ଜମାକର୍ତା ଓ ନିବେଶକଙ୍କ ବିଶ୍ୱାସ ତଥା ପାରଦର୍ଶିତା ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା: ପ୍ରଧାନମନ୍ତ୍ରୀ
ଦେଶକୁ ଅସ୍ୱଚ୍ଛ ଋଣ ସଂସ୍କୃତିରୁ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି: ପ୍ରଧାନମନ୍ତ୍ରୀ
ବିତୀୟ ସମାବେଶ ପରେ ଦେଶରେ ଦ୍ରୁତ ଆର୍ଥିକ ସଶକ୍ତି କରଣ ହେଉଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆର୍ଥିକ ସେବା ସମ୍ପର୍କିତ ବଜେଟ ବ୍ୟବସ୍ଥାଗୁଡିକୁ ପ୍ରଭାବଶାଳୀ ଢଙ୍ଗରେ ଲାଗୁ କରିବାକୁ ୱେବିନାରରେ ଉଦବୋଧନ ଦେଇଛନ୍ତି।

ବେସରକାରୀ କ୍ଷେତ୍ରର ଭାଗିଦାରୀ ବୃଦ୍ଧି ଓ ରାଷ୍ଟ୍ରାୟତ ସଂସ୍ଥାଗୁଡିକୁ ମଜବୁତ କରିବା ପାଇଁ କେନ୍ଦ୍ର ବଜେଟରେ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ଦେଶର ଆର୍ଥିକ କ୍ଷେତ୍ର ପ୍ରତି ସରକାରଙ୍କ ଦୃଷ୍ଟିକୋଣ ସୁସ୍ପଷ୍ଟ। ଜମାକର୍ତା ଓ ନିବେଶକଙ୍କ ବିଶ୍ୱାସ ତଥା ପାରଦର୍ଶିତା ସୁନିଶ୍ଚିତ କରିବାକୁ ଆମେ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ। ବ୍ୟାଙ୍କିଂ ଓ ନନ-ବ୍ୟାଙ୍କିଂ କ୍ଷେତ୍ରରେ ରହିଥିବା ପୁରୁଣା ଶୈଳୀ ଓ ବ୍ୟବସ୍ଥା ପରିବର୍ତନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି।

୧୦/୧୨ବର୍ଷ ପୂର୍ବେ ଆକ୍ରମଣାତ୍ମକ ଋଣ ପ୍ରଦାନ କରି ଦେଶର ବ୍ୟାଙ୍କିଂ ଓ ଆର୍ଥିକ କ୍ଷେତ୍ର ବେଶ ପ୍ରଭାବିତ ହୋଇଥିଲା। ଦେଶକୁ ଅସ୍ୱଚ୍ଛ ଋଣ ସଂସ୍କୃତିରୁ ମୁକ୍ତ କରିବାକୁ ଗୋଟିକ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। ଏବେ ଏନପିଏ ଲୁଚାଇ ରଖିବା ବଦଳରେ ଦିନକର ହେଉ ପଛକେ ଏନପିଏ ରିପୋର୍ଟ ଦେବା ବାଧ୍ୟତା ମୂଳକ କରାଯାଇଛି।

ସରକାର ବ୍ୟବସାୟର ଅନିଶ୍ଚିତତାକୁ ବୁଝୁଛନ୍ତି ଓ ବ୍ୟବସାୟିକ ନିଷ୍ପତି ଖରାପ ଉଦେଶ୍ୟ ରଖି ନିଆଯାଉଥିବା କୁହାଯାଇପାରିବ ନାହିଁ। ଏପରିସ୍ଥିତିରେ ବିବେକାନୁମୋଦିତ ବ୍ୟାବସାୟିକ ନିଷ୍ପତିକୁ ସମର୍ଥନ କରିବା ସରକାରଙ୍କ ଦାୟିତ୍ୱ। ଇନସଲଭେନ୍ସିଓ ବ୍ୟାଙ୍କର ପ୍ସିକୋଡ ଭଳି ବ୍ୟବସ୍ଥା ଋଣଦାତା ତଥା ଋଣଗ୍ରହୀତାଙ୍କୁ ଆଶ୍ୱସ୍ତ କରିବ ବୋଲି ପ୍ରଧାନମନ୍ତ୍ରୀକହିଛନ୍ତି।

ନାଗରିକଙ୍କ ଆୟ ସୁରକ୍ଷା, ଗରିବଙ୍କୁ ମିଳୁଥିବା ସରକାରୀ ସୁବିଧାସୁଯୋଗର ସଫଳ ଓ ସୁଷମ ବଣ୍ଟନ, ଦେଶର ବିକାଶ ପାଇଁ ଭିତ୍ତିଭୂମି ନିବେଶକୁ ପ୍ରୋତ୍ସାହନ ଆଦି ସରକାରଙ୍କ ପ୍ରାଥମିକତାରେ ସାମିଲ ରହିଛି। ଗତ କିଛିବର୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଆର୍ଥିକ ସଂସ୍କାର ଗୁଡିକରେ ଏହି ପ୍ରାଥମିକତା ପ୍ରତିଫଳିତ ହେଉଛି। ଆର୍ଥିକକ୍ଷେତ୍ରକୁ ମଜବୁତ କରିବାର ଦୃଷ୍ଟିଭଙ୍ଗୀ କେନ୍ଦ୍ରବଜେଟରେ ଗୁରୁତ୍ୱ ପାଇଛି। ଆମ ଅର୍ଥନୀତିରେ ବ୍ୟାଙ୍କିଂ ଓ ବୀମା କ୍ଷେତ୍ର ପାଇଁ ଅନେକ ସୁଯୋଗ ରହିଛି। ଏସବୁ ସମ୍ଭାବନାକୁ ଦୃଷ୍ଟିରେ ରଖି ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ, ବୀମାକ୍ଷେତ୍ରରେ ୭୪ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜିନିବେଶ, ଏଲଆଇସିର ଆଇପିଓ ଜାରି ଭଳି ପଦକ୍ଷେପ ବଜେଟରେ ଘୋଷଣା ହୋଇଛି।

ଆବଶ୍ୟକ ସ୍ଥଳେ ବେସରକାରୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି। ତେବେ ଏହା ସହିତ ଦେଶ ପାଇଁ ବ୍ୟାଙ୍କିଂ ଓ ବୀମାକ୍ଷେତ୍ରରେ ରାଷ୍ଟ୍ରାୟତକ୍ଷେତ୍ରର ଭାଗିଦାରୀର ଆବଶ୍ୟକତା ରହିଛି।

ରାଷ୍ଟ୍ରାୟତ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଇକ୍ୱିଟି ପୁଞ୍ଜିନିବେଶ ଉପରେ ଜୋରଦିଆଯାଉଛି। ବ୍ୟାଙ୍କଗୁଡିକର ଏନପିଏ ଉପରେ ନଜର ରଖିବା ଓ ଋଣସମସ୍ୟାକୁ ଗୁରୁତ୍ୱପ୍ରଦାନ କରି ସମାଧାନ କରିବା ପାଇଁ ନୂଆ ଏଆରସି ଢାଂଚା ପ୍ରସ୍ତୁତ ହେଉଛି। ଏହା ଦ୍ୱାରା ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ମଜବୁତ ହେବ। ଭିତିଭୂମି ବିକାଶ ଓ ଔଦ୍ୟୋଗିକ ପ୍ରକଳ୍ପର ଦୀର୍ଘକାଳୀନ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆବିକାଶ ବିତୀୟ ସଂସ୍ଥା ସମ୍ପର୍କରେ ଆଲୋଚନା କରାଯାଉଛି। ଭିତ୍ତିଭୂମି ନିବେଶ ପାଇଁ ସୋଭରେନୱେଲଥ ଫଣ୍ଡ, ପେନସନ ଫଣ୍ଡ ଓ ବୀମାକମ୍ପାନୀଗୁଡିକ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କେବଳ ବଡଉଦ୍ୟୋଗ ଓ ବଡ ସହର ଦ୍ୱାରା ଭାରତକୁ ଆତ୍ମନିର୍ଭର କରାଯାଇ ପାରିବନାହିଁ। ଛୋଟ ଉଦ୍ୟୋଗୀ ତଥା ସାଧାରଣ ଲୋକଙ୍କ କଠିନ ପରିଶ୍ରମ ଦ୍ୱାରା ଗାଁରେ ଆତ୍ମନିର୍ଭର ଭାରତ ଗଢି ଉଠିବ। କୃଷକ ତଥା ଉନ୍ନତ କୃଷିଉତ୍ପାଦ ପ୍ରସ୍ତୁତକାରୀ ସଂସ୍ଥା ଦ୍ୱାରା ଆତ୍ମନିର୍ଭର ଭାରତ ଗଢାଯିବ। ଏମଏସଏମଇ ଓ ଷ୍ଟାର୍ଟଅପ ଗୁଡିକରୁ ଆତ୍ମନିର୍ଭର ଭାରତ ପ୍ରସ୍ତୁତ ହେବ। କରୋନା ସମୟରେ ଏମଏସଏମଇ ପାଇଁ ବିଶେଷ ଯୋଜନା ପ୍ରସ୍ତୁତ ହୋଇଥିଲା ଓ ଏହି ଯୋଜନାର ଲାଭ ୯୦ ଲକ୍ଷ ଉଦ୍ୟୋଗୀ ଉଠାଇ ୨.୪ ଟ୍ରିଲିୟନ ଟଙ୍କା ଋଣ ପାଇଥିଲେ। ସରକାର ଅନେକ ସଂସ୍କାର କାର୍ଯ୍ୟକ୍ରମ କରିବା ସହ ଏମଏସଏମଇ ପାଇଁ କୃଷି, କୋଇଲା ଓ ଅନ୍ତରୀକ୍ଷ କ୍ଷେତ୍ରକୁ ଉନ୍ମୁକ୍ତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅର୍ଥନୀତି ବ୍ୟାପକ ହେବା ସହିତ ଏହାର ତ୍ୱରିତ ବିକାଶ ପାଇଁ ଋଣପ୍ରଦାନ ଗୁରୁତ୍ୱପୂର୍ଣ୍ଣ। ନୂଆଷ୍ଟାର୍ଟ ଅପ ପାଇଁ ନୂଆ ତଥା ଉନ୍ନତ ଉତ୍ପାଦ ପ୍ରସ୍ତୁତ କରିବାରେ ଫିନଟେକ ଷ୍ଟାର୍ଟଅପର ଭୂମିକାକୁ ପ୍ରଶଂସା କରିଥିଲେ। କରୋନା ବେଳେ ଷ୍ଟାର୍ଟଅପ କାରବାରରେ ଫିନଟେକର ଭାଗିଦାରୀ ଅଧିକ ଥିଲା। ଚଳିତବର୍ଷ ଭାରତର ଆର୍ଥିକକ୍ଷେତ୍ରରେ ପ୍ରଗତି ଜାରି ରହିବ ବୋଲି ବିଶେଷଜ୍ଞମାନେ ମତଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଗତ କିଛି ବର୍ଷ ମଧ୍ୟରେ ପ୍ରଯୁକ୍ତିର ଉନ୍ନତ ଉପଯୋଗ ଓ ସୃଷ୍ଟ ନୂତନ ବ୍ୟବସ୍ଥା ଦେଶର ବିତୀୟ ଅନ୍ତର୍ଭୁକ୍ତିରେ ଖୁବବଡ ଭୂମିକା ନିର୍ବାହ କରିଛନ୍ତି। ଏବେ ଦେଶର ୧୩୦କୋଟି ଲୋକଙ୍କ ପାଖରେ ଆଧାର କାର୍ଡ ଥିବାବେଳେ ୪୨କୋଟିରୁ ଅଧିକ ଲୋକଙ୍କର ଜନଧନ ଆକାଉଣ୍ଟ ରହିଛି ।ଏଥିରୁ ୫୫ ପ୍ରତିଶତ ଜନଧନ ଆକାଉଣ୍ଟଧାରୀ ମହିଳା ଓ ସେହି ଆକାଉଣ୍ଟ ଗୁଡିକରେ ଦେଢଲକ୍ଷ କୋଟି ଟଙ୍କା ଜମା ରହିଛି। ମୁଦ୍ରା ଯୋଜନା ମାଧ୍ୟମରେ ୧୫ଲକ୍ଷ କୋଟି ଟଙ୍କା ଋଣ ଛୋଟ ଉଦ୍ୟୋଗୀଙ୍କୁ ମିଳିଛି। ଏଥିରେ ୭୦ପ୍ରତିଶତ ମହିଳା ଓ ୫୦ପ୍ରତିଶତରୁ ଅଧିକ ଦଳିତ, ବଂଚିତ, ଜନଜାତୀୟ ତଥା ପଛୁଆବର୍ଗର ଉଦ୍ୟୋଗୀ ରହିଛନ୍ତି।

