ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ମୋରିସନ୍ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବର୍ଟଙ୍କୁ ତାଙ୍କର ନେତୃତ୍ୱ ନିମନ୍ତେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
“ଏତେ କମ୍ ସମୟ ଭିତରେ ଇଣ୍ଡସ୍ ଏକ୍‌ଟାରେ ହସ୍ତାକ୍ଷର କରିବା ଦୁଇ ଦେଶ ମଧ୍ୟରେ ରହିଥିବା ପାରସ୍ପରିକ ବିଶ୍ୱାସର ଗଭୀରତାକୁ ଦର୍ଶାଉଛି”
“ଏହି ରାଜିନାମା ଅଧାରରେ ଆମେ ଯୋଗାଣ ଶୃଙ୍ଖଳା ଗୁଡିକୁ ଆହୁରି ଅଧିକ ସୁଦୃଢ଼ କରିବା ଏବଂ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ସ୍ଥିରତା ପ୍ରତି ଯୋଗଦାନ ଦେବା ନିମନ୍ତେ ସକ୍ଷମ ହୋଇପାରିବା”
“ଏହି ରାଜିନାମା ଆମ ବିଦ୍ୟାର୍ଥୀ, ପେଶାଦାର ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବିନିମୟର ସୁବିଧା ପ୍ରଦାନ କରିବ, ଯାହା ଜନ ସମ୍ପର୍କକୁ ଆହୁରି ମଜଭୁତ କରିବ”
ଆଗାମୀ ବିଶ୍ୱ କପ୍ ଫାଇନାଲ୍ ନିମନ୍ତେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ଦଳକୁ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ମୋରିସନ୍‌, ଭାରତ ଓ ଅଷ୍ଟ୍ରେଲିଆର ବାଣିଜ୍ୟ ମନ୍ତ୍ରୀଦ୍ୱୟ ତଥା ଦୁଇଦେଶର ସମସ୍ତ ବନ୍ଧୁ, ଯେଉଁମାନେ ଆଜିର ଏହି ଆଭାସୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି, ସମସ୍ତଙ୍କୁ  ନମସ୍କାର !

ଆଜି ମାସକରୁ କମ୍ ସମୟ ମଧ୍ୟରେ ଏହା ମୋର ବନ୍ଧୁ ସ୍କଟ୍‌ଙ୍କ ସହିତ ତୃତୀୟ ପ୍ରତ୍ୟକ୍ଷ ଆଲୋଚନା । ଗତ ସପ୍ତାହରେ ଆୟୋଜିତ ଆଭାସୀ ଶିଖର ବୈଠକରେ ଆମ ଦୁଇଜଣଙ୍କ ମଧ୍ୟରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଥିଲା । ସେହି ସମୟରେ ଆମେ ଉଭୟ ଆମର ଟିମ୍‌କୁ ଅର୍ଥନୀତିକ ସହଯୋଗ ଓ ବାଣିଜ୍ୟ ଚୁକ୍ତି ଘେନି ଚାଲିଥିବା କଥାବାର୍ତ୍ତାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲୁ । ଆଜି ସେହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେଉଥିବାରୁ ମୁଁ ବିଶେଷ ଆନନ୍ଦିତ । ଏହି ଅସାଧାରଣ ଉପଲବ୍ଧି ପାଇଁ ମୁଁ ଉଭୟ ଦେଶର ବାଣିଜ୍ୟମନ୍ତ୍ରୀ ଏବଂ ସେମାନଙ୍କ ଅଧିକାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ଏହି ଅବସରରେ ମୁଁ ମଧ୍ୟ ନିର୍ଦ୍ଦିଷ୍ଟଭାବେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ  ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋରିସନଙ୍କ ବାଣିଜ୍ୟ ଦୂତ ଟନୀ ଆବଟଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା କ୍ଷେତ୍ରରେ ଆବଟଙ୍କ ଅବଦାନ ଭୁଲିବାର ନୁହେଁ ।

ବନ୍ଧୁଗଣ !

ଖୁବ୍ କମ୍ ସମୟ ମଧ୍ୟରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବା ଘଟଣାରୁ ପ୍ରମାଣିତ ହେଉଛି ଯେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ କେତେ ନିବିଡ । ଆମ ଦ୍ୱିପାକ୍ଷିକ ସମ୍ପର୍କରେ ଏହା ବାସ୍ତବରେ ଏକ ଐତିହାସିକ କ୍ଷଣ । ପରସ୍ପରର ଆବଶ୍ୟକତା ପୂରଣ କରିବାକୁ ଆମ ଅର୍ଥନୀତିର ପ୍ରଚଣ୍ଡ ସାମର୍ଥ୍ୟ ରହିଛି । ମୁଁ ନିଶ୍ଚିତ ଯେ ଏହି ଚୁକ୍ତି ଫଳରେ ଆମେ ଏସବୁ ସମ୍ଭାବନା ଓ ସାମର୍ଥ୍ୟର ଉପଯୋଗ କରିବାର ସୁଯୋଗକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିପାରିବୁ ।

ଏହି ରାଜିନାମା ଫଳରେ ଦୁଇଦେଶ ମଧ୍ୟରେ ବିଦ୍ୟାର୍ଥୀ, ବୃତ୍ତିଧାରୀ ଓ ପର୍ଯ୍ୟଟକ ଆଦାନପ୍ରଦାନ ପ୍ରକ୍ରିୟା ସହଜ ହେବ । ଏହା ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ କରିବ । ଭାରତ-ଅଷ୍ଟ୍ରେଲିଆ ଅର୍ଥନୀତିକ ସହଯୋଗ ଆଲୋଚନାର ସଫଳତା ଏବଂ ବାଣିଜ୍ୟ ରାଜିନାମା (ଇଣ୍ଡଅସ୍‌-ଏକ୍‌ଟା) ସ୍ୱାକ୍ଷର ପାଇଁ ମୁଁ ପୁନର୍ବାର ଦୁଇପକ୍ଷର ଟିମ୍‌କୁ ଅଭିନନ୍ଦନ ଜଣାଉଛି ।

ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋରିସନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି । ଅଷ୍ଟ୍ରେଲିଆର ଆଗାମୀ ନିର୍ବାଚନର ସଫଳ ପରିଚାଳନା ମଧ୍ୟ କାମନା କରୁଛି । ଆସନ୍ତାକାଲି ଅନୁଷ୍ଠିତ ମହିଳା ବିଶ୍ୱକପ୍ କ୍ରିକେଟ ଫାଇନାଲ ପାଇଁ ମଧ୍ୟ ଅଷ୍ଟ୍ରେଲିଆ ଦଳକୁ ଶୁଭେଚ୍ଛା ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Dhan accounts hold Rs 2.75 lakh crore in banks: Official

Media Coverage

Jan Dhan accounts hold Rs 2.75 lakh crore in banks: Official
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Nashik, Maharashtra
December 07, 2025

The Prime Minister, Shri Narendra Modi has expressed deep grief over the loss of lives due to a mishap in Nashik, Maharashtra.

Shri Modi also prayed for the speedy recovery of those injured in the mishap.

The Prime Minister’s Office posted on X;

“Deeply saddened by the loss of lives due to a mishap in Nashik, Maharashtra. My thoughts are with those who have lost their loved ones. I pray that the injured recover soon: PM @narendramodi”