Indian diaspora is the true ambassador of India: PM Modi
India is continuously working with the spirit of Indian Solutions- Global Applications: PM Modi
‘Make in India’ is turning India into a Global Hub for Electronics and Automobile Manufacturing: PM Narendra Modi

ନମସ୍କାର,

ଜାପାନ ଭଳି ଦେଶ, ଆକି ଋତୁର ଏହି ମନୋରମ ପରିବେଶ ଏବଂ ଆପଣ ସମସ୍ତଙ୍କ ସମର୍ଥନ,ସତରେ ଏକ ଅଦ୍ଭୁତ ସଙ୍ଗମ  ।

ଭାରତରେ ମଧ୍ୟ ସୋମବାର, କାର୍ଯ୍ୟ ଦିବସ, ଏବଂ ପ୍ରାତଃ 9ଟା ବେଳେ ମୋତେ ଡକରା । କିନ୍ତୁ ଏତେ ସକାଳୁ ଏତେ ସଂଖ୍ୟାରେ, ଲାଗୁଛି ଯେ କିଛି ଲୋକ ରାତିରେ ହିଁ ଆସିଯାଇଛନ୍ତି ପ୍ରାୟ  । ମୁଁ ଆପଣମାନଙ୍କର ଏହି ଶ୍ରଦ୍ଧା ପାଇଁ ଆପଣଙ୍କ ଏହି ଆଶୀର୍ବାଦ ପାଇଁ ହୃଦୟରୁ ଆପଣଙ୍କୁ ଅନେକ ଜ୍ଞୃତଜ୍ଞତା ଜଣାଉଛି  ।

ଆଜିର ଏହି ସାକ୍ଷାତ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଜାପାନରେ ବସବାସ କରୁଥିବା ସମସ୍ତ ସ୍ୱଜନମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମୋତେ 2016 ରେ ମିଳିଥିଲା ଏବଂ ଏହାପରେ ଆଜି ସାକ୍ଷାତର ସୁଯୋଗ ମିଳିଛି  । ଏହି ସୁଯୋଗରେ ସର୍ବପ୍ରଥମେ ମୁଁ ଭାରତ ପକ୍ଷରୁ ଆପଣ ସମସ୍ତଙ୍କ ତରଫରୁ ମୋର ପ୍ରିୟ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ପୁନର୍ବାର LDP ଦଳର ସଭାପତି ହୋଇଥିବାରୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି  ।

ଭାରତର ଜନସାଧାରଣଙ୍କ ପ୍ରତି, ମୋ ପ୍ରତି, ପ୍ରଧାନମନ୍ତ୍ରୀ ଆବେଙ୍କ ଶ୍ରଦ୍ଧା, ତାଙ୍କର ସ୍ନେହଁ ସର୍ବଦା ରହିଆସିଛି  । ଚଳିତ ଥର ଏହାକୁ ନୂତନ ଦିଗନ୍ତ ପ୍ରଦାନ କରି ଯେଉଁଭଳି ଭାବେ ବିଶେଷ ସତ୍କାର ସେ କରିଛନ୍ତି, ସେଥିପାଇଁ ମଧ୍ୟ ମୁଁ ପ୍ରଧାନମନ୍ତ୍ରୀଜୀଙ୍କର ଏବଂ ଜାପାନର ଜନସାଧାରଣଙ୍କ ପ୍ରତି ଜ୍ଞୃତଜ୍ଞ । ଏଥିସହିତ ଆପଣ ସମସ୍ତଙ୍କୁ ଦୀପାବଳିର ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି  । ଯେଉଁଭଳି ଭାବେ ଦୀପାବଳିରେ ଦୀପ ଯେଉଁଠାରେ ରଖାଯାଏ ସେହି ସ୍ଥାନ ଆଲୋକିତ ହୋଇଥାଏ, ସେହିଭଳି ଆପଣମାନେ ମଧ୍ୟ ଜାପାନ ଏବଂ ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ନିଜର ଏବଂ ନିଜ ଦେଶର ନା’ ଉଜ୍ଜ୍ୱଳ କରନ୍ତୁ, ମୋର ଏହାହିଁ କାମନା  ।

