India is working to become a $5 trillion economy: PM Modi in Houston #HowdyModi
Be it the 9/11 or 26/11 attacks, the brainchild is is always found at the same place: PM #HowdyModi
With abrogation of Article 370, Jammu, Kashmir and Ladakh have got equal rights as rest of India: PM Modi #HowdyModi
Data is the new gold: PM Modi #HowdyModi
Answer to Howdy Modi is 'Everything is fine in India': PM #HowdyModi
We are challenging ourselves; we are changing ourselves: PM Modi in Houston #HowdyModi
We are aiming high; we are achieving higher: PM Modi #HowdyModi

ଧନ୍ୟବାଦ, ଧନ୍ୟବାଦ ରାଷ୍ଟ୍ରପତି ଟ୍ରମ୍ପ । ବହୁତ ବହୁତ ଧନ୍ୟବାଦ । ହାଓଡି ମାଇଁ ଫ୍ରେଣ୍ଡସ୍ (କେମିତି ଅଛନ୍ତି ବନ୍ଧୁମାନେ) । ଏ ଯେଉଁ ଦୃଶ୍ୟ, ଏ ଯେଉଁ ବାତାବରଣ, ଏହା ହେଉଛି ଅକଳ୍ପନୀୟ, ଆଉ ଯେତେବେଳେ ଟେକ୍ସାସ କଥା ଆସୁଛି, ସବୁ କଥା ଭବ୍ୟ ହୋଇଥିବ, ବିଶାଳ ହୋଇଥିବ, ଏହା ଟେକ୍ସାସର ସ୍ୱଭାବରେ ରହିଛି । ଆଜି ଟେକ୍ସାସ ଉତ୍ସାହ ଓ ଉଦ୍ଦୀପନା ଏଠାରେ ମଧ୍ୟ ପ୍ରତିଫଳିତ ହେଉଛି । ଏହି ବିଶାଳ ଜନ ସମୁଦାୟଙ୍କର ଉପସ୍ଥିତି କେବଳ ଗାଣିତିକ ହିସାବ ମଧ୍ୟରେ ସୀମିତ ନାହିଁ । ଆଜି ଆମେ ଏଠାରେ ଏକ ନୂତନ ଇତିହାସ ନିର୍ମାଣ ହେବା କଥା ଦେଖିପାରୁଛୁ ଆଉ ଏକ ନୂତନ କେମେଷ୍ଟ୍ରି ମଧ୍ୟ ।

ଏନଆରଜିର ଶକ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ସମନ୍ୱୟର ସାକ୍ଷୀ । ରାଷ୍ଟ୍ରପତି ଟ୍ରମ୍ପଙ୍କର ଏଠାକୁ ଆସିବା, ଆମେରିକାର ମହାନ ଗଣତନ୍ତ୍ରର ଭିନ୍ନ ଭିନ୍ନ ପ୍ରତିନିଧିମାନଙ୍କୁ ସେ ହୁଏତ ରିପବ୍ଲିକ୍ ଦଳର ହୁଅନ୍ତୁ କିମ୍ବା ଡେମୋକ୍ରାଟିକ୍ ଦଳର, ସେମାନଙ୍କର ଏଠାକୁ ଆସିବା ଏବଂ ଭାରତ ପାଇଁ, ମୋ ପାଇଁ ଏତେ ପ୍ରଶଂସା କରି ବହୁତ କିଛି କହିବା, ମୋତେ ବହୁତ ଶୁଭକାମନା ଦେବା, ଷ୍ଟେନି ଏଚ ହୋୟର, ସିନେଟର ଜନ କର୍ଣ୍ଣୟନ ଏବଂ ଅନ୍ୟାନ୍ୟ ସାଥୀମାନେ ଯେଉଁ ଭାରତର ପ୍ରଗତି ସମ୍ପର୍କରେ କହିଛନ୍ତି, ଯେଉଁ ପ୍ରଶଂସା କରିଛନ୍ତି, ତାହା ଆମେରିକାରେ ରହୁଥିବା ଭାରତୀୟଙ୍କର, ସେମାନଙ୍କର ସାମର୍ଥ୍ୟ, ତାଙ୍କର ଉପଲବ୍ଧିର ସମ୍ମାନ । 130 କୋଟି ଅର୍ଥାତ 1.3 ମିଲିୟନ ଭାରତୀୟଙ୍କର ଏହା ହେଉଛି ସମ୍ମାନ ।

ନିର୍ବାଚିତ ପ୍ରତିନିଧିମାନଙ୍କ ବ୍ୟତୀତ ମଧ୍ୟ ଆମେରିକାରେ ରହୁଥିବା ବହୁତ ବନ୍ଧୁ ହିଁ ଆଜି ଏହି କାର୍ଯ୍ୟକ୍ରମ ପାଇଁ ଏଠାକୁ ଆସିଛନ୍ତି । ମୁଁ ପ୍ରତ୍ୟେକ ଭାରତୀୟଙ୍କ ତରଫରୁ ମଧ୍ୟ ସମସ୍ତଙ୍କୁ ହୃଦୟର ସହିତ ସ୍ୱାଗତ ଜଣାଉଛି । ମୁଁ ଏହି କାର୍ଯ୍ୟକ୍ରମର ଆୟୋଜକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ମୋତେ ଅବଗତ କରାଯାଇଛି କି ଏଥିପାଇଁ ବିଶାଳ ସଂଖ୍ୟାରେ ଲୋକମାନେ ପଞ୍ଜିକରଣ କରାଇଥିଲେ କିନ୍ତୁ ସ୍ଥାନ ଅଭାବ କାରଣରୁ ହଜାର ହଜାର ଲୋକ ଏଠାକୁ ଆସି ପାରି ନାହାନ୍ତି । ଯେଉଁ ଲୋକମାନେ ଏଠାକୁ ଆସି ପାରି ନାହାଁନ୍ତି, ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି ।

ସାଥୀଗଣ, ଏହି କାର୍ଯ୍ୟକ୍ରମର ନାମ ହେଉଛି ହାଓଡି ମୋଦୀ… କିନ୍ତୁ ମୋଦୀ ଏକୁଟିଆ କିଛି ନୁହେଁ । ମୁଁ ହେଉଛି 130 କୋଟି ଭାରତୀୟଙ୍କ ଆଦେଶକୁ ନେଇ କାର୍ଯ୍ୟ କରୁଥିବା ଜଣେ ସାଧାରଣ ବ୍ୟକ୍ତି । ଆଉ ଏଥିପାଇଁ ଆପଣମାନେ ଯେତେବେଳେ ପଚାରିଛନ୍ତି ହାଓଡି ମୋଦୀ.. ତ ଏହାର ଉତ୍ତରରେ ମୋ ମନ କହୁଛି । ଭାରତରେ ସମସ୍ତେ ଭଲରେ ଅଛନ୍ତି, ସମସ୍ତେ ଖୁବ ଭଲରେ  ଅଛନ୍ତି ।

ସାଥୀଗଣ, ଆମର ଆମେରିକା ବନ୍ଧୁଙ୍କୁ…ମିତ୍ରଙ୍କୁ ଏହି କଥାରେ ଆଶ୍ଚର୍ଯ୍ୟ ହେଉଥିବ କି ମୁଁ ଏହା କ’ଣ କହୁଛି । ରାଷ୍ଟ୍ରପତି ଟ୍ରମ୍ପ ମହାଶୟ ଏବଂ ମୋର ଆମେରିକାବାସୀ ବନ୍ଧୁଗଣ, ମୁଁ କେବଳ ଏତିକି ହିଁ କହିଛି କି ସବୁକିଛି ଠିକଠାକ୍ ଅଛି । କିନ୍ତୁ ଭାରତର କିଛି ଭିନ୍ନ ଭିନ୍ନ ଭାଷାରେ ଆମର ଲିବରାଲ ଏବଂ ଡେମୋକ୍ରାଟିକ୍ ସୋସାଇଟିର ବହୁତ ବଡ଼ ପରିଚୟ ରହିଛି । ଏ ଆମର ଭାଷା ସବୁ, ଶତାବ୍ଦୀ ଶତାବ୍ଦୀ ଧରି ଶହ ଶହ ଭାଷା, ଶହ ଶହ କଥିତ ଭାଷା, ସହ-ଅସ୍ତିତ୍ୱର ଭାବନା ସହିତ ଆମେ ଆଗକୁ ବଢ଼ୁଛୁ, ଆଉ ଆଜି ମଧ୍ୟ କୋଟି କୋଟି ଲୋକଙ୍କର ମାତୃଭାଷା ବଜାୟ ରହିଛି ଆଉ ସାଥୀଗଣ, କେବଳ ଭାଷା ହିଁ ନୁହେଁ, ଆମ ଦେଶରେ ଭିନ୍ନ ଭିନ୍ନ ଧର୍ମ, ଡଜନ ଡଜନ ସମ୍ପ୍ରଦାୟ, ଭିନ୍ନ ଭିନ୍ନ ପୂଜା ପଦ୍ଧତି ସବୁ, ଶହ ଶହ ପ୍ରକାରର ଭିନ୍ନ ଭିନ୍ନ ଆଞ୍ଚଳିକ ଖାଦ୍ୟପେୟ, ଭିନ୍ନ ଭିନ୍ନ ବେଶଭୂଷା, ଭିନ୍ନ ଭିନ୍ନ ପାଣିପାଗ-ଋତୁଚକ୍ର ଏହି ଧରଣୀକୁ ଅଦ୍ଭୁତ କରାଉଛି । ବିବିଧତା ମଧ୍ୟରେ ଏକତା, ଏହା ହେଉଛି ଆମର ପରମ୍ପରା, ଏହା ହେଉଛି ଆମର ବିଶେଷତା ।

ଭାରତର ଏହି ବିବିଧତା ହେଉଛି ଆମର ମହାନ ଗଣତନ୍ତ୍ରର ଆଧାର । ଏହା ହେଉଛି ଆମର ଶକ୍ତି, ଏହା ହେଉଛି ଆମର ପ୍ରେରଣା । ଆମେ ଯେଉଁଠିକୁ ମଧ୍ୟ ଯାଇଥାଉ, ବିବିଧତା, ଗଣତନ୍ତ୍ରର ସଂସ୍କାର ସାଙ୍ଗରେ ନେଇ ଚାଲିଥାଉ । ଆଜି ଏଠାରେ ଏହି ଷ୍ଟାଡିୟମରେ ବସିଥିବା 50 ହଜାରରୁ ଅଧିକ ଭାରତୀୟ ଆମର ଏହି ମହାନ ପରମ୍ପରାର ପ୍ରତିନିଧି ଭାବେ ଆସି ଆଜି ଏଠାରେ ଉପସ୍ଥିତ ଅଛନ୍ତି । ଆପଣମାନଙ୍କ ମଧ୍ୟରୁ କିଛି ଜଣ ଏଭଳି ଅଛନ୍ତି ଯେଉଁମାନେ ଭାରତରେ ଗଣତନ୍ତ୍ରର ସବୁଠାରୁ ବଡ଼ ଉତ୍ସବ 2019ର ନିର୍ବାଚନରେ ମଧ୍ୟ ନିଜର ସକ୍ରିୟ ଯୋଗଦାନ ଦେଇଛନ୍ତି ।

ପ୍ରକୃତରେ ଏହା ଏଭଳି ଏକ ନିର୍ବାଚନ ଥିଲା, ଯାହା ଭାରତୀୟ ଗଣତନ୍ତ୍ରର ଶକ୍ତିର ଧ୍ୱଜାକୁ ସମଗ୍ର ଦୁନିଆରେ ଉଡାଇଦେଲା । ଏହି ନିର୍ବାଚନରେ 61 କୋଟି ଅର୍ଥାତ 6 ଶହ ଏବଂ 10 ମିଲିୟନରୁ ଅଧିକ ଭୋଟର ଅଂଶଗ୍ରହଣ କରିଥିଲେ । ଗୋଟିଏ ପ୍ରକାରରେ ଆମେରିକାର ମୋଟ ଜନସଂଖ୍ୟାର ପାଖାପାଖି ଦୁଇ ଗୁଣ, ଏଥିରେ ମଧ୍ୟ 8 କୋଟି ଅର୍ଥାତ 80 ମିଲିୟନ ଯୁବକ, ଏଭଳି ଭୋଟର ମଧ୍ୟ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ମତଦାନ କରୁଥିଲେ । ଭାରତୀୟ ଗଣତନ୍ତ୍ର ଇତିହାସରେ ସବୁଠାରୁ ଅଧିକ ମହିଳା ମତଦାତା ଏଥର ମତଦାନ କରିଥିଲେ । ଆଉ ଏଥର ସବୁଠାରୁ ଅଧିକ ମହିଳା ନିର୍ବାଚିତ ହୋଇ ମଧ୍ୟ ଆସିଛନ୍ତି ।

ସାଥୀଗଣ, 2019 ନିର୍ବାଚନରେ ଆଉ ଏକ ନୂତନ ରେକର୍ଡ ସ୍ଥାପନ କରିଛି । 60 ବର୍ଷ ପରେ ଏଭଳି ହୋଇଛି, ଯେତେବେଳେ କି ପୂର୍ଣ୍ଣ ବହୁମତ ସହିତ ଗଠନ ହୋଇଥିବା କୌଣସି ସରକାର ନିଜ 5 ବର୍ଷର କାର୍ଯ୍ୟକାଳ ପୂରଣ କରି ପ୍ରଥମ ଥରରୁ ମଧ୍ୟ ଅଧିକ ସଂଖ୍ୟାବଳ ସହିତ ଫେରିଛନ୍ତି । ଏସବୁ ବୁଝନ୍ତୁ କାହିଁକି ହେଲା, କାହା କାରଣରୁ ହେଲା । ଆଜ୍ଞା ନୁହେଁ, ମୋଦୀଙ୍କ କାରଣରୁ ହେଲା ନାହିଁ, ଏହା ମୋ ଦେଶବାସୀଙ୍କ ସମର୍ଥନ ଯୋଗୁଁ ହେଲା ।

ସାଥୀଗଣ, ଆମ ଭାରତୀୟଙ୍କ ପରିଚୟ ହେଉଛି ସେମାନଙ୍କ ନିକଟରେ ରହିଥିବା ଧୈର୍ଯ୍ୟ, କିନ୍ତୁ ଏବେ ଆମେ ଅଧୀର ହେଉଛୁ ଦେଶର ବିକାଶ ପାଇଁ, ଏକବିଂଶ ଶତାବ୍ଦୀରେ ଦେଶକୁ ନୂତନ ଶୀଖରକୁ ନେଇ ଯିବା ପାଇଁ । ଆଜି ଭାରତରେ ସବୁଠାରୁ ଚର୍ଚ୍ଚିତ ଶବ୍ଦ ହେଲା ବିକାଶ । ଆଜି ଭାରତର ମନ୍ତ୍ର ହେଉଛି ସମସ୍ତଙ୍କ ସହିତ- ସମସ୍ତଙ୍କର ବିକାଶ, ଆଜି ଭାରତର ସବୁଠାରୁ ବଡ଼ ନୀତି ହେଉଛି ଜନ-ସହଯୋଗ, ଜନ- ଭାଗୀଦାରି (ପବ୍ଲିକ୍ ପାର୍ଟିସିପେସନ), ଆଜି ଭାରତର ସବୁଠାରେ ପ୍ରଚଳିତ ସ୍ଳୋଗାନ ହେଉଛି ସଂକଳ୍ପରୁ ସିଦ୍ଧି ଆଉ ଆଜି ଭାରତର ସବୁଠାରୁ ବଡ଼ ସଂକଳ୍ପ ହେଉଛି ନିଉ ଇଣ୍ଡିଆ ।

ଆଜି ଭାରତର ନିଉ ଇଣ୍ଡିଆ ସ୍ୱପ୍ନକୁ ସାକାର କରିବା ପାଇଁ ଦିନ-ରାତି ଏକ କରି ଦେଇଛି । ଆଉ ଏଥିରେ ସବୁଠାରୁ ପ୍ରମୁଖ କଥା ହେଉଛି ଆମେ ଅନ୍ୟ କାହାଠାରୁ ନୁହେଁ ବରଂ ନିଜେ ନିଜ ସହିତ ପ୍ରତିଯୋଗିତା କରୁଛୁ । ଆମେ ନିଜକୁ ନିଜେ ଆହ୍ୱାନ ଦେଉଛୁ ଆମେ ନିଜକୁ ନିଜେ ପରିବର୍ତ୍ତନ କରୁଛୁ ।

ସାଥୀଗଣ, ଆଜି ଭାରତ ପୂର୍ବାପେକ୍ଷା ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଚାହୁଁଛି, ଆଜିକାର ଭାରତ କିଛି ଲୋକଙ୍କର ଏହି ଚିନ୍ତାଧାରାକୁ ଆହ୍ୱାନ କରୁଛି । ଯାହାଙ୍କର ଚିନ୍ତାଧାରା ରହିଛି, କିଛି ପରିବର୍ତ୍ତନ ହୋଇ ପାରିବ ନାହିଁ ।

ବିଗତ ପାଞ୍ଚ ବର୍ଷ ମଧ୍ୟରେ 130 କୋଟି ଭାରତୀୟ ମିଶି ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପରିଣାମ ହାସଲ କରିଛନ୍ତି, ଯାହା ପୂର୍ବରୁ କେବେ କଳ୍ପନା ମଧ୍ୟ କରାଯାଇ ପାରୁ ନଥିଲା । ଆମେ ଦୂର ଦୃଷ୍ଟି ସମ୍ପନ୍ନ ଏବଂ ଆମ ପାଖରେ ଶୀଖରକୁ ଛୁଇଁବାର ଉପଲବ୍ଧି ରହିଛି ।

ଭାଇ ଓ ଭଉଣୀମାନେ, ବିଗତ ସାତ ଦଶକ ଧରି ଦେଶର ଗ୍ରାମୀଣ ପରିମଳ 38 ପ୍ରତିଶତରେ ପହଞ୍ଚିଥିଲା, 5 ବର୍ଷରେ ଆମେ 11 କୋଟି ଅର୍ଥାତ 110 ମିଲିୟନରୁ ଅଧିକ ଶୌଚାଳୟ ନିର୍ମାଣ କରିଛୁ । ଆଜି ଗ୍ରାମୀଣ ପରିମଳ 99 ପ୍ରତିଶତରେ ପହଞ୍ଚିଛି । ଦେଶରେ ରୋଷେଇ ଗ୍ୟାସର ସଂଯୋଗ ମଧ୍ୟ ପୂର୍ବରୁ 55 ପ୍ରତିଶତ ପାଖାପାଖି ଥିଲା । 5 ବର୍ଷ ମଧ୍ୟରେ ଆମେ ଏହାକୁ 95 ପ୍ରତିଶତରେ ପହଞ୍ଚାଇ ଦେଇଛୁ । କେବଳ 5 ବର୍ଷରେ ଆମେ 15 କୋଟି ଅର୍ଥାତ 115 ମିଲିୟନରୁ ଅଧିକ ଲୋକଙ୍କୁ ଗ୍ୟାସ ସଂଯୋଗ ସହିତ ଯୋଡ଼ିଛୁ । ଭାରତରେ ଗ୍ରାମୀଣ ସଡ଼କ ଯୋଗାଯୋଗ ଏହା ମଧ୍ୟ ପୂର୍ବରୁ 55 ପ୍ରତିଶତ ଥିଲା । 5 ବର୍ଷରେ ଆମେ ଏହାକୁ 97%କୁ ନେଇ ଯାଇଛୁ । କେବଳ 5 ବର୍ଷରେ ଆମେ ଦେଶର ଗ୍ରାମାଞ୍ଚଳରେ 2 ଲକ୍ଷ କିଲୋମିଟର ଅର୍ଥାତ 2 ଶହ ହଜାର କିଲୋମିଟରରୁ ଅଧିକ ସଡ଼କର ନିର୍ମାଣ କରିଛୁ । ଭାରତରେ 50%ରୁ ମଧ୍ୟ କମ୍ ଲୋକଙ୍କର ବ୍ୟାଙ୍କରେ ଜମା ଖାତା ଥିଲା, ଆଜି 5 ବର୍ଷରେ ପ୍ରାୟ 100% ପରିବାର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ି ହୋଇଛନ୍ତି । 5 ବର୍ଷରେ ଆମେ 37 କୋଟି ଅର୍ଥାତ 317 ମିଲିୟନରୁ ଅଧିକ ଲୋକଙ୍କର ନୂତନ ବ୍ୟାଙ୍କ ଖାତା ଖୋଲିଛୁ ।

ସାଥୀଗଣ, ଆଜି ଯେତେବେଳେ ଲୋକଙ୍କର ମୌଳିକ ଆବଶ୍ୟକତା ଚିନ୍ତା ହ୍ରାସ ପାଇବାରେ ଲାଗିଛି ତ ବଡ଼ ବଡ଼ ସ୍ୱପ୍ନ ଦେଖି ପାରୁଛନ୍ତି । ତାକୁ ହାସଲ କରିବା ପାଇଁ ସମସ୍ତ ଶକ୍ତିକୁ ସେହି ଦିଗରେ ବିନିଯୋଗ କରୁଛନ୍ତି ।

ସାଥୀଗଣ, ଆମ ପାଇଁ ବ୍ୟବସାୟ ସୁଗମତା ଯେତିକି ମହତ୍ୱ ରଖୁଛି, ସେତିକି ସହାବସ୍ଥାନ ସୁଗମତାର ମହତ୍ୱ ମଧ୍ୟ ରହିଛି । ଆଉ ତାହାର ମାର୍ଗ ହେଉଛି ସଶକ୍ତୀକରଣ । ଯେତେବେଳେ ଦେଶର ସାଧାରଣ ମଣିଷ ସଶକ୍ତ ହେବ ତ ଦେଶରେ ସାମାଜିକ ଏବଂ ଆର୍ଥିକ ବିକାଶ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ିବ ।

ମୁଁ ଆପଣମାନଙ୍କୁ ଆଜି ଏକ ଉଦାହରଣ ଦେଉଛି । ସାଥୀଗଣ, ଆଜିକାଲି କୁହାଯାଉଛି କି ଡାଟା ହେଉଛି ନୂତନ ଇନ୍ଧନ (ତୈଳ), ଆପଣ ହ୍ୟୁଷ୍ଟନର ଲୋକମାନେ ଯେତେବେଳେ ତୈଳର କଥା ଆସିଥାଏ, ତ ଏହାର ଅର୍ଥ ଭଲ ଭାବେ ଜାଣି ଥାଆନ୍ତି, ମୁଁ ଏହା ସହିତ ଏହା ମଧ୍ୟ ଯୋଡ଼ିବି ଡାଟା ହେଉଛି ନୂତନ ସ୍ୱର୍ଣ୍ଣ । ଯଦି ସମଗ୍ର ଦୁନିଆକୁ ଟିକେ ଧ୍ୟାନର ସହିତ ଶୁଣିବା, ଯଦି ସମଗ୍ର ଦୁନିଆରେ ସବୁଠାରୁ କମ୍ ଦରରେ ଡାଟା କେଉଁଠାରେ ଉପଲବ୍ଧ ହେଉଛି ତ ସେହି ଦେଶ ହେଉଛି ଭାରତ । ଆଜି ଭାରତରେ 1ଜିବି ଡାଟାର ମୂଲ୍ୟ ହେଉଛି କେବଳ 25-30 ସେଂଟ୍ସର ପାଖାପାଖି । ଅର୍ଥାତ 1 ଡଲାରର ମଧ୍ୟ ଏକ ଚତୁର୍ଥାଂଶ । ଆଉ ମୁଁ ଏହା ମଧ୍ୟ କହିବାକୁ ଚାହିଁବି କି 1ଜିବି ଡାଟାର ବିଶ୍ୱ ଅନୁପାତରେ ମୂଲ୍ୟ ହେଉଛି ସବୁଠାରୁ 25-39 ଗୁଣ ଅଧିକ ।

ଏହି ଶସ୍ତା ଡାଟା ଭାରତରେ ଡିଜିଟାଲ ଇଣ୍ଡିଆର ଏକ ନୂତନ ପରିଚୟ ସୃଷ୍ଟି କରୁଛି । ଶସ୍ତା ଡାଟା ଭାରତରେ ପ୍ରଶାସନକୁ ନୂତନ ସଜ୍ଞା ମଧ୍ୟ ପ୍ରଦାନ କରିଛି । ଆଜି ଭାରତରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପ୍ରାୟ 10 ହଜାର ସେବା ଅନଲାଇନରେ ଉପଲବ୍ଧ ହେଉଛି ।

ସାଥୀଗଣ, ଗୋଟିଏ ସମୟ ଥିଲା ଯେତେବେଳେ ପାସପୋର୍ଟ ତିଆରି କରିବା ପାଇଁ ଦୁଇରୁ ତିନିମାସ ସମୟ ଲାଗୁଥିଲା । ଏବେ ଗୋଟିଏ ସପ୍ତାହରୁ ମଧ୍ୟ କମ୍ ସମୟରେ ପାସପୋର୍ଟ ଆସି ଘରେ ପହଞ୍ଚି ଯାଉଛି । ପୂର୍ବରୁ ଭିସାକୁ ନେଇ କିଭଳି ସମସ୍ୟା ଥିଲା, ଏହା ବୋଧହୁଏ ଆପଣ ଅଧିକ ଜାଣିଥିବେ । ଆଜି ୟୁଏଏସ୍ ଭାରତର ଇ-ଭିସା ସୁବିଧାର ହେଉଛି ସବୁଠାରୁ ବଡ଼ ବ୍ୟବହାରକାରୀଙ୍କ ମଧ୍ୟରୁ ଗୋଟିଏ ।

ସାଥୀଗଣ, ଗୋଟିଏ ସମୟ ଥିଲା, ଯେତେବେଳେ ନୂତନ କମ୍ପାନୀର ପଞ୍ଜିକରଣ ପାଇଁ 2-2, 3-3 ସପ୍ତାହ ଲାଗି ଯାଉଥିଲା । ଏବେ 24 ଘଣ୍ଟାରେ ନୂତନ କମ୍ପାନୀର ପଞ୍ଜିକରଣ ହୋଇ ଯାଉଛି ।

ଗୋଟିଏ ସମୟ ଥିଲା, ଯେତେବେଳେ ଟିକସ ରିଟର୍ଣ୍ଣ ଫାଇଲ କରିବା ବହୁତ ବଡ଼ ମୁଣ୍ଡବିନ୍ଧାର କାରଣ ଥିଲା । ଟ୍ୟାକ୍ସ ରେକର୍ଡ ଆସିବା ପାଇଁ ମାସ-ମାସ ସମୟ ଲାଗି ଯାଉଥିଲା । ଏବେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଶୁଣିବେ ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚଳିତ ଥର ଅଗଷ୍ଟ 31 ତାରିଖ ଗୋଟିଏ ଦିନରେ, କେବଳ, ଗୋଟିଏ ଦିନର କଥା କହୁଛି । ଗୋଟିଏ ଦିନରେ ପ୍ରାୟ 50 ଲକ୍ଷ ଅର୍ଥାତ ପ୍ରାୟ 5 ମିଲିୟନ ଲୋକ ନିଜର ଆୟକର ଟିକସ ରିଟର୍ଣ୍ଣ ଅନ୍ ଲାଇନରେ ଦାଖଲ କରିଛନ୍ତି । ଅର୍ଥାତ କେବଳ ଗୋଟିଏ ଦିନରେ ହିଁ 50 ଲକ୍ଷ ରିଟର୍ଣ୍ଣ । ଅର୍ଥାତ ହ୍ୟୁଷ୍ଟନର ମୋଟ ଜନସଂଖ୍ୟାଠାରୁ ମଧ୍ୟ ଦୁଇ ଗୁଣ ଏବଂ ଦ୍ୱିତୀୟ ସବୁଠାରୁ ବଡ଼ କଥା ଯେଉଁ ଟିକସ ରେକର୍ଡ ମାସ ମାସ ପରେ ଆସିଥିଲା, ତାହା ଏବେ ସପ୍ତାହେ-10 ଦିନରେ ସିଧା ବ୍ୟାଙ୍କକୁ ସ୍ଥାନାନ୍ତର ହୋଇ ଯାଉଛି ।

ଭାଇ ଓ ଭଉଣୀମାନେ, ଦ୍ରୁତ ବିକାଶର ପ୍ରୟାସ କରୁଥିବା କୌଣସି ମଧ୍ୟ ଦେଶରେ, ନିଜ ନାଗରିକମାନଙ୍କ ପାଇଁ ଜନ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ରହିଥାଏ । ଅଭାବୀ ବା ଆବଶ୍ୟକ କରୁଥିବା ନାଗରିକମାନଙ୍କ ପାଇଁ କଲ୍ୟାଣକରୀ ଯୋଜନା ଚଲାଇବା ସହିତ ନୂତନ ଭାରତର ନିର୍ମାଣ ପାଇଁ କିଛି କଥାକୁ ମଧ୍ୟ ବିଦାୟ ଦିଆଯାଉଛି । ଆମେ ଯେତେ ମହତ୍ୱ ଜନ କଲ୍ୟାଣକୁ ଦେଇଛୁ, ସେତିକି ମଧ୍ୟ କିଛି  ପୁରୁଣା କଥାକୁ ବିଦାୟ ଦିଆଯିବା ଉପରେ ଗୁରୁତ୍ୱ ଦିଆ ଯାଉଛି ।

ଚଳିତ ବର୍ଷ 2 ଅକ୍ଟୋବରକୁ ଯେତେବେଳେ ଦେଶ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ପାଳନ କରିବ, ତ ଭାରତ ଖୋଲା ମଳତ୍ୟାଗକୁ ବିଦାୟ ଦେବ । ଭାରତ ବିଗତ 5 ବର୍ଷରେ 1500ରୁ ଅଧିକ ବହୁତ ପୁରୁଣା ଆଇନକୁ ମଧ୍ୟ ବିଦାୟ ଦେଇ ସାରିଛି । ଭାରତରେ ଡଜନ ଡଜନର ଯେଉଁ ଟିକସର ଜାଲ ଥିଲା, ତାହା ମଧ୍ୟ ବ୍ୟବସାୟ ଅନୁକୂଳ ବାତାବରଣରେ ପ୍ରତିବନ୍ଧକ ଭାବେ ଠିଆ ହୋଇଥିଲା । ଆମ ସରକାର ଟିକସର ଏହି ଜାଲକୁ ବିଦାୟ ଦେଇଛି, ଆଉ ଜିଏସଟି ଲାଗୁ କରିଛି ।

ଅନେକ ବର୍ଷ ପରେ ଦେଶରେ ଗୋଟିଏ ରାଷ୍ଟ୍ର, ଗୋଟିଏ ଟିକସର ସ୍ୱପ୍ନକୁ ଆମେ ସାକାର କରି ଦେଖାଇଛୁ । ସାଥୀଗଣ, ଆମେ ଭ୍ରଷ୍ଟାଚାରକୁ ମଧ୍ୟ ଆହ୍ୱାନ ଭାବେ ଗ୍ରହଣ କରିଛୁ । ତାକୁ ପ୍ରତ୍ୟେକ ସ୍ତରରୁ ବିଦାୟ ଦେବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଉଠାଉଛୁ । ବିଗତ 2-3 ବର୍ଷରେ ଭାରତ ସାଢ଼େ ତିନି ଲକ୍ଷ ଅର୍ଥାତ 350 ହଜାରରୁ ଅଧିକ ସନ୍ଧିଗ୍ଧ କମ୍ପାନୀକୁ ମଧ୍ୟ ବନ୍ଦ କରି ଦେଇଛି । ଆମେ 8 କୋଟି ଅର୍ଥାତ 80 ମିଲିୟନରୁ ଅଧିକ ଏଭଳି ନକଲି ନାମକୁ ମଧ୍ୟ ବିଦାୟ ଦେଇଛୁ । ଯାହା କେବଳ କାଗଜ କଲମରେ ଥିଲା, ଆଉ ସରକାରୀ ସେବାରୁ ଲାଭ ଉଠାଉଥିଲା ।

ସାଥୀଗଣ, ଆପଣ କଳ୍ପନା କରି ପାରିବେ କି ଏହି ନକଲି ନାମକୁ ବାଦ ଦେଇ କେତେ ଟଙ୍କା ଖରାପ ଲୋକଙ୍କ ହାତକୁ ଯିବା ବାଟ ବନ୍ଦ କରି ଆମେ ସଞ୍ଚୟ କରିଛୁ । ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କା, ଅର୍ଥାତ ପ୍ରାୟ 20 ବିଲିୟନ ୟୁଏସ୍ ଡଲାର, ଗୋଟିଏ ଦେଶରେ । ଆମେ ଦେଶରେ ଏକ ପାରଦର୍ଶି ଅନୁକୂଳ ବ୍ୟବସ୍ଥା ପ୍ରସ୍ତୁତ କରୁଛୁ, ଫଳରେ ବିକାଶର ଲାଭ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଞ୍ଚୁ । ଆଉ ଭାଇ ଓ ଭଉଣୀମାନେ, ଜଣେ ମଧ୍ୟ ଭାରତୀୟ ବିକାଶଠାରୁ ଦୂରରେ ରୁହନ୍ତୁ, ଏହା ମଧ୍ୟ ଭାରତକୁ ମଞ୍ଜୁର ନୁହେଁ ।

ଦେଶ ସାମ୍ନାରେ 70 ବର୍ଷରୁ ଏକ ବଡ଼ ଆହ୍ୱାନ ଥିଲା ଯାହାକୁ କିଛି ଦିନ ପୂର୍ବେ ଭାରତ ବିଦାୟ ଦେଇଛି । ଆପଣମାନେ ବୁଝି ପାରିଲେ, ଏହି ବିଷୟ ହେଉଛି ଧାରା 370ର, ଧାରା 370- ଜମ୍ମୁ କାଶ୍ମୀର ଏବଂ ଲଦ୍ଦାଖର ଲୋକମାନଙ୍କର ବିକାଶ ଏବଂ ସମାନ ଅଧିକାରରୁ ବଞ୍ଚିତ ରଖୁଥିଲା । ଏହି ସ୍ଥିତିର ଲାଭ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା ଶକ୍ତି ଉଠାଉଥିଲେ ।

