ଏକ ଦଶନ୍ଧି ମଧ୍ୟରେ ଭାରତ ଏକାଦଶ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି
'ହ୍ରାସ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣ' ଭାରତର ପାରମ୍ପରିକ ଜୀବନଶୈଳୀର ଏକ ଅଂଶ "
ଭାରତ ପ୍ରତ୍ୟେକ ମିଶନରେ ବ୍ୟାପକତା , ଗତି, ପରିମାଣ ଏବଂ ଗୁଣବତ୍ତା ଆଣିଥାଏ

ମହାମହିମଗଣ, ଉପସ୍ଥିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି , ସମସ୍ତଙ୍କୁ ମୋର ନମସ୍କାର

ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକରେ ସମସ୍ତଙ୍କୁ ଶୁଭେଚ୍ଛା । ସୂଚନାଯୋଗ୍ୟ, ଆଇଇଏ ଏହାର ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ କରୁଛି । ଏହି ମାଇଲଖୁଣ୍ଟ ପାଇଁ ଅଭିନନ୍ଦନ । ଏହି ବୈଠକରେ ସହ-ଅଧ୍ୟକ୍ଷତା କରିଥିବାରୁ ମୁଁ ଆୟର୍ଲାଣ୍ଡ ଏବଂ ଫ୍ରାନ୍ସକୁ ମଧ୍ୟ କୃତଜ୍ଞତା ଜଣାଉଛି ।

 

ବନ୍ଧୁଗଣ,

ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା । ନିରନ୍ତର ବିକାଶ  ପାଇଁ ଶକ୍ତି ନିରାପତ୍ତା ଏବଂ ସ୍ଥିରତା ଆବଶ୍ୟକ ହୋଇଥାଏ । ଗୋଟିଏ ଦଶନ୍ଧି ମଧ୍ୟରେ , ଆମେ ଏକାଦଶ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛୁ । ସେହି ସମୟ ମଧ୍ୟରେ ଆମର ସୌର ଶକ୍ତି କ୍ଷମତା ଛବିଶ ଗୁଣ ବୃଦ୍ଧି ପାଇଛି । ଆମର ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ମଧ୍ୟ ଦ୍ୱିଗୁଣିତ ହୋଇଛି । ସମୟସୀମା ପୂର୍ବରୁ ଆମେ ଏ ଦିଗରେ ଆମର ପ୍ୟାରିସ୍ ପ୍ରତିଶ୍ରୁତିକୁ ଅତିକ୍ରମ କରିଛୁ ।

ବନ୍ଧୁଗଣ,

ବିଶ୍ୱ ଜନସଂଖ୍ୟାର ୧୭% ଭାରତରେ  ବସବାସ କରନ୍ତି । ଆମେ ଦୁନିଆର କିଛି ସବୁଠାରୁ ବଡ ଶକ୍ତି ଉପଲବ୍ଧତା କାର୍ଯ୍ୟକ୍ରମ ଚଳାଉଛୁ । ତଥାପି ଆମର କାର୍ବନ ନିର୍ଗମନ ବିଶ୍ୱର ମୋଟ  ନିର୍ଗମନର ମାତ୍ର ୪% ଅଟେ । ତଥାପି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଏହା ଆମର ଏକ ସାମୂହିକ ଏବଂ ସକ୍ରିୟ ଆଭିମୁଖ୍ୟ । ଆନ୍ତର୍ଜାତିକ ସୌର ମେଣ୍ଟ ଭଳି ପଦକ୍ଷେପର ନେତୃତ୍ୱ ଭାରତ ନେଇସାରିଛି । ଆମର ମିଶନ ଏଲଆଇଏଫଇ ଏକ ସାମୂହିକ ପ୍ରଭାବ ପାଇଁ ପୃଥିବୀ - ସମର୍ଥକ ଜୀବନଶୈଳୀ ବିକଳ୍ପ ଗୁଡିକ ଉପରେ ଧ୍ୟାନ ଦିଏ । ଭାରତର ପାରମ୍ପରିକ ଜୀବନଶୈଳୀର ଏକ ଅଂଶ ହେଉଛି 'ରିଡ୍ୟୁସ୍‌, ରିୟୁଜ୍ ଆଣ୍ଡ ରିସାଇକଲ୍‌' (ହ୍ରାସ, ପୁନଃ ବ୍ୟବହାର, ପୁନଃଚକ୍ରଣ) । ଭାରତର ଜି-୨୦ ଅଧ୍ୟକ୍ଷତାରେ ମଧ୍ୟ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦେଖିବାକୁ ମିଳିଥିଲା । ବୈଶ୍ୱିକ ଜୈବ ଇନ୍ଧନ ମେଂଟର ଶୁଭାରମ୍ଭ ଏହାର ଅନ୍ୟତମ ଆକର୍ଷଣ ଥିଲା । ଏହି ପଦକ୍ଷେପକୁ ସମର୍ଥନ କରିଥିବାରୁ ମୁଁ ଆଇଇଏକୁ ଧନ୍ୟବାଦ ଜଣାଉଛି ।

 

ବନ୍ଧୁଗଣ,

ଅନ୍ତର୍ଭୁକ୍ତିକରଣ ଯେକୌଣସି ଅନୁଷ୍ଠାନର ବିଶ୍ୱସନୀୟତା ଏବଂ ସାମର୍ଥ୍ୟକୁ ବୃଦ୍ଧି କରିଥାଏ । ୧.୪ ବିଲିୟନ ଭାରତୀୟ ପ୍ରତିଭା, ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନକୁ ସାମନାକୁ ଆଣିଛନ୍ତି । ଆମେ ପ୍ରତ୍ୟେକ ମିଶନରେ ସ୍ତର ଏବଂ ଗତି, ପରିମାଣ ଏବଂ ଗୁଣବତ୍ତା ଆଣିଥାଉ । ମୁଁ ନିଶ୍ଚିତ ଯେ ଯେତେବେଳେ ଭାରତ ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିବ ସେତେବେଳେ ଆଇଇଏ ଉପକୃତ ହେବ ।  ଆଇଇଏର ମନ୍ତ୍ରୀସ୍ତରୀୟ ବୈଠକର ସଫଳତା ପାଇଁ ମୁଁ ଶୁଭେଚ୍ଛା ଜଣାଉଛି । ଆସନ୍ତୁ ଏହି ମଞ୍ଚକୁ ବର୍ତ୍ତମାନର ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ନୂତନ ଭାଗୀଦାରୀ ଗଠନ କରିବା ପାଇଁ ଉପଯୋଗ କରିବା । ଆସନ୍ତୁ ଏକ ସ୍ୱଚ୍ଛ, ସବୁଜ ଏବଂ ଅନ୍ତର୍ଭୁକ୍ତ ବିଶ୍ୱ ନିର୍ମାଣ କରିବା ।

ଧନ୍ୟବାଦ

ଆପଣ ସମସ୍ତଙ୍କୁ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.