Terrorists had shaken Mumbai and the entire country. But it is India's strength that we recovered from that attack and are now crushing terrorism with full courage: PM Modi
26th November is very important. On this day in 1949, the Constituent Assembly adopted the Constitution of India: PM Modi
When there is 'Sabka Saath' in nation building, only then 'Sabka Vikas': PM Modi
In India today, it's evident that the 140 crore people are driving numerous changes: PM Modi
The success of 'Vocal For Local' is opening the doors to a developed India: PM Modi
This is the second consecutive year when the trend of buying goods by paying cash on Diwali is decreasing. People are making more and more digital payments: PM Modi
In contrast to a decade ago, our patents are now receiving approvals at a rate that is tenfold higher: PM Modi
One of the biggest challenges of the 21st century is – ‘Water Security’. Conserving water is no less than saving life: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’ରେ ଆପଣଙ୍କୁ ସ୍ୱାଗତ । ଏହି ନଭେମ୍ବର ୨୬କୁ ଆମେ କେବେହେଲେ ଭୁଲିପାରିବାନି । ଆଜିର ଦିନରେ ହିଁ ଦେଶ ଉପରେ ସବୁଠାରୁ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ମୁମ୍ବାଇକୁ, ସମଗ୍ର ଦେଶକୁ ଦୋହଲାଇ ଦେଇଥିଲେ । କିନ୍ତୁ ଏହା ଭାରତର ସାମର୍ଥ୍ୟ ଯେ, ଆମେ ସେହି ଆକ୍ରମଣକୁ ପ୍ରତିହତ କଲୁ ଏବଂ ଏବେ ସମ୍ପୂର୍ଣ୍ଣ ସାହସର ସହିତ ଆତଙ୍କବାଦକୁ ମଧ୍ୟ ଦମନ କରିଚାଲିଛୁ । ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହି ଆକ୍ରମଣରେ ଆମର ଯେଉଁ ବୀରମାନେ ଶହୀଦ ହୋଇଥିଲେ, ଆଜି ଦେଶ ସେମାନଙ୍କୁ ସ୍ମରଣ କରୁଛି ।

ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।

ବନ୍ଧୁଗଣ, ଆମେ ସମସ୍ତେ ଜାଣୁ ଯେ, ଏହି ସମ୍ବିଧାନ ପ୍ରଣୟନରେ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ସମ୍ବିଧାନ ସଭାର ସବୁଠାରୁ ବୟସ୍କ ସଭ୍ୟ ଥିଲେ । ୬୦ରୁ ଅଧିକ ଦେଶର ସମ୍ବିଧାନଗୁଡ଼ିକର ଅଧ୍ୟୟନ ଏବଂ ସୁଦୀର୍ଘ ଆଲୋଚନା ପରେ ଆମ ସମ୍ବିଧାରର ଡ୍ରାଫ୍ଟ ତିଆରି ହୋଇଥିଲା । ଡ୍ରାଫ୍ଟ ତିଆରି ହେବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବା ପୂର୍ବରୁ ସେଥିରେ ୨,୦୦୦ ରୁ ଅଧିକ ସଂଶୋଧନ କରାଯାଇଥିଲା । ୧୯୫୦ ମସିହାରେ ସମ୍ବିଧାନ କାର୍ଯ୍ୟକାରୀ ହେବାପରେ ମଧ୍ୟ ଆଜିପର୍ଯ୍ୟନ୍ତ ମୋଟ ୧୦୬ ଥର ସମ୍ବିଧାନରେ ସଂଶୋଧନ କରାଯାଇଛି । ସମୟ, ପରିସ୍ଥିତି, ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାର ଭିନ୍ନ ଭିନ୍ନ ସମୟରେ ଏଥିରେ ସଂଶୋଧନ କଲେ । କିନ୍ତୁ ଏହା ଦୁର୍ଭାଗ୍ୟର ବିଷୟ ଯେ, ସମ୍ବିଧାନରେ ପ୍ରଥମ ସଂଶୋଧନ ଫ୍ରିଡମ୍ ଅଫ୍ ସ୍ପିଚ୍ ଏବଂ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ର ଅଧିକାରକୁ ସୀମିତ କରିବା ପାଇଁ କରାଯାଇଥିଲା । ଅନ୍ୟପକ୍ଷରେ ସମ୍ବିଧାନର ୪୪ତମ ସଂଶୋଧନ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଇଥିଲା ।

ବନ୍ଧୁଗଣ, ଏହା ମଧ୍ୟ ବହୁତ ପ୍ରେରଣାଦାୟକ ଯେ, ସମ୍ବିଧାନ ସଭାର କିଛି ସଭ୍ୟଙ୍କୁ ମନୋନୀତ କରାଯାଇଥିଲା, ଯେଉଁଥିରେ ୧୫ ଜଣ ମହିଳା ଥଲେ । ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟା ହଂସା ମେହେତା ମହିଳାମାନଙ୍କ ଅଧିକାର ଏବଂ ସେମାନଙ୍କ ପାଇଁ ନ୍ୟାୟ ସପକ୍ଷରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । ସେତେବେଳେ ଭାରତ ସେଭଳି କିଛି ଦେଶମାନଙ୍କ ସହ ସମକକ୍ଷ ଥିଲା, ଯେଉଁଠି ସମ୍ବିଧାନ ଜରିଆରେ ମହିଳାମାନଙ୍କୁ ମତଦାନର ଅଧିକାର ଦିଆଯାଇଥିଲା । ରାଷ୍ଟ୍ର ଗଠନରେ ଯଦି ସମସ୍ତଙ୍କ ଯୋଗଦାନ ରହିବ, ତେବେ ଯାଇ ସମସ୍ତଙ୍କ ବିକାଶ ହୋଇପାରିବ । ସମ୍ବିଧାନ ନିର୍ମାତାମାନଙ୍କ ସେହି ଦୂରଦୃଷ୍ଟିକୁ ଅନୁସରଣ କରି ଏବେ ଭାରତର ସଂସଦ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ କରିଥିବାରୁ ମୁଁ ସନ୍ତୋଷ ଅନୁଭବ କରୁଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ଗଣତନ୍ତ୍ରର ସଂକଳ୍ପ ଶକ୍ତିର ଏକ ଉଦାହରଣ । ଏହା ବିକଶିତ ଭାରତରେ, ଆମର ସଂକଳ୍ପକୁ ଗତିଶୀଳ କରିବାରେ ମଧ୍ୟ ସେତିକି ସହାୟକ ହେବ ।

ମୋର ପରିବାରଜନ, ଜନତା ଯେତେବେଳେ ରାଷ୍ଟ୍ର ଗଠନର ନେତୃତ୍ୱ ଗ୍ରହଣ କରିନିଅନ୍ତି, ସେତେବେଳେ ବିଶ୍ୱର କୌଣସି ଶକ୍ତି ସେହି ଦେଶକୁ ଆଗକୁ ବଢ଼ିବାରେ ବାଧା ସୃଷ୍ଟି କରିପାରେନି । ଆଜି ଭାରତରେ ମଧ୍ୟ ଅନେକ ପରିବର୍ତ୍ତନର ନେତୃତ୍ୱ ୧୪୦ କୋଟି ଜନତା ହିଁ କରୁଥିବା ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେଉଛି । ଏହାର ଗୋଟିଏ ପ୍ରତ୍ୟକ୍ଷ ଉଦାହରଣ ଆମେ ଏହି ପାର୍ବଣ ଋତୁରେ ଦେଖିବାକୁ ପାଇଲୁ । ଗତ ମାସରେ ‘ମନ୍ କି ବାତ୍‌’ରେ ମୁଁ ଭୋକାଲ୍ ଫର୍ ଲୋକାଲ୍ ଅର୍ଥାତ ସ୍ଥାନୀୟ ଉତ୍ପାଦିତ ବସ୍ତୁଗୁଡ଼ିକ କ୍ରୟ କରିବା ଉପରେ ଗୁରୁତ୍ୱ ଦେଇଥିଲି । ବିଗତ କିଛିଦିନ ମଧ୍ୟରେ ହିଁ ଦୀପାବଳୀ, ଭ୍ରାତୃଦ୍ୱିତୀୟା ଏବଂ ଛଟ୍ ପର୍ବରେ ଦେଶରେ ଚାରି ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱର କାରବାର ହୋଇଛି ଏବଂ ଏହି ସମୟରେ ଭାରତରେ ନିର୍ମିତ ବସ୍ତୁଗୁଡ଼ିକ କିଣିବାରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏବେ ତ ପିଲାମାନେ ମଧ୍ୟ ଦୋକାନରେ କିଛି କିଣିବା ସମୟରେ ଦେଖୁଛନ୍ତି ଯେ ଏହା ଉପରେ ମେଡ୍ ଇନ୍ ଇଣ୍ଡିଆ ଲେଖା ହୋଇଛି କି ନାହିଁ । କେବଳ ସେତିକି ନୁହେଁ, ଅନ୍‌ଲାଇନ୍ ଜିନିଷ କ୍ରୟ ସମୟରେ ମଧ୍ୟ ଲୋକେ ସେଥିରେ କଂଟ୍ରି ଅଫ୍ ଅରିଜିନ୍ ଦେଖିବା ଭୁଲୁନାହାନ୍ତି ।

ବନ୍ଧୁଗଣ, ଯେମିତି ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ହିଁ ଏହାର ପ୍ରେରଣା ପାଲଟିଛି, ସେହିଭଳି ଭୋକାଲ୍ ଫର୍ ଲୋକାଲ୍ ର ସଫଳତା ବିକଶିତ ଭାରତ – ସମୃଦ୍ଧ ଭାରତର ଦ୍ୱାର ଉନ୍ମୁକ୍ତ କରୁଛି । ଭୋକାଲ୍ ଫର୍ ଲୋକାଲ୍ ର ଏହି ଅଭିଯାନ ସାରା ଦେଶର ଅର୍ଥନୀତିକୁ ଦୃଢ଼ତା ପ୍ରଦାନ କରୁଛି । ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ହେଉଛି ରୋଜଗାରର ଗ୍ୟାରେଂଟି । ଏହା ହେଉଛି ବିକାଶର ଗ୍ୟାରେଣ୍ଟି, ଏହି ଦେଶର ସନ୍ତୁଳିତ ବିକାଶର ଗ୍ୟାରେଣ୍ଟି । ଏହାଦ୍ୱାରା ସହରୀ ଏବଂ ଗ୍ରାମାଞ୍ଚଳର ଲୋକେ ଉଭୟେ ସମାନ ସୁଯୋଗ ପାଉଛନ୍ତି । ଏହାଦ୍ୱାରା ସ୍ଥାନୀୟ ଉତ୍ପାଦିତ ବସ୍ତୁଗୁଡ଼ିକ ମୂଲ୍ୟଯୁକ୍ତ ହେବାର ମାର୍ଗ ମଧ୍ୟ ପ୍ରଶସ୍ତ ହେଉଛି । ଆଉ, ଯଦି ବିଶ୍ୱ ଅର୍ଥନୀତିରେ କିଛି ପରିବର୍ତ୍ତନ ହେଉଛି, ସେତେବେଳେ ଭୋକାଲ୍ ଫର୍ ଲୋକାଲ୍ ର ମନ୍ତ୍ର ଆମ ଅର୍ଥନୀତିକୁ ସୁରକ୍ଷା ମଧ୍ୟ ପ୍ରଦାନ କରୁଛି ।

ବନ୍ଧୁଗଣ, ଭାରତରେ ନିର୍ମିତ ବସ୍ତୁଗୁଡ଼ିକ ପ୍ରତି ଏହି ଭାବନା କେବଳ ପର୍ବପର୍ବାଣୀ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ । ବାହାଘର ଋତୁ ଆରମ୍ଭ ହୋଇସାରିଛି । କିଛି ବ୍ୟବସାୟ ସଂଗଠନ ଏହା ଅନୁମାନ କରୁଛନ୍ତି ଯେ, ଏହି ସମୟରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇପାରେ । ବାହାଘର ପାଇଁ କିଣାକିଣି ସମୟରେ ମଧ୍ୟ ଆପଣମାନେ ଭାରତରେ ତିଆରି ଜିନିଷ କିଣିବା ଉପରେ ହିଁ ଗୁରୁତ୍ୱ ଦିଅନ୍ତୁ । ଆଉ ହଁ, ବାହାଘର କଥା ଯେତେବେଳେ ପଡ଼ିଛି, ସେତେବେଳେ କହୁଛି ଯେ, ଗୋଟିଏ କଥା ଅନେକ ଦିନରୁ ମୋତେ ବହୁତ ବ୍ୟଥିତ କରୁଛି । ମୋ ମନର ବେଦନା କଥା ମୋ ପରିବାରଜନଙ୍କୁ କହିବିନି ତ ଆଉ କାହାକୁ କହିବି? ଆପଣ ଚିନ୍ତା କରନ୍ତୁ, ଆଜିକାଲି କିଛି ପରିବାର ଦ୍ୱାରା ବିଦେଶକୁ ଯାଇ ବିବାହ କରିବାର ପରମ୍ପରା ସୃଷ୍ଟି ହୋଇଚାଲିଛି । ଏଭଳି କରିବା କ’ଣ ନିହାତି ଜରୁରୀ? ଭାରତ ମାଟିରେ, ଭାରତର ଲୋକଙ୍କ ଗହଣରେ ଯଦି ଆମେ ବିବାହ ଉତ୍ସବ ପାଳନ କରିବା, ତାହେଲେ ଦେଶର ଧନ ଦେଶ ଭିତରେ ହିଁ ରହିବ । ଦେଶର ଲୋକେ ଆପଣଙ୍କ ବିବାହୋତ୍ସବରେ କିଛି ନା କିଛି ସେବା କରିବାର ସୁଯୋଗ ପାଇବେ । କ୍ଷୁଦ୍ର, ଗରିବ ଲୋକେ ମଧ୍ୟ ଆପଣଙ୍କ ବିବାହୋତ୍ସବ କଥା ନିଜ ପିଲାମାନଙ୍କୁ କହିବେ । ଭୋକାଲ୍ ଫର୍ ଲୋକାଲ୍ ର ଏହି ମିଶନ୍‌କୁ ଆପଣ ଆହୁରି ଗତିଶୀଳ କରିପାରିବେ କି? ବିବାହାଦି ଉତ୍ସବ ଆମେ ଆମରି ଦେଶରେ କାହିଁକି ପାଳନ ନ କରିବା? ହୁଏତ, ଆଜି ଆପଣ ଚାହୁଁଥିବା ଭଳି ବ୍ୟବସ୍ଥା ଆପଣଙ୍କୁ ମିଳି ନ ପାରେ, କିନ୍ତୁ ଏଭଳି ଆୟୋଜନ କରିଚାଲିଲେ ସେହିଭଳି ବ୍ୟବସ୍ଥା ମଧ୍ୟ ଦେଶରେ ବିକଶିତ ହେବାରେ ଲାଗିବ । ଏହା ବହୁତ ବଡ଼ ପରିବାର ସହିତ ଜଡ଼ିତ ବିଷୟ । ମୁଁ ଆଶା କରୁଛି ଯେ, ମୋ ମନର ଏହି ବେଦନା ସେହି ବଡ଼ ବଡ଼ ପରିବାର ନିକଟରେ ନିଶ୍ଚିତ ଭାବେ ପହଂଚିବ ।

ମୋର ପରିବାରଜନ, ଏହି ପାର୍ବଣ ଋତୁରେ ଆଉ ଗୋଟିଏ ବଡ଼ ଟ୍ରେଣ୍ଡ ଦେଖିବାକୁ ମିଳିଲା । କ୍ରମାଗତ ଭାବେ ଦ୍ୱିତୀୟ ବର୍ଷରେ ମଧ୍ୟ ଦୀପାବଳୀ ସମୟରେ ଟଙ୍କା ଦିଆନିଆ କରି ଜିନିଷ କ୍ରୟ କରିବାର ପରମ୍ପରା ଧିରେ ଧିରେ ହ୍ରାସ ପାଇ ଚାଲିଛି । ଅର୍ଥାତ୍‌, ଲୋକେ ଏବେ ଅଧିକରୁ ଅଧିକ ଡିଜିଟାଲ୍ ପେମେଣ୍ଟ କରୁଛନ୍ତି । ଏକଥା ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ । ଆପଣ ଆଉ ଗୋଟିଏ କାମ କରିପାରିବେ । ଆପଣ ସ୍ଥିର କରନ୍ତୁ ଯେ, ମାସେ ପର୍ଯ୍ୟନ୍ତ ଆପଣ କେବଳ ୟୁପିଆଇ କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ମାଧ୍ୟମରେ ହିଁ ଟଙ୍କା ପ୍ରଦାନ କରିବେ, ନଗଦ କାରବାର କରିବେ ନାହିଁ । ଭାରତରେ ଡିଜିଟାଲ ବିପ୍ଳବ ଏହାକୁ ସମ୍ଭବ କରିସାରିଛି । ଆଉ, ମାସେ ପରେ ଆପଣମାନେ ମୋତେ ଏ ସମ୍ପର୍କରେ ନିଜର ଅନୁଭୂତି ଏବଂ ନିଜର ଫଟୋଟିଏ ନିଶ୍ଚୟ ପଠାନ୍ତୁ । ମୁଁ ଆପଣମାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଉଛି ।

ମୋର ପରିବାରଜନ, ଆମର ଯୁବବନ୍ଧୁମାନେ ଦେଶକୁ ଆଉ ଗୋଟିଏ ବଡ଼ ଖୁସି ଖବର ପ୍ରଦାନ କରିଛନ୍ତି, ଯାହା ଆମ ସମସ୍ତଙ୍କୁ ଗର୍ବିତ କରୁଛି । ଇଣ୍ଟେଲିଜେନ୍ସ, ଆଇଡିଆ ଓ ଇନ୍ନୋଭେସନ୍ - ଆଜି ଭାରତୀୟ ଯୁବବର୍ଗର ପରିଚୟ ପାଲଟିଛି । ତା’ସହିତ ଟେକ୍ନୋଲଜି ଯୋଗହେବା ଫଳରେ ଲୋକମାନଙ୍କର ବୌଦ୍ଧିକ କ୍ଷମତା ନିରନ୍ତର ଭାବେ ବୃଦ୍ଧି ପାଇଚାଲିଛି । ଏହା ଦେଶର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏକଥା ଜାଣି ଆପଣଙ୍କୁ ଖୁସି ଲାଗିବ ଯେ, ୨୦୨୨ରେ ଭାରତୀୟମାନଙ୍କ ପ୍ୟାଟେଂଟ ଆବେଦନରେ ୩୧ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି। ୱାର୍ଲଡ୍ ଇଂଟେଲେକ୍‌ଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ୍ ଗୋଟିଏ ଅତି କୌତୂହଳପ୍ରଦ ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ, ପ୍ୟାଟେଣ୍ଟ ଫାଇଲ୍ କରିବାରେ ଅଗ୍ରଣୀ ୧୦ଟି ଦେଶମାନଙ୍କ କ୍ଷେତ୍ରରେ ମଧ୍ୟ ଆଗରୁ ଏଭଳି ଦେଖାଯାଇନାହିଁ । ଏହି ସୁନ୍ଦର ଉପଲବ୍ଧି ପାଇଁ ମୁଁ ମୋର ଯୁବବନ୍ଧୁମାନଙ୍କୁ ଅନେକ ଅଭିନନ୍ଦନ ଜଣାଉଛି । ମୁଁ ମୋର ଯୁବବନ୍ଧୁମାନଙ୍କୁ ଭରସା ଦେବାକୁ ଚାହୁଁଛି ଯେ, ଦେଶ ପ୍ରତି ମୁହୁର୍ତ୍ତରେ ଆପଣମାନଙ୍କ ସହିତ ରହିଛି । ସରକାର ଯେଉଁ ପ୍ରାଶାସନିକ ଏବଂ ଆଇନଗତ ସଂଶୋଧନ କରିଛନ୍ତି, ଏହା ପରେ ଆଜି ଆମ ଯୁବବର୍ଗ ଏକ ନୂତନ ଶକ୍ତି ସହ ବିରାଟ ସ୍ତରରେ ଇନ୍ନୋଭେସନ୍ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ୧୦ ବର୍ଷ ପୂର୍ବର ପରିସଂଖ୍ୟାନ ସହ ତୁଳନା କଲେ, ଆଜି ଆମ ପ୍ୟାଟେଣ୍ଟକୁ ୧୦ ଗୁଣ ଅଧିକ ମଞ୍ଜୁରୀ ମିଳୁଛି। ଆମେ ସମସ୍ତେ ଜାଣୁ ଯେ, ପ୍ୟାଟେଣ୍ଟ ଯୋଗୁଁ କେବଳ ଦେଶର ଇଂଟେଲେକଚୁଆଲ୍ ପ୍ରପର୍ଟି ବୃଦ୍ଧି ପାଏ, ତାହା ନୁହେଁ, ବରଂ ଏହାଦ୍ୱାରା ନୂଆ ନୂଆ ସୁଯୋଗର ଦ୍ୱାର ମଧ୍ୟ ଉନ୍ମୁକ୍ତ ହୋଇଥାଏ । କେବଳ ସେତିକି ନୁହେଁ, ଏହା ଆମର ଷ୍ଟାର୍ଟ-ଅପ୍ ଗୁଡ଼ିକର ଶକ୍ତି ଏବଂ କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ । ଆଜି ଆମ ସ୍କୁଲ ପିଲାମାନଙ୍କ ମଧ୍ୟରେ ବି ଇନ୍ନୋଭେସନ୍‌ର ଚିନ୍ତାଧାରା ବୃଦ୍ଧି ପାଇଚାଲିଛି । ଅଟଲ୍ ଟିଂକରିଂ ଲ୍ୟାବ୍‌, ଅଟଲ୍ ଇନ୍ନୋଭେସନ୍ ମିଶନ୍‌, କଲେଜଗୁଡ଼ିକ ମଧ୍ୟରେ ଇନ୍‌କ୍ୟୁବେଶନ୍ ସେଣ୍ଟର, ଷ୍ଟାର୍ଟ-ଅପ୍ ଇଣ୍ଡିଆ ଅଭିଯାନ, ଏଭଳି ନିରନ୍ତର ପ୍ରଚେଷ୍ଟାଗୁଡ଼ିକର ପରିଣାମ ଆଜି ଦେଶବାସୀମାନଙ୍କ ସମ୍ମୁଖରେ ରହିଛି । ଏହା ମଧ୍ୟ ଭାରତର ଯୁବଶକ୍ତି, ଭାରତର ଇନ୍ନୋଭେସନ୍ କ୍ଷମତାର ପ୍ରତ୍ୟକ୍ଷ ଉଦାହରଣ । ଏହି ଉତ୍ସାହର ସହିତ ଅଗ୍ରସର ହେବାଦ୍ୱାରା ହିଁ ଆମେ ବିକଶିତ ଭାରତର ସଂକଳ୍ପକୁ ପ୍ରାପ୍ତ କରି ଦେଖାଇବୁ । ତେଣୁ ମୁଁ ବାରମ୍ବାର କହୁଛି ଜୟ ଯବାନ୍‌, ଜୟ କିସାନ୍‌, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ । 

ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କର ମନେଥିବ ଯେ କିଛିଦିନ ତଳେ "ମନ୍‍ କି ବାତ୍‍”ରେ ମୁଁ ଭାରତର କେତେକ ବଡ଼ ବଡ଼ ମେଳା ଉପରେ ଆଲୋଚନା କରିଥିଲି । ସେତେବେଳେ ଏପରି ଏକ ପ୍ରତିଯୋଗିତାର ବିଚାର ମନକୁ ଆସିଥିଲା, ଯେଉଁଥିରେ ଲୋକେ ମେଳା ସହିତ ସଂପୃକ୍ତ ଫଟୋଗୁଡ଼ିକୁ ଅନ୍ୟମାନଙ୍କୁ ଦେଖାଇବେ। ସଂସ୍କୃତି ମନ୍ତ୍ରଣାଳୟ ଏହାକୁ ନେଇ ମେଳା ମୋମେଣ୍ଟ୍‍ସ କଣ୍ଟେଷ୍ଟ୍‍ର ଆୟୋଜନ କରିଥିଲେ । ଆପଣ ଜାଣି ଖୁସିହେବେ ଯେ ଏଥିରେ ହଜାର ହଜାର ଲୋକ ଭାଗ ନେଇଥିଲେ ଏବଂ ବହୁତ ଲୋକ ପୁରସ୍କାର ମଧ୍ୟ ଜିତିଥିଲେ । କୋଲକାତାରେ ରହୁଥିବା ରାଜେଶ ଧର ଜୀ "ଚରକ ମେଳା”ରେ ବେଲୁନ ଓ ଖେଳଣା ବିକାଳିର ଅଦ୍‌ଭୁତ ଫଟୋ ପାଇଁ ପୁରସ୍କାର ଜିତିଥିଲେ । ଏହି ମେଳା ବଙ୍ଗଳାର ଗ୍ରାମାଞ୍ଚଳରେ ବହୁତ ଲୋକପ୍ରିୟ। ବାରାଣସୀର ହୋଲିକୁ Showcase କରିବା ପାଇଁ ଅନୁପମ ସିଂହ ଜୀଙ୍କୁ ମେଳା ପୋଟ୍ରେଟ୍‍ସର ପୁରସ୍କାର ମିଳିଥିଲା । ଅରୁଣ କୁମାର ନଲିମେଲା ଜୀ କୁଲସାଇ ଦଶହରା ସହିତ ସଂପୃକ୍ତ ଏକ ଆକର୍ଷଣୀୟ ଦିଗକୁ ଦେଖାଇଥିବାରୁ ପୁରସ୍କୃତ ହୋଇଥିଲେ । ସେହିପରି ପଣ୍ଢର୍‍ପୁରର ଭକ୍ତିଭାବକୁ ଦେଖାଉଥିବା ଫଟୋ ସବୁଠୁ ଅଧିକ ପସନ୍ଦ କରାଯାଇଥିବା ଫଟୋ ଭିତରେ ଅନ୍ତର୍ଭୁକ୍ତ ଥିଲା, ଯାହାକୁ ମହାରାଷ୍ଟ୍ରର ହିଁ ଜଣେ ଭଦ୍ରବ୍ୟକ୍ତି ଶ୍ରୀମାନ ରାହୁଲ ଜୀ ପଠାଇଥିଲେ । ଏହି ପ୍ରତିଯୋଗିତାରେ ବହୁତ ଚିତ୍ର, ମେଳାରେ ମିଳୁଥିବା ସ୍ଥାନୀୟ ବ୍ୟଞ୍ଜନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏଥିରେ ପୁରୁଲିଆରେ ରହୁଥିବା ଆଲୋକ ଅବିନାଶ ଜୀଙ୍କ ଫଟୋ ପୁରସ୍କାର ଜିତିଥିଲା । ସେ ଗୋଟିଏ ମେଳା ସମୟରେ ବଙ୍ଗଳାର ଗ୍ରାମାଞ୍ଚଳର ଖାଦ୍ୟପାନୀୟକୁ ଦେଖାଇଥିଲେ । ପ୍ରନବ ବସାକ ଜୀଙ୍କ ସେହି ଫଟୋ ମଧ୍ୟ ପୁରସ୍କୃତ ହୋଇଥିଲା, ଯେଉଁଥିରେ ଭଗୋରିୟା ମହୋତ୍ସବ ସମୟରେ ମହିଳାମାନେ କୁଲ୍‍ଫି ଖାଇବାର ଆନନ୍ଦ ନେଉଥିଲେ । ରୁମେଲା ଜୀ ଛତିଶଗଡ଼ର ଜଗଦଲପୁରରେ ଗୋଟିଏ ଗାଁର ମେଳାରେ ଭଜିୟା ଖାଉଥିବା ମହିଳାମାନଙ୍କର ଫଟୋ ପଠାଇଥିଲେ, ଏହାକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ବନ୍ଧୁଗଣ, "ମନ୍‍ କି ବାତ୍‍” ମାଧ୍ୟମରେ ଆଜି ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସ୍କୁଲ୍‍, ପ୍ରତ୍ୟେକ ପଞ୍ଚାୟତକୁ, ମୁଁ ଆହ୍ୱାନ ଦେଉଛି ନିରନ୍ତର ସେମାନେ ଏହିପରି ପ୍ରତିଯୋଗିତାମାନ ଆୟୋଜନ କରନ୍ତୁ । ଆଜିକାଲି ତ ସୋସିଆଲ୍‍ ମିଡ଼ିଆର ଏତେ ଶକ୍ତି ଯେ ଟେକ୍ନୋଲୋଜି ଓ ମୋବାଇଲ ଘରେ ଘରେ ରହିଛି । ଆପଣଙ୍କ ଲୋକାଲ୍‍ ପର୍ବ ହେଉ ବା ଜିନିଷ, ସେଗୁଡ଼ିକୁ ଆପଣ ଏହି ଉପାୟରେ ଗ୍ଲୋବାଲ୍‍ ମଧ୍ୟ କରିପାରିବେ ।

ବନ୍ଧୁଗଣ, ଗାଁ ଗାଁରେ ହେଉଥିବା ମେଳା ଭଳି ଆମର ଏଠି ବିଭିନ୍ନ ନୃତ୍ୟର ମଧ୍ୟ ନିଜର ଐତିହ୍ୟ ରହିଛି । ଝାଡ଼ଖଣ୍ଡ, ଓଡ଼ିଶା, ବଙ୍ଗଳାର ଆଦିବାସୀବହୁଳ ଅଞ୍ଚଳରେ ଏକ ବହୁତ ପ୍ରସିଦ୍ଧ ନୃତ୍ୟ ଅଛି, ଯାହାକୁ ଛଉ ବୋଲି କୁହାଯାଏ । ୧୫ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ "ଏକ୍‍ ଭାରତ ଶ୍ରେଷ୍ଠ୍‍ ଭାରତ”ର ଭାବନା ସହିତ ଶ୍ରୀନଗରରେ ଛଉ ପର୍ବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତେ ଛଉ ନୃତ୍ୟକୁ ଉପଭୋଗ କରିଥିଲେ । ଶ୍ରୀନଗରର ଯୁବପିଢ଼ିଙ୍କୁ ଛଉ ନୃତ୍ୟର ତାଲିମ ଦେବାପାଇଁ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥିଲା । ସେହିପରି କିଛି ସପ୍ତାହ ତଳେ କଠୁଆ ଜିଲ୍ଲାରେ "ବସୋହଲି ଉତ୍ସବ” ଆୟୋଜିତ ହୋଇଥିଲା । ଏହି ସ୍ଥାନଟି ଜାମ୍ମୁଠାରୁ ଦେଢ଼ ଶହ କିଲୋମିଟର ଦୂର । ଏହି ଉତ୍ସବରେ ସ୍ଥାନୀୟ କଳା, ଲୋକନୃତ୍ୟ ଓ ପାରମ୍ପରିକ ରାମଲୀଳାର ଆୟୋଜନ କରାଯାଇଥିଲା ।

ବନ୍ଧୁଗଣ, ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟକୁ ସାଉଦି ଆରବରେ ମଧ୍ୟ ଅନୁଭବ କରାଯାଇଛି । ଏହି ମାସରେ ସାଉଦି ଆରବରେ “ସଂସ୍କୃତ ଉତ୍ସବ” ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ସ୍ୱୟଂ ଏକ ବହୁତ ନିଆରା କାର୍ଯ୍ୟକ୍ରମ ଥିଲା, କାରଣ ଏହି ସମଗ୍ର କାର୍ଯ୍ୟକ୍ରମଟି ସଂସ୍କୃତରେ ହୋଇଥିଲା । ଆଲୋଚନା, ସଂଗୀତ, ନୃତ୍ୟ, ସବୁକିଛି ସଂସ୍କୃତରେ, ଏଥିରେ ସେଠାକାର ସ୍ଥାନୀୟ ଲୋକ ମଧ୍ୟ ଭାଗ ନେଇଥିବା ଦେଖାଯାଇଥିଲା ।

ମୋର ପରିବାରଜନ, "ସ୍ୱଚ୍ଛ ଭାରତ” ଏବେ ସମଗ୍ର ଦେଶର ପ୍ରିୟ ବିଷୟ ହୋଇଯାଇଛି । ମୋର ତ ପ୍ରିୟ ବିଷୟ ସର୍ବଦା ହୋଇ ରହିଆସିଛି ଏବଂ ଏ ସମ୍ପର୍କରେ ମୁଁ ଯେତେବେଳେ ବି କିଛି ଖବର ପାଏ ମୋ ମନ ସେହି ଆଡ଼କୁ ଚାଲିଯାଏ ଆଉ ସ୍ୱାଭାବିକ ଭାବେ ତାହା “ମନ୍‍ କି ବାତ୍‍”ରେ ସ୍ଥାନ ପାଏ । ସ୍ୱଚ୍ଛ ଭାରତ ଅଭିଯାନ ପରିଷ୍କାର ପରିଚ୍ଛନ୍ନତା ଓ ସାର୍ବଜନୀନ ସ୍ୱଚ୍ଛତାକୁ ନେଇ ଲୋକଙ୍କର ଭାବନାକୁ ବଦଳାଇ ଦେଇଛି । ଏହି ଉଦ୍ୟମ ଆଜି ଜାତୀୟ ଭାବନାର ପ୍ରତୀକ ହୋଇସାରିଛି, ଯାହା କୋଟି କୋଟି ଦେଶବାସୀଙ୍କ ଜୀବନକୁ ଉତ୍ତମ କରିପାରିଛି । ଏହି ଅଭିଯାନ ଭିନ୍ନ ଭିନ୍ନ ଅଞ୍ଚଳର ଲୋକ, ବିଶେଷକରି ଯୁବପିଢ଼ିକୁ ସାମୂହିକ ଭାଗୀଦାରିତା ପାଇଁ ପ୍ରେରଣା ଦେଇଛି । ଏହିପରି ଏକ ପ୍ରଶଂସନୀୟ ପ୍ରୟାସ ସୁରତରେ ଦେଖିବାକୁ ମିଳିଛି । ଯୁବକଯୁବତୀଙ୍କର ଏକ ଦଳ ଏଠାରେ “ପ୍ରୋଜେକ୍ଟ ସୁରତ” ଆରମ୍ଭ କରିଛନ୍ତି । ଏହାର ଲକ୍ଷ୍ୟ ସୁରତକୁ ଏପରି ଏକ ମଡେଲ୍‍ ସହର ଭାବେ ବିକଶିତ କରିବା, ଯାହା ପରିଷ୍କାର ପରିଚ୍ଛନ୍ନତା ଓ ସ୍ଥାୟୀ ବିକାଶର ସବୁଠୁ ଭଲ ଉଦାହରଣ ହୋଇପାରିବ। “ସଫାଇ ସନ୍‍ଡେ” ନାମରେ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ସୁରତର ଯୁବକଯୁବତୀ ପ୍ରଥମେ ସର୍ବସାଧାରଣ ସ୍ଥାନ ଓ ଡୁମାସ୍‍ ବେଳାଭୂମିର ସଫେଇ କରୁଥିଲେ । ପରେ ସେମାନେ ତାପୀ ନଦୀ କୂଳରେ ସଫେଇ କାର୍ଯ୍ୟରେ ମନୋନିବେଶ କଲେ ଓ ଆପଣ ଜାଣି ଖୁସିହେବେ ଯେ ଦେଖୁଦେଖୁ ଏଥିରେ ସଂପୃକ୍ତ ଲୋକଙ୍କ ସଂଖ୍ୟା ୫୦ ହଜାରକୁ ଟପିଯାଇଛି । ଲୋକଙ୍କଠାରୁ ମିଳୁଥିବା ସମର୍ଥନ ଦ୍ୱାରା ଦଳର ଆତ୍ମବିଶ୍ୱାସ ବଢ଼ିଛି । ଏହାପରେ ସେମାନେ ଅଳିଆ ଆବର୍ଜନା ଏକତ୍ର କରିବାର କାର୍ଯ୍ୟ ମଧ୍ୟ ଆରମ୍ଭ କଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦଳ ଲକ୍ଷ ଲକ୍ଷ କିଲୋ ଅଳିଆ ହଟାଇଛନ୍ତି । ସର୍ବନିମ୍ନ ସ୍ତରରେ କରାଯାଉଥିବା ଏହିଭଳି ପ୍ରୟାସ ବହୁତ ବଡ଼ ପରିବର୍ତ୍ତନକାରୀ ହୋଇଥାଏ ।

ବନ୍ଧୁଗଣ, ଗୁଜରାଟରୁ ଆଉ ଏକ ସୂଚନା ଆସିଛି । କିଛି ସପ୍ତାହ ତଳେ ସେଠାକାର ଅମ୍ବାଜୀରେ  "ଭାଦରବୀ ପୂନମ୍‍ ମେଳା”ର ଆୟୋଜନ କରାଯାଇଥିଲା । ଏହି ମେଳାକୁ ୫୦ ଲକ୍ଷରୁ ଅଧିକ ଲୋକ ଆସିଥିଲେ । ଏହି ମେଳା ପ୍ରତିବର୍ଷ ହୋଇଥାଏ । ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଲା ଯେ ମେଳାକୁ ଆସିଥିବା ଲୋକେ ଗବ୍‌ବର ପାହାଡ଼ର ଏକ ବଡ଼ ଅଞ୍ଚଳରେ ସଫେଇ ଅଭିଯାନ ଚଳାଇଥିଲେ । ମନ୍ଦିର ଆଖପାଖର ସମଗ୍ର ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏହି ଅଭିଯାନ ବହୁତ ପ୍ରେରଣାଦାୟକ ।

ବନ୍ଧୁଗଣ, ମୁଁ ସବୁବେଳେ କହେ ଯେ ସ୍ୱଚ୍ଛତା କୌଣସି ଗୋଟିଏ ଦିନ ବା ସପ୍ତାହର ଅଭିଯାନ ନୁହେଁ, ବରଂ ଏହା ଜୀବନସାରା ଚାଲିବାର କାର୍ଯ୍ୟ । ଆମେ ନିଜର ଆଖପାଖରେ ଏପରି ଲୋକଙ୍କୁ ମଧ୍ୟ ଦେଖୁ, ଯେଉଁମାନେ ନିଜର ସମଗ୍ର ଜୀବନ ସ୍ୱଚ୍ଛତା ସହିତ ସଂପୃକ୍ତ ବିଷୟ ଉପରେ ବିନିଯୋଗ କରିଛନ୍ତି । ତାମିଲନାଡୁର କୋଏମ୍ବାଟୁର ନିବାସୀ ଲୋଗାନାଥନ ଜୀ ମଧ୍ୟ ଅସାଧାରଣ ଅଟନ୍ତି । ପିଲାଦିନେ ଗରିବ ପିଲାମାନଙ୍କର ଫଟା କପଡ଼ାକୁ ଦେଖି ସେ ପ୍ରାୟ ବିମର୍ଷ ହୋଇଯାଉଥିଲେ । ଏହାପରେ ସେ ଏପରି ପିଲାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଜ୍ଞା କଲେ ଓ ନିଜ ଆୟର ଗୋଟିଏ ଭାଗ ସେମାନଙ୍କ ପାଇଁ ଦାନ କରିବାକୁ ଆରମ୍ଭ କରିଦେଲେ । ଯେତେବେଳେ ଟଙ୍କା ଅଭାବ ହେଉଥିଲା ଲୋଗାନାଥନ ଜୀଙ୍କୁ ଶୌଚାଳୟରେ ମଧ୍ୟ ସଫା କାମ କରିବାକୁ ପଡ଼ୁଥିଲା, ଯେପରିକି ଗରିବ ପିଲାମାନଙ୍କୁ ସାହାଯ୍ୟ କରାଯାଇପାରିବ । ସେ ଗତ ୨୫ ବର୍ଷ ଧରି ସମ୍ପୂର୍ଣ୍ଣ ସମର୍ପିତ ଭାବ ନେଇ ଏହି କାର୍ଯ୍ୟରେ ଲାଗିପଡ଼ିଛନ୍ତି ଏବଂ ଏ ପର୍ଯ୍ୟନ୍ତ ୧୫୦୦ରୁ ଅଧିକ ପିଲାଙ୍କୁ ସାହାଯ୍ୟ କରିସାରିଛନ୍ତି । ମୁଁ ପୁଣିଥରେ ଏପରି ପ୍ରୟାସର ପ୍ରଶଂସା କରୁଛି । ଦେଶସାରା ହେଉଥିବା ଏହିଭଳି ଅନେକ ପ୍ରୟାସ ଆମକୁ କେବଳ ପ୍ରେରଣା ଦିଏ ନାହିଁ, ବରଂ କିଛି ନୂଆ କରିବାକୁ ମଧ୍ୟ ଇଚ୍ଛାଶକ୍ତି ଜାଗ୍ରତ କରାଏ ।

ମୋର ପରିବାରଜନ, ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ଆହ୍ୱାନ ଭିତରୁ ଗୋଟିଏ ହେଲା “ଜଳ ସୁରକ୍ଷା”। ଜଳ ସଂରକ୍ଷଣ କରିବା ଜୀବନକୁ ବଞ୍ଚାଇବାଠୁ ଆଦୌ କମ୍‍ ନୁହେଁ । ଯେତେବେଳେ ଆମେ ସାମୂହିକତାର ଏହି ଭାବନା ସହିତ କୌଣସି କାର୍ଯ୍ୟ କରୁ, ସେତେବେଳେ ସଫଳତା ମିଳିବା ନିଶ୍ଚିତ । ଏହାର ଏକ ଉଦାହରଣ ଦେଶର ପ୍ରତି ଜିଲାରେ ତିଆରି ହେଉଥିବା “ଅମୃତ ସରୋବର” ମଧ୍ୟ । “ଅମୃତ ମହୋତ୍ସବ” ସମୟରେ ଭାରତରେ ଯେଉଁ ୬୫ ହଜାରରୁ ଅଧିକ “ଅମୃତ ସରୋବର” ନିର୍ମାଣ କରାଯାଇଛି, ତାହା ଆଗାମୀ ପିଢ଼ି ପାଇଁ ଲାଭଦାୟକ ହେବ । ଏବେ ଆମର ଏହା ମଧ୍ୟ ଦାୟିତ୍ୱ ଯେ ଯେଉଁଠି “ଅମୃତ ସରୋବର” ହୋଇଛି, ତା'ର ନିରନ୍ତର ରକ୍ଷଣାବେକ୍ଷଣ କରିବା, ଯେପରିକି ତାହା ଜଳ ସଂରକ୍ଷଣର ପ୍ରମୁଖ ଉତ୍ସ ହୋଇ ରହିଥିବ ।

ବନ୍ଧୁଗଣ, ଜଳ ସଂରକ୍ଷଣ ସମ୍ବନ୍ଧରେ ଏଇ ଆଲୋଚନା ଭିତରେ ମୋତେ ଗୁଜରାଟର ‘ଅମରେଲି’ରେ ହୋଇଥିବା ଜଳ ଉତ୍ସବ କଥା ଜଣାପଡ଼ିଲା । ଗୁଜରାଟରେ ବାରମାସ ଧରି ପ୍ରବାହିତ ନଦୀର ଅଭାବ ରହିଛି । ତେଣୁ ଲୋକମାନଙ୍କୁ ବର୍ଷାପାଣି ଉପରେ ଅଧିକ ନିର୍ଭର କରିବାକୁ ପଡ଼େ । ଗତ ୨୦-୨୫ ବର୍ଷ ଭିତରେ ସରକାର ଏବଂ ସାମାଜିକ ସଂଗଠନମାନଙ୍କ ପ୍ରୟାସ ଯୋଗୁଁ ସେଠାକାର ସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ ସେଥିପାଇଁ ଜଳ ଉତ୍ସବର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଅମରେଲିରେ ହୋଇଥିବା ଜଳ ଉତ୍ସବ ମାଧ୍ୟମରେ ଲୋକମାନଙ୍କ ଭିତରେ ଜଳ ସଂରକ୍ଷଣ ଏବଂ ହ୍ରଦଗୁଡ଼ିକର ସଂରକ୍ଷଣ ଦିଗରେ ସଚେତନତା ବୃଦ୍ଧି କରାଯାଇଥାଏ । ଏଥିରେ Water Sports କୁ ମଧ୍ୟ ଉତ୍ସାହିତ କରାଗଲା ଏବଂ Water Security ବିଷୟରେ ବିଶେଷଜ୍ଞମାନଙ୍କ ମଧ୍ୟରେ ଚର୍ଚ୍ଚା କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକମାନଙ୍କ ତ୍ରିରଙ୍ଗା Water Fountain ଖୁବ୍ ପସନ୍ଦ ହୋଇଥିଲା । ଏହି ଜଳ ଉତ୍ସବର ଆୟୋଜନ ସୁରତର ଖ୍ୟାତନାମା ହୀରାବ୍ୟବସାୟୀ ସାବଜୀ ଭାଇ ଢୋଲକିଆ ଫାଉଣ୍ଡେସନ କରିଥିଲା । ଏଥିରେ ଯୋଗଦାନ କରିଥିବା ସବୁ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଜଳ ସଂରକ୍ଷଣ ଦିଗରେ ଏହିଭଳି କାର୍ଯ୍ୟକ୍ରମ ପାଇଁ ଶୁଭକାମନା ଜଣାଉଛି ।

ମୋର ପରିବାରଜନ, ଆଜି ସାରା ଦୁନିଆରେ କୌଶଳ ବିକାଶର ମହତ୍ତ୍ୱକୁ ସ୍ୱୀକାର କରାଯାଉଛି । ଯେତେବେଳେ ଆମେ କାହାରିକୁ ଗୋଟିଏ କୌଶଳ ଶିଖାଉଛୁ, ସେତେବେଳେ ତାକୁ ଖାଲି କୁଶଳତା ନୁହେଁ ତା’ ସାଥିରେ ରୋଜଗାରର ଗୋଟିଏ ମାଧ୍ୟମ ମଧ୍ୟ ମିଳିଯାଉଛି । ଯେତେବେଳେ ମୁଁ ଜାଣିଲି ଯେ ଗୋଟିଏ ସଂସ୍ଥା ଗତ ଚାରିଦଶନ୍ଧି ଧରି ଦକ୍ଷତା ବିକାଶ କାମରେ ଲାଗିଛି, ମୋତେ ଆହୁରି ଖୁସି ଲାଗିଲା । ଏହି ସଂସ୍ଥାଟି ହେଉଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଏବଂ ତା’ର ନାମ ହେଉଛି ‘ବେଲ୍‌ଜିପୁରମ୍ ୟୁଥ୍ କ୍ଲବ’ । ଦକ୍ଷତା ବିକାଶ ଉପରେ ଧ୍ୟାନକେନ୍ଦ୍ରିତ କରି ‘ବେଲ୍‌ଜିପୁରମ୍ ୟୁଥ୍ କ୍ଲବ’ ପ୍ରାୟ ସାତହଜାର ମହିଳାଙ୍କୁ ସଶକ୍ତ କରିପାରିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଆଜି ନିଜ ବଳରେ କିଛି କାମ କରିପାରୁଛନ୍ତି । ଏହି ସଂସ୍ଥା ଶିଶୁ ଶ୍ରମିକ ଭାବେ କାମ କରୁଥିବା ପିଲାମାନଙ୍କୁ ମଧ୍ୟ କିଛି ନା କିଛି କୌଶଳ ଶିଖେଇ ସେମାନଙ୍କୁ ଦୁର୍ଗତିରୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି । ‘ବେଲ୍‌ଜିପୁରମ୍ ୟୁଥ କ୍ଲବ୍‌’ର ସଭ୍ୟମାନେ କୃଷକ ଉତ୍ପାଦନ ସଂଘ ବା FPO ସହିତ ଜଡ଼ିତ କୃଷକମାନଙ୍କୁ କୌଶଳ ପ୍ରଶିକ୍ଷଣ ଦେଇଛନ୍ତି ଯାହାଦ୍ୱାରା ଅନେକ କୃଷକ ସଶକ୍ତ ହୋଇପାରିଛନ୍ତି । ଏହି ୟୁଥ୍ କ୍ଲବ୍ ସ୍ୱଚ୍ଛତା ସମ୍ପର୍କରେ ମଧ୍ୟ ଗାଁ ଗାଁରେ ସଚେତନତା ସୃଷ୍ଟି କରୁଛନ୍ତି । ଏମାନେ ଅନେକ ଶୌଚାଳୟ ନିର୍ମାଣରେ ମଧ୍ୟ ସହାୟତା କରିଛନ୍ତି । ଦକ୍ଷତା ବିକାଶ ପାଇଁ ଏହି ସଂସ୍ଥା ସହ ସମ୍ପୃକ୍ତ ସମସ୍ତ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ପ୍ରଶଂସା କରୁଛି । ଆଜି ଦେଶର ଗାଁ ଗାଁରେ ଦକ୍ଷତା ବିକାଶ ପାଇଁ ଏହିଭଳି ସାମାଜିକ ପ୍ରୟାସର ଆବଶ୍ୟକତା ଅଛି ।

ସାଥିଗଣ, ଯେତେବେଳେ କୌଣସି ଗୋଟିଏ ଲକ୍ଷ୍ୟ ପାଇଁ ସାମୂହିକ ପ୍ରୟାସ ହୁଏ ସେତେବେଳେ ସଫଳତାର ହାର ମଧ୍ୟ ଆହୁରି ଅଧିକ ହୋଇଥାଏ । ମୁଁ ଆପଣମାନଙ୍କୁ ଲଦ୍‌ଦାଖ୍‌ର ଗୋଟିଏ ପ୍ରେରଣାଦାୟକ ଉଦାହରଣ ଶୁଣାଇବାକୁ ଚାହେଁ । ଆପଣମାନେ ‘ପଶ୍ମିନା’ ଶାଲ୍ ସମ୍ପର୍କରେ ତ ଶୁଣିଥିବେ ନିଶ୍ଚୟ । ବିଗତ କିଛିଦିନ ଧରି ଲଦ୍‌ଦାଖୀ ପଶମିନା ସମ୍ପର୍କରେ ବହୁତ ଚର୍ଚ୍ଚା ହେଉଛି । ଲଦ୍‌ଦାଖୀ ପଶମିନା Looms of Laddakh ନାମରେ ସାରା ଦୁନିଆର ବଜାରରେ ପହଞ୍ଚିଗଲାଣି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାକୁ ତିଆରି କରିବାରେ ୧୫ଟି ଗାଁର ପ୍ରାୟ ୪୫୦ରୁ ଅଧିକ ମହିଳା ସାମିଲ୍ ହୋଇଛନ୍ତି । ଆଗରୁ ସେମାନେ ନିଜ ଗାଁର ଏହି ଉତ୍ପାଦଗୁଡ଼ିକୁ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ହିଁ ବିକ୍ରି କରୁଥିଲେ । କିନ୍ତୁ ଆଜିର ଏଇ ଊସଶସଗ୍ଧବକ୍ଷ ଭାରତର ଯୁଗରେ ସେମାନଙ୍କ ଦ୍ୱାରା ତିଆରି ଏହି ଜିନିଷଗୁଡ଼ିକ ସାରା ବିଶ୍ୱର ଭିନ୍ନ ଭିନ୍ନ ବଜାରମାନଙ୍କରେ ପହଞ୍ôଚବାରେ ଲାଗିଲାଣି । ଅର୍ଥାତ ଆମର ଲୋକାଲ ଏବେ ଗ୍ଲୋବାଲ ହେଉଛି ଏବଂ ୟା’ଦ୍ୱାରା ଏହି ମହିଳାମାନଙ୍କର ରୋଜଗାର ମଧ୍ୟ ବଢ଼ିଛି ।

ସାଥିଗଣ, ନାରୀଶକ୍ତିର ଏହିଭଳି ସଫଳତା ଆଜି ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳୁଛି । ଏହିଭଳି କଥାଗୁଡ଼ିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି, ଆଉ ଏକଥା କହିବା ପାଇଁ ‘ମନ କି ବାତ୍‌’ଠାରୁ ବଢ଼ିଆ ମାଧ୍ୟମ ଆଉ କ’ଣ ହୋଇପାରେ? ତେଣୁ ଆପଣମାନେ ମଧ୍ୟ ଏହିଭଳି କଥାଗୁଡ଼ିକୁ ମୋ ସହିତ ସେୟାର କରନ୍ତୁ । ମୁଁ ମଧ୍ୟ ସେଗୁଡ଼ିକୁ ଆପଣମାନଙ୍କୁ ଜଣାଇବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବି ।

