ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଂଶିଟନ ଡିସିଠାରେ ଭାରତୀୟ ସମୁଦାୟର ଲୋକଙ୍କ ସହ ମତବିନିମୟ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର କୌଣସି ଏକ ସୁଖବର ଓ ସଫଳତାରେ ଦରିଆପାରି ଭାରତୀୟ ବଂଶୋଦ୍ଭବମାନେ ଖୁସିରେ ଉତଫୁଲ୍ଲିତ ହୋଇଥାନ୍ତି । ଭାରତ ସଫଳତାର ସିଢ଼ିରେ ଆଗକୁ ବଢ଼ିବା ଲାଗି ସେମାନେ ସଦାସର୍ବଦା କାମନା କରିଥାନ୍ତି । ଆମେରିକୀୟ ଅର୍ଥନୀତିକୁ ସମୃଦ୍ଧି କରିବା ଦିଗରେ ସେମାନଙ୍କ ଭୂମିକାକୁ ଶ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ । ଏବେ ଭାରତୀୟ ଲୋକମାନଙ୍କୁ ଉପଯୁକ୍ତ ସୁଯୋଗ ଓ ଅବସର ମିଳୁଛି । ତେଣୁ ଯଥାଶୀଘ୍ର ସେମାନେ ଭାରତର ସ୍ୱରୂପକୁ ବଦଳାଇବା ଦିଗରେ ସକ୍ଷମ ହେବେ ।
ଗତ ତିନିବର୍ଷ ମଧ୍ୟରେ ସରକାରଙ୍କ ବିରୋଧରେ କୌଣସି ଗୋଟିଏ ହେଲେ ଦୁର୍ନୀତିର ଅଭିଯୋଗ ହୋଇନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଶ୍ରୀ ମୋଦୀ ଏହି ଅବସରରେ କହିଲେ ଯେ ଦୁର୍ନୀତି ହ୍ରାସ କରିବା ଦିଗରେ ପ୍ରଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (DBT)ର ଉପକାରିତା ସମ୍ପର୍କରେ ଉଲ୍ଲେଖ କରି ସେ କହିଲେ ଯେ ସବସିଡିକୁ ଲକ୍ଷ୍ୟସ୍ଥଳରେ ପହଂଚାଇବା ଓ ଏଥିରେ ହେଉଥିବା ବ୍ୟାପକ ବାଟମାରଣାକୁ ଏବେ ରୋକାଯାଇପାରିଛି । ଯେଉଁ ପରିବାରମାନେ ଏଲପିଜି ସବସିଡି ଫେରସ୍ତ କରିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ତେଣୁ ସରକାର ଏବେ 5 କୋଟି ଗରିବ ପରିବାରଙ୍କୁ ଏଲପିଜି ହସ୍ତାନ୍ତରଣର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷାରେ “ମୁଁ ଯେତେବେଳେ ବିକଶିତ ଭାରତ କଥା ଚିନ୍ତାକରେ, ମୁଁ ସୁସ୍ଥ ଭାରତ କଥା ଚିନ୍ତା କରେ, ବିଶେଷ କରି ଆମ ଦେଶର ମହିଳା ଓ ଶିଶୁମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କଥା ମୋ ମନକୁ ଆସେ ।”
ପ୍ରଯୁକ୍ତି ଭିତ୍ତିକ ଶାସନ ବ୍ୟବସ୍ଥା ମାଧ୍ୟମରେ ଏକ ଆଧୁନିକ ଭାରତ ହେବାକୁ ଯାଉଛି । ଯେତେବେଳେ ଉଚିତ ନୀତି ଓ ଶାସନ ବ୍ୟବସ୍ଥା ଲାଗୁ ହେବ, ଦେଶର ସାଧାରଣ ଜନତାଙ୍କ ଆଶାଆକାଂକ୍ଷା ପୂରଣ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆତଙ୍କବାଦ ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏଭଳି ଅପଶକ୍ତିର ବିପଦ ସମ୍ପର୍କରେ ବିଶ୍ୱ ଏବେ ବୁଝିପାରିଛି । ନିକଟ ଅତୀତରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ ପ୍ରସଙ୍ଗରେ ସେ ସୂଚାଇଥିଲେ ।
ସେହିଭଳି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ବିଶେଷ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ଉଦ୍ୟମ ଫଳରେ ବିଶ୍ୱବ୍ୟାପୀ ଦୁର୍ଗତ ଭାରତୀୟମାନଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଇପାରିଛି ।

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect