ପ୍ରଧାନମନ୍ତ୍ରୀ ମଣିପୁରରେ ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ।
୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ଗୁଡିକର ଶିଳାନ୍ୟାସ କରାଯିବ । ଦେଶର ସମସ୍ତ ଅଂଚଳରେ ସଂଯୋଗ କ୍ଷେତ୍ରରେ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ଏହା କରାଯିବ ।
ମୋବାଇଲ୍ ସଂଯୋଗକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା ୨୩୫୦ରୁ ଅଧିକ ମୋବାଇଲ୍ ଟାୱାରକୁ ଲୋକମାନଙ୍କ ନିମନ୍ତେ ସମର୍ପିତ କରାଯିବ ।
ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ମିଳିବ; ‘ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌'ର ଶିଳାନ୍ୟାସ କରାଯିବ, ନବନିର୍ମିତ ୨୦୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଉଦ୍‌ଘାଟିତ ହେବ ।
ମଣିପୁରର ସବୁଠାରୁ ବଡ ସରକାରୀ - ଘରୋଇ ଭାଗିଦାରୀ ପଦକ୍ଷେପ ସ୍ୱରୂପ, ରୋଜଗାରର ସୁଯୋଗକୁ ବୃଦ୍ଧି କରିବା ନିମନ୍ତେ ‘ସେଂଟର ଫର୍ ଇନ୍‌ଭେନ୍‌ସନ୍‌, ଇନ୍ନୋଭେସନ୍‌, ଇନ୍‌କ୍ୟୁବେସନ୍ ଆଣ୍ଡ ଟ୍ରେନିଂ ସେଂଟର' (ଉଦ୍ଭାବନ, ନବୋନ୍ମେଷ, ଉଷ୍ମାୟନ ଏବଂ ପ୍ରଶିକ୍ଷଣ କେନ୍ଦ୍ର)ର ଶିଳାନ୍ୟାସ କରାଯିବ ।
‘ମଣିପୁର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପରଫର୍ମିଂ ଆର୍ଟ୍ସ’ର ଶିଳାନ୍ୟାସ କରାଯିବ । ଏହା ନିର୍ମାଣ କରିବାର ବିଚାର ପ୍ରଥମେ ୧୯୯୦ରେ ଆସିଥିଲା, କିନ୍ତୁ ଅନେକ ବର୍ଷ ପର୍ଯ୍ୟନ୍ତ ଏହାର କାର୍ଯ୍ୟାନ୍ୱୟନ
ମଣିପୁରର ସବୁଠାରୁ ବଡ ସରକାରୀ - ଘରୋଇ ଭାଗିଦାରୀ ପଦକ୍ଷେପ ସ୍ୱରୂପ, ରୋଜଗାରର ସୁଯୋଗକୁ ବୃଦ୍ଧି କରିବା ନିମନ୍ତେ ‘ସେଂଟର ଫର୍ ଇନ୍‌ଭେନ୍‌ସନ୍‌, ଇନ୍ନୋଭେସନ୍‌, ଇନ୍‌କ୍ୟୁବେସନ୍ ଆଣ୍ଡ ଟ୍ରେନିଂ ସେଂଟର' (ଉଦ୍ଭାବନ, ନବୋନ୍ମେଷ, ଉଷ୍ମାୟନ ଏବଂ ପ୍ରଶିକ୍ଷଣ କେନ୍ଦ୍ର)ର ଶିଳାନ୍ୟାସ କରାଯିବ ।
ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ମିଳିବ; ‘ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌'ର ଶିଳାନ୍ୟାସ କରାଯିବ, ନବନିର୍ମିତ ୨୦୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଉଦ୍‌ଘାଟିତ ହେବ ।
୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ଗୁଡିକର ଶିଳାନ୍ୟାସ କରାଯିବ । ଦେଶର ସମସ୍ତ ଅଂଚଳରେ ସଂଯୋଗ କ୍ଷେତ୍ରରେ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ଏହା କରାଯିବ ।
ମୋବାଇଲ୍ ସଂଯୋଗକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା ୨୩୫୦ରୁ ଅଧିକ ମୋବାଇଲ୍ ଟାୱାରକୁ ଲୋକମାନଙ୍କ ନିମନ୍ତେ ସମର୍ପିତ କରାଯିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜାନୁଆରୀ, ୨୦୨୨ରେ ମଣିପୁର ଏବଂ ତ୍ରିପୁରା ରାଜ୍ୟକୁ ଗସ୍ତ କରିବେ । ସକାଳ ପ୍ରାୟ ୧୧ଟା ବେଳେ ଇମ୍ଫାଲ୍‌ଠାରେ ପ୍ରଧାନମନ୍ତ୍ରୀ ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ଟି ବିକାଶ ପ୍ରକଳ୍ପର ଉଦ୍‌ଘାଟନ କରିବେ ଓ ଶିଳାନ୍ୟାସ କରିବେ । ଏହା ପରେ ଦ୍ୱିପ୍ରହରରେ ପାଖାପାଖି ୨ଟା ବେଳକୁ ଅଗରତାଲାରେ ସେ ମହାରାଜା ବୀର ବିକ୍ରମ ବିମାନ ବନ୍ଦରଠାରେ ନୂତନ ସମନ୍ୱିତ ଟର୍ମିନାଲ୍ ଭବନର ଉଦ୍‌ଘାଟନ କରିବେ ଏବଂ ଦୁଇଟି ପ୍ରମୁଖ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ମଣିପୁରରେ ପ୍ରଧାନମନ୍ତ୍ରୀ -

ମଣିପୁରରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୮୫୦  ଟଙ୍କା ମୂଲ୍ୟର ୧୩ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ ଏବଂ ହାରାହାରି ୨୯୫୦ କୋଟି ଟଙ୍କା ମୂଲ୍ୟର ୯ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ସଡକ ଭିତିଭୂମି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ବାସଗୃହ, ସୂଚନା ପ୍ରଯୁକ୍ତି, ଦକ୍ଷତା ବିକାଶ, କଳା ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ବନ୍ଧିତ ଅଟେ ।

ସଂଯୋଗୀକରଣକୁ ଉନ୍ନତତର କରିବା ନିମନ୍ତେ ସମଗ୍ର ଦେଶରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକ୍ରମ ଅନୁସାରେ, ପ୍ରଧାନମନ୍ତ୍ରୀ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ପାଂଚ ଗୋଟି ଜାତୀୟ ରାଜପଥ ନିର୍ମାଣର ଶିଳାନ୍ୟାସ କରିବେ । ୧୧୦ କିଲୋମିଟରରୁ ଅଧିକ କ୍ରମବର୍ଦ୍ଧନଶୀଳ ଦୀର୍ଘ ଏହି ରାଜପଥ ଗୁଡିକର ନିର୍ମାଣ ଏହି ଅଂଚଳର ସଡକ ସଂଯୋଗୀକରଣରେ ଉନ୍ନତି ଘଟାଇବା ନିମନ୍ତେ ଏକ ବଡ ପଦକ୍ଷେପ ହେବ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ଯାହା ଇମ୍ଫାଲ୍‌ରୁ ସିଲଚର ପର୍ଯ୍ୟନ୍ତ ବର୍ଷ ସାରା ଅବାଧ ସଂଯୋଗୀକରଣକୁ ବୃଦ୍ଧି କରିବ ତଥା ଯାନବାହନର ଭିଡକୁ କମ୍ କରିବ, ତାହା ହେଉଛି ବାରାକ୍ ନଦୀ ଉପରେ ଏନ୍‌ଏଚ୍ - ୩୭ ଉପରେ ୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ଷ୍ଟିଲ୍ ପୋଲର ନିର୍ମାଣ । କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଷ୍ଟିଲ୍ ପୋଲର ମଧ୍ୟ ଉଦ୍‌ଘାଟନ କରିବେ ।

ପ୍ରଧାନମନ୍ତ୍ରୀ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମିତ ହୋଇଥିବା ୨,୩୮୭ଟି ମୋବାଇଲ୍ ଟାୱାରକୁ ମଣିପୁରର ଲୋକମାନଙ୍କୁ ଉତ୍ସର୍ଗ କରିବେ । ଏହା ରାଜ୍ୟ ଗୁଡିକର ମୋବାଇଲ୍ ସଂଯୋଗୀକରଣକୁ ଅଧିକ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ହେବ ।

ରାଜ୍ୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ସହିତ ସମସ୍ତଙ୍କ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ପ୍ରଚେଷ୍ଟା ରହିଛି, ତାହାକୁ ପ୍ରୋତ୍ସାହନ ମିଳିବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବାକୁ ଯାଉଥିବା ପ୍ରକଳ୍ପ ଗୁଡିକରେ ୨୮୦ କୋଟି ଟଙ୍କାର ‘ଥୌବଲ୍ ବହୁ-ଉଦ୍ଦେଶୀୟ ପ୍ରକଳ୍ପର ଜଳ ସଂଚରଣ ପ୍ରଣାଳୀ\' ମଧ୍ୟ ଅନ୍ତର୍ଭୁକ୍ତ ଅଟେ, ଯାହା ଇମ୍ଫାଲ୍ ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପଲବ୍ଧ କରାଇବ; ତାମେଙ୍ଗଲୋଙ୍ଗ ଜିଲ୍ଲାର ଦଶଟି ବସ୍ତିରେ ରହୁଥିବା ଅଧିବାସୀମାନଙ୍କୁ ସୁରକ୍ଷିତ ଏବଂ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବା ନିମନ୍ତେ ୬୫ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ତାମେଙ୍ଗଲୋଙ୍ଗ ମୁଖ୍ୟାଳୟ ନିମନ୍ତେ ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ଜଳ ଯୋଗାଣ ଯୋଜନା ପ୍ରକଳ୍ପ; ଏବଂ ସେହି ଅଂଚଳର ଅଧିବାସୀମାନଙ୍କୁ ନିୟମିତ ଜଳ ଯୋଗାଣ କରିବା ନିମନ୍ତେ ୫୧ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ‘ସେନାପତି ଜିଲ୍ଲା ମୁଖ୍ୟାଳୟ ଜଳ ଯୋଗାଣ ଯୋଜନାର ବିସ୍ତାର’ ଇତ୍ୟାଦି ।

ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାର ଏକ ପ୍ରୟାସରେ ପ୍ରଧାନମନ୍ତ୍ରୀ ଇମ୍ଫାଲ୍‌ରେ ସରକାରୀ - ଘରୋଇ ଭାଗିଦାରୀତା ଆଧାରରେ ପ୍ରାୟ ୧୬୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ‘ଷ୍ଟେଟ୍ ଅଫ୍ ଦି ଆର୍ଟ (ଅତ୍ୟାଧୁନିକ ଚିକିତ୍ସା ସେବା ସହିତ) କ୍ୟାନସର୍ ହସ୍ପିଟାଲ୍‌'ର ଶିଳାନ୍ୟାସ କରିବେ । ଏହି କ୍ୟାନସର୍ ହସ୍ପିଟାଲ୍ ରାଜ୍ୟର ଲୋକ, ଯେଉଁମାନଙ୍କୁ ଅନ୍ୟଥା କ୍ୟାନସର୍ ସମ୍ବନ୍ଧୀୟ ଚିହ୍ନଟ ଏବଂ ଚିକିତ୍ସା ସେବା  ନିମନ୍ତେ ରାଜ୍ୟ ବାହାରକୁ ଯିବାକୁ ପଡୁଛି, ସେମାନଙ୍କର ପକେଟ୍ ଖର୍ଚ୍ଚକୁ କମ୍ କରି ସେମାନଙ୍କୁ ଯଥେଷ୍ଟ ଲାଭବାନ୍ କରିବ । ଏହା ବ୍ୟତୀତ, ରାଜ୍ୟରେ କୋଭିଡ୍ ସମ୍ବନ୍ଧିତ ଭିତିଭୂମିକୁ ସୁଦୃଢ଼ କରିବା ନିମନ୍ତେ, ପ୍ରଧାନମନ୍ତ୍ରୀ କିୟାମ୍‌ଗେଇରେ ୨୦୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲ୍‌ର ଉଦ୍‌ଘାଟନ କରିବେ, ଯାହାକୁ ପ୍ରାୟ ୩୭ କୋଟି ଟଙ୍କା ନିବେଶ କରାଯାଇ ଡିଆର୍‌ଡିଓ ସହଯୋଗରେ ସ୍ଥାପିତ କରାଯାଇଛି ।

