“ବିଗତ ସାତବର୍ଷରେ ସରକାର ଦିଲ୍ଲୀର ବନ୍ଦ କୋଠରୀରୁ କିପରି ଦେଶର କୋଣ ଅନୁକୋଣରେ ପହଞ୍ଚିପାରିଛି ମହୋବା ତାହାର ପ୍ରତ୍ୟକ୍ଷଦର୍ଶୀ”
“ଚାଷୀଙ୍କୁ ସମସ୍ୟା ଭିତରେ ଛନ୍ଦି ରଖିବା କେତେକ ରାଜନୈତିକ ଦଳଙ୍କ ଚିରାଚରିତ କୌଶଳ ପାଲଟିଛି । ସେମାନେ ସମସ୍ୟାର ରାଜନୀତି କରନ୍ତି:ଆମେ ସମାଧାନର ଜାତୀୟ ନୀତି ଅନୁସରଣ କରୁ”
“ପ୍ରଥମ ଥର ପାଇଁ ବୁନ୍ଦେଲଖଣ୍ଡବାସୀ ଦେଖୁଛନ୍ତି ଏକ ସରକାର ସେମାନଙ୍କ ପାଇଁ କାମ କରୁଛି ।ପୂର୍ବ ସରକାରମାନେ ଉତ୍ତରପ୍ରଦେଶକୁ ଲୁଟି ଲୁଟି ମଧ୍ୟ ଥକି ଯାଇ ନ ଥିଲେ; ଆମେ କିନ୍ତୁ କାମ କରି ମଧ୍ୟ କ୍ଲାନ୍ତ ହେଉନାହୁଁ”
“ବଂଶବାଦୀ ଶାସନ କୃଷକଙ୍କୁ କେବଳ ବଂଚନା ମଧ୍ୟରେ ରଖି ଆସିଛି । ସେମାନେ କୃଷକଙ୍କ ନାମରେ ନାନାଦି ଘୋଷଣା କରିଥିଲେ ମଧ୍ୟ ଚାଷୀଙ୍କ ପାଖରେ ପଇସାଟିଏ ପହଞ୍ଚିନାହିଁ”
“କର୍ମଯୋଗୀଙ୍କ ଡବଲ ଇଞ୍ଜିନ ସରକାର ବୁନ୍ଦେଲଖଣ୍ଡର ପ୍ରଗତି ପାଇଁ ଅକ୍ଳାନ୍ତ ଉଦ୍ୟମ ଚଳାଇଛି”

ଭାରତ ମାତାଙ୍କର ଜୟ ହେଉ!

ଭାରତ ମାତାଙ୍କର ଜୟ ହେଉ!

ଯେଉଁ ମହୋବାର ଭୂମିରେ ଆଲ୍‌ହା – ଊଦଳ ଏବଂ ବୀର ଚନ୍ଦେଲାଙ୍କର ବୀରତା ଚାରିଆଡେ ଛାଇ ରହିଛି, ସେହି ମହୋବାବାସୀଙ୍କୁ ମୋର କୋଟି ମୋଟି ପ୍ରଣାମ ।

ଉତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍ ପଟେଲ୍ ଜୀ, ୟୁପିର ଲୋକପ୍ରିୟ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଜୀ, ୟୁପି ସରକାରଙ୍କ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ସିଂହ ଜୀ, ଶ୍ରୀ ଜିଏସ୍ ଧର୍ମେଶ ଜୀ, ସଂସଦରେ ମୋର ସହଯୋଗୀ ଆର୍‌. କେ. ସିଂହ ପଟେଲ୍ ଜୀ, ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଜୀ, ଉତରପ୍ରଦେଶ ବିଧାନ ପରିଷଦ ଏବଂ ବିଧାନସଭାର ସହଯୋଗୀ ସ୍ୱତନ୍ତ୍ରଦେବ ଜୀ, ଶ୍ରୀ ରାକେଶ ଗୋସ୍ୱାମୀ ଜୀ, ଅନ୍ୟ ଜନପ୍ରତିନିଧିଗଣ ଏବଂ ଏଠାରେ ଉପସ୍ଥିତ ମୋର ପ୍ରିୟ ଭାଇ ଏବଂ ଭଉଣୀ!!

