ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକାଶ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଥିବା, ଆନ୍ଧ୍ରପ୍ରଦେଶ ବିଶାଖାପଟନମଠାରେ ଗୁଗୁଲର ଏଆଇ ହବ୍ ଆରମ୍ଭ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଗିଗାୱାଟ-ସ୍କେଲ ଡାଟା ସେଣ୍ଟର ଭିତ୍ତଭୂମି ଅନ୍ତର୍ଭୁକ୍ତ ଏହି ବହୁମୁଖୀ ନିବେଶ, ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆମ ଦୃଷ୍ଟିକୋଣର ଅନୁରୂପ । ଶ୍ରୀ ମୋଦୀ ମଧ୍ୟ କହିଛନ୍ତି “ଏହା ପ୍ରଯୁକ୍ତିବିଦ୍ୟାର ଗଣତନ୍ତ୍ରୀକରଣରେ ପ୍ରଭାବଶାଳୀ ହେବ । ଏହା ସମସ୍ତଙ୍କ ପାଇଁ ଏଆଇ ମଧ୍ୟ ସୁନିଶ୍ଚିତ କରିବ, ନାଗରିକମାନଙ୍କୁ ଅତ୍ୟାଧୁନିକ ଉପକରଣ ପ୍ରଦାନ କରି, ଆମର ଡିଜିଟାଲ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ  ସହ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଭାବରେ ଭାରତର ସ୍ଥାନ ସୁରକ୍ଷିତ କରିବ!”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆନ୍ଧ୍ରପ୍ରଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ସହର ବିଶାଖାପଟନମରେ ଗୁଗୁଲ ଏଆଇ ହବ୍‌ର ଶୁଭାରମ୍ଭରେ ଖୁବ୍ ଆନନ୍ଦିତ ।

ଏହି ବହୁମୁଖୀ ନିବେଶ ଯେଉଁଥିରେ ଗିଗାୱାଟ-ସ୍କେଲ ଡାଟା ସେଣ୍ଟର ଭିତ୍ତଭୂମି ଅନ୍ତର୍ଭୁକ୍ତ, ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆମ ଦୃଷ୍ଟିକୋଣର ଅନୁରୂପ । ଏହା ପ୍ରଯୁକ୍ତିବିଦ୍ୟାର ଗଣତନ୍ତ୍ରୀକରଣରେ ବେଶ ପ୍ରଭାବଶାଳୀ ହେବ । ଏହା ସମସ୍ତଙ୍କ ପାଇଁ ଏଆଇ ମଧ୍ୟ ସୁନିଶ୍ଚିତ କରିବ, ନାଗରିକମାନଙ୍କୁ ଅତ୍ୟାଧୁନିକ ଉପକରଣ ପ୍ରଦାନ କରି, ଆମର ଡିଜିଟାଲ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ ସହ ବିଶ୍ୱ ସ୍ତରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଭାବରେ ଭାରତର ସ୍ଥାନ ସୁରକ୍ଷିତ କରିବ!”

@sundarpichai

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Not an iota of truth’: PM Modi dismisses report of restriction on foreign travels via tax

Media Coverage

‘Not an iota of truth’: PM Modi dismisses report of restriction on foreign travels via tax
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 15, 2026
May 15, 2026

Viksit Bharat Unleashed: PM Modi's Blueprint Delivers Energy Independence, Tech Boom, and Diplomatic Dominance