Kolkata port represents industrial, spiritual and self-sufficiency aspirations of India: PM
I announce the renaming of the Kolkata Port Trust to Dr. Shyama Prasad Mukherjee Port: PM Modi
The country is greatly benefitting from inland waterways: PM Modi

ନମସ୍ତେ । ମୋର ପ୍ରିୟ ବଙ୍ଗଳାର ଭାଇ ଓ ଭଉଣୀମାନେ । ଇଂରାଜୀ ନବବର୍ଷ ଅବସରରେ ସମସ୍ତଙ୍କୁ ମୋର ଶୁଭ କାମନା ଏବଂ ଆସନ୍ତା ମକର ସଂକ୍ରାନ୍ତି ଉପଲକ୍ଷେ ମୋ ପକ୍ଷରୁ ଶୁଭେଚ୍ଛା !

ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀମାନ ଜଗଦୀପ ଧନଖଡ଼ଜୀ, କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ମନସୁଖ ମାଣ୍ଡଭୀୟ ଜୀ, ଏଠାରେ ଉପସ୍ଥିତ ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ ଏବଂ ଅନେକ ସଂଖ୍ୟାରେ ଏଠାକୁ ଆସିଥିବା ପଶ୍ଚିମବଙ୍ଗର ମୋର ଭଉଣୀ ଓ ଭାଇମାନେ ।

ମା ଗଙ୍ଗାଙ୍କ ସାନ୍ନିଧ୍ୟରେ ଗଙ୍ଗାସାଗର ନିକଟବର୍ତ୍ତୀ ଏବଂ ଜଳଶକ୍ତିର ଏହି ଐତିହାସିକ ପ୍ରତୀକ ଠାରେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ଆଜିର ଏହି ଦିନ କୋଲକାତା ପୋର୍ଟ ଟ୍ରଷ୍ଟ ପାଇଁ, ଏହା ସହ ସଂଶ୍ଳିଷ୍ଟ ସବୁ ଲୋକଙ୍କ ସକାଶେ, ଏଠାରେ କାର୍ଯ୍ୟ କରିସାରିଥିବା ସମସ୍ତ ସାଥୀଗଣଙ୍କ ଲାଗି ବେଶ ମହତ୍ଵପୂର୍ଣ୍ଣ ଅବସର । ଭାରତରେ ବନ୍ଦର ଭିତ୍ତିକ ବିକାଶକୁ ନୂତନ ଉଚ୍ଚତା ପ୍ରଦାନ କରିବାର ମୋ ମତରେ ଏହାଠାରୁ ବଳି ବଡ଼ ଅନ୍ୟ କୌଣସି ଅବସର ଥାଇ ନପାରେ । ଏହି ବନ୍ଦର ସ୍ଥାପନ ହେବାର 150 ତମ ବର୍ଷରେ ପ୍ରବେଶ କରୁଥିବାରୁ କୋଲକାତା ପୋର୍ଟ ଟ୍ରଷ୍ଟ ସହିତ ସଂଶ୍ଳିଷ୍ଟ ଆପଣମାନଙ୍କୁ ଏହି ଅବସରରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ବହୁତ ବହୁତ ଶୁଭକାମନା ଦେଉଛି ।

ସାଥୀଗଣ, କିଛି ସମୟ ପୂର୍ବରୁ ଆଜି ଏଠାରେ ଏହି ମୁହୂର୍ତ୍ତର ସାକ୍ଷୀ ହେବା ନିମନ୍ତେ ଏକ ସ୍ମାରକୀ ଡାକଟିକଟ ଜାରି କରାଯାଇଛି । ଏଥି ସହ ଏହି ଟ୍ରଷ୍ଟର କର୍ମଚାରୀଗଣ ଏବଂ ଏଠାରେ କାର୍ଯ୍ୟ କରି ସାରିଥିବା ହଜାର ହଜାର ପୂର୍ବତନ କର୍ମଚାରୀଙ୍କ ପେନସନ୍ ପାଇଁ 500 କୋଟି ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି । ବିଶେଷ କରି 100 ବର୍ଷରୁ ଅଧିକ ଆୟୁ ପାର କରିସାରିଥିବା ବରିଷ୍ଠ ମହାନୁଭବମାନଙ୍କୁ ସମ୍ମାନିତ କରିବାର ଗୌରବ ମୋତେ ପ୍ରାପ୍ତ ହୋଇଛି । କୋଲକାତା ପୋର୍ଟ ଟ୍ରଷ୍ଟ ମାଧ୍ୟମରେ ରାଷ୍ଟ୍ର ସେବା କରିଥିବା ଏଭଳି ସମସ୍ତ ମହାନୁଭବଙ୍କୁ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ମୁଁ ନମସ୍କାର କରୁଛି, ସେମାନଙ୍କର ସୁଖଦ ଭବିଷ୍ୟତ ମଧ୍ୟ କାମନା କରୁଛି ।

ସାଥୀଗଣ, ଏହି ବନ୍ଦରର ବିସ୍ତାର ଏବଂ ଆଧୁନିକୀକରଣ ସକାଶେ ଆଜି ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ମଧ୍ୟ କରାଯାଇଛି । ଆଦିବାସୀ କନ୍ୟାମାନଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶ ସକାଶେ ଛାତ୍ରୀନିବାସ ଓ ଦକ୍ଷତା ବିକାଶ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି । ବିକାଶର ଏହି ସକଳ ସୁବିଧା ପାଇଁ ମଧ୍ୟ ପଶ୍ଚିମବଙ୍ଗର ସମସ୍ତ ନାଗରିକଙ୍କୁ ମୁଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, କୋଲକାତା ପୋର୍ଟ କେବଳ ଜାହାଜର ଆତଯାତର ସ୍ଥାନ ନୁହେଁ, ଏହା ସହ ଏକ ସଂପୂର୍ଣ୍ଣ ଇତିହାସ ସଂଶ୍ଳିଷ୍ଟ ହୋଇ ରହିଛି । ଏହି ବନ୍ଦର ଭାରତକୁ ବିଦେଶୀ ଶାସନ ହାତରୁ ସ୍ୱାଧୀନତା ଲାଭ କରିବା ଦେଖିଛି । ସତ୍ୟାଗ୍ରହ ଠାରୁ ନେଇ ସ୍ୱଚ୍ଛାଗ୍ରହ ପର୍ଯ୍ୟନ୍ତ, ଏହି ବନ୍ଦର ଦେଶକୁ ବିକାଶ ପଥରେ ବଦଳାଇବା ଘଟଣାକୁ ମଧ୍ୟ ଦେଖିଛି । ଏହି ବନ୍ଦର କେବଳ ମାଲ ପରିବହନକାରୀଙ୍କ ସ୍ଥାନ ହୋଇ ରହିନାହିଁ, ଅପରନ୍ତୁ ଦେଶ ଏବଂ ବିଶ୍ୱରେ ନିଜର ଛାପ ଛାଡ଼ିବା ଭଳି ଜ୍ଞାନବାହକଙ୍କ ପଦଚିହ୍ନ ମଧ୍ୟ ଏହି ବନ୍ଦରରେ ପଡ଼ିଛି । ଅନେକ ମନୀଷୀଗଣ, ଅନେକ ଅବସରରେ ଏଠାରୁ ସାରା ବିଶ୍ୱର ଅନେକ ସ୍ଥାନକୁ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ ।

ଗୋଟିଏ ଦୃଷ୍ଟିରୁ କହିବାକୁ ଗଲେ, କୋଲକାତାର ଏହି ବନ୍ଦର ଭାରତର ଔଦ୍ୟୋଗିକ, ଆଧ୍ୟାତ୍ମିକ ଏବଂ ଆତ୍ମନିର୍ଭରତା ଆକାଂକ୍ଷାର ଏକ ଜୀବନ୍ତ ପ୍ରତୀକ ଭାବେ ରହିଆସିଛି । ଏମିତି ଦେଖିବାକୁ ଗଲେ ଏ ବନ୍ଦର 150 ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛି । ତେଣୁ ନୂତନ ଭାରତ ନିର୍ମାଣ ମଧ୍ୟ ଏକ ଶକ୍ତିଶାଳୀ ପ୍ରତୀକ ବନେଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ।

ପଶ୍ଚିମବଙ୍ଗର, ଦେଶର ଏଭଳି ଭାବନାକୁ ନମସ୍କାର ଜଣାଇ ମୁଁ କୋଲକାତା ପୋର୍ଟ ଟ୍ରଷ୍ଟର ନାମ, ଭାରତରେ ଔଦ୍ୟୋଗୀକରଣର ପ୍ରଣେତା, ବଙ୍ଗ ବିକାଶର ସ୍ୱପ୍ନକୁ ନେଇ ବଞ୍ଚୁଥିବା ଏବଂ ଏକ ରାଷ୍ଟ୍ର ଏକ ବିଧାନ ପାଇଁ ବଳିଦାନ ଦେଇଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରିବାକୁ ଘୋଷଣା କରୁଛି । ଏବେଠାରୁ ଏହି ବନ୍ଦର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ନାମରେ ପରିଚିତ ହେବ ।

ସାଥୀଗଣ, ବଙ୍ଗଳାର ସୁପୁତ୍ର, ଡକ୍ଟର ମୁଖାର୍ଜୀ ଦେଶରେ ଔଦ୍ୟୋଗୀକରଣର ଭିତ୍ତି ସ୍ଥାପନ କରିଥିଲେ । ଚିତ୍ତରଂଜନ ଲୋକେମୋଟିଭ ଫ୍ୟାକ୍ଟ୍ରି, ହିନ୍ଦୁସ୍ତାନ ଏୟାରକ୍ରାଫ୍ଟ ଫ୍ୟାକ୍ଟ୍ରି, ସିନ୍ଦ୍ରୀ ସାର କାରଖାନା ଏବଂ ଦାମୋଦର ଭ୍ୟାଲି କର୍ପୋରେସନ, ଏହିଭଳି ଅନେକ ବଡ଼ ବଡ଼ ପ୍ରକଳ୍ପଗୁଡ଼ିକର ବିକାଶରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ବହୁତ ବଡ଼ ଯୋଗଦାନ ରହିଛି ଏବଂ ଆଜି ଏହି ଅବସରରେ ମୁଁ ବାବା ସାହେବ ଆମ୍ବେଦକରଙ୍କୁ ବି ସ୍ମରଣ କରୁଛି । ତାଙ୍କୁ ନମସ୍କାର ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି । ଡକ୍ଟର ମୁଖାର୍ଜୀ ଏବଂ ବାବା ସାହେବ ଆମ୍ବେଦକର, ଉଭୟ ଦେଶ ସ୍ୱାଧୀନତା ଲାଭ ପରେ ଭାରତକୁ ଅନେକ ନୂତନ ନୀତି ପ୍ରଦାନ କରିଥିଲେ । ନୂତନ ଦୂରଦୃଷ୍ଟି ପ୍ରଦାନ କରିଥିଲେ ।

ଡକ୍ଟର ମୁଖାର୍ଜୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମ ଔଦ୍ୟୋଗିକ ନୀତି ଦ୍ୱାରା ଦେଶର ଜଳ ସମ୍ବଳର ଉଚିତ ଉପଯୋଗ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ଏବଂ ବାବା ସାହେବ ଆମ୍ବେଦକର ଦେଶର ପ୍ରଥମ ଜଳ ସଂପଦ ନୀତି ଏବଂ ଶ୍ରମିକମାନଙ୍କ ସ୍ୱାର୍ଥ ସହ ଜଡ଼ିତ ନୀତିର ପ୍ରଣୟନ ପାଇଁ ନିଜର ବିପୁଳ ଅଭିଜ୍ଞତାର ଉପଯୋଗ କରିଥିଲେ । ଦେଶରେ ନଦୀ ଘାଟ ପ୍ରକଳ୍ପଗୁଡ଼ିକର, ବନ୍ଦର ନିର୍ମାଣ କିଭଳି ଦ୍ରୁତ ଗତିରେ ସଂପାଦନ ହୋଇପାରିବ ସେଥି ନିମନ୍ତେ ଯଦି କାହାକୁ ସର୍ବାଧିକ ଶ୍ରେୟ ଦିଆଯିବା ଉଚିତ ତେବେ ଏହି ମହାନ ସୁପୁତ୍ର ଦ୍ୱୟ ହେଉଛନ୍ତି ତାହାର ବାସ୍ତବ ହକଦାର । ଏହି ଦୁଇ ବ୍ୟକ୍ତିତ୍ୱ ଦେଶର ସମ୍ବଳରର ସାମର୍ଥ୍ୟକୁ ଭଲ ଭାବେ ବୁଝିଥିଲେ । ଏହାକୁ ଦେଶର ଆବଶ୍ୟକତା ଅନୁସାରେ ଉପଯୋଗ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି କୋଲକାତାରେ 1944ରେ ନୂତନ ଜଳ ନୀତିକୁ ନେଇ ହୋଇଥିବା ସମ୍ମିଳନୀରେ ବାବା ସାହେବ ଆମ୍ବେଦକର କହିଥିଲେ ଯେ ଭାରତର ଆଭ୍ୟନ୍ତରୀଣ ଜଳପଥ ନୀତିକୁ ବ୍ୟାପକ କରାଯିବା ଆବଶ୍ୟକ । ଏହାଦ୍ୱାରା ଜଳସେଚନଠାରୁ ନେଇ ବିଜୁଳି ଉତ୍ପାଦନ ଏବଂ ଯାତାୟାତ ଭଳି ପ୍ରତ୍ୟେକ ପ୍ରକାର ଆବଶ୍ୟକତାକୁ ଏକତ୍ର ଯୋଡ଼ି ଯୋଜନା ପ୍ରସ୍ତୁତ କରାଯିବା ଉଚିତ । କିନ୍ତୁ ଏହା ଦେଶର ଦୁର୍ଭାଗ୍ୟ ଯେ ଡକ୍ଟର ମୁଖାର୍ଜୀ ଏବଂ ବାବା ସାହେବ ଆମ୍ବେଦକର ସରକାରରୁ ଦୂରେଇ ଯିବାପରେ ସେମାନଙ୍କର ପରାମର୍ଶକୁ ଉଚିତ ଗୁରୁତ୍ୱ ପ୍ରଦାନ କରାଯାଇନଥିଲା ।

ସାଥୀଗଣ, ଭାରତର ବିଶାଳ ସମୁଦ୍ର ସୀମା ହାରାହାରି 7,500 କିଲୋମିଟର ବ୍ୟାପ୍ତ । ବିଶ୍ୱରେ ସମୁଦ୍ର ତଟ ସହ ସଂଶ୍ଳିଷ୍ଟ ହେବା ଆଜି ମଧ୍ୟ ଢ଼େର ବଡ଼ ଶକ୍ତି ବୋଲି ବିଶ୍ୱାସ କରାଯାଏ । ଯେଉଁସବୁ ରାଷ୍ଟ୍ର ଭୂ-ବନ୍ଦୀ ହୋଇରହିଛନ୍ତି ସେମାନେ ବେଳେବେଳେ ନିଜକୁ ଅସହାୟ ମନେ କରନ୍ତି । ପ୍ରାଚୀନ କାଳରେ ଭାରତର ଏହା ଏକ ବଡ଼ ଶକ୍ତି ଥିଲା । ଗୁଜରାଟର ଲୋଥଲ ବନ୍ଦରଠାରୁ ନେଇ କୋଲକାତା ବନ୍ଦର ପର୍ଯ୍ୟନ୍ତ ଆମେ ଯଦି ଦେଖିବା, ତେବେ ଭାରତର ସୁଦୀର୍ଘ ତଟୀୟ କ୍ଷେତ୍ର ସମଗ୍ର ବିଶ୍ୱ ସହ ବାଣିଜ୍ୟ କାରବାରରେ ଲିପ୍ତ ଥିଲା ବୋଲି ଆମେ ସହଜରେ ଜାଣିପାରିବା । ଏହାଦ୍ୱାର ସଂସ୍କୃତି ସଭ୍ୟତାର ପ୍ରସାର ମଧ୍ୟ ହେଉଥିଲା । 2014 ମସିହା ପରେ ଭାରତର ଏହି ଶକ୍ତି ପୁଣି ଥରେ ମଜଭୁତ କରିବା ଉଦ୍ଦେଶ୍ୟରେ ନୂତନ ଭାବେ ଚିନ୍ତା କରାଗଲା, ନୂତନ ଉତ୍ସାହର ସହ କାର୍ଯ୍ୟ ଆରମ୍ଭ କରାଗଲା ।

ସାଥୀଗଣ, ଆମ ସରକାର ଏହା ବିଶ୍ୱାସ କରେ ଯେ ଭାରତର ବନ୍ଦରଗୁଡ଼ିକ ଭାରତର ସମୃଦ୍ଧିର ପ୍ରବେଶ ଦ୍ୱାର ଅଟେ । ସେଥିପାଇଁ ସରକାର ସମୁଦ୍ର ତଟକୁ ସଂଯୋଗ ଏବଂ ସେଠାରେ ଭିତ୍ତିଭୂମି ଆଧୁନିକ କରିବା ସକାଶେ ସାଗରମାଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସାଗରମାଳା ପ୍ରକଳ୍ପ ଅଧୀନରେ ଦେଶରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ବନ୍ଦରଗୁଡ଼ିକର ଆଧୁନିକୀକରଣ କରାଯାଉଛି ଏବଂ ଏକ ନୂତନ ବନ୍ଦରର ବିକାଶ କାର୍ଯ୍ୟ ଲଗାତାର ଭାବେ ସଂପାଦନ କରାଯାଉଛି । ସଡ଼କ, ରେଳମାର୍ଗ, ଆନ୍ତଃ ରାଜ୍ୟ ଜଳପଥ ଏବଂ ତଟୀୟ ପରିବହନକୁ ସମନ୍ୱିତ କରାଯାଉଛି । ଏଭଳି ପ୍ରକଳ୍ପ ତଟୀୟ ପରିବହନ ମାଧ୍ୟମରେ ମାଲ ଖଲାସ ଓ ବୋଝେଇରେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ଏହି ଯୋଜନା ଅଧୀନରେ ପାଖାପାଖି 6 ଲକ୍ଷ କୋଟି ଟଙ୍କାରୁ ଅଧିକ 600 ପ୍ରକଳ୍ପକୁ ଚିହ୍ନଟ କରାଯାଇ ସାରିଛି । ସେଥି ମଧ୍ୟରୁ 3 ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ କରାଯାଇ 200ରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଏବେ ଜାରି ରହିଛି ଏବଂ ସେଥିରୁ ପ୍ରାୟ 75ଟି ସଂପୂର୍ଣ୍ଣ ହୋଇସାରିଛି ।

ସାଥୀଗଣ, ସରକାରଙ୍କ ପ୍ରୟାସ ଏହା ଯେ ପରିବହନର ସଂପୂର୍ଣ୍ଣ ଢାଞ୍ଚା ଆଧୁନିକ ଓ ସମନ୍ୱିତ କରାଯିବା ଦରକାର । ଆମ ଦେଶରେ ପରିବହନ ନୀତିରେ ଯେଉଁ ଅସନ୍ତୁଳନ ରହିଥିଲା, ତାହାକୁ ମଧ୍ୟ ଦୂର କରଯାଉଛି । ସେଥିରେ ମଧ୍ୟ ପୂର୍ବ ଭାରତ ଏବଂ ଉତ୍ତର ପୂର୍ବ ଭାରତକୁ ଆଭ୍ୟନ୍ତରୀଣ ଜଳପଥ ଅର୍ଥାତ୍, ନଦୀ ଜଳମାର୍ଗ ଆଧାରିତ ଯୋଜନାଗୁଡ଼ିକ ଦ୍ୱାରା ବିଶେଷ ଲାଭ ମିଳୁଛି ଏବଂ ଆଗାମୀ ଦିନରେ ଜଳଶକ୍ତି ମାଧ୍ୟମରେ ସମଗ୍ର ଉତ୍ତର ପୂର୍ବାଂଚଳକୁ ଯୋଡ଼ିବା ନେଟୱାର୍କ ଭାରତର ବିକାଶରେ ଏକ ସ୍ୱର୍ଣ୍ଣିମ ପୃଷ୍ଠଭୂମି ଭାବେ ମୁଣ୍ଡ ଟେକିବା ଆଶା କରାଯାଉଛି ।

ଭଉଣୀ ଓ ଭାଇମାନେ, କୋଲକାତା ତ ଜଳ ସହ ସଂଯୁକ୍ତ ବିକାଶ କ୍ଷେତ୍ରରେ ଆହୁରି ଭାଗ୍ୟଶାଳୀ । କୋଲକାତା ବନ୍ଦର ଦେଶର ସାମୁଦ୍ରିକ ପରିଧିରେ ବି ରହିଛି ଏବଂ ନଦୀ ତଟରେ ମଧ୍ୟ ଅବସ୍ଥିତ । ଏହିଭଳି ଭାବେ ଏହା ଦେଶ ଭିତରର ଏବଂ ଦେଶ ବାହାରର ଜଳମାର୍ଗର ଏକପ୍ରକାର ସଂଗମସ୍ଥଳ ବୋଲି କୁହାଯାଇପାରେ ।

ଆପଣମାନେ ସମସ୍ତେ ଏ କଥା ଭଲଭାବେ ଜାଣନ୍ତି ଯେ ହଳଦିଆ ଏବଂ ବନାରସ ମଧ୍ୟରେ ଗଙ୍ଗା ନଦୀରେ ଜାହାଜ ଚଳାଚଳ ଆରମ୍ଭ ହୋଇସାରିଛି । ମୁଁ ବାରାଣାସୀର ସାଂସଦ, ତେଣୁ ସ୍ୱାଭାବିକ ଭାବେ ଆପଣମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇପାରିଛି । ଦେଶର ଏହି ପ୍ରଥମ ଆଧୁନିକ ଆଭ୍ୟନ୍ତରୀଣ ଜଳପଥକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ସକାଶେ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି ।

ଚଳିତ ବର୍ଷ ହଳଦିଆରେ ବହୁମୂଖୀ ଟର୍ମିନାଲ ଏବଂ ଫରକ୍କାରେ ନୌପରିବହନ ଲକ୍ ପ୍ରସ୍ତୁତ କରିବାର ପ୍ରୟାସ କରାଯାଉଛି । 2021 ମସିହା ସୁଦ୍ଧା ଗଙ୍ଗା ନଦୀରେ ବଡ଼ ବଡ଼ ଜାହାଜ କିଭଳି ଚଳାଚଳ କରିପାରିବ, ସେଥିପାଇଁ ମଧ୍ୟ ଏହାକୁ ଗଭୀର କରିବା କାର୍ଯ୍ୟରେ ମଧ୍ୟ ପ୍ରଗତି ହୋଇଛି । ଏଥି ସହ ଗଙ୍ଗାଜୀଙ୍କୁ ଆସାମର ପାଣ୍ଡୁରେ ବ୍ରହ୍ମପୁତ୍ର ସହ ଯୋଡୁଥିବା ଆଭ୍ୟନ୍ତରୀଣ ଜଳପଥ-2 ଉପରେ ମଧ୍ୟ କାର୍ଗୋ ପରିବହନ ଆରମ୍ଭ ହୋଇସାରିଛି । ନଦୀ ଜଳମାର୍ଗର ସୁବିଧାଗୁଡ଼ିକ ପ୍ରସ୍ତୁତ ହେବାଦ୍ୱାରା କୋଲକାତା ପୋର୍ଟ ଟ୍ରଷ୍ଟ ପୂର୍ବ ଭାରତର ଔଦ୍ୟୋଗିକ କେନ୍ଦ୍ର ସହ ଯୋଡ଼ି ହୋଇଛି, ଏଥିସହ ନେପାଳ, ବାଂଲାଦେଶ, ଭୂଟାନ ଓ ମିଆଁମାର ଭଳି ଦେଶଗୁଡ଼ିକ ପାଇଁ ବାଣିଜ୍ୟ ଆହୁରି ସହଜ ହୋଇଛି ।

ସାଥୀଗଣ, ଦେଶର ବନ୍ଦରଗୁଡ଼ିକରେ ଆଧୁନିକ ସୁବିଧାସୁଯୋଗର ନିର୍ମାଣ, ଯୋଗାଯୋଗର ଉତ୍ତମ ବ୍ୟବସ୍ଥା, ପରିଚାଳନା ବ୍ୟବସ୍ଥାରେ ସଂସ୍କାର ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ତୁରନ୍ତ ମାଲ ଖଲାସ, ପ୍ରେରଣ ଏବଂ ଏହାର ପରିବହନ ସହ ସଂଶ୍ଳିଷ୍ଟ ସମୟ ମଧ୍ୟ ହ୍ରାସ ପାଇଛି ।

ଟର୍ଣ୍ଣ ଆରାଉଣ୍ଡ ସମୟ ବିଗତ ପାଞ୍ଚ ବର୍ଷ ଭିତରେ ହ୍ରାସ ପାଇ ପାଖାପାଖି ଅଧା ହୋଇ ସାରିଛି । ଏହା ଗୋଟିଏ ବଡ଼ କାରଣ ଯାହା ପ୍ରଚଳିତ ହେବାଦ୍ୱାରା ଭାରତର ଇଜ୍ ଅଫ୍ ଡୁଇଂ ବିଜିନେସ୍ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି ।

ସାଥୀଗଣ, ଆଗାମୀ ଦିନରେ ଜଳପଥ ଯୋଗାଯୋଗ ସଂପ୍ରସାରଣର ବହୁତ ବଡ଼ ଲାଭ ପଶ୍ଚିମବଙ୍ଗକୁ ମିଳିବ । କୋଲକାତା ଏଥିରୁ ଢ଼େର ସୁବିଧା ଉଠାଇପାରିବ । ଏଠାକାର କୃଷକ, ଉଦ୍ୟୋଗୀ ଏବଂ ଶ୍ରମିକଙ୍କୁ ମଧ୍ୟ ତାହା ଉପଲବ୍ଧ ହୋଇପାରିବ । ଏଠାକାର ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କୁ ମଧ୍ୟ ତାହା ମିଳିପାରିବ ।

ଆମର ମତ୍ସ୍ୟଜୀବୀ ଭାଇମାନେ ଜଳ ସଂପଦର ସଂପୂର୍ଣ୍ଣ ଫାଇଦା ଉଠାଇପାରିବେ ଓ ତାହା ସେମାନଙ୍କୁ ଉପଲବ୍ଧ ହେବା ଜରୁରି । ସେଥିପାଇଁ ସରକାର ନୀଳ ବିପ୍ଲବ ଯୋଜନା ଆରମ୍ଭ କରିଛନ୍ତି । ଏହା ଅଧୀନରେ ସେମାନଙ୍କୁ ଏହି କ୍ଷେତ୍ରରେ ମୂଲ୍ୟ ସଂଯୋଗ କରିବା ସହ ସେମାନଙ୍କର ଟ୍ରଲରଗୁଡ଼ିକର ଆଧୁନିକୀକରଣରେ ମଧ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । କିଷାନ କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କୁ ଏଣିକି ବ୍ୟାଙ୍କଠାରୁ ଶସ୍ତା ଏବଂ ସହଜରେ ଋଣ ଉପଲବ୍ଧ ହୋଇପାରୁଛି । ଗୋଟିଏ ପଟେ ଆମେ ପୃଥକ୍ ଜଳଶକ୍ତି ମନ୍ତ୍ରଣାଳୟ ସୃଷ୍ଟି କରିଛୁ । ଏହାକୁ ବଳ ଯୋଗାଇବା ସକାଶେ ଏବଂ ସେଥିରୁ ଅଧିକ ଫାଇଦା ଉଠାଇବା ଲାଗି ମତ୍ସ୍ୟସଂପଦ ମନ୍ତ୍ରଣାଳୟ ମଧ୍ୟ ସୃଷ୍ଟି କରାଯାଇଛି । ଅର୍ଥାତ୍, ବିକାଶକୁ ଆମେ କେଉଁଠିକୁ ନେଇ ଯିବାକୁ ଚାହୁଁଛୁ, କେଉଁ ଦିଗରେ ନେଇଯିବାକୁ ଚାହୁଁଛୁ, ତାହାର ସଂକେତ ଏଭଳି ଢାଞ୍ଚା ଭିତରେ ମଧ୍ୟ ସମାହିତ ରହିଛି ।

ସାଥୀଗଣ, ବନ୍ଦର ଭିତ୍ତିକ ବିକାଶ ଏକ ବ୍ୟାପକ ଇକୋ ସିଷ୍ଟମର ବିକାଶ କରିଥାଏ । ଏହି ଜଳ ସଂପଦର ଉପଯୋଗ ପର୍ଯ୍ୟଟନ ସକାଶେ, ସାମୁଦ୍ରିକ ପର୍ଯ୍ୟଟନ, ନଦୀଜଳ ପର୍ଯ୍ୟଟନ ପାଇଁ ମଧ୍ୟ କରାଯାଇଥାଏ । ଆଜିକାଲି ଲୋକମାନେ ଖୁସିରେ ଜଳଯାତ୍ରା କରିବା ସକାଶେ ବିଦେଶକୁ ପ୍ରଚୁର ଅର୍ଥ ଖର୍ଚ୍ଚ କରି ଯାଉଛନ୍ତି । ଏହିସବୁ ସୁବିଧା ଆମର ଏଠାରେ ଅତି ସହଜରେ ଏବଂ ସୁଲଭ ଭାବେ ବିକଶିତ କରାଯାଇପାରିବ । ଏହା ସୁଖଦ ସଂଯୋଗ ଯେ ଗତକାଲି ହିଁ ପଶ୍ଚିମବଙ୍ଗର କଳା ଓ ସଂସ୍କୃତି ସହିତ ସଂଶ୍ଳିଷ୍ଟ ଏକ ବିରାଟ କେନ୍ଦ୍ରର ଆଧୁନିକୀକରଣର ଶୁଭାରମ୍ଭ କରାଯାଇଛି ଏବଂ ଆଜି ଏଠାରେ ଜଳ ପର୍ଯ୍ୟଟନ ସହ ଜଡ଼ିତ ଏକ ବଡ଼ ଯୋଜନାର ଶୁଭାରମ୍ଭ ହେଉଛି ।

ନଦୀ ତଟ ବିକାଶ ଯୋଜନାରେ ପଶ୍ଚିମବଙ୍ଗର ପର୍ଯ୍ୟଟନ ଉଦ୍ୟୋଗକୁ ଏହାଦ୍ୱାରା ନୂତନ ସୁଯୋଗ ମିଳିପାରିବ । ଏହା 32 ଏକର ଭୂମି ଉପରେ ଯେତେବେଳେ ନିର୍ମିତ ହେବ, ଗଙ୍ଗାଜୀଙ୍କ ଦର୍ଶନ ସକାଶେ ଲୋକମାନଙ୍କୁ ଆରାମଦାୟକ ସୁବିଧା ପ୍ରସ୍ତୁତ ହୋଇଯିବ । ଏହା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଫାଇଦା ମଧ୍ୟ ପହଞ୍ଚାଇବ ।

ଭଉଣୀ ଓ ଭାଇମାନେ, କେବଳ କୋଲକାତାରେ ନୁହେଁ, ସରକାରଙ୍କ ଦ୍ୱାରା ବନ୍ଦର ସହିତ ଯୋଡ଼ିହୋଇ ରହିଥିବା ସହରଗୁଡ଼ିକ ଏବଂ କ୍ଲଷ୍ଟର ମାନଙ୍କରେ ଆକ୍ୱାରିୟମ୍, ୱାଟର ପାର୍କ, ସାମୁଦ୍ରିକ ସଂଗ୍ରହାଳୟ, କ୍ରୁଜ୍ ଏବଂ ଜଳ କ୍ରୀଡ଼ା ଆଦି ଆବଶ୍ୟକ ସମ୍ବଳ ପ୍ରସ୍ତୁତ ହେବାକୁ ଯାଉଛି ।

କେନ୍ଦ୍ର ସରକାର କ୍ରୁଜ୍ ଆଧାରିତ ପର୍ଯ୍ୟଟନକୁ ମଧ୍ୟ ବଢ଼ାଇବା ସକାଶେ ପ୍ରୟାସ ଓ ପ୍ରୋତ୍ସାହନ ଯୋଗାଉଛନ୍ତି । ଦେଶର ଏଭଳି କ୍ରୁଜ୍ ଜାହାଜର ସଂଖ୍ୟା ଯାହା ଏବେ ଦେଢ଼ ଶହ ପାଖାପାଖି ରହିଛି, ଏବେ ତାହାକୁ ଆମେ ଏକ ହଜାର ପର୍ଯ୍ୟନ୍ତ ବଢ଼ାଇବାର ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛୁ । ଏହାର ବିସ୍ତାର ଦ୍ୱାରା ପଶ୍ଚିମବଙ୍ଗକୁ ଲାଭ ଅବଶ୍ୟ ମିଳିବ, ବଙ୍ଗୋପସାଗର ସ୍ଥିତ ଦ୍ୱୀପକୁ ବି ମିଳିପାରିବ ।

ସାଥୀଗଣ, ପଶ୍ଚିମବଙ୍ଗର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ପ୍ରକାର ସମ୍ଭାବ୍ୟ ପ୍ରୟାସ କରାଯାଉଛି । ବିଶେଷ କରି ଦରିଦ୍ର, ଦଳିତ, ବଞ୍ଚିତ, ଶୋଷିତ ଏବଂ ପଛୁଆବର୍ଗର ଲୋକମାନଙ୍କ ବିକାଶ ସକାଶେ ସମର୍ପିତ ଭାବେ ଅନେକ ପ୍ରୟାସ କରାଯାଉଛି ।

ପଶ୍ଚିମବଙ୍ଗରେ ହାରାହାରି 90 ଲକ୍ଷ ଗରିବ ଭଉଣୀଙ୍କୁ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ସେଥିରେ ବି 35 ଲକ୍ଷରୁ ଅଧିକ ଭଉଣୀ ଦଳିତ ଏବଂ ଆଦିବାସୀ ପରିବାରର ସାମିଲ ଅଛନ୍ତି ।

ଯେମିତି ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପାଇଁ ସ୍ୱୀକୃତି ଦେବେ, ମୁଁ ଜାଣେନା ଯେ ଦେବେ କିମ୍ବା ନାହିଁ, କିନ୍ତୁ ଯଦି ଦିଅନ୍ତି ତା’ହେଲେ ଏଠାକାର ଲୋକମାନେ ସେହିସବୁ ଯୋଜନାରୁ ଢ଼େର୍ ସୁବିଧା ଓ ଲାଭ ପାରିପାରିବେ ।

ଆହୁରି ମୁଁ ଏମିତି ଆପଣମାନଙ୍କୁ ସୂଚୀତ କରିବାକୁ ଚାହେଁ ଯେ ଆୟୁଷ୍ମାନ ଭାରତ ମାଧ୍ୟମରେ ଦେଶର ପାଖାପାଖି 75 ଲକ୍ଷ ଗରିବ ରୋଗୀଙ୍କୁ ଗୁରୁତର ରୋଗାକ୍ରାନ୍ତ ସ୍ଥିତିରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ଆପଣମାନେ କଳ୍ପନା କରିପାରୁଥିବେ ଯେ ଯେତେବେଳେ ଗରିବ ଲୋକମାନେ ରୋଗ ସହ ସଂଗ୍ରାମ କରନ୍ତି, ସେତେବେଳେ ସେମାନେ ବଞ୍ଚିବାର ଆଶା ଛାଡ଼ିଦିଅନ୍ତି । ଯେତେବେଳେ ଗରିବଙ୍କୁ ବେମାରୀରୁ ବଞ୍ଚାଇବାର ସାହାରା ମିଳିଯାଏ ତ ତାହାକୁ ସେମାନେ ଦୁର୍ମୂଲ୍ୟ ଆଶୀର୍ବାଦ ବୋଲି ଧରିନିଅନ୍ତି । ଆଜି ମୁଁ ନିଶ୍ଚିନ୍ତରେ ନିଦ ଯାଇପାରୁଛି କାରଣ ଏଭଳି ଗରିବ ପରିବାର ଲଗାତାର ଭାବେ ମୋ ଉପରେ ଆଶୀର୍ବାଦ ବର୍ଷି ଚାଲିଛନ୍ତି ।

ଏହିଭଳି ଭାବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ ଦେଶର 8 କୋଟିରୁ ଅଧିକ କୃଷକ ପରିବାରଙ୍କ ବ୍ୟାଙ୍କ୍ ଜମାଖାତାରେ ହାରାହାରି 43 ହଜାର କୋଟି ଟଙ୍କା ସିଧାସଳଖ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଯୋଜନା ମାଧ୍ୟମରେ ଜମା ହୋଇସାରିଛି । ସେଥିରେ କୌଣସି ମଧ୍ୟସ୍ଥ ନାହାନ୍ତି, କୌଣସି କାଟ ନାହିଁ, କୌଣସି ସିଣ୍ଡିକେଟ୍ ନାହିଁ, ଏବଂ ଯେତେବେଳେ ତାହା ସିଧାସଳଖ ସେମାନଙ୍କ ଜମାଖାତାରେ ପହଞ୍ଚୁଛି, ସେଥିରୁ କିଛି ଟଙ୍କା କଟୁନାହିଁ । ସିଣ୍ଡିକେଟକୁ ଟଙ୍କା ଚାଲିଯାଉନାହିଁ । ଏଭଳି ଯୋଜନା କାହିଁକି ଭଲା କିଏ ଲାଗୁ କରିଥାନ୍ତା ?

ଦେଶର 8 କୋଟି କୃଷକଙ୍କୁ ଏତେ ବଡ଼ ସାହାଯ୍ୟ, କିନ୍ତୁ ମୋର ହୃଦୟରେ ଏବେ ସୁଦ୍ଧା କିଛି କ୍ଷୋଭ ରହିଛି । ମୁଁ ସବୁବେଳେ ଚାହେଁ, ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଯେ ନୀତି ନିର୍ଦ୍ଧାରକମାନଙ୍କର ଏ ଦିଗରେ ସଦବୁଦ୍ଧି ହେଉ । ଗରିବ ଲୋକମାନଙ୍କ ବେମାରୀ ବେଳେ ସାହାଯ୍ୟ କରିବା ସକାଶେ ଆୟୁଷ୍ମାନ ଭାରତ ଯୋଜନା ଏବଂ କୃଷକମାନଙ୍କ ଜୀବନରେ ସୁଖ ସମୃଦ୍ଧି  ଓ ଶାନ୍ତି ଭରିଦେବା ଓ ସେମାନଙ୍କ ସକାଶେ ଏଭଳି ମାର୍ଗ ସୁନିଶ୍ଚିତ କରିବା ସକାଶେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଲାଭ ମୋର ବଙ୍ଗଳାର ଗରିବ କୃଷକ ଭାଇମାନଙ୍କୁ କିପରି ମିଳିବ, ତାହା ସେମାନେ ସୁନିଶ୍ଚିତ କରନ୍ତୁ । ଆଜି ବଙ୍ଗଳାର ଜନତାଙ୍କ ମନରେ କ’ଣ ଅଛି ତାହା ମୁଁ ଜାଣିଛି । ଭଲ ଭାବେ ଜାଣିଛି । ବଙ୍ଗଳାର ନାଗରିକମାନଙ୍କର ଶକ୍ତି ଅଛି ଯେ ଏବେ ସେହିସବୁ ଯୋଜନାରୁ ସେମାନଙ୍କୁ କେହି ବଞ୍ଚିତ କରିପାରିବେନାହିଁ ।

ସାଥୀଗଣ, ପଶ୍ଚିମବଙ୍ଗର ଅନେକ ବୀର ପୁତ୍ର କନ୍ୟା ନିଜ ଗାଁ ଏବଂ ଗରିବଙ୍କ ପାଇଁ ସ୍ୱର ଉଠାଉଛନ୍ତି । ସେମାନଙ୍କର ବିକାଶ ଆମର ପ୍ରାଥମିକତା ହେବା ଆବଶ୍ୟକ । ଏହା କୌଣସି ଜଣେ ବ୍ୟକ୍ତିର, କୌଣସି ଗୋଟିଏ ସରକାରର ଦାୟିତ୍ୱ ନୁହେଁ । ବରଂ ସମଗ୍ର ଭାରତବର୍ଷର ସାମୂହିକ ସଂକଳ୍ପ ଏବଂ ସାମୂହିକ ପୁରୁଷାର୍ଥ ମଧ୍ୟ । ଯେତେବେଳେ ବିଶ୍ୱ ଏକ ବୈଭବଶାଳୀ ଭାରତର ଅପେକ୍ଷାରେ ରହିଛି, ସେତେବେଳେ ଏଭଳି ସାମୂହିକ ପ୍ରୟାସ କଦାପି ଦୁନିଆକୁ ନିରାଶ କରିବନାହିଁ । ଏହା ଆମମାନଙ୍କର ପ୍ରୟାସ ନିଶ୍ଚିତ ଭାବେ ହେବା ଦରକାର ।

ଏହି ଆତ୍ମବିଶ୍ୱାସର ସହିତ 130 କୋଟି ଦେଶବାସୀଙ୍କ ସଂକଳ୍ପଶକ୍ତି ଏବଂ ସେମାନଙ୍କର ସାମର୍ଥ୍ୟ ଉପରେ ଅପ୍ରତିମ ଶ୍ରଦ୍ଧା ରହିଥିବା କାରଣରୁ ମୁଁ ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ନିଜ ଆଖି ସାମ୍ନାରେ ଜଳଜଳ ଦେଖିପାରୁଛି ।

ଏହି ଆତ୍ମବିଶ୍ୱାସର ସହ ଆଗେଇ ଆସନ୍ତୁ, ଆମେ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା, ନିଜ ନିଜର  କର୍ତ୍ତବ୍ୟ ନିର୍ବାହ କରିବା ସକାଶେ ଆଗକୁ ଆଗେଇ ଆସିବା । 130 କୋଟି ଦେଶବାସୀ ଯେତେବେଳେ ନିଜର କର୍ତ୍ତବ୍ୟ ସଂପାଦନ କରିବେ ସେତେବେଳେ ଦେଶ ଦେଖୁ ଦେଖୁ ନୂତନ ଶୀର୍ଷରେ ପହଞ୍ଚି ସାରିଥିବ ।

ଏହି ଆତ୍ମବିଶ୍ୱାସର ସହ ପୁଣି ଥରେ କୋଲକାତା ପୋର୍ଟ ଟ୍ରଷ୍ଟର 150ତମ ବର୍ଷ ପାଇଁ ଏବଂ ବିକାଶ ପ୍ରକଳ୍ପଗୁଡ଼ିକ ସକାଶେ, ଆଜିର ଏହି ମହତ୍ଵପୂର୍ଣ୍ଣ ଅବସରରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ସମଗ୍ର ପଶ୍ଚିମବଙ୍ଗକୁ, ଏଠାକାର ମହାନ ପରମ୍ପରାକୁ ନମନ କରି ଅନେକ ଅନେକ ଶୁଭକାମନା ଦେଉଛି, ବହୁତ ବହୁତ ବଧେଇ ଜଣାଉଛି ।

ମୋ ସହ ଏହି ଧରିତ୍ରୀ, ପ୍ରେରଣାର ଧରିତ୍ରୀ, ଦେଶକୁ ସାମର୍ଥ୍ୟ ଦେଉଥିବା ଧରିତ୍ରୀ ରହିଛି । ଏହିଠାରୁ ସଂପୂର୍ଣ୍ଣ ଶକ୍ତିର ସହ ଆମର ସ୍ୱପ୍ନଗୁଡ଼ିକୁ ଏକଜୁଟ କରି ଆମେ ସଭିଏଁ ଏକସ୍ୱରରେ ଉଚ୍ଚାରଣ କରିବା । ଦୁଇ ହାତ ଉପରକୁ କରି, ହାତମୁଠା ବନ୍ଦ କରି ପୁରା ଶକ୍ତିର ସହ ଉଦଘୋଷଣା କରିବା

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ବହୁତ ବହୁତ ଧନ୍ୟବାଦ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves infrastructure projects between National Highway-19 and Varanasi Ring Road in Uttar Pradesh worth Rs.14447.64 crore
July 15, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the development of a Link/Connector Corridor between National Highway-19 (NH-19) and the Varanasi Ring Road with riverbank connectivity along the River Ganga for the decongestion of Varanasi City in Uttar Pradesh. The 46.039 km project, comprising a six-lane elevated main carriageway, an iconic cable-stayed bridge, an extradosed Foot Over Bridge-cum-Major Bridge, loops, ramps, link roads and service roads, will be implemented under the Hybrid Annuity Model (HAM) at a total capital cost of Rs.14,447.64 crore including a civil construction cost of Rs.6,037.85 crore (including utility shifting, excluding GST) and a land acquisition cost of Rs.541.11 crore under NH(O).

The project will provide seamless connectivity between NH-19 and the Varanasi Ring Road, significantly decongesting the city’s road network and improving urban mobility. Designed for an operating speed of 80–100 km/h, it is expected to reduce the average travel time across the project influence area from approximately 60 minutes to 20 minutes, representing a reduction of nearly 67 per cent. Travel time between NH-19 and Kashi Railway Station will be reduced from approximately 50 minutes to about 25 minutes, resulting in a saving of about 25 minutes (nearly 50 per cent).

Aligned with the PM Gati Shakti National Master Plan, the corridor will strengthen multimodal connectivity by providing seamless access to major highways, railway stations, Lal Bahadur Shastri Airport and Ramnagar IWAI Port, while significantly improving connectivity to key religious, educational and cultural landmarks, including the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort and the Ghats of Varanasi. By linking important economic, social and logistics nodes, the project will improve logistics efficiency, enhance road safety, facilitate tourism and pilgrimage, and support sustainable regional economic growth across eastern Uttar Pradesh.

The corridor has been conceived as a transformative urban mobility project to decongest the road network of Varanasi & Chandauli by providing a high-speed, access-controlled connection between NH-19, the Varanasi Ring Road (NH-135B), Ramnagar/ BHU and other major urban destinations. With more than 15 crore tourists and pilgrims visiting Varanasi every year, the project will significantly improve connectivity to major religious, educational and cultural landmarks, including the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort, the Ghats of Varanasi, and Kashi Railway Station, while substantially reducing congestion on the existing city road network. An elevated spur between BHU/Lanka and Samne Ghat will further ease traffic congestion at the heavily trafficked Lanka Junction by separating through traffic from local traffic movements.

The project will improve road safety through controlled-access movement, reduce vehicle operating costs and emissions, enhance travel reliability, and facilitate the efficient movement of passenger and freight traffic. It will also decongest NH-19, the BHU-Ramnagar Corridor and NH-35 by diverting through traffic away from the densely developed urban core.

The project incorporates several landmark engineering features, including an iconic 910 m cable-stayed bridge across the River Ganga, a 1.32 km extradosed Foot Over Bridge-cum-Major Bridge with travelators providing seamless pedestrian connectivity to the Kashi Vishwanath Temple, a Rail Over Bridge over the existing/proposed Malviya Bridge, dedicated emergency parking bays, noise barriers, façade lighting and architectural elements inspired by the cultural heritage of Varanasi. These features will not only improve transportation efficiency but also enhance the city’s urban landscape, create an iconic addition to Varanasi’s skyline, and reinforce its position as one of India’s foremost religious and cultural destinations.

Planned in accordance with the PM Gati Shakti National Master Plan, the corridor will strengthen multimodal connectivity by linking one Economic Node (Chandauli SEZ), one Social Node (Chandauli Aspirational District) and six major Logistics Nodes, namely Lal Bahadur Shastri Airport, Kashi Railway Station, Banaras Railway Station, Varanasi City Railway Station, Pt. Deen Dayal Upadhyay Junction and Ramnagar IWAI Port. By providing seamless connectivity between these transport hubs and key destinations such as the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort and the Ghats of Varanasi, the project will enhance multimodal integration, improve logistics efficiency, facilitate tourism and pilgrimage, and support sustainable regional economic development across eastern Uttar Pradesh.

Overall, the proposed Ganga Elevated Corridor will create a modern, high-capacity urban transport corridor that transforms mobility in Varanasi by providing faster, safer and more reliable connectivity, significantly reducing congestion, strengthening multimodal integration, enhancing tourism and pilgrimage infrastructure, and supporting sustainable economic growth in line with the vision of PM Gati Shakti and Viksit Bharat.

Map of Corridor: