ପ୍ରିୟ ମହାମହିମ ଗଣ,

 

ମହାମହିମ,

ନମସ୍କାର !

 

ମୋର ନିମନ୍ତ୍ରଣକୁ ସ୍ୱୀକାର କରି ଆଜି ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିବାରୁ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । 140 କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ।

 

ବନ୍ଧୁଗଣ,

 

ମୋର ସ୍ମରଣ ଅଛି, ଗତ ବର୍ଷ ନଭେମ୍ବର 16ରେ ଯେତେବେଳେ ମୋର ବନ୍ଧୁ ତଥା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ମୋତେ ଆନୁଷ୍ଠାନିକ ଭାବେ ଏକ ଗେବଲ ପ୍ରଦାନ କରିଥିଲେ, ସେତେବେଳେ ମୁଁ କହିଥିଲି ଯେ, ଆମେ ମିଳିମିଶି G-20କୁ ସମାବେଶୀ, ମହତ୍ୱାକାଂକ୍ଷୀ, କାର୍ଯ୍ୟଭିତ୍ତିକ ଏବଂ ନିର୍ଣ୍ଣାୟକ କରିବା । ବର୍ଷକ ମଧ୍ୟରେ ଆମେ ସମସ୍ତେ ମିଶି ଏହା କରି ଦେଖାଇଛୁ । ଆମେ ସମସ୍ତେ ମିଶି G-20କୁ ନୂତନ ଶିଖରରେ ପହଞ୍ଚାଇଛୁ ।

 

ଅବିଶ୍ୱାସ ଓ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଆଜିର ଦୁନିଆରେ ପାରସ୍ପରିକ ବିଶ୍ୱାସ ହିଁ ଆମକୁ ବାନ୍ଧି ରଖିଥାଏ, ପରସ୍ପର ସହ ଯୋଡ଼ି ରଖିଥାଏ । ଏହି ଏକ ବର୍ଷ ମଧ୍ୟରେ ଆମେ "ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ଉପରେ ବିଶ୍ୱାସ କରିଛୁ । ଆଉ ଆମେ ବିବାଦରୁ ଦୂରରେ ରହି ଏକତା ଏବଂ ସହଯୋଗର ପରିଚୟ ଦେଇଛୁ । ମୁଁ ସେହି ମୁହୂର୍ତ୍ତକୁ କେବେ ମଧ୍ୟ ଭୁଲି ପାରିବି ନାହିଁ ଯେତେବେଳେ ଦିଲ୍ଲୀରେ ଆମେ ସମସ୍ତେ ସର୍ବସମ୍ମତି କ୍ରମେ ଆଫ୍ରିକୀୟ ସଂଘକୁ G-20ରେ ସ୍ୱାଗତ କରିଥିଲୁ । G-20 ସମଗ୍ର ବିଶ୍ୱକୁ ଯେଉଁ ଅନ୍ତର୍ଭୁକ୍ତୀକରଣର ବାର୍ତ୍ତା ଦେଇଛି ତାହା ଅଦ୍ଭୂତପୂର୍ବ ।

 

ଭାରତ ପାଇଁ ଏହା ଗର୍ବର ବିଷୟ ଯେ, ତା’ର ଅଧ୍ୟକ୍ଷତାରେ ଆଫ୍ରିକାର ସ୍ୱର ମିଶିଛି । ଏହି ଗୋଟିଏ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱ G-20ରେ ଗ୍ଲୋବାଲ ସାଉଥର ସ୍ୱର ମଧ୍ୟ ଶୁଣି ସାରିଛି । ଗତ ସପ୍ତାହରେ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ପ୍ରାୟ 130ଟି ଦେଶ, ନୂଆଦିଲ୍ଲୀ G-20 ଶିଖର ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ ଆନ୍ତରିକତାର ସହ ପ୍ରଶଂସା କରିଛନ୍ତି । G-20 ନବସୃଜନ ଏବଂ ଡିଜିଟାଲ ଟେକ୍ନୋଲୋଜିକୁ ସମର୍ଥନ କରିବା ସହିତ ମାନବ-କେନ୍ଦ୍ରୀତ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛି । G-20 ବହୁପକ୍ଷବାଦ ଉପରେ ବିଶ୍ୱାସ ବୃଦ୍ଧି କରିଛି ।

 

ମିଳିତ ଭାବେ ଆମେ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ଏବଂ ବିଶ୍ୱ ଶାସନ ସଂସ୍କାରକୁ ଦିଗଦର୍ଶନ ଦେଇଛୁ । ଆଉ ଏହା ସହ ଜି-୨୦କୁ ଭାରତର ଅଧ୍ୟକ୍ଷତାରେ ପିପୁଲ୍ସ-୨୦ର ମାନ୍ୟତା ମିଳିଛି । ଭାରତର କୋଟି କୋଟି ସାଧାରଣ ନାଗରିକ ଜି-୨୦ରେ ଯୋଗ ଦେଇଥିଲେ, ଆମେ ଏହାକୁ ଏକ ପର୍ବ ଭାବରେ ପାଳନ କରିଥିଲୁ ।

 

ପ୍ରିୟ ମହାମହିମଗଣ,

 

ମହାମହିମ,

 

ଯେତେବେଳେ ମୁଁ ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀ ପ୍ରସ୍ତାବ ଦେଇଥିଲି, ସେତେବେଳେ ଆଜି ବିଶ୍ୱର ସ୍ଥିତି କ'ଣ ହେବ ତାହାର କୌଣସି ପୂର୍ବାନୁମାନ ନଥିଲା । ଗତ କିଛି ମାସ ମଧ୍ୟରେ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି । ପଶ୍ଚିମ ଏସିଆ ଅଂଚଳରେ ନିରାପତ୍ତା ଏବଂ ଅସ୍ଥିରତାର ସ୍ଥିତି ଆମ ସମସ୍ତଙ୍କ ପାଇଁ ହେଉଛି ଚିନ୍ତାର ବିଷୟ । ଆଜି ଆମେ ସମସ୍ତେ ଏକାଠି ହେବା, ଏକ ସଙ୍କେତ ଯେ, ଆମେ ସମସ୍ତ ସମସ୍ୟା ପ୍ରତି ସମ୍ବେଦନଶୀଳ ଏବଂ ଏହାର ସମାଧାନ ପାଇଁ ଏକାଠି ଠିଆ ହୋଇଛୁ । ଆମେ ସ୍ୱୀକାର କରୁଛୁ ଯେ, ଆତଙ୍କବାଦ ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ । ସାଧାରଣ ନାଗରିକମାନଙ୍କର ମୃତ୍ୟୁ ଯେଉଁଠି ବି ହେଉ ନା କାହିଁକି ନିନ୍ଦନୀୟ ।

 

ଆଜି ପଣବନ୍ଦୀମାନଙ୍କୁ ମୁକ୍ତ କରିବାନେଇ ଖବରକୁ ଆମେ ସ୍ୱାଗତ କରୁଛୁ । ଆଉ ଆଶା କରୁଛୁ ଯେ, ସମସ୍ତ ପଣବନ୍ଦୀମାନେ ଖୁବ ଶୀଘ୍ର ମୁକ୍ତି ପାଇବେ । ମାନବିକ ସହାୟତା ଠିକ୍ ସମୟରେ ଏବଂ ନିରନ୍ତର ଭାବେ ପ୍ରଦାନ କରିବା ଜରୁରୀ । ଇସ୍ରାଏଲ ଓ ହମାସ ମଧ୍ୟରେ ଲଢ଼େଇ ଯେପରି କୌଣସି ପ୍ରକାର ଆଂଚଳିକ ରୂପ ନେବ ନାହିଁ ତାହା ସୁନିଶ୍ଚିତ କରିବା ମଧ୍ୟ ଜରୁରୀ । ଆଜି ଆମେ ଯେଉଁ ସଙ୍କଟର ବାଦଲ ଦେଖୁଛୁ, ଗୋଟିଏ ବା ଏକ ପରିବାର ପାଖରେ ସେହି ଶକ୍ତି ଅଛି ଯେ ଆମେ ଶାନ୍ତି ପାଇଁ କାମ କରି ପାରିବା । ମାନବ କଲ୍ୟାଣ ଦୃଷ୍ଟିକୋଣରୁ ଆମେ ଆତଙ୍କ ଓ ହିଂସା ବିରୋଧରେ ଏବଂ ମାନବିକତା ପାଇଁ ସ୍ୱର ଉତ୍ତୋଳନ କରି ପାରିବା । ବିଶ୍ୱର ମାନବିକତାର ଏହି ଆଶାକୁ ପୂରଣ କରିବା ପାଇଁ ଆଜି ଭାରତ ପାଦରେ ପାଦ ମିଳାଇ ଚାଲିବାକୁ ପ୍ରସ୍ତୁତ ଅଛି ।

 

ବନ୍ଧୁଗଣ,

 

ଏକବିଂଶ ଶତାବ୍ଦୀର ବିଶ୍ୱ ଆଗକୁ ବଢ଼ୁଥିବା ବେଳେ, ଗୋଲାଲ ସାଉଥର ଚିନ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପଡ଼ିବ । ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି, ଯେଉଁଥିପାଇଁ କିନ୍ତୁ ସେମାନେ ଦାୟୀ ନୁହଁନ୍ତି । ଏହି ପରିପ୍ରେକ୍ଷୀରେ ବିକାଶ ଏଜେଣ୍ଡାକୁ ସମ୍ପୂର୍ଣ୍ଣ ସମର୍ଥନ ଦେବା ସମୟର ଆବଶ୍ୟକତା । ଏହା ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱ ଅର୍ଥନୈତିକ ଏବଂ ପ୍ରଶାସନିକ ଢାଞ୍ଚା ବୃହତ, ଉନ୍ନତ, ପ୍ରଭାବଶାଳୀ, ପ୍ରତିନିଧିତ୍ୱପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ସଂସ୍କାର ଅଣାଯାଉ । ଆବଶ୍ୟକ କରୁଥିବା ଦେଶମାନଙ୍କୁ ଠିକ୍ ସମୟରେ ଏବଂ ସହଜରେ ସହାୟତା ପ୍ରଦାନ ସୁନିଶ୍ଚିତ କରନ୍ତୁ । 2030 ନିରନ୍ତର ବିକାଶ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ।

 

ବନ୍ଧୁଗଣ,

 

ଆମର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଭାରତର ସ୍ଥାନୀୟ ସ୍ତରରେ ଏସଡିଜିରେ ଅଗ୍ରଗତିର ଏକ ବଡ଼ ଉଦାହରଣ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ G-20 ଦେଶଗୁଡ଼ିକ ଓ ଗ୍ଲୋବାଲ ସାଉଥକୁ ଅଧ୍ୟୟନ କରିବାକୁ ମୁଁ ନିମନ୍ତ୍ରଣ କରୁଛି । ଏହି ଗୋଟିଏ ଅଭିଯାନ ଭାରତର 25 କୋଟି ଲୋକଙ୍କ ଜୀବନରେ କିପରିପରିବର୍ତ୍ତତନ ଆଣିଛି ତାହା ଆପଣ ଦେଖିବେ ।

 

ବନ୍ଧୁଗଣ,

 

ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ରିପୋଜିଟୋରୀ ବା ଭଣ୍ଡାର ଗଠନ କରିବାକୁ ନିଷ୍ପତ୍ତିତି ନିଆଯାଇଥିଲା । ମୋତେ ଏହା କହିବାକୁ ଖୁସି ଲାଗୁଛି ଯେ ଏହି ରିପୋଜିଟୋରୀ ବା ଭଣ୍ଡାର ପ୍ରସ୍ତୁତ ଅଛି । ଏଥିରେ 16ଟି ଦେଶର 50ରୁ ଅଧିକ ଡିପିଆଇ ଯୋଡ଼ାଯାଇଛି । ଗ୍ଲୋବାଲ ସାଉଥର ଦେଶଗୁଡିକରେ ଡିପିଆଇ କାର୍ଯ୍ୟକାରୀ କରିବା ପାଇଁ, ମୁଁ ଏକ ସାମାଜିକ ପ୍ରଭାବ ପାଣ୍ଠି ଗଠନ କରିବାକୁ ପ୍ରସ୍ତାବ ଦେଉଛି । ଭାରତ ତରଫରୁ ମୁଁ ଏଥିରେ ପ୍ରାରମ୍ଭିକ ଭାବେ 25 ନିୟୁତ ଡଲାର ରାଶି ଯୋଡ଼ିବାକୁ ମଧ୍ୟ ଘୋଷଣା କରୁଛି । ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଏହି ପଦକ୍ଷେପରେ ସାମିଲ ହେବେ ।

 

ଆଜିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ଟେକ୍ନୋଲୋଜିର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାର ଆବଶ୍ୟକତା ରହିଛି । ସମଗ୍ର ବିଶ୍ୱରେ ଏଆଇର ନକାରାତ୍ମକ ବ୍ୟବହାରକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଭାରତର ସ୍ପଷ୍ଟ ଆଭିମୁଖ୍ୟ ଯେ ଏଆଇର ବୈଶ୍ୱିକ ନିୟନ୍ତ୍ରଣ ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ । ଡିପ୍ ଫେକ୍ ସମାଜ ପାଇଁ, ବ୍ୟକ୍ତି ପାଇଁ କେତେ ବିପଜ୍ଜନକ ତାହାର ଗମ୍ଭୀରତାକୁ ବୁଝି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଆମେ ଚାହୁଁଛୁ ଯେ ଏଆଇ ଲୋକଙ୍କ ପାଖରେ ପହଂଚୁ ଏବଂ ଏହା ସମାଜ ପାଇଁ ସୁରକ୍ଷିତ ହେବା ଉଚିତ୍ । ଏହି ଆଭିମୁଖ୍ୟ ସହିତ ଭାରତ ଆସନ୍ତା ମାସରେ ଗ୍ଲୋବାଲ ଏଆଇ, ଏକ ଭାଗିଦାରୀ ଶିଖର ସମ୍ମିଳନୀ ଆୟୋଜନ କରୁଛି । ମୁଁ ନିଶ୍ଚିତ ଯେ ଆପଣମାନେ ସମସ୍ତେ ଏଥିରେ ସହଯୋଗ କରିବେ

 

ବନ୍ଧୁଗଣ,

 

ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ମୁଁ ପରିବେଶ ସୁରକ୍ଷା ସମ୍ପର୍କରେ ଗ୍ରୀନ କ୍ରେଡିଟ ବିଷୟରେ ଆଲୋଚନା କରିଥିଲି । ଆପଣମାନେ ଜାଣନ୍ତି ଯେ ଭାରତରେ ଆମେ ଏହାକୁ ଆରମ୍ଭ କରିଛୁ । ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ବିଶ୍ୱ ଜୈବ ଇନ୍ଧନ ମେଂଟ ଜରିଆରେ ଆମେ କାର୍ବନ ହ୍ରାସ କରିବା ସହ ବିକଳ୍ପ ଇନ୍ଧନର ବିକାଶକୁ ପ୍ରୋତ୍ସାହିତ କରିବୁ ।

 

G-20 ଏକ ପୃଥିବୀ ସମର୍ଥକ ଆଭିମୁଖ୍ୟ ପାଇଁ ମିଶନ ଳାଇଫ ଅର୍ଥାତ୍ ପରିବେଶ ପାଇଁ ଜୀବନ ଶୈଳୀକୁ ସ୍ୱୀକୃତି ଦେଇଛି । 2030 ସୁଦ୍ଧା ଅକ୍ଷୟ ଶକ୍ତିକୁ ୩ଗୁଣ ପର୍ଯ୍ୟନ୍ତ ନେବାକୁ ସେ ଆହ୍ୱାନ ଦେଇଛନ୍ତି । ସ୍ୱଚ୍ଛ ଉଦଯାନ ପାଇଁ ପ୍ରତିବଦ୍ଧତା ଦେଖାଇଛନ୍ତି । ଜଳବାୟୁ ପାଣ୍ଠିକୁ କୋଟି କୋଟିରୁ ବହୁ କୋଟି ବା ଟ୍ରିଲିୟନକୁ ନେବାର ଆବଶ୍ୟକତାକୁ ଆମେ ସ୍ୱୀକାର କରୁଛୁ । କିଛିଦିନ ମଧ୍ୟରେ ୟୁଏଇରେ ଅନୁଷ୍ଠିତ ହେଉଥିବା ସିଓପି-28 ସମୟରେ ଏହି ସବୁ ପଦକ୍ଷେପ ଉପରେ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

 

ବନ୍ଧୁଗଣ,

 

ମହିଳା ସଶକ୍ତୀକରଣ ପାଇଁ ଏକ ନୂତନ କାର୍ଯ୍ୟକାରୀ ଗୋଷ୍ଠୀ ମଧ୍ୟ ଗଠନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୁଁ ଖୁସିର ସହ କହିବାକୁ ଚାହୁଁଛି ଯେ ଭାରତ ଏହାର ନୂତନ ସଂସଦ ଭବନର ପ୍ରଥମ ଅଧିବେଶନରେ ଏକ ଐତିହାସିକ ନିଷ୍ପତ୍ତିତି ନେଇଛି । ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ସୁଦୃଢ଼ କରିବା ପାଇଁ ଆମେ ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33% ସଂରକ୍ଷଣ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛୁ ।

ବନ୍ଧୁଗଣ,

 

ମୁଁ ମୋର ବକ୍ତବ୍ୟ  ଏଠାରେ ଶେଷ କରୁଛି ।

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.