ପ୍ରଧାନମନ୍ତ୍ରୀ ଆମ ସ୍ବାଧୀନତା ସଂଗ୍ରାମରେ ଜନଜାତି ସମୁଦାୟର ଯୋଗଦାନକୁ ମନେ ପକାଇ ଥିଲେ ଏବଂ ପ୍ରମୁଖ ଆଦିବାସୀ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମର ସ୍ମୃତିଚାରଣ କରିଥିଲେ ।
‘‘ଭଗବାନ ବିର୍ସା ମୁଣ୍ଡା କେବଳ ଆମ ସ୍ବାଧୀନତା ସଂଗ୍ରାମର ନାୟକ ନଥିଲେ ବରଂ ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିର ବାହକ ଥିଲେ’’
‘‘ମହାନ ଆଦିବାସୀ ପରମ୍ପରାରୁ ଶିକ୍ଷା ଲାଭ କରି ଭାରତ ନିଜ ଭବିଷ୍ୟତକୁ ରୂପ ଦେବା ଉଚିତ୍‌ । ଜନଜାତୀୟ ଗୌରବ ଦିବସ ଏଥିପାଇଁ ଏକ ସୁଯୋଗ ଏବଂ ମାଧ୍ୟମ ସାଜିବ ବୋଲି ମୋର ବିଶ୍ବାସ ରହିଛି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ଜନଜାତୀୟ ଗୌରବ ଦିବସର ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଏବଂ କୋଟି କୋଟି ଜନଜାତୀୟ ମହାନାୟକଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଦେଶ ‘‘ପଞ୍ଚ ପ୍ରାଣ’’ର ଶକ୍ତିକୁ ନେଇ ଆଗକୁ ବଢ଼ୁଅଛି। ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ନିଜ ଆଦିବାସୀ ପରମ୍ପରାକୁ ନେଇ ଗର୍ବ କରୁଛି ଏବଂ ଏହି ପଞ୍ଚ ପ୍ରାଣର ଊର୍ଜା ବଳରେ ଆଦିବାସୀ ସମୁଦାୟର ବିକାଶ ପାଇଁ ସଂକଳ୍ପ ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ୧୫ ନଭେମ୍ବର ହେଉଛି ଆଦିବାସୀ ପରମ୍ପରାର ଉତ୍ସବକୁ ପାଳନ କରିବାର ଏକ ଦିନ କାରଣ ଭଗବାନ ବିର୍ସା ମୁଣ୍ଡା କେବଳ ଆମ ସ୍ବାଧୀନତା ସଂଗ୍ରାମର ମହାନାୟକ ନଥିଲେ ବରଂ ଆମ ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଊର୍ଜାର ବାହକ ଥିଲେ ।

ପ୍ରଧାନମନ୍ତ୍ରୀ ଆମ ସ୍ବାଧୀନତା ସଂଗ୍ରାମରେ ଜନଜାତି ସମୁଦାୟର ଯୋଗଦାନକୁ ମନେ ପକାଇ ଥିଲେ ଏବଂ ପ୍ରମୁଖ ଆଦିବାସୀ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମର ସ୍ମୃତିଚାରଣ କରିଥିଲେ । ସେ ତିଳକ ମାଞ୍ଝୀଙ୍କ ନେତୃତ୍ବରେ ଲଢ଼ା ଯାଇଥିବା ଦାମିନ ସଂଗ୍ରାମ, ବୁଦ୍ଧୁ ଭଗତଙ୍କ ଲାର୍କା ଆନ୍ଦୋଳନ, ସିଦ୍ଧୁ-କାହ୍ନୁ କ୍ରାନ୍ତି, ତାନା ଭଗତ ଆନ୍ଦୋଳନ, ଭେଗଦା ଭିଲ ଆନ୍ଦୋଳନ, ନାଏକଦା ଆନ୍ଦୋଳନ, ସନ୍ତ ଜୋରିୟା ପରମେଶ୍ବର ଏବଂ ରୁପ ସିଂ ନାୟକ, ଲିମଦି ଦାହୁଦ ଯୁଦ୍ଧ, ମାନଗଡ଼ର ଗୋବିନ୍ଦ ଗୁରୁଜୀ ଏବଂ ଆଲୁରି ସିତାରାମ ରାଜୁଙ୍କ ଅଧୀନରେ ରାମ୍ପା ଆନ୍ଦୋଳନର ସ୍ମୃତିଚାରଣ କରିଥିଲେ ।

ଦେଶ ପାଇଁ ଜନଜାତି ସମୁଦାୟର ଯୋଗଦାନକୁ ଉପଲବ୍ଧି କରିବା ଏବଂ ପାଳନ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ଜନଜାତି ସଂଗ୍ରହାଳୟ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ ଧନ, ଗୋବର ଧନ, ବନ ଧନ, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ବଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାତୃତ୍ବ ବନ୍ଦନା ଯୋଜନା, ଗ୍ରାମୀଣ ସଡ଼କ ଯୋଜନା, ମୋବାଇଲ ସଂଯୋଗ, ଏକଲବ୍ୟ ବିଦ୍ୟାଳୟ, ୯୦ ପ୍ରତିଶତ ଜଙ୍ଗଲଜାତ ଉତ୍ପାଦ ପାଇଁ ଏମଏସପି, ସିକଲ ସେଲ୍‌ ଆନିମିଆ ଦୂରୀକରଣ, ଜନଜାତି ଗବେଷଣା ପ୍ରତିଷ୍ଠାନ, ମାଗଣା କରୋନା ଟିକା ଏବଂ ମିଶନ ଇନ୍ଦ୍ରଧନୁଷ ଭଳି ଯୋଜନା ଆଦିବାସୀ ସମୁଦାୟକୁ ବିଶେଷ ଭାବେ ଲାଭାନ୍ବିତ କରିଛି ।

ଆଦିବାସୀ ସମାଜର ସାହସ, ସାମୁଦାୟିକ ଜୀବନ ଏବଂ ସମାବେଶିତା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ‘‘ଏହି ମହାନ ପରମ୍ପରାରୁ ଶିକ୍ଷା ଲାଭ କରିବା ସହିତ ଭାରତ ନିଜ ଭବିଷ୍ୟତର ନିର୍ମାଣ କରିବା ଉଚିତ୍‌ । ଜନଜାତୀୟ ଗୌରବ ଦିବସ ଏଥିପାଇଁ ଏକ ସୁଯୋଗ ଏବଂ ମାଧ୍ୟମ ସାଜିବ ବୋଲି ମୋର ବିଶ୍ବାସ ରହିଛି’’, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi