ଏକ ଦଶନ୍ଧି ମଧ୍ୟରେ ଭାରତ ଏକାଦଶ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି
'ହ୍ରାସ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣ' ଭାରତର ପାରମ୍ପରିକ ଜୀବନଶୈଳୀର ଏକ ଅଂଶ "
ଭାରତ ପ୍ରତ୍ୟେକ ମିଶନରେ ବ୍ୟାପକତା , ଗତି, ପରିମାଣ ଏବଂ ଗୁଣବତ୍ତା ଆଣିଥାଏ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି,  ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରତିଷ୍ଠାର ୫୦ ତମ ବାର୍ଷିକୀ ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ବୈଠକର ସହ - ଅଧ୍ୟକ୍ଷତା କରିଥିବାରୁ ଆୟର୍ଲାଣ୍ଡ ଏବଂ ଫ୍ରାନ୍ସକୁ କୃତଜ୍ଞତା ଜଣାଇଥିଲେ ।

 

ନିରନ୍ତର ବିକାଶ ପାଇଁ ଶକ୍ତି ନିରାପତ୍ତା ଏବଂ ସ୍ଥାୟୀତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ , କିପରି ଭାରତ ଏକ ଦଶନ୍ଧି ମଧ୍ୟରେ ଏକାଦଶ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଏହାକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ କରିଛି । ଏହି ସମୟ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତାରେ ଛବିଶ ଗୁଣ ବୃଦ୍ଧି ଘଟିଥିବା ବେଳେ ଦେଶର ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ଦ୍ୱିଗୁଣିତ ହୋଇଛି ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏ ଦିଗରେ ଆମର ପ୍ୟାରିସ୍ ପ୍ରତିଶ୍ରୁତିକୁ ଅତିକ୍ରମ କରିଛୁ ।

ବିଶ୍ୱର କେତେକ ବୃହତ୍ତମ ଶକ୍ତି ଉପଲବ୍ଧତା କାର୍ଯ୍ୟକ୍ରମ ମଧ୍ୟ ଭାରତରେ ଚାଲିଛି ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ ଏହା ମଧ୍ୟ  କହିଥିଲେ ଯେ ବିଶ୍ୱ ଜନସଂଖ୍ୟାର ୧୭% ଭାରତରେ ବାସ କରୁଥିବା ବେଳେ ଭାରତର କାର୍ବନ ନିର୍ଗମନ ବିଶ୍ୱର ମୋଟ ନିର୍ଗମନର ମାତ୍ର ୪% ଅଟେ । ସାମୂହିକ ଏବଂ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦେଶର ପ୍ରତିବଦ୍ଧତାକୁ ସେ ଦୋହରାଇ ଥିଲେ । ଆନ୍ତର୍ଜାତିକ ସୌର ମେଣ୍ଟ ଭଳି ପଦକ୍ଷେପର ନେତୃତ୍ୱ ଭାରତ ନେଇ ସାରିଛି । ଆମର ମିଶନ ଏଲଆଇଏଫଇ ଏକ ସାମୂହିକ ପ୍ରଭାବ ପାଇଁ ପୃଥିବୀ - ସହାୟକ ଜୀବନଶୈଳୀ ବିକଳ୍ପ ଉପରେ ଉପରେ ଧ୍ୟାନ କେନ୍ଦ୍ରିତ କରେ । ରିଡ୍ୟୁସ, ରିୟୁଜ୍ ଏବଂ ରିସାଇକଲ୍ (ହ୍ରାସ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣ) ଭାରତର ପାରମ୍ପରିକ ଜୀବନଶୈଳୀର ଏକ ଅଂଶ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ବିଶ୍ୱ ଜୈବ ଇନ୍ଧନ ମେଂଟର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ପଦକ୍ଷେପକୁ ସମର୍ଥନ କରିଥିବାରୁ ଆଇଇଏକୁ ଧନ୍ୟବାଦ ଜଣାଇଥିଲେ ।

 

କୌଣସି ଅନୁଷ୍ଠାନର ବିଶ୍ୱସନୀୟତା ଏବଂ ସାମର୍ଥ୍ୟ ବୃଦ୍ଧି ଦିଗରେ ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ ୧.୪ ବିଲିୟନ ଭାରତୀୟ ନାଗରିକ ମାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁମାନେ ପ୍ରତିଭା, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନକୁ ସାମନାକୁ  ଆଣି ପାରିବେ । "ଆମେ ପ୍ରତ୍ୟେକ ମିଶନରେ ବ୍ୟାପକତା ଏବଂ ଗତି, ପରିମାଣ ଏବଂ ଗୁଣବତ୍ତା ଆଣିଥାଉ", ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରି ଉଲ୍ଲେଖ କରିଥିଲେ ଯେ ଭାରତ ଏକ ବୃହତ ଭୂମିକା ଗ୍ରହଣ କରିବା ଦ୍ୱାରା ଆଇଇଏ ବହୁତ ଉପକୃତ ହେବ । ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଆଇଇଏର ମନ୍ତ୍ରୀସ୍ତରୀୟ ବୈଠକର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ବର୍ତ୍ତମାନର ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ନୂତନ ଭାଗିଦାରୀ ସୃଷ୍ଟି କରିବା ପାଇଁ ଏହି ମଞ୍ଚର ଉପଯୋଗ କରିବାକୁ ଅନୁରୋଧ କରିଥିଲେ । ଶ୍ରୀ ମୋଦୀ ଶେଷରେ କହିଥିଲେ ଯେ "ଆସନ୍ତୁ ଏକ ସ୍ୱଚ୍ଛ, ସବୁଜ ଏବଂ ଅନ୍ତର୍ଭୁକ୍ତ ବିଶ୍ୱ ନିର୍ମାଣ କରିବା" ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.