ମୋର ପରିବାରଜନ, ‘ମନ୍ କି ବାତ୍‌’ରେ ଆମେ ଏହିଭଳି ସାମୂହିକ ପ୍ରୟାସଗୁଡ଼ିକ ସମ୍ବନ୍ଧରେ ଚର୍ଚ୍ଚା କରିଆସୁଛୁ9। ଯାହାଦ୍ୱାରା ସମାଜରେ ବଡ଼ ବଡ଼ ପରିବର୍ତ୍ତନ ହୋଇପାରୁଛି । ‘ମନ୍ କି ବାତ୍‌’ର ଆଉ ଗୋଟିଏ ଉପଲବଧି ହେଉଛି, ଏହା ଘରେ ଘରେ ରେଡ଼ିଓକୁ ଅଧିକ ଲୋକପ୍ରିୟ କରାଇଦେଇଛି । MyGov ମାଧ୍ୟମରେ ମୋତେ ଉତ୍ତରପ୍ରଦେଶ ‘ଅମରୋହା’ର ରାମସିଂହ ବୌଦ୍‌ଧଙ୍କ ଗୋଟିଏ ପତ୍ର ମିଳିଛି । ରାମ ସିଂହଜୀ ଗତ କେତେ ଦଶନ୍ଧି ଧରି ରେଡ଼ିଓ ସଂଗ୍ରହ କରିବାରେ ଲାଗିଛନ୍ତି । ସେ କହନ୍ତି ଯେ ‘ମନ୍ କି ବାତ୍‌’ ଆରମ୍ଭ ହେବା ପରଠାରୁ ତାଙ୍କର ରେଡ଼ିଓ ମ୍ୟୁଜିୟମ୍ ପ୍ରତି ଲୋକମାନଙ୍କର ଉତ୍ସୁକତା ଅଧିକ ବଢ଼ିଯାଇଛି । ଏହିଭଳି ‘ମନ୍ କି ବାତ୍‌’ ଦ୍ୱାରା ପ୍ରେରିତ ହୋଇ ଅହମ୍ମଦାବାଦ ନିକଟସ୍ଥ ତୀର୍ଥଧାମ ପ୍ରେରଣାତୀର୍ଥ ଗୋଟିଏ ସୁନ୍ଦର ପ୍ରଦର୍ଶନୀ ଲଗାଇଛନ୍ତି । ଏଥିରେ ଦେଶବିଦେଶର ଶହେରୁ ଅଧିକ Antique Radioରଖାଯାଇଛି । ଏଠାରେ ‘ମନ୍ କି ବାତ୍‌’ର ଆଜିପର୍ଯ୍ୟନ୍ତ ହୋଇଥିବା ସମସ୍ତ ଅଧ୍ୟାୟକୁ ଶୁଣାଯାଇପାରିବ । ଆହୁରି ଅନେକ ଉଦାହରଣ ଅଛି ଯେଉଁଥିରୁ ‘ମନ୍ କି ବାତ୍‌’ ଦ୍ୱାରା ଉତ୍ସାହିତ ହୋଇ ଲୋକମାନେ କେମିତି ନିଜେ କିଛି କରିବାରେ କ୍ଷମ ହୋଇଛନ୍ତି ତାହା ଜଣାପଡ଼ିବ । ଏହିଭଳି ଏକ ଉଦାହରଣ ହେଉଛି କର୍ଣ୍ଣାଟକର ଚାମରାଜନଗରର ବର୍ଷାଜୀଙ୍କ କଥା ଯିଏ କି ‘ମନ୍ କି ବାତ୍‌’ ଦ୍ୱାରା ପ୍ରେରିତ ହୋଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି । କାର୍ଯ୍ୟକ୍ରମର ଗୋଟିଏ ଅଧ୍ୟାୟ ଦ୍ୱାରା ପ୍ରେରିତ ହୋଇ ସେ କଦଳୀରୁ ଜୈବିକ ସାର ତିଆରି କରିବାର କାମ ଆରମ୍ଭ କଲେ । ପ୍ରକୃତି ପ୍ରତି ବହୁତ ଆକର୍ଷିତ ଥିବା ବର୍ଷାଜୀଙ୍କର ଏ ଉଦ୍ୟମ ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ ନେଇ ଆସିଛି।

ମୋର ପରିବାରଜନ, ଆସନ୍ତାକାଲି ୨୭ ନଭେମ୍ବର ଦିନ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । ଏହି ଦିନ ଦେବ ଦୀପାବଳୀ ମଧ୍ୟ ପାଳନ କରାଯାଏ । ମୋର ତ ଇଚ୍ଛା ହୁଏ ଯେ ମୁଁ କାଶୀର ଦେବ ଦୀପାବଳୀ ଉତ୍ସବ ନିଶ୍ଚୟ ଦେଖନ୍ତି । କିନ୍ତୁ ଏଥର ତ ମୁଁ ବନାରସ୍ ଯାଇପାରୁନି, ହେଲେ ‘ମନ୍ କି ବାତ୍‌’ ମାଧ୍ୟମରେ ମୁଁ ବନାରସ୍‌ର ଲୋକମାନଙ୍କୁ ଶୁଭକାମନା ଜଣାଉଛି । ଏଥର ମଧ୍ୟ କାଶୀର ଘାଟମାନଙ୍କରେ ଲକ୍ଷ ଲକ୍ଷ ଦୀପ ଜଳାହେବ, ଭବ୍ୟ ଆରତି ହେବ, 'ଲେଜର ସୋ' ହେବ, ଦେଶବିଦେଶରୁ ଲକ୍ଷ ଲକ୍ଷ ଲୋକ ‘ଦେବ ଦୀପାବଳୀ’ର ଆନନ୍ଦ ଅନୁଭବ କରିବେ ।

ସାଥିଗଣ, କାଲି ପୂର୍ଣ୍ଣିମା ଦିନ ହିଁ ଗୁରୁନାନକ ଦେବଙ୍କର ପ୍ରକାଶ ପର୍ବ । ଗୁରୁ ନାନକଜୀଙ୍କ ଅମୂଲ୍ୟ ସନ୍ଦେଶ ଖାଲି ଭାରତ ନୁହେଁ ସାରା ଦୁନିଆ ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ଏବଂ ପ୍ରାସଙ୍ଗିକ ମଧ୍ୟ । ଏହା ଆମକୁ ସାତ୍ୱିକତା, ସଦ୍‌ଭାବନା ସହିତ ଦୁନିଆ ପ୍ରତି ସମର୍ପିତ ହେବାପାଇଁ ମଧ୍ୟ ପ୍ରେରଣା ଦେଇଥାଏ । ଗୁରୁନାନକ ଦେବଜୀ ସେବା ଭାବନା, ସେବା କାର୍ଯ୍ୟର ଯେଉଁ ଶିକ୍ଷା ଦେଇଛନ୍ତି, ଆମର ଶିଖ୍ ଭାଇ ଭଉଣୀମାନେ ସାରା ବିଶ୍ୱରେ ତା’ର ପାଳନ କରୁଥିବାର ଦେଖାଯାଏ । ମୁଁ ‘ମନ୍ କି ବାତ୍‌’ର ସମସ୍ତ ଶ୍ରୋତାମାନଙ୍କୁ ଗୁରୁନାନକ ଦେବଙ୍କର ପ୍ରକାଶ ପର୍ବ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ।

ମୋର ପରିବାରଜନ, ‘ମନ୍ କି ବାତ୍‌’ରେ ମୋ ସହିତ ଏଥର ଏତିକି । ଦେଖୁ ଦେଖୁ ୨୦୨୩ ସମାପ୍ତ ହେବାକୁ ଯାଉଛି, ଆଉ ଆମ୍ଭେମାନେ ସବୁଥର ଭଳି ଏଥର ମଧ୍ୟ ଭାବୁଛୁ ଯେ, ଆରେ ଏତେ ବଡ଼ ବର୍ଷଟା ଏତେ ଶୀଘ୍ର ସରିଗଲା । କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ଏ ବର୍ଷଟି ଭାରତ ପାଇଁ ଅସୀମ ଉପଲବଧିର ବର୍ଷ ଥିଲା । ଭାରତର ଉପଲବଧି ହେଉଛି ପ୍ରତ୍ୟେକ ଭାରତୀୟର ଉପଲବଧି । ମୁଁ ଖୁସି ଯେ ‘ମନ୍ କି ବାତ୍‌’ ଏହି ଉପଲବଧିଗୁଡ଼ିକୁ ସମସ୍ତଙ୍କ ଆଗକୁ ନେଇଯିବାର ଗୋଟିଏ ସଶକ୍ତ ମାଧ୍ୟମ ହୋଇଛି । ଆସନ୍ତାଥର ଦେଶବାସୀମାନଙ୍କର ବହୁତ ସଫଳତାଗୁଡ଼ିକ ବିଷୟରେ ଆପଣମାନଙ୍କ ସହିତ ଚର୍ଚ୍ଚା ହେବ । ସେପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ । ବହୁତ୍ ବହୁତ୍ ଧନ୍ୟବାଦ, ନମସ୍କାର ।

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।