ଇଣ୍ଡୋନେସିଆର ସୁଲାୱେସୀ ଅଂଚଳରେ ନିକଟରେ ସଂଘଟିତ ସୁନାମୀ ଏବଂ ଭୂମିକମ୍ପରେ ବହୁ ଧନଜୀବନ ନଷ୍ଟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି
ଅନ୍ତର୍ଜାତୀୟ ସହାୟତା ପାଇଁ ଇଣ୍ଡୋନେସିଆର ଆବେଦନର ଉତ୍ତରରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଯଥାସମ୍ଭବ ସହାୟତା ପାଇଁ ଭାରତର ବନ୍ଧୁ ତଥା ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହିତ ଟେଲିଫୋନ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ଇଣ୍ଡୋନେସିଆ ରାଷ୍ଟ୍ରପତି ମହାମହିମ ଜୋକୋ ୱିଡୋଡୋଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ଇଣ୍ଡୋନେସିଆର ସୁଲାୱେସୀ ଅଂଚଳରେ ନିକଟରେ ସଂଘଟିତ ସୁନାମୀ ଏବଂ ଭୂମିକମ୍ପରେ ବହୁ ଧନଜୀବନ ନଷ୍ଟ ହୋଇଥିବାରୁ ନିଜେ ଏବଂ ଭାରତବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇଥିଲେ ।

ଏହି ଭୟାବହ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଯୋଗୁ ଇଣ୍ଡୋନେସିଆର ଲୋକମାନେ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇପାରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କ ସାହସ ଓ ଧୈର୍ଯ୍ୟଶକ୍ତିର ପ୍ରଶଂସା କରିଥିଲେ ।

ଅନ୍ତର୍ଜାତୀୟ ସହାୟତା ପାଇଁ ଇଣ୍ଡୋନେସିଆର ଆବେଦନର ଉତ୍ତରରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଯଥାସମ୍ଭବ ସହାୟତା ପାଇଁ ଭାରତର ବନ୍ଧୁ ତଥା ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

ସମବେଦନା ଏବଂ ସହାୟତା ପ୍ରସ୍ତାବ ପାଇଁ ରାଷ୍ଟ୍ରପତି ୱିଡୋଡୋ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

କୂଟନୈତିକ ଏବଂ ଅଧିକାରୀ ସ୍ତରରେ ଭାରତର ରିଲିଫ ସହାୟତାର ବିବରଣୀ ନିର୍ଦ୍ଧାରଣ କରାଯିବ ବୋଲି ଦୁଇ ନେତା ସହମତ ହୋଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi