ନମସ୍କାର !

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ଭଗତ ସିଂହ କୋଶିୟାରୀ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଉଦ୍ଧବ ଠାକରେ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ମହାଶୟ, ରାଓ ସାହେବ ଦାନବେ ମହାଶୟ, ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମହାଶୟ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ମହାଶୟ, ସାଂସଦ ଏବଂ ବିଧାୟକଗଣ, ଭାଇ ଓ ଭଉଣୀମାନେ!

ଆସନ୍ତାକାଲି ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମଜୟନ୍ତୀ । ସର୍ବପ୍ରଥମେ ମୁଁ ଭାରତର ଗୌରବ, ଭାରତର ପରିଚୟ ଏବଂ ସଂସ୍କୃତିର ରକ୍ଷକ ଦେଶର ମହାନ ମହାନାୟକଙ୍କ ଚରଣରେ ଆଦରପୂର୍ବକ ପ୍ରଣାମ କରୁଛି । ଶିବାଜୀ ମହାରାଜଙ୍କ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଥାନେ- ଦିବା ମଧ୍ୟରେ ନୂତନ ଭାବେ ନିର୍ମିତ ପଞ୍ଚମ ଏବଂ ଷଷ୍ଠ ରେଳପଥର ଶୁଭାରମ୍ଭ ଅବସରରେ ପ୍ରତ୍ୟେକ ମୁମ୍ବଇବାସୀଙ୍କୁ ବହୁତ- ବହୁତ ଶୁଭେଚ୍ଛା।

ଏହି ନୂତନ ରେଳପଥ, ମୁମ୍ବଇବାସୀଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିବ, ସେମାନଙ୍କ ସହାବସ୍ଥାନ ସୁଗମତା ବୃଦ୍ଧି କରିବ । ଏହି ନୂତନ ରେଳପଥ କେବେ ଥକି ଯାଉ ନଥିବା ମୁମ୍ବଇର ଜୀବନକୁ ଆହୁରି ଅଧିକ ଗତି ଦେବ । ଏହି ଦୁଇ ରେଳପଥରେ ରେଳ ଚଳାଚଳ ଶୁଭାରମ୍ଭ ହେବା ଦ୍ୱାରା ମୁମ୍ବଇର ଲୋକମାନଙ୍କୁ ସିଧାସଳଖ ଭାବେ ଚାରୋଟି ଲାଭ ମିଳିବ।

ପ୍ରଥମ- ଏବେ ଲୋକାଲ ଏବଂ ଏକ୍ସପ୍ରେସ ଟ୍ରେନ ପାଇଁ ଭିନ୍ନ ଭିନ୍ନ ରେଳପଥ ରହିବ ।

ଦ୍ୱିତୀୟ- ଅନ୍ୟ ରାଜ୍ୟରୁ ମୁମ୍ବଇକୁ ଆସୁଥିବା ଟ୍ରେନଗୁଡ଼ିକୁ ଏବେ ଅତିକ୍ରମ କରିବାକୁ ଲୋକାଲ ଟ୍ରେନର ଯାତ୍ରା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

ତୃତୀୟ- କଲ୍ୟାଣରୁ କୁର୍ଲା ସେକ୍ସନରେ ମେଲ/ଏକ୍ସପ୍ରେସ ଗାଡ଼ିଗୁଡ଼ିକ ଏବେ ବିନା କୌଣସି ପ୍ରତିବନ୍ଧକରେ ଚଳାଚଳ କରି ପାରିବ।

ଏବଂ ଚତୁର୍ଥ- ପ୍ରତ୍ୟେକ ରବିବାର ହେଉଥିବା ଅବରୋଧ ଯୋଗୁଁ କଲାୱା ଏବଂ ମୁମ୍ବ୍ରାର ବନ୍ଧୁମାନଙ୍କର ଅସୁବିଧା ମଧ୍ୟ ଏବେ ଦୂର ହୋଇଗଲା।

ସାଥୀଗଣ,

ଆଜିଠାରୁ କେନ୍ଦ୍ରୀୟ ରେଳବାଇ ଉପରେ ଯେଉଁ 36 ନୂତନ ଲୋକାଲ ଟ୍ରେନ ଚଳାଚଳ କରୁଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ଶୀତତାପ ନିୟନ୍ତ୍ରିତ ଟ୍ରେନ । ଏହି ଲୋକାଲ ଟ୍ରେନ ସୁବିଧାକୁ ସମ୍ପ୍ରସାରିତ କରିବା, ଲୋକାଲ ଟ୍ରେନକୁ ଆଧୁନିକ କରିବା କେନ୍ଦ୍ର ସରକାରଙ୍କର ପ୍ରତିବନ୍ଧତାର ଅଂଶ । ବିଗତ 7 ବର୍ଷରେ ମୁମ୍ବଇରେ ମେଟ୍ରୋର ମଧ୍ୟ ସମ୍ପ୍ରସାରିତ କରଯାଇଛି। ମୁମ୍ବଇ ସହିତ ଏହାର ଉପକଣ୍ଠକୁ ମେଟ୍ରୋ ନେଟୱର୍କକୁ ମଧ୍ୟ ଦ୍ରୁତ ଗତିରେ ପରିବ୍ୟାପ୍ତ କରାଯାଉଛି।

ଭାଇ ଓ ଭଉଣୀମାନେ,

ଦଶକ- ଦଶକ ଧରି ମମ୍ବଇର ସେବା କରି ଆସୁଥିବା ଲୋକାଲ ଟ୍ରେନର ସମ୍ପ୍ରସାରଣ କରିବା, ଏହାକୁ ଆଧୁନିକ କରିବାର ବହୁତ ପରୁଣା ଦାବି ଥିଲା। 2008ରେ ଏହି ପଞ୍ଚମ ଏବଂ ଷଷ୍ଠ ରେଳପଥର ଶିଳାନ୍ୟାସ ହୋଇଥିଲା । ଏହା 2015ରେ ସମ୍ପୂର୍ଣ୍ଣ ହେବାକୁ ଥିଲା, କିନ୍ତୁ ଦୁର୍ଭାଗ୍ୟ ଏହା ଯେ 2014 ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଭିନ୍ନ ଭିନ୍ନ କାରଣରୁ ଅଟକି ରହିଥିଲା । ଏହା ପରେ ଆମେ ଏହା ଉରେ ଦ୍ରୁତ ଗତିରେ କାର୍ଯ୍ୟ କରିବା ଆରମ୍ଭ କଲୁ, ସମସ୍ୟାଗୁଡ଼ିକର ସମାଧାନ କଲୁ।

ମୋତେ ଅବଗତ କରାଯାଇଛି ଯେ 34ଟି ଏଭଳି ସ୍ଥାନ ଥିଲା, ଯେଉଁଠାରେ ନୂତନ ରେଳ ଲାଇନକୁ ପୁରାତନ ରେଳପଥ ସହିତ ସଂଯୋଗ କରିବାର ଥିଲା । କିନ୍ତୁ ଅନେକ ଆହ୍ୱାନ ସତ୍ତ୍ବେ ମଧ୍ୟ ଆମର ଶ୍ରମିକମାନେ, ଆମର ଇଞ୍ଜିନିୟରମାନେ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କଲେ । ଡଜନ- ଡଜନ ସେତୁ ତିଆରି ହେଲା, ଫ୍ଲାଏଓଭର ନିର୍ମାଣ ହେଲା, ଅନେକ ସୁଢ଼ଙ୍ଗ ତିଆରି କରାଗଲା। ରାଷ୍ଟ୍ର ନିର୍ମାଣ ପାଇଁ ଏଭଳି ପ୍ରତିବଦ୍ଧତାକୁ ମୁଁ ହୃଦୟର ସହିତ ମଧ୍ୟ ପ୍ରଣାମ କରୁଛି, ଅଭିନନ୍ଦନ ମଧ୍ୟ ଜଣାଉଛି।

ଭାଇ ଓ ଭଉଣୀମାନେ,

ମୁମ୍ବଇ ମହାନଗରର ସ୍ୱାଧୀନ ଭାରତର ପ୍ରଗତିରେ ନିଜର ଗୁରୁତ୍ୱୂର୍ଣ୍ଣ ଯୋଗଦାନ ଦେଇଛି । ଏବେ ପ୍ରୟାସ ହେଉଛି ଯେ ଆତ୍ମନିର୍ଭର ଭାରତର ନିର୍ମାଣରେ ମଧ୍ୟ ମୁମ୍ବଇର ସାମର୍ଥ୍ୟ ଅନେକ ଗୁଣ ବୃଦ୍ଧି ପାଉ । ଏଥିପାଇଁ ମୁମ୍ବଇରେ ଏକବିଂଶ ଶତାବ୍ଦୀର ଭିତ୍ତିଭୂମି ନିର୍ମାଣ ଉପରେ ଆମର ଅଧିକ ଦୃଷ୍ଟି ରହିଛି । ଯଦି ରେଳ ଯୋଗାଯୋଗ କଥା କହିବା ତେବେ ଏଠାରେ ହଜାର- ହଜାର କୋଟି ଟଙ୍କାର ନିବେଶ କରାଯାଉଛି। ମୁମ୍ବଇ ଉପକଣ୍ଠ ରେଳ ପ୍ରଣାଳୀକୁ ଆଧୁନିକ ଏବଂ ଶ୍ରେଷ୍ଠ ଟେକ୍ନୋଲୋଜି ସହିତ ଯୋଡାଯାଉଛି । ଆମର ପ୍ରୟାସ ରହିଛି ଯେ ଏବେ ମୁମ୍ବଇ ଉପକଣ୍ଠର ଯାହା କ୍ଷମତା ରହିଛି ସେଥିରେ ପାଖାପାଖି ଅତିରିକ୍ତ 400 କିଲୋମିଟର ବୃଦ୍ଧି କରାଯାଉଛି। ସିବିଟିସି ଭଳି ଆଧୁନିକ ସିଗ୍ନାଲ ବ୍ୟବସ୍ଥା ସହିତ 19ଟି ଷ୍ଟେସନର ଆଧୁନିକୀକରଣ ମଧ୍ୟ ଯୋଜନା ରହିଛି।

ଭାଇ ଓ ଭଉଣୀମାନେ,

 କେବଳ ମୁମ୍ବଇ ମଧ୍ୟରେ ହିଁ ନୁହେଁ, ବରଂ ଦେଶର ଅନ୍ୟାନ୍ୟ ରାଜ୍ୟରେ ମୁମ୍ବଇ ଭଳି ରେଳ ସଂଯୋଗରେ ମଧ୍ୟ ଗତିର ଆବଶ୍ୟକତା ରହିଛି, ଆଧୁନିକତାର ଆବଶ୍ୟକତା ରହିଛି । ଏଥିପାଇଁ ଅହମ୍ମଦାବାଦ- ମୁମ୍ବଇ ହାଇସ୍ପିଡ଼ ରେଳ ଆଜି ମୁମ୍ବଇର, ହେଉଛି ଦେଶର ଆବଶ୍ୟକତା । ଏହା ମୁମ୍ବଇର କ୍ଷମତାକୁ, ସ୍ବପ୍ନର ସହର ଭାବେ ମୁମ୍ବଇର ପରିଚୟକୁ ସଶକ୍ତ କରିବ । ଏହି ପ୍ରକଳ୍ପ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହେଉ, ଏହା ହେଉଛି ଆମ ସମସ୍ତଙ୍କର ପ୍ରାଥମିକତା। ସେହିପରି ପଶ୍ଚିମ ଉତ୍ସର୍ଗୀକୃତ ଫ୍ରେଟ୍ କରିଡର ମଧ୍ୟ ମୁମ୍ବଇକୁ ନୂତନ ଶକ୍ତି ଦେବାକୁ ଯାଉଛି।

ସାଥୀଗଣ,

ଆମେ ସମସ୍ତେ ଜାଣିଛୁ ଯେ, ଯେତେ ଲୋକ ଭାରତୀୟ ରେଳବାଇରେ ଗୋଟିଏ ଦିନରେ ଯାତ୍ରା କରୁଛନ୍ତି,  ତାହା ଅନେକ ଦେଶର ଜନସଂଖ୍ୟା ସହିତ ମଧ୍ୟ ସମାନ ନୁହେଁ। ଭାରତୀୟ ରେଳକୁ ସୁରକ୍ଷିତ, ସୁବିଧାଯୁକ୍ତ ଏବଂ ଆଧୁନିକ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ । ଆମର ଏହି ପ୍ରତିବଦ୍ଧତାକୁ କରୋନା ବୈଶ୍ୱିକ ମହାମାରୀ ମଧ୍ୟ ହରାଇ ପାରି ନାହିଁ । ବିଗତ 2 ବର୍ଷରେ ରେଳବାଇ ମାଲ ପରିବହନରେ ନୂତନ ରେକର୍ଡ ସୃଷ୍ଟି କରିଛି । ଏହା ସହିତ 8 ହଜାର କିଲୋମିଟର ରେଳ ଲାଇନର ମଧ୍ୟ ବିଦ୍ୟୁତକରଣ କରାଯାଇଛି । ପାଖାପାଖି ସାଢ଼େ 4 ହଜାର କିଲୋମିଟରର ନୂତନ ରେଳପଥ ନିର୍ମାଣ ଅବା ଏହାର ଦୋହରୀକରଣ କାର୍ଯ୍ୟ ମଧ୍ୟ ହୋଇଛି । କରୋନା ସମୟରେ ହିଁ ଆମେ କିଷାନ ରେଳ ମାଧ୍ୟମରେ ଦେଶର କୃଷକମାନଙ୍କୁ ଦେଶବ୍ୟାପୀ ବଜାର ବ୍ୟବସ୍ଥା ସହିତ ସଂଯୋଗ କରିଛୁ।

ସାଥୀଗଣ,

ଆମେ ସମସ୍ତେ ଏହା ମଧ୍ୟ ଜାଣିଛେ ଯେ ରେଳବାଇରେ ସଂସ୍କାର ଆମ ଦେଶର ଲଜିଷ୍ଟିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣି ପାରିବ । ଏଥିାଇଁ ବିଗତ 7 ବର୍ଷରେ କେନ୍ଦ୍ର ସରକାର ରେଳବାଇରେ ଅନେକ ପ୍ରକାରର ସଂସ୍କାରକୁ ପ୍ରୋତ୍ସାହିତ କରୁଛନ୍ତି । ଅତୀତରେ ଭିତ୍ତିଭୂମି ପ୍ରକଳ୍ପ ବର୍ଷ- ବର୍ଷ ଧରି ଏଥିପାଇଁ ଚାଲୁଥିଲା କାରଣ ଯୋଜନାରୁ ନେଇ କାର୍ଯ୍ୟକାରିତା ପର୍ଯ୍ୟନ୍ତ ସମନ୍ୱୟର ଅଭାବ ଥିଲା। ଏହି ଆଭିମୁଖ୍ୟ ଯୋଗୁଁ ଏକବିଂଶ ଶତାବ୍ଦୀ ଭାରତର ଭିତ୍ତିଭୂମି ନିର୍ମାଣ ସମ୍ଭବ ହୋଇ ପାରି ନାହିଁ।

ଏଥିପାଇଁ ଆମେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆରମ୍ଭ କରିଛୁ । ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ବିଭାଗ, ରାଜ୍ୟ ସରକାର, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଏବଂ ଘରୋଇ କ୍ଷେତ୍ରକୁ ମଧ୍ୟ ଗୋଟିଏ ଡିଜିଟାଲ ମଞ୍ଚକୁ ଆଣିବାର ପ୍ରୟାସ କରାଯାଇଛି । ପ୍ରୟାସ ଏହା ରହିଛି ଯେ ଭିତ୍ତିଭୂମି ସହିତ ଜଡିତ ପ୍ରତ୍ୟେକ ସୂଚନା, ପ୍ରତ୍ୟେକ ହିତଧାରକଙ୍କ ପାଖରେ ପ୍ରଥମରୁ ହିଁ ରହୁ। ତେବେ ଯାଇଁ ସମସ୍ତେ ନିଜ ନିଜ ଭାଗର କାର୍ଯ୍ୟ, ତାହାର ଯୋଜନା ସଠିକ ଭାବେ କରିପାରିବେ । ମୁମ୍ବଇ ଏବଂ ଦେଶର ଅନ୍ୟ ରେଳ ପ୍ରକଳ୍ପ ପାଇଁ ମଧ୍ୟ ଆମେ ଗତିଶକ୍ତିର ଭାବନା ସହିତ ହିଁ କାର୍ଯ୍ୟ କରିବାକୁ ଯାଉଛୁ।

ସାଥୀଗଣ,

ବର୍ଷ- ବର୍ଷ ଧରି ଆମର ଏଠାରେ ଏକ ଚିନ୍ତାଧାରା ଆମ ଉପରେ ପ୍ରଭାବ ବିସ୍ତାର କରି ରହିଛି ଯେ ଯେଉଁ ସାଧନ- ସଂସାଧନ ଗରିବ ଲୋକ ବ୍ୟବହାର କରୁଛନ୍ତି, ମଧ୍ୟବିତ୍ତ ବର୍ଗ ବ୍ୟବହାର କରୁଛନ୍ତି, ତାହା ଉପରେ ନିବେଶ କରନାହିଁ । ଏହି କାରଣରୁ ଭାରତରେ ସାର୍ବଜନୀନ ପରିବହନ (ପବ୍ଲିକ ଟ୍ରାନ୍ସପୋର୍ଟ)ର ଚମକ ସଦା ସର୍ବଦା ଫିକା ହୋଇ ରହିଛି । କିନ୍ତୁ ଏବେ ଭାରତ ସେହି ପୁରୁଣା ଚିନ୍ତାଧାରାକୁ ପଛରେ ଛାଡ଼ି ଆଗକୁ ବଢ଼ୁଛି । ଆଜି ଗାନ୍ଧିନଗର ଏବଂ ଭୋପାଳର ଆଧୁନିକ ରେଳ ଷ୍ଟେସନ ରେଳବାଇର ପରିଚୟ ହୋଇ ପାରିଛି । ଆଜି 6 ହଜାରରୁ ଅଧିକ ରେଳ ଷ୍ଟେସନ ୱାଇ-ଫାଇ ସୁବିଧା ସହିତ ଯୋଡ଼ି ହୋଇ ସାରିଛି। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଦେଶର ରେଳକୁ ଗତି ଏବଂ ଆଧୁନିକ ସୁବିଧା ପ୍ରଦାନ କରୁଛି । ଆଗାମୀ ବର୍ଷମାନଙ୍କରେ 400 ନୂତନ ବନ୍ଦେ ଭାରତ ଟ୍ରେନ, ଦେଶବାସୀଙ୍କୁ ସେବା ପ୍ରଦାନ କରିବା ଆରମ୍ଭ କରିଦେବ।

 

ଭାଇ ଓ ଭଉଣୀମାନେ,

ଆହୁରି ଏକ ପୁରୁଣା ଅଭିବ୍ୟକ୍ତି ଯାହାକୁ ଆମ ସରକାର ପରିବର୍ତ୍ତନ କରିଛନ୍ତି, ତାହା ହେଉଛି ରେଳବାଇକୁ ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ । 7-8 ବର୍ଷ ପୂର୍ବେ ଦେଶରେ ଯେଉଁ ରେଳ କୋଚ୍ କାରଖାନା ଗୁଡ଼ିକ ରହିଥିଲା, ସେଗୁଡ଼ିକୁ ନେଇ ବହୁତ ଉଦାସୀନତା ରହିଥିଲା । ଏହି କାରଖାନା ଗୁଡ଼ିକର ପରିସ୍ଥିତି ଯେଉଁଭଳି ରହିଥିଲା ସେଗୁଡ଼ିକୁ ଦେଖି କେହି ମଧ୍ୟ କଳ୍ପନା ମଧ୍ୟ କରିପାରି ନଥିଲେ ଯେ ଏହି କାରଖାନା ଗୁଡ଼ିକ ଏଭଳି ଆଧୁନିକ ଟ୍ରେନ ନିର୍ମାଣ କରି ପାରିବ । କିନ୍ତୁ ଆଜି ବନ୍ଦେ ଭାରତ ଟ୍ରେନ ଏବଂ ସ୍ୱଦେଶୀ ୱିଷ୍ଟାଡୋମ କୋଚ୍ ଏହି କାରଖାନା ଗୁଡ଼ିକରେ ନିର୍ମାଣ କରଯାଉଛି। ଆଜି ଆମେ ଆମର ସିଗ୍ନାଲ(ସଙ୍କେତ) ବ୍ୟବସ୍ଥାକୁ ସ୍ୱଦେଶୀ ସମାଧାନ ସହିତ ଆଧୁନିକ କରି ଗଢ଼ି ତୋଳିବା ବିଷୟରେ ମଧ୍ୟ ନିରନ୍ତର କାର୍ଯ୍ୟ କରୁଛୁ। ସ୍ୱଦେଶୀ ସମାଧାନ ଆବଶ୍ୟକ, ଆମକୁ ବିଦେଶୀ ନିର୍ଭରତାରୁ ମୁକ୍ତି ଦରକାର।

ସାଥୀଗଣ,

ନୂତନ ସୁବିଧାମାନ ବିକଶିତ କରିବାର ଏହିସବୁ ପ୍ରୟାସର ବହୁତ ବଡ଼ ଲାଭ, ମୁମ୍ବଇ ଏବଂ ଆଖପାଖର ସହରଗୁଡ଼ିକୁ ହେବାକୁ ଯାଉଛି । ଗରିବ ଏବଂ ମଧ୍ୟବିତ୍ତ ପରିବାର ଗୁଡ଼ିକୁ ଏହିସବୁ ନୂତନ ସୁବିଧା ଗୁଡ଼ିକ ବେଶ ସହଜ ମଧ୍ୟ ହେବ ଆଉ ରୋଜଗାରର ନୂତନ ସାଧନ ମଧ୍ୟ ମିଳିବ। ମୁମ୍ବଇର ନିରନ୍ତର ବିକାଶ ପାଇଁ ପ୍ରତିବଦ୍ଧତା ସହିତ ଆଉ ଥରେ ପୁଣି ସମସ୍ତ ମୁମ୍ବବାସୀଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ବହୁତ- ବହୁତ ଧନ୍ୟବାଦ!

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”