ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 29 ଡିସେମ୍ବର 2018ରେ ଉତ୍ତର ପ୍ରଦେଶର ବାରଣାସୀ ଓ ଘାଜିପୁର ଗସ୍ତ କରିବେ । ଏହି ସମୟରେ ସେ ବାରଣାସୀଠାରେ ଷଷ୍ଠ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ଦକ୍ଷିଣ-ଏସିଆ ଆଞ୍ଚଳିକ କେନ୍ଦ୍ରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ବାରଣାସୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଦୀନଦୟାଲ ହସ୍ତ କଳା ସଙ୍କୁଳଠାରେ ଏକ ଜିଲ୍ଲା ଏକ ସାମଗ୍ରୀ ଶୀର୍ଷକ ଏକ ଆଞ୍ଚଳିକ ଶିଖର ସମ୍ମିଳନୀରେ ଯୋଗଦେବେ । ପରେ ଘାଜିପୁରଠାରେ ପ୍ରଧାନମନ୍ତ୍ରୀ ମହାରାଜା ସୁହେଲଦେଓଙ୍କ ସ୍ମୃତିରେ ଏକ ଡାକଟିକଟ ଉନ୍ମୋଚନ କରିବା ସହ ସେଠାରେ ଜନ ସମାବେଶକୁ ସମ୍ବୋଧନ କରିବେ ।

ଗସ୍ତ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବିହନ ଗବେଷଣା ଓ ତାଲିମ କେନ୍ଦ୍ର ପରିସରେ ନିର୍ମିତ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ଦକ୍ଷିଣ-ଏସିଆ ଆଞ୍ଚଳିକ ସଂସ୍ଥାନ ରାଷ୍ଟ୍ରକୁ ସମର୍ପିତ କରିବେ । ଏହି କେନ୍ଦ୍ର ଦକ୍ଷିଣ-ଏସିଆ ଓ ସାର୍କ ଅଞ୍ଚଳରେ ଧାନ ଗବେଷଣା ଓ ପ୍ରଶିକ୍ଷଣର ଏକ ପ୍ରମୁଖ କେନ୍ଦ୍ର ରୂପେ ଉଭା ହେବ । ପ୍ରଥମକରି ପ୍ରତିଷ୍ଠା କରାଯାଇଥିବା ଏହି କେନ୍ଦ୍ର ପୂର୍ବ-ଭାରତରେ ମଧ୍ୟ ପୋଷଣୀୟ ଧାନ ଉତ୍ପାଦନ ଓ ଏହାର ଉପଯୋଗ ଉପରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ମାନିଲାଠାରେ ପ୍ରତିଷ୍ଠା କରାଯାଇଥିବା ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ ସହ ଭାରତର ସମ୍ବନ୍ଧ 1960 ମସିହାରୁ ଆରମ୍ଭ ହୋଇଛି । ତେବେ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହିସାବରେ ଏହି ପ୍ରତିଷ୍ଠାନର ମୁଖ୍ୟାଳୟକୁ ନଭେମ୍ବର 2017ରେ ଗସ୍ତ କରିଥିଲେ । ଯେଉଁଠାରେ କି ସେ କୃଷି ସଂକ୍ରାନ୍ତ ନବସୃଜନ ଏବଂ ଧାନ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ଗବେଷଣାର ପ୍ରଗତି ନେଇ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଶ୍ରୀ ମୋଦୀ ବାରଣାସୀଠାରେ ଦୀନଦୟାଲ ହସ୍ତକଳା ସଙ୍କୁଳ ପରିସରରେ ଏକ ଜିଲ୍ଲା ଏକ ସାମଗ୍ରୀ ସଂକ୍ରାନ୍ତ ଆଞ୍ଚଳିକ ଶିଖର ସମ୍ମିଳନରେ ଅଂଶଗ୍ରହଣ କରିବେ । “ଏକ ଜିଲ୍ଲା ଏକ ସାମଗ୍ରୀ” ସ୍କିମର ଲକ୍ଷ୍ୟ ହେଲା ସ୍ଥାନୀୟ ଲୋକଙ୍କ ଦକ୍ଷତା ବୃଦ୍ଧି ଏବଂ ନିଜ ଅଞ୍ଚଳର ପାରମ୍ପରିକ ହସ୍ତକଳା ସାମଗ୍ରୀ ଓ ବ୍ୟବସାୟକୁ ବୃଦ୍ଧି କରିବା । ଯାହାଫଳରେ ଛୋଟ ଛୋଟ ସହର ଓ ଜିଲ୍ଲାରୁ ପ୍ରସ୍ତୁତ ସାମଗ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିବ । ଏହିସବୁ ସାମଗ୍ରୀ ମଧ୍ୟରେ ରହିଛି ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀ, ଇଞ୍ଜିନିୟରିଂ ସାମଗ୍ରୀ, ଗାଲିଚା, ରେଡିମେଡ ପୋଷାକ, ଚମଡା ସାମଗ୍ରୀ ଆଦି ଅନ୍ତର୍ଭୁକ୍ତ । ଏହିସବୁ ସାମଗ୍ରୀ ପାଇଁ ଦେଶ ବିଦେଶରେ ବଜାର ସୃଷ୍ଟି କରାଗଲେ ବିପୁଳ ବୈଦେଶିକ ମୁଦ୍ରା ଉପାର୍ଜନ ସହ ନିଯୁକ୍ତ ସୁଯୋଗ ମଧ୍ୟ ସୃଷ୍ଟି ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Now, you can port FASTag from one bank to another

Media Coverage

Now, you can port FASTag from one bank to another
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Rosh Hashanah to PM Netanyahu, people of Israel and Jewish communities worldwide
September 12, 2026

The Prime Minister, Shri Narendra Modi has extended greetings on the occasion of Rosh Hashanah to Prime Minister of Israel, Benjamin Netanyahu, the people of Israel and Jewish communities across the globe.

The Prime Minister wished that the new year be filled with peace, hope, good health and continued progress for all.

In a post on X, Shri Modi wrote;

“‎Shana Tova!

‎Wishing a very happy Rosh Hashanah to Prime Minister Netanyahu, the people of Israel and Jewish communities across the globe.

‎May the new year be filled with peace, hope, good health and continued progress for all.

‎שנה טובה!

 

‎ מאחל שנה טובה ושמחה לראש הממשלה נתניהו, לעם ישראל ולקהילות היהודיות ברחבי העולם.

 

‎ מי ייתן והשנה החדשה תביא עמה שלום, תקווה, בריאות טובה וקדמה לכולם.


‎ ⁦‪@netanyahu‬⁩”