ମହୋବାର ଐତିହାସିକ ଭୂମିକୁ ଆସି ଏକ ଭିନ୍ନ ଅନୁଭବ ହୋଇଥାଏ । ବର୍ତମାନ ଦେଶ, ଦେଶର ସ୍ୱାଧୀନତା ଏବଂ ରାଷ୍ଟ୍ର ନିର୍ମାଣରେ ଜନଜାତି ସହଯୋଗୀ ମାନଙ୍କର ଯୋଗଦାନକୁ ସମ୍ପ୍ରତି ଜନଜାତି ଗୌରବ ସପ୍ତାହ ଭାବେ ପାଳନ କରୁଛି । ଏହି ସମୟରେ ବୀର ଆଲ୍‌ହା ଏବଂ ଊଦଳଙ୍କର ପୂଣ୍ୟଭୁମିକୁ ଆସିବା, ମୋ ପାଇଁ ପରମ ସୌଭାଗ୍ୟର ବିଷୟ । ଦାସତ୍ୱର ସେହି ସମୟରେ ଭାରତରେ ନୂତନ ଚେତନା ସୃଷ୍ଟି କରିଥିବା ଶ୍ରୀ ଗୁରୁ ନାନକ ଦେବଙ୍କର ଆଜି ପ୍ରକାଶ ପର୍ବ । ମୁଁ ଦେଶ ଏବଂ ଦୁନିଆର ଲୋକମାନଙ୍କୁ ଗୁରୁ ପରବର ମଧ୍ୟ ଅନେକ ଅନେକ ଶୁଭକାମନା ଦେଉଛି । ଆଜି ମଧ୍ୟ ଭାରତର ବୀରା କନ୍ୟା, ବୁନ୍ଦେଲଖଣ୍ଡର ଗୌରବ, ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଇଙ୍କର ଜୟନ୍ତୀ ଦିବସ । ଏହି କାର୍ଯ୍ୟକ୍ରମ ପରେ ମୁଁ ଝାନ୍‌ସୀ ଯିବି । ପ୍ରତିରକ୍ଷାର ଏକ ବହୁତ ବଡ କାର୍ଯ୍ୟକ୍ରମ ସେଠାରେ ଚାଲୁଛି ।

ଭାଇ ଏବଂ ଭଉଣୀମାନେ,

ଗତ ୭ ବର୍ଷ ମଧ୍ୟରେ ଆମେ କିପରି ସରକାରକୁ ଦିଲ୍ଲୀର ବନ୍ଦ କୋଠରୀରୁ ବାହାର କରି ଦେଶର କୋଣ ଅନୁକୋଣରେ ପହଂଚାଇ ପାରିଛୁ, ମହୋବା ତା’ର ପ୍ରତ୍ୟେକ୍ଷ ସାକ୍ଷୀ । ଏହି ଭୂମି ଏହିଭଳି ଯୋଜନାଗୁଡିକର, ଏହିଭଳି ନିଷ୍ପତିର ସାକ୍ଷୀ ରହିଛି, ଯାହା ଦେଶର ଗରୀବ ମାଆ – ଭଉଣୀ – ଝିଅମାନଙ୍କ ଜୀବନରେ ବୃହତ୍ ଏବଂ ସଫଳ ପରିବର୍ତନ ଆଣିଛି । କିଛି ମାସ ପୂର୍ବରୁ, ଏଠାରୁ ସମ୍ପୂର୍ଣ୍ଣ ଦେଶ ନିମନ୍ତେ ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯାଇଥିଲା । ମୋର ମନେ ଅଛି, କିଛି ବର୍ଷ ପୂର୍ବରୁ ମୁଁ ଦେଶର କୋଟି କୋଟି ମୁସଲିମ୍ ଭଉଣୀମାନଙ୍କୁ ତିନ୍ ତଲାକ ସମସ୍ୟାରୁ ମୁକ୍ତି ଦେବି ବୋଲି ଏଠାରେ ପ୍ରତିଜ୍ଞା କରିଥିଲି । ମହୋବାରେ କରାଯାଇଥିବା ସେହି ପ୍ରତିଜ୍ଞା, କେବେଠାରୁ ପୂରଣ ହୋଇସାରିଛି ।

ଭାଇ ଏବଂ ଭଉଣୀମାନେ,

ମୁଁ ଆଜି ଏବେ ଏହା ବୁନ୍ଦେଲଖଣ୍ଡର ଭଉଣୀ ଏବଂ ମୋର ପ୍ରିୟ କୃଷକ ଭାଇଏବଂ ଭଉଣୀମାନଙ୍କୁ ବହୁତ ବଡ ଉପହାର ପ୍ରଦାନ କରିବାକୁ ଆସିଛି । ଆଜି ଅର୍ଜୁନ ସହାୟକ ପ୍ରକଳ୍ପ, ରତୌଲି ବନ୍ଧ ପ୍ରକଳ୍ପ, ଭାବନୀ ବନ୍ଧ ପ୍ରକଳ୍ପ ଏବଂ ମଝଗାଓଁ ଚିଲ୍ଲୀ ସ୍ପ୍ରିଙ୍କଲର ସେଚ ପ୍ରକଳ୍ପକୁ ଲୋକାର୍ପଣ କରିବା ନିମନ୍ତେ ମୋତେ ସୌଭାଗ୍ୟ ମିଳିଛି । ୩ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥ ବିନିଯୋଗ ହୋଇଥିବା ଏହି ପ୍ରକଳ୍ପ ଗୁଡିକରୁ ମହୋବାର ଲୋକମାନଙ୍କ ସମେତ ହମୀରପୁର, ବାନ୍ଦ୍ରା ଏବଂ ଲଲିତପୁର ଜିଲ୍ଲାର ଲୋକମାନଙ୍କୁ ତଥା ଲକ୍ଷ ଲକ୍ଷ କୃଷକ ପରିବାରକୁ ଲାଭ ମିଳିବ । ଏହା ଫଳରେ ୪ ଲକ୍ଷରୁ ଅଧିକ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳି ପାରିବ । ଅନେକ ପିଢ଼ି ଧରି ଲୋକମାନେ ଯେଉଁ ଜଳର ଅପେକ୍ଷା କରିଥିଲେ, ଆଜି ସେହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।

ବନ୍ଧୁଗଣ

ଆପଣଙ୍କ ଉତ୍ସାହକୁ ମୁଁ ସମ୍ମାନ ଦେଉଛି । ଆପଣଙ୍କ ଭଲ ପାଇବା ମୋ ପାଇଁ ବହୁତ କିଛି, କିନ୍ତୁ ଏହା ମୋର ପ୍ରାର୍ଥନା ଯେ, ଆଗରେ ଆଉ ସ୍ଥାନ ନାହିଁ, ଆପଣମାନେ ଦୟାକରି ଆଗକୁ ଆସିବା ପାଇଁ ଚେଷ୍ଟା କରନ୍ତୁ ନାହିଁ, ଯେଉଁଠାରେ ଅଛନ୍ତି, ସେଠାରେ ରହି ଶାନ୍ତି ବଜାୟ ରଖନ୍ତୁ ।

ବନ୍ଧୁଗଣ

ଗୁରୁ ନାନକ ଦେବ କହିଛନ୍ତି ଯେ, -

‘ପହଲା ପାନି ଜିଓ ହେ, ଜିତ୍ ହାରିୟା ସବ୍ କୋଇ’ ।

ଅର୍ଥାତ୍‌, ପାଣିକୁ ସର୍ବଦା ପ୍ରାଥମିକତା ଦେବା ଆବଶ୍ୟକ, କାରଣ ଜଳରୁ ହିଁ ସମଗ୍ର ସୃଷ୍ଟିକୁ ଜୀବନ ମିଳିଥାଏ । ଶହ ଶହ ବର୍ଷ ପୂର୍ବରୁ ମହୋବା ସମେତ ସମଗ୍ର ଅଂଚଳ ଜଳ ସଂରକ୍ଷଣ ଏବଂ ଜଳ ପରିଚଳନା ବ୍ୟବସ୍ଥାର ଏକ ଉତମ ମଡେଲ୍ ଥିଲା । ବୁନ୍ଦେଲ୍‌, ପରିହାର ଏବଂ ଚନ୍ଦେଲ୍ ରାଜାମାନଙ୍କ ସମୟରେ ଏଠାରେ ପୋଖରୀ କ୍ଷେତ୍ରରେ ଯେଉଁ କାର୍ଯ୍ୟ ହୋଇଥିଲା, ଆଜି ବି ତାହା ଜଳ ସଂରକ୍ଷଣର ଏକ ବହୁତ ଭଲ ଉଦାହରଣ ଅଟେ । ସିନ୍ଧ, ବେଟୱା, ଧସାନ୍‌, କେନ୍ ଏବଂ ନର୍ମଦା ଭଳି ନଦୀଗୁଡିକର ପାଣି ବୁନ୍ଦେଲଖଣ୍ଡକୁ ସମୃଦ୍ଧ କରିଥିଲା, ପ୍ରସିଦ୍ଧି ବି ଦେଇଥିଲା । ସେହି ଚିତ୍ରକୂଟ, ସେହି ବୁନ୍ଦେଲଖଣ୍ଡ ଏବେ ବି ଅଛି, ଯାହା ବନବାସ ସମୟରେ ରାମଙ୍କର ସହାୟତା କରିଥିଲା, ଏଠାର ବନ୍ୟ ସମ୍ପଦ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଥିଲେ ।

କିନ୍ତୁ ବନ୍ଧୁଗଣ,

ପ୍ରଶ୍ନ ଏହା ଯେ, ସମୟ ସହିତ ଏହି କ୍ଷେତ୍ର କିପରି ଜଳର ସମସ୍ୟା ଏବଂ ପଳାୟନର କେନ୍ଦ୍ର ପାଲଟି ଗଲା? କାହିଁକି ଏହି ଅଂଚଳରେ ଲୋକମାନେ ସେମାନଙ୍କ ଝିଅମାନଙ୍କର ବିବାହ କରିବାକୁ ଭୟ କରିଥାନ୍ତି, କାହିଁକି ଏଠାର ଝିଅମାନେ ଯେଉଁ ଅଂଚଳରେ ଜଳ ମିଳିଥାଏ ସେଠାରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଏହି ପ୍ରଶ୍ନର ଉତର ମହୋବାର ଲୋକମାନେ, ବୁନ୍ଦେଲଖଣ୍ଡର ଲୋକମାନେ ବହୁତ ଭଲରେ ଜାଣିଛନ୍ତି ।

ଦିଲ୍ଲୀ ଏବଂ ଉତରପ୍ରଦେଶରେ ଦୀର୍ଘ ଦିନ ଧରି ଶାସକମାନେ ପାଳି କରି ଏହି ଅଂଚଳକୁ ନଷ୍ଟ କରିବାରେ କୌଣସି କାମ ବାକି ରଖିନାହାନ୍ତି । ଏଠାର ଜଙ୍ଗଲ, ଏଠାର ସମ୍ବଳକୁ କିପରି ମାଫିଆମାନଙ୍କ ହାତକୁ ଟେକି ଦିଆଯାଇଛି, ଏହା କାହାକୁ ଅଛପା ନାହିଁ । ଏବଂ ଏବେ ଦେଖନ୍ତୁ, ଯେତେବେଳେ ସେହି ମାଫିଆମାନଙ୍କ ଉପରେ ଉତରପ୍ରଦେଶରେ ବୁଲଡୋଜର ଚାଲୁଛି, କିଛି ଲୋକ ଜଟିଳ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଏହି ଲୋକମାନେ କେତେ ବି ସମସ୍ୟା ସୃଷ୍ଟି କରନ୍ତୁ ଉତରପ୍ରଦେଶର ବିକାଶର କାମ, ବୁନ୍ଦେଲଖଣ୍ଡର ବିକାଶର କାମ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ।

ବନ୍ଧୁଗଣ

ଏହି ଲୋକମାନେ ବୁନ୍ଦେଲଖଣ୍ଡ ସହିତ ଯେଉଁଭଳି ବ୍ୟବହାର କରିଛନ୍ତି, ତାହାକୁ ଏଠାର ଲୋକମାନେ କେବେ ଭୁଲି ପାରିବେ ନାହିଁ । ନଳକୂଅ, ହ୍ୟାଣ୍ଡପମ୍ପ୍‌ର କଥା ଅନେକ ଥର କୁହାଯାଇଛି, କିନ୍ତୁ ପୂର୍ବ ସରକାର ଭୂତଳ ଜଳର ଅଭାବରେ ତାହା ମାଧ୍ୟମରେ ଜଳ କିପରି ଆସିବ ତାହା ଜଣେଇନାହାନ୍ତି । ପୋଖରୀଖୋଳା ନାମରେ ବହୁତ ଫିତା କଟାଯାଇଛି, କିନ୍ତୁ ଫଳ କ’ଣ ମିଳିଛି ତାହା ଆପଣମାନେ ମୋ ତୁଳନାରେ ବହୁତ ଭଲରେ ଜାଣିଛନ୍ତି । ବନ୍ଧ, ପୋଖରୀ ଖୋଳା ଯୋଜନା ନାମରେ କମିଶନ, ମରୁଡି ରିଲିଫ୍ ନାମରେ ଘୋଟାଲା ହୋଇଛି, ବୁନ୍ଦେଲଖଣ୍ଡକୁ ଲୁଟି ପୂର୍ବତନ ସରକାରକୁ ଚଲାଉଥିବା ବ୍ୟକ୍ତିବିଶେଷ କେବଳ ନିଜ ପରିବାରର ଭଲ କରିଛନ୍ତି । ଆପଣଙ୍କ ପରିବାର ଟୋପାଏ ଟୋପାଏ ପାଣି ପାଇଁ କଷ୍ଟଯନ୍ତ୍ରଣାରେ ସଢ଼ିଛି, କିନ୍ତୁ ସେମାନଙ୍କର ଏସବୁ ସହିତ କୌଣସି ସମ୍ପର୍କ ନଥିଲା ।

ଭାଇ ଏବଂ ଭଉଣୀମାନେ,

ସେମାନେ  କିପରି କାର୍ଯ୍ୟ କରିଛନ୍ତି, ଏହାର ଏକ ଉଦାହରଣ ହେଉଛି ଏହି ଅର୍ଜୁନ ସହାୟକ ପ୍ରକଳ୍ପ । ବର୍ଷ ବର୍ଷ ଧରି ଏହି ପ୍ରକଳ୍ପ ଅଟକି ରହିଥିଲା, ଅଧାପନ୍ତରିଆ ହୋଇ ପଡି ରହିଥିଲା । ୨୦୧୪ ପରେ ଯେତେବେଳେ ମୁଁ ଦେଶରେ ଏଭଳି ଅଟକି ରହିଥିବା ପ୍ରକଳ୍ପ, ଅଟକିଥିବା ସେଚ ଯୋଜନାର ରେକର୍ଡ ମାଗିବା ଆରମ୍ଭ କଲି, ଅର୍ଜୁନ ସହାୟକ ପ୍ରକଳ୍ପ କିପରି ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ, ସେଥିପାଇଁ ତତ୍‌କାଳୀନ ଉତରପ୍ରଦେଶ ରାଜ୍ୟ ସରକାରଙ୍କ ସହିତ ଅନେକ ଥର ଚର୍ଚ୍ଚା କରିଛି, ଅନେକ ସ୍ତରରେ ଆଲୋଚନା କରିଛି । କିନ୍ତୁ ବୁନ୍ଦେଲଖଣ୍ଡର ଏହି ଦୋଷୀମାନେ, ସେଚ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଦିଗରେ କୌଣସି ଆଗ୍ରହ ପ୍ରକାଶ କରିନଥିଲେ ।

୨୦୧୭ରେ ଯୋଗୀ ଜୀଙ୍କ ସରକାର ଗଠନ ହେବା ପରେ ପରିଶେଷରେ, ଏହି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଲା । ଏବଂ ଆଜି ଏହି ପ୍ରକଳ୍ପ ଆପଣମାନଙ୍କୁ, ବୁନ୍ଦେଲଖଣ୍ଡର ଲୋକମାନଙ୍କୁ ସମର୍ପିତ କରାଯାଉଛି । ଅନେକ ଦଶନ୍ଧି ଧରି ବୁନ୍ଦେଲଖଣ୍ଡର ଲୋକମାନେ ଲୁଟୁଥିବା ସରକାରଙ୍କୁ ଦେଖିଛନ୍ତି । ପ୍ରଥମଥର ପାଇଁ ବୁନ୍ଦେଲଖଣ୍ଡର ଲୋକମାନେ, ଏହାର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସରକାରଙ୍କୁ ଦେଖୁଛନ୍ତି । ବୁନ୍ଦେଲଖଣ୍ଡର ମୋର ଭାଇ ଓ ଭଉଣୀମାନେ, ଏହି କଟୁ ସତ୍ୟକୁ କେହି ଭୁଲି ପାରିବେନି, ଯେ ସେମାନେ ଉତରପ୍ରଦେଶକୁ ଲୁଟି ଲୁଟି ଥକ୍କ୍‌ା ଅନୁଭବ କରୁନଥିଲେ ଏବଂ ଆମେ କାମ କରି କରି ମଧ୍ୟ ଥକୁନାହୁଁ ।

ବନ୍ଧୁଗଣ,

କୃଷକମାନଙ୍କୁ ସର୍ବଦା ସମସ୍ୟା ଭିତରେ ଛନ୍ଦି ରଖିବା ଅନେକ ରାଜନୈତିକ ଦଳର ଆଧାର ରହିଆସିଛି । ସେମାନେ ସମସ୍ୟାର ରାଜନୀତି କରିଥାନ୍ତି, ଏବଂ ଆମେ ସମାଧାନର ରାଷ୍ଟ୍ରନୀତି କରିଥାଉ । କେନ୍ - ବେଟୱା ସଂଯୋଗର ସମାଧାନର ବାଟ ମଧ୍ୟ ଆମ ସରକାର ବାହାର କରିଥିଲା, ସମସ୍ତ ପକ୍ଷ ସହିତ ଆଲୋଚନା କରି ଏହାର ସମାଧାନ କରାଯାଇଥିଲା । ଭବିଷ୍ୟତରେ କେନ୍ – ବେଟୱା ସଂଯୋଗରୁ ମଧ୍ୟ ଏହି ଅଂଚଳର ଲକ୍ଷ ଲକ୍ଷ କୃଷକମାନେ ମଧ୍ୟ ଲାଭବାନ୍ ହେବେ । ଯୋଗୀ ଜୀଙ୍କର ସରକାର ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ବୁନ୍ଦେଲଖଣ୍ଡରେ ଅନେକ ଜଳ ପରିଯୋଜନା ଉପରେ କାମ ଆରମ୍ଭ କରିଛି । ଆଜି ମଝଗାଓଁ – ଚିଲ୍ଲୀ ସ୍ପ୍ରିଙ୍କଲର ଯୋଜନା ଭଳି ଆଧୁନିକ ଜ୍ଞାନକୌଶଳର ଲୋକାର୍ପଣ, ସିଂଚନ କ୍ଷେତ୍ରରେ ଆଧୁନିକତାକୁ ପ୍ରଦର୍ଶିତ କରିଥାଏ ।

ବନ୍ଧୁଗଣ

ମୁଁ ଯେଉଁ ଗୁଜୁରାଟରୁ ଆସିଛି, ତାହାର ପ୍ରକୃତ ସତ୍ୟ ହେଉଛି, ପୂର୍ବରୁ ଗୁଜୁରାଟର ଅବସ୍ଥା ଯାହା ଥିଲା, ସେହି ପରିସ୍ଥିତି ବୁନ୍ଦେଲଖଣ୍ଡ ସହିତ ପ୍ରାୟ ସମାନ । ତେଣୁ ସେଥିପାଇଁ ମୁଁ ଆପଣଙ୍କ ସମସ୍ୟାକୁ ବୁଝିପାରୁଛି, ଆପଣମାନଙ୍କ କଷ୍ଟକୁ ଜାଣିପାରୁଛି । ମାତା ନର୍ମଦାଙ୍କର ଆଶୀର୍ବାଦରୁ, ସର୍ଦ୍ଦାର ସରୋବର ବନ୍ଧର ଆଶୀର୍ବାଦରୁ, ଆଜି ଗୁଜୁରାଟର ମରୁଭୂମି ଅଂଚଳ କଚ୍ଛ ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇପାରିଛି ।

ଯେଉଁଭଳି ସଫଳତା ଆମେ ଗୁଜୁରାଟରେ ପାଇଛୁ, ସେହିଭଳି ସଫଳତା, ବୁନ୍ଦେଳଖଣ୍ଡରେ ପାଇବା ପାଇଁ ଆମେ ଦିନରାତି କାମରେ ଲାଗି ପଡିଛୁ । ଭାଇ – ଭଉଣୀମାନେ, ଯେଉଁଭଳି ବୁନ୍ଦେଲଖଣ୍ଡରୁ ଲୋକମାନେ ବାହାରକୁ ପଳାୟନ କରୁନ୍ତି, ସେହିଭଳି ଗୁଜୁରାଟରେ ମଧ୍ୟ କଚ୍ଛରେ ଲଗାତର ପଳାୟନ ହେଉଥିଲା । ଦେଶରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା, କଚ୍ଛ ଜିଲ୍ଲାରେ ଜନସଂଖ୍ୟା କମ୍ ହେବାରେ ଲାଗିଥିଲା । ଲୋକମାନେ ବାରମ୍ବାର କଚ୍ଛ ଛାଡି ଚାଲି ଯାଉଥିଲେ । କିନ୍ତୁ ମୋତେ ଯେତେବେଳେ ଲୋକମାନଙ୍କ ସେବା କରିବାର ସୁଯୋଗ ମିଳିଲା, ଆଜି କଚ୍ଛ, ହିନ୍ଦୁସ୍ତାନର ଦ୍ରୁତ ଗତିରେ ବିକାଶ କରୁଥିବା ଜିଲ୍ଲା ମାନଙ୍କ ମଧ୍ୟରେ ସାମିଲ୍ ହୋଇପାରିଛି ।

ଉତର ପ୍ରଦେଶର ଅନେକ ଅଂଚଳରୁ ମୋର ଭାଇ ଭଉଣୀମାନେ କଚ୍ଛକୁ ଆସି ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏବଂ କଚ୍ଛରେ ମୋର ଅନୁଭୂତିରୁ କହୁଛି ଯେ, ଆମେମାନେ ବୁନ୍ଦେଲଖଣ୍ଡକୁ ପୁଣି ଥରେ ସେହି ଶକ୍ତି ଦେଇପାରିବା, ପୁଣି ଥରେ ନୂତନ ଜୀବନ ଦେଇପାରିବା । ଏଠାର ମାଆ ଭଉଣୀମାନଙ୍କର ସବୁଠାରୁ ବଡ ସମସ୍ୟା ଦୂର କରିବା ପାଇଁ, ବୁନ୍ଦେଲଖଣ୍ଡରେ ଜଳ ଜୀବନ ମିଶନ ଆଧାରରେ ଦ୍ରୁତ ଗତିରେ କାମ ଜାରି ରହିିଛି । ବୁନ୍ଦେଲଖଣ୍ଡ ଏବଂ ଏହା ସହିତ ବିଦ୍ୟାଳୟରେ, ପାଇପ୍‌ରେ ପ୍ରତି ଘରକୁ ଜଳ ଯୋଗାଣ କରାଯିବ, ସେଥପାଇଁ ବିଶେଷ ଅଭିଯାନ ଚାଲୁ ରଖାଯାଇଛି ।

ଭାଇ ଏବଂ ଭଉଣୀମାନେ

ପରିବାରବାଦୀ ମାନଙ୍କର ସରକାରମାନେ ଅନେକ ଦଶନ୍ଧି ଧରି ଉତର ପ୍ରଦେଶର ଅଧିକାଂଶ ଗ୍ରାମଗୁଡିକୁ ଶୋଷରେ ରଖିଛନ୍ତି । କର୍ମଯୋଗୀ ମାନଙ୍କର ସରକାର ମାତ୍ର ଦୁଇ ବର୍ଷ ମଧ୍ୟରେ ୩୦ ଲକ୍ଷ ପରିବାରକୁ ଉତରପ୍ରଦେଶରେ ନଳ/ ପାଇପ୍ ମାଧ୍ୟମରେ ଜଳ ଯୋଗାଣ କରିଛନ୍ତି । ପରିବାରବାଦୀ ମାନଙ୍କର ସରକାର ପିଲାମାନଙ୍କୁ, ଝିଅମାନଙ୍କୁ, ବିଦ୍ୟାଳୟରେ ଅଲଗା ଶୌଚାଳୟ, ପାନୀୟ ଜଳ ସୁବିଧାରୁ ବଂଚିତ ରଖିଛନ୍ତି, କର୍ମଯୋଗୀ ମାନଙ୍କର ଦୁଇ ଇଞ୍ଜିନ୍ ବିଶିଷ୍ଟ ସରକାର ଝିଅମାନଙ୍କ ପାଇଁ ବିଦ୍ୟାଳୟରେ ଅଲଗା ଶୌଚାଳୟ ତିଆରି କରିଛନ୍ତି ଏବଂ ଉତର ପ୍ରଦେଶର ଏକ ଲକ୍ଷରୁ ଅଧିକ ବିଦ୍ୟାଳୟ, ହଜାର ହଜାର ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ଜଳ ଯୋଗାଣ କରିଛନ୍ତି । ଯେତେବେଳେ ସର୍ବୋଚ୍ଚ ପ୍ରାଥମିକତା ହେଉଛି ଗରୀବ କଲ୍ୟାଣ, ସେତେବେଳେ ଏମିତି କାମ ହୋଇଥାଏ, ଏହାଠାରୁ ଦ୍ରୁତ ଗତିରେ ମଧ୍ୟ କାମ ହୋଇଥାଏ ।

ଭାଇ ଏବଂ ଭଉଣୀମାନେ

ଆମ ସରକାର ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସବୁ ସ୍ତରରେ କୃଷକ ମାନଙ୍କର ହିତସାଧନ ପାଇଁ ମଧ୍ୟ ପଦକ୍ଷେପ ନେଇଛି । ଗତ ୭ ବର୍ଷ ମଧ୍ୟରେ ସାଢ଼େ ୧୬୦୦ରୁ ଅଧିକ ଉତମ ମାନର ବିହନ ପ୍ରସ୍ତୁତ କରାଯାଇଛି । ଯାହା ମଧ୍ୟରୁ ଅନେକ ବିହନ କମ୍ ପାଣିରେ ମଧ୍ୟ ଅଧିକ ଉତ୍ପାଦନକ୍ଷମ ହୋଇଥାଏ । ଆଜି ବୁନ୍ଦେଲଖଣ୍ଡର ମାଟି ପାଇଁ ଅନୁକୂଳ ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ ଏବଂ ତୈଳବୀଜ ଉପରେ ସରକାର ବିଶେଷ ରୂପେ ଧ୍ୟାନ ଦେଉଛନ୍ତି । ଗତ ବର୍ଷମାନଙ୍କରେ ଡାଲିଜାତୀୟ ଶସ୍ୟ ଏବଂ ତୈଳବୀଜର ରେକର୍ଡ କ୍ରୟ କରାଯାଇଛି । ବର୍ତମାନ ସୋରିଷ, ମସୁର ଭଳି ଅନେକ ଡାଲିଜାତୀୟ ପଦାର୍ଥ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରତି କ୍ୱିଂଟାଲ୍ ପିଛା ୪୦୦ ଟଙ୍କା ବୃଦ୍ଧି କରି ଦିଆଯାଇଛି । ଭାରତ, ଖାଇବା ତେଲ ପାଇଁ ଆତ୍ମନିର୍ଭରଶୀଳ ହେଉ, ଖାଇବା ତେଲ ବିଦେଶରୁ ଆମଦାନୀ କରିବା ନିମନ୍ତେ ଆମେ ଯେଉଁ ୮୦ ହଜାର କୋଟି ଟଙ୍କା ବିଦେଶକୁ ଦେଉଛେ, ସେହି ୮୦ ହଜାର କୋଟି ଟଙ୍କା କୃଷକମାନଙ୍କ ପାଖକୁ ଯାଉ, ଆପଣମାନଙ୍କୁ ମିଳୁ, ଦେଶର କୃଷକମାନଙ୍କୁ ମିଳୁ, ସେଥିପାଇଁ ରାଷ୍ଟ୍ରୀୟ ମିଶନ ଆରମ୍ଭ କରାଯାଇଛି । ଏଥିରୁ ବୁନ୍ଦେଲଖଣ୍ଡର କୃଷକମାନଙ୍କୁ ମଧ୍ୟ ବହୁତ ସାହାଯ୍ୟ ମିଳିବ ।

ଭାଇ ଓ ଭଉଣୀମାନେ,

ପରିବାରବାଦୀ ମାନଙ୍କର ସରକାର କୃଷକମାନଙ୍କୁ କେବଳ ଅଭାବରେ ରଖିବାକୁ ଚାହୁଁଥିଲେ । ସେମାନେ କୃଷକଙ୍କ ନାମରେ ଘୋଷଣା କରୁଥିଲେ, କିନ୍ତୁ କୃଷକମାନଙ୍କ ପାଖରେ ଏହା କିଂଚିତ୍ ମାତ୍ରାରେ ମଧ୍ୟ ପହଂଚୁନଥିଲା । କିନ୍ତୁ ପିଏମ୍ କିଷାନ ନିଧିରୁ ମୁଁ ୧ ଲ କ୍ଷ ୬୨ ହଜାର କୋଟି ଟଙ୍କା କୃଷକମାନଙ୍କ ଆକାଉଂଟ/ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଇଛି । ଏହି ସମ୍ପୂର୍ଣ୍ଣ ଅର୍ଥରାଶି କୃଷକମାନଙ୍କ ପରିବାର ନିକଟରେ ପହଂଚିଛି । ପରିବାରବାଦୀମାନେ କ୍ଷୁଦ୍ର କୃଷକ - ପଶୁପାଳକମାନଙ୍କୁ କିଷାନ କ୍ରେଡିଟ୍ କାର୍ଡରୁ ମଧ୍ୟ ବଂଚିତ ରଖିଥିଲେ । ଆମ ସରକାର କ୍ଷୁଦ୍ର କୃଷକମାନଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ଯୋଡିବା କାର୍ଯ୍ୟ କରିଛି ।

ଭାଇ ଓ ଭଉଣୀମାନେ

ଆମେ ବୁନ୍ଦେଲଖଣ୍ଡରୁ ବାହାରକୁ ପଳାୟନକୁ ରୋକିବା ପାଇଁ, ଏହି ଅଂଚଳକୁ ରୋଜଗାର ମାଧ୍ୟମରେ ଆତ୍ମନିର୍ଭର କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ଅଟୁ । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌, ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେ ଏବଂ ଉତରପ୍ରଦେଶର ଡିଫେନ୍ସ କରିଡର ମଧ୍ୟ ଏହାର ଏକ ବହୁତ ବଡ ପ୍ରମାଣ ଅଟେ ।  ଆଗାମୀ ସମୟରେ ଏଠାରେ ଶହ ଶହ ଉଦ୍ୟୋଗ ସ୍ଥାପନ କରାଯିବ, ଯୁବକମାନଙ୍କୁ ଏଠାରେ ରୋଜଗାର ମିଳିବ । ଏବେ ଏହି ଅଂଚଳର ଭାଗ୍ୟ, କେବଳ ଏକ ମହୋତ୍ସବର ମାଧ୍ୟମ ହୋଇ ରହିବ ନାହିଁ । କେବଳ ସେତିକି ନୁହେଁ, ଏହି ଅଂଚଳର ଆଖପାଖରେ ଇତିହାସ, ଆସ୍ଥା, ସଂସ୍କୃତି ଏବଂ ପ୍ରକୃତିର ଯେଉଁ ସମ୍ପଦ ଭରପୂର ହୋଇ ରହିଛି, ତାହା ମଧ୍ୟ ରୋଜଗାରର ବହୁତ ବଡ ମାଧ୍ୟମ ହେବାରେ ଲାଗିଛି । ଏହି ଅଂଚଳ ତୀର୍ଥ କ୍ଷେତ୍ର ଅଟେ । ଏହି ସ୍ଥାନ ଉପରେ ଗୁରୁ ଗୋରଖନାଥଙ୍କର ଆଶୀର୍ବାଦ ରହିଛି । ରାହିଲା ସାଗର ସୂର୍ଯ୍ୟ ମନ୍ଦିର ହେଉ, ମା ପୀତାମ୍ବରା ଶକ୍ତିପୀଠ ହେଉ, ଚିତ୍ରକୂଟର ମନ୍ଦିର ହେଉ କିମ୍ବା ସୋନାଗିରି ତୀର୍ଥ ହେଉ, ଏହି ସ୍ଥାନରେ କ’ଣ ନାହିଁ? ବୁନ୍ଦେଲୀ ଭାଷା, କାବ୍ୟ, ସାହିତ୍ୟ, ଗୀତ – ସଙ୍ଗୀତ ଏବଂ ମହୋବାର ଗୌରବ – ଦେଶାବରୀ ପାନ, ଏଥିପ୍ରତି କିଏ ଆକର୍ଷିତ ହେବ ନାହିଁ? ରାମାୟଣ ସର୍କିଟ୍ ଯୋଜନା ଅନୁସାରେ ଏଠାର ଅନେକ ତୀର୍ଥସ୍ଥଳୀକୁ ବିକଶିତ କରାଯାଉଛି ।

ଭାଇ ଓ ଭଉଣୀମାନେ

ଏହିଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ – ଇଞ୍ଜିନ୍ ବିଶିଷ୍ଟ ସରକାର ଏହି ଦଶନ୍ଧିକୁ ବୁନ୍ଦେଲଖଣ୍ଡର, ଉତର ପ୍ରଦେଶର ଦଶନ୍ଧି କରିବାକୁ ଲାଗିପଡିଛି । ଏହି ଦୁଇ– ଇଞ୍ଜିନ୍‌କୁ ଆପଣଙ୍କ ଆଶୀର୍ବାଦର ଶକ୍ତି ମିଳିବ, ଏହି ବିଶ୍ୱାସ ସହିତ ଆପଣ ସମସ୍ତଙ୍କର ଅନୁମତି ନେଇ ଏଠାରୁ ଝାନ୍‌ସୀର କାର୍ଯ୍ୟକ୍ରମ ପାଇଁ ମୁଁ ବାହାରି ଯିବି । ଆପଣ ଏତେ ସଂଖ୍ୟାରେ ଯୋଗ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଲେ, ସେଥିପାଇଁ ହୃଦୟରୁ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ । ମୋ ସହିତ କୁହନ୍ତୁ

ଭାରତ ମାତାଙ୍କର ଜୟ ହେଉ!

ଭାରତ ମାତାଙ୍କର ଜୟ ହେଉ!

ଭାରତ ମାତାଙ୍କର ଜୟ ହେଉ!

ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets everyone on the occasion of Independence Day
August 15, 2026
PM remembers the courage, sacrifice, and unwavering commitment of the countless freedom fighters

Prime Minister Shri Narendra Modi today extended his warm greetings to the nation on the occasion of Independence Day. He noted that this national festival serves as a poignant reminder of the incredible courage, tireless struggle, and unparalleled dedication of our brave freedom fighters to the motherland, which ensured the end of colonial rule.

​The Prime Minister observed that their dreams continue to inspire us, urging citizens to adopt their ideals as we collectively work to realize the resolution of a Viksit Bharat.

​Shri Modi highlighted that, powered by 140 crore Indians, our nation is scaling new heights of progress across different sectors. He expressed his hope that this developmental journey will keep progressing at an even greater pace in the times to come.

​In a post on X, the Prime Minister wrote:

​"Warm greetings on the occasion of Independence Day.

​We remember with gratitude the countless freedom fighters whose courage, sacrifice and unwavering commitment ensured the end of colonial rule. Their dreams continue to inspire us as we work together to build a Viksit Bharat.

​Powered by 140 crore Indians, our nation is scaling new heights of progress across different sectors. May this journey keep progressing at an even greater pace in the times to come.

​सभी देशवासियों को स्वतंत्रता दिवस की असीम शुभकामनाएं।

​यह राष्ट्रीय पर्व हमें देश के वीर सेनानियों के अद्भुत साहस, अथक संघर्ष और मातृभूमि के प्रति अतुलनीय समर्पण का स्मरण कराता है।

​आइए, उनके आदर्शों को अपनाकर विकसित भारत के संकल्प को साकार करें।"