ପ୍ରଧାନମନ୍ତ୍ରୀ: ଭୂପେନ ଦା’ଙ୍କ ସଙ୍ଗୀତ ଏକତା ଓ ପ୍ରେରଣାର ପ୍ରତୀକ
ଭୂପେନ ଦା’ଙ୍କ ଜୀବନ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ପ୍ରତିରୂପ’- ପ୍ରଧାନମନ୍ତ୍ରୀ
ଭୂପେନ ଦା ସର୍ବଦା ଭାରତର ଏକତାକୁ ସ୍ୱର ଦେଇଥିଲେ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ: ଭୂପେନ ଦାଙ୍କୁ ଭାରତ ରତ୍ନ, ଉତ୍ତର-ପୂର୍ବ ପ୍ରତି ସମ୍ମାନର ପ୍ରତୀକ
ଜାତୀୟ ଏକତା ପାଇଁ ସାଂସ୍କୃତିକ ସଂଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ନୂତନ ଭାରତ କେବେବି ଏହାର ସୁରକ୍ଷା କିମ୍ବା ମର୍ଯ୍ୟାଦା ସହିତ ସାଲିସ କରିବ ନାହିଁ: ପ୍ରଧାନମନ୍ତ୍ରୀ
ଆସନ୍ତୁ ଆମେ ‘ଭୋକାଲ ଫର ଲୋକାଲ’ ବ୍ରାଣ୍ଡ ଆମ୍ବାସଡର ହେବା, ଆସନ୍ତୁ ଆମେ ଆମର ସ୍ୱଦେଶୀ ଉତ୍ପାଦ ଉପରେ ଗର୍ବ କରିବା: ପ୍ରଧାନମନ୍ତ୍ରୀ

ମୁଁ କହିବି, ଭୁପେନ୍ ଦା! ଆପଣମାନେ କହିବେ ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଜୀ, ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ମଞ୍ଚ ଉପରେ ଉପସ୍ଥିତ ଭୁପେନ ହଜାରିକା ଜୀଙ୍କ ଭାଇ ଶ୍ରୀ ସମର ହଜାରିକା ଜୀ, ଭୂପେନ ହଜାରିକା ଜୀଙ୍କ ଭଉଣୀ ଶ୍ରୀମତୀ କବିତା ବରୁଆ ଜୀ, ଭୁପେନ୍ ଦାଙ୍କ ପୁଅ ଶ୍ରୀ ତେଜ ହଜାରିକା ଜୀ, ମୁଁ ତେଜଙ୍କୁ କହିବି, କେମିତି ଅଛନ୍ତି ! ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଆସାମର ମୋର ଭାଇ ଓ ଭଉଣୀମାନେ!

ଆଜିର ଦିନ  ଏବଂ ଏହି  ମୁହୂର୍ତ୍ତ ଆମ ସମସ୍ତ  ପାଇଁ ଅତ୍ୟନ୍ତ ମୂଲ୍ୟବାନ। ମୁଁ ଏଠାରେ ଯେଉଁ ଦୃଶ୍ୟ ଦେଖୁଛି, ଯେଉଁ ଉତ୍ସାହ, ଯେଉଁ ସମନ୍ୱୟତା ମୋତେ ଦେଖିବାକୁ ମିଳୁଛି,  ଭୁପେନ୍ ସଂଗୀତର ଯେଉଁ ଲୟ ଦେଖୁଛି , ଯଦି ମୁଁ ଭୁପେନ୍ ଦାଙ୍କର ଭାଷାରେ କହିବି, ତେବେ ମନରେ ବାରମ୍ବାର ଆସୁଥିଲା, 'ଆରେ ସମୟ  ଧୀରେ ଚାଲୋ!  ମନ କହୁଥିଲା ଯେ ଭୁପେନ୍ ସଙ୍ଗୀତର ଏହି ସ୍ତ୍ରୋତ ଏଭଳି ସବୁଆଡେ ପ୍ରବାହିତ ହେଉଥାଉ। ଏହି ଆୟୋଜନରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ କଳାକାରଙ୍କୁ ମୁଁ ବହୁତ ବହୁତ  ପ୍ରଶଂସା କରୁଛି। ଆସାମର ମାନସିକତା କିଛି ଏମିତି ଅଛି ଯେ ପ୍ରତ୍ୟେକ ଆୟୋଜନ ସବୁବେଳେ ଏକ ନୂଆ ରେକର୍ଡ ସୃଷ୍ଟି କରିଥାଏ। ଆଜି ମଧ୍ୟ ଆପଣଙ୍କ ପ୍ରଦର୍ଶନ ପାଇଁ ବହୁତ ପ୍ରସ୍ତୁତି ହୋଇଥିଲା। ଆପଣ ସମସ୍ତଙ୍କୁ ଅଭିନନ୍ଦନ, ଆପଣ ସମସ୍ତଙ୍କୁ ଶୁଭେଚ୍ଛା।

ସାଥିମାନେ,

 ଏବେ କିଛି ଦିନ ପୂର୍ବରୁ, ଅର୍ଥାତ ସେପ୍ଟେମ୍ବର 8 ତାରିଖରେ, ଭୁପେନ୍ ହଜାରିକା ଜୀଙ୍କ ଜନ୍ମଦିନ ପାଳନ କରୁଛୁ। ସେଦିନ ମୁଁ 'ଭୁପେନ୍ ଦା’ଙ୍କୁ ସମର୍ପିତ ଏକ ଲେଖାରେ ନିଜସ୍ଵ  ଭାବନା ବ୍ୟକ୍ତ କରିଥିଲି ଏହା ମୋର ସୌଭାଗ୍ୟ ଯେ ମୋତେ ତାଙ୍କ ଜନ୍ମ ଶତବାର୍ଷିକୀ ବର୍ଷର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି ଏବେ, ହେମନ୍ତ କହୁଥିଲେ ଯେ ମୁଁ ଏହି କାର୍ଯ୍ୟକ୍ରମ କୁ ଆସି ମାନ ରକ୍ଷା କରିଛି,କିନ୍ତୁ ତାହା ନୁହ। ! ଏଭଳି ଏକ ପବିତ୍ର ଅବସରରେ ଏଠାରେ ଉପସ୍ଥିତ ରହିବା ମୋର ସୌଭାଗ୍ୟ । ଆମେ ସମସ୍ତେ ସ୍ନେହରେ 'ଭୁପେନା ଦା "ଙ୍କୁ' ଶୁଧା କାନଥୋ" ବୋଲି କହୁଥିଲେ । ଯିଏ ଭାରତର ଭାବନାକୁ ସ୍ୱର ଦେଇଥିବା, ସଙ୍ଗୀତକୁ ସମ୍ବେଦନଶୀଳତା ସହ ଯୋଡ଼ିଥିଲେ, ଯିଏ ସଙ୍ଗୀତରେ ଭାରତର ସ୍ୱପ୍ନକୁ ସଂଯୋଜନା କରିଥିବା ଏବଂ ଯିଏ ମା 'ଗଙ୍ଗାଙ୍କ ଠାରୁ ମା' ଭାରତୀଙ୍କ  ପର୍ଯ୍ୟନ୍ତ କରୁଣାର ସେହି ଗାଥାକୁ ଶୁଣାଇଥିଲେ, ଭାରତର?

 

ସାଥିମାନେ,

 ଭୁପେନ୍ ଦା ଏଭଳି ଅମର ରଚନାମାନ ରଚନା କରିଥିଲେ, ଯାହା ନିଜର ସ୍ୱର ମାଧମରେ ଭାରତକୁ  ତ ଯୋଡ଼ିଥିଲା, ଯାହା ଭାରତର ପିଢ଼ିକୁ ଦୋହଲାଇ ଦେଇଥିଲା।

ଭାଇ ଓ ଭଉଣୀମାନେ!

ଭୂପେନ୍ଦ୍ର ଦା ଶାରୀରିକ ଭାବେ ଆମ ସହିତ ନଥିଲେ, କିନ୍ତୁ ତାଙ୍କ ଗୀତ, ତାଙ୍କ ସ୍ୱର ଆଜି ମଧ୍ୟ ଭାରତର ବିକାଶ ଯାତ୍ରାର ସାକ୍ଷୀ ହୋଇ ରହିଛି, ସେଥିରୁ ଶକ୍ତି ମିଳୁଛୁ। ଆମ ସରକାର ଭୁପେନ୍ ଦାଙ୍କ ଜନ୍ମ ଶତବାର୍ଷିକୀ ବର୍ଷକୁ ଅତ୍ୟନ୍ତ ଗର୍ବର ସହ ପାଳନ କରୁଛନ୍ତି। ଆମେ ଭୁପେନ୍ ହଜାରିକା ଜୀଙ୍କ ଗୀତଗୁଡିକୁ, ତାଙ୍କ ବାର୍ତ୍ତା ଏବଂ ତାଙ୍କ ଜୀବନ ଯାତ୍ରାକୁ ପ୍ରତ୍ୟେକ ଘରେ ପହଞ୍ଚାଇ ପାରିଛୁ। ତାଙ୍କର ଜୀବନୀ ମଧ୍ୟ ଆଜି ଏଠାରେ ଉନ୍ମୋଚିତ ହୋଇଛି। ଏହି ଅବସରରେ ମୁଁ ଡକ୍ଟର ଭୁପେନ୍ ହଜାରିକା ଜୀଙ୍କୁ ମୋର ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଉଛି। ମୁଁ ଆସାମର ଭାଇ ଓ ଭଉଣୀମାନଙ୍କୁ ତଥା ପ୍ରତ୍ୟେକ ଭାରତବାସୀଙ୍କୁ 'ଭୁପେନ୍ ଦା "ଙ୍କ ଏହି ଜନ୍ମ ଶତବାର୍ଷିକୀ ଅବସରରେ ଅଭିନନ୍ଦନ ଜଣାଉଛି।

ସାଥିମାନେ,

ଭୁପେନ ହଜାରିକା ଜୀ ସାରା ଜୀବନ ସଙ୍ଗୀତର ସେବା କରିଥିଲେ। ଯେତେବେଳେ ସଙ୍ଗୀତ ସାଧନା ହୋଇଯାଏ, ଏହା ଆମ ଆତ୍ମାକୁ ଛୁଇଁଥାଏ ଏବଂ ଯେତେବେଳେ ସଙ୍ଗୀତ ଏକ ସଂକଳ୍ପ ହୋଇଯାଏ, ଏହା ସମାଜକୁ ଏକ ନୂତନ ଦିଗ ଦେଖାଇବା ପାଇଁ ଏକ ମାଧ୍ୟମ ହୋଇଯାଏ। ସେଥିପାଇଁ ଭୁପେନ୍ ଦାଙ୍କ ସଙ୍ଗୀତ ଏତେ ସ୍ୱତନ୍ତ୍ର ଥିଲା। ସେ ଯେଉଁ ଆଦର୍ଶରେ ବଞ୍ଚିଥିଲେ, ଯାହା ଅନୁଭବ କରିଥିଲେ, ସେ ନିଜ ଗୀତରେ ମଧ୍ୟ ଗାଇଥିଲେ। ଆମେ ତାଙ୍କ ଗୀତରେ ମା ଭାରତୀଙ୍କ ପ୍ରତି ଏତେ ଭଲପାଇବା ଦେଖୁଛୁ କାରଣ ସେ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନା ନେଇ  ବଞ୍ଚିଥିଲେ। ଆପଣ ଦେଖନ୍ତୁ, ସେ ଉତ୍ତର-ପୂର୍ବରେ ଜନ୍ମଗ୍ରହଣ କରିଥିଲେ, ବ୍ରହ୍ମପୁତ୍ରର ପବିତ୍ର ତରଙ୍ଗ ତାଙ୍କୁ ସଂଗୀତରେ ଶିକ୍ଷା ଦେଇଥିଲା। ତା 'ପରେ ସେ ସ୍ନାତକ ପାଇଁ କାଶୀ ଯାଇଥିଲେ, ବ୍ରହ୍ମପୁତ୍ରର ତରଙ୍ଗରୁ ଆରମ୍ଭ ହୋଇଥିବା ଭୁପେନ୍ ଦାଙ୍କ ସଂଗୀତ ସାଧନା ଗଙ୍ଗାର କଳ- କଳ ନାଦ ସେ ସିଦ୍ଧିରେ ପରିଣତ ହୋଇଥିଲା | କାଶୀର ଗତିଶୀଳତା ତାଙ୍କ ଜୀବନକୁ ଏକ ନିରବଚ୍ଛିନ୍ନ ପ୍ରବାହ ଦେଇଥିଲା। ସେ ଜଣେ ଯାଯାବର ଯାତ୍ରୀ ଭାବରେ ସାରା ଭାରତ barsha  ଭ୍ରମଣ କରିଥିଲେ। ତା 'ପରେ ପିଏଚଡି ପାଇଁ ଆମେରିକା ଗଲେ! କିନ୍ତୁ, ତାଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ, ସେ ଜଣେ ପ୍ରକୃତ ପୁତ୍ର ଭାବରେ ଆସାମ ଭୂମି ସହିତ ଜଡିତ ରହିଥିଲେ ଏବଂ ସେଥିପାଇଁ, ସେ ପୁନର୍ବାର ଭାରତକୁ ଫେରିଥିଲେ! ଏଠାକୁ ଆସି ସେ ଚଳଚ୍ଚିତ୍ରରେ ସାଧାରଣ ଲୋକଙ୍କ ସ୍ୱର ପାଲଟି ନିଜ ଜୀବନର ଦୁଃଖକୁ ସ୍ୱର ଦେଇଥିଲେ। ସେହି ସ୍ୱର ଆଜି ମଧ୍ୟ ଆମକୁ ଘାରିଛି, ତାଙ୍କ ଗୀତ 'ମାନୁହେ ମନୁହୋର ବାବେ ",' ଜୋଦିହେ ଆକୋନୁ ନବାଭେ", 'ଆକୋନ୍ନି ହୋହାନୁଭୁଟିରେ ",' ଭାବିବୋ କୋନେନୁ କୁଆ"? ଅର୍ଥାତ୍, ଯଦି ମଣିଷ ନିଜେ ମଣିଷର ସୁଖ, ଦୁଃଖ, ଯନ୍ତ୍ରଣା ଏବଂ କଷ୍ଟ ବିଷୟରେ ଚିନ୍ତା କରିବ ନାହିଁ, ତେବେ ଏହି ଦୁନିଆରେ କିଏ ପରସ୍ପର ବିଷୟରେ ଚିନ୍ତା କରିବ? ଚିନ୍ତା କରନ୍ତୁ ଏହା ଆମକୁ କେତେ ପ୍ରେରଣା ଦିଏ। ଏହି ଚିନ୍ତାଧାରାକୁ ନେଇ ଆଜି ଭାରତ ଗାଁ, ଗରିବ, ଅବହେଳିତ, ବଞ୍ଚିତ, ଆଦିବାସୀଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛି।

 

ସାଥିମାନେ,

ଭୁପେନ୍ ଦା ଭାରତର ଏକତା ଏବଂ ଅଖଣ୍ଡତାର ଜଣେ ମହାନ ନାୟକ ଥିଲେ। ଦଶନ୍ଧି ଦଶନ୍ଧି ପୂର୍ବେ, ଯେତେବେଳେ ଉତ୍ତର-ପୂର୍ବ ଅବହେଳାର ଶିକାର ହୋଇଥିଲା, ସେତେବେଳେ ଉତ୍ତର-ପୂର୍ବକୁ ହିଂସା ଏବଂ ବିଚ୍ଛିନ୍ନତାବାଦର ନିଆଁରେ ଜଳିବାକୁ ଛାଡ଼ି ଦିଆଯାଇଥିଲା, ସେତେବେଳେ ସେହି କଠିନ ସମୟରେ ମଧ୍ୟ ଭୁପେନ୍ ଦା ଭାରତର ଏକତା ପାଇଁ ସ୍ୱର ଉତ୍ତୋଳନ କରିଥିଲେ । ସେ ଏକ ସମୃଦ୍ଧ ଉତ୍ତର-ପୂର୍ବର ସ୍ୱପ୍ନ ଦେଖୁଥିଲେ।  ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୋଇ ସେ ଉତ୍ତର-ପୂର୍ବ ପାଇଁ ଗୀତ ଗାଊଥିଲେ । ସେ ଆସାମ ପାଇଁ ଗୀତ ଗାଇଥିଲେ- ‘ନାନା ଜାତି-ଉପଜତି, ରାହୋନିଆ କ୍ରିଷ୍ଟି, ଆକୁୱାଲି, ଲୋଇ ହୋଇଶିଲ ସୃଷ୍ଟି, ଏହି ମୋର ଆମ ଦେଶ’ ଯେତେବେଳେ ଆମେ ଏହି ଗୀତ ଗାଇଥାଉ, ଆମେ ଆମ ଆସାମର ବିବିଧତା ପାଇଁ ଗର୍ବିତ ଅନୁଭବ କରୁ ଆସାମର ସାମର୍ଥ୍ୟ   ଏବଂ କ୍ଷମତାକୁ ନେଇ ଆମେ ଗର୍ବିତ

 ସାଥିମାନେ,

ଅରୁଣାଚଳ ପ୍ରତି ମଧ୍ୟ ତାଙ୍କର ସେତିକି ଭଲ ପାଇବା ଥିଲା, ସେଥିପାଇଁ ଆଜି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ବିଶେଷ ଭାବେ ଆସିଛନ୍ତି । ଭୁପେନ ଦା ଲେଖିଛନ୍ତି, "ଅରୁଣ କିରଣ ଶିଶଡ଼ି ଭୂଷଣ ଭୂମି ସୁରମୟୀ ସୁନ୍ଦରା, ଅରୁଣାଚଳ ହମାରା, ଅରୁଣାଚଳ ହମାରା ।

ସାଥିମାନେ,

ଜଣେ ପ୍ରକୃତ ଦେଶପ୍ରେମୀଙ୍କ ହୃଦୟର ସ୍ୱର କଦାପି ବିଫଳ ହୁଏ ନାହିଁ । ଆଜି ଆମେ ଉତ୍ତର-ପୂର୍ବ ପାଇଁ ତାଙ୍କର ସ୍ୱପ୍ନକୁ ସାକାର କରିବା  ପାଇଁ ଦିନ ରାତି କାମ କରୁଛୁ । ଆମ ସରକାର ଭୂପେନ୍ଦ୍ର ଦାଙ୍କୁ ଭାରତ ରତ୍ନ ପ୍ରଦାନ କରି ଉତ୍ତର-ପୂର୍ବର ସ୍ୱପ୍ନ ଏବଂ ଆତ୍ମସମ୍ମାନକୁ ସମ୍ମାନ ଦେଇଥିଲେ ଏବଂ ଉତ୍ତର-ପୂର୍ବାଞ୍ଚଳକୁ ମଧ୍ୟ ଦେଶ ପାଇଁ ପ୍ରାଥମିକତା ଦେଇଥିଲେ ଆମେ ଦେଶର ଦୀର୍ଘତମ ସେତୁ ମଧ୍ୟରୁ ଗୋଟିଏ ନିର୍ମାଣ କରିଛୁ, ଯାହା ଆସାମ ଏବଂ ଅରୁଣାଚଳକୁ ସଂଯୋଗ କରୁଛି ଏବଂ ଏହାର ନାମ ଭୁପେନ୍ ହଜାରିକା ସେତୁ ରଖିଛୁ । ଆଜି ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବିକାଶର ପ୍ରତ୍ୟେକ ଦିଗରେ ନୂଆ ନୂଆ ରେକର୍ଡ ସୃଷ୍ଟି କରାଯାଉଛି ବିକାଶର ଏହି ସଫଳତାଗୁଡ଼ିକ ହେଉଛି ଦେଶରୁ ଭୂପେନ୍ଦ୍ର ଦାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ।

 

ସାଥିମାନେ,

ଆମର ଆସାମ, ଆମର ଉତ୍ତର-ପୂର୍ବ ଭାରତର ସାଂସ୍କୃତିକ ବିବିଧତାରେ ସର୍ବଦା ଏକ ବଡ଼ ଯୋଗଦାନ ଦେଇଛି । ଏହି ଭୂମିର ଇତିହାସ, ଏହାର ପର୍ବପର୍ବାଣୀ, ଏହାର କଳା, ସଂସ୍କୃତି, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଏହାର ଦିବ୍ୟ ଆଭା ଏବଂ ଏସବୁ ସହିତ, ଭାରତ ମାତାର ଗୌରବ ଏବଂ ସୁରକ୍ଷା ପାଇଁ ଏହାର ଲୋକମାନେ କରିଥିବା ବଳିଦାନ ବିନା ଆମେ ଆମର ମହାନ ଭାରତର କଳ୍ପନା କରିପାରିବୁ ନାହିଁ । ଆମ ଉତ୍ତର-ପୂର୍ବ ହେଉଛି ଦେଶ ପାଇଁ ନୂତନ ଆଲୋକ ଭୂମି, ଦେଶର ପ୍ରଥମ ସକାଳ ମଧ୍ୟ ଏଠାରେ ହୋଇଥାଏ ଭୁପେନ୍ ଦା ତାଙ୍କ ଗୀତରେ ଏହି ଭାବନାକୁ ସ୍ୱର ଦେଇଥିଲେ, "ଆହୋମ୍ ଅମର ରୂପୋହି, ଗୁନୋରୁ ନାଇ ହଶ୍, ଭରୋତୋର୍ ପୁରବୋ ଦିଖୋର୍, ହୁନର୍ଜୋ ଉଠା ଦେଶ!

ତେଣୁ, ଭାଇ ଓ ଭଉଣୀମାନେ,

ଯେତେବେଳେ ଆମେ ଆସାମର ଇତିହାସର ଉତ୍ସବ ପାଳନ କରୁ, ସେତେବେଳେ ହିଁ ଭାରତର ଇତିହାସ ସମ୍ପୂର୍ଣ୍ଣ ହୋଇଥାଏ, ସେତେବେଳେ ହିଁ ଭାରତର ଖୁସି ପୂର୍ଣ୍ଣ ହୋଇଥାଏ ଏବଂ ଆମକୁ ଏହା ଉପରେ ଗର୍ବ କରିବା ଆଗକୁ ବଢ଼ିବାକୁ ହୋଇଥାଏ ।

ସାଥିମାନେ,

ଯେତେବେଳେ ଆମେ ସଂଯୋଗୀକରଣ ବିଷୟରେ କଥା ହେଉ, ଲୋକମାନେ ପ୍ରାୟତଃ ରେଳ-ସଡ଼କ କିମ୍ବା ବିମାନ ସଂଯୋଗକୁ ମନେ ପକାଇଥାନ୍ତି । କିନ୍ତୁ ଦେଶର ଏକତା ପାଇଁ ଆଉ ଏକ ସଂଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ତାହା ହେଉଛି ସାଂସ୍କୃତିକ ସଂଯୋଗ। ଗତ 11 ବର୍ଷ ମଧ୍ୟରେ ଦେଶ ଉତ୍ତର-ପୂର୍ବାଞ୍ଚଳର ବିକାଶ ସହିତ ସାଂସ୍କୃତିକ ସଂଯୋଗକୁ ମଧ୍ୟ ଗୁରୁତ୍ୱ ଦେଇଛି । ଏହା ଏକ ଅଭିଯାନ ଯାହା ନିରବଚ୍ଛିନ୍ନ ଭାବରେ ଜାରି ରହିଛି ଆଜି ଏହି କାର୍ଯ୍ୟକ୍ରମରେ ଆମେ ଏହି ଅଭିଯାନର ଏକ ଝଲକ ଦେଖୁଛୁ କିଛି ସମୟ ପୂର୍ବରୁ, ଆମେ ଜାତୀୟ ସ୍ତରରେ ବୀର ଲଚିତ ବୋରଫୁକାନଙ୍କ 400ତମ ଜୟନ୍ତୀ ମଧ୍ୟ ପାଳନ କରିଥିଲୁ। ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଆସାମ ଏବଂ ଉତ୍ତର-ପୂର୍ବର ଅନେକ ଯୋଦ୍ଧା ଅଭୂତପୂର୍ବ ବଳିଦାନ ଦେଇଥିଲେ । ଆମେ 'ଆଜାଦି କା ଅମୃତ ମହୋତ୍ସବ’ ସମୟରେ ଉତ୍ତର-ପୂର୍ବର ଯୋଦ୍ଧାମାନଙ୍କୁ, ଏହି ଅଞ୍ଚଳର ଇତିହାସକୁ ପୁନର୍ଜୀବିତ କଲୁ । ଆଜି ସମଗ୍ର ଦେଶ ଆମ ଆସାମର ଇତିହାସ ଏବଂ ଅବଦାନ ସହିତ ପରିଚିତ ହେଉଛି । କିଛି ସମୟ ପୂର୍ବରୁ ଆମେ ଦିଲ୍ଲୀରେ ଅଷ୍ଟଲକ୍ଷ୍ମୀ ମହୋତ୍ସବର ମଧ୍ୟ ଆୟୋଜନ କରିଥିଲୁ । ଏହି କାର୍ଯ୍ୟକ୍ରମରେ ମଧ୍ୟ ଆସାମର ସାମର୍ଥ୍ୟ ପ୍ରଦର୍ଶିତ ହୋଇଥିଲା, ଆସାମର ଦକ୍ଷତା ପ୍ରଦର୍ଶିତ ହୋଇଥିଲା ।ସାଥିମାନେ, ପରିସ୍ଥିତି ଯାହା କିଛି ହେଉନା କାହିଁକି, ଆସାମ ସର୍ବଦା ଦେଶକୁ ସ୍ବାଭିମାନ ର ସ୍ୱର ଉତ୍ତୋଳନ କରିଛି । ଭୁପେନ୍ ଦାଙ୍କ ଗୀତରେ ମଧ୍ୟ ସମାନ ନୋଟ୍ ଶୁଣିବାକୁ ମିଳେ | ଯେତେବେଳେ 1962ର ଯୁଦ୍ଧ ହୋଇଥିଲା, ଆସାମ ସେହି ଯୁଦ୍ଧର ସାକ୍ଷୀ ଥିଲା, ସେତେବେଳେ ଭୁପେନ୍ ଦା ଦେଶର ଶପଥ ଉଠାଇଥିଲେ, ସେହି ସମୟରେ ସେ ଗାଇଥିଲେ, 'ପ୍ରୋଟି ଜୋବାନ ରକ୍ତୋରେ ବିନ୍ଦୁ ,ହାହୋର ଅନନ୍ତ ହିନ୍ଦୁ, ସେଇ ହାହୋର ଦୁର୍ଜୟ ଲାରେ, ଜସିଲେ ପ୍ରୋଟିଗ୍ନା ଜୟାରେ ", ସେହି ଶପଥ ଦେଶବାସୀଙ୍କ ଉତ୍ସାହକୁ ନବୀକରଣ କରିଥିଲା

 

 ସାଥିମାନେ,

  ସେହି ଭାବନା ଆଜି ମଧ୍ୟ ଦେଶବାସୀଙ୍କ ହୃଦୟରେ ଏକ ପଥର ଭଳି ରହିଛି। ଅପରେସନ ସିନ୍ଦୁର ସମୟରେ ମଧ୍ୟ ଆମେ ଏହା ଦେଖିଛୁ ପାକିସ୍ତାନର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ଦେଶ ଏପରି ଭାବରେ ଜବାବ ଦେଇଥିଲା ଯେ ଭାରତର ଶକ୍ତିର ପ୍ରତିଧ୍ୱନି ସମଗ୍ର ବିଶ୍ୱକୁ ଯାଇଛି ।ଆମେ ଦେଖାଇ ଦେଇଛୁ, ଭାରତର ଶତ୍ରୁ କୌଣସି କୋଣରେ ସୁରକ୍ଷିତ ରହିବେ ନାହିଁ। ନୂତନ ଭାରତ କୌଣସି ମୂଲ୍ୟରେ ନିଜର ସୁରକ୍ଷା ଏବଂ ଆତ୍ମସମ୍ମାନ ସହ ଆପୋଷ ବୁଝାମଣା କରିବ ନାହିଁ ।

ସାଥିମାନେ,

 ଆସାମର ସଂସ୍କୃତିର ପ୍ରତ୍ୟେକ ଦିଗ ଚମତ୍କାର, ଅସାଧାରଣ ଏବଂ ସେଥିପାଇଁ ମୁଁ ଅନେକ ଥର କହୁଥିଲି ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ଦେଶର ପିଲାମାନେ ଆସାମ ପାଇଁ 'ଏ’ ପଢ଼ିବେ।  ଏଠାକାର ସଂସ୍କୃତି ସମ୍ମାନ ଏବଂ ଆତ୍ମସମ୍ମାନ ସହିତ ଅସୀମ ସମ୍ଭାବନାର ଉତ୍ସ ଆସାମର ପୋଷାକ, ଏଠାକାର ଖାଦ୍ୟ, ଆସାମର ପର୍ଯ୍ୟଟନ, ଏଠାକାର ଉତ୍ପାଦ, ଆମକୁ କେବଳ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ପରିଚିତ କରାଇବାକୁ ହେବ । ଆପଣମାନେ ସମସ୍ତେ ଜାଣନ୍ତି, ମୁଁ ନିଜେ ଆସାମର ଗମୋଶାକୁ ଗର୍ବର ସହ ବ୍ରାଣ୍ଡିଂ କରିଚାଲିଛି। ସେହିଭଳି ଭାବେ, ଆମକୁ ଆସାମର ପ୍ରତ୍ୟେକ ଉତ୍ପାଦକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ହେବ।

ସାଥିମାନେ,

 ଭୂପେନ୍ଦ୍ର ଦାଙ୍କ ସମଗ୍ର ଜୀବନ ଦେଶର ଲକ୍ଷ୍ୟ ପ୍ରତି ସମର୍ପିତ ଥିଲା ଆଜି, 'ଭୂପେନ୍ଦ୍ର ଦା "ଙ୍କ ଜନ୍ମ ଶତବାର୍ଷିକୀ ଅବସରରେ, ଆମକୁ ଦେଶ ପାଇଁ ଆତ୍ମନିର୍ଭରଶୀଳତାର ଶପଥ ନେବାକୁ ପଡ଼ିବ। ମୁଁ ଆସାମର ମୋର ଭାଇ ଓ ଭଉଣୀମାନଙ୍କୁ ନିବେଦନ କରିବି, ଆମକୁ ଭୋକାଲ ଫର ଲୋକାଲର ବ୍ରାଣ୍ଡ ଆମ୍ବାସାଡର ହେବାକୁ ପଡ଼ିବ। ଆମକୁ ସ୍ୱଦେଶୀ ଜିନିଷ ଉପରେ ଗର୍ବ କରିବାକୁ ପଡ଼ିବ। ଆମେ ଦେଶୀ ଜିନିଷ କିଣୁ ଏବଂ ଦେଶୀ ଜିନିଷ ବିକ୍ରି କରୁ । ଆମେ ଏହି ଅଭିଯାନଗୁଡ଼ିକୁ ଯେତେ ତ୍ୱରାନ୍ୱିତ କରିବୁ, ବିକଶିତ ଭାରତର ସ୍ୱପ୍ନ ସେତେ ଶୀଘ୍ର ପୂରଣ ହେବ। ସାଥିମାନେ,ଭୁପେନ୍ ଦା 13 ବର୍ଷ ବୟସରେ ଅଗ୍ନିଜୁଗର୍ ଫିରିଙ୍ଗୋତି ମୋଏ, ନୋତୁନ୍ ଭାରତ ଗୋଡିମ୍, ହରବୋହରର୍ ହରବୋଶ୍ୱୋ ପୁନୋର ଫିରାଇ ଆନିମ୍, ନୋତୁନ୍ ଭାରତ ଗୋଡିମ୍ ଗୀତ ଲେଖିଥିଲେ।

 

 ସାଥିମାନେ,

ଏହି ଗୀତରେ ସେ ନିଜକୁ ଅଗ୍ନିଶିଖା ଭାବେ ବିବେଚନା କରି ଏକ ନୂତନ ଭାରତ ନିର୍ମାଣ କରିବାର ସଂକଳ୍ପ ନେଇଥିଲେ ଏକ ନୂତନ ଭାରତ, ଯେଉଁଠାରେ ପ୍ରତ୍ୟେକ ପୀଡ଼ିତ ଏବଂ ବଞ୍ଚିତ ବ୍ୟକ୍ତି ନିଜର ଅଧିକାର ଫେରିପାଇବେ ।

ମୋର ଭାଇ ଓ ଭଉଣୀମାନେ,

ସେତେବେଳେ ଭୂପେନ୍ଦ୍ର ଦା ଯେଉଁ ନୂଆ ଭାରତର ସ୍ୱପ୍ନ ଦେଖିଥିଲେ, ତାହା ଆଜି ଦେଶର ସଂକଳ୍ପରେ ପରିଣତ ହୋଇଛି । ଆମକୁ ଏହି ସଂକଳ୍ପ ସହିତ ନିଜକୁ ଯୋଡ଼ିବା ଆବଶ୍ୟକ ଆମେ ଗ୍ରହଣ କରୁଥିବା ପ୍ରତ୍ୟେକ ସଂକଳ୍ପର କେନ୍ଦ୍ରରେ 2047 ମସିହାର ଏକ ବିକଶିତ ଭାରତକୁ ରଖିବା ପାଇଁ ଆଜି ସମୟ ଆସିଛି ।ଏହାର ପ୍ରେରଣା ଆମେ ଭୁପେନ୍ ଦାଙ୍କ ଗୀତରୁ, ତାଙ୍କ ଜୀବନରୁ ପାଇବୁ ଆମର ଏହି ସଂକଳ୍ପଗୁଡ଼ିକ ଭୂପେନ୍ଦ୍ର ହଜାରିକାଙ୍କ ସ୍ୱପ୍ନକୁ ସାକାର କରିବ। ଏହି ଭାବନା ସହିତ ମୁଁ ପୁଣି ଥରେ ସମସ୍ତ ଦେଶବାସୀଙ୍କୁ 'ଭୁପେନ୍ ଦା "ଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ମୋର ପ୍ରାର୍ଥନା, ଆପଣଙ୍କ ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ମୋବାଇଲ୍ ଫୋନର ଫ୍ଲାସଲାଇଟ୍ ଅନ୍ କରି ଭୁପେନ୍ ଦାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତୁ । ଏହି ଦ୍ୱୀପପୁଞ୍ଜର ହଜାର ହଜାର ଲୋକ ଭୁପେନ୍ ଦାଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଆଜିର ପିଢ଼ି ତାଙ୍କ ସ୍ୱରକୁ ଆଲୋକରେ ସଜାଇବାରେ ଲାଗିଛି।

ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ  ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over the mishap at the Visakhapatnam Steel Plant
June 08, 2026
PM announces ex-gratia from PMNRF

Prime Minister Shri Narendra Modi today expressed sadness over the mishap at the Visakhapatnam Steel Plant. The Prime Minister extended his condolences to those who have lost their loved ones and prayed that the injured recover at the earliest. He noted that the local authorities are providing all possible assistance to those affected.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each deceased. The Prime Minister added that the injured would be given Rs. 50,000.

The Prime Minister posted on X:

"Saddened by the mishap at the Visakhapatnam Steel Plant. Condolences to those who have lost their loved ones. Praying that the injured recover at the earliest. The local authorities are providing all possible assistance to those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi"