ଆମ ଦେଶକୁ ସୁରକ୍ଷା ଦେବାରେ ବାୟୁବୀର ଏବଂ ସୈନିକଙ୍କ ସାହସ ପ୍ରଶଂସନୀୟ: ପ୍ରଧାନମନ୍ତ୍ରୀ
'ଭାରତ ମାତା କି ଜୟ' କେବଳ ଏକ ସ୍ଲୋଗାନ ନୁହେଁ, ଏହା ପ୍ରତ୍ୟେକ ସୈନିକର ଶପଥ, ଯିଏ ନିଜ ଦେଶର ସମ୍ମାନ ଏବଂ ମର୍ଯ୍ୟାଦା ପାଇଁ ନିଜ ଜୀବନକୁ ବାଜିରେ ଲଗାନ୍ତି: ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂର ହେଉଛି ଭାରତର ନୀତି, ଉଦ୍ଦେଶ୍ୟ ଏବଂ ନିର୍ଣ୍ଣାୟକ ଶକ୍ତିର ତ୍ରିମୂର୍ତ୍ତି: ପ୍ରଧାନମନ୍ତ୍ରୀ
ଯେତେବେଳେ ଆମର ଭଉଣୀ ଏବଂ ଝିଅମାନଙ୍କ ମଥାର ସିନ୍ଦୁର ଲିଭାଇ ଦିଆଗଲା, ଆମେ ଆତଙ୍କବାଦୀମାନଙ୍କୁ ସେମାନଙ୍କ ଆଡ୍ଡାରେ ନିପାତ କଲୁ: ପ୍ରଧାନମନ୍ତ୍ରୀ
ଆତଙ୍କବାଦର ମାଷ୍ଟରମାଇଣ୍ଡମାନେ ଏବେ ଜାଣିଛନ୍ତି ଯେ ଭାରତକୁ ଆଖି ଦେଖାଇବା ଦ୍ୱାରା ବିନାଶ ବ୍ୟତୀତ ଆଉ କିଛି ହେବ ନାହିଁ: ପ୍ରଧାନମନ୍ତ୍ରୀ
ପାକିସ୍ତାନରେ କେବଳ ଆତଙ୍କବାଦୀ ଆଡ୍ଡା ଏବଂ ବାୟୁସେନା ଧ୍ୱଂସ କରାଯାଇ ନାହିଁ, ବରଂ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ଏବଂ ଦୁଃସାହସ ମଧ୍ୟ ପରାସ୍ତ ହୋଇଛି: ପ୍ରଧାନମନ୍ତ୍ରୀ
ଆତଙ୍କବାଦ ବିରୋଧରେ ଭାରତର ଲକ୍ଷ୍ମଣ ରେଖା ଏବେ ସ୍ପଷ୍ଟ, ଯଦି ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଭାରତ ଜବାବ ଦେବ ଏବଂ ତାହା ଏକ ନିର୍ଣ୍ଣାୟକ ଜବାବ ହେବ: ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂରର ପ୍ରତ୍ୟେକ ମୁହୂର୍ତ୍ତ ଭାରତର ସଶସ୍ତ୍ର ବାହିନୀର ଶକ୍ତିର ପ୍ରମାଣ: ପ୍ରଧାନମନ୍ତ୍ରୀ
ଯଦି ପାକିସ୍ତାନ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ
ସେ ଘୋଷଣା କରିଥିଲେ ଯେ ଯେତେବେଳେ ଭାରତର ସେନା ପରମାଣୁ ବ୍ଲାକମେଲର ବିପଦକୁ ଦୂର କରିବେ, ସେତେବେଳେ ସ୍ବର୍ଗ ମର୍ତ୍ତ୍ୟ ପାତାଳରେ ଗୋଟିଏ ଧ୍ବନି ପ୍ରତିଧ୍ୱନିତ ହେବ - 'ଭାରତ ମାତା କି ଜୟ'

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଦମପୁରସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିଥିଲେ ଏବଂ ଦେଶର ସାହସୀ ବାୟୁସେନା ଯୋଦ୍ଧା ଏବଂ ସୈନିକମାନଙ୍କ ସହିତ ମତ ବିନିମୟ କରିଥିଲେ। ସେମାନଙ୍କୁ ସମ୍ବୋଧିତ କରି, ସେ କହିଥିଲେ ଯେ ବିଶ୍ବ 'ଭାରତ ମାତା କି ଜୟ' ସ୍ଲୋଗାନର ଶକ୍ତି ଦେଖିଛି । ଏହା କେବଳ ଏକ ମନ୍ତ୍ର ମାତ୍ର ନୁହେଁ, ବରଂ ଭାରତ ମାତାର ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ପ୍ରତ୍ୟେକ ସୈନିକଙ୍କ ଦ୍ୱାରା ନିଆଯାଉଥିବା ଏକ ବଜ୍ର ଶପଥ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସ୍ଲୋଗାନ ପ୍ରତ୍ୟେକ ନାଗରିକଙ୍କ ସ୍ୱର, ଯିଏ ଦେଶ ପାଇଁ ବଞ୍ଚିବାକୁ ଏବଂ ଏକ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଚାହେଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ 'ଭାରତ ମାତା କୀ ଜୟ' ଯୁଦ୍ଧକ୍ଷେତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ମିଶନରେ ପ୍ରତିଧ୍ୱନିତ ହୋଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଭାରତୀୟ ସୈନିକମାନେ 'ଭାରତ ମାତା କୀ ଜୟ' ସ୍ଲୋଗାନ ଦିଅନ୍ତି, ସେତେବେଳେ ଶତ୍ରୁର ମେରୁଦଣ୍ଡ ଥରହର ହୋଇଯାଏ। ଭାରତର ସାମରିକ ଶକ୍ତି ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଯେତେବେଳେ ଭାରତୀୟ ଡ୍ରୋନ ଶତ୍ରୁର ଦୁର୍ଗକୁ ଧ୍ୱଂସ କରେ ଏବଂ ଯେତେବେଳେ କ୍ଷେପଣାସ୍ତ୍ର ସଠିକ ଭାବରେ ଆକ୍ରମଣ କରେ, ସେତେବେଳେ ଶତ୍ରୁ କେବଳ ଗୋଟିଏ ବାକ୍ୟ ଶୁଣେ - 'ଭାରତ ମାତା କି ଜୟ'। ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ତାର ସହିତ କହିଥିଲେ ଯେ ରାତିର ଅନ୍ଧାରରେ ମଧ୍ୟ, ଭାରତ ଆକାଶକୁ ଆଲୋକିତ କରିବାର କ୍ଷମତା ରଖେ, ଯାହା ଶତ୍ରୁକୁ ଆମ ଦେଶର ଅଦମ୍ୟ ଶକ୍ତିକୁ ଦେଖିବାକୁ ବାଧ୍ୟ କରେ। ସେ ଘୋଷଣା କରିଥିଲେ ଯେ ଯେତେବେଳେ ଭାରତର ସେନା ପରମାଣୁ ବ୍ଲାକମେଲର ବିପଦକୁ ଦୂର କରିବେ, ସେତେବେଳେ ସ୍ବର୍ଗ ମର୍ତ୍ତ୍ୟ ପାତାଳରେ ଗୋଟିଏ ଧ୍ବନି ପ୍ରତିଧ୍ୱନିତ ହେବ - 'ଭାରତ ମାତା କି ଜୟ'।

ଭାରତର ସଶସ୍ତ୍ର ବାହିନୀର ସାହସ ଏବଂ ଦୃଢ଼ ପ୍ରତିବଦ୍ଧତାର ପ୍ରଶଂସା କରି, ସେମାନେ ଲକ୍ଷ ଲକ୍ଷ ଭାରତୀୟଙ୍କ ହୃଦୟକୁ ଗର୍ବରେ ଭରି ଦେଇଛନ୍ତି ବୋଲି କହି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ଆଜି ପ୍ରତ୍ୟେକ ଭାରତୀୟ ସେମାନଙ୍କର ଅତୁଳନୀୟ ସାହସ ଏବଂ ଐତିହାସିକ ସଫଳତା ପାଇଁ ଗର୍ବିତ। ସେ ଆହୁରି ମଧ୍ୟ କହିଥିଲେ ଯେ ସାହସୀ ବୀରମାନଙ୍କୁ ଭେଟିବା ପ୍ରକୃତରେ ଏକ ବଡ଼ ସୌଭାଗ୍ୟ, ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭବିଷ୍ୟତରେ ଯେତେବେଳେ ଦେଶର ବୀରତ୍ୱର ଆଲୋଚନା କରାଯିବ, ସେତେବେଳେ ଏହି ମିଶନର ନେତୃତ୍ୱ ନେଇଥିବା ସୈନିକମାନଙ୍କ ନାମ ଆଗରେ ରହିବ । ସେ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ କେବଳ ବର୍ତ୍ତମାନ ପାଇଁ ନୁହେଁ ବରଂ ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ପ୍ରେରଣା ପାଲଟିଛନ୍ତି। ସାହସୀ ଯୋଦ୍ଧାଙ୍କ ଭୂମିରୁ ସଶସ୍ତ୍ର ବାହିନୀକୁ ସମ୍ବୋଧିତ କରି, ସେ ବାୟୁସେନା, ନୌସେନା, ସ୍ଥଳସେନା ଏବଂ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ସାହସୀ ସୈନିକମାନଙ୍କୁ ସାଲ୍ୟୁଟ୍ କରିଥିଲେ। ସେ ସେମାନଙ୍କର ବୀରତ୍ୱପୂର୍ଣ୍ଣ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଅପରେସନ ସିନ୍ଦୂରର ପ୍ରଭାବ ସାରା ଦେଶରେ ପ୍ରତିଫଳିତ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଅପରେସନ ସମୟରେ ସମସ୍ତେ ଭାରତୀୟ ସୈନିକଙ୍କ ସହିତ ଦୃଢ଼ ଭାବରେ ଛିଡା ହୋଇଥିଲେ, ପ୍ରାର୍ଥନା କରିଥିଲ ଏବଂ ଅଟଳ ସମର୍ଥନ ଦେଇଥିଲେ। ସେ ସମଗ୍ର ରାଷ୍ଟ୍ରର ସୈନିକ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ତଥା ସେମାନଙ୍କ ବଳିଦାନକୁ ସ୍ୱୀକୃତି ଦେଇଥିଲେ।

"ଅପରେସନ୍ ସିନ୍ଦୂର ଏକ ସାଧାରଣ ସାମରିକ ଅଭିଯାନ ନୁହେଁ, ବରଂ ଭାରତର ନୀତି, ଉଦ୍ଦେଶ୍ୟ ଏବଂ ନିର୍ଣ୍ଣାୟକତାର ଏକ ତ୍ରିମୂର୍ତ୍ତି" ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଉଭୟ ବୁଦ୍ଧ ଏବଂ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଭୂମି, ଯିଏ ଘୋଷଣା କରିଥିଲେ, "ପ୍ରତି ୧୨୫୦୦୦ଙ୍କ ବିରୋଧରେ ଲଢେଇ କରିବାକୁ ମୁଁ ଗୋଟିଏ ଯୋଦ୍ଧା ଛିଡ଼ା କରିବି…., ମୁଁ ଘରଚଟିଆ ଦ୍ବାରା ଚିଲକୁ ହରାଇବି.., ତା'ପରେ ହିଁ ମୋତେ ଗୋବିନ୍ଦ ସିଂହ ବୋଲି ଡକାଯିବ ।" ସେ ମନ୍ତବ୍ୟ ଦେଇଥିଲେ ଯେ ନ୍ୟାୟ ପ୍ରତିଷ୍ଠା ପାଇଁ ଅନ୍ୟାୟ ବିରୁଦ୍ଧରେ ଅସ୍ତ୍ର ଉଠାଇବା ସବୁବେଳେ ଭାରତରେ ଏକ ପରମ୍ପରା ହୋଇଆସିଛି। ସେ ଆଶ୍ୱାସନା ଦେଇଥିଲେ ଯେ ଯେତେବେଳେ ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ କରି ଏହାର ଝିଅମାନଙ୍କୁ କ୍ଷତି ପହଞ୍ଚାଇବାକୁ ସାହସ କରିଥିଲେ, ଭାରତୀୟ ସେନା ସେମାନଙ୍କୁ ସେମାନଙ୍କ ନିଜ ଆଡ୍ଡାରେ ଦମନ କରିଦେଇଥିଲେ। ସେ କହିଥିଲେ ଯେ ଏହି ଆକ୍ରମଣକାରୀମାନେ କାପୁରୁଷଙ୍କ ବେଶରେ ଆସିଥିଲେ, ସେମାନେ ଭୁଲି ଯାଇଥିଲେ ଯେ ସେମାନେ ଶକ୍ତିଶାଳୀ ଭାରତୀୟ ସଶସ୍ତ୍ର ବାହିନୀକୁ ଚ୍ୟାଲେଞ୍ଜ କରୁଛନ୍ତି । ସେ ଭାରତର ସୈନିକମାନଙ୍କ ସାହସିକତାର ପ୍ରଶଂସା କରିଥିଲେ, ଉଲ୍ଲେଖ କରିଥିଲେ ଯେ ସେମାନେ ସିଧାସଳଖ ଆକ୍ରମଣ କରି