ଏବେ ଭାରତର ସମ୍ବିଧାନ ଯେଉଁ ଅଧିକାର ଅନ୍ୟ ଭାରତୀୟମାନଙ୍କୁ ଦେଉଛି, ସେହି ଅଧିକାର ଜମ୍ମୁ କାଶ୍ମୀର ଏବଂ ଲଦ୍ଦାଖର ଲୋକଙ୍କୁ ମଧ୍ୟ ମିଳିଯାଇଛି । ଏଠାକାର ମହିଳା, ପିଲା, ଦଳିତ ମାନଙ୍କ ସହିତ ହେଉଥିବା ଭେଦଭାବକୁ ଶେଷ କରି ଦିଆଯାଇଛି ।

ସାଥୀଗଣ,  ଆମ ସଂସଦର ଉଚ୍ଚ ସଦନ, ନିମ୍ନ ସଦନ ଉଭୟରେ ଘଣ୍ଟା ଘଣ୍ଟା ଧରି ଏହା ଉପରେ ଆଲୋଚନା ହେଲା, ଯାହାକୁ ଦେଶ ଏବଂ ଦୁନିଆର ଲୋକ ପ୍ରସାରଣ ସମୟରେ ସିଧା ସଳଖ ଦେଖିଲେ । ଭାରତରେ ଆମ ଦଳ ପାଖରେ ଉଚ୍ଚ ସଦନ ଅର୍ଥାତ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିଲା । ଏହା ସତ୍ତ୍ୱେ ମଧ୍ୟ ଆମ ସଂସଦର ଉଚ୍ଚ ସଦନ ଏବଂ ନିମ୍ନ ସଦନ ଉଭୟ ମିଳିମିଶି ଏହି ନିଷ୍ପତ୍ତିକୁ ଦୁଇ ତୃତୀୟାଂଶ ବହୁମତରେ ଗୃହୀତ କରାଇଲେ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ହିନ୍ଦୁସ୍ଥାନର ସମସ୍ତ ସାଂସଦମାନଙ୍କ ପାଇଁ ଠିଆ ହୋଇ ଅଭିନନ୍ଦନ ଜଣାନ୍ତୁ । ହଁ, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ।

ଭାରତ ନିଜର ଏଠି ଯାହା କରୁଛି, ସେଥିରେ କିଛି ଏଭଳି ଲୋକଙ୍କୁ ମଧ୍ୟ ଅସୁବିଧା ହେଉଛି, ଯେଉଁମାନେ ନିଜେ ନିଜ ଦେଶକୁ ଚଳାଇ ପାରୁନାହାଁନ୍ତି । ସେହି ଲୋକମାନେ ଭାରତ ପ୍ରତି ଘୃଣାକୁ ହିଁ ନିଜ ରାଜନୀତିର କେନ୍ଦ୍ର କରି ଦେଇଛନ୍ତି । ଏହି ଲୋକମାନେ ଅଛନ୍ତି, ଯେଉଁମାନେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି, ଆତଙ୍କକୁ ସମର୍ଥନ କରୁଛନ୍ତି । ଆତଙ୍କବାଦକୁ ପରିପାଳନ କରୁଛନ୍ତି । ସେମାନଙ୍କର ପରିଚୟ କେବଳ ଆପଣମାନେ ନୁହେଁ, ସମଗ୍ର ଦୁନିଆ ମଧ୍ୟ ଭଲଭାବେ ଜାଣିଛି । ଆମେରିକାରେ 9/11 ହେଉ, ଅବା ମୁମ୍ବାଇରେ 26/11 ହେଉ, ତାହାର ଷଡଯନ୍ତ୍ରକାରୀ କେଉଁଠାରେ ମିଳୁଛନ୍ତି ।

ସାଥୀଗଣ, ଏବେ ସମୟ ଆସି ଯାଇଛି କି ଆତଙ୍କବାଦ ବିରୁଦ୍ଧରେ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଲୋକଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ାଯାଉ । ମୁଁ ଏଠାରେ ଜୋର୍ ଦେଇ କହିବାକୁ ଚାହିଁବି କି ଏହି ଲଢ଼େଇରେ ରାଷ୍ଟ୍ରପତି ଟ୍ରମ୍ପ ସଂପୂର୍ଣ୍ଣ ଦୃଢ଼ତାର ସହିତ ଆତଙ୍କବାଦ ବିରୁଦ୍ଧରେ ଠିଆ ହୋଇଛନ୍ତି । ଥରେ ଆତଙ୍କବାଦ ବିରୁଦ୍ଧରେ ଲଢେଇ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କର ଯେଉଁ ମନୋବଳ ଅଛି, ଆମେ ସବୁ ମିଳିମିଶି ତାଙ୍କୁ ମଧ୍ୟ ଠିଆ ହୋଇ ଶୁଭେଚ୍ଛା ଜଣାଇବା । ଧନ୍ୟବାଦ ଧନ୍ୟବାଦ ବନ୍ଧୁ ।

ଭାଇ ଓ ଭଉଣୀମାନେ, ଭାରତରେ ବହୁତ କିଛି ହେଉଛି, ବହୁତ କିଛି ବଦଳୁଛି ଆଉ କିଛି କରିବାର ଲକ୍ଷ୍ୟକୁ ନେଇ ଆମେ ଚାଲୁଛୁ । ଆମେ ନୂତନ ଆହ୍ୱାନ ସ୍ଥିର କରିବା ପାଇଁ, ତାକୁ ସଂପୂର୍ଣ୍ଣ କରିବା ପାଇଁ ଏକ ନିଷ୍ପତ୍ତି କରି ନେଇଛୁ । ଦେଶର ଏହି ଭାବନାକୁ ନେଇ ମୁଁ କିଛି ଦିନ ପୂର୍ବରୁ ଏକ କବିତା ଲେଖିଥିଲି, ତାହାର ଦୁଇଟି ପଂକ୍ତି ଶୁଣାଉଛି, ଆଜି ଏବେ ତ ସମୟ ନାହିଁ, ଅଧିକ କହିବି ନାହିଁ ।

                             “ୱୋ ଯୋ ମୁସ୍କିଲୋଁକା ଅମ୍ବାରା ହୈ,

                             “ତାହା ଯେଉଁ ଅସୁବିଧାର ପାହାଡ଼ ଅଛି

                             ୱହି ତୋ ମେରେ ହୌସଲୋଁ କି ମୀନାର ହୈ ।”

                             ତାହା ହିଁ ତ ହେଉଛି ମୋର ସାହସର ଶୀଖର ।”

ସାଥୀଗଣ, ଭାରତ ଆଜି ଆହ୍ୱାନଗୁଡ଼ିକୁ ଏଡେଇ ଯାଉ ନାହିଁ, ଆମେ ଆହ୍ୱାନ ସହିତ ମୁକାବିଲା କରୁଛୁ । ଭାରତ ଆଜି ଅଳ୍ପ ବହୁତ କ୍ରମବର୍ଦ୍ଧିଷ୍ଣୁ ପରିବର୍ତ୍ତନ ଉପରେ ନୁହେଁ, ସମସ୍ୟାଗୁଡ଼ିକର ସଂପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦେଉଛି । ଅସମ୍ଭବ ଭଳି ଲାଗୁଥିବା ସମସ୍ତ କଥାକୁ ଆଜି ଭାରତ ସମ୍ଭବ କରି ଦେଖାଉଛି ।

