ଏହି ବିଶେଷ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ଆନୁଷ୍ଠାନିକ ଭାବରେ ଗେରୁଆ ପତାକା ଉତ୍ତୋଳନ କରିବେ।
ପତାକାରେ ଉଜ୍ଜ୍ୱଳ ସୂର୍ଯ୍ୟ, କୋବିଦାରା ଗଛ ଏବଂ ‘ଓମ୍‌’ ଲେଖାଯାଇଛି, ଯାହା ଭଗବାନ ରାମଙ୍କ ପ୍ରତିଭା ତଥା ବୀରତ୍ୱ ଏବଂ ରାମରାଜ୍ୟର ଆଦର୍ଶର ପ୍ରତୀକ
ଶ୍ରୀ ରାମ ଏବଂ ମାତା ସୀତାଙ୍କ ବିବାହ ପଞ୍ଚମୀର ଅଭିଜିତ ମୁହୂର୍ତ୍ତରେ ଧ୍ୱଜାରୋହଣ ହେବ
ପ୍ରଧାନମନ୍ତ୍ରୀ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମୀକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହା ଏବଂ ମାତା ଶବରୀଙ୍କ ମନ୍ଦିର ଥିବା ସପ୍ତମନ୍ଦିର ମଧ୍ୟ ପରିଦର୍ଶନ କରିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ନଭେମ୍ବରରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବେ, ଯାହା ଦେଶର ସାମାଜିକ-ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଅବସରକୁ ରେଖାଙ୍କିତ କରିବ ।

ସକାଳ ପ୍ରାୟ ୧୦ଟାରେ, ପ୍ରଧାନମନ୍ତ୍ରୀ ସପ୍ତମନ୍ଦିର ପରିଦର୍ଶନ କରିବେ, ଯେଉଁଠାରେ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହା ଏବଂ ମାତା ଶବରୀଙ୍କ ମନ୍ଦିର ଅବସ୍ଥିତ । ଏହା ପରେ ସେ ଶେଷାବତାର ମନ୍ଦିର ମଧ୍ୟ ପରିର୍ଶନ କରିବେ ।

ପ୍ରାୟ ୧୧ଟା ସମୟରେ, ପ୍ରଧାନମନ୍ତ୍ରୀ ମାତା ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିବେ । ଏହା ପରେ, ସେ ରାମ ଦରବାର ଗର୍ଭଗୃହରେ ଦର୍ଶନ ଏବଂ ପୂଜା କରିବେ, ଯାହା ପରେ ରାମ ଲଲ୍ଲା ଗର୍ଭଗୃହରେ ଦର୍ଶନ କରିବେ ।

ମଧ୍ୟାହ୍ନ ପ୍ରାୟ ୧୨ଟାରେ, ପ୍ରଧାନମନ୍ତ୍ରୀ ଅଯୋଧ୍ୟାର ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଏକ ଗେରୁଆ ପତାକା ଉତ୍ତୋଳନ କରିବେ, ଯାହା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତିର ପ୍ରତୀକ ଏବଂ ସାଂସ୍କୃତିକ ଉତ୍ସବ ତଥା ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ଆରମ୍ଭ କରିବ । ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଏହି କାର୍ଯ୍ୟକ୍ରମ ମାର୍ଗଶୀର ମାସର ଶୁକ୍ଳପକ୍ଷର ପବିତ୍ର ପଞ୍ଚମୀରେ ଅନୁଷ୍ଠିତ ହେବ, ଯାହା ଶ୍ରୀ ରାମ ଏବଂ ମାତା ସୀତାଙ୍କ ବିବାହ ପଞ୍ଚମୀର ଅଭିଜିତ ମୁହୂର୍ତ୍ତ ସହିତ ସମନ୍ୱିତ । ଏହି ଦିନଟି ଦିବ୍ୟ ମିଳନର ପ୍ରତୀକ । ଏହି ତାରିଖରେ ନବମ ଶିଖ ଗୁରୁ ଗୁରୁ ତେଗ ବାହାଦୁର ଜୀଙ୍କ ସହିଦ ଦିବସକୁ ମଧ୍ୟ ଦର୍ଶାଇଥାଏ । ସେ ୧୭ଶ ଶତାବ୍ଦୀରେ ୪୮ ଘଣ୍ଟା ପାଇଁ ଅଯୋଧ୍ୟାରେ ନିରବଚ୍ଛିନ୍ନ ଭାବରେ ଧ୍ୟାନ କରିଥିଲେ, ଯାହା ଏହି ଦିନର ଆଧ୍ୟାତ୍ମିକ ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଥାଏ ।

ଦଶ ଫୁଟ ଉଚ୍ଚତା ଏବଂ କୋଡିଏ ଫୁଟ ଲମ୍ବ ବିଶିଷ୍ଟ ଦକ୍ଷିଣ କୋଣ ତ୍ରିକୋଣୀୟ ପତାକାରେ ଭଗବାନ ଶ୍ରୀରାମଙ୍କ ପ୍ରତିଭା ଏବଂ ବୀରତ୍ୱର ପ୍ରତୀକ ସ୍ୱରୂପ ଏକ ଉଜ୍ଜ୍ୱଳ ସୂର୍ଯ୍ୟର ପ୍ରତିଛବି ରହିଛି, ଯେଉଁଥିରେ କୋବିଦାରା ଗଛର ପ୍ରତିଛବି ସହିତ ଏକ ‘ଓମ୍‌’ ଲେଖାଯାଇଛି । ପବିତ୍ର କେସର ପତାକା ରାମ ରାଜ୍ୟର ଆଦର୍ଶକୁ ମୂର୍ତ୍ତିମନ୍ତ କରି ମର୍ଯ୍ୟାଦା, ଏକତା ଏବଂ ସାଂସ୍କୃତିକ ନିରନ୍ତରତାର ବାର୍ତ୍ତା ପ୍ରଦାନ କରିବ ।

ଏହି ପତାକା ପାରମ୍ପରିକ ଉତ୍ତର ଭାରତୀୟ ନଗର ସ୍ଥାପତ୍ୟ-କଳା ଶୈଳୀରେ ନିର୍ମିତ ଶିଖର ଉପରେ ଲଗାଯିବ । ଦକ୍ଷିଣ ଭାରତୀୟ ସ୍ଥାପତ୍ୟ ପରମ୍ପରାରେ କାରୁକାର୍ଯ୍ୟ କରାଯାଇଥିବା ମନ୍ଦିର ରାରିପାଖରେ ନିର୍ମିତ ୮୦୦ ମିଟର ପର୍କୋଟା, ଏକ ପରିକ୍ରମା ଘେରା, ମନ୍ଦିରର ସ୍ଥାପତ୍ୟ ବିବିଧତାକୁ ପରିଦର୍ଶନ କରୁଛି ।

ମନ୍ଦିର ସଂକଳନରେ ମୁଖ୍ୟ ମନ୍ଦିରର ବାହାର କାନ୍ଥରେ ବାଲ୍ମୀକି ରାମାୟଣ ଉପରେ ଆଧାରିତ ଭଗବାନ ଶ୍ରୀ ରାମଙ୍କ ଜୀବନର ୮୭ଟି ପ୍ରସଙ୍ଗ ଅତି ନିଖୁଣ ଭାବରେ ପଥର ଉପରେ ଖୋଦିତ କରାଯାଇଛି ଏବଂ ଚାରିପଟ କାନ୍ଥରେ ବ୍ରୋଞ୍ଜ-ନିର୍ମିତ ପଟି ଲାଗିଛି, ଯେଉଁଥିରେ ଭାରତୀୟ ସଂସ୍କୃତି ସହିତ ଜଡିତ ୭୯ଟି ପ୍ରସଙ୍ଗ ରହିଛି । ଏକତାର ଏହି ଉପାଦାନଗୁଡିକ ସମସ୍ତ ପରିଦର୍ଶକଙ୍କୁ ଏକ ଅର୍ଥପୂର୍ଣ୍ଣ ଏବଂ ଶିକ୍ଷାଗତ ଅନୁଭୂତି ପ୍ରଦାନ କରେ, ଯାହା ଭଗବାନ ଶ୍ରୀ ରାମଙ୍କ ଜୀବନ ତଥା ଭାରତର ସାଂସ୍କୃତିକ ଐତିହ୍ୟ ବିଷୟରେ ଗଭୀର ଅର୍ନ୍ତଦୃଷ୍ଟି ପ୍ରଦାନ କରେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's airport passenger handling capacity crosses 580 million: Govt

Media Coverage

India's airport passenger handling capacity crosses 580 million: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the effort and dedication of India's Youth
August 04, 2026

The Prime Minister, Shri Narendra Modi, shared a Sanskrit Subhashitam applauding the effort and dedication of India's Youth:

"न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥"

Shri Modi said that through continuous effort and dedication, our talents are honed and refined, and our youth is imbibing these very qualities and bringing glory to India.

The Prime Minister posted on X:

निरंतर प्रयास और साधना से हमारी प्रतिभा और निखरती है। आज हमारे युवा इन्हीं गुणों को आत्मसात कर दुनियाभर में देश का नाम रोशन कर रहे हैं।

न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