ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆଗେଟ୍‌ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ନେତାଜୀଙ୍କର ପ୍ରତିମୂର୍ତ୍ତି କାମ ଶେଷ ନହେବା ପର୍ଯ୍ୟନ୍ତ ଏହି ହୋଲୋଗ୍ରାମ ମୂର୍ତ୍ତି ସେହି ସ୍ଥାନରେ ରହିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକବର୍ଷ ବ୍ୟାପୀ ୧୨୫ତମ ଜୟନ୍ତୀ ପାଳନ ସମାପନ ଉପଲକ୍ଷେ ସମାନ ସ୍ଥାନରେ ନେତାଜୀଙ୍କର ମୂର୍ତ୍ତି ଉନ୍ମୋଚନ କରାଯିବ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ପ୍ରଧାନମନ୍ତ୍ରୀ ମଧ୍ୟ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପ୍ରଦାନ କରିଥିଲେ । ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ଦିଆଯାଇଥିଲା। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ଏବଂ ନିସ୍ୱାର୍ଥ ସେବା ପାଇଁ ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକୁ ସମ୍ମାନିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା।

ଭାରତ ମାତାର ସାହସୀ ସୁପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କର ୧୨୫ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, ନେତାଜୀ ଭାରତ ମାଟିରେ ପ୍ରଥମ ସ୍ୱାଧୀନ ସରକାର ପ୍ରତିଷ୍ଠା କରିଥିଲେ। ସେ ଏକ ସାର୍ବଭୌମ ଏବଂ ସୁଦୃଢ଼ ଭାରତ ନିର୍ମାଣ ପାଇଁ ଆମକୁ ଦୃଢ଼ବିଶ୍ଵାସ ଦେଇଥିଲେ। ଆଜି ଇଣ୍ଡିଆ ଗେଟ୍‌ ନିକଟରେ ତାଙ୍କର ଏକ ଡିଜିଟାଲ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଖୁବଶୀଘ୍ର ଏହି ହୋଲୋଗ୍ରାମ ପ୍ରତିମୂର୍ତ୍ତି ସ୍ଥାନରେ ଏକ ଗ୍ରାନାଇଟ୍‌ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହି ପ୍ରତିମୂର୍ତ୍ତି ସ୍ୱାଧୀନତାର ନାୟକଙ୍କ ପ୍ରତି ଏକ କୃତଜ୍ଞ ରାଷ୍ଟ୍ରର ଶ୍ରଦ୍ଧାଞ୍ଜଳି । ଏହା ଆମର ଅନୁଷ୍ଠାନ ଏବଂ ଭବିଷ୍ୟତର ପିଢ଼ିକୁ ଜାତୀୟ କର୍ତ୍ତବ୍ୟ ସମ୍ପାଦନ ପାଇଁ ଶିକ୍ଷା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଦେଖାଦେଇଥିବା ଐତିହାସିକ କ୍ରମବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ବହୁ ବର୍ଷ ଧରି ବିପର୍ଯ୍ୟୟ ପ୍ରଶମନ ବିଷୟ କୃଷି ବିଭାଗ ନିକଟରେ ରହିଥିଲା। ଏହାପଛରେ ମୂଳ କାରଣ ଥିଲା ବନ୍ୟା, ପ୍ରବଳ ବର୍ଷା, କୁଆପଥର ବୃଷ୍ଟି ଭଳି ବିପର୍ଯ୍ୟୟ କାରଣରୁ ଦେଖାଦେଉଥିବା ପରିସ୍ଥିତି ମୁକାବିଲା ପାଇଁ କୃଷି ମନ୍ତ୍ରଣାଳୟ ଦାୟୀ ରହୁଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘କିନ୍ତୁ ୨୦୦୧ର ଗୁଜରାଟ ଭୂମିକମ୍ପ ବିପର୍ଯ୍ୟୟ ପ୍ରଶମନର ସଜ୍ଞା ବଦଳାଇ ଦେଇଥିଲା। ଆମେ ସବୁ ବିଭାଗ ଏବଂ ମନ୍ତ୍ରଣାଳୟକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିଲୁ। ସେହି ସମୟର ଅଭିଜ୍ଞତାରୁ ଶିକ୍ଷା ଲାଭ କରି, ଗଜୁରାଟ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୩ରେ ପ୍ରଣୟନ କରାଯାଇଥିଲା। ବିପର୍ଯ୍ୟୟ ମୁକାବିଲା କରିବା ଲାଗି ଏପରି ଏକ ଆଇନ ପ୍ରଣୟନ କରିବାରେ ଗୁଜରାଟ ପ୍ରଥମ ରାଜ୍ୟ ଥିଲା। ଏହାପରେ, କେନ୍ଦ୍ର ସରକାର ଗୁଜରାଟ ଆଇନରୁ ଶିକ୍ଷା ଲାଭ କରି ଏକ ଅନୁରୂପ ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ସାରା ଦେଶରେ କାର୍ଯ୍ୟକାରୀ କରିଥିଲେ।’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରିଲିଫ, ଉଦ୍ଧାର ଓ ଥଇଥାନ ଉପରେ ଜୋର ଦିଆଯିବା ସହିତ ସଂସ୍କାର ଉପରେ ଗୁରୁତ୍ୱାରୋପ କରାଯାଉଛି। ଆମେ ସାରା ଦେଶରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ସୁଦୃଢ଼ୀକରଣ, ଆଧୁନିକୀକରଣ ଏବଂ ସମ୍ପ୍ରସାରଣ କରିଛୁ। ମହାକାଶ ପ୍ରଯୁକ୍ତି ଠାରୁ ଆରମ୍ଭ କରି ଯୋଜନା ପ୍ରସ୍ତୁତି ଓ ବିପତ୍ତି ପ୍ରଶମନ ପର୍ଯ୍ୟନ୍ତ ଯଥାସମ୍ଭବ ଶ୍ରେଷ୍ଠ ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ)ର ‘ଆପଦା ମିତ୍ର’ ଭଳି ଯୋଜନା ସହ ଯୋଡ଼ିବା ହେବା ଲାଗି ଯୁବପିଢ଼ିମାନେ ଆଗେଇ ଆସୁଛନ୍ତି। ସେ କହିଥିଲେ, ବିପର୍ଯ୍ୟୟ ଆସିଲେ, ଲୋକମାନେ ଆଉ ପୀଡ଼ିତ ହୋଇ ରହୁନାହାନ୍ତି, ସେମାନେ ବିପର୍ଯ୍ୟ ମୁକାବିଲା କରିବା ଲାଗି ସ୍ଵେଚ୍ଛାସେବୀ ପାଲଟି ଯାଉଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଉ କେବଳ ଏକ ସରକାରୀ ଚାକିରି ହୋଇ ରହିନାହିଁ, ବରଂ ଏହା ‘ସବ୍‌କା ପ୍ରୟାସ’ର ଏକ ଉଦାହରଣ ପାଲଟିଛି।

ବିପର୍ଯ୍ୟୟ ମୁକାବିଲା କ୍ଷମତାରେ ସୁଧାର ଆଣିବା ଲାଗି ବିଭିନ୍ନ ସଂସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ ଓଡ଼ିଶା, ପଶ୍ଚିମବଙ୍ଗ, ଗୋଆ, ମହାରାଷ୍ଟ୍ର, ଗୁଜରାଟରେ ହେଉଥିବା ବାତ୍ୟାର ଉଦାହରଣ ଦେଇଥିଲେ। ପୂର୍ବାପେକ୍ଷା ବର୍ତ୍ତମାନ ଏପରି ବିପର୍ଯ୍ୟୟରେ କମ୍‌ କ୍ଷୟକ୍ଷତି ହେଉଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ନିକଟରେ ଅତ୍ୟାଧୁନିକ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ରହିଛି । ଏହା ପୂର୍ବରୁ ଥିବା ବିପର୍ଯ୍ୟୟ ବିପତ୍ତି ବିଶ୍ଳେଷଣ ଏବଂ ବିପର୍ଯ୍ୟୟ ବିପତ୍ତି ପରିଚାଳନାର ଆଗୁଆ ସତର୍କ ବ୍ୟବସ୍ଥା ଓ ଉପକରଣ ତୁଳନାରେ ବେଶ ଉନ୍ନତ ।

ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବର୍ତ୍ତମାନର ପ୍ରଶାସନ ଏକ ସାମଗ୍ରିକ ଦୃଷ୍ଟିକୋଣ ନେଇ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ସୂଚନା ଦେଇଥିଲେ ଯାହାକି ଏହି କ୍ଷେତ୍ରରେ ଏକ ଉଦାହରଣ ପାଲଟିଛି । ଆଜି ବିପର୍ଯ୍ୟୟ ପ୍ରଶମନ ସିଭିଲ ଇଞ୍ଜିନିୟରିଂ ଏବଂ ସ୍ଥାପତ୍ୟ ପାଠ୍ୟକ୍ରମ ବା ଆର୍କିଟେକ୍ଚର କୋର୍ସର ଅଂଶବିଶେଷ ପାଲଟିଛି । ଅନୁରୂପ ଭାବେ, ଭବିଷ୍ୟତର ବୃହତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାବେ ନିର୍ମାଣ କରାଯାଉଛି। ଭୂମିକମ୍ପ ପ୍ରବଣ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଚାର ଧାମ ମହାପରିଯୋଜନା, ଉତ୍ତର ପ୍ରଦେଶର ଏକ୍ସପ୍ରେସ ୱେକୁ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାବେ ନିର୍ମାଣ କରାଯାଇଛି। ଏସବୁ ନୂତନ ଭାରତର ଦୂରଦୃଷ୍ଟି ଏବଂ ଚିନ୍ତାଧାରାର ଉଦାହରଣ ବୋଲି ସେ କହିଥିଲେ।

ବିଶ୍ୱସ୍ତରରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଭାରତର ନେତୃସ୍ଥାନୀୟ ଭୂମିକା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସିଡିଆରଆଇ- ବିପର୍ଯ୍ୟୟ ସହନକ୍ଷମ ଭିତ୍ତିଭୂମି ମେଣ୍ଟ ରୂପରେ ଭାରତ ବିଶ୍ୱ ସମୁଦାୟକୁ ଏକ ବୃହତ୍ତ ଉପାୟ ଏବଂ ଉପହାର ଦେଇଛି । ଇଂଲଣ୍ଡ ସମେତ ୩୫ଟି ଦେଶ ଏହି ମେଣ୍ଟରେ ସଦସ୍ୟ ହୋଇସାରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ସୈନ୍ୟବାହିନୀ ମଧ୍ୟରେ ମିଳିତ ସମରାଭ୍ୟାସ ଆୟୋଜନ କରାଯିବା ଏକ ସାଧାରଣ କଥା। କିନ୍ତୁ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ମିଳିତ ବିପର୍ଯ୍ୟୟ ମୁକାବିଲା ଅଭ୍ୟାସର ପରମ୍ପରା ଆରମ୍ଭ କରାଯାଇଛି ।

ନେତାଜୀଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ସ୍ୱାଧୀନ ଭାରତର ସ୍ୱପ୍ନ ଉପରୁ କେବେହେଲେ ବିଶ୍ଵାସ ହରାନ୍ତୁ ନାହିଁ, ବିଶ୍ୱରେ ଏମିତି କୌଣସି ଶକ୍ତି ନାହିଁ ଯାହା ଭାରତକୁ ଦୋହଲାଇ ପାରିବ।’’ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱାଧୀନ ଭାରତର ସ୍ୱପ୍ନ ପୂରଣ କରିବା ଲାଗି ଆମ ଆଗରେ ଏକ ଲକ୍ଷ୍ୟ ରହିଛି । ସ୍ୱାଧୀନତାର ଶହେତମ ବର୍ଷ ପୂର୍ବରୁ ଏକ ନୂତନ ଭାରତ ନିର୍ମାଣ ଲକ୍ଷ୍ୟ ଆମକୁ ପୂରଣ କରିବାକୁ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜାଦୀ କେ ଅମୃତ ମହୋତ୍ସବର ଏକ ବୃହତ ସଂକଳ୍ପ ହେଉଛି ଭାରତ ଏହାର ପରିଚୟ ଏବଂ ପ୍ରେରଣାର ପୁନରୁଦ୍ଧାର କରିବ। ସେ କହିଥିଲେ ଯେ, ଏହା ଦୁର୍ଭାଗ୍ୟର ବିଷୟ ଯେ ସ୍ୱାଧୀନତା ପରେ, ଦେଶର ସଂସ୍କୃତି ଓ ପରମ୍ପରା ସହିତ ବହୁ ମହାପୁରୁଷମାନଙ୍କର ଯୋଗଦାନକୁ ନିଶ୍ଚିହ୍ନ କରିବାକୁ ଚେଷ୍ଟା କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମରେ ଲକ୍ଷ ଲକ୍ଷ ଦେଶବାସୀଙ୍କର ‘ତପସ୍ୟା’ ରହିଥିଲା, କିନ୍ତୁ ସେମାନଙ୍କର ଇତିହାସକୁ ମଧ୍ୟ ସଙ୍କୁଚିତ କରିବା ଲାଗି ପ୍ରୟାସ କରାଯାଇଥିଲା। କିନ୍ତୁ ଆଜି ଦେଶ ସେହି ତ୍ରୁଟିଗୁଡ଼ିକୁ ସାହସର ସହିତ ସମାଧାନ କରୁଛି। ସେ କହିଥିଲେ ଯେ, ବାବାସାହେବ ଆମ୍ବେଦକରଙ୍କ ସହ ଜଡ଼ିତ ପଞ୍ଚ ତୀର୍ଥ, ସର୍ଦ୍ଦାର ପଟେଲଙ୍କ ଯୋଗଦାନର ସ୍ମୃତିଚାରଣ ପାଇଁ ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଜନଜାତୀୟ ଗୌରବ ଦିବସ ପାଳନ, ସ୍ୱାଧୀନତା ସଂଗ୍ରାମରେ ଜନଜାତି ସମୁଦାୟର ସ୍ମୃତିକୁ ସ୍ମରଣ କରିବା ଲାଗି ଆଦିବାସୀ ସଂଗ୍ରହାଳୟ, ଆଣ୍ଡାମାନ ଦ୍ୱୀପସମୂହରେ ତ୍ରିରଙ୍ଗା ପତାକା ଉଡ଼ିବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନେତାଜୀଙ୍କ ନାମରେ ଆଣ୍ଡାମାନର ଏକ ଦ୍ୱୀପର ନାମକରଣ କରାଯିବା ଏବଂ  ନେତାଜୀ ଓ ଆଜାଦ୍‌ ହିନ୍ଦ୍‌ ଫୌଜ ପ୍ରତି ସମ୍ମାନ ଜଣାଇ ଆଣ୍ଡାମାନରେ ଏକ ସଂକଳ୍ପ ସ୍ମାରକ ପ୍ରତିଷ୍ଠା କରାଯିବା ଭଳି ଉଲ୍ଲେଖନୀୟ ପଦେକ୍ଷପ ଜରିଆରେ ଅତୀତର ତ୍ରୁଟିକୁ ସୁଧାରିବା ଦିଗରେ ପ୍ରୟାସ କରାଯାଇଛି । ଗତବର୍ଷ ପରାକ୍ରମ ଦିବସ ଉପଲକ୍ଷେ କୋଲକାତାସ୍ଥିତ ନେତାଜୀଙ୍କ ପୈତୃକ ଆବାସ ପରିଦର୍ଶନ କରିବାର ସ୍ମୃତିକୁ ପ୍ରଧାନମନ୍ତ୍ରୀ ଆବେଗର ସହ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୧ ଅକ୍ଟୋବର ୨୦୧୮ର ସେହିଦିନକୁ ସେ କେବେ ଭୁଲି ପାରିବେ ନାହିଁ ଯେଉଁଦିନ ଆଜାଦ୍‌ ହିନ୍ଦ ସରକାରକୁ ୭୫ ବର୍ଷ ପୂରଣ ହୋଇଥିଲା। ‘‘ଲାଲକିଲ୍ଲାରେ ଆୟୋଜିତ ଏହି ବିଶେଷ ମୁହୂର୍ତ୍ତରେ ଆଜାଦ୍‌ ହିନ୍ଦ ଫୌଜର ଟୋପି ପିନ୍ଧି ମୁଁ ତ୍ରିରଙ୍ଗା ପତାକା ଉଡ଼ାଇଥିଲି। ସେହି ମୁହୂର୍ତ୍ତ ଚମତ୍କାର, ଅବିସ୍ମରଣୀୟ ଥିଲା’’, ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥରେ କିଛି କରିବା ଲାଗି ପଣ କଲେ ତାଙ୍କୁ କୌଣସି ଶକ୍ତି ଅଟକାଇ ପାରୁନଥିଲା। ନେତାଜୀଙ୍କ ଆହ୍ୱାନ ‘ଆମେ ପାରିବା, ଆମେ କରିବା’’ ଭାବନାରେ ସମସ୍ତେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jammu & Kashmir new business registrations jump 28% despite Pahalgam attack

Media Coverage

Jammu & Kashmir new business registrations jump 28% despite Pahalgam attack
NM on the go

Nm on the go

Always be the first to hear from the PM. Get the App Now!
...
PM to visit Gujarat on 10-11 May
May 09, 2026
PM to participate in Somnath Amrut Mahotsav, marking 75 years since the inauguration of the restored Somnath Temple
PM to participate in Vishesh Maha Puja, Kumbhabhishek and Dhvajarohan at Somnath Temple
PM to inaugurate Sardardham Hostel in Vadodara

Prime Minister Shri Narendra Modi will visit Gujarat on 10-11 May, 2026. He will arrive in Jamnagar, Gujarat late at night on 10 May. On 11 May, the Prime Minister will participate in the Somnath Amrut Mahotsav at Somnath Temple at around 10:15 AM. Thereafter, Prime Minister will travel to Vadodara, where he will inaugurate the Sardardham Hostel at around 6 PM. He will also address gatherings on both occasions.

PM in Somnath

Prime Minister will participate in the Somnath Amrut Mahotsav at the sacred Somnath Temple, one of the twelve Jyotirlingas and a symbol of India’s enduring faith and civilisational heritage. Somnath Amrut Mahotsav marks 75 years since the inauguration of the restored Temple.

As part of the celebrations, the Prime Minister will participate in a series of auspicious religious and cultural events. He will take part in the Vishesh Maha Puja, followed by the Kumbhabhishek and Dhvajarohan ceremonies, marking the consecration rituals and hoisting of the temple flag.

Prime Minister will also release a commemorative stamp and coin on the occasion, commemorating the rich legacy and spiritual significance of Somnath.

PM in Vadodara

Prime Minister will inaugurate the Sardardham Hostel in Vadodara. The project includes hostel facilities for 1,000 boys and 1,000 girls, along with amenities like central dining hall, library and auditorium. Prime Minister will also visit various facilities at the Sardardham complex, including the reception area, civil amenities, dining area and e-Library.