ସାଥୀଗଣ, ଏବେ ଯେତେବେଳେ ଭାରତ 5 ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ଅଣ୍ଟା ଭିଡିଛି । ଆମେ ଭିତ୍ତିଭୂମି, ନିବେଶ, ଏବଂ ରପ୍ତାନୀ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଛୁ । ଆମେ ଲୋକମାନଙ୍କ ପାଇଁ ଅନୁକୂଳ, ବିକାଶ ଅନୁକୂଳ ଏବଂ ନିବେଶ ଅନୁକୂଳ ବାତାବରଣ ସୃଷ୍ଟି କରି ଆଗକୁ ବଢ଼ୁଛୁ । ଆମେ ଭିତ୍ତିଭୂମି କ୍ଷେତ୍ରରେ ଶହେ ଲକ୍ଷ କୋଟି ଟଙ୍କା, ପାଖାପାଖି 1.3 ଟ୍ରିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛୁ ।

ସାଥୀଗଣ, ବିଗତ 5 ବର୍ଷରେ ଦୁନିଆର ସମସ୍ତ ଅନିଶ୍ଚିତତା ମଧ୍ୟରେ ଭାରତର ଅଭିବୃଦ୍ଧି ହାର 7.5% ରହିଛି । ଆଉ ଏହା ମଧ୍ୟ ଧ୍ୟାନରେ ରଖନ୍ତୁ, ପୂର୍ବର କୌଣସି ସରକାରଙ୍କର ସଂପୂର୍ଣ୍ଣ କାର୍ଯ୍ୟକାଳର ଅନୁପାତ ଦେଖନ୍ତୁ ତ ଏଭଳି କେବେ ହୋଇ ନଥିଲା । ପ୍ରଥମ ଥର ଏକ ସମୟରେ ମୁଦ୍ରାସ୍ଫିତି କମିବା, ଆର୍ଥିକ ନିଅଣ୍ଟ କମିବା ଏବଂ ଅଧିକ ଅଭିବୃଦ୍ଧିର ସମୟ ଆସିଛି ।

ଆଜି ଦୁନିଆର ଉନ୍ନତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କ୍ଷେତ୍ର ମଧ୍ୟରୁ ଭାରତ ହେଉଛି ଗୋଟିଏ । 2014ରୁ 2019 ପର୍ଯ୍ୟନ୍ତ ଏଫଡିଆଇ ଆଗମନରେ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇଛି । ଏହି ନିକଟରେ ଆମେ ସିଙ୍ଗଲ ବ୍ରାଣ୍ଡ୍ ଖୁଚୁରା ବଜାରରେ ଏଫଡିଆଇ ମାନକକୁ ସହଜ କରିଛୁ ।

କୋଇଲା, ଖଣି ଏବଂ ଠିକା ବିନିର୍ମାଣ ଏବେ ବିଦେଶୀ ନିବେଶର ଶହେ ପ୍ରତିଶତ ପର୍ଯ୍ୟନ୍ତ ହୋଇ ପାରିବ । ମୁଁ କାଲି ଶକ୍ତିକ୍ଷେତ୍ରର ସିଇଓମାନଙ୍କ ସହିତ ଏହି ହ୍ୟୁଷ୍ଟନରେ ସାକ୍ଷାତ କରିଥିଲି । ଭାରତ କର୍ପୋରେଟ ଟ୍ୟାକ୍ସରେ ବହୁତ ହ୍ରାସ କରିବାର ଯେଉଁ ନିଷ୍ପତ୍ତି ନେଇଛି, ତାହାଦ୍ୱାରା ସେହି ସମସ୍ତ ଲୋକ ବହୁତ ଉତ୍ସାହିତ ହୋଇ ପଡ଼ିଥିବା ଦୃଷ୍ଟିଗୋଚର ହୋଇଛି । ସେମାନଙ୍କ ମତାମତ ହେଉଛି କି କର୍ପୋରେଟ ଟିକସ କମ୍ କରିବାର ନିଷ୍ପତ୍ତି କେବଳ ଭାରତରେ ନୁହେଁ, ବରଂ ବିଶ୍ୱ ବ୍ୟବସାୟୀ ନେତୃବୃନ୍ଦଙ୍କଠାରୁ ବହୁତ ସକରାତ୍ମକ ବାର୍ତ୍ତା ଯାଇଛି । ଏହି ନିଷ୍ପତ୍ତି ଭାରତକୁ ଆହୁରି ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦି କରାଇବ ।

ସାଥୀଗଣ, ଭାରତୀୟମାନଙ୍କ ପାଇଁ ଆମେରିକା, ଆମେରିକାରେ ଏବଂ ଆମେରିକୀୟମାନଙ୍କ ପାଇଁ ଭାରତରେ ଆଗକୁ ବଢ଼ିବାର ଅପାର ସମ୍ଭବନା ରହିଛି । 5 ଟ୍ରିଲିୟନ୍ ଡଲାର ଅର୍ଥନୀତି ପାଇଁ ନିଉ ଇଣ୍ଡିଆର ଯାତ୍ରା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକାର ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ଏହି ସମ୍ଭାବନାଗୁଡ଼ିକ ସହିତ ନୂତନ ଡେଣା ଯୋଡ଼ିଦେବ ।

ରାଷ୍ଟ୍ରପତି ଟ୍ରମ୍ପ ନିଜ ସମ୍ବୋଧନରେ ଯେଉଁ ଅର୍ଥନୈତିକ ଚମତ୍କାରିତା କଥା କହିଛନ୍ତି, ତାହା ହେଉଛି ସୁନା ଉପରେ ସୁନାଠାରୁ ବଳି ଅଧିକ ମୂଲ୍ୟବାନ ହେବ, ଆଗାମୀ ଦୁଇ ତିନି ଦିନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ମୋର କଥାବାର୍ତ୍ତା ହେବାର ଅଛି, ମୁଁ ଆଶା କରୁଛି କି ସେଥିରୁ ମଧ୍ୟ କିଛି ସକରାତ୍ମକ ପରିଣାମ ବାହାରିବ । ଏପରି ଭାବେ ତ ରାଷ୍ଟ୍ରପତି ଟ୍ରମ୍ପ ମୋତେ ଉଚ୍ଚସ୍ତରର ମଧ୍ୟସ୍ଥି ବୋଲି କୁହନ୍ତି, କିନ୍ତୁ ସେ ମଧ୍ୟ ଏହି କଳାରେ ନିପୁଣ ଆଉ ମୁଁ ତାଙ୍କଠାରୁ ବହୁତ କିଛି ଶିଖୁଛି ।

ସାଥୀଗଣ, ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମର ଏହି ଅଗ୍ରସର ଆହୁରି ଦ୍ରୁତ ଗତିରେ ବଢ଼ିବ । ଆପଣ ସମସ୍ତ ସାଥୀ ହେଉଛନ୍ତି ଏହାର ଗୁରୁତ୍ୱପୂର୍ଣ୍ଣ ଅଂଶ । ହେଉଛନ୍ତି ପ୍ରେରକ ଶକ୍ତି, ଆପଣମାନେ ନିଜ ମାତୃଭୂମିଠାରୁ ଦୂରରେ ଅଛନ୍ତି କିନ୍ତୁ ମାତୃଭୂମିରେ ଥିବା ସରକାର ଆପଣମାନଙ୍କଠାରୁ ଦୂରରେ ନାହିଁ ।

ବିଗତ ପାଞ୍ଚ ବର୍ଷରେ ଆମେ ଭାରତୀୟ ବଂଶୋଦ୍ଭବ ଆଲୋଚନାର ଗୁରୁତ୍ୱ ଏବଂ ଆଲୋଚନାର ଶୈଳୀ ଉଭୟକୁ ବଦଳାଇ ଦେଇଛୁ । ବିଦେଶରେ କାର୍ଯ୍ୟ କରୁଥିବା ବନ୍ଧୁମାନଙ୍କ ପାଇଁ ଏବେ ବିଦେଶରେ ଭାରତର ଦୂତାବାସ ଏବଂ ବାଣିଜ୍ୟିକ ଦୂତାବାସ କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ, ବରଂ ଆପଣଙ୍କର ପ୍ରଥମ ବନ୍ଧୁ ଭୂମିକାରେ ରହିଛି । ବିଦେଶରେ କାର୍ଯ୍ୟ କରୁଥିବା ସାଥୀମାନଙ୍କ ପାଇଁ ସେମାନଙ୍କର ହିତର ସୁରକ୍ଷା ପାଇଁ ମଧ୍ୟ ସରକାର ଲଗାତାର କାର୍ଯ୍ୟ କରୁଛନ୍ତି । ମଦଦ, ଇ-ମାଇଗ୍ରାଣ୍ଟ, ବିଦେଶ ଯିବା ପୂର୍ବରୁ ପ୍ରି-ଡିପାରଚର ଟ୍ରେନିଂ, ପ୍ରବାସୀ ଭାରତୀୟ ମାନଙ୍କର ବୀମା ଯୋଜନାରେ ସଂସ୍କାର ସବୁକିଛି ପିଆଇଇଓ କାର୍ଡ ଏବଂ ଓସିଆଇଇ କାର୍ଡର ସୁବିଧା ଏଭଳି ଅନେକଗୁଡ଼ିଏ କାର୍ଯ୍ୟ କରାଯାଇଛି । ଯାହା ପ୍ରବାସୀ ଭାରତୀୟଙ୍କୁ ବିଦେଶ ଯିବା ପୂର୍ବରୁ ଏବଂ ପରେ ବେଶ ସାହାଯ୍ୟକାରୀ ସାବ୍ୟସ୍ତ ହୋଇଛି । ଆମ ସରକାର ଭାରତୀୟ ସମୁଦାୟଙ୍କ କଲ୍ୟାଣ ପାଣ୍ଠିକୁ ସୁଦୃଢ଼ କରିଛନ୍ତି । ବିଦେଶର ଅନେକ ନୂଆ ସହରରେ ପ୍ରବାସୀ ଭାରତୀୟ ସହାୟତା କେନ୍ଦ୍ର ମଧ୍ୟ ଖୋଲା ଯାଉଛି ।

ଭାଇ ଓ ଭଉଣୀମାନେ, ଆଜି ଏହି ମଞ୍ଚରୁ ଯେଉଁ ବାର୍ତ୍ତା ବା ନିଷ୍କର୍ଷ ବାହାରିଛି, ତାହାର ପ୍ରତିଛବି ଏକବିଂଶ ଶତାବ୍ଦୀରେ ନୂତନ ପରିଭାଷାକୁ ଜନ୍ମ ଦେବ । ନୂତନ ସମ୍ଭାବନାଗୁଡ଼ିକୁ ଜନ୍ମ ଦେବ । ଆମ ପାଖରେ ସମାନ ଗଣତାନ୍ତ୍ରିକ ମୂଲ୍ୟର ଶକ୍ତି ଅଛି । ଉଭୟ ଦେଶରେ ନବ  ନିର୍ମାଣର ସମାନ ସଂକଳ୍ପ ଅଛି ଏବଂ ଉଭୟଙ୍କ ସହଯୋଗରେ ଆମେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେଇଯିବା ।

ଶ୍ରୀମାନ ରାଷ୍ଟ୍ରପତି, ମୁଁ ଚାହିଁବି କି ଆପଣ ସପରିବାର ଭାରତ ଆସନ୍ତୁ ଆଉ ଆପଣ ଆମକୁ ଆପଣଙ୍କର ସ୍ୱାଗତ କରିବାର ସୁଯୋଗ ଦିଅନ୍ତୁ । ଆମ ଉଭୟଙ୍କର ଏହି ବନ୍ଧୁତା, ଭାରତ ଆମେରିକାର ମିଳିତ ସ୍ୱପ୍ନ ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ନୂତନ ଶୀଖର ପ୍ରଦାନ କରିବ । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କର, ଆମେରିକାର ରାଜନୈତିକ, ସାମାଜିକ ଏବଂ ବ୍ୟବସାୟ ସହିତ ଜଡ଼ିତ ସମସ୍ତ ନେତୃବୃନ୍ଦଙ୍କୁ ଏଠାକୁ ଆସିଥିବାରୁ ପୁଣିଥରେ ବହୁତ ବହୁତ କୃତଜ୍ଞତା ଜଣାଉଛି । ଟେକ୍ସାସର ସରକାର ଏଠାକାର ପ୍ରଶାସନକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ ହ୍ୟୁଷ୍ଟନ୍, ଧନ୍ୟବାଦ ଆମେରିକା, ଭଗବାନ ଆପଣ ସମସ୍ତଙ୍କର ମଙ୍ଗଳ କରନ୍ତୁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares address by Shri Amit Shah in Lok Sabha on India’s decisive fight against Naxalism
March 30, 2026

The Prime Minister, Shri Narendra Modi shared the outstanding speech delivered by Union Home Minister Shri Amit Shah ji, noting that it was filled with important facts, historical context, and a detailed account of the Government’s efforts over the past decade. Shri Modi highlighted that for decades, the retrograde Maoist ideology had an adverse impact on the development of several regions, with Left Wing Extremism severely affecting the future of countless youngsters.

He further underlined that over the last ten years, the Government has worked towards uprooting this menace, while simultaneously ensuring that the benefits of development reach areas affected by Naxalism. The Prime Minister reaffirmed that the Government will continue to focus on strengthening good governance and ensuring peace and prosperity for all.

The Prime Minister posted on X:

“This is an outstanding speech by the Home Minister, Shri Amit Shah Ji, filled with important facts, historical context and the efforts of our Government in the last decade.

For decades, the retrograde Maoist ideology had an adverse impact on the development of several regions. Left Wing Extremism has ruined the future of countless youngsters.

In the last decade, our Government has worked towards uprooting this menace and at the same time ensuring the fruits of development reach areas affected by Naxalism. We will keep focusing on furthering good governance and ensuring peace and prosperity for all.”