ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ପ୍ରଥମ ବୈଶ୍ୱିକ ଶିଖର ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଭାରତରେ ସ୍ୱାସ୍ଥ୍ୟଯତ୍ନ କ୍ଷେତ୍ରରେ ବୈଶ୍ୱିକ ଆସ୍ଥା ଯୋଗୁଁ ନିକଟରେ ଭାରତକୁ “ବିଶ୍ୱର ଔଷଧ ପ୍ରସ୍ତୁତି ସ୍ଥଳ” କୁହାଯାଉଛି
“ଆମେ ସମଗ୍ର ମାନବ ଜାତିର କଲ୍ୟାଣରେ ବିଶ୍ୱାସୀ ଏବଂ କୋଭିଡ-୧୯ ବୈଶ୍ୱିକ ମହାମାରୀ କାଳରେ ଆମର ଏହି ଉତ୍ସାହ ଆମେ ସମଗ୍ର ବିଶ୍ୱରେ ପ୍ରଦର୍ଶନ କରିଛୁ”
“ଔଷଧପତ୍ର ଶିଳ୍ପକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଭାରତରେ ଅନେକ ବୈଜ୍ଞାନିକ ଓ ବୈଷୟିକ ତତ୍ୱବିତ୍ ଅଛନ୍ତି । ଏହି ଶକ୍ତିର ଉପଯୋଗ କରି “ମେକ୍ ଇନ୍ ଇଣ୍ଡିଆର ଆବିଷ୍କାର ହେବ”
ଟିକା ଏବଂ ଔଷଧର କଞ୍ଚାମାଲ ଆମକୁ ସ୍ୱଦେଶୀ ଢଙ୍ଗରେ ପ୍ରସ୍ତୁତ କରିବାକୁ ହେବ । ଭାରତକୁ ଏହି କ୍ଷେତ୍ରରେ ସଫଳତା ଆବଶ୍ୟକ ।

କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ମନସୁଖ ଭାଇ, ଭାରତୀୟ ଫାର୍ମାସ୍ୟୁଟିକାଲ୍ ଆଲାଏନ୍ସର ସଭାପତି ଶ୍ରୀ ସମୀର ମେହେଟ୍ଟା, କ୍ୟାଡିଲା ହେଲଥ କେୟାର ଲିମିଟେଡର ଚେୟାରମ୍ୟାନ୍ ଶ୍ରୀ ପଙ୍କଜ ପଟେଲ ଓ  ବିଶିଷ୍ଟ ଅଂଶଗ୍ରହଣକାରୀମାନେ।

ପ୍ରଥମେ, ମୁଁ ଏହି ଗ୍ଲୋବାଲ୍ ଇନୋଭେସନ୍ ସମ୍ମିଳନୀର ଆୟୋଜନ ପାଇଁ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଆସୋସିଏସନକୁ ଅଭିନନ୍ଦନ ଜଣାଉଛି।

କୋଭିଡ -19 ମହାମାରୀ ସ୍ୱାସ୍ଥ୍ୟସେବାର ଗୁରୁତ୍ୱକୁ ବହୁ ମାତ୍ରାରେ ବୃଦ୍ଧି କରିଛି। ଜୀବନଶୈଳୀ ହେଉ, କିମ୍ବା ଔଷଧ, ଚିକିତ୍ସା ପ୍ରଯୁକ୍ତିବିଦ୍ୟା, କିମ୍ବା ଟିକା, ସ୍ୱାସ୍ଥ୍ୟସେବାର ପ୍ରତ୍ୟେକ ଦିଗ ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଔଷଧ ଶିଳ୍ପ ମଧ୍ୟ ଅନେକ ଗୁଡ଼ିଏ ଆହ୍ବାନକୁ ସଫଳତାପୂର୍ବକ ଅତିକ୍ରମ କରିପାରିଛି।

ଏହି ସମୟରେ ଭାରତୀୟ ସ୍ୱାସ୍ଥ୍ୟସେବା ଲାଭ କରିଥିବା ବିଶ୍ବାସ ହେତୁ ଏହାକୁ  'ବିଶ୍ବର ଫାର୍ମାସି ' କୁହାଯାଉଛି। ପ୍ରାୟ 3 ନିୟୁତ ଲୋକଙ୍କୁ ନିଯୁକ୍ତି ଦେବା ସହିତ ଏହି କ୍ଷେତ୍ରରୁ ପ୍ରାୟ ତେର ଶହ କୋଟି ଡଲାରର ଅତିରିକ୍ତ ବାଣିଜ୍ୟ ସୃଷ୍ଟି ହେଉଛି ଯଦ୍ବାରା ଭାରତୀୟ ଫାର୍ମା ଶିଳ୍ପ ଆମର ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ କାରକ ହୋଇପାରିଛି।

