ଆଦରଣୀୟ ସଭାପତି ମହାଶୟ,

ସମଗ୍ର ବିଶ୍ୱ ଅନେକ ଆହ୍ୱାନ ସହିତ ମୁକାବିଲା କରୁଛି। ବୋଧହୁଏ ଏହା କେହି ଚିନ୍ତା କରି ନଥିବ ଯେ ମାନବ ଜାତିକୁ ଏଭଳି କଠିନ ସମୟ ମଧ୍ୟରେ ଗତି କରିବାକୁ ପଡ଼ିବ। ଏଭଳି ଆହ୍ୱାନ ମଧ୍ୟରେ ଏହି ଦଶକର ପ୍ରାରମ୍ଭରେ ହିଁ ଆମର ଆଦରଣୀୟ ରାଷ୍ଟ୍ରପତି ମହୋଦୟ ସଂସଦର ମିଳିତ ଅଧିବେଶନରେ ନିଜର ଉଦବୋଧନ ଦେଲେ, ନୂତନ ଉତ୍ସାହ ସୃଷ୍ଟି କରିବା ଭଳି ଏବଂ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବା ଭଳି ରାଷ୍ଟ୍ରପତି ମହୋଦୟଙ୍କର ଉଦବୋଧନ ଥିଲା, ଆତ୍ମନିର୍ଭର ଭାରତର ପଥ ଦେଖାଇବା ଭଳି ଆଉ ଏହି ଦଶକ ପାଇଁ ଏକ ପଥ ପ୍ରଶସ୍ତ କରିବା ଭଳି ରାଷ୍ଟ୍ରପତି ମହୋଦୟଙ୍କର ଉଦବୋଧନ ଥିଲା।

ଆଦରଣୀୟ ସଭାପତି ମହାଶୟ,

ମୁଁ ରାଷ୍ଟ୍ରପତି ମହୋଦୟଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଇବା ପାଇଁ ଆଜି ଆପଣ ସମସ୍ତଙ୍କ ଗହଣରେ ଦଣ୍ଡାୟମାନ ହୋଇଛି। ରାଜ୍ୟସଭାରେ ପ୍ରାୟ 13-14 ଘଣ୍ଟା ପର୍ଯ୍ୟନ୍ତ 50ରୁ ଅଧିକ ମାନନୀୟ ସଦସ୍ୟଗଣ ନିଜର ବିଚାର ରଖିଛନ୍ତି, ବହୁତ ମୂଲ୍ୟବାନ ବିଚାର ରଖିଛନ୍ତି, ଅନେକ ଦିଗ ବିଷୟରେ ନିଜର ବିଚାର ରଖିଛନ୍ତି। ଆଉ ଏଥିପାଇଁ ମୁଁ ସମସ୍ତ ଆଦରଣୀୟ ସଦସ୍ୟଙ୍କୁ ଏହି ଆଲୋଚନାକୁ ସମୃଦ୍ଧ କରିଥିବାରୁ ହୃଦୟର ସହିତ କୃତଜ୍ଞତା ଜଣାଉଛି। ଭଲ ହୋଇଥାନ୍ତା ଯଦି ରାଷ୍ଟ୍ରପତି ମହୋଦୟଙ୍କ ଭାଷଣ ଶୁଣିବା ପାଇଁ ମଧ୍ୟ ସମସ୍ତେ ଉପସ୍ଥିତ ଥାଆନ୍ତେ ତେବେ ଗଣତନ୍ତ୍ରର ଗାରିମା ଆହୁରି ବୃଦ୍ଧି ପାଇଥାଆନ୍ତା ଏବଂ ଆମ ସମସ୍ତଙ୍କ ମଧ୍ୟରେ କେବେହେଲେ ମଧ୍ୟ କୌଣସି ଆପତି -ଅଭିଯୋଗ ରହି ନଥାନ୍ତା ଯେ ଆମେ ରାଷ୍ଟ୍ରପତି ମହୋଦୟଙ୍କ ଭାଷଣ ଶୁଣି ନଥିଲୁ। କିନ୍ତୁ ରାଷ୍ଟ୍ରପତି ମହୋଦୟଙ୍କ ଭାଷଣର ଶକ୍ତି ଏତେ ଥିଲା ଯେ ନ ଶୁଣିବା ପରେ ମଧ୍ୟ ବହୁତ କିଛି କହି ପାରିଲେ। ଏହା ନିଜକୁ ନିଜ ମଧ୍ୟରେ ସେହି ଭାଷଣର ଶକ୍ତି ଥିଲା, ସେହି ବିଚାରର ଶକ୍ତି ଥିଲା, ସେହି ଆଦର୍ଶର ଶକ୍ତି ଥିଲା ଯେଉଁ କାରଣରୁ ନ ଶୁଣିଲା ପରେ ମଧ୍ୟ କଥା ପହଞ୍ଚିଗଲା। ଆଉ ଏଥିପାଇଁ ମୁଁ ବୁଝି ପାରୁଛି ଏହି ଭାଷଣର ମୂଲ୍ୟ ଅନେକ ଗୁଣ ହୋଇ ଯାଇଥାଏ।

ଆଦରଣୀୟ ସଭାପତି ମହାଶୟ,

ଯେପରି ମୁଁ କହିଲି, ଅନେକ ଆହ୍ୱାନ ମଧ୍ୟରେ ରାଷ୍ଟ୍ରପତି ମହୋଦୟଙ୍କର ଏହା ଏହି ଦଶକର ପ୍ରଥମ ଭାଷଣ ଥିଲା। କିନ୍ତୁ ଏହା ମଧ୍ୟ ଠିକ୍‍ ଯେ ଯେତେବେଳେ ଆମେ ସଂପୂର୍ଣ୍ଣ ବିଶ୍ୱ ସନ୍ଦର୍ଭରେ ଦେଖୁଛେ, ଭାରତର ଯୁବ ମନକୁ ଦେଖୁଛେ ତେବେ ଏଭଳି ଅନୁଭବ ହେଉଛି ଯେ ଆଜି ଭାରତ ପ୍ରକୃତ ଅର୍ଥରେ ଏକ ସୁଯୋଗର ଭୂମି ପାଲଟି ଯାଇଛି। ଅନେକ ସୁଯୋଗ ଆମର ପ୍ରତୀକ୍ଷା କରି ରହିଛି। ଆଉ ଏଥିପାଇଁ ଦେଶର ଯେଉଁ ଯୁବକ ଅଛନ୍ତି, ଯେଉଁ ଦେଶ ଉତ୍ସାହରେ ଭରି ହୋଇ ରହିଛି, ଯେଉଁ ଦେଶ ଅନେକ ସ୍ୱପ୍ନକୁ ନେଇକରି ସଂକଳ୍ପର ସହିତ ସିଦ୍ଧିକୁ ପ୍ରାପ୍ତ କରିବା ପାଇଁ ପ୍ରୟାସରତ ଅଛି, ସେହି ଦେଶ ଏହି ସୁଯୋଗକୁ କେବେ ଯିବାକୁ ଦେବ ନାହିଁ। ଆମ ସମସ୍ତଙ୍କ ପାଇଁ ମଧ୍ୟ ଏକ ସୁଯୋଗ ଅଛି ଯେ ଆମେ ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରୁଛେ। ଏହା ନିଜକୁ ନିଜ ମଧ୍ୟରେ ହେଉଛି ଏକ ପ୍ରେରଣାଦାୟୀ ସୁଯୋଗ। ଆମେ ଯେଉଁଠାରେ ମଧ୍ୟ ଅଛେ, ଯେଉଁ ରୂପରେ ଅଛେ, ମାଆ ଭାରତୀର ସନ୍ତାନ ଭାବେ ଏହି ସ୍ୱାଧୀନତାର 75 ବର୍ଷ ପର୍ବକୁ ଆମେ ପ୍ରେରଣାର ପର୍ବ କରିବା ଉଚିତ। ଦେଶକୁ ଆଗାମୀ ବର୍ଷଗୁଡ଼ିକ ପାଇଁ ପ୍ରସ୍ତୁତ କରିବା ନିମନ୍ତେ କିଛି ନା କିଛି କରି ଯିବା ଉଚିତ। ଆଉ 2047ରେ ଦେଶ ଯେତେବେଳେ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବ, ସେତେବେଳେ ଆମେ ଦେଶକୁ କେଉଁଠାକୁ ନେଇଯିବା, ସେହି ସ୍ୱପ୍ନକୁ ଆମେ ବାରମ୍ବାର ଦେଖିବା ଉଚିତ। ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ଅଛି, ଭାରତଠାରୁ ଆଶା ମଧ୍ୟ ଅଛି ଏବଂ ଲୋକମାନଙ୍କ ମଧ୍ୟରେ ଏକ ବିଶ୍ୱାସ ମଧ୍ୟ ଅଛି ଯେ ଯଦି ଭାରତ ଏହା କରିନେବ, ତେବେ ବିଶ୍ୱର ବହୁତ ଗୁଡ଼ିଏ ସମସ୍ୟାର ସମାଧାନ ମଧ୍ୟ ତାହା ମାଧ୍ୟମରେ ହୋଇଯିବ, ଏହି ବିଶ୍ୱାସ ଆଜି ବିଶ୍ୱରେ ଭାରତ ପାଇଁ ବୃଦ୍ଧି ପାଇବାରେ ଲାଗିଛି।

ଆଦରଣୀୟ ସଭାପତି ମହାଶୟ,

ଯେତେବେଳେ ମୁଁ ସୁଯୋଗ ବିଷୟରେ ଚର୍ଚ୍ଚା କରୁଛି, ସେତେବେଳେ ମହାକବି ମୈଥଲୀଶରଣ ଗୁପ୍ତା ମହାଶୟଙ୍କର କବିତାକୁ ମୁଁ ଉଦଘୋଷିତ କରିବାକୁ ଚାହଁବି। ଗୁପ୍ତା ମହାଶୟ କହିଥିଲେ –

ଅବସର ତେରେ ଲିୟେ ଖଡା ହୈ, ଫିର ଭି ତୁ ଚୁପ୍‍ଚାପ୍‍ ପଡ଼ା ହୈ।

ତେରା କର୍ମ କ୍ଷେତ୍ର ବଡ଼ା ହୈ ପଲ-ପଲ ହୈ ଅନମୋଲ, ଅରେ ଭାରତ ଉଠ୍‍, ଆଁଖେ ଖୋଲ।।

ଏହା ମୈଥଲୀଶରଣ ଗୁପ୍ତା ମହାଶୟ ଲେଖିଥିଲେ। କିନ୍ତୁ ମୁଁ ଚିନ୍ତା କରୁଥିଲି ଏହି ସମୟରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଯଦି ତାଙ୍କୁ ଲେଖିବାକୁ ପଡ଼ିଥାଆନ୍ତା, ତେବେ କ’ଣ ଲେଖିଥାଆନ୍ତେ - ମୁଁ କଳ୍ପନା କରୁଥିଲି ଯେ ସେ ଲେଖିଥାଆନ୍ତେ-

ଅବସର ତେରେ ଲିୟେ ଖଡା ହୈ, ତୁ ଆତ୍ମବିଶ୍ୱାସ ସେ ଭରା ପଡ଼ା ହୈ।

ହର୍‍ ବାଧା ହର ବନ୍ଦିଶକୋ ତୋଡ୍‍, ଅରେ ଭାରତ, ଆତ୍ମନିର୍ଭରତା କେ ପଥ୍‍ ପର୍‍ ଦୌଡ୍‍।।

 

ଆଦରଣୀୟ ସଭାପତି ମହାଶୟ,

କରୋନା ସମୟରେ କିଭଳି ଭାବେ ବୈଶ୍ୱିକ ପରିସ୍ଥିତି ସୃଷ୍ଟି ହୋଇଥିଲା, କେହି କାହାକୁ ସହାୟତା କରି ପାରିବେ ଏହା ଅସମ୍ଭବ ହୋଇଗଲା। ଗୋଟିଏ ଦେଶ ଅନ୍ୟ ଦେଶକୁ ସହାୟତା କରି ପାରିଲେ ନାହିଁ। ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟକୁ ସହାୟତା କରି ପାରିଲେ ନାହିଁ। ଏପରିକି ଗୋଟିଏ ପରିବାରର ଜଣେ ସଦସ୍ୟ ଅନ୍ୟ ପରିବାରର ସଦସ୍ୟଙ୍କୁ ସହାୟତା କରି ପାରିଲେ ନାହିଁ; ଏଭଳି ବାତାବରଣ କରୋନା ଯୋଗୁଁ ସୃଷ୍ଟି ହେଲା। ଭାରତ ପାଇଁ ବିଶ୍ୱ ବହୁତ ଆଶଙ୍କା ସୃଷ୍ଟି କରିଥିଲା। ବିଶ୍ୱ ବହୁତ ଚିନ୍ତିତ ଥିଲା ଯେ କରୋନାର ଏହି ମହାମାରୀରେ ଯଦି ଭାରତ ନିଜକୁ ନିଜେ ସମ୍ଭାଳି ପାରିଲା ନାହିଁ, ତେବେ ନା କେବଳ ଭାରତ, ବରଂ ସମଗ୍ର ମାନବ ଜାତି ପାଇଁ ଏତେ ବଡ଼ ସଙ୍କଟ ଆସିଯିବ ଏଭଳି ଆଶଙ୍କା ସୃଷ୍ଟି ହୋଇଥିଲା। କୋଟି-କୋଟି ଲୋକ ଫସିଯିବେ, ଲକ୍ଷ-ଲକ୍ଷ ଲୋକ ମରିଯିବେ। ଆମର ଏଠାରେ ମଧ୍ୟ ଡରାଇବା ପାଇଁ ବହୁତ ପ୍ରକାରର କଥା ଆଲୋଚନା ହେଲା। ଆରେ, ଇଏ କ’ଣ ହେଲା। ଏହା ଆମର ପ୍ରଶ୍ନ ନୁହେଁ, କାରଣ ଏକ ଅଦୃଶ୍ୟ ଶତ୍ରୁ କ’ଣ କରି ପାରିବା, କାହାର ଅନୁମାନ ନଥିଲା, ପ୍ରତ୍ୟେକ ନିଜ ନିଜ ଶୈଳୀରେ ଆକଳନ କରିଥିଲେ। କିନ୍ତୁ ଭାରତ ନିଜ ଦେଶର ନାଗରିକଙ୍କ ରକ୍ଷା କରିବା ପାଇଁ ଏକ ଅଜଣା ଶତ୍ରୁ ସହିତ ଆଉ ଯାହାର କୌଣସି ପୂର୍ବ ପରମ୍ପରା ନଥିଲା, ଏଭଳି କଥାକୁ ଏପରି ଭାବେ ମୁକାବିଲା କରାଯାଇ ପାରିବ, ଏଥିପାଇଁ ଏହି ପ୍ରୋଟୋକଲ ହୋଇପାରେ, କିଛି ଜଣା ନଥିଲା।

ଏକ ନୂତନ ଉପାୟରେ, ନୂତନ ଚିନ୍ତାଧାରା ସହିତ ପ୍ରତ୍ୟେକଙ୍କୁ ଚଳାଇବାର ଥିଲା। ହୋଇପାରେ କିଛି ବିଦ୍ୱାନ, ସାମର୍ଥ୍ୟବାନ ଲୋକଙ୍କ ଆଉ କିଛି ବିଚାର ହୋଇପାରି ଥାଏ କିନ୍ତୁ ସେ ଅଦୃଶ୍ୟ ଶତ୍ରୁ ଥିଲା। ଆଉ ଆମକୁ ରାସ୍ତା ମଧ୍ୟ ଖୋଜିବାର ଥିଲା। ରାସ୍ତା ମଧ୍ୟ ନିର୍ମାଣ କରିବାର ଥିଲା ଏବଂ ଲୋକମାନଙ୍କୁ ମଧ୍ୟ ବଞ୍ଚାଇବାର ଥିଲା। ସେହି ସମୟରେ ଈଶ୍ୱର ଯାହା ମଧ୍ୟ ବୁଦ୍ଧି, ଶକ୍ତି, ସାମର୍ଥ୍ୟ ଦେଲେ, ଏହି ଦେଶ ତାହାକୁ ଆପଣାଇ ଦେଶକୁ ବଞ୍ଚାଇବାରେ ଭରପୁର କାର୍ଯ୍ୟ କରିଛି। ଆଉ ଏବେ ବିଶ୍ୱ ଏହି କଥାକୁ ନେଇ ଗୌରବ ଅନୁଭବ କରୁଛି ଯେ ବାସ୍ତବରେ ଭାରତ ବିଶ୍ୱର ମାନବଜାତିକୁ ବଞ୍ଚାଇବାରେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ଏହି ଲଢେଇ ଜିତିବାର ଯଶ କୌଣସି ସରକାରଙ୍କୁ ଯାଉନାହିଁ, ନା କୌଣସି ବ୍ୟକ୍ତିକୁ ଯାଉଛି, କିନ୍ତୁ ହିନ୍ଦୁସ୍ତାନକୁ ଯାଉଛି। ଗୌରବ କରିବାରେ କ’ଣ ସରି ଯାଇଥାଏ? ବିଶ୍ୱ ସାମ୍ନାରେ ଆତ୍ମବିଶ୍ୱାସର ସହିତ କହିବାରେ କ’ଣ ଅଛି? ଏହି ଦେଶ ହିଁ କରିଛି। ଗରିବରୁ ଅତି ଗରିବ ବ୍ୟକ୍ତି ଏହି କଥାକୁ କରିଛନ୍ତି। ସେହି ସମୟରେ ସାମାଜିକ ଗଣମାଧ୍ୟମରେ ଦେଖାଗଲା ଫୁଟପାଥରେ ଏକ ଛୋଟ କୁଡିଆ ଘର କରି ବସିଥିବା ଏକ ବୁଢ଼ୀ ମାଆ ସେ ମଧ୍ୟ ଘର ବାହାରେ, କୁଡିଆ ବାହାରେ ଦୀପ ଜଳାଇ ଭାରତ ପାଇଁ ଶୁଭ କାମନା କରିଥିଲା, ଆମେ ତାହାକୁ ପରିହାସରେ ଉଡାଇ ଦେଉଛୁ? ତାହାର ଭାବନାକୁ ଥଟ୍ଟାରେ ଉଡାଉ ଦେଉଛୁ? ସମୟ ରହିଛି, ଯିଏ କେବେ ସ୍କୁଲର ଦରଜା ଦେଖିନଥିଲା, ତା’ମନରେ ମଧ୍ୟ ଦେଶପାଇଁ ଯେଉଁ ଭାବନା ଥିଲା, ସେମାନେ ମଧ୍ୟ ଦେଶ ପାଇଁ ଦୀପ ଜଳାଇ ନିଜର ଦେଶସେବା କରି ପାରିଥାଆନ୍ତେ, ସେ କଲେ, ଏହି ଭାବନାର ସହିତ କଲେ। ଆଉ ସେମାନେ ଦେଶପାଇଁ ଏକ ସାମୁହିକ ଶକ୍ତିକୁ ଜାଗ୍ରତ କରିଥିଲେ। ନିଜର ଶକ୍ତିର, ସାମର୍ଥ୍ୟର ପରିଚୟ କରାଇଥିଲେ। କିନ୍ତୁ ତାହାକୁ ମଧ୍ୟ ପରିହାସ କରି ଉଡାଇ ଦେବାରେ ମଜା ଆସୁଥିଲା। ବିରୋଧ କରିବା ପାଇଁ ଅନେକ ପ୍ରସଙ୍ଗ ଅଛି ଆଜ୍ଞା, ଆଉ ବିରୋଧ କରିବା ମଧ୍ୟ ଦରକାର। କିନ୍ତୁ ଏଭଳି କଥାରେ ଫସନ୍ତୁ ନାହିଁ, ଯାହା ଦେଶର ମନୋବଳକୁ ଭାଙ୍ଗି ଦେଇଥାଏ, ଯାହା ଦେଶର ସାମର୍ଥ୍ୟକୁ ନିଚ୍ଚା ଦେଖାଇଥାଏ, ସେଥିରେ କେବେ ଲାଭ ହୋଇ ନଥାଏ।

ଆମର କରୋନା ଯୋଦ୍ଧା, ଆମର ଆଗଧାଡ଼ିର କର୍ମଚାରୀ, ଆପଣ କଳ୍ପନା କରି ପାରିବେ ଆଜ୍ଞା ଯେତେବେଳେ ଚାରିଆଡେ ଭୟ ଥିଲା ଯେ କାହାକୁ କରୋନା ହୋଇଯିବ, ସେଭଳି ସମୟରେ ଡ୍ୟୁଟି କରିବା, ନିଜ ଦାୟିତ୍ୱକୁ ତୁଲାଇବା, ଏହା ଛୋଟ କଥା ନୁହେଁ, ଏହା ଉପରେ ଗର୍ବ କରିବା ଉଚିତ, ସେମାନଙ୍କୁ ଆଦର କରିବା ଦରକାର ଏବଂ ସେହି ସମସ୍ତଙ୍କର ପ୍ରୟାସର ପରିଣାମ ହେଉଛି ଯେ ଦେଶ ଆଜି ତାହା କରି ଦେଖାଇଲା। ଆମେ ଟିକେ ଅତୀତ ଆଡକୁ ଦେଖିବା, ଏହା ଆଲୋଚନା ପାଇଁ ନୁହେଁ, ସେହି ପରିସ୍ଥିତି ସହିତ ଆମେ ଜୀଇଁଛେ। କେବେ ହାଡଫୁଟିର କଥା ହେଉଥିଲା, କେତେ ପରିମାଣରେ ଭୟ ବଢ଼ି ଯାଇଥିଲା। କିନ୍ତୁ ପୋଲିଓ କେତେ ଭୟଙ୍କର ଲାଗୁଥିଲା, ତାହାର ଟିକା ପାଇବା ପାଇଁ କ’ଣ କ’ଣ ପରିଶ୍ରମ କରିବାକୁ ପଡ଼ିଥିଲା, କେତେ କଷ୍ଟ ଉଠାଇବାକୁ ପଡ଼ିଥିଲା। ମିଳିବ, କେବେ ମିଳିବ, କେତେ ମିଳିବ, କିପରି ମିଳିବ, କିପରି ନେବାକୁ ହେବ, ଏହି ଦିନ ଆମେ ବିତାଇଛେ। ଏଭଳି ସ୍ଥିତିରେ ଯଦି ଆମେ ସେହି ଦିନକୁ ମନେ ପକାଇବା ତେବେ ଜଣା ପଡ଼ିବ, ଆଜି ଯେଉଁମାନଙ୍କୁ ତୃତୀୟ ବିଶ୍ୱର ଦେଶ ଭାବେ ଗଣା ଯାଉଛି, ସେହି ଦେଶ ମାନବ ଜାତିର କଲ୍ୟାଣ ପାଇଁ ଟିକା ନେଇ ଆସିଗଲେ। ଏତେ କମ୍‍ ସମୟରେ ମିଶନ ମୋଡରେ ଆମର ବୈଜ୍ଞାନିକମାନେ ଏକାଠି ହୋଇ ଲାଗିଛନ୍ତି, ଏହା ମାନବ ଜାତିର ଇତିହାସରେ ଭାରତର ଯୋଗଦାନର ହେଉଛି ଏକ ଗୌରବପୂର୍ଣ୍ଣ ଗାଥା। ଏହାକୁ ନେଇ ଆମେ ଗୌରବ କରିବା ଏବଂ ସେଥିରେ ନୂତନ ଆତ୍ମବିଶ୍ୱାସର ପ୍ରେରଣା ମଧ୍ୟ ଜାଗ୍ରତ ହୋଇଥାଏ। ଆମେ ସେହି ନୂତନ ଆତ୍ମବିଶ୍ୱାସର ପ୍ରେରଣାକୁ ଜାଗ୍ରତ କରିବା ପାଇଁ ଏଭଳି ପ୍ରୟାସକୁ ନେଇ ଆଜି ଦେଶ ଗର୍ବ କରୁଛି ଯେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଏହି ମୋ ଦେଶରେ ଚାଲୁରହିଛି। ବିଶ୍ୱରେ ଦ୍ରୁତ ଗତିରେ ଟିକାକରଣ ଆଜି କେଉଁଠାରେ ହେଉଛି ତେବେ ଏହା ଆମ ସମସ୍ତଙ୍କର ମାଆ ଭାରତର କୋଳରେ ହେଉଛି। ଆଉ ଭାରତର ଏହି ସାମର୍ଥ୍ୟ କେଉଁଠାରେ ନ ପହଞ୍ଚିଛି।

ଆଜି କରୋନା ଭାରତକୁ ଦୁନିଆ ସହିତ ସମ୍ପର୍କର ଏକ ନୂତନ ଶକ୍ତି ପ୍ରଦାନ କରିଛି। ଯେତେବେଳେ ପ୍ରାରମ୍ଭିକ ଅବସ୍ଥାରେ କେଉଁ ଔଷଧ କାର୍ଯ୍ୟ କରିବ, ଟିକା ନଥିଲା, ସେତେବେଳେ ସମଗ୍ର ବିଶ୍ୱର ଧ୍ୟାନ ଭାରତର ଔଷଧ ଉପରକୁ ଯାଇଥିଲା। ବିଶ୍ୱରେ ଫାର୍ମାସିର ଏକ କେନ୍ଦ୍ର ଭାବେ ଭାରତ ବିକଶିତ ହୋଇ ଆସିଲା। 150 ଦେଶରେ ଔଷଧ ପହଞ୍ଚାଇବାର କାର୍ଯ୍ୟ ସେହି ସଙ୍କଟ ସମୟରେ ମଧ୍ୟ ଏହି ଦେଶ କରିଛି। ମାନବ ଜାତିର ରକ୍ଷା ପାଇଁ ଆମେ ପଛଘୁଞ୍ଚା ଦେଲୁ ନାହିଁ। ଏତିକି ହିଁ ନୁହେଁ, ଏହି ସମୟରେ ଟିକା ସମ୍ବନ୍ଧରେ ମଧ୍ୟ ବିଶ୍ୱ ବଡ଼ ଗର୍ବର ସହିତ କହୁଛି କି ଆମ ପାଖକୁ ଭାରତର ଟିକା ଆସିଯାଇଛି। ଆମ ସମସ୍ତଙ୍କୁ ଜଣାଅଛି ଯେ ବିଶ୍ୱର ବଡ଼-ବଡ଼ ହସ୍ପାତାଳରେ ମଧ୍ୟ ବଡ଼-ବଡ଼ ଲୋକଙ୍କୁ ଯେତେବେଳେ ଅସ୍ତ୍ରୋପଚାର କରାଇବାକୁ ଯାଇ ଥାଆନ୍ତି, କୌଣସି ବଡ଼ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର ଆଉ ଅପରେସନ ଥିଏଟରକୁ ଯିବାପରେ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ତାର ଆଖି ଖୋଜିଥାଏ, ଯେ କୌଣସି ହିନ୍ଦୁସ୍ତାନୀ ଡାକ୍ତର ଅଛନ୍ତି ନା ନାହିଁ। ଆଉ ଯେତେବେଳେ ଡାକ୍ତରୀ ଦଳ ମଧ୍ୟରେ ଜଣେ ଅଧେ ମଧ୍ୟ ହିନ୍ଦୁସ୍ତାନୀ ଡାକ୍ତରଙ୍କୁ ଦେଖିଥାଆନ୍ତି ତାଙ୍କର ବିଶ୍ୱାସ ହୋଇ ଯାଇଥାଏ, ଯେ ଏବେ ଅସ୍ତ୍ରୋପଚାର ଠିକ୍‍ ହେବ। ଏହି ଦେଶ ଏହାକୁ ଅର୍ଜନ କରିଛି। ଏହାକୁ ନେଇ ଆମକୁ ଗର୍ବ କରିବା ଉଚିତ। ଆଉ ଏଥିପାଇଁ ଏହି ଗୌରବକୁ ନେଇ ଆମକୁ ଆଗକୁ ବଢ଼ିବାର ଅଛି।

ଏହି କରୋନାରେ ଯେଭଳି ବୈଶ୍ୱିକ ସମ୍ବନ୍ଧରେ ଭାରତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ନିଜର ସ୍ଥାନ ସୃଷ୍ଟି କରିଛି, ସେହିଭଳି ଭାରତ ଆମର ସଂଘୀୟ ବ୍ୟବସ୍ଥାକୁ ଏହି କରୋନା ସମୟରେ ଆମର ଅନ୍ତର୍ଭୁକ୍ତ ଶକ୍ତି କ’ଣ ଅଛି, ସଂକଟ ସମୟରେ ଆମେ କିଭଳି ମିଳିମିଶି କାର୍ଯ୍ୟ କରିପାରୁ, ଗୋଟିଏ ଦିଗରେ ସମସ୍ତ ଶକ୍ତିକୁ ଲଗାଇ ଆମେ କିପରି ପ୍ରୟାସ କରିପାରୁ; ଏହା କେନ୍ଦ୍ର ଏବଂ ରାଜ୍ୟ ମିଳିମିଶି ଦେଖାଇଛନ୍ତି। ମୁଁ ରାଜ୍ୟ ଗୁଡିକୁ ମଧ୍ୟ, କାରଣ ସଦନରେ ରାଜ୍ୟଗୁଡିକର ନିଜସ୍ୱ ସ୍ୱାଦ ରହିଥାଏ ଆଉ ଏଥିପାଇଁ ଏହି ସଦନରେ ମୁଁ ବିଶେଷ ଭାବେ ରାଜ୍ୟଗୁଡିକୁ ଅଭିନନ୍ଦନ ଜଣାଉଛି ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଶକ୍ତି ଦେବାର କାର୍ଯ୍ୟ, ଏହି କରୋନା ସଂକଟକୁ ସୁଯୋଗରେ ପରିବର୍ତନ କରିବାର କାର୍ଯ୍ୟ ଆମର ରାଜ୍ୟ ଗୁଡିକ ମଧ୍ୟ କରିଛନ୍ତି। ଏଥିପାଇଁ ସମସ୍ତେ ହେଉଛନ୍ତି ଅଭିନନ୍ଦନର ଅଧିକାରୀ। ଏଠାରେ ଗଣତନ୍ତ୍ରକୁ ନେଇ ଅନେକ ଉପଦେଶ ଦିଆଯାଇଛି। ବହୁତ କିଛି କୁହାଯାଇଛି। କିନ୍ତୁ ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ଯେଉଁ କଥା କୁହାଯାଇଛି, ଦେଶର କୌଣସି ମଧ୍ୟ ନାଗରିକ ଏହା ଉପରେ ଭରସା କରିବେ। ଭାରତର ଗଣତନ୍ତ୍ର ଏଭଳି ନୁହେଁ ଯେ, ଯାହାର ଚମଡା ଆମେ ଏଭଳି ଭାବେ ଛାଲି ପାରିବା। ଏଭଳି ଭୁଲ ଆମେ କରିବା ନାହିଁ ଆଉ ମୁଁ ଶ୍ରୀମାନ ଡେରେକ ମହାଶୟଙ୍କ କଥା ଶୁଶୁଥିଲି, ବଢିଆ ବଢିଆ ଶବ୍ଦର ପ୍ରୟୋଗ ହେଉଥିଲା। ବାକ୍‍ ସ୍ୱାଧୀନତା, ଭୟ, ହାଉଣ୍ଡିଂ, ଯେତେବେଳେ ଶବ୍ଦ ଶୁଣୁଥିଲି ସେତେବେଳେ ଲାଗୁଥିଲା ଯେ, ଇଏ ବଙ୍ଗଳାର କଥା କହୁଛନ୍ତି ନା ଦେଶର କଥା କହୁଛନ୍ତି? ସ୍ୱଭାବିକ କଥା ଚବିଶ ଘଣ୍ଟା ତାହା ଦେଖୁଛନ୍ତି, ତାହା ହିଁ ଶୁଣୁଛନ୍ତି ତେଣୁ ସେହି କଥା ବୋଧହୁଏ ଭୁଲରେ ଏଠାରେ କହି ଦେଇଥିବେ। କଂଗ୍ରେସର ଆମର ବାଜୱା ସାହେବ ମଧ୍ୟ ବହୁତ ଭଲ କଥା କହୁଥିଲେ ଏଥର, ଆଉ ଏତେ ଦୀର୍ଘ ଭାବେ ଟାଣି ଓଟାରି କହୁଥିଲେ ଯେ ମୋତେ ଲାଗୁଥିଲା ବାସ୍‍ ଏବେ ଟିକେ ପରେ ଜରୁରୀ ପରିସ୍ଥିତି ପର୍ଯ୍ୟନ୍ତ ପହଞ୍ଚିଯିବେ। ମୋତେ ଲାଗୁଥିଲା ଟିକେ ପରେ, ଗୋଟିଏ ପାଦ ବାକି ଅଛି, ସେ 84 ପର୍ଯ୍ୟନ୍ତ ପହଞ୍ଚିଯିବେ, କିନ୍ତୁ ସେ ସେପର୍ଯ୍ୟନ୍ତ ଗଲେ ନାହିଁ। ଛାଡନ୍ତୁ, କଂଗ୍ରେସ ଦେଶକୁ ବହୁତ ନିରାଶ କରିଥାଏ, ଆପଣମାନେ ମଧ୍ୟ ନିରାଶ କରିଦେଲେ।

ମାନନୀୟ ସଭାପତି ମହାଶୟ,

ମୁଁ ଏକ ଆପ୍ତବାକ୍ୟ ସଦନ ସାମ୍ନାରେ ରଖିବାକୁ ଚାହୁଁଛି ଆଉ ବିଶେଷ କରି ଗଣତନ୍ତ୍ର ଉପରେ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି, ଭାରତର ମୌଳିକ ଶକ୍ତି ଉପରେ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କୁ ମୁଁ ବିଶେଷ ଅନୁରୋଧ କରିବି ଯେ ଏହାକୁ ବୁଝିବାକୁ ପ୍ରୟାସ କରନ୍ତୁ। ‘ଆମର ଗଣତନ୍ତ୍ର କୌଣସି ପ୍ରକାରରେ ମଧ୍ୟ ବିଦେଶୀ ସଂସ୍ଥାନ ନୁହେଁ। ଏହା ହେଉଛି ଏକ ମାନବୀୟ ସଂସ୍ଥାନ। ଭାରତର ଇତିହାସ ଗଣତାନ୍ତ୍ରିକ ସଂସ୍ଥାନଗୁଡ଼ିକର ଉଦାହରଣରେ ଭରି ରହିଛି। ପ୍ରାଚୀନ ଭାରତରେ 81 ଗଣତନ୍ତ୍ରର ବର୍ଣ୍ଣନା ଆମକୁ ମିଳିଥାଏ। ଆଜି ଦେଶବାସୀଙ୍କୁ ଭାରତର ରାଷ୍ଟ୍ରବାଦ ଉପରେ ଚତୁର୍ଦ୍ଦିଗରୁ ହେଉଥିବା ଆକ୍ରମଣ ସମ୍ପର୍କରେ ସଚେତନ କରିବା ଜରୁରୀ। ଭାରତର ରାଷ୍ଟ୍ରବାଦ ହେଉଛି ନା ସଂକୀର୍ଣ୍ଣ ନା ସ୍ୱାର୍ଥୀ ଆଉ ନା ହିଁ ଆକ୍ରମକ। ଏହା ସତ୍ୟମ ଶିବମ ସୁନ୍ଦରମର ମୂଲ୍ୟବୋଧ ଦ୍ୱାରା ପ୍ରେରିତ।’

ଆଦରଣୀୟ ସଭାପତି ମହାଶୟ,

ଏହି ଆପ୍ତବାକ୍ୟ ହେଉଛି ଆଜାଦ ହିନ୍ଦ ଫୌଜର ପ୍ରଥମ ସରକାରର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର। ଆଉ ସଂଯୋଗବଶତଃ ଆମେ ନେତାଜୀଙ୍କର 125 ତମ ଜୟନ୍ତୀ ଏବେ ପାଳନ କରୁଛେ। କିନ୍ତୁ ଦୁର୍ଭାଗ୍ୟବଶତଃ ଜାଣତରେ ଅବା ଅଜାଣତରେ ଆମେ ନେତାଜୀଙ୍କର ଏହି ଭାବନାକୁ, ନେତାଜୀଙ୍କର ଏହି ବିଚାରକୁ, ନେତାଜୀଙ୍କର ଏହି ଆଦର୍ଶକୁ ଭୁଲି ଯାଇଛୁ। ଆଉ ଏହାର ପରିଣାମ ହେଉଛି ଆଜି ଆମେ ହିଁ ଆମକୁ ଦୋଷ ଦେବାରେ ଲାଗିଛୁ। ମୁଁ କେବେ-କେବେ ଆଶ୍ଚର୍ଯ୍ୟ ହୋଇଯାଉଛି ବିଶ୍ୱ ଆମକୁ ଯେଉଁ ଶବ୍ଦ ଧରାଇ ଦେଉଛି, ଆମେ ତାହାକୁ ଧରି ଆଗେଇ ଚାଲିଛୁ। ବିଶ୍ୱର ସବୁଠାରୁ ବୃହତ ଗଣତନ୍ତ୍ର, ଶୁଣିବାକୁ ଆମକୁ ଭଲ ଲାଗୁଛି, ହଁ ବନ୍ଧୁମାନେ, ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର। କିନ୍ତୁ ଆମେ ନିଜର ଯୁବପିଢୀକୁ ଏହା ଶିକ୍ଷା ଦେଲେ ନାହିଁ ଯେ ଭାରତ, ଏହା ହେଉଛି ଗଣତନ୍ତ୍ରର ଜନନୀ। ଏହା ହେଉଛି ଗଣତନ୍ତ୍ରର ଜନନୀ। ଆମେ କେବଳ ବୃହତ ଗଣତନ୍ତ୍ର ଏହା ନୁହେଁ, ଏହି ଦେଶ ହେଉଛି ଗଣତନ୍ତ୍ରର ଜନନୀ। ଏହି କଥାକୁ ଆମକୁ ଆମର ଆଗାମୀ ପିଢୀକୁ ଦେଖାଇବାକୁ ହେବ ଏବଂ ଆମକୁ ଗର୍ବର ସହିତ ଏହି କଥା କହିବାକୁ ହେବ, କାରଣ ଆମର ପୂର୍ବ ପୁରୁଷମାନେ ପରମ୍ପରା ଆଧାରରେ ଆମକୁ ଦେଇଛନ୍ତି। ଭାରତର ଶାସନ ବ୍ୟବସ୍ଥା ହେଉଛି ଗଣତାନ୍ତ୍ରିକ, କେବଳ ଏହି କାରଣରୁ ଆମେ ଗଣତାନ୍ତ୍ରିକ ଦେଶର ନୁହେଁ। ଭାରତର ସଂସ୍କୃତି, ଭାରତର ସଂସ୍କାର, ଭାରତର ପରମ୍ପରା, ଭାରତର ମନ ହେଉଛି ଗଣତାନ୍ତ୍ରିକ, ଆଉ ଏଥିପାଇଁ ଆମର ବ୍ୟବସ୍ଥା ହେଉଛି ଗଣତାନ୍ତ୍ରିକ। ଏହା ହେଉଛି, ଏଥିପାଇଁ ଏହା ହେଉଛି, ଏପରି ନୁହେଁ। ମୂଳତଃ ଆମେ ହେଉଛୁ ଗଣତାନ୍ତ୍ରିକ। ଆଉ ଏହା ଦେଶର କସୌଟି ମଧ୍ୟ ହୋଇ ଯାଇଛି।

ଜରୁରୀକାଳିନ ପରିସ୍ଥିତିର ସେହି ଦିନକୁ ମନେ ପକାନ୍ତୁ, ନ୍ୟାୟପାଳିକାର ଅବସ୍ଥା କ’ଣ ଥିଲା, ମିଡିଆର ଅବସ୍ଥା କ’ଣ ଥିଲା, ଶାସନ ଅବସ୍ଥା କ’ଣ ଥିଲା। ସବୁକିଛି ଜେଲଖାନାରେ ପରିବର୍ତିତ ହୋଇ ଯାଇଥିଲା କିନ୍ତୁ ଏହି ଦେଶର ସାଧାରଣ ଲୋକ, ଦେଶର ଜନମନ, ଯେଉଁ ଗଣତନ୍ତ୍ରର ରଙ୍ଗରେ ରଙ୍ଗିନ ହୋଇଥିଲା, ତାହାକୁ କେହି ଦୋହଲାଇ ପାରି ନଥିଲେ। ସୁଯୋଗ ମିଳିବା ମାତ୍ରେ ହିଁ ସେମାନେ ଗଣତନ୍ତ୍ରକୁ ପ୍ରଭାବିତ କରିଦେଲେ। ଏହା ଲୋକଙ୍କର ଶକ୍ତି, ଏହା ହେଉଛି ଆମର ସଂସ୍କାରର ଶକ୍ତି, ଏହି ଗଣତାନ୍ତ୍ରିକ ମୂଲ୍ୟବୋଧର ଶକ୍ତି, ପ୍ରସଙ୍ଗ ଏହା ନୁହେଁ ଯେ କିଏ ସରକାର କେଉଁ ସରକାର ତିଆରି କଲେ, ତାହାର ଚର୍ଚ୍ଚା କରାଯାଉଛି, ଆଉ ନା ହିଁ ମୁଁ ଏଭଳି କଥାରେ ସମୟ ବ୍ୟୟ କରିବା ପାଇଁ ଏଠାରେ ଆପଣମାନେ ମୋତେ ବସାଇଛନ୍ତି। ଆମକୁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷାକରି ଆଗକୁ ବଢ଼ିବାର ଅଛି। ଆତ୍ମନିର୍ଭର ଭାରତ ସମ୍ବନ୍ଧରେ ମଧ୍ୟ ଚର୍ଚ୍ଚା ହୋଇଛି। ମୁଁ ଆମର ସାଥୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟଙ୍କୁ ବହୁତ ହିଁ ଅଭ୍ୟାସପୂର୍ଣ୍ଣ ଏବଂ ଆତ୍ମନିର୍ଭର ଭାରତର ଆମର ଦିଗ କ’ଣ ରହିଛି ତାହାର ବ୍ୟାଖ୍ୟାନ, ବିସ୍ତୃତ ଭାବେ ସେ ବୟାନ କରିଛନ୍ତି। କିନ୍ତୁ ଏକଥା ସତ୍ୟ ଯେ ଆର୍ôଥକ କ୍ଷେତ୍ରରେ ମଧ୍ୟ ଭାରତ ଆଜି ଯେଉଁ ଏକ ସଫଳତା ପାଇ ପାରିଛି। କରୋନା କାଳରେ ବିଶ୍ୱର ଲୋକ ନିବେଶ ପାଇଁ ବ୍ୟାକୁଳ ହେଉଛନ୍ତି। ସମସ୍ତ କଥା ବାହାରକୁ ଆସି ଯାଇଛି। କିନ୍ତୁ ଏହା ହେଉଛି ଭାରତ ଯେଉଁଠାରେ ରେକର୍ଡ ପରିମାଣର ନିବେଶ ହେଉଛି। ସମସ୍ତ ତଥ୍ୟ ସୂଚାଇ ଦେଉଛି ଯେ ଅନେକ ଦେଶର ଆର୍ôଥକ ପରିସ୍ଥିତି ବିଗିଡ଼ି ଯାଇଛି। ଯେତେବେଳେ କି ବିଶ୍ୱ ଭାରତରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ଆକଳନ କରିଛି। ଗୋଟିଏ ପଟରେ ନିରାଶାର ବାତାବରଣ ଅଛି, ସେତେବେଳେ ହିନ୍ଦୁସ୍ତାନରେ ଆଶାର କିରଣ ଦୃଷ୍ଟିଗୋଚର ହେଉଛି, ଏହା ବିଶ୍ୱ ତରଫରୁ ସ୍ୱର ଉତୋଳନ ହେଉଛି।

ଆଜି ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ଅଛି। ଆଜି ଭାରତରେ ଅନ୍ନ ଉତ୍ପାଦନ ରେକର୍ଡ ସ୍ତରରେ ଅଛି। ଆଜି ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ଦେଶ ଯେଉଁଠାରେ ସବୁଠାରୁ ଅଧିକ ଇଂଟରନେଟ ବ୍ୟବହାରକରୀ ଅଛନ୍ତି। ଭାରତରେ ଆଜି ପ୍ରତ୍ୟେକ ମାସରେ 4 ଲକ୍ଷ କୋଟି ଟଙ୍କାର କାରବାର ଡିଜିଟାଲ ମାଧ୍ୟମରେ ହେଉଛି, ୟୁପିଆଇ ମାଧ୍ୟମରେ ହେଉଛି। ମନେ ପକାନ୍ତୁ, ଏହି ସଦନର ଭାଷଣ ମୁଁ ଶୁଣୁଥିଲି...ଦୁଇ ବର୍ଷ, ତିନି ବର୍ଷ ପୂର୍ବେ... ପ୍ରତ୍ୟେକ ମାସରେ 4 ଲକ୍ଷ କୋଟି ଟଙ୍କା ଭାରତ ମୋବାଇଲ ଫୋନର ନିର୍ମାତା ଭବେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଦେଶ ପାଲଟିଛି। ଭାରତରେ ରେକର୍ଡ ସଂଖ୍ୟାରେ ଷ୍ଟାର୍ଟ ଅପ୍ସ, ୟୁନିକର୍ଣ୍ଣ ଆଉ ଯାହାର ବିଶ୍ୱରେ ଜୟ-ଜୟକାର ହେବାରେ ଲାଗିଛି। ଏହି ମାଟିରେ ଆମ ଯୁବ ପିଢ଼ୀ କରୁଛନ୍ତି। ନବୀକରଣୀୟ ଶକ୍ତି କ୍ଷେତ୍ରରେ ବିଶ୍ୱର ପ୍ରଥମ 5ଟି ଦେଶରେ ଆମେ ନିଜର ସ୍ଥାନ ସୃଷ୍ଟି କରି ପାରିଛୁ। ଆଉ ଆଗାମୀ ଦିନରେ ଆମେ ଉପରକୁ ହିଁ ଚଢ଼ି ଯାଇ ପାରିବୁ। ଜଳ ହେଉ, ସ୍ଥଳ ହେଉ, ଆକାଶ ହେଉ, ମହାକାଶ ହେଉ... ଭାରତ ପ୍ରତ୍ୟେକ କ୍ଷେତ୍ରରେ ନିଜର ରକ୍ଷା ପାଇଁ, ନିଜର ସାମର୍ଥ୍ୟ ସହିତ ଠିଆ ହୋଇଛି। ସର୍ଜିକାଲ ଷ୍ଟ୍ରାଇକ ହେଉ ଅବା ଏୟାର ଷ୍ଟ୍ରାଇକ ଭାରତର ଦକ୍ଷତାକୁ ବିଶ୍ୱ ଦେଖିଛି।

ଆଦରଣୀୟ ସଭାପତି ମହାଶୟ,

2014ରେ ପ୍ରଥମ ଥରପାଇଁ ମୁଁ ଯେତେବେଳେ ସଦନକୁ ଆସିଥିଲି, ଏହି ପରିସରକୁ ଆସିଥିଲି ଆଉ ଯେତେବେଳେ ମୋତେ ନେତା ଭାବରେ ନିର୍ବାଚିତ କରାଯାଇଥିଲା ସେତେବେଳେ ମୁଁ ମୋର ପ୍ରଥମ ଭାଷଣରେ ଏହା କହିଥିଲି ଯେ ମୋର ସରକାର ହେଉଛନ୍ତି ଗରିବମାନଙ୍କ ପାଇଁ ସମର୍ପିତ। ମୁଁ ଆଜି ଦ୍ୱିତୀୟ ଥର ପାଇଁ ଆସି ମଧ୍ୟ ଏହି କଥାକୁ ଦୋହରାଉଛି। ଆଉ ଆମେ ନା ଆମର ଦିଗ ପରିବର୍ତନ କରିଛୁ ଆଉ ନା ହିଁ କିଛି ମିଶ୍ରଣ କରିଛୁ ଆଉ ନା ବାଟବଣା କରିଛୁ, ସେହି ମନୋବୃତି ନେଇ ଆମେ କାର୍ଯ୍ୟ କରି ଚାଲିଛୁ କାରଣ ଏହି ଦେଶରେ ଆଗକୁ ବଢ଼ିବା ପାଇଁ ଆମକୁ ଗରିବୀରୁ ମୁକ୍ତ ହେବାକୁ ହିଁ ହେବ। ଆମକୁ ପ୍ରୟାସ ଗୁଡ଼ିକୁ ଯୋଡିକରି ହିଁ ଚାଲିବାକୁ ହେବ। ଆଗରୁ କିଛି ପ୍ରୟାସ ହୋଇଥିବ, ତେବେ ସେଥିରେ ଆମକୁ ଆଉ କିଛି ଯୋଡ଼ିବାକୁ ହିଁ ପଡ଼ିବ, ଆମେ ଅଟକି ରହିଯାଇ ପାରିବା ନାହିଁ। ଯେତିକି କରିଦେଲୁ ତାହା ବହୁତ... ରହି ପାରିବା ନାହିଁ, ଆମକୁ ଆହୁରି କରିବାକୁ ହିଁ ହେବ। ଆଜି ମୁଁ ଖୁସି ଯେ ଯେଉଁ ମୌଳିକ ଆବଶ୍ୟକତା ରହିଛି ସହଜରେ ସହାବସ୍ଥାନ ପାଇଁ ଆଉ ଯେଉଁଥିରୁ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ ଆଉ ଥରେ ଗରିବ ମନରେ ଆତ୍ମବିଶ୍ୱାସ ଭରିଗଲା, ତେବେ ଗରିବ ନିଜେ ଗରିବୀର ଆହ୍ୱାନକୁ ମୁକାବିଲା କରିବା ପାଇଁ ଶକ୍ତି ପ୍ରଦାନ କରିବା ପାଇଁ ସାଥୀରେ ଠିଆ ହୋଇଯିବ, ଗରିବ କାହାରି ସାହାଯ୍ୟ ପାଇଁ ଆଉ ଅପେକ୍ଷାରତ ହୋଇ ରହିବ ନାହିଁ। ଏହା ହେଉଛି ମୋର ଅନୁଭବ। ମୁଁ ଖୁସି ଯେ 10 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଛି, 41 କୋଟିରୁ ଅଧିକ ଲୋକଙ୍କର ଜମା ଖାତା ଖୋଲା ଯାଇଛି। 2 କୋଟିରୁ ଅଧିକ ଗରିବଙ୍କର ଗୃହ ନିର୍ମାଣ କରାଯାଇଛି। 8 କୋଟିରୁ ଅଧିକ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି। ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଗରିବଙ୍କ ଜୀବନରେ ବହୁତ ବଡ଼ ଶକ୍ତି ହୋଇ ଆସିଛି। ଏଭଳି ଅନେକ ଯୋଜନା ଯାହା ଗରିବଙ୍କ ଜୀବନରେ ପରିବର୍ତନ ଆଣୁଛି। ନୂତନ ବିଶ୍ୱାସ ସୃଷ୍ଟି କରୁଛି।

ଆଦରଣୀୟ ସଭାପତି ମହାଶୟ,

ଆହ୍ୱାନ ରହିଛି, ଯଦି ଆହ୍ୱାନ ନ ଥାଆନ୍ତା ଏଭଳି କେଉଁଠାରେ କିଛି ମଧ୍ୟ ଦୃଷ୍ଟିଗୋଚର ହେବନାହିଁ, ଦୁନିଆ ହେଉ ଅବା ସମୃଦ୍ଧରୁ ଅତି ସମୃଦ୍ଧ ଦେଶ ସେଠାରେ ମଧ୍ୟ ଆହ୍ୱାନ ରହିଥାଏ, ସେମାନଙ୍କର ଆହ୍ୱାନ ଭିନ୍ନ ପ୍ରକାରର ହୋଇଥାଏ, ଆମର ଭିନ୍ନ ପ୍ରକାରର। କିନ୍ତୁ ଆମକୁ ଏହା ସ୍ଥିର କରିବାକୁ ହେବ ଯେ ଆମେ ସମସ୍ୟାର ଅଂଶ ହେବାକୁ ଚାହୁଁଛେ କିମ୍ବା ଆମେ ସମାଧାନର ଅଂଶ ହେବାକୁ ଚାହୁଁଛେ। ବାସ୍‍ କେବଳ ମାତ୍ର ଗୋଟିଏ ପତଳା ରେଖା ରହିଛି ଯଦି ଆମେ ସମସ୍ୟାର ଅଂଶ ହେବା ତେବେ ରାଜନୀତି ଚାଲିପାରିବ କିନ୍ତୁ ଯଦି ଆମେ ସମାଧାନର ମାଧ୍ୟମ ହେଉଛେ ତେବେ ରାଷ୍ଟ୍ରନୀତିକୁ ଅତି ଊର୍ଦ୍ଧ୍ବକୁ ନେଇ ଯାଇ ପାରିବା। ଆମର ଏହା ହେଉଛି ଦାୟିତ୍ୱ ଯେ ଆମେ ବର୍ତମାନର ପିଢ଼ୀଙ୍କ ପାଇଁ ମଧ୍ୟ ଚିନ୍ତା କରିବାକୁ ହେବ, ଆମକୁ ଭବିଷ୍ୟତର ପିଢ଼ୀଙ୍କ ପାଇଁ ମଧ୍ୟ ଚିନ୍ତା କରିବକୁ ପଡ଼ିବ। ସମସ୍ୟା ରହିଛି କିନ୍ତୁ ମୋର ବିଶ୍ୱାସ ରହିଛି ଯେ ଆମେ ସାଙ୍ଗ ହୋଇ କାର୍ଯ୍ୟ କରିବା, ଆତ୍ମବିଶ୍ୱାସର ସହିତ କାର୍ଯ୍ୟ କରିବା ତେବେ ଆମେ ପରିସ୍ଥିତିକୁ ମଧ୍ୟ ବଦଳାଇ ପାରିବା ଆଉ ଆମେ ଇଚ୍ଛିତ ପରିଣାମ ମଧ୍ୟ ପ୍ରାପ୍ତ କରି ପାରିବା... ଏହା ହେଉଛି ମୋର ଦୃଢ଼ ବିଶ୍ୱାସ।

ଆଦରଣୀୟ ସଭାପତି ମହାଶୟ,

ସଦନରେ କୃଷକ ଆନ୍ଦୋଳନର ଭରପୂର ଚର୍ଚ୍ଚା ହୋଇଛି, ଅଧିକରୁ ଅଧିକ ସମୟ ଯେଉଁ କଥା କୁହାଗଲା ତାହା ଆନ୍ଦୋଳନ ସମ୍ବନ୍ଧରେ କୁହାଗଲା। କେଉଁ କଥାକୁ ନେଇ ଆନ୍ଦୋଳନ ରହିଛି ସେହି କଥା ଉପରେ ସମସ୍ତେ ଚୁପ ରହିଲେ। ଆନ୍ଦୋଳନ ହେଉଛି କିପରି, ଆନ୍ଦୋଳନ ସହିତ କ’ଣ ହେଉଛି। ଏ ସମସ୍ତ କଥା ବହୁ ପରିମାଣରେ କୁହାଗଲା ତାହାର ମଧ୍ୟ ଗୁରୁତ୍ୱ ରହିଛି କିନ୍ତୁ ଯେଉଁ ମୂଳ କଥା ରହିଛି... ଭଲ ହୋଇଥାଆନ୍ତା ଯଦି ତାହାର ଚର୍ଚ୍ଚା ବିସ୍ତାର ଭାବେ ହୋଇ ଥାଆନ୍ତା। ଯେଭଳି ଆମର ମାନନୀୟ କୃଷି ମନ୍ତ୍ରୀ ମହାଶୟ ବହୁତ ହିଁ ଭଲ ଢ଼ଂଗରେ ଯେଉଁ ପ୍ରଶ୍ନ ପଚାରିଛନ୍ତି ସେହି ପ୍ରଶ୍ନଗୁଡ଼ିକର ଉତର ମିଳିବ ନାହିଁ, ଏ କଥା ମୋତେ ଜଣାଅଛି କିନ୍ତୁ ସେ ଖୁବ ଭଲ ଢ଼ଂଗରେ ଏ ବିଷୟରେ ଚର୍ଚ୍ଚା କରିଛନ୍ତି। ମୁଁ ଆଦରଣୀୟ ଦେବଗୌଡା ମହାଶୟଙ୍କର ମଧ୍ୟ ବହୁତ କୃତଜ୍ଞ ସେ ଏହି ସଂପୂର୍ଣ୍ଣ ଚର୍ଚ୍ଚାକୁ ଏକ ଗାମ୍ଭୀର୍ଯ୍ୟ ଦେଲେ ଆଉ ସେ ସରକାରଙ୍କର ଯେଉଁସବୁ ଭଲ ପ୍ରୟାସ ରହିଛି ସେଗୁଡ଼ିକର ପ୍ରଶଂସା ମଧ୍ୟ କରିଛନ୍ତି କାରଣ ସେ ତାଙ୍କ ସାରା ଜୀବନ କୃଷକମାନଙ୍କ ପାଇଁ ସମର୍ପିତ ରହିଛନ୍ତି ଆଉ ସେ ସରକାରଙ୍କର ଯେଉଁସବୁ ଭଲ ପ୍ରୟାସ ରହିଛି ସେଗୁଡ଼ିକର ପ୍ରଶଂସା ମଧ୍ୟ କଲେ ଏବଂ ସେ କିଛି ଭଲ ପରାମର୍ଶ ମଧ୍ୟ ଦେଲେ। ମୁଁ ଆଦରଣୀୟ ଦେବଗୌଡା ମହାଶୟଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି।

ଆଦରଣୀୟ ସଭାପତି ମହାଶୟ,

ଚାଷର ମୌଳିକ ସମସ୍ୟା ହେଉଛି କ’ଣ? ତାହାର ମୂଳ କେଉଁଠି? ମୁଁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ମହାଶୟ, ବିସ୍ତୃତ ଭାବେ ଯାହା କିଛି ଜଣାଇଛନ୍ତି ତାହାର ଚର୍ଚ୍ଚା କରିବାକୁ ଚାହୁଁଛି... ବହୁତ ଲୋକ ଅଛନ୍ତି ଯେଉଁମାନେ ଚୌଧୁରୀ ଚରଣ ସିଂହଙ୍କ ପରମ୍ପରାକୁ ସମ୍ଭାଳିବା ନିମନ୍ତେ ଗର୍ବ କରୁଛନ୍ତି ଆଉ ସେମାନେ ନିଶ୍ଚିତ ଭାବେ ଏହି କଥାକୁ ବୁଝିବା ପାଇଁ ହୁଏତ ପ୍ରୟାସ କରିବେ। ତାହା ବୋଧହୁଏ 1971ରେ ଯେଉଁ କୃଷି ଅଧିବେଶନ ହୋଇଥିଲା, ସେହି ଆଲୋଚନା ତାଙ୍କରି ଭାଷାରେ ନିଶ୍ଚିତ ଭାବେ ଆସୁଥିଲା। ଚୌଧୁରୀ ରଚଣ ସିଂହ ମହାଶୟ କହିଥିଲେ ...ତାଙ୍କରି ବାକ୍ୟ ହେଉଛି କୃଷକମାନଙ୍କର ପରିସଂଖ୍ୟାନ ନିଆଗଲା ତେବେ ୩୩ ପ୍ରତିଶତ କୃଷକ ଏପରି ଅଛନ୍ତି ଯେଉଁମାନଙ୍କ ପାଖରେ 2ବିଘା(ମାଣ)ରୁ କମ୍‍ ଜମି ଅଛି, 2 ମାଣ ନାହିଁ, 2ବିଘା ପର୍ଯ୍ୟନ୍ତ ନାହିଁ, 2ବିଘାରୁ କମ୍‍ ଜମି ଅଛି। ୧୮ ପ୍ରତିଶତ ଯେଉଁ କୃଷକ ଅଛନ୍ତି ସେମାନଙ୍କ ପାଖରେ2 ବିଘାରୁ 4 ବିଘା ଜମି ଅର୍ଥାତ ଅଧ ହେକ୍ଟରରୁ ଏକ ହେକ୍ଟର.... 51 ପ୍ରତିଶତ କୃଷକ ଅଛନ୍ତି ସେମାନେ ଯେତେ ପରିଶ୍ରମ କରନ୍ତୁ .... ନିଜର ସ୍ୱଳ୍ପ ମାତ୍ର ଜମିରେ ସେମାନଙ୍କ ପରିବାରର ପ୍ରତିପୋଷଣ ସଚ୍ଚେଟତାର ସହ ହୋଇପାରେ ନାହିଁ। ଚୌଧୁରୀ ଚରଣ ସିଂହଙ୍କ କଥା। କ୍ଷୁଦ୍ର ଚାଷୀଙ୍କ ଦୟନୀୟ ସ୍ଥିତି ଚୌଧୁରୀ ଚରଣ ସିଂହ ମହାଶୟଙ୍କୁ ସଦା ସର୍ବଦା ବହୁତ କଷ୍ଟ ଦେଉଥିଲା। ସେ ସଦା ସର୍ବଦା ସେମାନଙ୍କର ଚିନ୍ତା କରୁଥିଲେ। ଏବେ ଆମେ ଆଗକୁ ଦେଖିବା... ଏଭଳି କୃଷକ ଯେଉଁମାନଙ୍କ ପାଖରେ ଏକ ହେକ୍ଟରରୁ ମଧ୍ୟ କମ୍‍ ଜମି ଥାଏ। 1971ରେ ସେହି 51 ପ୍ରତିଶତ ଆଜି 68 ପ୍ରତିଶତ ହୋଇଯାଇଛି। ଅର୍ଥାତ ଦେଶରେ ଏଭଳି କୃଷକଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯେଉଁମାନଙ୍କ ପାଖରେ ଅଳ୍ପ-ବହୁତ ଜମି ଅଛି। ଆଜି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ମିଶାଇବା ତେବେ ସେମାନଙ୍କ ସଂଖ୍ୟା 86 ପ୍ରତିଶତରୁ ଅଧିକ ହେବ। ଏହି କୃଷକଙ୍କ ପାଖରେ ଦୁଇ ହେକ୍ଟରରୁ ମଧ୍ୟ କମ ଜମି ଅଛି। ଆଉ ଏଭଳି କୃଷକଙ୍କ ସଂଖ୍ୟା ହେଉଛି 12 କୋଟି। କ’ଣ ଏହି 12କୋଟି କୃଷକଙ୍କ ପ୍ରତି ଆମର କୌଣସି ଦାୟିତ୍ୱ ନାହିଁ, କ’ଣ ଦେଶର କୌଣସି ଦାୟିତ୍ୱ ନାହିଁ। କ’ଣ ଆମେ କେବେ ଆମର ଯୋଜନାଗୁଡ଼ିକର କେନ୍ଦ୍ରରେ ଏହି 12 କୋଟି କୃଷକମାନଙ୍କୁ ରଖିବାକୁ ପଡ଼ିବ, ନା ରଖିବାକୁ ପଡ଼ିବ ନାହିଁ? ଏହି ପ୍ରଶ୍ନର ଉତର ଚୌଧୁରୀ ଚରଣ ସିଂହ ଆମ ପାଇଁ ଛାଡି ଯାଇଛନ୍ତି... ଆମକୁ ଉତର ଖୋଜିବାକୁ ପଡ଼ିବ। ଆମକୁ ଚୌଧୁରୀ ଚରଣ ସିଂହଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମଧ୍ୟ ଏହି କାର୍ଯ୍ୟ ପାଇଁ ଯାହାକିଛି ପ୍ରସ୍ତାବ ଅଛି... ଯାହାକୁ ଯେଉଁ ସୁଯୋଗ ମିଳିବ, ସମସ୍ତଙ୍କୁ କରିବାକୁ ପଡ଼ିବ, ତେବେ ଯାଇ ଆମେ କରି ପାରିବା।

ଏବେ ପୂର୍ବ ସରକାରଙ୍କ ଚିନ୍ତାରେ କ୍ଷୁଦ୍ର ଚାଷୀର ଅର୍ଥ କ’ଣ ଥିଲା? ଯଦି ଥରେ ଆମେ ଚିନ୍ତା କରିବା, ତେବେ ଧ୍ୟାନକୁ ଆସିବ, ମୁଁ ସମାଲୋଚନା କରିବା ପାଇଁ କହୁନାହିଁ କିନ୍ତୁ ଆମେ ବାସ୍ତବରେ...ଆମ ସମସ୍ତଙ୍କୁ ଚିନ୍ତା କରିବାର ଆବଶ୍ୟକତା ଅଛି। ଯେତେବେଳେ ନିର୍ବାଚନ ଆସିଥାଏ ଆମେ ଏକ ନିର୍ବାଚନ କାର୍ଯ୍ୟକ୍ରମ କରିଥାଉ, ସେତେବେଳେ କୃଷକମାନଙ୍କର ଋଣ ଛାଡ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇଥାଏ... ଭୋଟ କାର୍ଯ୍ୟକ୍ରମ ହେଉ ସେତେବେଳେ ହିନ୍ଦୁସ୍ତାନର ଯେ କେହି ଭଲଭାବେ ଜାଣିଥାଏ କିନ୍ତୁ ଯେତେବେଳେ ଋଣଛାଡ କରାଯାଏ... ସେତେବେଳେ କ୍ଷୁଦ୍ର ଚାଷୀ ସେଥିରୁ ବଞ୍ଚିତ ହୋଇ ରହିଥାଏ। ତା’ଭାଗ୍ୟରେ କିଛି ଆସି ନଥାଏ। କାରଣ ଋଣଛାଡ଼... ଯିଏ ବ୍ୟାଙ୍କରୁ ଋଣ ନେଇଥାଏ, ତା’ପାଇଁ ହୋଇଥାଏ... କିନ୍ତୁ ବିଚରା କ୍ଷୁଦ୍ରଚାଷୀର ବ୍ୟାଙ୍କରେ ଖାତା ନାହିଁ... ସେ କିପରି ବ୍ୟାଙ୍କକୁ ଋଣ ନେବାକୁ ଯାଇ ପାରିବ। ଆମେ କ୍ଷୁଦ୍ରଚାଷୀଙ୍କ ପାଇଁ କରି ନାହେଁ... ଯଦିଓ ଆମେ ରାଜନୀତି କରି ନେଇଛେ। ଏକ ଏକର ଦୁଇ ଏକର ଜମି ଥିବା କୃଷକ ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଖାତା ମଧ୍ୟ ନାହିଁ, ନା ସେମାନେ ଋଣ ନେଇଥାଆନ୍ତି ନା ଋଣ ଛାଡର ଲାଭ ସେମାନଙ୍କୁ ମିଳିଥାଏ। ସେହିପରି ପୂର୍ବରୁ ଫସଲ ବୀମା ଯୋଜନା କ’ଣ ଥିଲା... ଏକ ପ୍ରକାରରେ ସେହି ବୀମା ଯାହା ବ୍ୟାଙ୍କ ଗ୍ୟାରେଂଟି ଭାବେ କାର୍ଯ୍ୟ କରୁଥିଲା। ଆଉ ତା’ ମଧ୍ୟ କ୍ଷୁଦ୍ରଚାଷୀଙ୍କ ଭାଗ୍ୟରେ ନଥିଲା। ତାହା ମଧ୍ୟ ସେହି ଚାଷୀଙ୍କ ପାଇଁ ଥିଲା, ଯେଉଁମାନେ ବ୍ୟାଙ୍କରୁ ଋଣ ନେଉଥିଲେ ସେମାନଙ୍କର ବୀମା ହେଉଥିଲା, ବ୍ୟାଙ୍କବାଲାଙ୍କୁ ମଧ୍ୟ ବିଶ୍ୱାସ ହୋଇଯାଉଥିଲା, କାମ ଚାଲୁଥିଲା।

ଆଜି 2 ହେକ୍ଟରରୁ କମ କେତେ ଚାଷୀ ଥିବେ, ଯେଉଁମାନେ ବ୍ୟାଙ୍କରୁ ଋଣ ନେବେ... ସେଚ ସୁବିଧା ମଧ୍ୟ କ୍ଷୁଦ୍ରଚାଷୀଙ୍କ ଭାଗ୍ୟରେ ନାହିଁ, ବଡ଼-ବଡ଼ ଚାଷୀ ବଡ଼-ବଡ଼ ପମ୍ପ ଲଗାଇ ଦେଉଥିଲେ, ଟ୍ୟୁବୱେଲ ଖୋଳି ଦେଉଥିଲେ, ବିଜୁଳି ମଧ୍ୟ ନେଉଥିଲେ ଆଉ ମାଗଣାରେ ବିଜୁଳି ମିଳି ଯାଉଥିଲା, ସେମାନଙ୍କର କାର୍ଯ୍ୟ ଚଳି ଯାଉଥିଲା। କ୍ଷୁଦ୍ରଚାଷୀଙ୍କ ପାଇଁ ସେଚ ସୁବିଧା ଲାଗି ମଧ୍ୟ ଅସୁବିଧା ଥିଲା। ସେମାନେ ଟ୍ୟୁବୱେଲ ଖୋଳି ପାରୁ ନଥିଲେ, କେବେ-କେବେ ସେମାନଙ୍କୁ ବଡ଼ ଚାଷୀଙ୍କ ଠାରୁ ପାଣି କିଣିବାକୁ ପଡ଼ୁଥିଲା ଆଉ ଯେଉଁ ଦର ମାଗୁଥିଲେ ସେହି ଦର ଦେବାକୁ ପଡ଼ୁଥିଲା। ୟୁରିଆ... ବଡ଼-ବଡ଼ କୃଷକମାନଙ୍କୁ ୟୁରିଆ ପାଇବା ପାଇଁ କୌଣସି ସମସ୍ୟା ନଥିଲା। କ୍ଷୁଦ୍ରଚାଷୀଙ୍କୁ ରାତି-ରାତି ଧାଡ଼ିରେ ଠିଆ ହେବାକୁ ପଡ଼ୁଥିଲା। ସେଥିରେ ପୁଣି ଲାଠି ମାଡ ହେଉଥିଲା। କେବେ-କେବେ ବିଚରା ୟୁରିଆ ବିନା ଘରକୁ ଫେରି ଯାଉଥିଲା। ଆମେ କ୍ଷୁଦ୍ରଚାଷୀଙ୍କ ପରିସ୍ଥିତି ଜାଣିଛୁ... 2014 ପରେ ଆମେ କିଛି ପରିବର୍ତନ ପାଇଁ, ଆମେ ଫସଲ ବୀମା ଯୋଜନାର ପରିସର ବଢ଼ାଇ ଦେଲୁ। ଫଳରେ କୃଷକ... କ୍ଷୁଦ୍ରଚାଷୀମାନେ ମଧ୍ୟ ତାହାର ଲାଭ ନେଇ ପାରନ୍ତୁ ଏବଂ ବହୁତ କମ ପ୍ରିମିୟମରେ କାର୍ଯ୍ୟ ଆରମ୍ଭ କଲୁ ଆଉ ବିଗତ ଚାରି-ପାଞ୍ଚ ବର୍ଷରେ ଫସଲ ବୀମା ଯୋଜନା ଅଧୀନରେ 90 ହଜାର କୋଟି ଟଙ୍କା ଦାବୀ ଆକାରରେ କୃଷକଙ୍କୁ ମିଳିଛି। ଋଣଛାଡ ଠାରୁ ମଧ୍ୟ ସଂଖ୍ୟା ବଡ଼ ହୋଇ ଯାଇଛି ଆଜ୍ଞା।

ପୁଣି କିଷାନ କ୍ରେଡିଟ୍‍ କାର୍ଡକୁ ଦେଖନ୍ତୁ। କାର୍ଡ ଆମର ଏଠାରେ କିଷାନ କ୍ରେଡିଟ୍‍ କାର୍ଡ ହେଲା, କିନ୍ତୁ ବଡ଼-ବଡ଼ କୃଷକମାନଙ୍କ ପର୍ଯ୍ୟନ୍ତ ଗଲା ଆଉ ସେମାନେ ବ୍ୟାଙ୍କରୁ ବହୁତ କମ୍‍ ସୁଧରେ କିଛି ରାଜ୍ୟରେ ଶୂନ ପ୍ରତିଶତ ସୁଧରେ ସେମାନଙ୍କୁ ଋଣ ମିଳି ଯାଉଥିଲା, ଅର୍ଥ ସେମାନଙ୍କର କୌଣସି-କୌଣସି ବ୍ୟବସାୟ ବା ଜୀବିକା ହୋଇ ଯାଇଥିଲା। ଅର୍ଥ ସେଠାରେ ଲାଗି ଯାଉଥିଲା। କ୍ଷୁଦ୍ରଚାଷୀଙ୍କ ଭାଗ୍ୟରେ ଏହା ନଥିଲା। ଆମେ ସ୍ଥିରକଲୁ ଯେ ହିନ୍ଦୁସ୍ତାନର ପ୍ରତ୍ୟେକ କୃଷକଙ୍କୁ କିଷାନ କ୍ରେଡିଟ୍‍ କାର୍ଡ ଦେବୁ, ଏତିକି ହିଁ ନୁହେଁ ଆମେ ତା’ର ପରିସରକୁ ମତ୍ସ୍ୟଜୀବୀମାନଙ୍କ ପର୍ଯ୍ୟନ୍ତ ମଧ୍ୟ ବଢ଼ାଇ ଦେଲୁ ଫଳରେ ସେମାନେ ମଧ୍ୟ ଏହାର ଲାଭ ଉଠାଇ ପାରନ୍ତୁ। ଆଉ 1 କୋଟି 75 ଲକ୍ଷରୁ ଅଧିକ କୃଷକଙ୍କ ପାଖରେ କିଷାନ କ୍ରେଡିଟ୍‍ କାର୍ଡ ଲାଭ ପହଞ୍ଚି ସାରିଛି। ଆଉ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଅନୁରୋଧ କରୁଛୁ ଯେ ସେମାନେ କ୍ରମାଗତ ଭାବେ ଏହାକୁ ଆଗକୁ ବଢ଼ାନ୍ତୁ ଫଳରେ ଅଧିକରୁ ଅଧିକ କୃଷକ ଏହାର ଲାଭ ଉଠାଇ ପାରିବେ। ଆଉ ରାଜ୍ୟର ସହାୟତା ଯେତେ ଅଧିକ ମିଳିବ, ସେତେ ଅଧିକ କାର୍ଯ୍ୟ ହୋଇଯିବ। ସେହି ପ୍ରକାରରେ ଆମେ ଏକ ଯୋଜନା ନେଇ ଆସିଲୁ... ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଏହା ମାଧ୍ୟମରେ ଅର୍ଥ ସିଧା ସଳଖ କୃଷକଙ୍କ ଖାତାକୁ ଯାଉଛି। ଆଉ ଏହି ଗରିବ କୃଷକଙ୍କ ପାଖରେ ଯେଉଁମାନଙ୍କ ପାଖରେ କେବେ ଏହି ପ୍ରକାରର ସହାୟତା ପହଞ୍ଚି ନାହିଁ। 10 କୋଟି ଏଭଳି ପରିବାର ଅଛନ୍ତି ଯେଉଁମାନଙ୍କୁ ଏହାର ଲାଭ ମିଳି ସାରିଛି।

ଯଦି ବଙ୍ଗଳାରେ ରାଜନୀତିର ଆଳ ଆସି ନଥାଆନ୍ତା, ତେବେ ବଙ୍ଗଳାର କୃଷକ ମଧ୍ୟ ଯଦି ଯୋଡି ହୋଇ ଯାଇ ଥାଆନ୍ତେ ତେବେ ଏହି ସଂଖ୍ୟ ଏହାଠାରୁ ମଧ୍ୟ ଅଧିକ ହୋଇ ଯାଇଥାଆନ୍ତା। ଆଉ ଏ ପର୍ଯ୍ୟନ୍ତ 1ଲକ୍ଷ 15 ହଜାର କୋଟି ଟଙ୍କା ଏହି କୃଷକମାନଙ୍କ ଖାତାକୁ ଯାଇ ଥାଆନ୍ତା। ଏହି ଗରିବ କ୍ଷୁଦ୍ରଚାଷୀଙ୍କ ପାଖକୁ ଯାଇ ଥାଆନ୍ତା। ଆମର ସମସ୍ତ ଯୋଜନାଗୁଡ଼ିକର କେନ୍ଦ୍ରବିନ୍ଦୁ ମୃତିକା ସ୍ୱାସ୍ଥ୍ୟ କାର୍ଡ, ଆମେ ଶତ ପ୍ରତିଶତ ମୃତିକା ସ୍ୱାସ୍ଥ୍ୟ କାର୍ଡର କଥା କହୁଛୁ ଫଳରେ ଆମର କ୍ଷୁଦ୍ର ଚାଷୀ ସେମାନଙ୍କର ଜମି କିପରି ଅଛି, କେଉଁ ଫସଲ ଚାଷ ପାଇଁ ପ୍ରସ୍ତୁତ ଅଛି। ଆମେ 100 ପ୍ରତିଶତ ମୃତିକା ସ୍ୱାସ୍ଥ୍ୟ କାର୍ଡ ପାଇଁ କାର୍ଯ୍ୟ କଲୁ। ସେହିପରି ଆମେ ୟୁରିଆର ନିମ ଲେପନ ପାଇଁ 100 ପ୍ରତିଶତ ଅନୁମତି ଦେଲୁ। 100 ପ୍ରତିଶତ ପଛରେ ଆମର ଏହି ଲକ୍ଷ୍ୟ ଥିଲା ଯେ ଗରିବରୁ ଗରିବ କୃଷକଙ୍କ ପର୍ଯ୍ୟନ୍ତ ମଧ୍ୟ ୟୁରିଆ ପହଞ୍ଚିବାରେ ପ୍ରତିବନ୍ଧକ ନ ଆସୁ। ୟୁରିଆର ଅନ୍ୟ କାର୍ଯ୍ୟ ପାଇଁ ବିନିଯୋଗ ବନ୍ଦ ହେଉ ଏବଂ ସେଥିରେ ଆମେ ଏହା ବୁଝିପାରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ପ୍ରଥମ ଥର ପେନସନର ସୁବିଧା ନେଇକରି ଆସିଲୁ ଆଉ ମୁଁ ଦେଖୁଛି ଧୀରେ-ଧୀରେ ଆମର କ୍ଷୁଦ୍ର ଚାଷୀ ମଧ୍ୟ ଏହା ପରିସରକୁ ଆସୁଛନ୍ତି। ସେହି ପ୍ରକାରରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା... ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏହା କେବଳ ମାତ୍ର ଏକ ରାସ୍ତା ନୁହେଁ ଏହା କୃଷକଙ୍କ ଗାଁର ଜୀବନକୁ ବଦଳାଇବାର ଏକ ବହୁତ ବଡ଼ ଭାଗ୍ୟରେଖା ହୋଇଥାଏ। ଆଉ ଆମେ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେଲୁ ପ୍ରଥମ ଥର ପାଇଁ ଆମେ ‘କିଷାନ ରେଳ’ର କଳ୍ପନା କଲୁ। କ୍ଷୁଦ୍ର ଚାଷୀଙ୍କ ମାଲ ବିକ୍ରି ହେଉ ନଥିଲା, ଆଜି କିଷାନ ରେଳ ଯୋଗୁଁ ଗାଁର କୃଷକ ଟ୍ରେନ ମାଧ୍ୟମରେ ମୁମ୍ବଇ ବଜାରରେ ନିଜର ମାଲ ବିକ୍ରି କରିବାକୁ ଲାଗିଲା, ଫଳ ଏବଂ ପନିପରିବା ବିକିବାରେ ଲାଗିଛି। ତାକୁ ଲାଭ ମିଳୁଛି। କ୍ଷୁଦ୍ରଚାଷୀଙ୍କୁ ଲାଭ ମିଳୁଛି। କିଷାନ ଉଡାଣ ଯୋଜନା... କିଷାନ ଉଡାଣ ଯୋଜନା ଦ୍ୱାରା ଉଡାଜାହାଜରେ ଯେପରି ଆମର ଉତର-ପୂର୍ବାଞ୍ଚଳରେ ଏତେ ଭଲ-ଭଲ ଜିନିଷ କିନ୍ତୁ ପରିବହନ ବ୍ୟବସ୍ଥାର ଅଭାବରୁ ସେଠାକାର କୃଷକ ଲାଭ ପାଇପାରୁ ନଥିଲା। ଆଜି ତାଙ୍କୁ କିଷାନ ଉଡାଣ ଯୋଜନାର ଲାଭ ମିଳି ପାରୁଛି। କ୍ଷୁଦ୍ରଚାଷୀଙ୍କ ଅସୁବିଧା ସହିତ ପ୍ରତ୍ୟେକ ପରିଚିତ ଅଛନ୍ତି... ସମୟ-ସମୟ ଅନୁସାରେ ସେମାନଙ୍କର ସଶକ୍ତୀକରଣର ଦାବୀ ମଧ୍ୟ ଉଠିଛି।

ଆମର ଆଦରଣୀୟ ଶରଦ ପାୱାର ମହାଶୟ ଆଉ କଂଗ୍ରେସର ପ୍ରତ୍ୟେକ ଜଣ... ପ୍ରତ୍ୟେକ ସରକାର କୃଷି ସଂସ୍କାରର ଓକିଲାତି କରିଛନ୍ତି। କେହି ପଛରେ ନାହାଁନ୍ତି କାରଣ ପ୍ରତ୍ୟେକଙ୍କୁ ଲାଗୁଛି କରି ପାରିଲେ ଅବା ନ କରି ପାରିଲେ ଏହା ହେଉଛି ଅଲଗା କଥା। କିନ୍ତୁ ଏହା ହେବା ଉଚିତ, ଏହି କଥା ସମସ୍ତଙ୍କ ମୁହଁରୁ ବାହାରୁଛି। ଆଉ ଏହା ଆଜି ନୁହେଁ, ଯେତେବେଳେ ମଧ୍ୟ ଯିଏ ମଧ୍ୟ ଏଠାରେ ଥିଲେ ସମସ୍ତେ କରିଛନ୍ତି। ଆଉ ଶରଦ ପାୱାର ମହାଶୟ ଏକ ବୟାନ ମଧ୍ୟ ଦେଇଛନ୍ତି ସଂସ୍କାର ସପକ୍ଷରେ ଅଛି। ପଦ୍ଧତି ସମ୍ବନ୍ଧରେ ତାଙ୍କ ମନରେ ପ୍ରଶ୍ନ ଅଛି। କିନ୍ତୁ ସଂସ୍କାରକୁ ବିରୋଧ କରି ନାହାଁନ୍ତି। ଆଉ ଏଥିପାଇଁ ମୁଁ ବୁଝି ପାରୁଛି ଯେ ଆମେ ଏହି ବିଷୟରେ ଆମର ସାଥୀ ଶ୍ରୀମାନ ସିନ୍ଧିଆ ମହାଶୟ ବହୁତ ଭଲ ଢ଼ଂଗରେ ଅନେକ ଦିଗରେ ଏହି ଆଇନକୁ ନେଇ ଏଠାରେ... ଏହି ସମସ୍ତ କଥା ବିଗତ ଦୁଇ ଦଶକ ଧରି କ୍ରମାଗତ ଭାବେ ଚାଲୁ ରହିଛି। ଏପରି ନୁହେଁ ଯେ ଆମ ଆସିବା ପରେ ଚାଲିଛି। ଆମେ କହିଛୁ ଆଉ ପ୍ରତ୍ୟେକ କହିଛନ୍ତି ଯେ ଏବେ ସମୟ ଆସିଯାଇଛି ହୋଇଯିବ। ଏବେ ସମୟ ଆସିଯାଇଛି ଏହା ଠିକ ଅଛି, କୌଣସି କମା ପୂର୍ଣ୍ଣଚ୍ଛେଦ ଅଲଗା ହୋଇପାରେ କିନ୍ତୁ କେହି ଏହା ଦାବୀ କରି ପାରିବେ ନାହିଁ ଯେ ଭାଇ ଆମ ସମୟରେ ବହୁତ ବଢ଼ିଆ ଥିଲା, ମୁଁ ମଧ୍ୟ ଦାବୀ କରୁ ନାହିଁ ଯେ ଆମ ସମୟର ଚିନ୍ତାଧାରା ହିଁ ହେଉଛି ବହୁତ ବଢ଼ିଆ। ଦଶ ବର୍ଷ ପରେ କୌଣସି ଚିନ୍ତା ଆସିବ ନାହିଁ, ଏପରି ହୁଏ ନାହିଁ। ଏହି ସାମାଜିକ ଜୀବନ ପରିବର୍ତନଶୀଳ ହୋଇଥାଏ।

ଆଜିକାର ସମୟରେ ଯାହା ଆମକୁ ଠିକ ଲାଗିଲା ଚାଲନ୍ତୁ ସେଠାରେ ମଧ୍ୟ ସଂସ୍କାର କରିବା.... ନୂତନ କଥାକୁ ସାମିଲ କରିବା ତେବେ ତାହା ପ୍ରଗତିର ରାସ୍ତା ହୋଇଥାଏ ଆଜ୍ଞା... ପ୍ରତିବନ୍ଧକ ସୃଷ୍ଟି କରିବା ଦ୍ୱାରା ପ୍ରଗତି କେଉଁଠାରେ ହୋଇଥାଏ ଆଜ୍ଞା... ଆଉ ଏଥିପାଇଁ, ମୁଁ ଆଶ୍ଚର୍ଯ୍ୟ ଯେ ଅଚାନକ ୟୁଟର୍ଣ୍ଣ ନେଇ ନେଲେ ଏପରି କ’ଣ ହୋଇଗଲା ଠିକ୍‍ ଅଛି ଏବେ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଏହି ସରକାରକୁ ଘେରି ଯାଉଛନ୍ତି କିନ୍ତୁ ଏହା ସହିତ କୃଷକମାନଙ୍କୁ କହୁଛନ୍ତି ଯେ ଭାଇ, ପରିବର୍ତନ ହେଉଛି ବହୁତ ଜରୁରୀ। ବହୁତ ବର୍ଷ ଗଲା ଏବେ ନୂଆ କଥାକୁ ନେବାକୁ ପଡ଼ିବ। ଦେଶ ଆଗକୁ ବଢୁଛି କିନ୍ତୁ ଏବେ ମୋତେ ଲାଗୁଛି ଯେ ରାଜନୀତି ଏତେ ପ୍ରଭାବଶାଳୀ ହୋଇଯାଉଛି ଯେ ନିଜର ବିଚାର ହିଁ ପଛରେ ରହିଯାଉଛି। କିନ୍ତୁ ଏମାନେ ଯାହା ସବୁ କରୁଛନ୍ତି, ତାଙ୍କ କଥା, ଆଦରଣୀୟ ଡକ୍ଟର ମନମୋହନ ସିଂହ ମହାଶୟ ଯେଉଁଠାରେ ଉପସ୍ଥିତ ଅଛନ୍ତି ତାଙ୍କର ଏକ କଥା ହେଉଛି ଆଜି ପଢିବାକୁ ଚାହୁଁଛି। ହୋଇପାରେ ଯେଉଁ ୟୁଟର୍ଣ୍ଣ କରୁଛନ୍ତି ମୋ କଥା ମାନନ୍ତୁ ଅବା ନ ମାନନ୍ତୁ ମନମୋହନ ସିଂହ ମହାଶୟଙ୍କ କଥା ନିଶ୍ଚୟ ମାନିବେ। 1930 ଦଶକରେ ବଜାର ବ୍ୟବସ୍ଥାର ଥିବା ଜଟିଳତା ଓ ସେଟଅପ୍‍ ଯୋଗୁଁ ଆମ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ବାରଣ କରାଯାଉଛି। ଫଳରେ ସେମାନେ ସର୍ବାଧିକ ରିଟର୍ଣ୍ଣ ବା ଲାଭ ପାଇବାରୁ ବଞ୍ଚିତ ହୋଇଥାନ୍ତି। ଏହାକୁ ହଟାଇବା ଆମର ଉଦ୍ଦେଶ୍ୟ...ସେହି ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ଆମର ଉଦ୍ଦେଶ୍ୟ, ଯାହା ଏକ ବୃହତ ବଜାର ଭାବେ ଭାରତର ସମ୍ଭାବନାକୁ ହୃଦୟଙ୍ଗମ କରି ଏକ ବୃହତ ସାଧାରଣ ବଜାର ସୃଷ୍ଟି କରିବ। ଏହା ଆଦରଣୀୟ ମନମୋହନ ସିଂହ ମହାଶୟଙ୍କର କଥା। ଆଦରଣୀୟ ମନମୋହନ ସିଂହ ମହାଶୟ କୃଷକଙ୍କ ଉତ୍ପାଦ ବିକ୍ରିକୁ ସ୍ୱାଧୀନତା ଦେବା ପାଇଁ, ଭାରତକୁ ଏକ କୃଷି ବଜାର ଦେବା ସମ୍ବନ୍ଧରେ ନିଜର ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଆଉ ସେହି କାର୍ଯ୍ୟ ଆମେ କରୁଛୁ। ଆଉ ଆପଣମାନଙ୍କୁ ଗର୍ବ ହେବା ଉଚିତ... ଦେଖନ୍ତୁ ଆଦରଣୀୟ ମନମୋହନ ସିଂହ ମହାଶୟ ଯାହା କହିଥିଲେ... ତାହା ମୋଦୀଙ୍କୁ କରିବାକୁ ପଡ଼ୁଛି। ଆଜ୍ଞା, ଗର୍ବ କରନ୍ତୁ... ଆଉ ମଜାର କଥା ଏହା ହେଉଛି ଯେଉଁ ଲୋକମାନେ ରାଜନୈତିକ ବୟାନବାଜି କରୁଛନ୍ତି, ନାଚିକୁଦି ସେମାନଙ୍କ ରାଜ୍ୟରେ ମଧ୍ୟ ଯେତେବେଳେ ସେମାନଙ୍କୁ ସୁଯୋଗ ମିଳିଛି ଏଥିରୁ ଅଧା-ଅଧୁରା କିଛି ନା କିଛି କରିଛନ୍ତି। ଯେ କେହି ଏଠାରେ ଯେଉଁ ବିରୋଧି ଦଳ ଅଛନ୍ତି ସେମାନଙ୍କର ମଧ୍ୟ ଯେଉଁଠାରେ ସରକାର ଅଛି ସେମାନେ ସେଠାରେ ଅଧା-ଅଧୁରା କିଛି ମଧ୍ୟ କରିଛନ୍ତି। ସେମାନଙ୍କୁ ମଧ୍ୟ ଜଣା ଅଛି ଯେ ରାସ୍ତା ହେଉଛି ଗୋଟିଏ। ଆଉ ମୁଁ ଦେଖିଲି ଏହି ଆଲୋଚନାରେ ଆଇନର ଯେଉଁ ଉତ୍ସ ବା ବ୍ୟବସ୍ଥା ଅଛି, ତାହା ଉପରେ ଆଲୋଚନା ହୋଇ ନାହିଁ, ଅଭିଯୋଗ ଏହା ହେଉଛି ପଦ୍ଧତି ଠିକ୍‍ ନ ଥିଲା, ତାହାକୁ ତୁରନ୍ତ କରି ଦିଆଗଲା, ତାହା ହେଉଛି ଏହି କଥା ଯେତେବେଳେ ପରିବାରରେ ବିବାହ କାର୍ଯ୍ୟ ହୋଇଥାଏ, ତେବେ ମଧ୍ୟ ପିଉସୀ ଅଭିମାନ କରି କୁହନ୍ତି ଯେ ମୋତେ କେଉଁଠିକୁ ଡାକିଥିଲ, ତାହା ତ ରହିଥାଏ। ହେଉଛି ଏତେ ବଡ଼ ପରିବାର, ତାହା ତ ରହିଥାଏ।

ଆମେ କିଛି କଥା ଆଡକୁ ମଧ୍ୟ ଧ୍ୟାନ ଦେବା ଏବେ ଦେଖନ୍ତୁ... ଦୁଗ୍ଧ ଉତ୍ପାଦନ... କୌଣସି ବନ୍ଧନରେ ବାନ୍ଧି ହୋଇ ନାହିଁ। ନା ପଶୁପାଳକ ବନ୍ଧନରେ ବାନ୍ଧି ହୋଇଛନ୍ତି ନା ଦୁଗ୍ଧ ବନ୍ଧନରେ ବାନ୍ଧି ହୋଇଛି କିନ୍ତୁ ମଜା ଦେଖନ୍ତୁ... ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ହୁଏତ ଘରୋଇ କମ୍ପାନୀ ଅବା ସମବାୟ ଦୁଇଟି ଯାକ ଏପରି ଏକ ସୁଦୃଢ ଶୃଙ୍ଖଳ ସୃଷ୍ଟି କରିଛନ୍ତି ଦୁହେଁ ମିଶି ଏହି କାର୍ଯ୍ୟ କରୁଛନ୍ତି। ଆଉ ଏକ ଉନ୍ନତ ଯୋଗାଣ ଶୃଙ୍ଖଳ ଆମ ଦେଶରେ ସୃଷ୍ଟି ହୋଇଛି। ଏହାକୁ ଆମେ ଏବଂ ଆଉ ଯାହା କିଛି ଭଲ ରହିଛି ତାହାକୁ ଆମେ... ଆଉ ଏହା ମୋ ସମୟରେ ସୃଷ୍ଟି ହୋଇ ନାହିଁ। ଆପଣ ଏହାକୁ ନେଇ ଗର୍ବ କରିପାରିବେ ଯେ ଏହା ମୋ କାର୍ଯ୍ୟ ପୂର୍ବରୁ ସୃଷ୍ଟି ହୋଇଛି। ଆମେ ଗର୍ବ କରିବା ଆବଶ୍ୟକ। ଫଳ ପନିପରିବା ସହିତ ଜଡିତ ବ୍ୟବସାୟରେ ଅଧିକାଂଶ ସମୟରେ ବଜାର ସହିତ ସିଧା ସଳଖ ସଂପର୍କ ରହିଥାଏ, ବଜାରଗୁଡିକରୁ ହସ୍ତକ୍ଷେପ ହଟିଯାଇଛି, ତାହାର ଲାଭ ମିଳୁଛି। କ’ଣ ଡାଏରୀ ବାଲା ସଫଲ ପନିପରିବା କିଣୁଥିବା ଉଦ୍ୟମୀ, ପଶୁପାଳକ ଅବା କୃଷକମାନଙ୍କର ଜମିକୁ ନିଜ ଅଧିନକୁ ନେଇଯିବେ, ସେହି ପଶୁ ମାନଙ୍କ ଉପରେ କବଜା କରିନେବେ, ନେବେ ନାହିଁ ଆଜ୍ଞା, ଏପରି ହୋଇ ନ ଥାଏ। ଦୁଗ୍ଧ ବିକ୍ରି ହୋଇଥାଏ, ପଶୁ ବିକ୍ରି ହୋଇ ନ ଥାଏ ଆଜ୍ଞା, ଆମ ଦେଶରେ ଦୁଗ୍ଧ ଉଦ୍ୟୋଗର ଯୋଗଦାନ ଅଛି, କୃଷି ଅର୍ଥ ବ୍ୟବସ୍ଥାର ମୋଟ ମୂଲ୍ୟରେ 28 ପ୍ରତିଶତରୁ ମଧ୍ୟ ଅଧିକ ରହିଛି। ଅର୍ଥାତ ଏତେ ବଡ଼ ଆମ କୃଷି ବିଷୟରେ ଚର୍ଚ୍ଚା କରୁଛେ, ଏହି ଦିଗକୁ ଆମେ ଭୁଲି ଯାଉଛେ। 28 ପ୍ରତିଶତର ଯୋଗଦାନ ଅଛି। ଆଉ ପ୍ରାୟ ଆଠ ଲକ୍ଷ କୋଟି ଟଙ୍କାର କାରବାର ହେଉଛି। ଯେତିକ ଅର୍ଥ ଦୁଗ୍ଧରୁ ହୋଇଥାଏ ତାହାର ମୂଲ୍ୟ ଖାଦ୍ୟ ଶସ୍ୟ ଏବଂ ଡାଲି ଉଭୟକୁ ମିଶାଇ ଦିଆଯାଏ ତେବେ ତାହାଠାରୁ ମଧ୍ୟ ଅଧିକ ହୋଇଥାଏ। ଆମେ କେବେ ଏହି ବିଷୟକୁ ଦେଖି ନ ଥାଉ। ପଶୁପାଳକମାନଙ୍କୁ ସଂମ୍ପୂର୍ଣ୍ଣ ସ୍ୱାଧୀନତା, ଖାଦ୍ୟଶସ୍ୟ ଏବଂ ଡାଲି ଉତ୍ପାଦନ କରୁଥିବା କ୍ଷୁଦ ଏବଂ ନାମମାତ୍ର ଚାଷୀଙ୍କୁ... ଯେପରି ପଶୁପାଳକମାନଙ୍କୁ ସ୍ୱାଧୀନତା ମିଳିଛି, ସେମାନଙ୍କୁ କାହିଁକି ସ୍ୱାଧୀନତା ମିଳିବା ଉଚିତ ନୁହେଁ? ଏବେ ଏହି ପ୍ରଶ୍ନର ଉତର ଆମେ ଖୋଜିବା ତେବେ ଆମେ ସଠିକ ପଥରେ ଚାଲିବା।

ଆଦରଣୀୟ ସଭାପତି ମହାଶୟ,

ଏକଥା ଠିକ୍‍ ଯେ ଯେପରି ଆମ ମାନଙ୍କର ସ୍ୱଭାବ ରହିଛି, ଘରେ ମଧ୍ୟ ଟିକେ କିଛି ପରିବର୍ତନ କରିବାର ଅଛି ତେବେ ଘରେ ମଧ୍ୟ ଏକ ଉତେଜନା ସୃଷ୍ଟି ହୋଇଯାଇଥାଏ। ଚେୟାର ଏଠାରେ କାହିଁକି ରଖିଲ, ଟେବୁଲ ଏଠାରେ କାହିଁକି ରଖିଲ... ଘରେ ମଧ୍ୟ ହୋଇଥାଏ। ହେଉଛି ଏତେ ବଡ଼ ଦେଶ ଆଉ ଯେଉଁ ପ୍ରକାରର ପରମ୍ପରା ସହିତ ଆମେ ସହିତ ଆମେ ଚାଲୁଛୁ ତେବେ ମୁଁ ମାନୁଛି ଏହା ଏକ ସ୍ୱଭାବିକ କଥା, ଯେତେବେଳେ କୌଣସି ନୂଆ କଥା ଆସିଥାଏ ସେତେବେଳେ ଟିକେ ଅଳ୍ପ ବହୁତ ଅସାମଞ୍ଜସ୍ୟ ସ୍ଥିତି ମଧ୍ୟ ଆମର ଏଠାରେ ଦେଖିବାକୁ ମିଳିଥାଏ। କିନ୍ତୁ ଟିକେ ସେହି ଦିନକୁ ମନେ ପକାନ୍ତୁ ଯେତେବେଳେ ସବୁଜ ବିପ୍ଳବର କଥା ହେଉଥିଲା। ସବୁଜ ବିପ୍ଳବ ସମୟରେ ଯେଉଁ କୃଷି ସଂସ୍କାର ହେଲା, ସେତେବେଳେ ମଧ୍ୟ ଆଶଙ୍କାମାନ ସୃଷ୍ଟି ହୋଇଥିଲା, ଯେଉଁ ଆନ୍ଦୋଳନ ହୋଇଥିଲା, ତାହା ଭଲ ଭାବେ ଲିପିବଦ୍ଧ ହୋଇ ରହିଛି, ଆଉ ଏହା ହେଉଛି ଦେଖିବା ଭଳି। କୃଷି ସଂସ୍କାର ପାଇଁ କଠୋର ନିଷ୍ପତି ନେବାର ସେହି ସମୟରେ ଶାସ୍ତ୍ରୀଜୀଙ୍କ ଅବସ୍ଥା ଏହାଥିଲା ଯେ ନିଜ ସାଥୀମାନଙ୍କ ମଧ୍ୟରୁ କେହି କୃଷି ମନ୍ତ୍ରୀ ହେବାକୁ ପ୍ରସ୍ତୁତ ନଥିଲେ। କାରଣ ଏଭଳି ଲାଗୁଥିଲା ଯେ ହିଁ ହାତ ଜଳିଯିବ ଆଉ କୃଷକମାନେ ଅସନ୍ତୁଷ୍ଟ ହୋଇଯିବେ। ତେବେ ରାଜନୀତି ସଂପୂର୍ଣ୍ଣ ଶେଷ ହୋଇଯିବ। ଏହା ହେଉଛି ଶାସ୍ତ୍ରୀଜୀଙ୍କ ସମୟର ଘଟଣା, ଆଉ ଶେଷରେ ଶାସ୍ତ୍ରୀଜୀଙ୍କୁ ସୁବ୍ରମଣ୍ୟମ ମହାଶୟଙ୍କୁ କୃଷିମନ୍ତ୍ରୀ କରିବାକୁ ପଡ଼ିଥିଲା ଆଉ ସେ ସଂସ୍କାରର କଥା କହିଥିଲେ। ଯୋଜନା ଆୟୋଗ ମଧ୍ୟ ଏହାର ବିରୋଧ କରିଥିଲେ, ମଜା ଦେଖନ୍ତୁ... ଯୋଜନା ଆୟୋଗ ମଧ୍ୟ ବିରୋଧ କରିଥିଲା, ଅର୍ଥ ମନ୍ତ୍ରଣାଳୟ ସହିତ ସମଗ୍ର କ୍ୟାବିନେଟ ଭିତରେ ମଧ୍ୟ ବିରୋଧର ସ୍ୱର ଉଠିଥିଲା। କିନ୍ତୁ ଦେଶର ମଙ୍ଗଳ ପାଇଁ ଶାସ୍ତ୍ରୀଜୀ ଆଗକୁ ବଢ଼ିଲେ ଆଉ ବାମ ଦଳ ଏବେ ଯେଉଁ ଭାଷା କହୁଛନ୍ତି। ତାହା ସେହି ସମୟରେ ମଧ୍ୟ କହୁଥିଲେ। ସେମାନେ ଏହା କହୁଥିଲେ ଯେ ଆମେରିକାର ନିର୍ଦ୍ଦେଶରେ ଶାସ୍ତ୍ରୀଜୀ ଏହା କରୁଛନ୍ତି। ଆମେରିକାର ନିର୍ଦ୍ଦେଶରେ କଂଗ୍ରେସ ଏହା କରୁଛି। ଦିନ ସାରା... ଆଜି ମୋ ଖାତାରେ ଜମା ରହିଛି ନା ତାହା ପୂର୍ବରୁ ଆପଣଙ୍କ ବ୍ୟାଙ୍କ ଖାତାରେ ଥିଲା। ସମସ୍ତଙ୍କୁ ଆମେରିକାର ଏଜେଂଟ ବୋଲି କହି ଦିଆଯାଉଥିଲା, ଆମର କଂଗ୍ରେସର ନେତାମାନଙ୍କୁ। ଏ ସମସ୍ତେ ବାମଦଳ ଉପରେ ଆଜି ଯେଉଁ କଥା କହୁଛନ୍ତି ସେହି ସମୟରେ ମଧ୍ୟ ସେମାନେ ଏହି କଥା କହିଥିଲେ। ସାରା ଦେଶରେ ହଜାର-ହଜାର ପ୍ରଦର୍ଶନ ଆୟୋଜିତ କରାଯାଇଥିଲା। ବଡ଼ ଆନ୍ଦୋଳନ ଚାଲିଥିଲା। ଏହି ପରିସ୍ଥିତିରେ ମଧ୍ୟ ଲାଲ ବାହାଦୂର ଶାସ୍ତ୍ରୀଜୀ ଆଉ ତାଙ୍କ ପରବର୍ତୀ ସରକାର ଯାହା କିଛି କରିଲେ ତାହାର ହିଁ ହେଉଛି ପରିଣାମ ଯେ ଯାହା ଆମେ କେବେ ପିଏଲ-480 ମଗେଇକରି ଆଣି ଖାଉଥିଲେ ଆଜି ଦେଶ ନିଜର କୃଷକ ନିଜ ମାଟିରୁ ଉତ୍ପାଦନ କରିଥିବା ଜିନିଷ ଖାଉଛେ। ରେକର୍ଡ ସ୍ତରର ଉତ୍ପାଦନ ପରେ ମଧ୍ୟ ଆମର କୃଷି କ୍ଷେତ୍ରମାନଙ୍କରେ ସମସ୍ୟା ରହିଛି କେହି ଏକଥାକୁ ମନା କରି ପାରିବେ ନାହିଁ ଯେ ସମସ୍ୟା ନାହିଁ କିନ୍ତୁ ସମସ୍ୟାର ସମାଧାନ ଆମ ସମସ୍ତଙ୍କୁ ମିଳିମିଶି କରିବାକୁ ହେବ। ଆଉ ମୁଁ ମାନୁଛି କି ଏବେ ସମୟକୁ ଆଉ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଆମର ରାମ ଗୋପାଳ ମହାଶୟ ଏକ ବହୁତ ହିଁ ଭଲ କଥା କହିଛନ୍ତି... ସେ କହିଛନ୍ତି ଯେ କରୋନା ଲକଡାଉନରେ ମଧ୍ୟ ଆମ କୃଷକମାନେ ରେକର୍ଡ ଉତ୍ପାଦନ କରିଛନ୍ତି। ସରକାର ମଧ୍ୟ ବିହନ, ସାର, ସମସ୍ତ ଜିନିଷ କରୋନା ସମୟରେ ମଧ୍ୟ ପହଞ୍ଚାଇବାରେ କୌଣସି ଊଣା ହେବାକୁ ଦେଇ ନାହାଁନ୍ତି, କୌଣସି ଅସୁବିଧା ଆସିବାକୁ ଦେଇ ନାହାଁନ୍ତି ଆଉ ତାହାର ସାମୂହିକ ଭାବେ ଏହା ପରିଣାମ ମିଳିଛି ଯେ ଦେଶ ପାଖରେ ଏହି ଭଣ୍ଡାର ଭରି ରହିପାରିଲା। ଉତ୍ପାଦନର ରେକର୍ଡ କ୍ରୟ ମଧ୍ୟ କରୋନା ସମୟରେ ହିଁ ହୋଇଛି। ତେବେ ମୁଁ ଭାବୁଛି ଯେ ଆମକୁ ନୂଆ-ନୂଆ ଉପାୟ ଖୋଜି ଆଗକୁ ବଢ଼ିବାକୁ ହେବ ଆଉ ଯେପରି ମୁଁ କହିଲି କୌଣସି ମଧ୍ୟ, ବହୁତଗୁଡ଼ିଏ ଆଇନ ରହିଛି ପ୍ରତ୍ୟେକ ଆଇନରେ ଦୁଇ ବର୍ଷ ପରେ, ପାଞ୍ଚ ବର୍ଷ ପରେ, ଦୁଇ ମାସ, ତିନି ମାସ ପରେ ସଂସ୍କାର ହିଁ କରି ଚାଲିଥାଆନ୍ତି। ଆମେ କେତେକ ସ୍ଥିରାବସ୍ଥାରେ ଜୀଉଁଥିବା ଲୋକ ନୁହେଁ ଆଜ୍ଞା... ଯେତେବେଳେ ଭଲ ପରାମର୍ଶ ଆସିଥାଏ, ସେତେବେଳେ ମଧ୍ୟ ଭଲ ସଂସ୍କାର ହୋଇଥାଏ। ଆଉ ସରକାର ମଧ୍ୟ ଉତମ ପରାମର୍ଶକୁ, ଆଉ କେବଳ ଆମ ସରକାର ନୁହଁନ୍ତି ପ୍ରତ୍ୟେକ ସରକାର ଉତମ ପରାମର୍ଶକୁ ସ୍ୱୀକାର କରନ୍ତି, ଏହା ହିଁ ହେଉଛି ଗଣତାନ୍ତ୍ରିକ ପରମ୍ପରା। ଆଉ ଏଥିପାଇଁ ଭଲ କରିବା ପାଇଁ ଭଲ ପରାମର୍ଶ ସହିତ ଭଲ ପରାମର୍ଶର ପ୍ରସ୍ତୁତି ସହିତ ଆମ ସମସ୍ତଙ୍କୁ ଆଗକୁ ବଢ଼ିବା ଆବଶ୍ୟକ। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ ଦେଉଛି। ଆସନ୍ତୁ ଆମେ ଦେଶକୁ ଆଗକୁ ନେଇଯିବା ପାଇଁ, କୃଷି କ୍ଷେତ୍ରର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ, ଆନ୍ଦୋଳନକାରୀଙ୍କୁ ବୁଝି ଆମକୁ ଦେଶକୁ ଆଗକୁ ନେଇ ଯିବାକୁ ହେବ। ହୋଇପାରେ ଯେ ବୋଧହୁଏ ଆଜି ନ ହେଲେ କାଲି ଏହିଠାରେ ଯାହା କିଛି ମଧ୍ୟ ଏହିଠାରେ ହେବ କାହାକୁ ନା କାହାକୁ ଏହି କାର୍ଯ୍ୟଟିକୁ କରିବାକୁ ପଡ଼ିବ। ଆଜି ମୁଁ କରିଛି ଗାଳିଗୁଡ଼ିକୁ ମୋ ଖାତାକୁ ଯିବାକୁ ଦିଅନ୍ତୁ... କିନ୍ତୁ ଆଜି ହିଁ ଏହି ଭଲ କାର୍ଯ୍ୟଟିକୁ କରିବାରେ ଲାଗିପଡ଼ନ୍ତୁ। ଖରାପ ହେଲେ ମୋ ଖାତାକୁ, ଭଲ ହେଲେ ଆପଣଙ୍କ ଖାତାକୁ... ଆସନ୍ତୁ ମିଳିମିଶି ଚାଲିବା। ଆଉ ମୁଁ ଏବଂ ଆମର କୃଷି ମନ୍ତ୍ରୀ କ୍ରମାଗତ ଭାବେ ଆମର କୃଷକମାନଙ୍କ ସହିତ କଥାବାର୍ତା କରୁଛନ୍ତି। କ୍ରମାଗତ ଭାବେ ମିଟିଂ ବସୁଛି। ଆଉ ଏ ପର୍ଯ୍ୟନ୍ତ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜି ନାହିଁ। ଜଣେ ଅନ୍ୟଜଣଙ୍କର କଥାକୁ ବୁଝିବା ଏବଂ ବୁଝାଇବାର ପ୍ରୟାସ ଜାରି ରହିଛି। ଆଉ ଆମେ ଲଗାତାର ଭାବେ ଆନ୍ଦୋଳନ ସହିତ ଜଡ଼ିତ ଲୋକମାନଙ୍କୁ ପ୍ରାର୍ଥନା କରୁଛୁ କି ଆନ୍ଦୋଳନ କରିବା ହେଉଛି ଆପଣଙ୍କର ଅଧିକାର। କିନ୍ତୁ ଏହିଭଳି ଭାବେ ବୟସ୍କ ବୃଦ୍ଧମାନେ ସେଠାରେ ବସି ରହିବା ଠିକ କଥା ନୁହେଁ। ଆପଣ ସେମାନଙ୍କୁ ନେଇ ଯାଆନ୍ତୁ। ଆପଣ ଆନ୍ଦୋଳନକୁ ଶେଷ କରନ୍ତୁ ଆଗକୁ ବଢ଼ିବା ପାଇଁ ମିଳିମିଶି ବସି ଚର୍ଚ୍ଚା କରିବା ରାସ୍ତା ଖୋଲା ରହିଛି। ଏ ସବୁକିଛି ଆମେ କହିଛୁ ଆଉ ଆଜି ମଧ୍ୟ ଏହା ସଦନ ମାଧ୍ୟମରେ ମୁଁ ନିମନ୍ତ୍ରଣ ଦେଉଛି।

ଆଦରଣୀୟ ସଭାପତି ମହାଶୟ,

ଏହି କଥା ହେଉଛି ନିଶ୍ଚିତ ଯେ ଆମର କୃଷି ଖେତକୁ ପ୍ରଫୁଲ୍ଲିତ କରିବାର ଏହା ହେଉଛି ଉପଯୁକ୍ତ ସମୟ ଆଉ ଆମକୁ ଏହି ସମୟକୁ ନଷ୍ଟ କରିବାକୁ ଦେବା ଉଚିତ ନୁହେଁ। ଆମେ ଆଗକୁ ବଢ଼ିବା ଆବଶ୍ୟକ... ଦେଶକୁ ପଛକୁ ନେଇଯିବା କଥା ନୁହେଁ। ପକ୍ଷ ହେଉ ବିପକ୍ଷ ହେଉ, ଆନ୍ଦୋଳନରତ ସାଥୀ ହୁଅନ୍ତୁ, ଏହି ସବୁ ସଂସ୍କାରଗୁଡ଼ିକୁ ଆଣିବା ପାଇଁ ଆମକୁ ସୁଯୋଗ ଦେବା ଆବଶ୍ୟକ। ଆଉ ଗୋଟିଏ ଥର ଆମକୁ ଦେଖିବା ଦରକାର ଯେ ଏହି ପରିବର୍ତନ ଦ୍ୱାରା ଆମକୁ ଲାଭ ହେଉଛି କି ଲାଭ ହେଉନାହିଁ। କୌଣସି ଊଣା ରହିଯାଇଥାଏ, ତେବେ ଆମେ ତାହାକୁ ଠିକ କରିବା, ଆଉ କୌଣସି ସ୍ଥାନରେ କୋହଳ ରହିଥିଲେ ତାହାକୁ କସିକରି ବାନ୍ଧିବା। ଏଭଳି କଥା ନୁହେଁ ଯେ ସବୁ କବାଟ ବନ୍ଦ କରିଦେଲେ ବାସ.... ତେଣୁ ମୁଁ କହୁଛି... ମୁଁ ବିଶ୍ୱାସ ଦେଉଛି ଯେ ମଣ୍ଡିଗୁଡ଼ିକ ଅଧିକ ଆଧୁନିକ ହେଉ, ଅଧିକ ପ୍ରତିସ୍ପର୍ଦ୍ଧି ହେଉ, ଏଥରର ବଜେଟରେ ମଧ୍ୟ ଆମେ ତାହା ପାଇଁ ବ୍ୟବସ୍ଥା କରିଛି। କେବଳ ଏତିକି ହିଁ ନୁହେଁ, ଏମଏସପି ରହିଛି, ଏମଏସପି ଥିଲା, ଏମଏସପି ରହିବ। ଏହି ସଦନର ପବିତ୍ରତାକୁ ଆମେ ବୁଝିବା... ଯେଉଁ 80 କୋଟି ଲୋକଙ୍କୁ ଶସ୍ତାରେ ରାଶନ ଦିଆଯାଉଛି, ତାହା ମଧ୍ୟ ଜାରି ରହିବ। ତେଣୁ ଦୟାକରି ଭ୍ରମ ସୃଷ୍ଟି କରିବା କାର୍ଯ୍ୟରେ ଆମେ ଯୋଡି ହେବାନାହିଁ। କାରଣ ଆମକୁ ଦେଶ ଏକ ବିଶିଷ୍ଟ ଦାୟିତ୍ୱ ଦେଇଛି। କୃଷକଙ୍କ ଆୟ ବୃଦ୍ଧି କରିବାର ଯେଉଁ ସବୁ ଅନ୍ୟାନ୍ୟ ଉପାୟ ରହିଛି ତାହା ଉପରେ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ପରିବାର ଭିତରେ ଜନସଂଖ୍ୟା ବୃଦ୍ଧି ହେଉଛି, ସଦସ୍ୟଙ୍କର ସଂଖ୍ୟା ବଢ଼ୁଛି। ଜମି ଭାଗ ଭାଗ ହେବାରେ ଲାଗିଛି। ଏଭଳି ସ୍ଥିତିରେ କିଛି ନା କିଛି ଏଭଳି କାର୍ଯ୍ୟ କରିବାକୁ ହେବ ଯାହା ଫଳରେ କୃଷକଙ୍କ ଉପରେ ବୋଝ କମ୍‍ ହେଉ, ଆଉ ଆମର କୃଷକ ପରିବାରର ଲୋକମାନେ ମଧ୍ୟ ପେଟପାଟଣା ପାଇଁ ରୋଜଗାର କରିବା ପାଇଁ, ସେମାନଙ୍କ ପାଇଁ ଆମେ ଆହୁରି ଅଧିକ ସୁଯୋଗ ଉପଲବ୍ଧ କରାଇ ପାରିବା। ସେମାନଙ୍କର ଅସୁବିଧା ଦୂର କରିବା ପାଇଁ ଆମକୁ କାର୍ଯ୍ୟ କରିବାକୁ ହେବ ଆଉ ମୁଁ ମାନୁଛି ଯେ ଆମେ ଯଦି ଡେରି କରିଦେବା। ଆମେ ଯଦି ନିଜର ରାଜନୈତିକ ସମୀକରଣ ଗୁଡ଼ିକରେ ଫସି ରହିବା ତେବେ ଆମେ କୃଷକଙ୍କୁ ଅନ୍ଧକାର ଆଡକୁ ଠେଲି ଦେବା। ଦୟାକରି ଆମକୁ କୃଷକମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏଥିରୁ ନିଜକୁ ବଞ୍ଚାଇ ରଖିବା। ମୁଁ ସମସ୍ତଙ୍କୁ ପ୍ରାର୍ଥନା କରୁଛି। ଆମକୁ ଏହି କଥା ନିମନ୍ତେ ଚିନ୍ତା କରିବାକୁ ପଡ଼ିବ।

ଆଦରଣୀୟ ସଭାପତି ମହାଶୟ,

ଆମର କୃଷି କ୍ଷେତ୍ର ସହିତ ଡାଏରୀ ଏବଂ ପଶୁପାଳନକୁ ପ୍ରୋତ୍ସାହନ ଦେବାକୁ ପଡ଼ିବ ଫଳରେ ଆମର କୃଷକ ପରିପକ୍ୱ ହେବେ ଏହିଭଳି ଭାବେ ଆମେ ପାଦ ଏବଂ ମୁଖର ରୋଗ ପାଇଁ ଏକ ବହୁତ ବଡ଼ ଅଭିଯାନ ଚଳାଇଥିଲୁ ଯାହା ପଶୁପାଳକ, କୃଷକଙ୍କୁ ଯେଉଁମାନେ କୃଷି କାର୍ଯ୍ୟ ସହିତ ଜଡ଼ିତ ସେମାନଙ୍କୁ ମଧ୍ୟ ଲାଭ ହେବ। ଆମେ ମତ୍ସ୍ୟଚାଷକୁ ମଧ୍ୟ ଏକ ଭିନ୍ନ ବଳ ପ୍ରଦାନ କଲୁ, ଅଲଗା ମନ୍ତ୍ରଣାଳୟ ଗଠନ କଲୁ ଆଉ 20 ହଜାର କୋଟି ଟଙ୍କା ମତ୍ସ୍ୟ ସମ୍ପଦା ଯୋଜନା ନିମନ୍ତେ ବିନିଯୋଗ କରିଛୁ। ଯାହାଦ୍ୱାରା ସମଗ୍ର କ୍ଷେତ୍ରକୁ ଏକ ନୂତନ ବଳ ମିଳୁ। ମଧୁ ବିପ୍ଳବରେ ବହୁତ ସବୁ ସମ୍ଭାବନା ରହିଛି ଆଉ ଏଥିପାଇଁ ଭାରତରେ ତା’ପାଇଁ ଅଧିକ ଜମିର ଆବଶ୍ୟକତା ନାହିଁ, ନିଜର ହିଁ ଚାଷଜମିର କୋଣରେ କରିଦେବେ ତେବେ ମଧ୍ୟ ବର୍ଷକ ମଧ୍ୟରେ 40-50 ହଜାର, ଲକ୍ଷେ ଟଙ୍କା, ଦୁଇ ଲକ୍ଷ ଟଙ୍କା ସେ ରୋଜଗାର କରିଦେବେ। ଆଉ ଏଥିପାଇଁ ଆମେ ମଧୁ ବା ମହୁ ପାଇଁ, ହନି ପାଇଁ, ସେହିଭଳି ଭାବେ ମହୁମାଛି ମହମ.. ଦୁନିଆରେ ମହୁମାଛି ମହମର ଖୁବ ଚାହିଦା ରହିଛି। ଭାରତ ମହୁମାଛି ମହମ ରପ୍ତାନୀ କରି ପାରିବ। ଆମେ ତା’ପାଇଁ ଏକ ପରିବେଶ ସୃଷ୍ଟି କଲୁ ଆଉ କୃଷକଙ୍କ କ୍ଷେତରେ ହିଁ, କ୍ଷୁଦ୍ର ଚାଷୀ ଥିବେ ସେମାନେ ଏକ ନୂତନ ରୋଜଗାର କରି ପାରିବେ, ଆମକୁ ତାହାକୁ ଯୋଡିବାକୁ ହେବ। ଆଉ ମହୁମାଛି ପାଳନ ପାଇଁ ହଜାର-ହଜାର ଏକର ଜମିର ଆବଶ୍ୟକତା ନାହିଁ। ସେ ଆରାମରେ ନିଜ ଜମିରେ କରି ପାରିବେ। ସୌର ପମ୍ପ... ସୋଲାର ଆମେ କହୁ ଅନ୍ନଦାତା ଉର୍ଜ୍ଜାଦାତା ହୋଇ ପାରନ୍ତୁ ତାଙ୍କ କୃଷି କ୍ଷେତରେ ହିଁ ସୌର ବ୍ୟବସ୍ଥାରୁ ଉର୍ଜ୍ଜା ସୃଷ୍ଟି କରିବା, ସୌର ପମ୍ପ ଚଲାନ୍ତୁ ନିଜର ପାଣିର ଆବଶ୍ୟକତାକୁ ପୂରଣ କରନ୍ତୁ। ତାହାର ଖର୍ଚ୍ଚକୁ, ବୋଝକୁ କମ୍‍ କରିବା। ଆଉ ଫସଲ ଗୋଟିଏ ନେବାର ଅଛି ତେବେ ଦୁଇଟି ନିଅନ୍ତୁ, ଦୁଇଟି ନେଉଥିବେ ଯଦି ତିନୋଟି ନିଅନ୍ତୁ। ପଦ୍ଧତୀରେ ଟିକେ ପରିବର୍ତନ କରିବାର ଅଛି ତେବେ ବଦଳାଇ ପାରିବେ। ଏହି ଦିଗରେ ଆମେ ଯାଇ ପାରିବା। ଆଉ ଗୋଟିଏ କଥା, ଭାରତର ଶକ୍ତି ଏଭଳି ସମସ୍ୟାଗୁଡ଼ିକର ସମାଧାନ କରିବାରେ ଏବଂ ନୂତନ ରାସ୍ତା ଖୋଜିବା ପାଇଁ ରହିଛି, ଆଗକୁ ମଧ୍ୟ ଖୋଲିବ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଭାରତ ଅସ୍ଥିର ରହୁ, ଅଶାନ୍ତ ରହୁ, ଏଥି ନିମନ୍ତେ କ୍ରମାଗତ ଭାବେ ଚେଷ୍ଟା କରୁଛନ୍ତି। ଆମକୁ ଏଭଳି ଲୋକଙ୍କୁ ଜାଣିବାକୁ ଚିହ୍ନିବାକୁ ପଡ଼ିବ।

ଆମେ ଏହା ଭୁଲିବା ନାହିଁ ଯେ ପଞ୍ଜାବ ସହିତ କ’ଣ ହେଲା। ଯେତେବେଳେ ଭାଗବଣ୍ଟା ହେଲା, ସବୁଠାରୁ ଅଧିକ ସହିବାକୁ ପଡ଼ିଲା ପଞ୍ଜାବକୁ। ଯେତେବେଳେ 84ର ଦଙ୍ଗା ହେଲା, ସବୁଠାରୁ ଅଧିକ ଅଶ୍ରୁ ଝରିଲା ପଞ୍ଜାବର, ସବୁଠାରୁ ଅଧିକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା ପଞ୍ଜାବକୁ। ଯାହା ଜମ୍ମୁ-କଶ୍ମୀରରେ ହେଲା, ନିର୍ଦ୍ଦୋଷଙ୍କୁ ମୃତ୍ୟୁ ଘାଟରେ ବଳି ପକାଇ ଦିଆଗଲା। ଯାହା ଉତର- ପୂର୍ବାଞ୍ଚଳରେ ହୋଇ ଚାଲୁଥିଲା, ପ୍ରତ୍ୟେକ ଦିନ ବୋମା-ବନ୍ଧୁକ ଏବଂ ଗୁଳିର ବ୍ୟବସାୟ ଚାଲୁ ରହିଥିଲା। ଏ ସମସ୍ତ ଜିନିଷ ଦେଶକୁ କୌଣସି ନା କୌଣସି ରୂପରେ ବହୁତ କ୍ଷତି ପହଞ୍ଚାଇଛି। ଏହା ପଛରେ କେଉଁ ଶକ୍ତି ରହିଛି, ପ୍ରତ୍ୟେକ ସମୟରେ, ପ୍ରତି ସରକାର ଏହାକୁ ଦେଖିଛନ୍ତି, ଜାଣିଛନ୍ତି, ପରଖିଛନ୍ତି। ଆଉ ଏଥିପାଇଁ ସେ ଏହି ଆନ୍ତରିକତା ସହିତ ଏ ସମସ୍ତ ସମସ୍ୟାଗୁଡ଼ିକର ସମାଧାନ ଲାଗି ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ ଆଉ ଆମେ ଏହି କଥାକୁ ଭୁଲିଯିବା ନାହିଁ ଯେ କିଛି ଲୋକ, ଆମର ବିଶେଷ ଭାବେ ପଞ୍ଜାବର, ବିଶେଷ ଭାବେ ଶିଖ୍‍ ଭାଇମାନଙ୍କ ମୁଣ୍ଡରେ କିଛି ଭ୍ରମାତ୍ମକ କଥା ଭରିବାରେ ଲାଗିଛନ୍ତି। ଏହି ଦେଶ ପ୍ରତ୍ୟେକ ଶିଖଙ୍କ ପାଇଁ ଗର୍ବ କରିଥାଏ। ଏମାନେ ଦେଶ ପାଇଁ କେତେ କ’ଣ କରି ନାହାଁନ୍ତି। ସେମାନଙ୍କର ଯେତିକି ଆମେ ଆଦର କରିବା, ସେତିକ କମ ହେବ। ଗୁରୁମାନଙ୍କର ମହାନ ପରମ୍ପରାଗୁଡ଼ିକରେ... ମୋର ସୌଭାଗ୍ୟ ରହିଛି ଯେ ମୋତେ ପଞ୍ଜାବର ରୁଟି ଖାଇବାକୁ ମିଳିଛି। ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ବର୍ଷ ମୁଁ ପଞ୍ଜାବରେ ବିତାଇଛି, ଏଥିପାଇଁ ମୋତେ ଜଣାଅଛି। ଆଉ ଏଥିପାଇଁ ଯେଉଁ ଭାଷା ସେମାନଙ୍କ ପାଇଁ କିଛି ଲୋକ କହୁଛନ୍ତି, ସେମାନଙ୍କୁ ପଥଭ୍ରଷ୍ଟ କରିବାର ଲୋକମାନେ ପ୍ରୟାସ କରୁଛନ୍ତି, ଏହାଦ୍ୱାରା ଦେଶର କେବେ ହେଲେ ମଧ୍ୟ ମଙ୍ଗଳ ହେବ ନାହିଁ। ଆଉ ଏଥିପାଇଁ ଆମକୁ ଏହି ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଆଦରଣୀୟ ସଭାପତି ମହାଶୟ,

ଆମେ ସମସ୍ତେ କିଛି ଶବ୍ଦ ସହିତ ବହୁତ ଭଲ ଭାବେ ପରିଚିତ- ଶ୍ରମଜୀବୀ, ବୁଦ୍ଧିଜୀବୀ, ଏହି ସମସ୍ତ ଶବ୍ଦ ସହିତ ପରିଚିତ। କିନ୍ତୁ ମୁଁ ଦେଖୁଛି ଯେ ବିଗତ କିଛି ସମୟ ଧରି ଦେଶରେ ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି, ଏକ ନୂତନ ଗୋଷ୍ଠୀ ସାମ୍ନାକୁ ଆସିଛନ୍ତି ଆଉ ସେମାନେ ହେଉଛନ୍ତି ଆନ୍ଦୋଳନଜୀବୀ। ଏହି ଆନ୍ଦୋଳନଜୀବୀ ଆପଣମାନେ ଦେଖିବେ– ଓକିଲମାନଙ୍କର ଆନ୍ଦୋଳନ ହେଉ, ସେମାନେ ସେଠାରେ ଦୃଷ୍ଟିଗୋଚର ହେବେ, ଛାତ୍ରମାନଙ୍କର ଆନ୍ଦୋଳନ ହେଉ, ସେମାନେ ସେଠାରେ ଦୃଷ୍ଟିଗୋଚର ହେବେ, ଶ୍ରମିକମାନଙ୍କର ଆନ୍ଦୋଳନ ହେଉ, ସେମାନେ ସେଠାରେ ଦୃଷ୍ଟିଗୋଚର ହେବେ, କେବେ ପରଦା ପଛରେ ଆଉ କେବେ ପରଦା ଆଗରେ। ଗୋଟିଏ ପୂରା ଦଳ ହେଉଛନ୍ତି ଏହି ଆନ୍ଦୋଳନଜୀବୀ। ସେମାନେ ଆନ୍ଦୋଳନ ବିନା ବଞ୍ଚି ପାରିବେ ନାହିଁ ଆଉ ଆନ୍ଦୋଳନ ସହିତ ବଞ୍ଚିବା ପାଇଁ ସେମାନେ ରାସ୍ତା ଖୋଜି ଚାଲନ୍ତି। ଆମକୁ ଏଭଳି ଲୋକମାନଙ୍କୁ ଚିହ୍ନିବାକୁ ପଡ଼ିବ, ଯେଉଁମାନେ ସବୁ ଜାଗାରେ ପହଞ୍ଚିକରି ଆଉ ବଡ଼ ଆଇଡିଓଲୋଜିକାଲ ଷ୍ଟାଣ୍ଡ ଦେଇ ଦିଅନ୍ତି, ପଥଭ୍ରଷ୍ଟ କରି ଦିଅନ୍ତି, ନୂଆ-ନୂଆ ଉପାୟ ଜଣାଇ ଦିଅନ୍ତି। ଦେଶ ଆନ୍ଦୋଳନଜୀବୀ ଲୋକଙ୍କ କବଳରୁ ରକ୍ଷା ପାଉ, ଏଥିପାଇଁ ଆମ ସମସ୍ତଙ୍କୁ... ଆଉ ଏହା ହେଉଛି ସେମାନଙ୍କର ଶକ୍ତି...ସେମାନଙ୍କର କ’ଣ ଅଛି, ନିଜେ କିଛି ଜିନିଷ ଗଢ଼ି ପାରିବେ ନାହିଁ, କାହାର କିଛି ଚାଲୁଛି ତେବେ ଯାଇ ବସି ପଡ଼ନ୍ତି। ସେମାନେ ନିଜର... ଯେତିକି ଦିନ ଚାଲିବ, ଚାଲିଯାଇଥାଏ ସେମାନଙ୍କର। ଏଭଳି ଲୋକମାନଙ୍କୁ ଚିହ୍ନିବାର ଯଥେଷ୍ଟ ଆବଶ୍ୟକତା ଅଛି। ଏ ସମସ୍ତ ଆନ୍ଦୋଳନଜୀବୀ ହେଉଛନ୍ତି ପରଜୀବୀ। ଆଉ ଏଠାରେ ସମସ୍ତ ଲୋକମାନଙ୍କୁ ମୋ କଥାରୁ ଏଥିପାଇଁ ଆନନ୍ଦ ମିଳିବ କାରଣ ଆପଣମାନେ ଯେଉଁ-ଯେଉଁଠାରେ ସରକାର ଚଲାଉଥିବେ, ଆପଣମାନଙ୍କୁ ମଧ୍ୟ ଏଭଳି ପରଜୀବୀ ଆନ୍ଦୋଳନଜୀବୀ ମାନଙ୍କର ଅନୁଭବ ହେଉଥିବ। ଆଉ ଏଥିପାଇଁ, ସେହି ପ୍ରକାରର ଏକ ନୂତନ ଜିନିଷକୁ ମୁଁ ଦେଖୁଛି। ଦେଶ ପ୍ରଗତି କରୁଛି, ଆମେ ଏଫଡିଆଇର କଥା କହୁଛୁ, ସିଧାସଳଖ ବିଦେଶୀ ପୁଞ୍ଜିଲଗାଣ। କିନ୍ତୁ ମୁଁ ଦେଖୁଛି ଏହି ଦିନମାନଙ୍କରେ ଏକ ନୂତନ ଏଫଡିଆଇ ମୈଦାନକୁ ଆସିଛି। ଏହି ନୂତନ ଏଫଡିଆଇ କବଳରୁ ଦେଶକୁ ରକ୍ଷା କରିବାକୁ ହେବ। ଏଫଡିଆଇ ଆବଶ୍ୟକ, ସିଧାସଳଖ ବିଦେଶୀ ପୁଞ୍ଜିଲଗାଣ। କିନ୍ତୁ ଏହି ଯେଉଁ ନୂତନ ଏଫଡିଆଇ ଦୃଷ୍ଟିଗୋଚର ହେଉଛି, ଏହି ନୂତନ ଏଫଡିଆଇ କବଳରୁ ନିଶ୍ଚିତ ଭାବେ ରକ୍ଷା ପାଇବାକୁ ପଡ଼ିବ ଆଉ ଏହି ନୂତନ ଏଫଡିଆଇ ହେଉଛି ବିଦୋଶୀ ବିଧ୍ୱଂଶକାରୀ ଚିନ୍ତାଧାରା, ଆଉ ଏଥିପାଇଁ ଏହି ଏଫଡିଆଇ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଆମକୁ ଆହୁରି ସତର୍କ ଏବଂ ଜାଗ୍ରତ ରହିବାର ଆବଶ୍ୟକତା ରହିଛି।

ଆଦରଣୀୟ ସଭାପତି ମହାଶୟ,

ଆମ ଦେଶର ବିକାଶ ପାଇଁ ଗ୍ରାମୀଣ ଅର୍ଥ ବ୍ୟବସ୍ଥା– ଏହାର ନିଜସ୍ୱ ଏକ ମୂଲ୍ୟ ରହିଛି। ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଆମର ଆତ୍ମନିର୍ଭର ଭାରତର ହେଉଛି ଏକ ପ୍ରମୁଖ ସ୍ତମ୍ଭ। ଆତ୍ମନିର୍ଭର ଭାରତ, ଏହା କୌଣସି ସରକାରଙ୍କର କାର୍ଯ୍ୟକ୍ରମ ହୋଇ ନ ପାରେ ଆଉ ହେବାର ଆବଶ୍ୟକତା ମଧ୍ୟ ନାହିଁ। ଏହା 130 କୋଟି ଦେଶବାସୀଙ୍କର ସଂକଳ୍ପ ହେବା ଆବଶ୍ୟକ। ଆମେ ଗର୍ବ ଅନୁଭବ କରିବା ଉଚିତ ଆଉ ଏଥିରେ କୌଣସି ଦ୍ୱନ୍ଦ ରହିବା ଉଚିତ ନୁହେଁ। ଆଉ ମହାତ୍ମାଗାନ୍ଧିଙ୍କ ଭଳି ମହାପୁରୁଷ ଆମକୁ ଏହି ରାସ୍ତା ଦେଖାଇଥିଲେ। ଯଦି ଆମେ ସେଠାରେ ଟିକିଏ ହଟି ଯାଇଛେ ତେବେ ପୁଣିଥରେ ସେହି ଧାରାକୁ ଫେରି ଆସିବାର ଆବଶ୍ୟକତା ରହିଛି ଆଉ ଆତ୍ମନିର୍ଭର ଭାରତର ରାସ୍ତାରେ ଆମକୁ ବଢ଼ିବାକୁ ହିଁ ହେବ। ଆଉ ମୋର ବିଶ୍ୱାସ ରହିଛି କି ଆମେ ସେହି କଥାଗୁଡ଼ିକୁ ନେଇ ଯେତେବେଳେ ଆଗକୁ ବଢ଼ୁଛୁ ସେତେବେଳେ ଆମ ଦେଶର ସାଧାରଣ ନାଗରିକଙ୍କର ବିଶ୍ୱାସ ବଢ଼ୁ। ଯେଭଳି ଏବେ ପ୍ରଶ୍ନୋତର ସମୟ କାଳରେ ଜଳ-ଜୀବନ ମିଶନର ଚର୍ଚ୍ଚା ହେଉଥିଲା- ଏତେ କମ୍‍ ସମୟରେ ତିନି କୋଟି ପରିବାରଙ୍କ ପର୍ଯ୍ୟନ୍ତ ଘରେ ପାଣି ପହଞ୍ଚାଇବାର, ନଳ ସଂଯୋଗ ଦେବାର କାର୍ଯ୍ୟ ହୋଇ ସାରିଛି। ଆତ୍ମନିର୍ଭରତା ସେତେବେଳେ ଯାଇ ସମ୍ଭବ ଯେତେବେଳେ ଅର୍ଥବ୍ୟବସ୍ଥାରେ ସମସ୍ତଙ୍କର ଭାଗୀଦାରୀ ରହିବ। ଆମର ସୋନାଲ ଭଉଣୀ ନିଜର ଭାଷଣରେ ଭଉଣୀ-ଝିଅଙ୍କର ଭାଗୀଦାରୀ ଉପରେ ଫୋକସ୍‍ କରିବାର ଚର୍ଚ୍ଚା ସେ ବିସ୍ତାରିତ ଭାବେ ପ୍ରଦାନ କରିଛନ୍ତି।

କରୋନା ସମୟରେ ତାହା ରାଶନ ହେଉ, ଆର୍ôଥକ ସହାୟତା ହେଉ କିମ୍ବା ମାଗଣା ଗ୍ୟାସ ସିଲିଣ୍ଡର – ସରକାର ପ୍ରତ୍ୟେକ ପ୍ରକାରରେ ଆମର ମାଆ-ଭଉଣୀମାନଙ୍କୁ ଅସୁବିଧା ନ ହେଉ, ଏହାର ସଂପୂର୍ଣ୍ଣ ଭାବେ ଚିନ୍ତା କରିବାର ପ୍ରୟାସ କରିଛନ୍ତି ଆଉ ସେ ଏକ ଶକ୍ତି ହୋଇ ଏହିସବୁ ଜିନିଷଗୁଡ଼ିକୁ ସମ୍ଭାଳିବାରେ ସାହାଯ୍ୟ ମଧ୍ୟ କରିଛନ୍ତି। ଯେଉଁଭଳି ଭାବେ ଏହି କଠିନ ସମୟରେ ଆମ ଦେଶର ନାରୀ ଶକ୍ତି ବଡ଼ ଧୈର୍ଯ୍ୟର ସହିତ ପରିବାରକୁ ସମ୍ଭାଳିଲେ, ପରିସ୍ଥିତିକୁ ସମ୍ଭାଳିଲେ; କରୋନାର ଏହି ଲଢ଼େଇରେ ପ୍ରତ୍ୟେକ ପରିବାରର ମାତୃଶକ୍ତିଙ୍କର ବହୁତ ବଡ଼ ଭୂମିକା ରହିଛି। ସେମାନଙ୍କୁ ମୁଁ ଯେତିକି ଧନ୍ୟବାଦ ଦେବି, ସେତିକି ହିଁ କମ ହେବ। ଭଉଣୀ-ଝିଅଙ୍କର ସାହସ ଆଉ ମୁଁ ବୁଝିପାରୁଛି ଆତ୍ମନିର୍ଭର ଭାରତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆମ ମାଆ-ଭଉଣୀମାନେ ତୁଲାଇବେ, ଏହା ହେଉଛି ମୋର ସଂପୂର୍ଣ୍ଣ ବିଶ୍ୱାସ। ଆଜି ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଆମ ଝିଅମାନଙ୍କର ଭାଗୀଦାରୀ ବୃଦ୍ଧି ପାଉଛି। ନୂଆ-ନୂଆ ଯେଉଁ ଶ୍ରମ ଅଦାଲତ ଗଠନ କରାଯାଇଛି, ସେଥିରେ ମଧ୍ୟ ଝିଅମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ସମାନ ବେତନର ଅଧିକାର ଦିଆଯାଇଛି। ମୁଦ୍ରା ଯୋଜନା ଦ୍ୱାରା ୭୦ ପ୍ରତିଶତ ଯେଉଁ ଋଣ ନିଆଯାଇଛି, ତାହା ଆମର ଭଉଣୀମାନଙ୍କ ଦ୍ୱାରା ନିଆଯାଇଛି ଅର୍ଥାତ ଗୋଟିଏ ପ୍ରକାରରେ ଏହା ହେଉଛି ଯୋଗ। ପ୍ରାୟ 7କୋଟି ମହିଳାଙ୍କ ସହଭାଗିତା ଦ୍ୱାରା 60 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ଆତ୍ମନିର୍ଭର ଭାରତର ପ୍ରୟାସକୁ ଏକ ନୂତନ ଶକ୍ତି ପ୍ରଦାନ କରୁଛନ୍ତି।

ଭାରତର ଯୁବ ଶକ୍ତି ଉପରେ ଆମେ ଯେତିକି ଯୋର ଲଗାଇବା, ଆମେ ସେମାନଙ୍କୁ ଯେତିକି ସୁଯୋଗ ଦେବା, ମୁଁ ଭାବୁଛି କି ସେମାନେ ଆମ ଦେଶ ପାଇଁ, ଭବିଷ୍ୟତ ପାଇଁ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ମୂଳଦୁଆ ହେବେ। ଯେଉଁ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି, ସେହି ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଆମର ଯୁବା ପିଢ଼ୀଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିବାର ପ୍ରୟାସ ହୋଇଛି। ଆଉ ମୁଁ ଖୁସି ଯେ ଏକ ଦୀର୍ଘ ସମୟ ଲାଗିଲା ଶିକ୍ଷା ନୀତି ଉପରେ ଚର୍ଚ୍ଚା ହେବାରେ, କିନ୍ତୁ ତାହାର ସ୍ୱୀକୃତି ଯେଉଁଭଳି ଭାବେ ଦେଶରେ ହୋଇଛି, ଏକ ନୂତନ ବିଶ୍ୱାସ ସୃଷ୍ଟି କରିଛି। ଆଉ ମୋର ବିଶ୍ୱାସ ରହିଛି କି ଏହି ନୂତନ ଶିକ୍ଷା ନୀତି, ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଆମ ଦେଶର ଏକ ନୂତନ ଉପାୟରେ ପଢ଼ିବାର ଏକ ନୂତନ ଉପାୟରେ ବିଚାର କରିବାର ହେଉଛି ଆଗମନ।

ଆମର ଏମଏସଏମଇ କ୍ଷେତ୍ର- ରୋଜଗାରର ସବୁଠାରୁ ଅଧିକ ସୁଯୋଗ ଏମଏସଏମଇକୁ ମିଳୁଛି। ଆଉ ଯେତେବେଳେ କରୋନ ସମୟରେ ଯେଉଁ ଷ୍ଟିମୁଲସର କଥା ହୋଇଥିଲା, ସେଥିରେ ମଧ୍ୟ ଏମଏସଏମଇ ଉପରେ ସଂପୂର୍ଣ୍ଣ ଧ୍ୟାନ ଦିଆଗଲା ଆଉ ତାହାର ହେଉଛି ପରିଣାମ କି ଆର୍ôଥକ ରିକଭରିରେ ଆଜି ଆମର ଏମଏସଏମଇ ବହୁତ ବଡ଼ ଭୂମିକା ତୁଲାଉଛନ୍ତି ଆଉ ଆମେ ତାହାକୁ ଆଗକୁ ବଢ଼ାଉଛୁ।

ଆମେ ସମସ୍ତେ ପ୍ରାରମ୍ଭରୁ ‘ସମସ୍ତଙ୍କ ସହିତ-ସମସ୍ତଙ୍କର ବିକାଶ-ସମସ୍ତଙ୍କର ବିଶ୍ୱାସ’ର ମନ୍ତ୍ରକୁ ନେଇ ଚାଲୁଛୁ। ଆଉ ତାହାର ଏହା ହେଉଛି ପରିଣାମ କି ଉତର-ପୂର୍ବାଞ୍ଚଳ ହେଉ ଅବା ନକ୍ସଲ ପ୍ରଭାବିତ ଅଞ୍ଚଳ, ଧୀରେ-ଧୀରେ ସେଠାରେ ଆମର ସମସ୍ୟା ସବୁ କମ ହେବାରେ ଲାଗିଛି ଆଉ ସମସ୍ୟା ସବୁ କମ ହେବା କାରଣରୁ ସୁଖ ଏବଂ ଶାନ୍ତିର ସୁଯୋଗ ସୃଷ୍ଟି ହେବା କାରଣରୁ ବିକାଶର ମୁଖ୍ୟ ଧାରାରେ ଏ ଆମର ସମସ୍ତ ସାଥୀମାନଙ୍କୁ ଆସିବାର ସୁଯୋଗ ମିଳୁଛି ଆଉ ଭାରତର ଉଜ୍ଜ୍ୱଳ ଭବିଷ୍ୟତରେ ପୂର୍ବୋତର ଭାରତ ବହୁତ ବଡ଼ ଭୂମିକା ତୁଲାଇବ, ଏହା ମୁଁ ସ୍ପଷ୍ଟ ଦେଖିପାରୁଛି। ଆଉ ଆମେ ତାହାକୁ ସଂପୂର୍ଣ୍ଣ ଦୃଢ଼ତାର ସହିତ ଆଣିବା।

ମୁଁ ଆଦରଣୀୟ ଗୁଲାମ ନବୀ ମହାଶୟଙ୍କ କଥା ଶୁଣୁଥିଲି। ଏମିତିରେ ମଧ୍ୟ ମୃଦୁଳତା ,ସୌମ୍ୟତା ଆଉ କେବେ ହେଲେ ମଧ୍ୟ କଟୁ ଶବ୍ଦର ଉପଯୋଗ ନ କରିବା, ଏହା ଗୁଲାମ ନବୀ ମହାଶୟଙ୍କ ବିଶେଷତା ରହି ଆସିଛି। ଆଉ ମୁଁ ମାନୁଛି କି ଆମେ ସମସ୍ତେ ଯେଉଁ ସାଂସଦଗଣ ଅଛୁ, ସେ ସମସ୍ତେ ଏହାକୁ ଶିଖିôବା ଭଳି କଥା ଆଉ ମୁଁ ତାଙ୍କର ସମ୍ମାନ ମଧ୍ୟ କରୁଛି। ଆଉ ସେ ଜମ୍ମୁ-କଶ୍ମୀରରେ ଯେଉଁ ନିର୍ବାଚନ ହେଲା, ତାହାର ପ୍ରଶଂସା ମଧ୍ୟ କଲେ। ସେ କହିଲେ କି ଦୀର୍ଘ ସମୟ ଧରି ଆଉ ସେ ଏହା ମଧ୍ୟ କହିଲେ ଯେ ମୋ ହୃଦୟରେ ଜମ୍ମୁ-କଶ୍ମୀରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ଆଉ ଏହା ମଧ୍ୟ ହେଉଛି ସ୍ୱାଭାବିକ, ତାଙ୍କ ହୃଦୟରେ ଏହି କଥା ରହିଥିବା ସମଗ୍ର ହିନ୍ଦୁସ୍ତାନର ହୃଦୟରେ ଜମ୍ମୁ-କଶ୍ମୀର ସେହି ଭାବନାରେ ଭରି ରହିଛି।

ଜମ୍ମୁ-କଶ୍ମୀର ଆତ୍ମନିର୍ଭର ହେବ, ସେହି ଦିଗରେ ଆମର- ସେଠାରେ ପଞ୍ଚାୟତର ନିର୍ବାଚନ ହେଲା, ବିଡିସିର ନିର୍ବାଚନ ହେଲା, ଡିଡିସିର ନିର୍ବାଚନ ହେଲା, ଆଉ ସେ ସବୁର ପ୍ରଶଂସା ଗୁଲାମ ନବୀ ମହାଶୟ କରିଛନ୍ତି। ଏହି ପ୍ରଶଂସା ପାଇଁ ମୁଁ ଆପଣଙ୍କ ନିକଟରେ ବହୁତ ଋଣୀ। କିନ୍ତୁ ମୋତେ ଡର ଲାଗୁଛି, ଆପଣ ପ୍ରଶଂସା କଲେ। ମୋର ବିଶ୍ୱାସ ରହିଛି କି ଆପଣଙ୍କ ଦଳର ଲୋକମାନଙ୍କୁ ଉଚିତ ଉତ୍ସାହ ମିଳିବ, ଭୁଲରେ ଜି-23ର ରାୟ ମାନି ତାହାକୁ ଓଲଟା କରି ଦେବେ ନାହିଁ।

ଆଦରଣୀୟ ସଭାପତି ମହାଶୟ,

କରୋନାର ଆହ୍ୱାନପୂର୍ଣ୍ଣ ସମୟରେ ସୀମାରେ ମଧ୍ୟ ଆହ୍ୱାନ ଦେବାର ପ୍ରଚେଷ୍ଟା କରାଯାଇଥିଲା। ଆମର ବୀର ଯବାନମାନଙ୍କର ସାହସ ଏବଂ କୁଶଳତା ସଠିକ ଜବାବ ଦେଇଛନ୍ତି। ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ଏହି କଥାରେ ଗର୍ବ ଅନୁଭବ ହେଉଛି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମର ଯବାନମାନେ ଦୃଢ଼ ଭାବରେ ଠିଆ ହୋଇ ରହିଛନ୍ତି। ସମସ୍ତ ସାଥୀମାନେ ମଧ୍ୟ ଆମ ଯବାନମାନଙ୍କର ଶୌର୍ଯ୍ୟର ପ୍ରଶଂସା କରିଛନ୍ତି, ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ଏଲଏସିରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାକୁ ନେଇ ଭାରତର ମତ ବହୁତ ହିଁ ସ୍ପଷ୍ଟ ଆଉ ଦେଶ ଏହାକୁ ଭଲ ଭାବେ ଦେଖୁଛି ମଧ୍ୟ ଆଉ ଗର୍ବ ମଧ୍ୟ କରୁଛି। ସୀମା ଭିତିଭୂମି ଏବଂ ସୀମା ସୁରକ୍ଷାକୁ ନେଇ ଆମର ପ୍ରତିବଦ୍ଧତାରେ କୌଣସି ପ୍ରକାରର କୋହଳ ମନୋଭାବ ଆସିବାର ପ୍ରଶ୍ନ ହିଁ ଉଠୁନାହିଁ, ଏଭଳି କୌଣସି ତିଳେମାତ୍ର ସନ୍ଦେହ ହିଁ ନାହିଁ, ଆଉ ଯେଉଁ ଲୋକମାନେ ଆମର ଲାଳନ-ପାଳନ ଆଉ ଆମର ବିଚାରସବୁକୁ, ଆମର ଉଦ୍ଦେଶ୍ୟକୁ ଦେଖନ୍ତି ସେମାନେ ଏ ବିଷୟରେ କେବେ ହେଲେ ମଧ୍ୟ ପ୍ରଶ୍ନ ହିଁ କରିବେ ନାହିଁ, ସେମାନଙ୍କୁ ଜଣାଅଛି ଯେ ଆମେ ଏଥିପାଇଁ ଦୃଢ଼ ଭାବେ ଠିଆ ହୋଇ ରହିବା ଭଳି ଲୋକ। ଆଉ ତେଣୁ ଆମେ ଏସବୁ ବିଷୟରେ କେଉଁଠାରେ ମଧ୍ୟ ପଛରେ ନାହୁଁ।

ଆଦରଣୀୟ ସଭାପତି ମହାଶୟ,

ଏହି ସଦନର ଉତମ ଚର୍ଚ୍ଚା ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଶେଷରେ ଗୋଟିଏ ମନ୍ତ୍ରର ଉଲ୍ଲେଖ କରି ନିଜର ବାଣୀକୁ ବିରାମ ପ୍ରଦାନ କରିବି। ଆମର ଏଠାରେ ବେଦମାନଙ୍କରେ ଏକ ମହାନ ବିଚାର ପ୍ରାପ୍ତ ହୋଇଥାଏ। ତାହା ଆମ ସମସ୍ତଙ୍କ ପାଇଁ, ୩୬ କୋଟି ଦେଶବାସୀଙ୍କ ପାଇଁ ଏହି ମନ୍ତ୍ର ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପ୍ରେରଣା। ବେଦର ଏହି ମନ୍ତ୍ର କହେ-

“ଅୟୁତୋ ଅହଂ ଅୟୁତୋ ମେ ଆତ୍ମା ଅୟୁତଂ ମେ, ଅୟୁତଂ ଚକ୍ଷୁ, ଅୟୁତଂ ଶ୍ରୋତ୍ରମ”

ଅର୍ଥାତ ମୁଁ ଏକ ନୁହେଁ, ମୁଁ ଏକୁଟିଆ ନୁହେଁ, ମୁଁ ନିଜ ସହିତ କୋଟି-କୋଟି ମାନବଙ୍କୁ ଦେଖୁଛି, ଅନୁଭବ କରୁଛି। ଏଥିପାଇଁ ମୋର ଆତ୍ମିକ ଶକ୍ତିର ମୂଲ୍ୟ ହେଉଛି କୋଟି-କୋଟି। ମୋ ସହିତ କୋଟି-କୋଟି ଦୃଷ୍ଟି ରହିଛି, ମୋ ସହିତ କୋଟି-କୋଟି ଶ୍ରବଣଶକ୍ତି ରହିଛି, କର୍ମ ଶକ୍ତି ମଧ୍ୟ ରହିଛି।

ଆଦରଣୀୟ ସଭାପତି ମହାଶୟ,

ବେଦର ଏହି ଭାବନା ଦ୍ୱାରା, ଏହି ଚେତନା ଦ୍ୱାରା 130 କୋଟିରୁ ଅଧିକ ଦେଶବାସୀ ଥିବା ଭାରତ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ୁଛି। ଆଜି 130 କୋଟି ଦେଶବାସୀଙ୍କ ସ୍ୱପ୍ନ ହେଉଛି ହିନ୍ଦୁସ୍ତାନର ସ୍ୱପ୍ନ। ଆଜି 130 କୋଟି ଦେଶବାସୀଙ୍କ ଆକାଂକ୍ଷା ହେଉଛି ଏହି ଦେଶର ଆକାଂକ୍ଷା। ଆଜି 130 କୋଟି ଦେଶବାସୀଙ୍କ ଭବିଷ୍ୟତ ହେଉଛି ଉଜ୍ଜ୍ୱଳ ଭାରତର ଗ୍ୟାରେଂଟି। ଆଉ ଏଥିପାଇଁ ଆଜି ଯେତେବେଳେ ଦେଶ ନୀତିମାନ ପ୍ରସ୍ତୁତ କରୁଛି, ପ୍ରୟାସ କରୁଛି, ତାହା କେବଳ ତତକାଳୀନ ହାନି-ଲାଭ ପାଇଁ ନୁହେଁ କିନ୍ତୁ ଏକ ଦୀର୍ଘ ଦୂରଗାମୀ ଏବଂ 2047 ରେ ଦେଶ ଯେତେବେଳେ ସ୍ୱାଧୀନତାର ଶତକ ପାଳନ କରିବ, ସେତେବେଳେ ଦେଶକୁ ନୂତନ ଶୀଖରକୁ ନେଇ ଯିବାର ସ୍ୱପ୍ନକୁ ନେଇ ଏହି ମୂଳଦୁଆ ରଖାଯାଉଛି। ଆଉ ମୋର ବିଶ୍ୱାସ ରହିଛି କି ଏହି କାର୍ଯ୍ୟଟିକୁ ପୂରଣ କରିବାରେ ଆମେ ନିଶ୍ଚିତ ରୂପେ ସଫଳ ହେବା।

ମୁଁ ଆଉ ଥରେ ପୁଣି ଆଦରଣୀୟ ରାଷ୍ଟ୍ରପତି ମହାଶୟଙ୍କର ଉଦବୋଧନ ପାଇଁ ମୁଁ ସମ୍ମାନର ସହ ଧନ୍ୟବାଦ ଜଣାଇ, ତାଙ୍କର ଅଭିନନ୍ଦନ କରି ସଦନରେ ମଧ୍ୟ ଯେଉଁଭଳି ଭାବେ ଚର୍ଚ୍ଚା ହେଲା ଆଉ ମୁଁ ସତ କହୁଛି, ଚର୍ଚ୍ଚାର ସ୍ତର ମଧ୍ୟ ଉତମ ଥିଲା। ଏହା ହେଉଛି ଠିକ ଯେ କାହାକୁ କେତେ ଲାଭ ହୋଇଥାଏ, ମୋ ଉପରେ ମଧ୍ୟ କେତେ ଆକ୍ରମଣ ହେଲା, ସବୁ ପ୍ରକାରରେ ଯାହା କିଛି ମଧ୍ୟ କୁହାଯାଇ ପାରେ କୁହାଗଲା, କିନ୍ତୁ ମୋତେ ବହୁତ ଆନନ୍ଦ ଆସିଲା ଯେ ମୁଁ ଅତି କମରେ ଆପଣଙ୍କର କାର୍ଯ୍ୟରେ ଆସିଲି। ଦେଖନ୍ତୁ ଆପଣଙ୍କ ମନରେ ଏକ ତ କରୋନା କାରଣରୁ ଅଧିକ ଯିବା-ଆସିବା ହେଉ ନାହିଁ, ଫସି ରହିଥିବେ, ଆଉ ଘରେ ମଧ୍ୟ ଝିକ-ଝିକ ଲାଗି ରହୁଥିବ। ଏବେ ଏଠାରେ ଏତେ ପରିମାଣରେ ରାଗ ସୁଝାଇଦେବେ ତେବେ ଆପଣଙ୍କ ମନ କେତେ ହାଲୁକା ହୋଇଗଲା। ଆପଣ ଘରେ ଯାଇ କେତେ ଖୁସିରେ ନିଜର ସମୟ ଅତିବାହିତ କରିବେ। ତେବେ ଆପଣଙ୍କୁ ଏ ଯେଉଁ ଆନନ୍ଦ ମିଳିଛି, ଏଥିପାଇଁ ମୁଁ ଆପଣଙ୍କ କାର୍ଯ୍ୟରେ ଲାଗିଲି, ଏହାକୁ ମୁଁ ମଧ୍ୟ ମୋ ନିଜର ସୌଭାଗ୍ୟ ମାନୁଛି, ଆଉ ମୁଁ ଚାହିଁବି ଏହି ଆନନ୍ଦ କ୍ରମାଗତ ଭାବେ ନେଇ ଚାଲନ୍ତୁ। ଚର୍ଚ୍ଚା କରି ଚାଲନ୍ତୁ, କ୍ରମାଗତ ଭାବେ ଚର୍ଚ୍ଚା କରି ଚାଲନ୍ତୁ। ସଦନକୁ ଜୀବନ୍ତ କରି ରଖନ୍ତୁ, ମୋଦୀ ଅଛି, ସୁଯୋଗ ଉଠାନ୍ତୁ।

ବହୁତ-ବହୁତ ଧନ୍ୟବାଦ!

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Centre releases ₹50,571 cr to states as capex loans during Apr-Nov

Media Coverage

Centre releases ₹50,571 cr to states as capex loans during Apr-Nov
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to the country's first President, Bharat Ratna Dr. Rajendra Prasad on his birth anniversary
December 03, 2024

The Prime Minister Shri Narendra Modi paid tributes to the country's first President, Bharat Ratna Dr. Rajendra Prasad Ji on his birth anniversary today. He hailed the invaluable contribution of Dr. Prasad ji in laying a strong foundation of Indian democracy.

In a post on X, Shri Modi wrote:

“देश के प्रथम राष्ट्रपति भारत रत्न डॉ. राजेन्द्र प्रसाद जी को उनकी जन्म-जयंती पर आदरपूर्ण श्रद्धांजलि। संविधान सभा के अध्यक्ष के रूप में भारतीय लोकतंत्र की सशक्त नींव रखने में उन्होंने अमूल्य योगदान दिया। आज जब हम सभी देशवासी संविधान के 75 वर्ष का उत्सव मना रहे हैं, तब उनका जीवन और आदर्श कहीं अधिक प्रेरणादायी हो जाता है।”