ପ୍ରମୁଖ ଆତଙ୍କବାଦୀ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିଥିଲେ । ଏହି ଆକ୍ରମଣରେ ୯ଟି ଆତଙ୍କବାଦୀ ଆଡ୍ଡା ନଷ୍ଟ କରାଯାଇଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀ ନିପାତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଆତଙ୍କବାଦର ମାଷ୍ଟରମାଇଣ୍ଡମାନେ ଏବେ ଭାରତକୁ ଉସୁକାଇବାର ଅନିର୍ବାର୍ଯ୍ୟ ପରିଣାମକୁ ଦେଖୁନ୍ତି- ସଂପୂର୍ଣ୍ଣ ବିନାଶ। ଭାରତରେ ନିର୍ଦ୍ଦୋଷଙ୍କ ରକ୍ତପାତ କରିବାର ଯେକୌଣସି ପ୍ରୟାସ କେବଳ ବିନାଶ ଆଡ଼କୁ ନେଇଯିବ ବୋଲି ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଏହି ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନୀ ସେନାକୁ ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ନିର୍ଣ୍ଣାୟକ ଭାବରେ ପରାସ୍ତ କରିଛି। "ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି - ଆତଙ୍କବାଦୀଙ୍କ ପାଇଁ ଆଉ କୌଣସି ସୁରକ୍ଷିତ ଆଶ୍ରୟସ୍ଥଳ ନାହିଁ", ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଭାରତ ସେମାନଙ୍କ ନିଜ ଅଞ୍ଚଳରେ ଆକ୍ରମଣ କରିବ, ସେମାନଙ୍କୁ ଖସିଯିବାର କୌଣସି ସୁଯୋଗ ଦେବ ନାହିଁ। ସେ ଘୋଷଣା କରିଥିଲେ ଯେ ଭାରତର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଏପରି ଭୟ ସୃଷ୍ଟି କରିଛି ଯେ ଏ ସଂପର୍କରେ ଭାବିଲେ ପାକିସ୍ତାନର ନିଦ ହଜିଯାଉଛି । ମହାରାଣା ପ୍ରତାପଙ୍କ ପ୍ରସିଦ୍ଧ ଘୋଡ଼ା ଚେତକ ବିଷୟରେ ଲେଖାଯାଇଥିବା କେତେକ ଉକ୍ତିକୁ ଉଲ୍ଲେଖ କରି ସେ ମନ୍ତବ୍ୟ ଦେଇଥିଲେ ଯେ ଏହି ଶବ୍ଦଗୁଡ଼ିକ ବର୍ତ୍ତମାନ ଭାରତର ଉନ୍ନତ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଉଛି।

ଶ୍ରୀ ମୋଦୀ କହିଥିଲେ "ସିନ୍ଦୂରର ସଫଳତା ଦେଶର ସଂକଳ୍ପକୁ ଦୃଢ଼ କରିଛି, ଦେଶକୁ ଏକତ୍ର କରିଛି, ଭାରତର ସୀମାକୁ ସୁରକ୍ଷିତ କରିଛି ଏବଂ ଭାରତର ଗର୍ବକୁ ନୂତନ ଶିଖରରେ ପହଞ୍ଚାଇଛି," । ସେ ମଧ୍ୟ ସଶସ୍ତ୍ର ବାହିନୀର ଅସାଧାରଣ ପ୍ରୟାସକୁ ପ୍ରଶଂସା କରି ସେମାନଙ୍କ କାର୍ଯ୍ୟକୁ ଅଭୂତପୂର୍ବ, ଅକଳ୍ପନୀୟ ଏବଂ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ। ସେ ଭାରତୀୟ ବାୟୁସେନାର ଆକ୍ରମଣ ସଠିକତା ଉପରେ ଆଲୋକପାତ କରି ଉଲ୍ଲେଖ କରିଥିଲେ ଯେ ଏହା ପାକିସ୍ତାନ ଭିତରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସଫଳତାର ସହ ଟାର୍ଗେଟ କରିଥିଲା। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ମାତ୍ର ୨୦-୨୫ ମିନିଟରେ, ଭାରତୀୟ ସେନା ସମ୍ପୂର୍ଣ୍ଣ ସଠିକତାର ସହିତ ସୀମାପାର ଆକ୍ରମଣ କରିଥିଲା, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦ କରିଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏପରି କାର୍ଯ୍ୟ କେବଳ ଏକ ଆଧୁନିକ, ପ୍ରଯୁକ୍ତିବିଦ୍ୟା ସହିତ ସୁସଜ୍ଜିତ ଏବଂ ଉଚ୍ଚ ପେସାଦାର ବାହିନୀ ଦ୍ୱାରା କରାଯାଇପାରିବ। ସେ ଭାରତୀୟ ସେନାର ଗତି ଏବଂ ସଠିକତାକୁ ପ୍ରଶଂସା କରି କହିଥିଲେ ଯେ ସେମାନଙ୍କର ଦ୍ରୁତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଶତ୍ରୁକୁ ସମ୍ପୂର୍ଣ୍ଣ ଭାବରେ ସ୍ତବ୍ଧ କରିଦେଇଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ ଶତ୍ରୁ ଜାଣିପାରିଲା ନାହିଁ ଯେ ତାର ଗଡ଼ କେତେବେଳେ ଧ୍ୱଂସପ୍ରାପ୍ତ ହୋଇଗଲା।

ପାକିସ୍ତାନ ଭିତରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବା ଏବଂ ପ୍ରମୁଖ ଆତଙ୍କବାଦୀଙ୍କୁ ନିପାତ କରିବା ଭାରତର ଉଦ୍ଦେଶ୍ୟ ଥିଲା ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାକିସ୍ତାନ ବେସାମରିକ ବିମାନ ବ୍ୟବହାର କରି ଏହାର କାର୍ଯ୍ୟକଳାପକୁ ଘୋଡାଇବା ପାଇଁ ଚେଷ୍ଟା କରୁଥିବା ସତ୍ତ୍ୱେ, ଭାରତୀୟ ସେନା ଅତ୍ୟନ୍ତ ସତର୍କତା ଏବଂ ସଠିକତାର ସହିତ ଜବାବ ଦେଇଥିଲା। ସଶସ୍ତ୍ର ବାହିନୀ ସତର୍କତା ଏବଂ ଦାୟିତ୍ୱ ବଜାୟ ରଖି ସଫଳତାର ସହ ସେମାନଙ୍କର ମିଶନକୁ ସମ୍ପାଦନ କରିଥିବାରୁ ସେ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ ଗର୍ବର ସହିତ ଘୋଷଣା କଲେ ଯେ ଭାରତୀୟ ସୈନିକମାନେ ସମ୍ପୂର୍ଣ୍ଣ ସଠିକତା ଏବଂ ଦୃଢ଼ତାର ସହିତ ସେମାନଙ୍କର ଉଦ୍ଦେଶ୍ୟ ପୂରଣ କରିଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ କେବଳ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଏବଂ ବାୟୁସେନା ଘାଟିଗୁଡ଼ିକୁ ଧ୍ୱଂସ କରିନାହିଁ, ବରଂ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ଏବଂ ବେପରୁଆ ଦୁଃସାହସକୁ ମଧ୍ୟ ଚୂର୍ଣ୍ଣ କରିଛି।

ଶ୍ରୀ ମୋଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର ପରେ, ଶତ୍ରୁ ହତାଶ ହୋଇ ବାରମ୍ବାର ଅନେକ ଭାରତୀୟ ବାୟୁସେନା ଘାଟିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନର ପ୍ରତ୍ୟେକ ଆକ୍ରମଣ ପ୍ରୟାସକୁ ନିର୍ଣ୍ଣାୟକ ଭାବରେ ପଣ୍ଡ କରାଯାଇଥିଲା। ସେ ଜୋର ଦେଇ କହିଛନ୍ତି ଯେ ପାକିସ୍ତାନୀ ଡ୍ରୋନ, ୟୁଏଭି, ବିମାନ ଏବଂ କ୍ଷେପଣାସ୍ତ୍ର, ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସମ୍ମୁଖରେ ବିଫଳ ହୋଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ପ୍ରସ୍ତୁତି ଏବଂ ପ୍ରଯୁକ୍ତିବିଦ୍ୟା ଦକ୍ଷତା ଶତ୍ରୁ ବିପଦର ସମ୍ପୂର୍ଣ୍ଣ ବିଲୋପ ସୁନିଶ୍ଚିତ କରିଛି। ସେ ଦେଶର ବାୟୁସେନା ଘାଟିଗୁଡ଼ିକର ତତ୍ତ୍ୱାବଧାନ କରୁଥିବା ନେତୃତ୍ୱ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଭାରତୀୟ ବାୟୁସେନାର ପ୍ରତ୍ୟେକ ବାୟୁ ଯୋଦ୍ଧାଙ୍କୁ ହୃଦୟର ସହିତ ପ୍ରଶଂସା କରିଥିଲେ। ସେ ଦେଶକୁ ରକ୍ଷା କରିବାରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଅଟଳ ସମର୍ପଣକୁ ପ୍ରଶଂସା କରିଥିଲେ।

ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଏବେ ସ୍ପଷ୍ଟ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଯଦି ଭାରତ ଉପରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଦେଶ ନିର୍ଣ୍ଣାୟକ ଏବଂ ବଳପୂର୍ବକ ଜବାବ ଦେବ। ପୂର୍ବ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାରଷ୍ଟ୍ରାଇକ୍ ସମୟରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନକୁ ମନେ ପକାଇ ସେ କହିଛନ୍ତି ଯେ ବିପଦର ମୁକାବିଲା କରିବାରେ ଅପରେସନ ସିନ୍ଦୂର ଏବେ ଦେଶର ନୂତନ ସ୍ୱାଭାବିକତା ପାଲଟିଛି। ଗତକାଲି ରାତିରେ ଜାତି ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ସେ ପ୍ରକାଶ କରିଥିବା ତିନୋଟି ପ୍ରମୁଖ ନୀତିର ପୁନରାବୃତ୍ତି କରିଥିଲେ। ପ୍ରଥମତଃ, ଯଦି ଭାରତ ଆତଙ୍କବାଦୀ ଆକ୍ରମଣର ଟାର୍ଗେଟରେ ରହେ, ତେବେ ଏହାର ଜବାବ ନିଜସ୍ୱ ନିୟମ ଏବଂ ସର୍ତ୍ତ ଅନୁଯାୟୀ ଦିଆଯିବ। ଦ୍ୱିତୀୟତଃ, ଭାରତ କୌଣସି ପ୍ରକାରର ପରମାଣୁ ବ୍ଲାକମେଲ୍ ସହ୍ୟ କରିବ ନାହିଁ। ତୃତୀୟତଃ, ଭାରତ ଆଉ ଆତଙ୍କବାଦୀ ମାଷ୍ଟରମାଇଣ୍ଡ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ସରକାରଙ୍କ ମଧ୍ୟରେ ପାର୍ଥକ୍ୟ କରିବ ନାହିଁ। "ବିଶ୍ୱ ଏବେ ଏହି ନୂତନ ଏବଂ ଦୃଢ଼ ଭାରତକୁ ଚିହ୍ନିପାରୁଛି, ଜାତୀୟ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ପ୍ରତି ଏହାର ଦୃଢ଼ ଆଭିମୁଖ୍ୟକୁ ଗ୍ରହଣ କରୁଛି", ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ।

"ଅପରେସନ୍ ସିନ୍ଦୂରର ପ୍ରତ୍ୟେକ ମୁହୂର୍ତ୍ତ ଭାରତର ସଶସ୍ତ୍ର ବାହିନୀର ଶକ୍ତି ଏବଂ କ୍ଷମତାର ପ୍ରମାଣ", ଶ୍ରୀ ମୋଦୀ କହିଛନ୍ତି, ସେନା, ନୌସେନା ଏବଂ ବାୟୁସେନା ମଧ୍ୟରେ ଅସାଧାରଣ ସମନ୍ୱୟର ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କର ସମନ୍ୱୟ ଉଲ୍ଲେଖନୀୟ ଥିଲା। ସେ ସମୁଦ୍ରରେ ନୌସେନାର ପ୍ରାଧାନ୍ୟ, ସୀମାନ୍ତରେ ପଦାତିକ ବାହିନୀର ସୁଦୃଢ଼ୀକରଣ ଏବଂ ଆକ୍ରମଣ ଏବଂ ପ୍ରତିରକ୍ଷାରେ ଭାରତୀୟ ବାୟୁସେନାର ଦ୍ୱୈତ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ସେ ଭାରତର ସମନ୍ୱିତ ବାୟୁ ଏବଂ ସ୍ଥଳ ଯୁଦ୍ଧ ପ୍ରଣାଳୀର ପ୍ରଭାବଶାଳୀତା ଉପରେ ଗୁରୁତ୍ୱାରୋପ କରି ଘୋଷଣା କରିଥିଲେ ଯେ ଏହି ସ୍ତରର ସମନ୍ବୟତା ଏବେ ଭାରତର ସାମରିକ ଦକ୍ଷତାର ଏକ ନିର୍ଣ୍ଣାୟକ ବୈଶିଷ୍ଟ୍ୟ ପାଲଟିଛି।

ଅପରେସନ ସିନ୍ଦୂର ସମୟରେ ମାନବଶକ୍ତି ଏବଂ ଉନ୍ନତ ସାମରିକ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ଉଲ୍ଲେଖନୀୟ ସମନ୍ୱୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତର ପାରମ୍ପରିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯାହା ଅନେକ ଯୁଦ୍ଧ ଦେଖିଛି, ଆକାଶ ପରି ସ୍ୱଦେଶୀ ପ୍ଲାଟଫର୍ମ ଏବଂ ଏସ-୪୦୦ ପରି ଆଧୁନିକ, ଶକ୍ତିଶାଳୀ ପ୍ରଣାଳୀ ଦ୍ୱାରା ସୁଦୃଢ଼ ହୋଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ଦୃଢ଼ ସୁରକ୍ଷା କବଚ ଏକ ନିର୍ଣ୍ଣାୟକ ଶକ୍ତି ପାଲଟିଛି। ପାକିସ୍ତାନର ବାରମ୍ବାର ପ୍ରୟାସ ସତ୍ତ୍ୱେ, ଭାରତୀୟ ବାୟୁସେନା ଘାଟି ଏବଂ ପ୍ରମୁଖ ପ୍ରତିରକ୍ଷା ଭିତ୍ତିଭୂମି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସୀମାରେ ନିୟୋଜିତ ପ୍ରତ୍ୟେକ ସୈନିକ ଏବଂ ଅପରେସନରେ ସାମିଲ ଥିବା ସମସ୍ତଙ୍କର ସମର୍ପଣ ଏବଂ ସାହସିକତାକୁ ଶ୍ରେୟ ଦେଇଛନ୍ତି। ସେ ଭାରତର ଅଟଳ ଜାତୀୟ ପ୍ରତିରକ୍ଷାର ମୂଳଦୁଆ ଭାବରେ ସେମାନଙ୍କର ପ୍ରତିବଦ୍ଧତାକୁ ଗ୍ରହଣ କରିଥିଲେ।

ଭାରତ ପାଖରେ ଏବେ ଏପରି ଉନ୍ନତ ପ୍ରଯୁକ୍ତିବିଦ୍ୟା ଅଛି ଯାହା ସହିତ ପାକିସ୍ତାନ ସମକକ୍ଷ ହୋଇପାରିବନାହିଁ ବୋଲି ଦାବି କରି ଶ୍ରୀ ମୋଦୀ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଭାରତୀୟ ବାୟୁସେନା ଏବଂ ଅନ୍ୟାନ୍ୟ ସାମରିକ ଶାଖାଗୁଡ଼ିକ ବିଶ୍ୱର କିଛି ସବୁଠାରୁ ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ଦକ୍ଷତା ହାସଲ କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ଆସୁଛି ଏବଂ ଜଟିଳ ଏବଂ ଅତ୍ୟାଧୁନିକ ବ୍ୟବସ୍ଥାଗୁଡ଼ିକୁ ବଜାୟ ରଖିବା ଏବଂ ଦକ୍ଷତାର ସହିତ ପରିଚାଳନା କରିବା ପାଇଁ ଅପାର ଦକ୍ଷତା ଏବଂ ସଠିକତା ଆବଶ୍ୟକ । ଆଧୁନିକ ଯୁଦ୍ଧରେ ଭାରତର ସଶସ୍ତ୍ର ବାହିନୀର ଶ୍ରେଷ୍ଠତା ପ୍ରଦର୍ଶନ, କୌଶଳଗତ ଦକ୍ଷତା ସହିତ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବାକୁ ପ୍ରଶଂସା କରି ଶ୍ରୀ ମୋଦି ଘୋଷଣା କରିଥିଲେ ଯେ ଭାରତୀୟ ବାୟୁସେନା ଏବେ କେବଳ ଅସ୍ତ୍ରଶସ୍ତ୍ର ନୁହେଁ ବରଂ ଡାଟା ଏବଂ ଡ୍ରୋନ ସହିତ ମଧ୍ୟ ଶତ୍ରୁର ମୁକାବିଲା କରିବାର କଳାରେ ଦକ୍ଷତା ହାସଲ କରିଛି।

କେବଳ ପାକିସ୍ତାନର ଅନୁରୋଧର ଜବାବରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ବୋଲି କହି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଯଦି ପାକିସ୍ତାନ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ସାମରିକ ଉତ୍ତେଜନାରେ ଲିପ୍ତ ହୁଏ, ତେବେ ଭାରତ ପୂର୍ଣ୍ଣ ଶକ୍ତି ସହ ଜବାବ ଦେବ। ସେ ଆଶ୍ୱାସନା ଦେଇଥିଲେ ଯେ ଭାରତର ପ୍ରତିକ୍ରିୟା କେବଳ ଏହାର ନିଜସ୍ୱ ନିୟମ ଏବଂ ସର୍ତ୍ତାବଳୀ ଉପରେ ଦିଆଯିବ। ସେ ଏହି ନିର୍ଣ୍ଣାୟକ ମନୋଭାବ ପାଇଁ ଦେଶର ସଶସ୍ତ୍ର ବାହିନୀର ସାହସ, ସାହସ ଏବଂ ସତର୍କତାକୁ ଶ୍ରେୟ ଦେଇଥିଲେ। ସୈନିକମାନଙ୍କୁ ସେମାନଙ୍କର ଅଟଳ ସଂକଳ୍ପ, ଆବେଗ ଏବଂ ପ୍ରସ୍ତୁତି ବଜାୟ ରଖିବାକୁ ଆହ୍ୱାନ ଦେଇ, ଭାରତ ସର୍ବଦା ସଜାଗ ଏବଂ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଶେଷରେ ଘୋଷଣା କରିଥିଲେ ଯେ ଏହା ଏକ ନୂତନ ଭାରତ - ଏକ ଭାରତ ଯାହା ଶାନ୍ତି ଚାହେଁ, କିନ୍ତୁ ଯଦି ମାନବତା ବିପଦରେ ପଡେ, ତେବେ ଏହା ବିରୋଧୀମାନଙ୍କୁ ଦମନ କରିବାକୁ ପଛାଇବ ନାହିଁ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Number of Indian women with digital access doubled since 2021: Survey

Media Coverage

Number of Indian women with digital access doubled since 2021: Survey
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”