ନମସ୍କାର
ଏଥର ବଜେଟ ପୂର୍ବରୁ ଆପଣମାନଙ୍କ ମଧ୍ୟରୁ ଅନେକ ସାଥୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି ବଜେଟ ଭାରତକୁ ପୁଣିଥରେ ଉଚ୍ଚ ଅଭିବୃଦ୍ଧି ପଥରେ ନେଇଯିବା ପାଇଁ ଏକ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି । ବଜେଟରେ ଭାରତର ବିକାଶ ପାଇଁ ଘରୋଇ କ୍ଷେତ୍ରର ମଜବୁତ୍ ଭାଗିଦାରୀ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବଜେଟରେ ସରକାରୀ-ଘରୋଇ ଭାଗିଦାରୀ ନିମନ୍ତେ ସୁଯୋଗ ଏବଂ ଲକ୍ଷ୍ୟକୁ ସ୍ପଷ୍ଟତାର ସହ ଉପସ୍ଥାପିତ କରାଯାଇଛି । ବିନିବେଶ ଏବଂ ସମ୍ପତି ମୁଦ୍ରାୟନ ଏହାର ଏକ ପ୍ରମୁଖ ଦିଗ ଅଟେ ।
ବନ୍ଧୁଗଣ,
ଯେତେବେଳେ ଦେଶରେ ସରକାରୀ ଉଦ୍ୟୋଗଗୁଡିକୁ କାର୍ଯ୍ୟକାରୀ କରାଯାଇଥିଲା, ସେତେବେଳେ ସମୟ ଅଲଗା ଥିଲା ଏବଂ ଦେଶର ଆବଶ୍ୟକତାଗୁଡିକ ମଧ୍ୟ ଭିନ୍ନ ଥିଲା । ଯେଉଁ ନୀତିଗୁଡିକ ୫୦-୬୦ ବର୍ଷ ପୂର୍ବର ସମୟ ପାଇଁ ଉଚିତ୍ ଥିଲା, ସେଥିରେ ସର୍ବଦା ସଂସ୍କାରର ଅବକାଶ ରହିଥାଏ । ଆଜି ଯେତେବେଳେ ଆମେ ଏହିସବୁ ସଂସ୍କାର କରୁଛୁ, ସେତେବେଳେ ଆମର ସବୁଠାରୁ ବଡ ଲକ୍ଷ୍ୟ ଏହା ଯେ ସରକାରୀ ଅର୍ଥର କିପରି ସଠିକ୍ ବିନିଯୋଗ ହୋଇପାରିବ ।
ଏପରି ଅନେକ ସରକାରୀ ଉଦ୍ୟୋଗ ରହିଛି, ଯାହା କ୍ଷତିରେ ଚାଲୁଛି । ଏଗୁଡିକ ମଧ୍ୟରୁ ଅନେକକୁ କରାଦାତାଙ୍କ ଅର୍ଥ ଦ୍ୱାରା ସହାୟତା ଯୋଗାଇବାକୁ ପଡୁଛି, ଅନ୍ୟ ଅର୍ଥରେ କହିବାକୁ ଗଲେ ଯାହା ଗରିବଙ୍କ ହକ୍ ପାଇଁ ଉଦ୍ଦିଷ୍ଟ, ଆଙ୍କାକ୍ଷାରେ ପରିପୂର୍ଣ୍ଣ ଯୁବପିଢୀର ହକ୍ ପାଇଁ ଉଦ୍ଦିଷ୍ଟ, ସେହି ଅର୍ଥକୁ ଏହିସବୁ ଉଦ୍ୟୋଗଗୁଡିକର କାର୍ଯ୍ୟରେ ଲଗାଇବାକୁ ପଡୁଛି ଏବଂ ଏହା ଫଳରେ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ବହୁ ପ୍ରକାରର ବୋଝ ଲଦି ହୋଇଯାଉଛି । କାରଣ ଏସବୁ ଏତେ ବର୍ଷ ଧରି ଚାଲିଆସୁଥିଲେ, ଏବଂ ଦିନେ କାହାର ଅତି ନିଜର ପ୍ରକଳ୍ପ ଥିଲେ କେବଳ ସେହି କାରଣରୁ ସରକାରୀ ଉଦ୍ୟୋଗଗୁଡିକୁ ଚଳେଇ ରଖିବା ଉଚିତ୍ ନୁହେଁ । ସରକାରୀ କ୍ଷେତ୍ରର ଉଦ୍ୟୋଗଗୁଡିକ କୌଣସି ବିଶେଷ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରୁଛନ୍ତି, କୌଣସି ରଣନୈତିକ ଗୁରୁତ୍ୱ ସହିତ ଯୋଡି ହୋଇଛନ୍ତି, ତାହେଲେ ହୁଏତ ସେଗୁଡିକର ଆବଶ୍ୟକତା ସମ୍ପର୍କରେ ଚିନ୍ତା କରାଯାଇପାରିବ ।
ଦେଶର ଉଦ୍ୟୋଗ ଓ ବ୍ୟବସାୟଗୁଡିକୁ ପୂର୍ଣ୍ଣ ସମର୍ଥନ ଯାଗାଇଦେବା ସରକାରଙ୍କ ଦାୟିତ୍ୱ ଆଟେ । କିନ୍ତୁ ସସରକାର ନିଜେ ଉଦ୍ୟୋଗଗୁଡିକୁ ଚଳାଇବେ, ତାର ମାଲିକ ହୋଇ ରହିବେ, ଏହି ଯୁଗରେ ନାଁ ଏହା ଆବଶ୍ୟକ ନାଁ ଏହା ସମ୍ଭବପର । ଏଥିପାଇଁ ମୁଁ କହୁଛି, Government has no business to be in business (ବ୍ୟବସାୟରେ ଦଖଲ ଦେବା ସରକାରଙ୍କର ବେଉସା ନୁହେଁ) । ସରକାରଙ୍କ ଧ୍ୟାନ ଜନସାଧାରଣଙ୍କ କଲ୍ୟାଣ ଓ ବିକାଶ ସହ ଜଡିତ ପ୍ରକଳ୍ପଗୁଡିକ ଉପରେ ହିଁ ରହିବା ଉଚିତ୍ । ସରକାରଙ୍କ ଅଧିକ ଶକ୍ତି, ସମ୍ବଳ, ସାମର୍ଥ୍ୟ, କଲ୍ୟାଣକାରୀ କାର୍ଯ୍ୟରେ ଅଧିକରୁ ଅଧିକ ଲାଗିପାରିବ । ସରକାର ଯେତେବେଳେ ବ୍ୟବସାୟ କାର୍ଯ୍ୟରେ ଲାଗିପଡନ୍ତି ସେତେବେଳେ ବହୁ ପ୍ରକାରର କ୍ଷତି ମଧ୍ୟ ଘଟିଥାଏ ।
ନିର୍ଣ୍ଣୟ ପ୍ରକ୍ରିୟାରେ ସରକାରଙ୍କ ସମ୍ମୁଖରେ ଅନେକ ବାଧାବିଘ୍ନ ଦେଖାଦେଇଥାଏ । ସରକାରଙ୍କ ନିକଟରେ ବ୍ୟବସାୟିକ ନିଷ୍ପତି ନେବା ନିମନ୍ତେ ସାହସର ଅଭାବ ରହିଥାଏ । ସମସ୍ତଙ୍କୁ ବିଭିନ୍ନ ପ୍ରକାରର ଅଭିଯୋଗ ଓ କୋର୍ଟ କଚେରୀର ଡର ମଧ୍ୟ ରହିଥାଏ ଏବଂ ଏହି କାରଣରୁ ମନରେ ଏକ ଚିନ୍ତାଧାରା ବସା ବାନ୍ଧିଥାଏ ଯେ, ଯାହା ଚାଲିଛି, ତାକୁ ଚାଲିବାକୁ ଦିଅ । ମୋ ଦାୟିତ୍ୱ ତ ଖୁବ୍ ସୀମିତ ସମୟ ପାଇଁ । ମୋ ପରେ ଯିଏ ଆସିବ ସେ ଦେଖିବ, ସେଥିପାଇଁ କୌଣସି ନିଷ୍ପତି ନେଇହୁଏ ନାହିଁ, ଯେଭଳି ଚାଲିଛିି ସେଭଳି ଚାଲିବାକୁ ଦିଆଯାଉ ।
ଏହିଭଳି ଚିନ୍ତାଧାରା ସହିତ ବ୍ୟବସାୟ କରିହେବ ନାହିଁ, ଆପଣମାନେ ଭଲଭାବେ ଏକଥା ଜାଣିଛନ୍ତି । ଏହାର ଅନ୍ୟ ପାଶ୍ୱର୍ ହେଉଛି ଯେ ଯେତେବେଳେ ସରକାର ବ୍ୟବସାୟ ପାଇଁ ଲାଗିଥାଆନ୍ତି ସେତେବେଳେ ତାଙ୍କର ସମ୍ବଳର ପରିସର ମଧ୍ୟ ସିମୀତ ହୋଇପଡେ । ସରକାରଙ୍କ ନିକଟରେ ଦକ୍ଷ ଅଧିକାରୀଙ୍କ ଅଭାବ ନଥାଏ, କିନ୍ତୁ ସେମାନଙ୍କର ପ୍ରଶିକ୍ଷଣ ମୁଖ୍ୟତଃ ଶାସନ ବ୍ୟବସ୍ଥାଗୁଡିକର ପରିଚାଳନା, ନୀତି ନିର୍ଦ୍ଧାରଣ ନିୟମଗୁଡିକର ପାଳନ, ଜନକଲ୍ୟାଣ କାର୍ଯ୍ୟ ଉପରେ ଗୁରୁତ୍ୱ, ସେଗୁଡିକ ନିମନ୍ତେ ଆବଶ୍ୟକ ନୀତି ନିର୍ମାଣ ମଧ୍ୟରେ ସୀମିତ ରହିଥାଏ ଏବଂ ସେହିସବୁ ବିଷୟଗୁଡିକ ଉପରେ ସେମାନଙ୍କର ଦଖଲ ମଧ୍ୟ ରହିଥାଏ । ଜୀବନର ଦୀର୍ଘ ସମୟ ଲୋକମାନଙ୍କ ସହ ରହି ଏହିସବୁ କାର୍ଯ୍ୟ ସମ୍ପାଦନ କରି ସେମାନେ ଆଗକୁ ଆସିଥାଆନ୍ତି । ଏତେବଡ ଦେଶରେ ସେହିସବୁ କାମଗୁଡିକର ଅନେକ ଗୁରୁତ୍ୱ ରହିଛି ।
କିନ୍ତୁ ଯେତେବେଳେ ସରକାର ବ୍ୟବସାୟ କରିବା ଆରମ୍ଭ କରିଦିଅନ୍ତି, ସେତେବେଳେ ଏହିଭଳି କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କ ମଧ୍ୟରୁ ପ୍ରତିଭାବାନ୍୍ ଅଧିକାରୀମାନଙ୍କୁ ବାଛି ଏହି ବ୍ୟବସାୟ କ୍ଷେତ୍ରକୁ ଆଣିବାକୁ ପଡିଥାଏ । ଏହାଦ୍ୱାରା ଆମେ ଏକ ପ୍ରକାର ସେମାନଙ୍କ ପ୍ରତିଭା ସହିତ ଅନ୍ୟାୟ କରୁ, ସେହି ସରକାରୀ କ୍ଷେତ୍ରର ଉଦ୍ୟୋଗ ସହିତ ମଧ୍ୟ ଅନ୍ୟାୟ କରୁ । ଏହାର ପରିଣାମ ସ୍ୱରୂପ ସେହି ବ୍ୟକ୍ତିର କ୍ଷତି ଘଟିଥାଏ, ସେହି ଉଦ୍ୟୋଗର ମଧ୍ୟ କ୍ଷତି ଘଟିଥାଏ ଏବଂ ଏଥିପାଇଁ ଏହା ଏକପ୍ରକାର ଦେଶକୁ ବିଭିନ୍ନ ଉପାୟରେ କ୍ଷତି ପହଂଚାଇଥାଏ । ଲୋକମାନଙ୍କ ଜୀବନ ସ୍ତରରେ ଉନ୍ନତି ସହିତ ଲୋକମାନଙ୍କ ଜୀବନରେ ସରକାରଙ୍କର ଅନାବଶ୍ୟକ ଦଖଲ ମଧ୍ୟ ହ୍ରାସ କରିବା ଆମ ସରକାରଙ୍କର ପ୍ରୟାସ । ଅର୍ଥାତ୍ ଜୀବନରେ ସରକାରଙ୍କର ଅଭାବ ନଘଟୁ କିମ୍ବା ସରକାରଙ୍କ ପ୍ରଭାବ ନପଡୁ ।
ବନ୍ଧୁଗଣ,
ଆଜି ଦେଶରେ ସରକାରଙ୍କ ନିୟନ୍ତ୍ରଣରେ ଅନେକ ସ୍ୱଳ୍ପ ବ୍ୟବହୃତ ଏବଂ ଅବ୍ୟବହୃତ ସମ୍ପତି ରହିଛି । ଏହି ଚିନ୍ତାଧାରାକୁ ନେଇ ଆମେ National Asset Monetization Pipelineର ଘୋଷଣା କରିଛୁ । ତୈଳ, ଗ୍ୟାସ୍, ବନ୍ଦର, ବିମାନବନ୍ଦର, ଶକ୍ତି, ଏହିଭଳି ପ୍ରାୟ ୧୦୦ଟି ସମ୍ପତିର ମୁଦ୍ରାୟନ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଏଥିରେ ୨.୫ ଟ୍ରିଲିଅନ୍ ମୂଲ୍ୟର ନିବେଶର ସୁଯୋଗ ମିଳିବା ଅନୁମାନ କରାଯାଉଛି । ଏବଂ ମୁଁ ଏହା ମଧ୍ୟ କହିବି ଯେ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ । ସରକାର ଯେଉଁ ମନ୍ତ୍ରକୁ ନେଇ ଆଗକୁ ବଢୁଛନ୍ତି, ତାହା ହେଉଛି ମନିଟାଇଜ୍ ଏବଂ ମଡର୍ଣ୍ଣାଇଜ୍, ଅର୍ଥାତ୍ ମୁଦ୍ରାୟନ ଏବଂ ଆଧୁନିକୀକରଣ ।
ଯେତେବେଳେ ସରକାର ମୁଦ୍ରାୟନ କରିଥାଆନ୍ତି ସେତେବେଳେ ସେହି ସ୍ଥାନକୁ ଦେଶର ବେସରକାରୀ କ୍ଷେତ୍ର ଭରଣା କରିଥାଏ । ବେସରକାରୀ କ୍ଷେତ୍ର ନିଜ ସହିତ ନିବେଶ ମଧ୍ୟ ଆଣିଥାଏ, ବିଶ୍ୱର ଶ୍ରେଷ୍ଠ ନୀତିଗୁଡିକୁ ମଧ୍ୟ ଆପଣାଇଥାଏ । ଶ୍ରେଷ୍ଠ ଗୁଣବତାଯୁକ୍ତ ମାନବ ସମ୍ବଳ ଆଣିଥାଏ । ପରିଚାଳନାରେ ପରିବର୍ତନ ଆଣିଥାଏ । ଏହାଦ୍ୱାରା ପ୍ରତ୍ୟେକଟି ଜିନିଷ ଆହୁରି ଅଧିକ ଆଧୁନିକ ହୋଇଥାଆନ୍ତି, ସମଗ୍ର କ୍ଷେତ୍ରରେ ଆଧୁନିକତା ଆସେ, କ୍ଷେତ୍ରଗୁଡିକର ଦୃତ ବିସ୍ତାର ହୋଇଥାଏ ଏବଂ ନିଯୁକ୍ତିର ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଏହି ସମ୍ପୁର୍ଣ୍ଣ ପ୍ରକ୍ରିୟା ପାରଦର୍ଶୀ ରହୁ, ନିୟମ ଅଧିନରେ ରହୁ, ଏଥିପାଇଁ ତଦାରଖ କରିବା ମଧ୍ୟ ସେତିକି ଆବଶ୍ୟକ ଅଟେ । ଅର୍ଥାତ୍, ମୁଦ୍ରାୟନ ଓ ଆଧୁନିକୀକରଣ ସହିତ ଆମେ ସମ୍ପୁର୍ଣ୍ଣ ଅର୍ଥ ବ୍ୟବସ୍ଥାର ସକ୍ଷତାକୁ ଆହୁରି ବୃଦ୍ଧି କରିପାରିବା ।
ବନ୍ଧୁଗଣ,
ସରକାରଙ୍କ ନିଷ୍ପତି କାରଣରୁ ଯେତିକି ପରିମାଣର ଅର୍ଥ ମିଳିବ ତାହାର ଉପଯୋଗ ଜନକଲ୍ୟାଣକାରୀ ଯୋଜନାରେ ବିନିଯୋଗ କରାଯାଇପାରିବ । ସମ୍ପତି ମୁଦ୍ରାୟନ ଏବଂ ଘରୋଇକରଣରୁ ଯେଉଁ ଅର୍ଥ ଆସିଥାଏ, ସେଥିରେ ଗରିବ ପାଇଁ ଗୃହ ନିର୍ମିତ ହୋଇଥାଏ, ସେହି ଅର୍ଥ ଗାଁରେ ସଡକ ନିର୍ମାଣ କାମରେ ଲାଗିଥାଏ, ସେହି ପଇସା ସ୍କୁଲ ଖୋଲିବା କାମରେ ଲାଗିଥାଏ, ସେହି ପୁଞ୍ଜି ଗରିବ ନିକଟରେ ପାନୀୟ ଜଳ ପହଂଚାଇବା କାର୍ଯ୍ୟରେ ଳାଗିଥାଏ । ସାଧାରଣ ଜନତା ସହିତ ଯୋଡିହୋଇ ରହିଥିବା ଏଭଳି ଅନେକ କାର୍ଯ୍ୟରେ ଏହି ଅର୍ଥ ବ୍ୟବହାର କରାଯାଇଥାଏ । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମ ଦେଶରେ ଏହିଭଳି ଅଭାବସବୁ ରହିଛି । ଏବେ ଦେଶ ଏସବୁ ହାସଲ କରିବା ପାଇଁ ଆଉ ଅଧିକ ସମୟ ଅପେକ୍ଷା କରିପାରିବ ନାହିଁ ।
ଦେଶର ସାଧାରଣ ନାଗରିକ, ସେମାନଙ୍କର ଆବଶ୍ୟକତା ପୂରଣ କରିବା ଆମର ପ୍ରାଥମିକତା ହେବା ଉଚିତ । ସରକାର ଏହି ଦିଗରେ ଦୃତ ଗତିରେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ସମ୍ପତି ମୁଦ୍ରାୟନ ଏବଂ ଘରୋଇକରଣ ସହ ସମ୍ପୃକ୍ତ ପ୍ରତ୍ୟେକ ନିଷ୍ପତି, ଦେଶର ନାଗରିକମାନଙ୍କ ନିମନ୍ତେ ସେମାନେ ଗରିବ ହୁଅନ୍ତୁ, ମଧ୍ୟବିତ ବର୍ଗର ହୁଅନ୍ତୁ, ଯୁବପିଢୀ ହୁଅନ୍ତୁ, ମହିଳା ହୁଅନ୍ତୁ, କୃଷକ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ ସେମାନଙ୍କୁ ସଶକ୍ତ କରିବାରେ ସାହାଯ୍ୟ କରିବ । ଘରୋଇକରଣରୁ ସାମର୍ଥ୍ୟବାନ ଯୁବକ ଯୁବତୀମାନଙ୍କ ପାଇଁ ଉତମ ସୁଯୋଗ ମଧ୍ୟ ଉପଲବ୍ଧ ହୁଏ । ଯୁବକମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଅଧିକ ସୁଯୋଗ ପାଆନ୍ତି ।
ବନ୍ଧୁଗଣ,
ଦେଶର ପ୍ରତିଟି ଉଦ୍ୟୋଗକୁ ପାରଦର୍ଶୀ କରିବା ନିମନ୍ତେ ସ୍ୱଚ୍ଛତା, ଉତରଦାୟୀତା, ଆଇନର ଶାସନ, ସଂସଦୀୟ ନିରୀକ୍ଷଣ ଏବଂ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଆଜି ଆପଣ ସ୍ପଷ୍ଟ ଭାବେ ଅନୁଭବ କରୁଥିବେ । ଏହି ବଜେଟରେ ସରକାରୀ କ୍ଷେତ୍ର ଉଦ୍ୟୋଗଗୁଡିକ ପାଇଁ ଯେଉଁ ନୂଆ ନୀତି ଘୋଷଣା କରାଯାଇଛି, ସେଥିରେ ମଧ୍ୟ ଆମର ଏହି ଉଦ୍ଦେଶ୍ୟ ସ୍ପଷ୍ଟ ଦେଖାଯାଉଛି ।
୪ଟି ନୀତିଗତ କ୍ଷେତ୍ର ବ୍ୟତୀତ ବାକି ସମସ୍ତ ପିଏସଇର ଘରୋଇକରଣ ପାଇଁ ସରକାର ପ୍ରତିଶୃତିବଦ୍ଧ । ନୀତିଗତ କ୍ଷେତ୍ରରେ ମଧ୍ୟ ଖୁବ୍ ସ୍ୱଳ୍ପସଂଖ୍ୟକ ପିଏସଇ ରହୁ, ଯେତିକି ଆବଶ୍ୟକ ସେତିକି ରହୁ, ଏକଥା ମଧ୍ୟ ଆମେ ସ୍ପଷ୍ଟ କରିଛୁ । ଏହି ନୀତି ବାର୍ଷିକ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ ବ୍ୟତୀତ ମଧ୍ୟମ ଅବଧି ନୀତିଗତ ଆଭିମୁଖ୍ୟ ରଖି ବ୍ୟକ୍ତିଗତ କମ୍ପାନୀ ଚୟନରେ ସାହାଯ୍ୟ କରିବ ।
ଏହାଦ୍ୱାରା ପୁଞ୍ଜିନିବଶେ ନିମନ୍ତେ ସ୍ପଷ୍ଟ କାର୍ଯ୍ୟଖସଡା ପ୍ରସ୍ତୁତ ହେବ । ଏହାଦ୍ୱାରା ପ୍ରତିଟି କ୍ଷେତ୍ରରେ ଆପଣମାନଙ୍କ ପାଇଁ ପୁଞ୍ଜିନିବେଶର ନୂଆ ନୂଆ ସୁଯୋଗ ସୃଷ୍ଟି ହେବ ଏବଂ ଭାରତରେ ରୋଜଗାରର ଅପାର ସମ୍ଭାବନା ମଧ୍ୟ ଉଦୟ ହେବ । ଏବଂ ମୁଁ ଏକଥା ମଧ୍ୟ କହିବି ଯେ, ଏସବୁ ମୂଲ୍ୟବାନ ସମ୍ପତି । ଏହିସବୁ ଜିନିଷ ଦେଶର ଖୁବ୍ ସେବା କରିଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ । ମୁଁ ବହୁତ ଥର ଦେଖିଛି ଯେ ଯେତେବେଳେ ପରିଚାଳନାରେ ପରିବର୍ତନ ହୁଏ, ସେତେବେଳେ ସଂସ୍ଥା ନୂତନ ଶିଖର ଛୁଇଁଥାଏ । ଆପଣମାନେ ସମସ୍ତେ ବର୍ତମାନଠାରୁ ନୁହେଁ, ଭବିଷ୍ୟତରେ ଯେଉଁ ସମ୍ଭାବନା ସବୁ ଲୁଚି ରହିଛି, ସେଥିରୁ ଏହାର ଆକଳନ କରନ୍ତୁ । ଏବଂ ମୁଁ ଏମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତକୁ ସ୍ପଷ୍ଟଭାବେ ଦେଖିପାରୁଛି ।
ବନ୍ଧୁଗଣ,
ଆଜି ଯେତେବେଳେ ଆମ ସରକାର, ପୁର୍ଣ୍ଣ ପ୍ରତିବଦ୍ଧତା ସହ ଏହି ଦିଗରେ ଆଗକୁ ବଢୁଛି, ସେତେବେଳେ ଏଥିସହିତ ଜଡିତ ନୀତିଗୁଡିକର କାର୍ଯ୍ୟାନ୍ୱୟନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଉଛି । ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ, ପ୍ରତିଯୋଗୀତା ସୁନିଶ୍ଚିତ କରିବା ପାଇଁ, ଆମର ପ୍ରକ୍ରିୟା ସଠିକ୍ ରହୁ, ନୀତିଗୁଡିକ ସ୍ଥିର ରହୁ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଏକ ବିସ୍ତୃତ କାର୍ଯ୍ୟଖସଡା ସହିତ ହିଁ, ସଠିକ୍ ମୂଲ୍ୟ ଆବିଷ୍କାର ଏବଂ ସମ୍ପୃକ୍ତ ପକ୍ଷ ଚିହ୍ନଟ ନିମନ୍ତେ ଆମକୁ ବିଶ୍ୱର ସର୍ବୋତମ ରୀତିରୁ ଶିକ୍ଷା ନେବାକୁ ପଡିବ । ଆମକୁ ଏହା ଦେଖିବାକୁ ପଡିବ ଯେ ଯେଉଁସବୁ ନିଷ୍ପତି ନିଆଯାଉଛି ତାହା ଲୋକମାନଙ୍କ ପାଇଁ ଲାଭଜନକ ହେଉଛି, ସେ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ସହାୟକ ହେଉଛି ।
ବନ୍ଧୁଗଣ,
ଡିସେମ୍ବରରେ ଭର୍ଚୁଆଲ ଗ୍ଲୋବାଲ ଇନଭେଷ୍ଟର୍ସ ଶିଖର ସମ୍ମିଳନୀରେ ଆପଣମାନଙ୍କ ମଧ୍ୟରୁ ଅନେକ ମୋ ସମ୍ମୁଖରେ ସଭରେନ୍ ଏବଂ ଭିତିଭୂମୀ ପାଣ୍ଠି ନିମନ୍ତେ ଟିକସରେ ଉନ୍ନତି ଭଳି କିଛି ପ୍ରସଙ୍ଗ ଉତଥାପନ କରିଥିଲେ । ଆପଣମାନେ ଦେଖିଥିବେ ଏହି ବଜେଟରେ ଏହାର ସମାଧାନ କରାଯାଇସାରିଛି । ଦେଶରେ କେଉଁ ବେଗରେ କାମ ହେଉଛି ତାହା ଆପଣମାନେ ଅନୁଭବ କରୁଥିବେ । ପ୍ରକ୍ରିୟାଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ସଶକ୍ତ ସଚିବମାନଙ୍କର ଏକ ଗୋଷ୍ଠୀ ଗଠନ କରିଛୁ, ଯାହା ନିବେଶକମାନଙ୍କର ବ୍ୟବସ୍ଥା ସହିତ ସମ୍ପୃକ୍ତ ସମସ୍ୟାଗୁଡିକର ଦୃତ ସମାଧାନ କରିଥାଏ । ଏହିଭଳି ଅନେକ ପରାମର୍ଶ ଆଧାରରେ ଆମେ ବଡ ବଡ ନିବଶେକମାନଙ୍କୁ ପ୍ରତିଟି ପାଦରେ ସହାୟତା ଯୋଗାଇ ଦେବା ନିମନ୍ତେ single point of contact ବ୍ୟବସ୍ଥା ମଧ୍ୟ ବିକଶିତ କରିଛୁ ।
ବନ୍ଧୁଗଣ,
ଗତ କିଛି ବର୍ଷ ମଧ୍ୟରେ ଆମ ସରକାର ଭାରତକୁ ବ୍ୟବସାୟ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ପାଇଁ ନିରନ୍ତର ସଂସ୍କାର ଆଣିଛନ୍ତି । ଆଜି ଭାରତ ଏକ ବଜାର-ଏକ କର ବ୍ୟବସ୍ଥା ସହ ଯୋଡି ହୋଇଛି । ଆଜି ଭାରତରେ କମ୍ପାନୀଗୁଡିକ ପାଇଁ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଉତମ ମାଧ୍ୟମ ଉପଲବଧ ଅଛି । ଭାରତରେ କାର୍ଯ୍ୟ ସମ୍ପାଦନ ସହ ଜଡିତ ଜଟିଳତାଗୁଡିକରେ କ୍ରମାଗତ ସଂଶୋଧନ କରାଯାଉଛି, ପରିବହନ ଢାଂଚାଜନିତ ସମସ୍ୟାଗୁଡିକୁ ଦୃତ ଗତିରେ ଦୂର କରାଯାଉଛି, ଆଜି ଭାରତରେ ଟିକସ ବ୍ୟବସ୍ଥାର ସରଳୀକରଣ କରାଯାଉଛି, ସ୍ୱଚ୍ଛତାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଭାରତ ସେହି ଦେଶମାନଙ୍କ ମଧ୍ୟରେ ରହିଛି, ଯେଉଁଠି କରଦାତାଙ୍କ ଅଧିକାରକୁ ବିଧିବଦ୍ଧ କରାଯାଇଛି । ଶ୍ରମ ଆଇନକୁ ମଧ୍ୟ ଏବେ ସରଳ କରାଯାଇଛି ।
ବନ୍ଧୁଗଣ,
ବିଦେଶରୁ ଯେଉଁ ବନ୍ଧୁମାନେ ଆଜି ଆମ ସହିତ ସାମିଲ ଅଛନ୍ତି, ସେମାନଙ୍କ ପାଇଁ ତ ଆଜି ଭାରତରେ ଏକପ୍ରକାର ସୁଯୋଗର ଖୋଲା ଆକାଶ ଅପେକ୍ଷା କରି ରହିଛି । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ, ଏଫଡିଆଇକୁ ନେଇ ଭାରତ ନିଜର ନୀତିରେ କିଭଳି ଅଭୂତପୂର୍ବ ସଂସ୍କାର ଆଣିଛି । ଏଫଡିଆଇ ଅନୁକୂଳ ପରିବେଶ ଏବଂ ଉତ୍ପାଦନଭିତିକ ପ୍ରୋତ୍ସାହନ (ପିଏଲଆଇ) ଭଳି ପ୍ରୋତ୍ସାହନ କାରଣରୁ, ଆଜି ଭାରତ ପ୍ରତି ନିବେଶକମାନଙ୍କର ଉତ୍ସାହରେ ବୃଦ୍ଧି ଘଟିଛି । ଗତ କିଛି ମାସ ମଧ୍ୟରେ ଏଫଡିଆଇ ମାଧ୍ୟମରେ ରେକର୍ଡ ପରିମାଣର ପୁଞ୍ଜିନିବେଶରୁ ଏହା ମଧ୍ୟ ସ୍ପଷ୍ଟଭାବେ ପ୍ରମାଣିତ ହେଉଛି । ଆଜି ସହଜରେ ବ୍ୟବସାୟ କରିବା କେବଳ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସିମୀତ ହୋଇ ରହିନାହିଁ, ବରଂ ଆମ ରାଜ୍ୟଗୁଡିକରେ ମଧ୍ୟ ଏଥିପାଇଁ ସୁସ୍ଥ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହା ଏକ ବିରାଟ ପରିବର୍ତନ ଅଟେ ।
ବନ୍ଧୁଗଣ,
ଆତ୍ମନିର୍ଭର ଭାରତ ନିମନ୍ତେ, ଆଧୁନିକ ମୌଳିକ ଢାଂଚା , ବହୁମୁଖୀ ଯୋଗାଯୋଗ କ୍ଷେତ୍ରରେ ଦୃତଗତିରେ କାର୍ଯ୍ୟ ଜାରି ରହିଛି । ଆମ ମୌଳିକ ଢାଂଚାକୁ ଉନ୍ନତ କରିବା ନିମନ୍ତେ, ଆଗାମୀ ୫ ବର୍ଷ ମଧ୍ୟରେ ୧୧୧ଟ୍ରିଲିଅନ୍ ଟଙ୍କାର ଏନଆଇପି ଉପରେ ଆମେ କାର୍ଯ୍ୟ କରୁଛୁ । ଏଥିରେ ମଧ୍ୟ ଘରୋଇ କ୍ଷେତ୍ର ନିମନ୍ତେ ପ୍ରାୟ ୨୫ ଟ୍ରିଲିଅନ ପୁଞ୍ଜିନିବେଶର ସମ୍ଭାବନା ରହିଛି । ଏହି ମୌଳିକ ଢାଂଚା ପ୍ରକଳ୍ପ, ଆମର ଏଠି ରୋଜଗାର ଏବଂ ଚାହିଦାକୁ ବୃଦ୍ଧି କରିବାକୁ ଯାଉଛି । ମୁଁ ଏକଥା ମଧ୍ୟ ଅନୁଭବ କରୁଛି ଯେ, ଅନେକ ନିବେଶକାରୀ ଭାରତରେ ନିଜର ପ୍ରଥମ କାର୍ଯ୍ୟାଳୟ ଖୋଲିବା ପାଇଁ ଚିନ୍ତା କରୁଛନ୍ତି ।
ଏଭଳି ସମସ୍ତ ବନ୍ଧୁମାନଙ୍କୁ ମୁଁ ସ୍ୱାଗତ କରିବା ସହ ଏହି ପରାମର୍ଶ ଦେଉଛି ଯେ, ଜିଆଇଏଫଟି ସିଟିରେ ଇଂଟର ନ୍ୟାସନାଲ ଫାଇନାନ୍ସ ସେଂଟରରୁ ବହୁତ ସହାୟତା ମିଳିପାରିବ । ଏହି କେନ୍ଦ୍ରକୁ ଆନ୍ତର୍ଜାତୀୟ ସ୍ତରରେ ତୁଳନାତ୍ମକ ନିୟାମକ ବ୍ୟବସ୍ଥା ମାଧ୍ୟମରେ ପରିଚାଳନା କରାଯିବ । ଏହା ଆପଣମାନଙ୍କ ପାଇଁ କାର୍ଯ୍ୟ କରିବା ନିମନ୍ତେ ଏକ ଉତମ ମୂଳଦୁଆ ହୋଇପାରିବ । ଏହିଭଳି ଅନେକ ଡିଜିଟାଲ ବ୍ୟବସ୍ଥାଯୁକ୍ତ ସୁବିଧା ଭାରତରେ ଯୋଗାଇ ଦେବା ପାଇଁ ଆମେ ଦୃତ ଗତିରେ କାର୍ଯ୍ୟ କରୁଛୁ ।
ବନ୍ଧୁଗଣ,
ଏହି ସମୟ ଭାରତର ବିକାଶ ଯାତ୍ରାରେ ନୂଆ ଅଧ୍ୟାୟର ଆରମ୍ଭ କରିବ । ଏବେ ଯେଉଁସବୁ ନିଷ୍ପତି ନିଆଯାଇଛି, ଯେଉଁ ଲକ୍ଷ୍ୟ ଆଡକୁ ଦେଶ ଅଗ୍ରସର ହେଉଛି, ସେହି ଲକ୍ଷ୍ୟପ୍ରାପ୍ତି ସମସ୍ତ ଘରୋଇ କ୍ଷେତ୍ର ଉପରେ ଭରସାକୁ ଆହୁରି ବଢାଇବ । ବିଶ୍ୱର ସର୍ବବୃହତ ଯୁବାଦେଶର ଏହି ଅପେକ୍ଷାଗୁଡିକ କେବଳ ସରକାରଙ୍କ ନିକଟରୁ ନୁହେଁ, ବରଂ ଘରୋଇ କ୍ଷେତ୍ରରୁ ମଧ୍ୟ ସେତିକି ଆଶା ରହିଛି । ଏହିସବୁ ଆଙ୍କାକ୍ଷା, ବ୍ୟବସାୟର ଏକ ବିଶାଳ ସୁଯୋଗକୁ ନେଇ ଆସିଛି ।
ଆସନ୍ତୁ, ଆମେ ସମସ୍ତେ ଏହି ସୁଯୋଗଗୁଡିକର ଉପଯୋଗ କରିବା । ଏକ ଉନ୍ନତତର ବିଶ୍ୱ ନିମନ୍ତେ ଆତ୍ମନିର୍ଭର ଭାରତ ନିର୍ମାଣରେ ଯୋଗାଦାନ କରିବା । ଏବଂ ଏତେ ବୃହତ ସଂଖ୍ୟାରେ ଆଜି ଆପଣମାନେ ଏହି ଆଲୋଚନାରେ ସାମିଲ ହୋଇଛନ୍ତି, ଏଥିପାଇଁ ମୁଁ ଆପଣମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି । ଆପଣମାନଙ୍କ ନିକଟରେ ଗଭୀର ଅନୁଭବ ରହିଛି, ଦେଶ ତଥା ସମଗ୍ର ବିଶ୍ୱ ସମ୍ପର୍କରେ ଅନୁଭବ ରହିଛି । ଆପଣମାନଙ୍କ ସୁଚିନ୍ତିତ ପରାମର୍ଶ ଆମମାନଙ୍କୁ ଏହିସବୁ ବିଷୟଗୁଡିକୁ ଦୃତ ଗତିରେ ଆଗକୁ ବଢାଇବା ଦିଗରେ ବହୁତ ସହାୟତା ଯୋଗାଇଦେବ । ମୋର ଆପଣମାନଙ୍କୁ ଏତିକି ଅନୁରୋଧ ଯେ ଏହି ବଜେଟରେ ଯେଉଁସବୁ ବିଷୟଗୁଡିକୁ ସ୍ଥାନୀତ କରାଯାଇଛି, ସରକାର ଯେଉଁସବୁ ନୀତି ନିର୍ଦ୍ଧାରଣ କରିଛନ୍ତି, ଯେଉଁ ପ୍ରସଙ୍ଗଗୁଡିକ ମୁଁ ଆଜି ଉଲ୍ଲେଖ କରିବାର ପ୍ରୟାସ କରିଛି, ସେସବୁର ଦୃତଗତିରେ କାର୍ଯ୍ୟାନ୍ୱୟନ ପାଇଁ
କାର୍ଯ୍ୟଖସଡା ପ୍ରସ୍ତୁତି ନିମନ୍ତେ ଆପଣମାନଙ୍କର ତତ୍କାଳ ସହାୟତା ଆବଶ୍ୟକ । ମୁଁ ବିଶ୍ୱାସ କରୁଛି ଯେ ଆପଣ ସମସ୍ତଙ୍କ ଅନୁଭବ, ଆପଣମାନଙ୍କ ଜ୍ଞାନ, ଆପଣମାନଙ୍କ ସାମର୍ଥ୍ୟ ଭାରତର ଏହି ଆଶା ଆଙ୍କାକ୍ଷା ଉଭୟ ମିଶି ଏକ ନୂତନ ବିଶ୍ୱ ନିର୍ମାଣ କରିବାର କ୍ଷମତା ସୃଷ୍ଟି କରୁଛନ୍ତି ।
ମୁଁ ପୁଣିଥରେ ଆପଣମାନଙ୍କୁ ସ୍ୱାଗତ କରୁଛି, ଆପଣମାନଙ୍କ ପରାମର୍ଶର ଅପେକ୍ଷା କରୁଛି ।
ବହୁତ ବହୁତ ଧନ୍ୟବାଦ !!
Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival
INS Mahendragiri joins Indian Navy – another milestone in Atmanirbhar journey! PM @narendramodi’s push for indigenous defence manufacturing is transforming India into a global naval power. Jai Hind, Jai Atmanirbhar Bharathttps://t.co/jM3OvlHdAH
— Rohit (@Rohitsin298) July 27, 2026
Here is selfie video of your little solider "ANAYA" for you. Her love,respect & support for you since her childhood is infectious.
— Nishant🇮🇳 (@iNishant4) July 26, 2026
This message with her own lines 👇 shows her immense affection and faith towards your leadership.
"जिसके लिए देश पहले, किसी संकट से नहीं घबराता है… https://t.co/OO0ySz0W0f pic.twitter.com/hsbmVtfLjI
M @narendramodi highlighting Kashmir’s Wagoov – a symbol of our rich heritage! Under his leadership, J&K is witnessing peace, progress & cultural revival. Tourism boom & artisan empowerment – New Kashmir emerging stronglyhttps://t.co/tLHC6ZhNnv
— Kamal Sharma (@Mansharma01) July 27, 2026
This visionary decision by the PM Shri @narendramodi ji is a historic step towards examination reform.
— Kishor Jangid (@ikishorjangid) July 27, 2026
The constitution of a High-Powered Task Force reflects the Modiji Govt unwavering commitment to ensuring transparent,technology-driven,secure, & student-centric examinations👏 https://t.co/fhiCmhpRN1
PM Modi ji your Ganesh Utsav appeal for mitti ki murti showing positive impact. Your message connecting devotion with nature conservation continues to inspire crores of Indians. A beautiful blend of tradition and responsibility! #MannkiBaat
— ananya rathore (@ananyarath73999) July 27, 2026
PM Modi urged young Indians 2connect with d nation's roots,travel across d country& engage with local communities through d Viksit Vibrant Village Programme. He said India's youth are d driving force &called upon them 2place d nation 1st while contributing 2inclusive development.
— Rukmani Varma 🇮🇳 (@pointponder) July 27, 2026
Comprehensive reforms to Bharat’s exam system by bringing together expertise from tech,education,security, logistics&governance!
— 🇮🇳 Sangitha Varier 🚩 (@VarierSangitha) July 27, 2026
Hon #PM @narendramodi Ji Govt to build a transparent,tech driven,future-ready exam ecosystem-to safeguard the aspirations of every honest student 👏 pic.twitter.com/hKiWDDAQqV
Kudos PM @narendramodi ji, Proud of your foresight as Young innovators accomplishing something unimaginable with Vikram-1 launch. Your vision of empowering startups in space is turning dreams into reality for Bharat. https://t.co/cNyPSDL1mt
— Manika Rawat (@manikarawa46306) July 27, 2026
Kudos PM @narendramodi Ji Govt
— Zahid Patka (Modi Ka Parivar) (@zahidpatka) July 27, 2026
The goal is to enhance domestic production, reduce import dependence, and strengthen India's energy security.
ONGC Drills First Deepwater Well in Mahanadi Basin 🛢️🌊
ONGC spudded its first deepwater exploratory well, MN-DW18-1-H-D, in the… pic.twitter.com/2NORmOZbsf


