କେବଳ କଂକ୍ରିଟ୍ ଢାଞ୍ଚା ନୁହେଁ ବରଂ ନିଜସ୍ବ ଚରିତ୍ର ଥିବା ଭିତ୍ତିଭୂମି ଆଜି ଆମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
ଭାରତର ଏକବିଂଶ ଶତାବ୍ଦୀର ଆବଶ୍ୟକତା ବିଂଶ ଶତାବ୍ଦୀର ପଦ୍ଧତି ଜରିଆରେ ପୂରଣ କରାଯାଇପାରିବ ନାହିଁ : ପ୍ରଧାନମନ୍ତ୍ରୀ
ସାଇନ୍ସ ସିଟିରେ ମନୋରଞ୍ଜନ ଗତିବିଧିର ସୁବିଧା ରହିଛି ଯାହା ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବ : ପ୍ରଧାନମନ୍ତ୍ରୀ
ଆମେ ରେଳବାଇକୁ କେବଳ ଏକ ସାଧାରଣ ସେବା ନୁହେଁ ବରଂ ଏକ ସମ୍ପତ୍ତି ଭାବେ ବିକଶିତ କରିଛୁ : ପ୍ରଧାନମନ୍ତ୍ରୀ
ଏପରିକି ଟିୟର-2 ଏବଂ ଟିୟର-3 ସହରରେ ଥିବା ରେଳ ଷ୍ଟେସନଗୁଡ଼ିକ ଅତ୍ୟାଧୁନିକ ସୁବିଧାଯୁକ୍ତ ହୋଇପାରିଛି : ପ୍ରଧାନମନ୍ତ୍ରୀ

ନମସ୍କାର,

ମନ୍ତ୍ରୀ ପରିଷଦରେ ମୋର ସାଥୀ ଏବଂ ଗାନ୍ଧୀନଗରର ସାଂସଦ ଶ୍ରୀମାନ ଅମିତ ଶାହ ମହାଶୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମହାଶୟ, ଉପ ମୁଖ୍ୟମନ୍ତ୍ରୀ ନିତୀନ ଭାଇ, କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜରଦୋଶ ମହାଶୟା, ଗୁଜରାଟ ସରକାରଙ୍କର ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥୀ ଏବଂ ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସିଆର ପାଟିଲ ମହାଶୟ, ଅନ୍ୟ ସାଂସଦଗଣ, ବିଧାୟକ ଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ନମସ୍କାର।

ଆଜିର ଦିନ, ଏକବିଂଶ ଶତାବ୍ଦୀରେ ଭାରତର ଆକାଂକ୍ଷା ଗୁଡିକୁ, ଯୁବ ଭାରତର ଭାବନା ଗୁଡିକୁ ଏବଂ ସମ୍ଭାବନା ଗୁଡିକର ହେଉଛି ବହୁତ ବଡ଼ ପ୍ରତୀକ। ବିଜ୍ଞାନ ଏବଂ ଟେକ୍ନୋଲୋଜି ହେଉ, ଉନ୍ନତ ସୁଦୃଶ୍ୟ ସହରାଞ୍ଚଳ ହେଉ ଅବା ଯୋଗାଯୋଗର ଆଧୁନିକ ଭିତିଭୂମି ହେଉ, ନୂତନ ଭାରତର ନୂତନ ପରିଚୟରେ ଆଜି ଆଉ ଏକ ଶୃଙ୍ଖଳ ଯୋଡି ହେଉଛି। ମୁଁ ଏଠାରେ ଦିଲ୍ଲୀରୁ ସମସ୍ତ ପ୍ରକଳ୍ପର ଲୋକାର୍ପଣ କରୁଛି, କିନ୍ତୁ ଏହାର ସ୍ୱରୂପକୁ ଦେଖିବାର ଉତ୍ସୁକତାକୁ ମୁଁ ବଖାଣି ପାରିବି ନାହିଁ। ମୁଁ ସୁଯୋଗ ଦେଖି ସ୍ୱୟଂ ଏହାକୁ ଦେଖିବା ପାଇଁ ଯିବି।

ଭାଇ ଓ ଭଉଣୀମାନେ,

ଆଜି ଦେଶର ଲକ୍ଷ୍ୟ କେବଳ କଂକ୍ରିଟର ଢ଼ାଞ୍ଚା ନିର୍ମାଣ କରି ତୋଳିବା ନୁହେଁ, ବରଂ ଆଜି ଦେଶରେ ଏଭଳି ଭିତିଭୂମିର ନିର୍ମାଣ ହେଉଛି ଯାହାର ନିଜସ୍ୱ ଏକ ଚରିତ୍ର ରହିଛି। ଉନ୍ନତ ସାଧାରଣ ସ୍ଥାନ ହେଉଛି ଆମର ଜରୁରୀ ଆବଶ୍ୟକତା, ଏହି ପ୍ରକାରରେ କେବେ ପୂର୍ବରୁ ଚିନ୍ତା କରାଯାଉ ନଥିଲା। ଆମର ଅତୀତର ସହରାଞ୍ଚଳ ଯୋଜନାରେ ଏହାକୁ ମଧ୍ୟ ଏକ ପ୍ରକାରର ବିକ୍ରି ଉଦ୍ଦେଶ୍ୟ ପ୍ରଣୋଦିତ କରି ଦିଆ ଯାଇଥିଲା। ଆପଣମାନେ ମଧ୍ୟ ଅନୁଧ୍ୟାନ କରିଥିବେ ଯେ ରିୟଲ ଇଷ୍ଟେଟ ଏବଂ ଗୃହ ନିର୍ମାଣ କମ୍ପାନୀର ପ୍ରଚାରର ଫୋକସ୍‍ କ’ଣ ହୋଇଥିଲା? ପାର୍କ ଆଡକୁ ମୁହଁ କରିଥିବା ଘର ଅବା ପୁଣି ସୋସାଇଟିର ସ୍ୱତନ୍ତ୍ର ସାଧାରଣ ସ୍ଥାନ ଆଖପାଖରେ ଥିଲା। ଏହା ଏଥିପାଇଁ ହେଉଥିଲା କାରଣ ଆମର ସହରର ଏକ ବଡ଼ ଜନସଂଖ୍ୟା ଗୁଣାତ୍ମକ ସାଧାରଣ ସ୍ଥାନ ଏବଂ ଗୁଣାତ୍ମକ ସାଧାରଣ ଜୀବନରୁ ବଞ୍ଚିତ ଥିଲେ। ଏବେ ନଗର ଉନ୍ନୟନର ପୁରୁଣା ଚିନ୍ତାଧାରାକୁ ପଛରେ ଛାଡ଼ିଦେଇ ଦେଶ ଆଧୁନିକତା ଆଡ଼କୁ ଅଗ୍ରସର ହେଉଛି।

ସାଥୀଗଣ,

ଅହମ୍ମଦାବାଦରେ ସାବରମତୀର କ’ଣ ସ୍ଥିତି ଥିଲା, ଏହା କେହି ଭୁଲି ପାରିବେ କି? ଆଜି ସେଠାରେ ପାଣିର ଧାରା ସହିତ ରିଭର ଫ୍ରଂଟ୍‍, ପାର୍କ, ଖୋଲା ବ୍ୟାୟାମଶାଳା, ସି-ପ୍ଲେନ୍ସ, ସବୁକିଛି ଆମ ସେବାରେ ଉପଲବ୍ଧ ହେଉଛି। ଅର୍ଥାତ ଏକ ପ୍ରକାରରେ ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ ବଦଳିଯାଇଛି। ଏହି ପରିବର୍ତନ କାଂକରିୟାରେ କରାଯାଇଛି। ପୁରୁଣା ଅହମ୍ମଦାବାଦର ଏକ ଝରଣା ଏତେ କୋଳାହଳପୂର୍ଣ୍ଣ କେନ୍ଦ୍ର ପାଲଟି ଯିବ, ଏହା ପୂର୍ବରୁ କେହି ଭାବି ନଥିଲେ।

ସାଥୀଗଣ,

ପିଲାମାନଙ୍କର ସ୍ୱାଭାବିକ ବିକାଶ ପାଇଁ ମନୋରଞ୍ଜନ ସହିତ ସେମାନଙ୍କୁ ଶିଖାଇବା ଏବଂ ସେମାନଙ୍କ ସୃଜନଶୀଳତାକୁ ମଧ୍ୟ ପରିପ୍ରକାଶ କରିବାର ସୁଯୋଗ ମିଳିବା ଦରକାର। ସାଇନ୍ସ ସିଟି ବା ବିଜ୍ଞାନ ସହର ହେଉଛି ଏଭଳି ଏକ ପ୍ରକଳ୍ପ ଯାହା ପୁନଃ-ସର୍ଜ୍ଜନା ଓ ସୃଜନଶୀଳତାକୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ଏଥିରେ ଏଭଳି ପୁନଃ-ସର୍ଜ୍ଜନାତ୍ମକ କାର୍ଯ୍ୟକଳାପ ରହିଛି ଯାହା ପିଲାମାନଙ୍କର ସୃଜନଶୀଳତାକୁ ପ୍ରୋତ୍ସାହନ ଦେଇଥାଏ। ଏଥିରେ ଖେଳକୁଦ ହେଉ, ମଜା-ମସ୍ତି ହେଉ ଏବଂ ଏହା ସହିତ ଏହା ପିଲାମାନଙ୍କୁ କିଛି ନୂଆ ଶିଖାଇବାର ମଞ୍ଚ ମଧ୍ୟ ପ୍ରଦାନ କରିଥାଏ। ଆମେ ଦେଖିଛୁ, ପିଲାମାନେ ପ୍ରାୟତଃ ମାଆ-ବାପାଙ୍କଠାରୁ ରୋବର୍ଟ ଏବଂ ପଶୁଙ୍କର ବଡ଼-ବଡ଼ ଖେଳଣା ମାଗିଥାଆନ୍ତି। କିଛି ପିଲା କହିଥାଆନ୍ତି ଘରକୁ ଡାଇନୋସର ନେଇଆସ, କିଏ ସିଂହ ପାଳିବା ପାଇଁ ଜିଦ୍ଦି କରି ଥାଆନ୍ତି। ଏବେ ମାତା-ପିତା ଏସବୁ କେଉଁଠାରୁ ଆଣିବେ? ପିଲାମାନଙ୍କୁ ଏହି ବିକଳ୍ପ ମିଳିଥାଏ ସାଇନ୍ସ ସିଟି ବା ବିଜ୍ଞାନ ସହରରେ। ଏ ଯେଉଁ ନୂତନ ନେଚର ପାର୍କ ପ୍ରତିଷ୍ଠା ହୋଇଛି, ଏହା ବିଶେଷ ଭାବେ ମୋର ଛୋଟ-ଛୋଟ ସାଥୀମାନଙ୍କୁ ବହୁତ ପସନ୍ଦ ଆସିବ। କେବଳ ଏତିକି ନୁହେଁ, ସାଇନ୍ସ ସିଟିରେ ନିର୍ମାଣ ହୋଇଥିବା ଜଳଚର ଗ୍ୟାଲେରୀ, ତାହା ମଧ୍ୟ ହେଉଛି ଆହୁରି ଆନନ୍ଦିତ କରିବା ଭଳି। ଏହା କେବଳ ଦେଶର ନୁହେଁ ବରଂ ଏସିଆର ଶ୍ରେଷ୍ଠ ଆକ୍ୱାରିୟମ ମଧ୍ୟରୁ ହେଉଛି ଗୋଟିଏ। ଗୋଟିଏ ସ୍ଥାନରେ ସାରା ବିଶ୍ୱର ସାମୁଦ୍ରିକ ଜୈବ ବିବିଧତାର ଦର୍ଶନ ନିଜକୁ ନିଜ ମଧ୍ୟରେ ଅଦ୍ଭୁତ ଅନୁଭବ ପ୍ରଦାନ କରିବା ଭଳି।

ସେହିପରି ରୋବୋଟିକ୍ସ ଗ୍ୟାଲେରୀରେ ରୋବୋର୍ଟଙ୍କ ସହିତ କଥାବାର୍ତା, ହେଉଛି ଆକର୍ଷଣର କେନ୍ଦ୍ର, ଏହା ସହିତ ରୋବୋଟିକ୍ସ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଆମ ଯୁବକମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ, ବାଳ ସୁଲଭ ମନରେ ଜିଜ୍ଞାସା ଜାଗ୍ରତ କରିବ। ଧ୍ୟାନ, କୃଷି, ମହାକାଶ, ସେନାବାହିନୀ, ଏଭଳି ଅନେକ କ୍ଷେତ୍ରରେ ରୋବୋର୍ଟ କିପରି ଭାବେ କାର୍ଯ୍ୟରେ ଆସି ପାରିବେ, ଏହାର ଅନୁଭବ ଏଠାରେ ଆମ ଯୁବ ସାଥୀ ନେଇ ପାରିବେ। ଆଉ ହଁ, ରୋବୋ କ୍ୟାଫେରେ ରୋବୋଟିକ୍‍ ସୈଫ୍‍ଙ୍କ ଦ୍ୱାରା ତିଆରି କରାଯାଇଥିବା ଆଉ ରୋବୋର୍ଟ ୱେଟର୍ସଙ୍କ ଦ୍ୱାରା ପରସା ଯାଉଥିବା ଖାଦ୍ୟରୁ ପାଉଥିବା ଆନନ୍ଦ ଯିଏ ସେଠାକୁ ଯାଇଛି, ବୋଧହୁଏ ସେହି ବ୍ୟକ୍ତି ସେଠାକୁ ନ ଯାଇ ରହି ପାରିବେ ନାହିଁ। କାଲି ଯେତେବେଳେ ସାମାଜିକ ଗଣମାଧ୍ୟମରେ ମୁଁ ଏହାର ଛବି ସବୁ ପୋଷ୍ଟ କଲି, ତେବେ ଏଭଳି ଟିପ୍ପଣୀ ମଧ୍ୟ ପଢ଼଼ିବାକୁ ମିଳିଲା ଯେ– ଏଭଳି ଛବି ତ ଆମେ ବିଦେଶରେ ହିଁ ଦେଖିବାକୁ ପାଉଥିଲୁ। ଲୋକମାନଙ୍କୁ ବିଶ୍ୱାସ ହିଁ ହୋଇପାରୁ ନାହିଁ ଯେ ଏହି ଛବି ସବୁ ହେଉଛି ଭାରତର, ହେଉଛି ଗୁଜରାଟର। ଆଜି ଏହି କାର୍ଯ୍ୟକ୍ରମରେ, ମୋର ଅନୁରୋଧ ରହିବ ଯେ ସାଇନ୍ସ ସିଟିକୁ ଅଧିକରୁ ଅଧିକ ପିଲା ଆସନ୍ତୁ, ବିଦ୍ୟାର୍ଥୀ ଆସନ୍ତୁ, ସ୍କୁଲମାନଙ୍କର ରେଗୁଲାର ପରିଭ୍ରମଣ ହେଉ, ସାଇନ୍ସ ସିଟି ପିଲାମାନଙ୍କ ଦ୍ୱାରା ଚମକୁଥାଉ, ଦମଦାର ହୋଇ ରହିଥାଉ, ତେବେ ଯାଇ ଏହାର ସାର୍ଥକତା ଏବଂ ଭବ୍ୟତା ଆହୁରି ବୃଦ୍ଧି ପାଇବ।

ସାଥୀଗଣ,

ମୋ ପାଇଁ ଏହା ହେଉଛି ବହୁତ ଖୁସିର କଥା ଯେ ଗୁଜରାଟ ଏବଂ ଗୁଜରାଟର ଲୋକଙ୍କ ଗୌରବ ଆହୁରି ବୃଦ୍ଧି କରିବା ଭଳି ଏଭଳି ଅନେକ କାର୍ଯ୍ୟଗୁଡ଼ିକର ଆଜି ଶୁଭାରମ୍ଭ ହୋଇଛି। ଆଜି ଅହମ୍ମଦାବାଦ ସହର ସହିତ ଗୁଜରାଟର ରେଳ ଯୋଗାଯେଗ ମଧ୍ୟ ଆହୁରି ଆଧୁନିକ ଏବଂ ଅଧିକ ସଶକ୍ତ ହୋଇଛି। ଗାନ୍ଧୀନଗର ଏବଂ ବଡ଼ନଗର ଷ୍ଟେସନର ନବୀକରଣ ହେଉ, ମେହସାଣା- ବରେଠା ଲାଇନର ପ୍ରଶସ୍ତୀକରଣ ଏବଂ ବିଦ୍ୟୁତକରଣ ହେଉ, ସୁରେନ୍ଦ୍ରନଗର- ପିପାବାୱ ସେକ୍ସନର ବିଦ୍ୟୁତକରଣ ହେଉ, ଗାନ୍ଧୀନଗର କ୍ୟାପିଟାଲ- ବରେଠା ମେମୁ ସେବାର ଶୁଭାରମ୍ଭ ହେଉ, ଅବା ପୁଣି ଗାନ୍ଧୀନଗର କ୍ୟାପିଟାଲ- ବାରଣାସୀ ସୁପରଫାଷ୍ଟ ଏକ୍ସପ୍ରେସର ଶୁଭାରମ୍ଭ ହେଉ, ଏହି ସମସ୍ତ ସୁବିଧାଗୁଡ଼ିକ ପାଇଁ ଗୁଜରାଟବାସୀଙ୍କୁ ବହୁତ- ବହୁତ ଶୁଭେଚ୍ଛା। ଗାନ୍ଧୀନଗରରୁ ବନାରସ ମଧ୍ୟରେ ରେଳ ସେବା, ଏକ ପ୍ରକାରରେ ହେଉଛି ସୋମନାଥଙ୍କ ଭୂମିରୁ ବିଶ୍ୱନାଥଙ୍କ ଭୂମିକୁ ସଂଯୋଗ କରିବାର ଏକ ବହୁତ ବଡ଼ କାର୍ଯ୍ୟ।

ଭାଇ ଓ ଭଉଣୀମାନେ,

ଏକବିଂଶ ଶତାବ୍ଦୀରେ ଭାରତର ଆବଶ୍ୟକତା ବିଂଶ ଶତାବ୍ଦୀର କାର୍ଯ୍ୟ କୌଶଳ ଦ୍ୱାରା ପୂରଣ ହୋଇ ପାରି ନଥାନ୍ତା। ଏଥିପାଇଁ ରେଳବାଇରେ ନୂତନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ଥିଲା। ଆମେ ରେଳବାଇକୁ କେବଳ ଏକ ସେବା ଭାବେ ନୁହେଁ, ବରଂ ଏକ ସମ୍ପଦ ଭାବେ ବିକଶିତ କରିବା ପାଇଁ କାର୍ଯ୍ୟ ଆରମ୍ଭ କଲୁ। ଆଜି ଏହାର ପରିଣାମ ଦେଖିବାକୁ ମିଳୁଛି, ଆଜି ଭାରତୀୟ ରେଳବାଇର ପରିଚୟ, ସେଥିରେ ଆସିଥିବା ବିଶେଷ ପରିବର୍ତନ ଦୃଶ୍ୟମାନ ହେଉଛି। ଆଜି ଭାରତୀୟ ରେଳରେ ସୁବିଧା ମଧ୍ୟ ବଢ଼଼ିଛି, ସ୍ୱଚ୍ଛତା ମଧ୍ୟ ବଢ଼଼ିଛି, ସୁରକ୍ଷା ମଧ୍ୟ ବଢ଼଼ିଛି ଏବଂ ଗତି ମଧ୍ୟ ବଢ଼଼ିଛି। ସେ ଭିତିଭୂମିର ଆଧୁନିକୀକରଣ ଅବା ନୂତନ ଆଧୁନିକ ଟ୍ରେନ ହେଉ, ଏ ଧରଣର କେତେଗୁଡ଼ିଏ ପ୍ରୟାସ ଟ୍ରେନର ଗତିକୁ ବୃଦ୍ଧି କରିବା ପାଇଁ କରାଯାଉଛି। ଆଗାମୀ ଦିନରେ ଯେତେବେଳେ ହିଁ ଉତ୍ସର୍ଗୀକୃତ ଫ୍ରେଟ କରିଡର ଆରମ୍ଭ ହୋଇଯିବ, ଟ୍ରେନର ଗତି ଆହୁରି ବୃଦ୍ଧି ପାଇବ। ତେଜସ୍‍ ଏବଂ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ ଆମର ଟ୍ରାକ୍‍ ଉପରେ ମଧ୍ୟ ଚାଲିବାରେ ଲାଗିଛି। ଆଜି ଏହା ଟ୍ରେନ ଯାତ୍ରୀମାନଙ୍କୁ ଏକ ନୂତନ ଏବଂ ଅଦ୍ଭୂତ ଅନୁଭବ ଦେଉଛି। ୱିଷ୍ଟାଡୋମ କୋଚେଗୁଡ଼ିକର ଭିଡ଼ିଓ ମଧ୍ୟ ଆପଣମାନେ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ଦେଖିଥିବେ।

ଯେଉଁ ଲୋକମାନେ ଷ୍ଟାଚ୍ୟୁ ଅଫ୍‍ ୟୁନିଟି ବା ଏକତାର ପ୍ରତିମୂର୍ତି ଦେଖିବାକୁ ଯାଇଛନ୍ତି, ସେମାନେ ଏହାର ଲାଭ ମଧ୍ୟ ନେଇଥିବେ। ଏହି କୋଚଗୁଡ଼ିକ ଯାତ୍ରାକୁ ସହଜ ଓ ଆରାମଦାୟକ କରି ଏକ ନୂତନ ସୋପାନରେ ପହଞ୍ଚାଇଛି। ଟ୍ରେନରେ ଯାଉଥିବା ସମସ୍ତ ଯାତ୍ରୀ ଏବେ ଏହା ମଧ୍ୟ ଅନୁଭବ କରୁଛନ୍ତି ଯେ ଆମର ଟ୍ରେନ ଆମ ପ୍ଲାଟଫର୍ମ ଆଉ ଆମର ଟ୍ରାକଗୁଡ଼ିକ ପୂର୍ବ ଅପେକ୍ଷା କେତେ ପରିଷ୍କାର ହେବାରେ ଲାଗିଛି। ଏଥିରେ ବହୁତ ବଡ଼ ଯୋଗଦାନ ସେହି ଦୁଇ ଲକ୍ଷରୁ ଅଧିକ ବାୟୋ ଟଏଲେଟ୍ସର ମଧ୍ୟ ରହିଛି ଯେଉଁଗୁଡ଼ିକୁ ଏହି କୋଚରେ ସ୍ଥାପନ କରାଯାଇଛି।

ଏହିଭଳି ଭାବେ, ଆଜି ସାରା ଦେଶରେ ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ଆଧୁନିକୀକରଣ କରାଯାଉଛି। ଦ୍ୱିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ ସହରଗୁଡ଼ିକର ରେଳ ଷ୍ଟେସନଗୁଡ଼ିକରେ ମଧ୍ୟ ଏବେ ୱାଇ- ଫାଇ ସୁବିଧା ସ୍ଥାପନ କରାଯାଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଦେଖିବା ତେବେ ବ୍ରଡ ଗଜ୍‍ ରେ ଅଜଣା ରେଳ ଫାଟକଗୁଡ଼ିକୁ ସମ୍ପୂର୍ଣ୍ଣ ଶେଷ କରି ଦିଆଯାଇଛି। କେବେ ଭୟଙ୍କର ଦୁର୍ଘଟଣା ଏବଂ ଅବ୍ୟବସ୍ଥାର ଅଭିଯୋଗ ପାଇଁ ଗଣମାଧ୍ୟମରେ ଛାଇ ରହୁଥିବା ଭାରତୀୟ ରେଳ ଆଜି ସକରାତ୍ମକତା ନେଇକରି ଆସିଛି। ଆଜି ଭାରତୀୟ ରେଳକୁ ବିଶ୍ୱର ଆଧୁନିକତମ ନେଟୱର୍କ ଏବଂ ମେଗା ପ୍ରକଳ୍ପ ପାଇଁ ଚର୍ଚ୍ଚାରେ ସ୍ଥାନ ମିଳୁଛି। ଆଜି ଭାରତୀୟ ରେଳକୁ ଦେଖିବାର ଅନୁଭବ ଏବଂ ଦୃଷ୍ଟିଭଙ୍ଗୀ ଉଭୟ ବଦଳି ଯାଇଛି। ଆଉ ମୁଁ ଗର୍ବର ସହିତ କହିବି ଯେ ଆଜିର ଏହି ପ୍ରକଳ୍ପ ହେଉଛି- ଭାରତୀୟ ରେଳର ଏହି ନୂଆ ଅବତାରର ପ୍ରଦର୍ଶନ।

ସାଥୀଗଣ,

ମୋର ଏହା ସ୍ପଷ୍ଟ ମତ ରହିଛି ଯେ ରେଳବାଇ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚୁ, ଏଥିପାଇଁ ରେଳବାଇର ସମାନ୍ତରାଳ ସମ୍ପ୍ରସାରଣର ଆବଶ୍ୟକତା ରହିଛି। ଏହା ସହିତ ରେଳବାଇରେ ଦକ୍ଷତା ବିକାଶ, ସମ୍ବଳର ବିକାଶ, ଏବଂ ନୂତନ ଟେକ୍ନୋଲୋଜି ଏବଂ ଉନ୍ନତ ସେବା ପାଇଁ ଦୀର୍ଘକାଳୀନ ସଂମ୍ପ୍ରସାରଣ ମଧ୍ୟ ସେତିକି ଆବଶ୍ୟକତା ରହିଛି। ଉନ୍ନତ ଟ୍ରାକ, ଆଧୁନିକ ରେଳ ଷ୍ଟେସନ ଏବଂ ରେଳ ଟ୍ରାକ ଉପରେ ଭବ୍ୟ ହୋଟେଲ, ଗାନ୍ଧୀନଗର ରେଳ ଷ୍ଟେସନରେରେ ଏହି ପ୍ରୟୋଗ ଭାରତୀୟ ରେଳବାଇରେ ହେଉଛି ଏକ ସାର୍ଥକ ପରିବର୍ତନର ଶୁଭାରମ୍ଭ। ରେଳ ଯାତ୍ରା କରୁଥିବା ସାଧାରଣ ନାଗରିକଙ୍କୁ ମଧ୍ୟ ବିମାନବନ୍ଦର ଭଳି ସୁବିଧାଗୁଡିକ ମିଳୁ, ମହିଳାମାନଙ୍କୁ ଏବଂ ଛୋଟ ପିଲାମାନଙ୍କର ବିଶେଷ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଭଲ ବ୍ୟବସ୍ଥା ହେଉ, ଏଭଳି ଆଧୁନିକ ଏବଂ ସୁବିଧାଜନକ ଷ୍ଟେସନ ଆଜି ଦେଶକୁ ଗାନ୍ଧୀନଗରକୁ ମିଳୁଛି।

ସାଥୀଗଣ,

ଗାନ୍ଧୀନଗରର ନୂତନ ରେଳ ଷ୍ଟେସନ ଦେଶରେ ଭିତିଭୂମିକୁ ନେଇ ମାନସିକତାରେ ଆସୁଥିବା ପରିବର୍ତନକୁ ମଧ୍ୟ ଦର୍ଶାଉଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତରେ ଭିତିଭୂମିକୁ ନେଇ ମଧ୍ୟ ଏକ ବର୍ଗଭେଦକୁ ପ୍ରୋତ୍ସାହିତ କରାଗଲା। ଆଉ ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି, ଆପଣ ସମସ୍ତେ ତ ଭଲ ଭାବେ ଗୁଜରାଟର ଲୋକଙ୍କୁ ଜାଣନ୍ତି, ଆମେମାନେ ଏକ ପ୍ରୟୋଗ କରିଥିଲୁ ଯେତେବେଳେ ମୋତେ ସେଠାରେ ସେବା କରିବାର ସୁଯୋଗ ମିଳିଥିଲା। ଆମର ଯେଉଁ ବସ୍‍ ଷ୍ଟେସନଗୁଡିକ ଥିଲା ସେହି ବସ ଷ୍ଟେସନଗୁଡିକୁ ଆଧୁନିକ କରିବା ଦିଗରେ କାର୍ଯ୍ୟ କଲି। ସରକାରୀ- ଘରୋଇ ଭାଗିଦାରୀ ମଡେଲରେ କାର୍ଯ୍ୟ କରାଗଲା। ଆଉ ସେତେବେଳେ ବସ୍‍ ଷ୍ଟେସନ କିପରି ଅବସ୍ଥାରେ ଥିଲା, ଆଜି ଆମ ଗୁଜରାଟରେ ଅନେକ ବସ୍‍ ଷ୍ଟେସନ ଆଧୁନିକ ହୋଇ ସାରିଛି। ବିମାନବନ୍ଦର ଭଳି ସୁବିଧାମାନ ବସ ଷ୍ଟେସନଗୁଡିକରେ ଦୃଷ୍ଟି ଗୋଚର ହେଉଛି।

ଆଉ ଯେତେବେଳେ ମୁଁ ଦିଲ୍ଲୀ ଆସିଲି ମୋର ଅଫିସରମାନଙ୍କୁ ଗୁଜରାଟ ବସ ଷ୍ଟେସନଗୁଡିକୁ ଦେଖିବା ପାଇଁ ପଠାଇଥିଲି, ରେଳବାଇର ଅଧିକାରୀ ମାନଙ୍କୁ। ଆଉ ମୁଁ ସେମାନଙ୍କୁ ବୁଝାଇଥିଲି ଯେ, ଆମର ରେଳ ଷ୍ଟେସନ କାହିଁକି ଏଭଳି ହୋଇପାରିବ ନାହିଁ। ଜମିର ବ୍ୟବହାର, ସର୍ବୋତମ ବ୍ୟବହାର ହେଉ, ରେଳ ଷ୍ଟେସନରେ ବହୁତ ବଡ଼ ଅର୍ଥନୈତିକ କାର୍ଯ୍ୟକଳାପ ହେଉ ଏବଂ ରେଳବାଇ ନିଜକୁ ନିଜ ମଧ୍ୟରେ କେବଳ ଟ୍ରେନର ଯାତାୟାତ ନୁହେଁ ବରଂ ଏକ ପ୍ରକାରରେ ଅର୍ଥନୈତିକ ଶକ୍ତିର କେନ୍ଦ୍ର ହୋଇ ପାରିବ। ଯେପରି ବିମାନବନ୍ଦରର ବିକାଶ ହୋଇଥାଏ, ଯେପରି ଗୁଜରାଟର ବସ ଷ୍ଟେସନଗୁଡିକର ବିକାଶ କାର୍ଯ୍ୟ ହୋଇଛି, ସେହିପରି ରେଳ ଷ୍ଟେସନଗୁଡ଼ିକୁ ମଧ୍ୟ ସରକାରୀ- ଘରୋଇ ଭାଗିଦାରୀ ମଡେଲରେ ବିକାଶ କରିବା ଦିଗରେ ଆମେ ଆଗକୁ ବଢ଼଼ୁଛୁ। ଆଜି ଗାନ୍ଧୀନଗର ହେଉଛି ତାହାର ଶୁଭାରମ୍ଭ। ଜନସୁବିଧାଗୁଡ଼ିକରେ ଏଭଳି ବର୍ଗୀକରଣ, ଏହା ହେଉଛି ତାଙ୍କ ପାଇଁ, ସେମାନଙ୍କ ପାଇଁ, କେବଳ ଧନୀ ଲୋକଙ୍କ ପାଇଁ ହେଉଛି ଏହା ସବୁ ବେକାର କଥା। ସମାଜର ପ୍ରତ୍ୟେକ ବର୍ଗକୁ ବ୍ୟବସ୍ଥାମାନ ମିଳିବା ଆବଶ୍ୟକ।

ସାଥୀଗଣ,

ଗାନ୍ଧୀନଗରର ଆଧୁନିକ ରେଳ ଷ୍ଟେସନ ଏହି କଥାର ମଧ୍ୟ ବହୁତ ବଡ଼ ପ୍ରମାଣ ଯେ ରେଳବାଇ ସଂସାଧନର ସଦୁପଯୋଗ କରି, ଏହାକୁ ଆର୍ôଥକ କାର୍ଯ୍ୟକଳାପର କେନ୍ଦ୍ର ମଧ୍ୟ କରାଯାଇ ପାରିବ। ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରି, ଟ୍ରାକ ଉପରେ ଏଭଳି ହୋଟେଲ ନିର୍ମାଣ ହୋଇଛି, ଯେଉଁଠାରେ ରହି ଦେଖିପାରିବା ଯେ ରେଳ ଚାଲୁଛି କିନ୍ତୁ ଅନୁଭବ ହେଉ ନାହିଁ । ସେତିକି ଜମି ଥାଉ, କିନ୍ତୁ ତାହାର ଦୁଇ ଗୁଣ ଉପଯୋଗ ହୋଇଛି। ସୁବିଧା ମଧ୍ୟ ଉନ୍ନତ, ପର୍ଯ୍ୟଟନ ଏବଂ ବ୍ୟବସାୟ ମଧ୍ୟ ଉତମ। ଯେଉଁଠାରୁ ରେଳ ଗତି କରୁଛି ତାହାଠାରୁ ବଳି ପ୍ରାଇମ୍‍ ଲୋକେସନ ଆଉ କ’ଣ ହୋଇପାରେ?

ଏହି ରେଳ ଷ୍ଟେସନରୁ ମହାତ୍ମା ମନ୍ଦିରର ଯେଉଁ ଭବ୍ୟ ଦୃଶ୍ୟ ଦେଖିବାକୁ ମିଳୁଛି, ଦାଣ୍ଡି କୁଟୀର ଦେଖିବାକୁ ମିଳୁଛି, ତାହା ମଧ୍ୟ ହେଉଛି ଅଦ୍ଭୁତ। ଦାଣ୍ଡି କୁଟୀର ସଂଗ୍ରହାଳୟ ଆସୁଥିବା ଲୋକ ଅବା ଭାଇବ୍ରାଂଟ(ଜୀବନ୍ତ) ଗୁଜରାଟ ସମ୍ମେଳନକୁ ଆସୁଥିବା ଲୋକ ଯେତେବେଳେ ଏହା ଦେଖିବେ, ସେତେବେଳେ ସେମାନଙ୍କ ପାଇଁ ମଧ୍ୟ ଏହା ଏକ ପର୍ଯ୍ୟଟନ କେନ୍ଦ୍ର ପାଲଟିଯିବ। ଆଉ ଆଜି ରେଳବାଇର ଏ ଯେଉଁ କାୟାକଳ୍ପ ହୋଇଛି, ମହାତ୍ମା ମନ୍ଦିରକୁ ଯୋଡି କରାଯାଇଛି, ଯାହା ଫଳରେ ମହାତ୍ମା ମନ୍ଦିରର ମାହାତ୍ମ୍ୟ ମଧ୍ୟ ଅନେକ ଗୁଣ ବଢ଼଼ି ଯାଇଛି। ଏବେ ଲୋକ ଛୋଟ- ମୋଟ କର୍ମଶାଳା କରିବା ପାଇଁ ଏହି ହୋଟେଲର ମଧ୍ୟ ଉପଯୋଗ କରିବେ, ମହାତ୍ମା ମନ୍ଦିରର ମଧ୍ୟ ଉପଯୋଗ କରିବେ। ଅର୍ଥାତ ଏକ ପ୍ରକାରରେ ବର୍ଷସାରା ଅନେକ କାର୍ଯ୍ୟକ୍ରମ ପାଇଁ ଏଠାରେ ଏକ ସାର୍ବଜନିକ ରୂପରେ ବ୍ୟବସ୍ଥା ମିଳିଯାଇଛି। ଆଉ ବିମାନ ବନ୍ଦର ଏଠାରୁ ମାତ୍ର 20 ମିନିଟର ରାସ୍ତା, ଆପଣ କଳ୍ପନା କରିପାରିବେ ଯେ ଦେଶ- ବିଦେଶର ଲୋକ ଏହାର କେତେ ଉପଯୋଗ କରି ପାରିବେ।

ଭାଇ ଓ ଭଉଣୀମାନେ,

କଳ୍ପନା କରନ୍ତୁ, ସାରା ଦେଶରେ ରେଳବାଇର ଏତେ ବଡ଼ ନେଟୱର୍କ ରହିଛି, ଏତେ ଅଧିକ ସଂସାଧନ ରହିଛି, ଏହି ପ୍ରକାରର କେତେ ସବୁ ସମ୍ଭାବନା ମାନ ଲୁଚି ରହିଛି। ସାଥୀଗଣ, ଭାରତ ଭଳି ବିଶାଳ ଦେଶରେ ରେଳବାଇର ଭୂମିକା ସବୁବେଳେ ହିଁ ବହୁତ ବଡ଼ ରହି ଆସିଛି। ରେଳବାଇ ନିଜ ସହିତ ବିକାଶର ଏକ ନୂତନ ଅଧ୍ୟାୟ, ସୁବିଧାଗୁଡ଼ିକର ନୂଆ- ନୂଆ ସୋପାନକୁ ନେଇ ମଧ୍ୟ ପହଞ୍ଚୁଛି । ଏହା ହେଉଛି ବିଗତ କିଛି ବର୍ଷର ପ୍ରୟାସ ଯେ ଆଜି ଉତର- ପୂର୍ବର ରାଜଧାନୀଗୁଡ଼ିକ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ରେଳ ସେବା ପହଞ୍ଚୁଛି, ବହୁତ ଶୀଘ୍ର ଶ୍ରୀନଗର ମଧ୍ୟ କନ୍ୟାକୁମାରୀ ସହିତ ରେଳ ମାଧ୍ୟମରେ ଯୋଡ଼ି ହେବାକୁ ଯାଉଛି। ଆଜି ବଡ଼ନଗର ମଧ୍ୟ ଏହି ସମ୍ପ୍ରସାରଣର ଅଂଶ ପାଲଟି ଯାଇଛି। ମୋର ତ ବଡ଼ନଗର ଷେଟସନ ସହିତ କେତେ ସ୍ମୃତି ଜଡ଼ିତ ହୋଇ ରହିଛି। ନୂତନ ଷ୍ଟେସନ ବାସ୍ତବରେ ବହୁତ ଆକର୍ଷକ ଲାଗୁଛି। ଏହି ନୂତନ ବ୍ରଡଗଜ୍‍ ଲାଇନ୍‍ ପ୍ରସ୍ତୁତ ହେବା ପରେ ସେୱଡ଼ନଗର- ମୋଢ଼େରା- ପାଟନ ଐତିହ୍ୟ ସର୍କିଟ ଏବେ ଉନ୍ନତ ରେଳ ସେବା ସହିତ ଯୋଡ଼ି ହୋଇ ଯାଇଛି। ଏହାଦ୍ୱାରା ଅହମ୍ମଦାବାଦ- ଜୟପୁର- ଦିଲ୍ଲୀ ମେନ୍‍ ଲାଇନ୍‍ ସହିତ ସିଧାସଳଖ ସଂଯୋଗ ହୋଇ ଯାଇଛି। ଏହି ଲାଇନ୍‍ ଆରମ୍ଭ ହେବାଦ୍ୱାରା ଏହି ସମଗ୍ର କ୍ଷେତ୍ରରେ ସୁବିଧା ସହିତ ରୋଜଗାର ଏବଂ ସ୍ୱରୋଜଗାରର ନୂଆ ସୁଯୋଗ ମଧ୍ୟ ଖୋଲି ଯାଇଛି।

ସାଥୀଗଣ,

ମହସାଣା- ବରେଠା ଲାଇନ୍‍ ଯେତେବେଳେ ଆମର ଐତିହ୍ୟ ସହିତ ଆମକୁ ଯୋଡ଼ୁଛି, ସେତେବେଳେ ସୁରେନ୍ଦ୍ର ନଗର- ପିପାବାୱ ଲାଇନର ବିଦ୍ୟୁତକରଣ ଆମକୁ ଭାରତୀୟ ରେଳର ଭବିଷ୍ୟତ ସହିତ ଯୋଡ଼ୁଛି। ଏହା ଭାରତୀୟ ରେଳ ଇତିହାସରେ ସବୁଠାରୁ କମ୍‍ ସମୟରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ମଧ୍ୟରୁ ହେଉଛି ଗୋଟିଏ। ଏହି ରେଳ ଲାଇନ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ସଂଯୋଗକାରୀ ପଥ ହେବା ସହିତ ପଶ୍ଚିମ ଉତ୍ସର୍ଗୀକୃତ ଫ୍ରେଟ୍‍ କରିଡର ପାଇଁ ମଧ୍ୟ ହେଉଛି ଫିଡର ରୁଟ୍‍। ଏହି ରେଳ ମାର୍ଗ ପିପାବାୱ ବନ୍ଦର ସହିତ ଦେଶର ଉତର ଭାଗ ପାଇଁ ଦୁଇ ଥାକିଆ କଂଟେନର ମାଲଗାଡ଼ିର ବାଧାରହିତ ଆତଯାତ ସୁନିଶ୍ଚିତ କରିବା ଭଳି।

ସାଥୀଗଣ,

ଦେଶରେ ଯାତ୍ରା କରିବା ହେଉ ଅବା ପୁଣି ସାମଗ୍ରୀ ପରିବହନ, କମ୍‍ ସମୟ, କମ୍‍ ଖର୍ଚ୍ଚ ଏବଂ ଉନ୍ନତ ସୁବିଧା ଆଜି ଏକବିଂଶ ଶତାବ୍ଦୀରେ ହେଉଛି ଭାରତର ପ୍ରାଥମିକତା। ଏଥିପାଇଁ ଆଜି ଦେଶ ବହୁମୁଖୀ ଯୋଗାଯୋଗ ଦିଗକୁ ପାଦ ବଢ଼଼ାଉଛି। ଏଥିପାଇଁ ଆଜି ଏକ ବିସ୍ତୃତ ରୋଡ଼ ମ୍ୟାପ୍‍ ଉପରେ କାର୍ଯ୍ୟ ଚାଲୁ ରହିଛି। ମୋର ବିଶ୍ୱାସ ଯେ, ପରିବହନର ଭିନ୍ନ- ଭିନ୍ନ ଦିଗକୁ ଯୋଡ଼ି, ସର୍ବଶେଷ ଲାଇନ୍‍ ଯୋଗାଯୋଗ, ଆତ୍ମନିର୍ଭର ଭାରତ ଅଭିଯାନକୁ ଆହୁରି ଗତି ଦେବ।

ସାଥୀଗଣ,

ନୂତନ ଭାରତର ବିକାଶର ଗାଡ଼ି ଦୁଇ ଟ୍ରାକରେ ଏକାଠି ଅଗ୍ରସର ହୋଇ ହିଁ ଆଗକୁ ବଢ଼଼ିବ। ଗୋଟିଏ ଟ୍ରାକ୍‍ ଆଧୁନିକତାର, ଅନ୍ୟ ଟ୍ରାକ୍‍ ଗରିବ, କୃଷକ ଏବଂ ମଧ୍ୟମବର୍ଗର କଲ୍ୟାଣ ପାଇଁ। ଏଥି ନିମନ୍ତେ ଆଜି ଭାରତରେ ଏକ ପକ୍ଷରେ ପରବର୍ତି ପିଢ଼ୀ ପାଇଁ ଭିତିଭୂମିର ନିର୍ମାଣ ଉପରେ ଏତେ କାର୍ଯ୍ୟ ହେଉଛି, ଅନ୍ୟ ପକ୍ଷରେ ଏହାର ଲାଭ ଗରୀବଙ୍କୁ, କୃଷକଙ୍କୁ, ମଧ୍ୟମବର୍ଗଙ୍କୁ ମିଳୁ, ଏହା ମଧ୍ୟ ସୁନିଶ୍ଚିତ କରାଯାଉଛି।

ଭାଇ ଓ ଭଉଣୀମାନେ,

ଗୁଜରାଟ ଏବଂ ଦେଶର ବିକାଶ ପଥରେ ଏହି କାର୍ଯ୍ୟଗୁଡ଼ିକ ମଧ୍ୟରେ, ଆମକୁ କରୋନା ଭଳି ମହାମାରୀ ପ୍ରତି ମଧ୍ୟ ଧ୍ୟାନ ରଖିବାର ଅଛି। ବିଗତ ଦେଢ଼ ବର୍ଷରେ 100 ବର୍ଷ ମଧ୍ୟରେ ସବୁଠାରୁ ବଡ଼ ମହାମାରୀ ଆମ ସମସ୍ତଙ୍କ ଜୀବନକୁ ବହୁତ ପ୍ରଭାବିତ କରିଛି। କରୋନା ସଂକ୍ରମଣ ଅନେକ ସାଥୀମାନଙ୍କୁ ଆମଠାରୁ ଅସମୟରେ ଛଡ଼ାଇ ନେଇଛି। କିନ୍ତୁ ଏକ ରାଷ୍ଟ୍ର ଭାବେ ଆମେ ସମ୍ପୂର୍ଣ୍ଣ ସାମର୍ଥ୍ୟ ସହିତ ଏହାର ମୁକାବିଲା କରୁଛେ। ଗୁଜରାଟ ମଧ୍ୟ ବହୁତ ପରିଶ୍ରମର ସହିତ ସଂକ୍ରମଣର ଗତିକୁ ବୃଦ୍ଧି ପାଇବାରୁ ରୋକିଛି।

ଏବେ ଆମକୁ ନିଜର ଆଚରଣ ଏବଂ ପରୀକ୍ଷଣ, ଟ୍ରାକିଂ ଏବଂ ଚିକିତ୍ସା ଓ ଟିକାକରଣ ମନ୍ତ୍ର ସହିତ କରୋନା ସଂକ୍ରମଣର ହାରକୁ ନିମ୍ନମୁଖୀ କରିବାର ଅଛି। ଏଥିପାଇଁ ବହୁତ ସାବଧାନ ଏବଂ ସତର୍କ ରହିବାର ଆବଶ୍ୟକତା ଅଛି। ଏହା ସହିତ ହିଁ ଆମକୁ ଟିକାକରଣ ପ୍ରକ୍ରିୟାକୁ ନିରନ୍ତର ଗତିଶୀଳ କରିବାର ଆବଶ୍ୟକତା ଅଛି। ମୁଁ ଖୁସି ଯେ ଗୁଜରାଟ 3 କୋଟି ଟିକାଦାନର ସୋପାନରେ ପହଞ୍ଚିବାକୁ ଯାଉଛି। କେନ୍ଦ୍ର ସରକାର ଟିକାର ଉପଲବ୍ଧତା ସହିତ ଜଡ଼ିତ ଯେଉଁ ସୂଚନା ପୂର୍ବରୁ ହିଁ ଜଣାଇବା ଆରମ୍ଭ କରିଛନ୍ତି, ସେଥିରେ ଗୁଜରାଟକୁ ଟିକାକରଣ କେନ୍ଦ୍ରସ୍ତରରେ ରଣନୀତି ପ୍ରସ୍ତୁତ କରିବାରେ ସହାୟତା ମିଳିଛି। ସମସ୍ତଙ୍କର ପ୍ରୟାସ ଦ୍ୱାରା ଟିକାକରଣ ସହିତ ଜଡ଼ିତ ନିଜର ଲକ୍ଷ୍ୟକୁ ଆମେ ଦ୍ରୁତ ଗତିରେ ହାସଲ କରି ପାରିବା, ଏହି ବିଶ୍ୱାସର ସହିତ ପୁଣିଥରେ ନୂତନ ପ୍ରକଳ୍ପଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"