ପିଏମ କିଷାନ ସ୍ୱନିଧି ଯୋଜନାରେ ୧୧ କୋଟି କୃଷକ ପରିବାର ୧ଲକ୍ଷ ୧୫ ହଜାର କୋଟିଟଙ୍କା ସିଧାସଳଖ ନିଜ ଆକାଉଣ୍ଟରେ ପାଇଛନ୍ତି। ପିଏମ ସ୍ୱନିଧି ଯୋଜନା ଦ୍ୱାରା ପ୍ରଥମେ ରାସ୍ତାକଡ ବ୍ୟବସାୟୀଙ୍କୁ ବିତୀୟ ସମାବେଶରେ ସାମିଲ କରାଯାଇଥିଲା। ପ୍ରାୟ ୧୫ ଲକ୍ଷ ବିକ୍ରେତାଙ୍କୁ୧୦ ହଜାର କୋଟି ଟଙ୍କା ଋଣ ଦିଆଯାଇଛି। ଏମଏସଏମଇର ସହଜ ଋଣ ପାଇଁ ଟ୍ରେଡସ, ପିବିଏସ ଡିଜିଟାଲ ଋଣ ପ୍ଲାଟଫର୍ମ କାମକରୁଛି। କ୍ଷୁଦ୍ରଚାଷୀ, ପଶୁପାଳକ ଓ ମତ୍ସ୍ୟଜୀବିଙ୍କୁ ଅନୌପଚାରିକ ଋଣ କବଳରୁ କିଷାନ କ୍ରେଡିଟ କାର୍ଡ ମୁକ୍ତ କରିଛି। ଏହି କ୍ଷେତ୍ର ପାଇଁ ନୂଆ ଆର୍ଥିକ ଉତ୍ପାଦ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ସେବାଠାରୁ ମାନୁଫାକ୍ଚରିଂ ପର୍ଯ୍ୟନ୍ତ ଦକ୍ଷ ଓ ସେମାନେ ଆର୍ଥିକ ଶୃଙ୍ଖଳିତ ହୋଇଥିବାରୁ ଗ୍ରାମୀଣ ଭିତ୍ତିଭୂମି ପାଇଁ ସେମାନଙ୍କୁ ନିବେଶର ମାଧ୍ୟମ କରାଯାଇପାରିବ। ଏହା କେବଳ କଲ୍ୟାଣ ମୂଳକ ପ୍ରସଙ୍ଗ ନୁହେଁ ବରଂ ଏକ ଉନ୍ନତ ବିଜିନେସ ମଡେଲ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବିତୀୟ ସମାବେଶ ପରେ ଦେଶ ଆର୍ଥିକ ସଶକ୍ତିକରଣ ଦିଗରେ ଦ୍ରୁତ ଅଗ୍ରସର ହେଉଛି। ଆଗାମୀ ପାଂଚବର୍ଷ ମଧ୍ୟରେ ଭାରତର ଫିନଟେକ ବଜାର ୬ଟ୍ରିଲିୟନରୁ ଅଧିକ ହେବ ବୋଲି ଆକଳନକରା ଯାଉଥିବାରୁ ଆଇଏଫଏସସିଗିଫ୍ଟସିଟିରେ ଏକ ବିଶ୍ୱସ୍ତରୀୟ ଫାଇନାନ୍ସିଆଲ ହବ ନିର୍ମିତ ହେଉଛି`। ଭାରତରେ ଆଧୁନିକ ଭିତ୍ତିଭୂମି ନିର୍ମାଣ କେବଳ ମହତ୍ୱାକାଂକ୍ଷା ନୁହେଁ ବରଂ ଆତ୍ମନିର୍ଭର ଭାରତର ଆବଶ୍ୟକତା। ତେଣୁ ଚଳିତବର୍ଷର ବଜେଟରେ ଭିତ୍ତିଭୂମି କ୍ଷେତ୍ର ପାଇଁ ବଡ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏହି ଲକ୍ଷ୍ୟ ହାସଲ ପାଇଁ ନିବେଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ସହ ନିବେଶ ବଢାଇବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିତୀୟ କ୍ଷେତ୍ରର ସମ୍ପୂର୍ଣ୍ଣ ସହଯୋଗ ଦ୍ୱାରା ହିଁ ଏହି ଲକ୍ଷ୍ୟହାସଲ ହୋଇପାରିବ। ବିତୀୟ ବ୍ୟବସ୍ଥା ମଜବୁତ ପାଇଁ ସରକାର ବ୍ୟାଙ୍କିଂ କ୍ଷେତ୍ର ମଜବୁତ କରିବାକୁ ସଂକଳ୍ପବଦ୍ଧ। ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର କରାଯାଉଛି ଓ ଏହା ଜାରି ରହିବ।

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour