ପଲାନା ଓ ବିକାନେରରେ ୨୬ ହଜାର କୋଟିର ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର, ଶିଳାନ୍ୟାସ ପ୍ରଧାନମନ୍ତ୍ରୀ କରିବେ
ରେଳବାଇ, ରାଜରାସ୍ତା, ଶକ୍ତି, ଜଳସମ୍ପଦ, ପରିବର୍ତନଶୀଳ ଊର୍ଜା କ୍ଷେତ୍ରର ପ୍ରକଳ୍ପ ଅନ୍ତର୍ଭୁକ୍ତ
୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୮୬ଟି ଜିଲ୍ଲାରେ ପୁନର୍ଗଠିତ ୧୦୩ଟି ଅମ୍ରିତ ଷ୍ଟେସନର ହେବ ଉଦଘାଟନ

ଆସନ୍ତା ୨୨ ତାରିଖରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୧ଟାରେ ସେ ବିକାନେର ଯାଇ ଦେଶନୋକେଠାରେ ରହିଥିବା କର୍ଣ୍ଣି ମଠ ପରିଦର୍ଶନ କରିବେ । ପରେ ସାଢେ ୧୧ଟା ବେଳକୁ ଅମ୍ରିତ ଭାରତ ଷ୍ଟେସନ ସ୍କିମ ଯୋଜନା ଅଧୀନରେ ପୁନର୍ଗଠିତ ଦେଶନୋକେ ଷ୍ଟେସନର ଲୋକାର୍ପଣ କରିବେ ଓ ସବୁଜ ପତାକା ଦେଖାଇ ବିକାନେର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ପରେ ପଲାନାରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ବହୁମୁଖୀ ଯୋଜନାର ଶିଳାନ୍ୟାସ, ଭିତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି ।

ପ୍ରାୟ ୧୧ ଶହ କୋଟି ଟଙ୍କାର ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୮୬ଟି ଜିଲ୍ଲାରେ ୧୦୩ଟି ପୁନର୍ଗଠିତ ଅମ୍ରିତ ଷ୍ଟେସନର ଉଦଘାଟନ କରିବେ । ଅମ୍ରିତ ଭାରତ ଷ୍ଟେସନ ଯୋଜନାରେ ପ୍ରାୟ ୧୩ ଶହରୁ ଊର୍ଦ୍ଧ୍ୱ ଷ୍ଟେସନକୁ ପୁନର୍ଗଠିତ କରାଯାଇଥିବା ସୂଚନା ମିଳିଛି । ପ୍ରତିଦିନ ଶହ ଶହ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ବୁଲି ଆସୁଥିବା ଦେଶନୋକେ ଷ୍ଟେସନକୁ ଏବେ ସୁନ୍ଦର ମନ୍ଦିର କଳାକୃତିରେ ପୁନର୍ଗଠିତ କରାଯାଇଛି । ତେଲେଙ୍ଗାନାର ବେଗମପେଟ ରେଲବେ ଷ୍ଟେସନକୁ କାକତୀୟ ସାମ୍ରାଜ୍ୟ ଶୈଳୀରେ ସଜାଯାଇଛି । ବିହାର ଥାବେ ଷ୍ଟେସନକୁ ୫୨ଟି ଶକ୍ତିପୀଠ ଭିତରୁ ଅନ୍ୟତମ ମା ଥାବେବାଲିଙ୍କ ମନ୍ଦିର ଅନୁସାରେ ସଜାଯାଇଛି । ଗୁଜରାଟର ଡାକୋର ଷ୍ଟେସନକୁ ରନଛୋଦ୍ରାଇ ମହାରାଜ ଦ୍ୱାରା ଅନୁପ୍ରେରିତ ହୋଇ ସଜାଯାଇଛି । ସାରା ଭାରତରେ ଅମ୍ରିତ ସ୍କିମ ଅନୁସାରେ ଏବେ ବିଭିନ୍ନ ଷ୍ଟେସନକୁ ଯାତ୍ରୀ ସୁଲଭ କରାଯିବା ସହ ବିଭିନ୍ନ ପ୍ରକାର କଳା, ସ୍ଥାପତ୍ୟରେ ରୂପ ଦିଆଯାଇଛି ।

ଭାରତୀୟ ରେଳବାଇ ଏହାର ନେଟବାର୍କକୁ ଏବେ ଶତପ୍ରତିଶତ ବିଦ୍ୟୁତିକରଣ କରି ଯାତ୍ରୀ ସୁଲଭ କରିପାରିଛି । ଏହିକ୍ରମରେ ୫୮ କିମି ବ୍ୟାପୀ ଚୁରୁ-ସାଦୁଲପୁର ରେଲବେ ଲାଇନର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ଓ ବିଦ୍ୟୁତିକରଣ ହୋଇଥିବା ୩୩୬ କିମି ବ୍ୟାପୀ ସୁରତଗଡ-ଫାଲୋଡି ରେଲବେ ଷ୍ଟେସନ, ୧୦୯ କିମି ବ୍ୟାପୀ ଫୁଲେରା-ଦେଗାନା ରେଲବେ ଷ୍ଟେସନ, ୨୧୦ କିମି ବ୍ୟାପୀ ଉଦୟପୁର-ହିମତନଗର ରେଲବେ ଷ୍ଟେସନ, ୧୫୭ କିମି ବ୍ୟାପୀ ଫାଲୋଡି-ଜୈସଲମେର ରେଲବେ ଷ୍ଟେସନ ୧୨୯ କିମି ବ୍ୟାପୀ ସମଦାରୀ-ବାରମେର ରେଲବେ ଷ୍ଟେସନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।

ରାଜ୍ୟରେ ରାସ୍ତା ଭିତିଭୂମି ସୁଦୃଢ କରିବା ଲାଗି ତିନିଟି ଅଣ୍ଡରପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଲାଗି ବି ପ୍ରଧାନମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ରାଜ୍ୟରେ ସାତଟି ରାଜରାସ୍ତା ପ୍ରକଳ୍ପକୁ ବି ସେ ଲୋକାର୍ପଣ କରିବେ । ୪୮୫୦ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉଭୟ ମାଲ ଓ ଯାତ୍ରୀ ପରିବହନ ନେଇ ବାଟ ଫିଟିବ ବୋଲି କୁହାଯାଇଛି । ଏହି ହାଇବେ ଭାରତ-ପାକ ସୀମା ଯାଏ ଯାଇଥିବା ବେଳେ ସେନା ବାହିନୀ ଏହି ରାସ୍ତାରେ ଯିବା ଆସିବା କରିବା ସୁଗମ ହେବ ବୋଲି କୁହାଯାଇଛି ।

ଡିଡବାନା କୁଚମାନର ବିକାନେର ଓ ନାବାରେ ଥିବା ସୌର ପ୍ରକଳ୍ପ ସହ ପାର୍ଟ ବି ପାବାର ଗ୍ରୀଡ ସିରୋହୀ ଟ୍ରାନ୍ସମିଶନ ଲିମିଟେଡ ଓ ପାର୍ଟ ଇ ପାବାରଗ୍ରୀଡ ମେବାର ଟ୍ରାନ୍ସମିଶନ ଲିମିଟେଡର ବି ପ୍ରଧାନମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିବେ । ବିକାନେରର ସୌର ପ୍ରକଳ୍ପ, ନିମଚ ପାବାରଗ୍ରୀଡ ଫତେଗଡ-୨ ପାବାର ଷ୍ଟେସନର ବି ସେ ଲୋକାର୍ପଣ କରିବେ ।

ରାଜ୍ୟ ସରକାରଙ୍କ ୨୫ଟି ପ୍ରମୁଖ ପ୍ରକଳ୍ପର ଲୋକାର୍ପଣ ସହ ଭିତିପ୍ରସ୍ର ସ୍ଥାପନ କରାଯିବ । ଏସବୁ ପ୍ରକଳ୍ପ ରାଜସ୍‌ଥାନର ଭିତିଭୂମି, ଯୋଗାଯୋଗ, ବିଜୁଳି ସଂଯୋଗ, ସ୍ୱାସ୍ଥ୍ୟ ସେବା, ଜଳ ଯୋଗାଣ କ୍ଷେତ୍ରରେ ବିଶେଷ ସହାୟକ ହେବ । ୩୨୪୦ କୋଟି ଟଙ୍କା ବିନିମୟରେ ୭୫୦ କିଲୋମିଟର ବ୍ୟାପୀ ୧୨ଟି ରାଜ୍ୟ ରାଜପଥର ମରାମତି ସହ ସମ୍ପ୍ରସାରଣ କାମ ଏଥିରେ ଅନ୍ତର୍ଭୁକ୍ତ । ପରବର୍ତୀ ପର୍ଯ୍ୟାୟରେ ଆହୁରି ୯୦୦ କିଲୋମିଟର ଧରି ହେବାର ରହିଛି । ବିକାନେର ଓ ଉଦୟପୁରରେ ଶକ୍ତି ପ୍ରକଳ୍ପକୁ ବି ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ରାଜସମନ୍ଦ, ପ୍ରତାପଗଡ, ଭିଲବାରା, ଢୋଲପୁରରେ ରହିଥିବା ନର୍ସିଂ କଲେଜଗୁଡିକୁ ବି ସେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଅମୃତ ୨.୦ ସ୍କିମରେ ପାଲି ଜିଲ୍ଲାର ୭ଟି ସହରରେ ସହରାଚଂଳ ଜଳ ଯୋଗାଣ ଯୋଜନାକୁ ପୁର୍ନଗଠନ କରି ଝୁନୁଝୁନ ଜିଲ୍ଲାରେ ଫ୍ଲୁରୋସିସ ମିଟିଗେସନ ପ୍ରକଳ୍ପ ସହ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପଗୁଡିକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi