ନମସ୍କାର  ।

କୋରିଆରେ ବସବାସ କରୁଥିବା ଭାରତୀୟ ଭାଇ ଓ ଭଉଣୀମାନେ, ପୁଣିଥରେ ଆପଣମାନଙ୍କୁ ନମସ୍କାର  । ବହୁ ଆଡମ୍ବର ସହିତ ମୋତେ ସ୍ୱାଗତ କରୁଥିବାରୁ ମୁଁ ଆପଣମାନଙ୍କ ପ୍ରତି କୃତଜ୍ଞତା ଜଣାଉଛି  ।

ମୋତେ କୁହାଯାଇଛି ଯେ ଆପଣ ଅନେକ ବେଳ ହେଲାଣି ଏଠାରେ ଅପେକ୍ଷା କରିଛନ୍ତି  । ଯାହାହେଉ, ବାହାରେ ଥଣ୍ଡା ପରିବେଶ ଅଛି, ତେଣୁ ଭିତରେ ଭଲ ଲାଗୁଥିବ । ପ୍ରତ୍ୟେକ ଜିନିଷରେ ଆମକୁ ସକାରାତ୍ମକ ଭାବନା ରଖିବା ଦରକାର  । ଆପଣମାନଙ୍କର ଏହି ଭଲପାଇବା ପାଇଁ ମୁଁ ଆପଣଙ୍କ ପାଖରେ ନତମସ୍ତକ  ।

ବନ୍ଧୁଗଣ, ଏହା ମୋ ପାଇଁ ଦ୍ୱିତୀୟ ସୁଯୋଗ, ଯେତେବେଳେ ମୁଁ କୋରିଆ ଆସି ଭାରତୀୟ ସମୁଦାୟଙ୍କ ସହ ସାକ୍ଷାତ କରୁଛି  । ଭାରତ ଏବଂ କୋରିଆ ସଂପର୍କଗୁଡିକର ଆଧାର କେବଳ ବ୍ୟବସାୟିକ ସଂପର୍କ ନୁହେଁ, ଏହାର ମୁଖ୍ୟ ଆଧାର ହେଉଛି ଲୋକଙ୍କ ଠାରୁ ଲୋକଙ୍କ ସହ ସଂପର୍କ,ଦେଶରୁ ଆସିଥିବା ଅବା ଏଠାରେ ବସବାସ କରୁଥିବା ଭାରତୀୟ ଆମ ସଂପର୍କର ମୂଳଦୂଆ  । ଜଣେ ରାଜଦୂତ ଥାଆନ୍ତି କିନ୍ତୁ ରାଷ୍ଟ୍ରଦୂତ ଅନେକ  । ଭାରତ ଏବଂ କୋରିଆ ମଧ୍ୟରେ ଆତ୍ମୀୟତାର ଏହି ସଂପର୍କ ନୂଆ ନୁହେଁ  ।

ପ୍ରାଚୀନ କାଳରେ ଭାରତର ରାଜକୁମାରୀ ସୂର୍ଯ୍ୟରତ୍ନା ହଜାର ହଜାର କିଲୋମିଟର ଯାତ୍ରା କରି ଏଠାରେ ପହଞ୍ଚିଥିଲେ  । ତାଙ୍କର ବିବାହ ଏଠାକାର ରାଜାଙ୍କ ସହ ସଂପନ୍ନ ହୋଇଥିଲା  । ଆଜି ମଧ୍ୟ ଲକ୍ଷ ଲକ୍ଷ କୋରିଆ ନିବାସୀ ନିଜକୁ ତାଙ୍କର ବଂଶଧର ମାନୁଛନ୍ତି ଏବଂ ଏଥିପାଇଁ ମୁଁ ଏହା କହିପାରିବି ଯେ କୋରିଆ ସମାଜ ସହିତ ଆମ ଲୋକମାନଙ୍କର ରକ୍ତ ସଂପର୍କ ରହିଛି ।

ଆଜି ମଧ୍ୟ ଅଯୋଧ୍ୟାରେ ରାଜକୁମାରୀଙ୍କ ପ୍ରତିମୂର୍ତ୍ତି ରହିଛି ଏବଂ ପୂର୍ବ ବର୍ଷ ଦିପାବଳୀ ଅବସରରେ ଏଠାକାର ପ୍ରଥମ ମହିଳା କିମ ଜୋଙ୍ଗ ସୁକ ଏହାର ସାକ୍ଷୀଥିଲେ  । ବହୁତ ବଡ କାର୍ଯ୍ୟକ୍ରମ ଅଯୋଧ୍ୟାରେ ହୋଇଥିଲା, ବୋଧହୁଏ ଏଠାରେ ମଧ୍ୟ ଟିଭି ମାଧ୍ୟମରେ ଟେଲିକାଷ୍ଟ ହୋଇଥିବ  । ବୋଧହୁଏ ଯେଉଁ ସମୟରେ ଭଗବାନ ରାମଜୀ ଫେରିଥିଲେ ଏବଂ ଅଯୋଧ୍ୟା ଆଲୋକିତ ହୋଇଥିଲା, ହଜାର ବର୍ଷ ପରେ ସେହିଭଳି ଅଯୋଧ୍ୟା ପୁନର୍ବାର ଆଲୋକିତ ହୋଇଥିଲା  ।

ବନ୍ଧୁଗଣ, ଭାରତ ଏବଂ କୋରିଆର ସମ୍ପର୍କକୁ ବୌଦ୍ଧ ଧର୍ମ ମଧ୍ୟ ଅନେକ ଶକ୍ତି ପ୍ରଦାନ କରିଛି, ଶକ୍ତିଶାଳୀ କରିଛି  ।  ଜଣେ କୋରିଆଇ ବୌଦ୍ଧ ଭିକ୍ଷୁ ହାଇଚୋ 8ମ ଶତାବ୍ଦୀରେ ଭାରତ ଯାତ୍ରା କରିଥିଲେ  ।

ବନ୍ଧୁଗଣ, ଏହା ଜାଣି ଖୁସି ଲାଗେ ଯେ କୋରିଆର ବିକାଶରେ ଆପଣ ସମସ୍ତଙ୍କର ବହୁତ ବଡ ଯୋଗଦାନ ରହିଛି  । ଏଠାରେ ଭାରତୀୟ ମେଧାବୀ ଏବଂ କୌଶଳର ଅନେକ ସମ୍ମାନ ରହିଛି  । ଆପଣ କୋରିଆରେ ଅନୁସନ୍ଧାନ ତଥା ନବାଚାର କ୍ଷେତ୍ରରେ ଯୋଗଦାନ କରୁଛନ୍ତି । ଭାରତରେ ରହି  କୋରିଆ କଂପାନୀଗୁଡିକୁ ଆର ଏଣ୍ଡ ଡି ସୁବିଧା ପ୍ରଦାନ କରାଯାଉଛି  । ଏହାବ୍ୟତୀତ ଭାରତୀୟ ଶିକ୍ଷାବିତ୍ତ, ଅନୁସନ୍ଧାନ ତଥା ଡାକ୍ତରୀ ପଢିଥିବା ଛାତ୍ରଛାତ୍ରୀମାନେ ଅଗ୍ରଣୀ କୋରିଆବିଶ୍ୱବିଦ୍ୟାଳୟଗୁଡିକରେ  କାର୍ଯ୍ୟ କରୁଛନ୍ତି ଅବା ଶିକ୍ଷାଲାଭ କରୁଛନ୍ତି  । ଏବଂ ଏଠାରେ ରହୁଥିବା ଭାରତୀୟ କୋରିଆର ଆର୍ଥିକ ସମୃଦ୍ଧି ସହିତ ଏଠାକାର ସଂସ୍କୃତି ଏବଂ ସାମାଜିକ ଜୀବନରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି  ।

ବନ୍ଧୁଗଣ, କୋରିଆରେ ଯୋଗକୁ ଅନେକ ସମ୍ମାନ ଏବଂ ସ୍ନେହ ମଳିଛି । ଆପଣମାନେ କରୁଥିବେ,ମୋତେ ଜଣାନାହିଁ କିନ୍ତୁ ଯେତେବେଳେ ସାକ୍ଷାତ କରୁଥିବେ ସେତେବେଳେ ଲୋକମାନେ ତ ପଚାରୁଥିବେ ଯେ ଭାଇ ଆପଣ ଯୋଗ କଣ ଜାଣିଛନ୍ତି, ସେତେବେଳେ ଆପଣ କହୁଥିବେ ଯେ ନାକ ଧରି ବସିଯାଆନ୍ତୁ  ।

ସିଓଲ, ବୁସାନ ତଥା ଅନ୍ୟ ସହରଗୁଡିକରେ ଦୁଇ ହଜାରରୁ ଅଧିକ ଲୋକ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସରେ ମନଯୋଗ ଦେଇ, ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । କୋରିଆରେ ଆପଣମାନେ ହୋଲି, ଦିପାବଳୀ, ବୈଶାଖୀ – ଏକ ପ୍ରକାରର ସମସ୍ତ ଭାରତୀୟ ଉତ୍ସବଗୁଡିକୁ ପାଳନ କରିବା ସହିତ ସେଥିରେ କୋରିଆର ବନ୍ଧୁମାନଙ୍କୁ ସାମିଲ ମଧ୍ୟ କରୁଛନ୍ତି । ଏବେ ଏଠାକାର ସହରଗୁଡିକରେ ଭାରତୀୟ ରେଷ୍ଟୁରାଣ୍ଟକୁ ମଧ୍ୟ ସ୍ଥାନ ମିଳିବା ଆରମ୍ଭ ହୋଇସାରିଛି । ଏହା ସହିତ ଏଠାକାର ଖାଦ୍ୟ ସୂଚୀରେ ଭାରତୀୟ ଖାଦ୍ୟକୁ ମଧ୍ୟ ସ୍ଥାନିତ କରାଯାଇଛି  । ଏଠାକାର ଲୋକମାନେ ମଧ୍ୟ ଏହାର ମାନେ କଣ ବୋଲି ଜାଣିଲେଣି  ।

ଏଠାରେ ଭାରତୀୟ ଫିଲ୍ମଗୁଡିକ ଅତ୍ୟନ୍ତ ଲୋକପ୍ରିୟ ହେବାରେ ଲାଗିଛି । ଏବେ କୋରିଆର ପିଲାମାନଙ୍କ ମଧ୍ୟରେ କବାଡି-କବାଡି ଶୁଣିବାକୁ ମଧ୍ୟ ମିଳୁଛି, ଏଠାକାର ଲୋକମାନେ କବାଡି ବୋଲି କହୁଛନ୍ତି ନାଁ ? 2018ରେ ଏସିଆନ ଗେମ୍ସରେ କୋରିଆ ଟିମ ରୌପ୍ୟ ପଦକ ମଧ୍ୟ ଜିଣିଥିଲେ,ସେଥିପାଇଁ ମୁଁ ଏଠାକାର ସମସ୍ତ ଜନସାଧାରଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି  ।

ବନ୍ଧୁଗଣ, ମୁଁ ପୂର୍ବରୁ ହିଁ କହିସାରିଛି ଯେ ରାଜଦୂତ ଜଣେ ଥାଆନ୍ତି କିନ୍ତୁ ପ୍ରତ୍ୟେକ ହିନ୍ଦୁସ୍ତାନୀ ଯେଉଁଠି ମଧ୍ୟ ଅଛନ୍ତି ସେମାନେ ହେଉଛନ୍ତି ଜଣେ ଜଣେ ରାଷ୍ଟ୍ରଦୂତ  । ଆପଣ ଭାରତର ରାଷ୍ଟ୍ରଦୂତ । 30 ମିଲିୟନ ବିଦେଶୀ ଭାରତୀୟ, ସେମାନଙ୍କ କଠିନ ପରିଶ୍ରମ, ଅନୁଶାସନ ଦ୍ୱାରା ସମଗ୍ର ବିଶ୍ୱରେ ଦେଶପାଇଁ ସମ୍ମାନ ଆଣିଛନ୍ତି ଏବଂ ମୁଁ ଯେଉଁ ଦେଶକୁ ଯାଏ, ମୋତେ ଏହା ଶୁଣି ବହୁତ ଖୁସି ଲାଗେ ଯେ ଭାରତୀୟମାନଙ୍କର ପ୍ରତିଷ୍ଠା ଆଇନକୁ ସମ୍ମାନ ଦେଉଥିବା ନାଗରିକ ଭାବେ ଅତ୍ୟନ୍ତ ଗୌରବପୂର୍ଣ୍ଣ ଭାବେ ଉଲ୍ଲେଖ ହୋଇଥାଏ  ।

ବନ୍ଧୁଗଣ, ଆମ ଦେଶ ପାଇଁ ଚଳିତ ବର୍ଷ ହେଉଛି ସ୍ୱତନ୍ତ୍ର, କାରଣ ? କାରଣ ? ଏଥିପାଇଁ ସ୍ୱତନ୍ତ୍ର ଯେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ ପାଳନ ହେବାକୁ ଯାଉଛି  । ଏହା ଏକ ଏଭଳି  ଅବସର ଯେତେବେଳେ ଆମେ ତାଙ୍କୁ ସ୍ମରଣ କରୁଛୁ, ତାଙ୍କ ଶିକ୍ଷା, ଦର୍ଶନ ଦ୍ୱାରା ପ୍ରେରିତ ହେଉଛୁ  । ମହାତ୍ମା ଗାନ୍ଧୀଙ୍କ ଭଳି ଏତେ ବିଶାଳ ବ୍ୟକ୍ତିତ୍ୱ ବିଶ୍ୱ ମାନବ, ଯେ କି ସମଗ୍ର ସଂସାରରେ ମହାପୁରୁଷ ଭାବେ ପରିଚିତ ହେବା କଥା, ତାହା ଦୁର୍ଭାଗ୍ୟବଶତଃ ହୋଇପାରିନାହାଁନ୍ତି  ।

ନେଲସନ ମଣ୍ଡେଲାଙ୍କୁ ସମଗ୍ର ବିଶ୍ୱ ଜାଣିଛି, ମାର୍ଟିନ ଲୁଥର କିଙ୍ଗଙ୍କୁ ଜାଣିଛନ୍ତି, କେନେଡୀଙ୍କୁ ଜାଣିଛନ୍ତି,ସମଗ୍ର ବିଶ୍ୱ ଏବେ ମଧ୍ୟ ଗାନ୍ଧୀଙ୍କ ବିଷୟରେ କୁହେଁ । କଣ ଆମର ଏହା ଦାୟିତ୍ୱ ନୁହେଁ ଯେ ଭାରତର ସୁଯୋଗ୍ୟ ଦାୟାଦ ମହାତ୍ମା ଗାନ୍ଧୀ, ସମଗ୍ର ଦୁନିଆର ପ୍ରତ୍ୟେକ ପିଲାଙ୍କ ମୁଖରେ ଗାନ୍ଧୀଜୀଙ୍କ ନାମ ହେବା ଆବଶ୍ୟକ, ଏହା ଆମ ସ୍ୱପ୍ନ ହେବା ଦରକାର  ।

ସେ ବିଶ୍ୱ ମାନବ ଥିଲେ ଏବଂ ଆଜି ଯେତେବେଳେ ସମଗ୍ର ଦୁନିଆ ଅନେକ ଆହ୍ୱାନଗୁଡିକର ସମ୍ମୁଖୀନ ହେଉଛି ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଆହୁରି ମଧ୍ୟ ପ୍ରାସଙ୍ଗିକ ହୋଇଯାଏ  । ବାପୁଙ୍କ ଜୀବନରେ ପ୍ରକୃତି ପ୍ରତି ବହୁତ ଶ୍ରଦ୍ଧା ଥିଲା, ତାଙ୍କର ମଧ୍ୟ ବହୁତ ବଡ ଭୂମିକା ଥିଲା  । ନିଜ ଜୀବନରେ ପରିବେଶ ସହ ତାଳମେଳ ରକ୍ଷା କରିବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ  । କୋରିଆରେ ବାପୁଙ୍କ ପ୍ରତି ଏକ ଅନନ୍ୟ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ବାପୁଙ୍କ ସ୍ମରଣ ଉଦ୍ଦେଶ୍ୟରେ ଆମେ ସମସ୍ତେ କୋରିଆରେ 150ଟି ଚାରା ରୋପଣ କରିବାକୁ ଯାଉଛୁ  ।

ବନ୍ଧୁଗଣ, କୋରିଆ ସହିତ ପ୍ରତ୍ୟେକ ଦିନ ଆମର ସଂପର୍କ ମଜବୁତ ହୋଇଚାଲିଛି, ବୃଦ୍ଧି ପାଇ ଚାଲିଛି ଏବଂ ସୁଦୃଢତାର ସହ ଆଗକୁ ଅଗ୍ରସର ହେଉଛି  । କୋରିଆ ଏବଂ ଭାରତ ଏହି ସଂପୂର୍ଣ୍ଣ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ପାଦକୁ ପାଦ ମିଶାଇ ଆଗକୁ  ଅଗ୍ରସର ହେଉଛୁ । ଆମ ମଧ୍ୟରେ ଏକ ସ୍ପଷ୍ଟ ଏବଂ ସରଳ ଅଂଶୀଦାରିତା ରହିଛି । ଆମେ ମିଳିମିଶି ପରସ୍ପରକୁ ଲାଭ ପ୍ରଦାନ କରିପାରିବୁ  ।

ଏହି ଭାଗୀଦାରିତାକୁ ଭାରତୀୟ କଂପାନୀଗୁଡିକର କୋରିଆରେ ଉପସ୍ଥିତି ଆହୁରି ମଜଭୁତ କରୁଛି  । କୋରିଆର ବ୍ରାଣ୍ଡ ଭାରତର ପ୍ରତ୍ୟେକ ଘରର ଏକ ଅଂଶ ହୋଇସାରିଛି  । ଏଲଜି, ସାମସଙ୍ଗ, ହୁଣ୍ଡାଇ ଭଳି କୋରିଆ ବ୍ରାଣ୍ଡ ଭାରତର ଗାଁ ଗାଁରେ ପହଞ୍ଚି ସାରିଛି, ଲୋକମାନଙ୍କର ନିତି ଦିନିଆ ଆଲୋଚନାର ଅଂଶବିଶେଷ ହୋଇପାରିଛି  ।

ବନ୍ଧୁଗଣ, ଆଜି ସମଗ୍ର ସଂସାର ଭାରତ ଆଡକୁ ଆଶାଭରା ଦୃଷ୍ଟିରେ ଦେଖୁଛନ୍ତି । ଆମେ ଆଜି ଦୁନିଆରେ ସବୁଠାରୁ ଦୃତ ଗତିରେ ବୃଦ୍ଧି ହେଉଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଆମ ଅର୍ଥବ୍ୟବସ୍ଥା ମଜବୁତ ହୋଇଛି  । 2014 ପୂର୍ବରୁ ଆମେ ଏହା ଶୁଣୁଥିଲୁ ଯେ ଭାରତ କ୍ଷଣ ଭଙ୍ଗୁର,ଆମେ ତ ବୁଡିବୁ ସାଙ୍ଗ ତୁମକୁ ମଧ୍ୟ ନେଇ ବୁଡିବୁ  । ଆଜି ବଡ ଅର୍ଥବ୍ୟବସ୍ଥାରେ ସମଗ୍ର ଦୁନିଆରେ ସବୁଠାରୁ ଦୃତ ଗତିରେ ଅଗ୍ରସର ହେଉଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଅନ୍ୟତମ ଏବଂ ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ପାଞ୍ଚ ଟ୍ରିଲିୟନ ଅର୍ଥବ୍ୟବସ୍ଥା ଥିବା ଦେଶ ଆଡକୁ ଦୃତ ଗତିରେ ଅଗ୍ରସର ହେଉଛି,ପାଞ୍ଚ ଟ୍ରିଲିୟନ କ୍ଳବରେ ଆମେ ସାମିଲ ହେବୁ, ସେହି ଦିନ ପାଇଁ ମଧ୍ୟ ଦୂରତ୍ୱ ବେଶୀ ନୁହେଁ  । ଏବଂ 2014ରେ, ମୁଁ ଯେତେବେଳେ ଦାୟିତ୍ୱ ନେଲି ସେତେବେଳେ ସମଗ୍ର ବିଶ୍ୱରେ ଅର୍ଥନୀତି ଦୃଷ୍ଟିକୋଣରୁ ଆମେ 11 ନମ୍ବରରେ ଥିଲୁ, ଆପଣ ବିଶ୍ୱାସ କରନ୍ତୁ ଆଜି ଆମେ ଷଷ୍ଠ ସ୍ଥାନରେ ପହଞ୍ଚିସାରିଛୁ, ଏବଂପାଞ୍ଚ ନମ୍ବର ହେବା ପାଇଁ ବିଳମ୍ବ ହେବନାହିଁ  । ଏବଂ ଆଗାମୀ ଦେଢ ଦଶନ୍ଧି ମଧ୍ୟରେ ଭାରତ ଶ୍ରେଷ୍ଠ ତିନିରେ ସ୍ଥାନ ପାଇବା ପାଇଁ ଆମେ ପ୍ରଚେଷ୍ଟାରତ  ।

ବନ୍ଧୁଗଣ, ଭାରତରେ ବିଗତ ସାଢେ ଚାରି ବର୍ଷରେ ଆମେ ଜୀବନଧାରଣକୁ ସରଳ କରିବା ଏବଂ ସୁବିଧାରେ ବ୍ୟବସାୟକୁ  ସୁନିଶ୍ଚିତ କରିବାରେ ପ୍ରଚେଷ୍ଟା କରିଛୁ । ନିରନ୍ତର ଚାଲିଥିବା ଆର୍ଥିକ ଏବଂ ସାମାଜିକ ସଂସ୍କାର ଯୋଗୁ ଆମେ ଏହି ସଫଳତା ପ୍ରାପ୍ତ କରିପାରିଛୁ  । ସବୁଠାରୁ ବଡ ପରୋକ୍ଷ କର ସଂସ୍କାର, ବସ୍ତୁ ଏବଂ ସେବା ଟିକସ, ଜିଏସଟି ଆଜି ବ୍ୟବସ୍ଥାର ଅଂଶ ହୋଇସାରିଛି  । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶକୁ ଏକତ୍ରିତ କରିଥିଲେ ଏହାପରେ ଆର୍ଥିକ ଭାବେ ଦେଶର ଏକୀକରଣ କାର୍ଯ୍ୟ ଜିଏସଟି ଦ୍ୱାରା ହୋଇପାରିଛି  । ଆମେ ନଗଦ ବିହୀନ ଆର୍ଥବ୍ୟବସ୍ଥା ଆଡକୁ ଦୃଢତାର ସହ ଅଗ୍ରସର ହୋଇଛୁ, ଆମେ  ରାଜକୋଷୀୟ ଅନୁସନ୍ଧାନକୁ ବଜାୟ ରଖିଛୁ  । ଏହାର ଫଳସ୍ୱରୂପ ବିଗତ ଚାରି ବର୍ଷ ମଧ୍ୟରେ ସୁବିଧାରେ ବ୍ୟବସାୟ କ୍ଷେତ୍ରରେ ଆମେ ବୈଶ୍ୱିକ ରାଙ୍କିଙ୍ଗରେ 65ଟି ସ୍ଥାନକୁ ଅତିକ୍ରମ କରିପାରିଛୁ ଏବଂ ସଂସାରକୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଏତେ ବଡ ଦେଶ, ଏବେ ବିବିଧତାଗୁଡିକରେ ଭରପୂର ଦେଶ, ବିକାଶୀଳ ଦେଶ, ଏତେବଡ ସ୍ଥାନକୁ ଡେଇଁପାରେ ?

ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ମୋତେ ସ୍ୱତନ୍ତ୍ର ଭାବେ ଫୋନ କରି କହିଥିଲେ ଯେ ଆମ ପାଇଁ ବଡ ଆଶ୍ଚର୍ଯ୍ୟର କଥା ଯେ କୌଣସି ଦେଶ ଦୃଢ ନିଶ୍ଚୟର ସହ ଏତେ ବଡ ପରିଣାମ ଆଣିପାରିବ, ଏବଂ ଏହା ହିନ୍ଦୁସ୍ତାନର ଶକ୍ତି ଯୋଗୁଁ ସମ୍ଭବ ହୋଇପାରିଛି  ।

ବନ୍ଧୁଗଣ, ପୁଞ୍ଜି ନିବେଶ ପାଇଁ ସବୁଠାରୁ ଉତ୍କୃଷ୍ଟ ସ୍ଥାନ ଭାବେ ସମଗ୍ର ଦୁନିଆରେ ଭାରତ ଜଣାଶୁଣା ଏବଂ ସେଥିପାଇଁ ଦେଶକୁ ବିଗତ ଚାରି ବର୍ଷ ମଧ୍ୟରେ 263 ବିଲିୟନ ଡଲାରର ରେକର୍ଡ ଏଫଡିଆଇ ମିଳିଛି  ।

ବନ୍ଧୁଗଣ, ଆପଣମାନଙ୍କ ମଧ୍ୟରେ କିଛି ଲୋକ ଏବେ କିଛି ଦିନ ପୂର୍ବେ ଭାରତ ଆସିଥିବେ, ଆପଣ ନିଜ ଦେଶରେ ପରିବର୍ତ୍ତନ ଦେଖିପାରିଥିବେ.. କୁହନ୍ତୁ… ଆସୁନାହଁନ୍ତି କି ? ଯଦି ଆସିଥିବେ ତେବେ ନିଶ୍ଚିତ ଭାବେ ପରିବର୍ତ୍ତନ ଦେଖିଥିବେ  । ବିଗତ ଚାରି ବର୍ଷ ମଧ୍ୟରେ ଭାରତରେ ଦୃତ ଗତିରେ ପରିବର୍ତ୍ତନ ହେଉଛି  ।

ଆଜି ଭାରତରେ ପାଖାପାଖି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଅଛି  । ଏବଂ ଏଥିପାଇଁ ଏକ ହଜାର ଦିନରେ 33 କୋଟିରୁ ଅଧିକ ଖାତା ଖୋଲାଯାଇଛି  । ଏବଂ ଏକ ରିପୋର୍ଟ ଅନୁସାରେ ସମଗ୍ର ଦୁନିଆରେ ବିଗତ ଚାରି ବର୍ଷରେ ଯେତେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି,  ତାହାର 50 ପ୍ରତିଶତ କେବଳ ହିନ୍ଦୁସ୍ତାନରେ ଖୋଲାଯାଇଛି । ଏବଂ କେବଳ ଖାତା ଖୋଲାଯାଇଛି ତାହା ନୁହେଁ,ଯେତେବେଳେ ଲୋକ ଗରିବ ଅଛନ୍ତି ଏବଂ ବ୍ୟାଙ୍କରେ ଖାତା ଖୋଲାଯାଇଛି ସେତେବେଳେ ତାଙ୍କୁ ମଧ୍ୟ ସଞ୍ଚୟ କରିବାର ମନ ହେଉଥିବ, ଏହି ଖାତାରେ ଆଜି 12 ବିଲିୟନ ଡଲାର ଜମା ରହିଛି  । ସମଗ୍ର ଦୁନିଆ ବର୍ତ୍ତମାନ ଭାରତରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ର କ୍ରାନ୍ତିକୁ ଅତି ନିକଟରୁ ଦେଖୁଛନ୍ତି  ।

ମୁଦ୍ରା ଯୋଜନାରେ 128 ମିଲିୟନ ଲୋକଙ୍କୁ 90 ବିଲିୟନ ଡଲାରରୁ ଅଧିକଙ୍କୁ ମାଇକ୍ରୋ କ୍ରେଡିଟ ପ୍ରଦାନ କରାଯାଇଛି, ଏବଂ ଆପଣଙ୍କୁ ଜାଣି ଖୁସି ଲାଗିବ ଯେ, ସେଥିମଧ୍ୟରୁ ଋଣ ଗ୍ରହିତା ହେଉଛନ୍ତି 74 ପ୍ରତିଶତ ମହିଳା ଏବଂ ଅଧିକାଂଶ ପ୍ରଥମ ଥର ଋଣ ଗ୍ରହିତା ଅଛନ୍ତି, ବ୍ୟାଙ୍କକୁ ପ୍ରଥମ ଥର ପାଇଁ ଯାଇଛନ୍ତି, ବ୍ୟାଙ୍କରୁ ପଇସା ପ୍ରଥମ ଥର ପାଇଁ ନେଇଛନ୍ତି, ଏହା କେତେ ବଡ କ୍ରାନ୍ତି, ଆପଣ ଅନୁମାନ କରିପାରୁଛନ୍ତି  ।

ସାମାଜିକ ସୁରକ୍ଷା ପାଇଁ ଆଜି ସୁହାଇଲା ପରି ପେନସନ ଏବଂ ବୀମାର ଏଭଳି ଏକ ସ୍କିମ ରହିଛି ଯେଉଁଥିରେ 90 ପଇସାରୁ ଆରମ୍ଭ କରି ଏକ ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ରହିଛି  । 90 ପଇସା କିଛି ବି ନୁହେଁ  । ଏତେ କମ ପ୍ରିମିୟମରେ ଗରିବ ବ୍ୟକ୍ତିଙ୍କୁ ଦୁଇ-ଦୁଇ ଲକ୍ଷ ଟଙ୍କାର ବୀମା ସୁନିଶ୍ଚିତ ହେଉଛି  । ଆଜି ସମଗ୍ର ସଂସାରର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜନା, ଆୟୁଷ୍ମାନ ଭାରତ, ଲୋକମାନେ ଏହାକୁ ମୋଦୀ କେୟାର ନାମରେ ଜାଣିଛନ୍ତି  । 50 କୋଟି ଲୋକଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି  । 50 କୋଟି ଲୋକ ମାନେ- ଆମେରିକା, କାନାଡା, ମେକ୍ସିକୋ ଆଦି ଦେଶର ଜନସଂଖ୍ୟାଠାରୁ ବହୁ ଅଧିକ ଏବଂ ଏହା ହିନ୍ଦୁସ୍ତାନ କରୁଛି  ।

ଦୁନିଆର ସବୁଠାରୁ ବଡ ଉଚ୍ଚତା ଥିବା ପ୍ରତିମୂର୍ତ୍ତି– ଏକତାର ପ୍ରତିମୂର୍ତ୍ତି ପାଇଁ ଆଜି ଭାରତର ନାଁ ସମସ୍ତେ ଜାଣିଛନ୍ତି  । ଏଭଳି ବହୁତ କାର୍ଯ୍ୟ ଅଛି ଯାହାଦ୍ୱାରା ଦେଶର ପ୍ରତିଷ୍ଠାକୁ ଶକ୍ତି ମିଳିଛି  ।

ଡିଜିଟାଲ ଇଣ୍ଡିଆ ଦ୍ୱାରା ଭାରତର ଲୋକମାନଙ୍କର ଜୀବନରେ ଦୃତ ଗତିରେ ପରିବର୍ତ୍ତନ ଆସିଛି  । ଆଜି ପାଖାପାଖି ପ୍ରତ୍ୟେକ ଭାରତୀୟଙ୍କ ପାଖରେ ବାୟୋମେଟ୍ରିକ ପରିଚୟ ରହିଛି  । ଦେଶର 1.25ଗ୍ରାମରେ ଅପ୍ଟିକାଲ ଫାଇବର ପହଞ୍ଚି ପାରିଛି  ।

ବନ୍ଧୁଗଣ, ଆଜି ଅନେକ ମାମଲାରେ ଭାରତ ଦୁନିଆର ବିଶ୍ୱ ନେତୃତ୍ୱଙ୍କ ଧାଡିରେ ଛିଡା ହୋଇପାରିଛି  । 2030 ସୁଦ୍ଧା ବିଶ୍ୱରୁ ଟିବି ସମାପ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି, ଭାରତ 2025 ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ପାଇଁ ଲକ୍ଷ୍ୟ ରଖିଛି  ଏବଂ 130 କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ଯେ ଆମେ 2025 ସୁଦ୍ଧା ଏହି ଲକ୍ଷ୍ୟ ହାସଲ ନିଶ୍ଚୟ କରିବୁ  ।

ଆଜି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆମେ ସମଗ୍ର ଦୁନିଆକୁ ମାର୍ଗ ଦର୍ଶନ କରାଉଛୁ  । ଆମ ଦେଶ ଆନ୍ତଃରାଷ୍ଟ୍ରୀୟ ସୌର ମେଣ୍ଟ ସ୍ଥାପନ କରି ଏହାକୁ ଗତି ପ୍ରଦାନ କରିଛି ।

ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଜି ଆମ ଦେଶ ଦୁନିଆର ଷଷ୍ଠ ସବୁଠାରୁ ବଡ ଉତ୍ପାଦକ ହୋଇପାରିଛି  । ଆଜି ସାରା ଦୁନିଆରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଛି, ଆପଣ ଅନୁଭବ କରୁଛନ୍ତି କି?

ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଠାରୁ ଏହା ମଧ୍ୟ ଆଶା କରୁଛି ଯେ ଆପଣମାନେ ଭାରତର ସକାରାତ୍ମକ ବିକାଶର ସୂଚନାକୁ ନିଜ କୋରିଆ ମିତ୍ରମାନଙ୍କ ସହ ବାଣ୍ଟନ୍ତୁ  । ମେକ ଇନ ଇଣ୍ଡିଆ ଆଜି ବୈଶ୍ୱିକ ବ୍ରାଣ୍ଡ ହୋଇସାରିଛି । କୋରିଆ ଭଳି ମିତ୍ର ଦେଶଗୁଡିକ ସହିତ ମିଶି ଆମେ ବୈଦ୍ୟୁତିକ ଉତ୍ପାଦନର ବହୁତ ବଡ ହବ ପ୍ରତିଷ୍ଠା କରିବାକୁ ଚାହୁଁଛୁ  ।

ବନ୍ଧୁଗଣ, ଆଜି ଭାରତରେ ଏକ ନୂତନ କିରଣ ଦେଖାଯାଉଛି । ଏହି କିରଣର ପ୍ରତିନିଧି ଭାବେ ମୋତେ କାଲି ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ମୋର ନୁହେଁ, ମୁଁ ତ 130 କୋଟି ଭାରତୀୟଙ୍କ ତରଫରୁ ଏବଂ ତିନି କୋଟି ପ୍ରବାସୀ ଭାରତୀୟଙ୍କ ତରଫରୁ, କେବଳ ଏହାକୁ ସ୍ୱୀକାର କରିବା ପାଇଁ ଆସିଛି । ଏହି ପୁରସ୍କାର ପ୍ରତ୍ୟେକ ଭାରତୀୟଙ୍କ ପ୍ରଚେଷ୍ଟାର ସମ୍ମାନ । ଏହି ପୁରସ୍କାର ବିଗତ ଚାରି ବର୍ଷରେ ଭାରତୀୟମାନଙ୍କ ଲଗାତାର, ଦିନ-ରାତି କରିଥିବା ପରିଶ୍ରମକୁ ସମ୍ମାନ ପ୍ରଦାନ କରୁଛି  ।

ମୁଁ ପୁନର୍ବାର ନିଜ ଦେଶର ନାମ ଉଜ୍ଜ୍ୱଳ କରିବା ପାଇଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ଏବଂ ଦେଶରେ ଆପଣମାନଙ୍କ ଉନ୍ନତି ଏବଂ ଉପଲବ୍ଧିଗୁଡିକ ପାଇଁ ମୋ ତରଫରୁ ଅନେକ ଅନେକ ଶୁଭକାମନା ଜଣାଉଛି  ।

ଆମର ଏଠାରେ କୁମ୍ଭ ମେଳା କିଛି ନୂଆ କଥା ନୁହେଁ  । ନୂତନ ପିଢିର ଲୋକ ଯାଉଥିବେ  କି ନାହିଁ,ମୋତେ ଜଣାନାହିଁ, କିନ୍ତୁ ଏଠାରେ ଯେଉଁ ପୂରୁଣା ପିଢିର ଲୋକମାନେ ଥିବେ, ତାଙ୍କ ମନ ନିଶ୍ଚୟ ହେଉଥିବା ଯେ କୁମ୍ଭ ମେଳା ଦେଖିବାପାଇଁ । ଆମ ଦେଶର ପର୍ବ, ଏହିଭଳି ମେଳା, ତାହାର ଚିତ୍ର ମନରେ ଆସିବା ମାତ୍ରେ ଏକ ନିଶ୍ଚିତ ଛବି ମାନସପଟରେ ଝଲସୁଥିବ । କିନ୍ତୁ ଆପଣଙ୍କୁ ଜାଣି ଖୁସି ଲାଗିବ ଯେ ଭାରତରେ କୁମ୍ଭ ମେଳା ଛୋଟ ନୁହେଁ ଜୀ- ପ୍ରତ୍ୟେକ ଦିନ ଗଙ୍ଗା ନଦୀ ତଟରେ ଗୋଟିଏ ୟୁରୋପୀୟ ଦେଶର ଲୋକଙ୍କ ସଂଖ୍ୟା ସହ ସମାନ ଲୋକଙ୍କ ସମାଗମ ହୋଇଥାଏ  ଏବଂ ପୂରା କୁମ୍ଭ ମେଳା ସମୟରେ ଗଙ୍ଗାରେ ବୁଡ ପକାଉଥିବା ଲୋକଙ୍କ ସଂଖ୍ୟା ଚାରିଟି କୋରିଆରୁ ଅଧିକ ହେବ  । ଯେତେବେଳେ ଏହି କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବ ଏଠାକାର ଜନସଂଖ୍ୟାର ଚାରିଗୁଣ ଲୋକ ସେହି ଗଙ୍ଗାରେ ସ୍ନାନ କରିଥିବେ  । ପ୍ରଥମ ଥର ଏହା ଦୃଷ୍ଟିକୁ ଆସିଛି ଯେ ଯେଉଁମାନେ କୁମ୍ଭ ମେଳାକୁ ଯାଇଛନ୍ତି, ସେ ମେଳାର ବ୍ୟବସ୍ଥା ଏବଂ ମେଳାରେ ସ୍ୱଚ୍ଛତାର ଆଲୋଚନା ବ୍ୟାପକ ଭାବେ କରିଛନ୍ତି  । ଆମର ପୂର୍ବରୁ ସ୍ୱଭାବ ଥିଲା ଯେ ଏସବୁ ପ୍ରତି ଆମର ଦୃଷ୍ଟି ଯାଉନଥିଲା, ଆମର ମଧ୍ୟ ଅଭ୍ୟାସ ହୋଇଯାଇଥିଲା, ଆରେ ଚଳିବ, ଚାଲ ବନ୍ଧୁ  । ପ୍ରଥମ ଥର ନ୍ୟୁୟର୍କ ଟାଇମ୍ସ କୁମ୍ଭ ମେଳାର ଚର୍ଚ୍ଚା କରି କୁମ୍ଭ ମେଳାର ସ୍ୱଚ୍ଛତାର ବିଶେଷ ଭାବେ ଉଲ୍ଲେଖ କରିଛି  । ଏହି ଦେଶ ଯଦି ଦୃଢ ନିଶ୍ଚୟ କରିବ-ତେବେ କଣ କରିପାରିବ, ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଚଳିତ ବର୍ଷର କୁମ୍ଭ ମେଳା  ।

ବନ୍ଧୁଗଣ, ଦେଶ ବହୁତ ଦୃତ ଗତିରେ ପରିବର୍ତ୍ତିତ ହେଉଛି, ଦେଶ ବହୁତ ଦୃତ ଗତିରେ ଆଗକୁ ଅଗ୍ରସର ହେଉଛି  । ପର୍ଯ୍ୟଟନ ବିକାଶ ପାଇଁ ବହୁତ ବଡ ଶକ୍ତି  । ଏବଂ ମୁଁ ଯେଉଁଠିକୁ ମଧ୍ୟ ଯାଏ,ଭାରତୀୟ ସଂପ୍ରଦାୟଙ୍କ ସହ ମାଗଣାରେ ସାକ୍ଷାତ କରୁନାହିଁ, ଏହା ପରିବର୍ତ୍ତେ କିଛି ମାଗୁଛି-ଦେବେ ?ସମସ୍ତେ କହିଦିଅନ୍ତି-ମୋଦୀ କଣ ଆଉଥରେ ଆସିବେ କି, ପଚାରିବା ପାଇଁ ଏବଂ ଆଜି ସେ ଚାଲିଯାଇଛି, ଏବେ ଚାରି ବର୍ଷ ପରେ, ତିନି ବର୍ଷ ପରେ ଆସିବ, କିଏ ମନେରଖିବ  ।

ମୁଁ ଏଭଳି ନୁହେଁ, ମୁଁ ତ ପଚାରିବି, ମାଗିବି । ସତରେ ମୁଁ ମାଗିବି ? କଣ ଆଜି ଆମର ପ୍ରତ୍ୟେକ ହିନ୍ଦୁସ୍ତାନୀ, ଯିଏ ଦୁନିଆରେ ରହୁଛନ୍ତି- କୋଉଠି ଆପଣମାନେ ପଢିଥିବେ, କୋଉଠି ଫ୍ୟାକ୍ଟ୍ରିରେ କାମ କରୁଥିବେ, କୋଉଠି ମ୍ୟାନେଜମେଣ୍ଟରେ କାମ କରୁଥିବେ- ସେତେବେଳେ ଲୋକାଲ ଲୋକମାନଙ୍କ ସହ ଆପଣଙ୍କ ସଂପର୍କରେ ଆସିବା ସ୍ୱାଭାବିକ  । କଣ ଆପଣ ମନରେ ନିଶ୍ଚୟ କରିଛନ୍ତି ଯେ ପ୍ରତ୍ୟେକ ବର୍ଷ ଅତି କମରେ ପାଞ୍ଚଟି ଅଣ ଭାରତୀୟ ପରିବାରଙ୍କୁ ହିନ୍ଦୁସ୍ତାନ ଦେଖିବା ପାଇଁ ପ୍ରଚେଷ୍ଟା କରିବି ?ଏତିକି କରିପାରିବେ କି ? ଯଦି କେବଳ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ହିନ୍ଦୁସ୍ତାନୀ ଏହା ନିଶ୍ଚୟ କରିପାରିବେ ଯେ ଦେଶକୁ ଯାଇଁ ପୁଞ୍ଜିନିବେଶ କରିବି, ପ୍ରତ୍ୟେକଙ୍କ ପାଖରେ ପଇସା କୋଉଠି ଅଛି,ସେ ନିଜ ପରିବାର ଚଳାଇ ଅଳ୍ପ କିଛି ସଞ୍ଚୟ କରିପାରୁଛି  ।

କିନ୍ତୁ ଦେଶ ସେବା କ୍ଷେତ୍ରରେ ଗୋଟିଏ କାମ ନିଶ୍ଚିତ କରିପାରିବେ ଯେ ମୁଁ ଗୋଟିଏ ବର୍ଷ ମଧ୍ୟରେ ଅତି କମରେ ପାଞ୍ଚଟି ଅଣ ଭାରତୀୟ ପରିବାରକୁ ଭାରତ ଭ୍ରମଣ ପାଇଁ ପ୍ରେରିତ କରିବି, ପ୍ରୋତ୍ସାହିତ କରିବି,ଯିବା ପାଇଁ ସହଯୋଗ କରିବି  । ଆପଣ କଳ୍ପନା କରିପାରିବେ ଯେ ଭାରତର ପର୍ଯ୍ୟଟନ କେତେ ବୃଦ୍ଧି ହୋଇପାରିବ, କେତେ ବଡ ସେବା ଆପଣ କରିପାରିବେ  ।

ମୁଁ  ଆପଣଙ୍କୁ ମାଗିଛି, ମୁଁ ପଚାରିବି ଆମ ଏମ୍ବାସୀକୁ ଯେ କେତେଜଣ ଭିସା ମାଗିଛନ୍ତି, କୁହନ୍ତୁ  । ଏବଂ ମୋର ମତ ଯେ ହିନ୍ଦୁସ୍ତାନ ପ୍ରତିଶୃତି ଦେଇଥାଏ ଏବଂ ତାକୁ ପୂରଣ କରିଥାଏ  । ଦେଖନ୍ତୁ, ମୁଁ ଆପଣଙ୍କ ପ୍ରଶଂସା କରୁଛି, ଆପଣମାନେ ହସୁଛନ୍ତି  ।

ମୁଁ ଆସିବି, ମୁଁ ଆସିବି, ବାରମ୍ବାର ଆସିବି, ଆପଣ ଚିନ୍ତା କରନ୍ତୁ ନାହିଁ  । କିନ୍ତୁ ଯେତେବେଳେ ମୁଁ ଆସିବି ସେତେବେଳେ ପୁଣି ଏ ବିଷୟରେ ପଚାରିବି  । ଦେଖନ୍ତୁ ଏହା ଦେଶ ପାଇଁ ବହୁତ ବଡ ସେବା ହେବ  ।

ଶୀତ ଦିନରେ ଆପଣ ଏଠାକୁ ଆସିଛନ୍ତି, ମୋତେ ଆଶୀର୍ବାଦ ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ପାଖରେ ଅଶେଷ ଅଶେଷ କୃତଜ୍ଞ  ।

ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP's exports to BRICS nations, partners cross $5.36 billion in FY26: Govt

Media Coverage

UP's exports to BRICS nations, partners cross $5.36 billion in FY26: Govt
NM on the go

Nm on the go

Always be the first to hear from the PM. Get the App Now!
...
Odisha is emerging as a gateway to growth and prosperity in eastern India: PM Modi in Pahadpur
June 20, 2026
I extend my heartfelt birthday greetings to President Smt. Droupadi Murmu Ji, I wish her long life and excellent health: PM
Pahadpur village will now be rapidly developed as a solar village, that is, solar power will be ensured in every home here: PM
The vision of the Central Government is the development of India through the development of Eastern India: PM
To uplift tribal society, we are connecting tribal youth with opportunities for education and employment: PM
These children should get better facilities for studies; for this, around 500 Eklavya Model Schools have been opened across the country: PM

जॉय जगन्नाथ! जॉय मां किचकेश्वरी! मोर सबू भाई,भौणी,मां,मौसी मानंकु मोर नमोस्कार।

माननीय राष्ट्रपति द्रौपदी मुर्मू जी, राज्यपाल श्री हरि बाबु जी, यहां के लोकप्रिय मुख्यमंत्री मोहन चरण माझी जी, उप मुख्यमंत्री कनक वर्धन सिंह देव जी, प्रवती परीदा जी, ओडिशा के मंत्री गणेश सिंह खूंटिया जी, कृष्ण चंद्र महापात्र जी, सांसद नबा चरण माझी जी, मनमोहन सामल जी, बैजयंत पांडा जी, अन्य महानुभाव, भाइयों और बहनों।

हमारा ओडिशा इन दिनों उत्सवों के आनंद में डूबा हुआ है। यहाँ का गणपर्व रज, पिछले हफ्ते ही धूमधाम से मनाया गया है। महाप्रभु जगन्नाथ जी की रथ यात्रा की तैयारियां भी पुरजोश चल रही है। मयूरभंज के बारीपदा रथ यात्रा को लेकर भी उत्साह का माहौल है। और, इस सबके बीच ही लोकतन्त्र का विकास का उत्सव भी चल रहा है। ओडिशा की बीजेपी सरकार ने अपने 2 साल भी पूर्ण किए हैं। इस मौके पर, आप सबके बीच आना, मयूरभंज आने का ये सौभाग्य, और इतनी बड़ी संख्या में आप सबकी उपस्थिति, ये अवसर मेरे लिए बहुत खास है। आपका अपनापन मुझे बार-बार यहां खींच लाता है। मैं आप सभी का हृदय से बहुत-बहुत अभिनंदन करता हूँ। और ओडिशा की जनता को डबल इंजन सरकार में विकास यात्रा की भी बधाई देता हूँ, शुभकामनाएं देता हूं। साथ ही, इस अवसर पर मैं पंडित रघुनाथ मुर्मू जी, डॉ. दमयंती बेश्रा जी, और श्री चरण हेम्ब्रम जी जैसी विभूतियों को भी नमन करता हूँ। रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है। ओडिशा की संतानों को पद्म सम्मान देकर सम्मानित किया है। पिछले 2 वर्षों में ओडिशा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।

साथियों,

आज का ये अवसर इसलिए भी विशेष है, क्योंकि मयूरभंज की धरती पर पली-बढ़ीं, ओडिशा की बेटी, माननीय राष्ट्रपति जी हमारे बीच उपस्थित हैं। आज उनका जन्मदिन भी है। मैं राष्ट्रपति द्रौपदी मुर्मू जी को जन्मदिन की हार्दिक बधाई और शुभकमानाएं देता हूं, मैं उनके दीर्घायु होने और उत्तम स्वास्थ्य की कामना करता हूं। जनगन्नाथ जी भगवान के श्री चरणों में प्रार्थना करता हूं। ओडिशा की बेटी आज देश के इतने बड़े पद पर पहुंची हैं, हमारा मार्गदर्शन कर रही हैं, ये हम सभी के लिए बहुत गौरव की बात है। राष्ट्रपति जी का व्यक्तित्व, उनका उदार और सहृदय स्वभाव, राष्ट्र और समाज की सेवा के लिए उनका अटल समर्पण, उन्होंने मयूरभंज ही नहीं, पूरे ओडिशा की पहचान सशस्त की है। मैं इस अवसर पर, उनका विशेष रूप से अभिनंदन करता हूँ।

साथियों,

ये कार्यक्रम जब बना, तो इसमें मूल कारण तो लॉजिस्टिक था, लंबे अर्से से यहां आने के लिए चर्चा चल रही थी, लेकिन कोई तालमेल नहीं बैठता था। 21 जून को अंतर्राष्ट्रीय योगा दिवस कोलकाता में तय हुआ, तो फिर मैंने कहा अच्छा है, आज बंग दिवस भी है, तो क्यों न मैं सुबह मयूरभंज होकर के शाम को फिर कोलकाता के कार्यक्रम में जाऊं। और इसके कारण ये 20 जून तय हुई। लेकिन कुछ चीजें ऐसी होती हैं, जिसकी मंगल कामनाएं ईश्वरआधीन होती हैं, और इसलिए आज एक शुभ मंगल हो गया, कि राष्ट्रपति का जन्मदिन भी, मुझे आज उनके गांव में जाकर के, उनको शुभकामनाएं देने का अवसर मिला।

साथियों,

आज मैं राष्ट्रपति जी के साथ पहाड़पुर भी गया था। मैं इस क्षेत्र के बच्चों के लिए उनके द्वारा बनवाए गए स्कूल भी गया। बच्चों के साथ कुछ यादगार समय बिताने का अवसर मुझे मिला। मैं देख रहा था, बच्चों के चेहरों की चमक, राष्ट्रपति जी की उपस्थिति और आत्मीयता, वहां मुझे ऐसा कुछ भी नहीं लगा, किसी बच्चे को ये लगा हो कि राष्ट्रपति जी आई हैं, हर बच्चे को लगता था उनकी मां आई है। वे बच्चे भी बहुत भाग्यवान हैं, कैसे इस क्षेत्र के गरीब, वंचित और आदिवसी समाज के बच्चों को प्रेरणा मिल रही है, उन्हें देश के लिए कुछ बड़ा करने का आत्मविश्वास मिल रहा है। मैं राष्ट्रपति जी का आभारी हूं कि उन्होंने इन अनुभवों से गुजरने का आज मुझे अवसर दिया। ये मेरा दिन, एक प्रकार से मेरी शिक्षा का दिवस था, कुछ सीखने का अवसर था मेरे लिए।

साथियों,

मैं आपको सरकार का ये निर्णय भी बताना चाहता हूं कि पहाड़पुर गांव को, अब तेजी से सुर्यग्राम, सोलर विलेज के रूप में विकसित किया जाएगा। यानी यहां हर घर में सोलर बिजली बने, इसे सुनिश्चित किया जाएगा। और हम तो बड़ा गर्व के साथ कह सकते हैं कि यही ओडिशा है, जहां कोणार्क में सुर्य मंदिर की एक पहचान है, वैसे ही पहाड़पुर सुर्यग्राम की पहचान बन जाएगा। सुर्यग्राम, से पूरा गांव सोलर विलेज के रूप में पहचाना जाए, इस दिशा में काम तुरंत शुरू हो ऐसा मेरा प्रयास रहेगा। इस अभियान से, पहाड़पुर के लोगों को मुफ्त सोलर बिजली भी मिलेगी और जो ज्यादा बिजली होगी, वो उनकी आय भी बढ़ाएगी।

साथियों,

ओडिशा में डबल इंजन सरकार के 2 साल कई मायनों में ऐतिहासिक रहे हैं। मुख्यमंत्री मोहन चरण माझी जी के नेतृत्व में, आज ओडिशा तेज गति से विकास के रास्ते पर आगे बढ़ रहा है। आज यहां गरीब कल्याण की योजनाओं से सामान्य मानवी का जीवन बदल रहा है। ओडिशा में आर्थिक गतिविधियाँ निवेश और उद्योगों को आकर्षित करने का सामर्थ्य आज नज़र आ रहा है। यहाँ रोजगार के नए अवसरों के लिए तेजी से काम हो रहा है।

साथियों,

केंद्र सरकार का विज़न है- पूर्वी भारत के विकास से भारत का विकास। इसीलिए, हम पूर्वोदय की नीति पर काम कर रहे हैं। जिस पूर्वी भारत को काँग्रेस के दौर में पिछड़ेपन का पर्याय बना दिया गया था, आज वो प्रगति का प्रवेश द्वार बन रहा है। आज ओडिशा खुद इस बदलाव का साक्षी बन रहा है।

साथियों,

ओडिशा के पास समुद्र है, खनिज संपदा है, कृषि की शक्ति है और सबसे सामर्थ्यवान यहां युवा प्रतिभा है। इस सामर्थ्य का पूरा उपयोग करने के लिए हम मिलकर काम कर रहे हैं। इसीलिए, आज ओडिशा में रेलवे इनफ्रास्ट्रक्चर में रिकॉर्ड निवेश हो रहा है। नई सड़कें और आर्थिक कॉरिडोर बन रहे हैं। पोर्ट्स का विस्तार हो रहा है। ऊर्जा, सेमीकंडक्टर, ग्रीन एनर्जी और आधुनिक उद्योगों में निवेश आ रहा है। आज भी यहां ओडिशा के विकास से जुड़ी अनेक महत्वपूर्ण परियोजनाओं का लोकार्पण और शिलान्यास हुआ है। इन परियोजनाओं पर लगभग 47 हजार करोड़ रुपये खर्च किए जाएंगे। बिजली, सड़क, रेलवे, स्वास्थ्य और शिक्षा से जुड़ी इन परियोजनाओं से, आप सभी लोगों को बहुत सुविधा होने वाली है। मैं इन परियोजनाओं के लिए ओडिशा के लोगों को बहुत बहुत बधाई देता हूं।

साथियों,

हमारी सरकार ओडिशा के संसाधनों को, ओडिशा की संभावनाओं में बदल रही है। ओडिशा में बड़ा निवेश आए, यहाँ नए उद्योग लगें, इसके लिए उत्कर्ष ओडिशा जैसे अभियान चलाए जा रहे हैं। इसके तहत, अब तक करीब 20 लाख करोड़ रुपए के निवेश प्रस्ताव मिल चुके हैं। साढ़े 3 लाख करोड़ रुपए से ज्यादा की अनेक मेगा परियोजनाओं पर भी काम चल रहा है। उद्योगों के लिए अनुकूल वातावरण बने, इसके लिए ओडिशा के समग्र विकास पर ध्यान दिया जा रहा है। पावर सेक्टर में 6 हजार करोड़ रुपए से ज्यादा का निवेश हो रहा है। समृद्ध शहर योजना के तहत शहरी विकास को गति दी जा रही है। आने वाले वर्षों में इन प्रयासों का परिणाम हमें देखने को मिलने वाला है।

साथियों,

डबल इंजन सरकार की बड़ी विशेषता ये है कि वो खुद जनता तक पहुँचती है। हमारा प्रयास है कि सामान्य नागरिक को किसी समस्या के समाधान के लिए अनावश्यक चक्कर न लगाने पड़े। इन्हीं प्रयासों का परिणाम है कि युवाओं, महिलाओं, किसानों और आम लोगों की अपेक्षाएँ आज पूरी हो रही हैं। आप देखिए, धान खरीद में किसानों को 3,100 रुपये प्रति क्विंटल देने का निर्णय लिया गया। सुभद्रा योजना के माध्यम से एक करोड़ से अधिक माताओं और बहनों तक आर्थिक सहायता पहुंचाई गई। आयुष्मान भारत को लागू करके ओडिशा के परिवारों के लिए देशभर के अस्पतालों में इलाज का रास्ता खोला गया। आदिवासी विद्यार्थियों की पढ़ाई बीच में न छूटे, इसके लिए माधो सिंह हाथ-खर्चा योजना शुरू की गई। महाप्रभु श्री जगन्नाथ जी के भक्तों की भावनाओं का सम्मान करते हुए श्रीमंदिर के श्रद्धालुओं के लिए सारे द्वार खोल दिए गए, चारों-चार द्वार खोल दिए गए। डबल इंजन की ताकत मिलने से आज यहां चारों दिशाओं में विकास सुनिश्चित हो रहा है।

साथियों,

यहां बीते दिनों स्वच्छता को लेकर जो विशेष अभियान चला है, उसकी भी मुझे जानकारी मिली है। और मैं देख रहा था सोशल मीडिया में तो सफाई अभियान छाया हुआ है, यानी स्वच्छता से स्वागत, मैं ओडिशा की इस पहल के लिए, यहां के नगारिको का, सरकार का, मुख्यमंत्री जी का, इस प्रशंसनीय पहल के लिए बहुत ही प्रशंसा करता हूं, संतोष व्यक्त करता हूं।

साथियों,

स्वच्छता हमारे जीवन शैली का हिस्सा होनी चाहिए, हर रोज की आदत होनी चाहिए। मैं यहां स्वच्छता अभियान से जुड़े सभी लोगों का हृदय से बहुत-बहुत अभिनंदन करता हूं।

साथियों,

मैंने अपने जीवन का कुछ महत्वपूर्ण कालखंड जनजातीय क्षेत्रों में एक वालंटियर के रूप में काम करते हुए बिताया है। माननीय राष्ट्रपति जी तो बरसों तक ऐसे क्षेत्रों में चुनौतियां का सामना करती रही हैं। आप और हम जानते हैं कि जनजातीय क्षेत्रों में जीवन की सुविधाएं आसानी से नहीं पहुंचती थीं। इसलिए, हमारी सरकार ने जनजातीय विकास को बहुत प्राथमिकता दी है। हमने ऐसे इलाकों को सुविधाओं से जोड़ने के लिए धरती आबा जनजातीय ग्राम उत्कर्ष अभियान शुरू किया। इसके तहत स्वास्थ्य, शिक्षा, सड़क, आवास से जुड़े विभाग मिलकर के सर्वागीण विकास के लिए काम कर रहे हैं। ताकि वहां रहने वाले लोगों की कठिनाइयां दूर हो सकें। इसी तरह, पीएम जनमन अभियान तो राष्ट्रपति जी के साथ हुई चर्चाओं का, उनके मार्गदर्शन का ही परिणाम है। ये विशेष रूप से देश के ऐसे जनजातीय समूहों के लिए है, जो जनजातीय समुदाय में भी सबसे पीछे रह गए हैं। ऐसे जनजातीय समुदायों तक अब सरकार स्वयं चलकर उनके गांव, उनके दरवाजे तक पहुंच रही है।

साथियों,

आदिवासी समाज के उत्थान के लिए हम आदिवासी युवाओं को शिक्षा और रोजगार के अवसरों से जोड़ रहे हैं। इन बच्चों को पढ़ाई की बेहतर सुविधा मिले, इसके लिए देश में करीब 500 एकलव्य मॉडल स्कूल खोले गए हैं। करीब साढ़े सात सौ एकलव्य स्कूल स्वीकृत किए गए हैं। प्री-मैट्रिक और पोस्ट मैट्रिक लेवल पर, डेढ़ करोड़ से अधिक आदिवासी बच्चों को सैकड़ों करोड़ रुपए की स्कॉलर्शिप दी गई है। मुझे ये बताते हुए भी खुशी है कि यहां मयूरभंज में एक और नवोदय विद्यालय बनाने के लिए भी स्वीकृति दे दी गई है।

साथियों,

दूर-दराज इलाकों में रहने के कारण, जनजातीय समाज स्वास्थ्य से जुड़ी कठिनाइयों का भी शिकार रहा है। सिकल सेल एनीमिया जैसी बीमारियाँ एक बहुत बड़ी चुनौती रही हैं। हमने इनके खिलाफ देश भर में अभियान चलाया, चार करोड़ से ज्यादा हेल्थ कार्ड बांटे, मुफ्त इलाज के लिए करोड़ों आदिवासी लाभार्थियों को आयुष्मान कार्ड दिये। जल जीवन मिशन के तहत घर-घर साफ पानी पहुंचाया जा रहा है। इन प्रयासों का परिणाम आज हमें दिख रहा है। आदिवासी समाज दशकों पुरानी कठिनाइयों से बाहर आ रहा है, और, विकास की मुख्यधारा का हिस्सा बन रहा है।

साथियों,

आने वाले समय में हमारे सामने दो महत्वपूर्ण पड़ाव हैं। 2036 में ओडिशा के गठन के 100 वर्ष पूरे होंगे। और, 2047 में भारत की स्वतंत्रता के 100 वर्ष पूरे होने वाले हैं। यानी, ओडिशा और देश का लक्ष्य एक ही दिशा में है। ओडिशा की अर्थव्यवस्था मजबूत होगी, तो भारत मजबूत होगा। मुझे ओडिशा के सामर्थ्य पर भरोसा है। हमें मिलकर ओडिशा को विकास की बुलंदियों पर पहुंचाना है।

साथियों,

कल 21 जून को अंतर्राष्ट्रीय योग दिवस भी मनाया जाना है। ज्ञान और योग की धरती ओडिशा, योग यहाँ के संस्कारों का हिस्सा रहा है। मैं ओडिशा की धरती से पूरे देश से, पूरी दुनिया के लोगों से आह्वान करता हूँ, आप सब ज्यादा से ज्यादा संख्या में योग दिवस में हिस्सा लें। मैं एक बार फिर आप सभी को आज के अवसर, और विकास परियोजनाओं की बहुत-बहुत बधाई देता हूं। मैं माननीय राष्ट्रपति जी का विशेष रूप से आभार प्रकट करता हूं, कि मुझे उनके साथ उनकी कर्मभूमि को देखने का मौका मिला। एक बार फिर उन्हें जन्मदिन की बहुत-बहुत बधाई। बहुत-बहुत धन्यवाद।

जय जगन्नथ।

जय जगन्नथ।

जय जगन्नथ।