ବନ୍ଧୁଗଣ, ଭାରତର ପ୍ରଧାନମନ୍ତ୍ରୀ ଭାବେ ଏହା ମୋର ତୃତୀୟ ଜାପାନ ଗସ୍ତ  । ଏବଂ ଯେତେବେଳେ ମଧ୍ୟ ଜାପାନ ଆସିବାର ସୁଯୋଗ ମିଳେ  ମୋତେ ଏକ ଆତ୍ମୀୟତାର ଅନୁଭବ ହୋଇଥାଏ  ।  ତାହା ଏଥିପାଇଁ ଯେ ଭାରତ ଏବଂ ଜାପାନ ମଧ୍ୟରେ ସଂପର୍କ ଅତି ନିବିଡ  । ହିନ୍ଦୁ ହୁଅନ୍ତୁ କିମ୍ବା ବୌଦ୍ଧ, ଆମ ଐତିହ୍ୟ ସମସ୍ତଙ୍କୁ ନେଇ ଚାଲିଛି  । ଆମ ଆରାଧ୍ୟଙ୍କ ଠାରୁ ଅକ୍ଷର ପର୍ଯ୍ୟନ୍ତ ଏହି ଐତିହ୍ୟର ଉପସ୍ଥିତି ଆମେ ପ୍ରତିକ୍ଷଣରେ ଅନୁଭବ କରିପାରୁଛୁ  ।

ମା’ ସରସ୍ୱତୀ, ମା’ ଲକ୍ଷ୍ମୀ, ଭଗବାନ ଶିବ ଏବଂ ଗଣେଶ ସମସ୍ତଙ୍କୁ ଜାପାନୀ ସମାଜରେ ପୂଜା କରାଯାଉଛି  । ସେବା ଶବ୍ଦର ଅର୍ଥ ଜାପାନୀ ଏବଂ ହିନ୍ଦୀରେ ଗୋଟିଏ । ହୋମକୁ ଏଠାରେ ଗୋମା କହୁଛନ୍ତି ଏବଂ ତୋରଣକୁ ଜାପାନୀରେ ତୋରୀ କହୁଛନ୍ତି  । ପବିତ୍ର ଓନ୍ତାକେ ଶୃଙ୍ଗ (Mount Ontake) ଯାତ୍ରା କରୁଥିବା ଜାପାନୀ ତୀର୍ଥଯାତ୍ରୀ ଯେଉଁମାନେ ପାରମ୍ପରିକ ଶ୍ୱେତ ବସ୍ତ୍ର ପରିଧାନ କରନ୍ତି, ଆହୁରୀ ମଧ୍ୟ କେହି କେହି ସଂସ୍କୃତ-ସିଦ୍ଧମ ଲିପିର କିଛି ପ୍ରାଚୀନ ବର୍ଣ୍ଣ ମଧ୍ୟ ଲେଖାନ୍ତି  । ସେମାନେ ଯେତେବେଳେ ଶ୍ୱେତ ଜାପାନୀ ତେଙ୍ଗୁଇ ପିନ୍ଧନ୍ତି, ସେତେବେଳେ ତାହା ଉପରେ “ଓଁ” ଲେଖାଥାଏ  ।

ବନ୍ଧୁଗଣ, ଭାରତ ଏବଂ ଜାପାନର ସଂପର୍କର ଇତିହାସରେ ଏଭଳି ଅନେକ ମଜବୁତ ସଂଯୋଗ ରହିଛି  । ଭାରତ ଏବଂ ଜାପାନ ଇତିହାସ ଯାହାକୁ ବୁଦ୍ଧ ଏବଂ ବୋଷଙ୍କ ସହ ସଂଯୋଗ କରାଯାଏ,ସେଠାରେ ବର୍ତ୍ତମାନକୁ ଆପଣଙ୍କ ଭଳି ନୂତନ ଭାରତର ରାଷ୍ଟ୍ରଦୂତ ମଜବୁତ କରିଛନ୍ତି  । ସରକାରଙ୍କ ରାଜଦୂତ ଜଣେ କିନ୍ତୁ ଏଠାରେ ହଜାର ହଜାର ରାଷ୍ଟ୍ରଦୂତ ଅଛନ୍ତି  । ଆପଣମାନେ ସେହି ସେତୁ ଯିଏ ଭାରତ ଏବଂ ଜାପାନକୁ, ଦୁଇ ଦେଶର ଲୋକମାନଙ୍କୁ, ସଂସ୍କୃତି ଏବଂ ଆକାଂକ୍ଷାଗୁଡିକୁ ସଂଯୋଗ କରିଥାଏ  । ମୁଁ ଅତ୍ୟନ୍ତ ଖୁସି ଯେ ଆପଣ ନିଜ ଦାୟିତ୍ୱକୁ ସଫଳତାର ସହିତ କାର୍ଯ୍ୟକାରୀ କରୁଛନ୍ତି ।

ବନ୍ଧୁଗଣ, ମୋର ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ଆବେଙ୍କ ସହିତ ଆଲୋଚନା ହୋଇଥାଏ ସେତେବେଳେ ସେ ଭାରତୀୟ ସମୁଦାୟଙ୍କ ଏତେ ପ୍ରଶଂସା କରିଥାନ୍ତି ଯେ ମନ ପ୍ରଫୁଲ୍ଲିତ ହୋଇଯାଏ  । ଆପଣମାନେ ନିଜ କୌଶଳ ଦ୍ୱାରା, ନିଜ ସାଂସ୍କୃତିକ ମୂଲ୍ୟବୋଧଗୁଡିକରୁ ଏଠାରେ ଅନେକ ସମ୍ମାନ ଅର୍ଜନ କରିଛନ୍ତି  । ଯୋଗ’କୁ ଆପଣମାନେ ଜାପାନର ଜନଜୀବନର ଅଂଶ ଭାବେ ପରିଗଣିତ କରିବାରେ ସଫଳତା ହାସଲ କରିପାରିଛନ୍ତି  । ଏଠାକାର ଖାଦ୍ୟ ମେନୁରେ ଆପଣମାନେ ଆମର ଖାଦ୍ୟପେୟକୁ ସାମିଲ କରିପାରିଛନ୍ତି ଏବଂ ଏବେ ଦୀପାବଳି ମଧ୍ୟ ନିଜର ଜାପାନୀ ବନ୍ଧୁମାନଙ୍କ ସହିତ ପାଳନ କରୁଛନ୍ତି  । ନିଜର ମାର୍ଶାଲ ଆର୍ଟରେ ନିପୁଣ ଏହି ଦେଶକୁ କବାଡି ଖେଳର କଳା ମଧ୍ୟ ପ୍ରଦାନ କରିବା ମଧ୍ୟ ଆରମ୍ଭ କରିସାରିଲେଣି  ଏବଂ ଏବେ ଆପଣ କ୍ରିକେଟ ସଂସ୍କୃତିକୁ ମଧ୍ୟ ବିକଶିତ କରିବାର ପ୍ରଚେଷ୍ଟା କରୁଛନ୍ତି  । ଆପଣମାନେ ଯେଉଁଭଳି ଭାବେ ସେବାର ଯୋଗଦାନ କରୁଛନ୍ତି, ମିଳିମିଶି ସେମାନଙ୍କ ହୃଦୟକୁ ଜିତିଛନ୍ତି (Contribute, Co-exist to Conquer) ତା’ର ମନ୍ତ୍ର ଜାପାନୀମାନଙ୍କର ହୃଦୟରେ ଭରି ଦେଇସାରିଲେଣି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ  । ମୁଁ ଅତ୍ୟନ୍ତ ଖୁସି ଯେ 30 ହଜାରରୁ ଅଧିକ ଭାରତୀୟ ସମୁଦାୟ ଏଠାରେ ଆମ ସଂସ୍କୃତିର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି  ।

ବନ୍ଧୁଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ସ୍ୱାଭାବିକ ଭାବେ ଭାରତ ଯାତୟାତ କରୁଛନ୍ତି  । ଯେଉଁମାନେ ଅଧିକ ସମୟଧରି ଯାଇନାହାଁନ୍ତି, ସେମାନେ ମଧ୍ୟ ଖବରକାଗଜ ମାଧ୍ୟମରେ, ଇଣ୍ଟରନେଟ ଜରିଆରେ ଭାରତରେ ହେଉଥିବା ପରିବର୍ତ୍ତନ ବିଷୟରେ ମଧ୍ୟ ନିଶ୍ଚିତ ଭାବେ ସୂଚନା ରଖୁଥିବେ  । ଆଜି ଭାରତ ଏକ ପରିବର୍ତ୍ତନ ସମୟ ଦେଇ ଗତି କରୁଛି  । ସଂସାର ଆଜି ମାନବତାର ସେବା ପାଇଁ ଭାରତର ପ୍ରଚେଷ୍ଟାର ଗୌରବଗାନ କରୁଛି  । ଭାରତରେ ଯେଉଁ ନୀତିର ନିର୍ମାଣ ହେଉଛି, ଜନସେବା କ୍ଷେତ୍ରରେ ଯେଉଁ କାର୍ଯ୍ୟ ଜାରୀ ରହିଛି ସେଥିପାଇଁ ଦେଶକୁ ସମ୍ମାନିତ କରାଯାଉଛି  । ନିକଟରେ ଦୁନିଆର ଦୁଇଟି ବଡ ସଂସ୍ଥା ଭାରତର ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି, ସମ୍ମାନିତ କରିଛନ୍ତି  । ସବୁଜ ଭବିଷ୍ୟତରେ ଯୋଗଦାନ ପାଇଁ ମିଳିତ ଜାତିସଂଘ ଚାମ୍ପିୟନ ଅଫ ଦି ଆର୍ଥ ଭାବେ, ସିଓଲ ପିସ୍ ଫାଉଣ୍ଡେସନ ସିଓଲ ଶାନ୍ତି ପୁରସ୍କାରରେ ଭାରତକୁ ସମ୍ମାନିତ କରିଛନ୍ତି  ।

ବନ୍ଧୁଗଣ, ଏହି ସମ୍ମାନ 125 କୋଟି ଜନସାଧାରଣଙ୍କ ପ୍ରତିନିଧି ଭାବେ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଛି କିନ୍ତୁ ମୋର ଯୋଗଦାନ ମାଳର ସେହି ସୂତା ସହିତ ଯେତିକି ରହିଛି ଯାହା ମନକୁ ସନ୍ତୋଷ ପ୍ରଦାନ କରିଥାଏ ଏବଂ ସଂଗଠିତ ହୋଇ ଆଗକୁ ଅଗ୍ରସର ହେବା ଦିଗରେ ପ୍ରୋତ୍ସାହିତ କରିଥାଏ  । ଆମ ଦେଶ ଆପଣଙ୍କ ଭଳି ଜଣଙ୍କ ପରେ ଜଣେ ହିରୋ, ମୋତିମାନଙ୍କର ଗନ୍ତାଘର  । କେବଳ ଏକ ସଂଗଠିତ ପ୍ରଚେଷ୍ଟାର ଆବଶ୍ୟକତା ଥିଲା ଯାହା ଆମେ ବିଗତ ଚାରି ବର୍ଷ ହେବ କରିଆସୁଛୁ  । ସାମୁହିକତାର, ଜନଭାଗୀଦାରୀତାର ଏହି ଶକ୍ତିକୁ ଆଜି ଦୁନିଆ ପରିଚୟ ପ୍ରଦାନ କରୁଛି  । ଆଜି ପରିବେଶ ସୁରକ୍ଷା ପାଇଁ, ଆର୍ଥିକ ଅସନ୍ତୁଳନକୁ ଦୂର କରିବା ପାଇଁ, ବିଶ୍ୱ ଶାନ୍ତି ପାଇଁ ଭାରତର ଭୂମିକା ଅଗ୍ରଣୀ  ।

ମୋଦୀନୋମିକ୍ସର ପ୍ରଶଂସା କରିଥିବାରୁ ମୁଁ ସିଓଲ ଶାନ୍ତି ପୁରସ୍କାରର ବିଚାରକମଣ୍ଡଳୀଙ୍କୁ ଜ୍ଞୃତଜ୍ଞତା ଜଣାଉଛି  । ସେମାନଙ୍କ ଭାବନାକୁ ସମ୍ମାନ ଜଣାଇ ମୁଁ ଏହା କହିବାକୁ ଚାହୁଁଛି ଯେ ମୋଦୀନୋମିକ୍ସ ପରିବର୍ତ୍ତେ ଏହା ଇଣ୍ଡୋନୋମିକ୍ସର ସମ୍ମାନ  । ସରକାରରେ ମୁଖ୍ୟ ଥିବାରୁ ମୁଁ ତାହାହିଁ କରୁଛି ଯାହା ଭାରତର ସଂସ୍କୃତି, ଭାରତର ପରମ୍ପରା ରହିଆସିଛି  ।

ବସୁଧୈବ କୁଟୁମ୍ବକମ ଏବଂ ସର୍ବେ ଭବନ୍ତୁ ସୁଃଖୀନାଃ:

ସର୍ବେ ସନ୍ତୁ ନିରାମୟା, ଆମ ପୁରାତନ ମୂଲ୍ୟଗୁଡିକ ପ୍ରତି ଆମେ ସମର୍ପିତ  । ଆମ ସରକାର କେବଳ ଏତେ ପରିବର୍ତ୍ତନ କରିଛନ୍ତି ଯାହା ସଂସାରକୁ, ଭାରତର ଚକ୍ଷୁରେ ଦେଖାଯିବା ପାଇଁ ପ୍ରସ୍ତୁତ କରିଛି  । ଏବେ ଚଷମାରେ ଭାରତକୁ ଦେଖନ୍ତୁ ନାହିଁ  । ଆମ ସରକାର ଭାରତୀୟ ସମାଧାନ ପନ୍ଥା ଓ ବୈଶ୍ଵିକ ଉପଯୋଗର ଭାବନାକୁ ନେଇ ନିରନ୍ତର କାର୍ଯ୍ୟ କରୁଛି  । ଆମେ ପ୍ରଥମେ ଭାରତର ସମସ୍ୟାଗୁଡିକର ସମାଧାନ କରୁଛୁ ଏବଂ ପୁନର୍ବାର ସେହି ମଡେଲକୁ ଦୁନିଆର ଦ୍ୱିତୀୟ ଦେଶଗୁଡିକ ପାଇଁ ପ୍ରସ୍ତୁତ କରୁଛୁ  ।

ବନ୍ଧୁଗଣ, ଆପଣମାନେ ଏହା ଜାଣି ଗର୍ବିତ ହେବେ ଯେ ଜନଧନ, ଆଧାର ଏବଂ ମୋବାଇଲ, ଜାମ’ର ଟ୍ରିନିଟି ଦ୍ୱାରା ଯେଉଁ ସ୍ୱଚ୍ଛତା ଆସିପାରିଛି, ତାହାଦ୍ୱାରା ଏବେ ଦୁନିଆର ଦ୍ୱିତୀୟ ବିକାଶଶୀଳ ଦେଶ ମଧ୍ୟଏଥିରେ ଅନୁପ୍ରେରିତ  । ଭାରତରେ ପ୍ରସ୍ତୁତ ଏହି ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି  । ଏହାବ୍ୟତୀତ ଡିଜିଟାଲ କାରବାର ଆମ ଆଧୂନିକ ବ୍ୟବସ୍ଥା, ଯେପରିକ ଭୀମ ଆପ ଏବଂ ରୂପେ କାର୍ଡ, ଏହିସବୁକୁ ନେଇ ମଧ୍ୟ ସଂସାରର ଅନେକ ଦେଶଗୁଡିକର ଉତ୍ସୁକତା ରହିଛି  । ମୋତେ କୁହାଯାଇଛି ଯେ ଜାପାନ ମଧ୍ୟ ଏବେ ସ୍ୱଳ୍ପ-ନଗଦଯୁକ୍ତ ଅର୍ଥ ବ୍ୟବସ୍ଥା (Less Cash Economy) ଆଡକୁ ଅଗ୍ରସର ହେଉଛି  । ଆପଣମାନଙ୍କୁ ଏହା ଜାଣି ଖୁସି ଲାଗିବ ଯେ ଭାରତ ଆଜି ଏହି ଦିଗରେ ଅନେକ ଅଗ୍ରସର ହୋଇସାରିଛି  । ବିଗତ ଚାରି ବର୍ଷରେ UPI, BHIM ଏବଂ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଡିଜିଟାଲ ନେଣଦେଣରେ ପାଖାପାଖି 7 ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି  । ସେହି ସ୍ଥାନରେ ଆର୍ଥିକ ସମାବେଶକୁ ଭାରତ ପରବର୍ତ୍ତୀ ସ୍ତରକୁ ନେଇଯାଉଛି ଏବଂ ଗ୍ରାମାଂଚଳ ପର୍ଯ୍ୟନ୍ତ ପୋଷ୍ଟ ଅଫିସ ଜରିଆରେ ପ୍ରତ୍ୟେକଙ୍କ ଘର ପାଖରେ ଆର୍ଥିକ ସେବା ପ୍ରଦାନ କରାଯାଉଛି  । ଆପଣମାନେ ପିଲାବେଳେ ଡାକବାଲା ଦେଖିଥିବେ, ଆଜି ସେହି ଡାକବାଲା ବ୍ୟାଙ୍କର ହୋଇପାରିଛି  ।

ବନ୍ଧୁଗଣ, ଆଜି ଭାରତ ଡିଜିଟାଲ ଭିତ୍ତି ସଂରଚନା ବିଷୟରେ ଅଭୂତପୂର୍ବ ଉନ୍ନତି କରୁଛି  । ଗ୍ରାମାଂଚଳ ପର୍ଯ୍ୟନ୍ତ ବ୍ରୋଡବେଣ୍ଡ ସଂଯୋଗ ପହଂଚିପାରିଛି ଏବଂ ଶହେ କୋଟିରୁ ଅଧିକ ମୋବାଇଲ ଫୋନ ଆଜି ଭାରତରେ ସକ୍ରିୟ ରହିଛି  । କେବେ କେବେ ଏହା ମଧ୍ୟ କୁହାଯାଉଛି ଯେ ଭାରତର ଜନସଂଖ୍ୟାରୁ ଅଧିକ ମୋବାଇଲ ଫୋନ ରହିଛି  । ଭାରତରେ 1 ଜିବି ଡାଟା ଥଣ୍ଡା ପାନୀୟରଛୋଟରୁ ଅତି ଛୋଟ ବୋତଲଠାରୁ ମଧ୍ୟ ଶସ୍ତା । ଏହି ଶସ୍ତା ଡାଟା ଆଜି ସେବା ପ୍ରଦାନର ଉତ୍ତମ ମାଧ୍ୟମ ହୋଇପାରିଛି  । ମେକ ଇନ ଇଣ୍ଡିଆ ଆଜି ବୈଶ୍ୱିକ ବ୍ରାଣ୍ଡ ହୋଇପାରିଛି  । ଆଜି ଆମେ କେବଳ ଭାରତ ପାଇଁ ନୁହେଁ ବରଂ ଦୁନିଆ ପାଇଁ ଉତ୍ତମ ଉତ୍ପାଦ ପ୍ରସ୍ତୁତ କରିପାରୁଛୁ  । ଖାସକରି ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ଉତ୍ପାଦରେ ଭାରତ ବୈଶ୍ୱିକ ହବ ଭାବେ ପରିଗଣିତ ହୋଇପାରିଛି  । ମୋବାଇଲ ଫୋନ ଉତ୍ପାଦନରେ ଆମେ ଏକ ନମ୍ବର ହେବା କ୍ଷେତ୍ରରେ ଦୃତ ଗତିରେ ଆଗକୁ ଅଗ୍ରସର ହେଉଛୁ  ।

ବନ୍ଧୁଗଣ, ବିଗତ ଚାରି ବର୍ଷ ଧରି ବ୍ୟବସାୟ ପାଇଁ ନିର୍ମିତ ହୋଇଥିବା ପରିବେଶ ମେକ ଇନ ଇଣ୍ଡିଆ ର ସଫଳତାର କାରଣ  । ଇଜ ଅଫ ଡୁଇଙ୍ଗ ବିଜନେସ ମାନ୍ୟତାରେ ଆମେ 40 ଅଙ୍କରୁ ଅଧିକ ଆଗକୁ ଲମ୍ପ ପ୍ରଦାନ କରିପାରିଛୁ  । ବୈଶ୍ୱିକ ପ୍ରତିଯୋଗୀତା ସୂଚକାଙ୍କରେ ଆମେ ଚଳିତ  ବର୍ଷ ମଧ୍ୟ ପଞ୍ଚମସ୍ତରରେ ସଂସ୍କାର ଆଣିଛୁ  । ଅଭିନବକରଣ କ୍ଷେତ୍ରରେ ଆଜି ଆମେ ସଂସାରର ଅଗ୍ରଣୀ ଦେଶର ସୂଚୀରେ ସାମିଲ ହୋଇସାରିଛୁ  । ଏହି କାରଣରୁ ଭାରତ ଷ୍ଟାର୍ଟ ଅପ କ୍ଷେତ୍ରରେ ଦ୍ୱିତୀୟ ବୃହତ୍ତ ଇକୋ ସିଷ୍ଟମ ଭାବେ ପରିଗଣିତ ହୋଇପାରିଛି  ।

ବନ୍ଧୁଗଣ, ଭାରତରେ ଯେଉଁ ଅଭିନବକରଣ ହେଉଛି, ଯାହା ମଧ୍ୟ ସମାଧାନ ପସ୍ତୁତ ହେଉଛି, ତାହା ଶସ୍ତା ହେବା ସହିତ ଏହାର ଗୁଣାତ୍ମକ ମାନ ମଧ୍ୟ ଉତ୍ତମ ରଖାଯାଉଛି  । ଭାରତର ମହାକାଶକାର୍ଯ୍ୟକ୍ରମ ହେଉଛି ଏହାର ଉତ୍ତମ ଉଦାହରଣ  । ଭାରତ ସଂସାରର ଅନେକ ଦେଶଗୁଡିକର,ଘରୋଇ କଂପାନୀଗୁଡିକର ସାଟେଲାଇଟ ଅତି କର୍ମ ଖର୍ଚ୍ଚରେ ଆଜି ମହାକାଶକୁ ପଠାଇପାରୁଛି  । ବିଗତ ବର୍ଷ ଆମ ବୈଜ୍ଞାନିକମାନେ ଏକାସହିତ 100 ରୁ ଅଧିକ ସାଟେଲାଇଟ ଲଂଚ କରିବାର ଅଭୂତପୂର୍ବ ରେକର୍ଡ କରିଥିଲେ  । ଆମେ ବହୁତ କମ ଖର୍ଚ୍ଚରେ ଚନ୍ଦ୍ରଯାନ ଏବଂ ମଙ୍ଗଳଯାନ ଅନ୍ତରୀକ୍ଷକୁ ଉତକ୍ଷେପଣ କରିଥିଲୁ, ଏବେ 2022 ପର୍ଯ୍ୟନ୍ତ ଭାରତ ଗଗନଯାନ ପଠାଇବାର ପ୍ରସ୍ତୁତିରେ ଲାଗିପଡିଛି  । ଏହି ଗଗନଯାନ ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହେବ ଏବଂ ଏଥିରେ ଭାରତୀୟ ହିଁ ଅନ୍ତରୀକ୍ଷ ଯାତ୍ରୀ ହେବେ ।

ବନ୍ଧୁଗଣ, ଭୂମି ଠାରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ଏଭଳି ଅନେକ ପରିବର୍ତ୍ତନ ଆଜି ଭାରତରେ ହେଉଛି  । ଏହି ପରିବର୍ତ୍ତନଗୁଡିକ ପାଇଁ ଆଜି ଭାରତ ଦୁନିଆର ସବୁଠାରୁ ଦୃତ ଗତିରେ ଅଗ୍ରସର ହେଉଥିବା ବୃହତଅର୍ଥବ୍ୟବସ୍ଥା ହୋଇପାରିଛି  । ଏହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସଂସାରର ସମସ୍ତ ଏଜେନ୍ସୀ କହୁଛନ୍ତି ଯେ ଆଗାମୀ ଦଶନ୍ଧିରେ ସଂସାରର ଅଭିବୃଦ୍ଧିକୁ ଭାରତ ପରିଚାଳନା କରିବ  । ଭାରତର ଏହି ଅଭିବୃଦ୍ଧିକାହାଣୀରେ ଜାପାନର, ଆପଣ ସମସ୍ତଙ୍କ ଅନେକ ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବାକୁ ଯାଉଛି  । ବୁଲେଟ ଟ୍ରେନରୁ ଆରମ୍ଭ କରି ସ୍ମାର୍ଟ ସିଟି ପର୍ଯ୍ୟନ୍ତ ଆଜି ଯେଉଁ ନୂତନ ଭାରତର ନୂତନ ଭିତ୍ତିଭୂମି ପ୍ରସ୍ତୁତ ହେଉଛି ସେଥିରେ ଜାପାନର ଭାଗୀଦାରୀ ରହିଛି  । ଭାରତର ମାନବ ସମ୍ବଳ, ଭାରତର ଯୁବ ଶକ୍ତିକୁ ମଧ୍ୟ ଜାପାନୀ ଦକ୍ଷତା କୌଶଳର ଲାଭ ମିଳିପାରୁଛି  ।

ବନ୍ଧୁଗଣ, ମୁଁ ଆପଣ ସମସ୍ତଙ୍କୁ ନୂତନ ଭାରତର ନିର୍ମାଣରେ ସକ୍ରୀୟ ଭାଗୀଦାରୀ ପାଇଁ ଆମନ୍ତ୍ରିତ କରୁଛି  । ଭାରତରେ ପୁଂଜି ନିବେଶ ଏବଂ ଅଭିନବକରଣ ପାଇଁ ଆଜି ଉପଯୁକ୍ତ ସୁଯୋଗ ରହିଛି  । ଜାପାନରେ ବସବାସ କରୁଥିବା ଭାରତୀୟମାନେ ଜାପାନୀ ବନ୍ଧୁମାନଙ୍କ ସହିତ ମିଶି ସର୍ବଦା ଦେଶ ପାଇଁ ଅନେକ ଯୋଗଦାନ ଦେଇଛନ୍ତି  । ସ୍ୱାମୀ ବିବେକାନନ୍ଦଙ୍କୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ,ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଯେଉଁ ସହଯୋଗ ଜାପାନଠାରୁ ମିଳିଛି, ତାହା କୋଟି କୋଟି ଭାରତୀୟମାନଙ୍କ ହୃଦୟରେ ସର୍ବଦା ସ୍ମରଣୀୟ ରହିବ  । ଆମ ସଂପର୍କ ଭବିଷ୍ୟତରେ ଆହୁରୀ ନିବିଡ ହେଉ, ଆମ ଭାଗୀଦାରୀତା ଆହୁରୀ ସୁଦୃଢ ହେଉ, ଏଥିପାଇଁ ଆମ ସମସ୍ତଙ୍କୁ ନିରନ୍ତର ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି  ।

ମୁଁ ଆଜି ଆପଣମାନଙ୍କୁ ଏହି ମଂଚରୁ, ଆଗାମୀ ବର୍ଷ ଜାନୁଆରୀରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଏବଂ ଅର୍ଦ୍ଧକୁମ୍ଭ ପାଇଁ ମଧ୍ୟ ଆମନ୍ତ୍ରିତ କରୁଛି  । ପ୍ରବାସୀ ଭାରତୀୟ ଦିବସ ଚଳିତ ବର୍ଷ ବାରଣାସୀରେ କରାଯିବ, ଯେଉଁଠାରେ ଗଙ୍ଗା ଆଳତୀ ଦେଖି ପ୍ରଧାନମନ୍ତ୍ରୀ ଆବେ ମଧ୍ୟ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ  । ଏବଂ ବାରଣାସୀ ଆସିବାର ନିମନ୍ତ୍ରଣ ମୁଁ ଏଥିପାଇଁ କରୁଛି କାରଣ ମୁଁ ସେଠାକାର ସାଂସଦ  । ଏକ ପ୍ରକାରର ଆପଣମାନେ ସମସ୍ତେ ମୋର ଅତିଥି  । ଦୁଇ ଦିନ ପରେ ବିଶ୍ୱ ମାନଚିତ୍ରରେ ଭାରତ ନିଜର ନୂତନ ପରିଚୟ ସୃଷ୍ଟି କରିବାକୁ ଯାଉଛି  । 31 ଅକ୍ଟୋବର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ  । ସର୍ଦ୍ଦାର ସାହେବଙ୍କ ଜୟନ୍ତୀ ପ୍ରତ୍ୟେକ ବର୍ଷ ଆମେ ପାଳନ କରିଥାଉ କିନ୍ତୁ ଚଳିତ ଥର ଏହା ପୂରା ବିଶ୍ୱର ଧ୍ୟାନ ଆକର୍ଷିତ କରିବ କାରଣ ସର୍ଦ୍ଦାର ସାହେବଙ୍କ ଜନ୍ମଭୂମି ଗୁଜରାଟ ଭୂମିରେ ସର୍ଦ୍ଦାର ସାହେବଙ୍କର ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବାକୁ ଯାଉଛି  । ଏହା ଏତେ ଉଚ୍ଚ ଯେ ଏହାକୁ ବୁଝିବା ପାଇଁ ମୁଁ କହିବି ଯେ ଷ୍ଟେଚ୍ୟୁ ଅଫ ଲିବର୍ଟୀ ଠାରୁ ଷ୍ଟେଚ୍ୟୁ ଅଫ ୟୁନିଟି ଡବଲ ଉଚ୍ଚତା ରହିଛି  । ସର୍ଦ୍ଦାର ସାହେବଙ୍କ ପ୍ରତିଭା ଯେତେ ଉଚ୍ଚ ଥିଲା ଏହି ପ୍ରତିମା ମଧ୍ୟ ସେତିକି ଉଚ୍ଚତାରେ ନିର୍ମିତ ହୋଇଛି  । ପ୍ରତ୍ୟେକ ହିନ୍ଦୁସ୍ଥାନୀ ଗର୍ବର ସହିତ କହିପାରିବେ ଯେ ସଂସାରର ସବୁଠାରୁ ବଡ ପ୍ରତିମୂର୍ତ୍ତି ହିନ୍ଦୁସ୍ତାନ ଭୂମିରେ ରହିଛି, ସର୍ଦ୍ଦାର ପଟେଲଙ୍କର ରହିଛି  । 31 ଅକ୍ଟୋବରରେ ଏହାର ଲୋକାର୍ପଣ କରାଯିବ  । ମୋର ବିଶ୍ୱାସ ଯେ ଆପଣମାନେ ଯେତେବେଳେ ମଧ୍ୟ ଆସିବେ ଆପଣଙ୍କ ଜାପାନ ମିତ୍ର ଭାରତ ଆସିବେ ସେତେବେଳେ ଆପଣ ନିଶ୍ଚିତ ରୂପେ ସର୍ଦ୍ଦାର ପଟେଲଙ୍କ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତୀ ଦେଖିବା ପାଇଁ ଯିବାକୁ ନିଶ୍ଚିତ ଉତ୍ସାହିତ କରିବେ  ।  ଏହା ମୋର ନିବେଦନ  ।

ଶେଷରେ ପୁଣିଥରେ ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ ଅନେକ ଶୁଭକାମନା  । ଆପଣ ଏତେ ଅଧିକ ସଂଖ୍ୟାରେ ପ୍ରାତଃ କାଳରୁ ଆସିଛନ୍ତି ଏଥିପାଇଁ ମୁଁ ଆପଣଙ୍କୁ ହୃଦୟର ସହିତ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.