କମ୍  ମୂଲ୍ୟରେ ଉଚ୍ଚ ଗୁଣବତ୍ତା ଏବଂ ପରିମାଣର ମିଶ୍ରଣ ହେତୁ, ସମଗ୍ର ବିଶ୍ୱରେ ଭାରତୀୟ ଫାର୍ମା ପାଇଁ ବହୁତ ଆଗ୍ରହ ଦେଖା ଦେଇଚି। 2014 ଠାରୁ, ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 1200 କୋଟି ଡଲାରରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ କରାଯାଇଛି  ଏବଂ, ଏଥିରେ ଆହୁରି ଅନେକ ସମ୍ଭାବନା ମଧ୍ୟ ରହିଛି।

ବନ୍ଧୁଗଣ,

ସୁସ୍ଥତାର ଆମର ସଂଜ୍ଞା ଶାରୀରିକ ସୀମା ମଧ୍ୟରେ ସୀମିତ ନୁହେଁ। ଆମେ ସମଗ୍ର ମାନବଜାତିର କଲ୍ୟାଣରେ ବିଶ୍ବାସ କରୁ।

ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ।

ଏବଂ, କୋଭିଡ୍ -19 ବିଶ୍ବ ମହାମାରୀ ସମୟରେ ଆମେ ଏହି ସେବା ମନୋଭାବକୁ ସମଗ୍ର ବିଶ୍ୱକୁ ଦେଖାଇଛୁ | ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ 150 ରୁ ଅଧିକ ଦେଶକୁ ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ରପ୍ତାନି କରିଥିଲୁ। ଆମେ ଚଳିତ ବର୍ଷ ପ୍ରାୟ 100 ଟି ଦେଶକୁ 65 ମିଲିୟନରୁ ଅଧିକ ଡୋଜ୍ କୋଭିଡ୍ ଟିକା ରପ୍ତାନି କରିଛୁ। ଆଗାମୀ ମାସଗୁଡିକ ମଧ୍ୟରେ, ଯେତେବେଳେ ଆମେ ଆମର ଟିକା ଉତ୍ପାଦନ କ୍ଷମତାକୁ ବଢ଼ାଇବୁ, ଆମେ ଏ ଦିଗରେ ଆହୁରି ଅଧିକ ସହାୟତା କରିବୁ।

ବନ୍ଧୁଗଣ,

ଜୀବନର ସବୁ କ୍ଷେତ୍ରରେ କୋଭିଡ -19 ଯୁଗରେ ନୂତନତାର ଗୁରୁତ୍ୱକୁ ଅନୁଭବ କରାଯାଇଛି। ଏହି ସମସ୍ୟା ହେତୁ ଆମ ଜୀବନଶୈଳୀ ଏବଂ ଆମର କାର୍ଯ୍ୟ କରିବା ପ୍ରକ୍ରିୟାକୁ  ଭିନ୍ନ ଭାବରେ କରିବାକୁ ବାଧ୍ୟ କରିଛି। ଭାରତୀୟ ଫାର୍ମା କ୍ଷେତ୍ର ପରିପ୍ରେକ୍ଷୀରେ, ଏହାର ଗତି, ଏବଂ ନୂତନତା ପ୍ରକୃତରେ ପ୍ରଶଂସନୀୟ। ଉଦାହରଣସ୍ୱରୂପ, ଏହି ନୂତନତ୍ୱର ଉତ୍ସାହ ​​ହିଁ ଭାରତକୁ ପିପିଇ ର ଏକ ପ୍ରମୁଖ ଉତ୍ପାଦକ ଏବଂ ରପ୍ତାନିକାରୀ କରାଇ ପାରିଛି ଏବଂ ଏହା ସହିତ କୋଭିଡ -19 ଟିକା ଉଦ୍ଭାବନ, ଉତ୍ପାଦନ, ପରିଚାଳନା ଏବଂ ରପ୍ତାନିରେ ଭାରତ ଉଲ୍ଲେଖନୀୟ ଭୂମିକା ରହିଛି।

ବନ୍ଧୁଗଣ,

ଫାର୍ମା କ୍ଷେତ୍ରରେ ଅଭିବୃଦ୍ଧିକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ମାସରେ, ସରକାର 'ଫାର୍ମା-ମେଡଟେକ୍ ସେକ୍ଟରରେ ଅନୁସନ୍ଧାନ ଏବଂ ବିକାଶ ଓ ନୂତନତା ପାଇଁ ପଲିସି' ସମ୍ବଳିତ ଏକ ଡ୍ରାଫ୍ଟ ଡକ୍ୟୁମେଣ୍ଟ୍ ପ୍ରକାଶ କରିଛନ୍ତି। ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ୍ ଉପକରଣରେ ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ ଉତ୍ସାହିତ କରିବା ପାଇଁ ଏହି ନୀତି ଭାରତର ପ୍ରତିଶ୍ରୁତିବଦ୍ଧତାକୁ ପ୍ରତିଫଳିତ କରିଥାଏ।

ଆମର ଲକ୍ଷ୍ୟ ହେଉଛି ନୂତନତା ପାଇଁ ଏକ ଇକୋ-ସିଷ୍ଟମ ସୃଷ୍ଟି କରିବା ଯାହା ଔଷଧ ଆବିଷ୍କାର ଏବଂ ନୂତନ ଚିକିତ୍ସା ଉପକରଣ ପ୍ରସ୍ତୁତିରେ ଭାରତକୁ ଅଗ୍ରଣୀ କରିବ। ସମସ୍ତ ହିତାଧିକାରୀଙ୍କ ସହିତ ବ୍ୟାପକ ପରାମର୍ଶ ଉପରେ ଆଧାର କରି ଆମର ନୀତି ପ୍ରସ୍ତୁତ କରାଯାଉଛି । ନିୟାମକ ଢାଞ୍ଚାରେ ଶିଳ୍ପ ଚାହିଦା ପ୍ରତି ଆମେ ସମ୍ବେଦନଶୀଳ ଏବଂ ଏହି ଦିଗରେ ଆମେ ସକ୍ରିୟ ଭାବରେ କାର୍ଯ୍ୟ କରୁଛୁ । ଫାର୍ମାସ୍ୟୁଟିକାଲ୍ସ ଏବଂ ଡାକ୍ତରୀ ଉପକରଣ ପାଇଁ ତିରିଶ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ଉତ୍ପାଦନ ସଂଯୁକ୍ତ ଇନସେଣ୍ଟିଭ୍ ସ୍କିମ୍ ମାଧ୍ୟମରେ ଶିଳ୍ପକୁ ଉଲ୍ଲେଖନୀୟ ସହାୟତା ପ୍ରଦାନ କରାଯାଇଛି।

ବନ୍ଧୁଗଣ,

ଶିଳ୍ପ, ଶିକ୍ଷା ଜଗତ ଏବଂ ବିଶେଷ ଭାବରେ ଆମର ପ୍ରତିଭାବାନ ଯୁବକମାନଙ୍କର ସହଯୋଗ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଆମେ ଶିକ୍ଷାନୁଷ୍ଠାନ ଏବଂ ଉଦ୍ୟୋଗ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରୁଛୁ। ଶିଳ୍ପକୁ ଆହୁରି ଶୀର୍ଷକୁ ନେବାର ସମ୍ଭାବନା ଥିବା ଭାରତରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତି ବିଶେଷଜ୍ଞଙ୍କ ଏକ ବୃହତ ସମ୍ବଳ ରହିଛି। ଏହି ଶକ୍ତିକୁ ''ଆବିଷ୍କାର ଏବଂ ମେକ୍ ଇନ୍ ଇଣ୍ଡିଆ '' ପାଇଁ ବ୍ୟବହାର କରାଯିବା ଆବଶ୍ୟକ ।

ବନ୍ଧୁଗଣ,

ମୁଁ ମଧ୍ୟ ଦୁଇଟି କ୍ଷେତ୍ରକୁ ଗୁରୁତ୍ବ ଦେବାକୁ ଚାହୁଁଛି । ପ୍ରଥମଟି କଞ୍ଚାମାଲ ଆବଶ୍ୟକତା ସହିତ ଜଡିତ। ଯେତେବେଳେ ଆମେ କୋଭିଡ-19 ସହିତ ଯୁଦ୍ଧ କରୁଥିଲୁ, ଆମେ ଜାଣିବାକୁ ପାଇଲୁ ଯେ ଏହା ହେଉଛି ଏକ ସମସ୍ୟା ଯେଉଁଥିପାଇଁ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଆଜି ଯେତେବେଳେ ଭାରତର 130 କୋଟି ଲୋକ ଭାରତକୁ ଆତ୍ମ ନିର୍ଭର କରିବା ପାଇଁ ଦାୟୀତ୍ବ ଗ୍ରହଣ କରିଛନ୍ତି, ସେତେବେଳେ ଟିକା ଏବଂ ଔଷଧ ପାଇଁ ପ୍ରମୁଖ ଉପାଦାନର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ବିଷୟରେ ଚିନ୍ତା କରିବା ଆବଶ୍ୟକ।

ମୁଁ ନିଶ୍ଚିତ ଯେ ନିବେଶକ ଏବଂ ଉଦ୍ଭାବକମାନେ ମଧ୍ୟ ଏହି ଆହ୍ବାନକୁ ଦୂର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଟନ୍ତି। ଦ୍ୱିତୀୟ କ୍ଷେତ୍ର ଭାରତର ପାରମ୍ପରିକ ଔଷଧ ସହିତ ଜଡିତ। ଆନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଏହି ଉତ୍ପାଦଗୁଡିକର ଗୁରୁତ୍ବ ଓ ଚାହିଦା ବୃଦ୍ଧି ହେଉଛି।  ନିକଟ ଅତୀତରେ ଏହି ଉତ୍ପାଦଗୁଡିକର ରପ୍ତାନୀର ଉଲ୍ଲେଖନୀୟ ବୃଦ୍ଧି ଦ୍ୱାରା ଏହା ଦେଖିବାକୁ ମିଳିଛି। କେବଳ 2020-21 ରେ ଭାରତ 150 କୋଟି ଡଲାର ମୂଲ୍ୟରୁ ଅଧିକ ଆୟୁର୍ବେଦିକ ଔଷଧ ରପ୍ତାନି କରିଛି। ଭାରତରେ ପାରମ୍ପରିକ ଔଷଧ ପାଇଁ ଏହାର ଗ୍ଲୋବାଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ କାର୍ଯ୍ୟ କରୁଛି।  ବିଶ୍ୱର ଆବଶ୍ୟକତା, ବୈଜ୍ଞାନିକ ମାନକ ଏବଂ ସର୍ବୋତ୍ତମ ଉତ୍ପାଦନ ଅଭ୍ୟାସ ସହିତ ଆମର ପାରମ୍ପରିକ ଔଷଧକୁ ଲୋକପ୍ରିୟ କରିବା ପାଇଁ ଆମେ ଅଧିକ ଉପାୟ ବିଷୟରେ ଚିନ୍ତା କରିପାରିବା କି?

ବନ୍ଧୁଗଣ,

ମୁଁ ଆପଣ ସମସ୍ତଙ୍କୁ ଆପଣଙ୍କର ସମ୍ପୂର୍ଣ୍ଣ କ୍ଷମତାର ବିନିଯୋଗ କରି ବିଶ୍ବକୁ ସେବା ପ୍ରଦାନ କରିବା ପାଇଁ ଆହ୍ବାନ କରୁଛି।

ଆମର ଉଦ୍ୟୋଗ ପାଇଁ ଆବଶ୍ୟକ ପ୍ରତିଭା, ଉତ୍ସ ଏବଂ ବ୍ୟବସ୍ଥା ରହିଛି। ଆମର ଦ୍ରୁତ ଗତି, ନୂତନତ୍ୱର ଉତ୍ସାହ ​​ଏବଂ ଫାର୍ମା କ୍ଷେତ୍ରରେ ଆମର ସଫଳତାକୁ ସାରା ବିଶ୍ୱ ଦ୍ୱାରା ସ୍ବୀକାର କରାଯାଇଛି | ଆଗକୁ ବଢ଼ିବା ସହିତ ନୂତନ ସଫଳତା ହାସଲ ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ।  ଏହି ସମ୍ମିଳନୀ ଗବେଷଣା ଓ ବିକାଶ ଏବଂ ନୂତନତା ଦିଗରେ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଉଦ୍ୟୋଗକୁ ମଜବୁତ କରିବା ପାଇଁ ନିଶ୍ଚିତ ଭାବରେ ସହାୟକ ହେବ।

ମୁଁ ପୁଣି ଥରେ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ଦୁଇ ଦିନିଆ ସମ୍ମିଳନୀର ସଫଳତା କାମନା କରୁଛି। 

ଧନ୍ୟବାଦ।

ଆପଣମାନଙ୍କୁ ଅନେକ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026