲି ଏବଂ ନେମାତି ମଧ୍ୟରେ ରୋ-ପ୍ୟାକ୍ସ ସେବା ହେଉଛି ଏହିପରି ଏକ ପଥ। ଏହା ଦ୍ବାରା ଆପଣଙ୍କୁ ଆଉ ତିନିଶହ ପଚସ୍ତରୀ କିଲୋମିଟର ରାସ୍ତା ବୁଲିକରି ଯିବାକୁ ପଡିବ ନାହିଁ । ଏବେ ଆପଣ ରୋ-ପ୍ୟାକ୍ ଯୋଗୁଁ ମାତ୍ର 12 କିଲୋମିଟର ଯାତ୍ରା କରି ସାଇକେଲ, ସ୍କୁଟର, ବାଇକ୍ କିମ୍ବା କାରକୁ ଜାହାଜରେ ନେଇପାରିବେ । ଏହି ମାର୍ଗରେ ଯେଉଁ 2 ଟି ଜାହାଜ ଚଳାଚଳ କରିବ, ତାହା ଏକ ସମୟରେ ପ୍ରାୟ 1600 ଯାତ୍ରୀ ଏବଂ 12ରୁ ଅଧିକ ବା (ଡଜେନେରୁ ଅଧିକ) ଯାନ ପରିବହନ କରିବାରେ ସକ୍ଷମ ହେବ। ଏହିଭଳି ସୁବିଧା, ଏବେ ଗୁଆହାଟୀବାସୀଙ୍କୁ ମଧ୍ୟ ମିଳିବ। ଏବେ ଉତ୍ତର ଏବଂ ଦକ୍ଷିଣ ଗୁଆହାଟି ମଧ୍ୟରେ ଦୂରତା 40 କିଲୋମିଟରରୁ ମାତ୍ର 3 କିଲୋମିଟରକୁ ହ୍ରାସ ପାଇବ। ସେହିଭଳି ଧୁବରୀ ଏବଂ ହତସିଙ୍ଗିମାରୀ ମଧ୍ୟରେ ଦୂରତା ପ୍ରାୟ ଶହେ ପଚସ୍ତରୀ କିଲୋମିଟରରୁ 30 କିଲୋମିଟରକୁ ହ୍ରାସ ପାଇବ।

ସାଥୀଗଣ,

କେବଳ ଆମ ସରକାରଙ୍କ ଦ୍ୱାରା ଜଳପଥ ନିର୍ମାଣ କରାଯାଉନାହିଁ, ବରଂ ଏହାର ଉପଯୋଗ କରିବା ବାଲାଙ୍କୁ ସଠିକ୍ ସୂଚନା ମଧ୍ୟ ମିଳୁ ଏଥିପାଇଁ ଆଜି ଇ-ପୋର୍ଟାଲଗୁଡିକର ଶୁଭାରମ୍ଭ କରାଯାଇଛି । କାର୍-ଡି ପୋର୍ଟାଲ୍ ଜରିଆରେ ଜାତୀୟ ଜଳପଥର ସମସ୍ତ ମାଲ ପରିବହନ ଏବଂ ଯାତ୍ରୀ ପରିବହନ ଜନିତ ସମସ୍ତ ଟ୍ରାଫିକ୍ ତଥ୍ୟ ସଂଗ୍ରହ କରିବାରେ ରିଅଲ୍-ଟାଇମରେ ସାହାଯ୍ୟ କରିବ। ସେହିଭଳି ୱାଟର(ଜଳ) ପୋର୍ଟାଲ୍ ନୌଚାଳନା ବ୍ୟତୀତ ଜଳପଥର ଭିତ୍ତିଭୂମି ସହ ଜଡିତ ସୂଚନା ମଧ୍ୟ ପ୍ରଦାନ କରିବ। ଜିଆଇଏସ୍-ଆଧାରିତ ଭାରତ ମ୍ୟାପ୍ ପୋର୍ଟାଲ୍, ସେହିମାନଙ୍କୁ ସହାୟତା କରିଥାଏ ଯେଉଁମାନେ ଏଠାକୁ ବୁଲା-ବୁଲି କରିବା ପାଇଁ କିମ୍ବା ବାଣିଜ୍ୟ-ବ୍ୟବସାୟ କରିବାକୁ ଆସିବାକୁ ଚାହୁଁଛନ୍ତି । ଆତ୍ମନିର୍ଭର ଭାରତ ପାଇଁ ଦେଶରେ ମଲ୍ଟି ମଡେଲ ଯୋଗାଯୋଗର ବିକାଶ ହେଉଛି, ଆସାମ ଏହାର ସର୍ବୋତ୍ତମ ଉଦାହରଣ ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳର ଜଳପଥ-ରେଳପଥ-ରାଜପଥ ସଂଯୋଗ ବ୍ୟବସ୍ଥା ସହିତ ଇଣ୍ଟରନେଟ୍ ସଂଯୋଗ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ ନିରନ୍ତର କାର୍ଯ୍ୟ କରାଯାଉଛି। ଏବେ ଶହ ଶହ କୋଟି ଟଙ୍କା ବିନିଯୋଗରେ ଗୁଆହାଟୀରେ ଉତ୍ତର ପୂର୍ବାଞ୍ଚଳର ପ୍ରଥମ ଡାଟା କେନ୍ଦ୍ର ଏବଂ ଦେଶର ଷଷ୍ଠ ଡାଟା କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି । ଏହି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳର ସମସ୍ତ 8ଟି ରାଜ୍ୟ ପାଇଁ ଡାଟା ସେଣ୍ଟର ହବ୍ ଭାବେ କାର୍ଯ୍ୟ କରିବ। ଏହି ଡାଟା କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ବାରା ଆସାମ ସହିତ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଇ-ପ୍ରଶାସନକୁ, ଆଇଟି ସେବା ଭିତ୍ତିକ ଶିଳ୍ପ ସମେତ ଷ୍ଟାର୍ଟ ଅପକୁ ଅଧିକ ଶକ୍ତି ଦେବ। ବିଗତ କିଛି ବର୍ଷ ଧରି ଉତ୍ତର ପୂର୍ବାଞ୍ଚଳର ଯୁବକମାନଙ୍କ ପାଇଁ ବିପିଓର ଯେଉଁ ଇକୋସିଷ୍ଟମ୍ ପ୍ରସ୍ତୁତ କରାଯାଇଛି, ବର୍ତ୍ତମାନ ତାହାକୁ ଶକ୍ତି ମିଳିବ। ଅର୍ଥାତ୍ ଗୋଟିଏ ପ୍ରକାରେ ଏହି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳରେ ଡିଜିଟାଲ୍ ଇଣ୍ଡିଆର ଦୃଷ୍ଟିକୋଣକୁ ମଧ୍ୟ ସୁଦୃଢ କରିବ।

ଭାଇ ଓ ଭଉଣୀମାନେ,

ଭରତରତ୍ନ ଡ଼କ୍ଟର ଭୂପେନ ହଜାରିକା ଲେଖି ଥିଲେ:- କମଇ ଆମାର ଧର୍ମ, ଆମି ନତୁନ ଯୁଗର ନତୁନ ମାନବ, ଆନିମ ନତୁନ ସ୍ୱର୍ଗ, ଅବହେଳିତ ଜନତାର ବାବେ ଧରାତ ପାତିମ ସ୍ୱର୍ଗ! ଅର୍ଥାତ ଆମ ପାଇଁ କାମ ହିଁ ହେଉଛି ଆମର ଧର୍ମ। ଆମେ ହେଉଛୁ ନୂତନ ଯୁଗର ନୂତନ ଲୋକ। ଯେଉଁମାନଙ୍କ ଠାରୁ କେବେ ସୁଧ ନିଆଯାଇ ନାହିଁ, ଆମେ ସେମାନଙ୍କ ପାଇଁ ନୂତନ ସ୍ୱର୍ଗ ନିର୍ମାଣ କରିବୁ, ଏଇ ଧରଣୀରେ ସ୍ୱର୍ଗ ନିର୍ମାଣ କରିବୁ। ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସର ଏହି ଭାବନାକ ସହିତ ଆଜି ଆସାମ ଏବଂ ଉତର ପୂର୍ବାଞ୍ଚଳ ସହିତ ସମଗ୍ର ଦେଶରେ ସରକାର କାର୍ଯ୍ୟ କରୁଛନ୍ତି। ବ୍ରହ୍ମପୁତ୍ରର ଆଖପାଖରେ ସମୃଦ୍ଧ ହୋଇଥିବା ଅସମୀୟା ସଂସ୍କୃତି, ଆଧ୍ୟାତ୍ମ, ଜନଜାତି ମାନଙ୍କର ସମୃଦ୍ଧ ପରମ୍ପରା ଏବଂ ଜୈବ ବିବିଧତା ହେଉଛି ଆମର ପରମ୍ପରା ଓ ଐତିହ୍ୟ। ଶ୍ରୀମନ୍ତ ଶଙ୍କର ଦେବ ଜୀ ମଧ୍ୟ ମଜୁଲି ଦ୍ୱୀପର ଏହି ଐତିହ୍ୟ ଓ ପରମ୍ପରାକୁ ସଶକ୍ତ କରିବା ପାଇଁ ଆସିଥିଲେ। ଏହା ପରେ ମଜୁଲିର ପରିଚୟ ଆଧ୍ୟାତ୍ମ କେନ୍ଦ୍ର ଭାବେ, ଆସାମର ସଂସ୍କୃତିର ଆତ୍ମା ପାଲଟିଗଲା। ଆପଣ ସମସ୍ତେ ସତ୍ରୀୟା ସଂସ୍କୃତିକୁ ଯେଉଁଭଳି ଭାବେ ଆଗକୁ ଅଗ୍ରସର କରାଇଛନ୍ତି, ତାହା ହେଉଛି ପ୍ରଶଂସନୀୟ। ମୁଖା ଶିଳ୍ପ ଏବଂ ରାସ ଉତ୍ସବକୁ ନେଇ ଯେଉଁଭଳି ଭାବେ ଦେଶ ଏବଂ ବିଶ୍ୱରେ ଏବେ ଉତ୍ସାହ ବୃଦ୍ଧି ପାଉଛି, ତାହା ହେଉଛି ଅଦ୍ଭୁତ। ଏହି ଶକ୍ତି, ଏହି ଆକର୍ଷଣ କେବଳ ଆପଣମାନଙ୍କ ପାଖରେ ହିଁ ଅଛି। ଏହାକୁ ମଧ୍ୟ ବଞ୍ଚାଇବାର ଅଛି ଏବଂ ଆଗକୁ ବଢାଇବାର ଅଛି।

ଭାଇ ଓ ଭଉଣୀମାନେ,

ମୁଁ ସର୍ବାନନ୍ଦ ସୋନୋୱାଲ ମହାଶୟ ଏବଂ ତାଙ୍କର ପୁରା ଟିମକୁ ଶୁଭେଚ୍ଛା ଜଣାଇବି, ଯେ ମଜୁଲିର, ଆସାମର ଏହି ସାଂସ୍କୃତିକ, ଆଧ୍ୟତ୍ମିକ ଏବଂ ପ୍ରାକୃତିକ ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ସେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ସତ୍ରୋ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଅବୈଧ ଦଖଲରୁ ମୁକ୍ତ କରିବା ପାଇଁ ଅଭିଯାନ ହେଉ, ସଂସ୍କୃତି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେଉ, ମଜୁଲିକୁ ‘ଜୈବ ବିବିଧତା କ୍ଷେତ୍ର’ର ମାନ୍ୟତା ଦେବା ହେଉ, ତେଜପୁର-ମଜୁଲି-ଶିବସାଗର ଐତିହ୍ୟ ସର୍କିଟ ହେଉ, ନମାମୀ ବ୍ରହ୍ମପୁତ୍ର ଏବଂ ନମାମୀ ବରାକ ଭଳି ଉତ୍ସବ ଗୁଡିକର ଆୟୋଜନ ହେଉ, ଏହି ପଦକ୍ଷେପ ଦ୍ୱାରା ଆସାମର ପରିଚୟ ଆହୁରି ସମୃଦ୍ଧ ହେଉଛି।

ସାଥୀଗଣ,

ଆଜି ଯୋଗାଯୋଗ ବ୍ୟବସ୍ଥାର ଯେଉଁ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରାଯାଇଛି, ଏହାଦ୍ୱାରା ଆସାମରେ ପର୍ଯ୍ୟଟନ ପାଇଁ ନୂତନ ଦ୍ୱାର ଉନ୍ମୁକ୍ତ ହେବାକୁ ଯାଉଛି। କ୍ରୁଜ ପର୍ଯ୍ୟଟନ କ୍ଷେତ୍ରରେ ଆସାମ ଏକ ବୃହତ କେନ୍ଦ୍ର୍ର ପାଲଟିବ। ନେମାତି, ବିଶ୍ୱନାଥ ଘାଟ, ଗୁଆହାଟୀ ଏବଂ ଜୋଗିଘୋପାରେ ପର୍ଯ୍ୟଟନ ଜେଟି ନିର୍ମାଣ ହେବା ଦ୍ୱାରା ଆସାମର ପର୍ଯ୍ୟଟନ ଶିଳ୍ପକୁ ନୂତନ ମାନ୍ୟତା ମିଳିବ। ଯେତେବେଳେ କ୍ରୁଜରେ ବୁଲିବା ପାଇଁ ଦେଶ ବିଦେଶରୁ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ପର୍ଯ୍ୟଟକ ଏଠାରେ ପହଞ୍ଚିବେ, ସେତେବେଳେ ଆସାମର ଯୁକଙ୍କମାନର ରୋଜଗାରର ସାଧନ ଆହୁରି ବୃଦ୍ଧି ପାଇବ। ପର୍ଯ୍ୟଟନ ହେଉଛି ଏପରି ଏକ କ୍ଷେତ୍ର, ଯେଉଁଥିରେ କମ ପାଠ ପଢିଥିବା, ଅତି କମ୍‍ ନିବେଶ କରିବା ବାଲା ମଧ୍ୟ ରୋଜଗାର କରିଥାଏ ଏବଂ ଦକ୍ଷ ପେଶାଦାର ମାନେ ମଧ୍ୟ ଆୟ କରିଥାନ୍ତି। ଏହା ହିଁ ହେଉଛି ବିକାଶ, ଯାହା ଗରିବରୁ ଗରିବଙ୍କୁ ମଧ୍ୟ, ସାଧାରଣ ନାଗରିକକୁ ମଧ୍ୟ ଆଗକୁ ଆଗେଇ ଯିବାର ସୁଯୋଗ ଦେଇଥାଏ। ବିକାଶର ଏହି ଧାରାକୁ ଅମକୁ ବଜାୟ ରଖିବାର ଅଛି ଏବଂ ଗତି ଦେବାର ଅଛି। ଆସାମକୁ, ଉତର ପୂର୍ବାଞ୍ଚଳକୁ ଆତ୍ମନିର୍ଭର ଭାରତର ସୁଦୃଢ ସ୍ତମ୍ଭ କରିବା ପାଇଁ ଆମକୁ ମିଳିମିଶି କାର୍ଯ୍ୟ କରିବାର ଅଛି। ଆପଣ ସମସ୍ତଙ୍କୁ ପୁଣି ଥରେ ବିକାଶର ଏହି ନୂତନ ପ୍ରକଳ୍ପ ଗୁଡିକ ପାଇଁ ବହୁତ-ବହୁତ ଶୁଭେଚ୍ଛା।

ବହୁତ- ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Europe emerges top destination for India's electric car shipments in Q1

Media Coverage

Europe emerges top destination for India's electric car shipments in Q1
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire tragedy in Birbhum, West Bengal
August 17, 2026
Prime Minister announces ex-gratia from PMNRF for the victims of the mishap in Birbhum, West Bengal

Prime Minister Shri Narendra Modi today expressed deep anguish over the loss of lives due to a fire tragedy in Birbhum, West Bengal.

The Prime Minister extended his condolences to those who have lost their loved ones and prayed for the early recovery of the injured. He added that the local administration is actively assisting those affected in the mishap.

In a post on X, the Prime Minister's Office shared:

"Anguished to hear about the loss of lives due to a fire tragedy in Birbhum, West Bengal. I extend my condolences to those who have lost their loved ones. May the injured recover soon. The local administration is assisting those affected in the mishap: PM @narendramodi"

Prime Minister Shri Narendra Modi has announced an ex-gratia from the Prime Minister's National Relief Fund (PMNRF) of Rs. 2 lakh for the next of kin of each deceased, along with Rs. 50,000 for those injured in the mishap in Birbhum, West Bengal.

In a post on X, the Prime Minister's Office shared:

"In the wake of the mishap in Birbhum, West Bengal, PM @narendramodi has announced Rs. 2 lakh from PMNRF for the next of kin of each deceased and Rs. 50,000 for those injured."