ଭାରତୀୟ ସହର ଗୁଡିକର କାୟାକଳ୍ପ ଏବଂ ପୁନରୁଦ୍ଧାର ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ଅବିଶ୍ରାନ୍ତ ପ୍ରଚେଷ୍ଟାକୁ ସାକାର କରିବା ଦିଗରେ ଏକ ପଦକ୍ଷେପ, ‘ଇମ୍ଫାଲ୍ ସ୍ମାର୍ଟ ସିଟି ମିଶନ' ଅନୁସାରେ ଅନେକ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ହେବ । ପ୍ରଧାନମନ୍ତ୍ରୀ ୧୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ମିଶନର ତିନୋଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ, ଯେଉଁଥିରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର (ଆଇସିସିସି), ଇମ୍ଫାଲ୍ ନଦୀ ଉପରେ ପଶ୍ଚିମ ନଦୀର ମୁଖର ବିକାଶ (ପର୍ଯ୍ୟାୟ- ୧) ଏବଂ ‘ଥଙ୍ଗଲ୍ ବଜାରରେ ମାଲ ରୋଡ୍ (ପର୍ଯ୍ୟାୟ - ୧) ବିକାଶ’ ଅନ୍ତର୍ଭୁକ୍ତ । ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର (ଆଇସିସିସି) ସହରରେ ଯାତାୟାତ ବ୍ୟବସ୍ଥା, ଯାନବାହନ ଭିଡ଼ର ପରିଚାଳନା, କଠିନ ବର୍ଜ୍ୟ ପରିଚାଳନା ଏବଂ ସହରର ତଦାରଖ ସହିତ ବିଭିନ୍ନ ପ୍ରକାରର ପ୍ରଯୁକ୍ତି ଆଧାରିତ ସେବା ପ୍ରଦାନ କରିବ । ଏହି ମିଶନ ଅଧୀନରେ ଅନ୍ୟ ବିକାଶମୂଳକ ପ୍ରକଳ୍ପଗୁଡିକ ପର୍ଯ୍ୟଟନ ଏବଂ ସ୍ଥାନୀୟ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ଏବଂ ରୋଜଗାରର ଅନେକ ଅବସର ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ପାଖାପାଖି ୨୦୦ କୋଟି ଟଙ୍କା ମୂଲ୍ୟରେ ରାଜ୍ୟରେ ନିର୍ମିତ ହୋଇଥିବା ‘ସେଂଟର ଫର୍ ଇନ୍‌ଭେନ୍‌ସନ୍‌, ଇନ୍ନୋଭେସନ୍‌, ଇନ୍‌କ୍ୟୁବେସନ୍ ଆଣ୍ଡ ଟ୍ରେନିଂ ସେଂଟର' (ଉଦ୍ଭାବନ, ନବୋନ୍ମେଷ, ଉଷ୍ମାୟନ ଏବଂ ପ୍ରଶିକ୍ଷଣ କେନ୍ଦ୍ର) (ସିଆଇଆଇଆଇଟି)ର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ରାଜ୍ୟରେ ସବୁଠାରୁ ବୃହତ୍ ସରକାରୀ - ଘରୋଇ ଭାଗିଦାରୀ ପଦକ୍ଷେପ ଅଟେ ଏବଂ ଏହା ରାଜ୍ୟରେ ରୋଜଗାରର ଅବସର ସୃଷ୍ଟି କରିବା ବ୍ୟତୀତ ସୂଚନା ପ୍ରଯୁକ୍ତି କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ହରିୟାନାର ଗୁରଗାଓଁରେ ମଣିପୁର ପ୍ରଦର୍ଶନ କଳା ସଂସ୍ଥାନ (ମଣିପୁର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପରଫର୍ମିଂ ଆର୍ଟ୍ସ) ନିର୍ମାଣର ଶିଳାନ୍ୟାସ  ମଧ୍ୟ କରିବେ । ହରିୟାନାରେ ଏଭଳି ସାଂସ୍କୃତିକ ସଂସ୍ଥାନର ବିଚାର ୧୯୯୦ରେ ପ୍ରଥମ ଥର ପାଇଁ କରା ଯାଇଥିଲା, କିନ୍ତୁ ଏହା ବିଗତ ବର୍ଷ ମାନଙ୍କରେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଏହି ସଂସ୍ଥାନ ୨୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ହେବ ଏବଂ ରାଜ୍ୟର ସମୃଦ୍ଧ କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହନ ଦେବ । ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଉତ୍‌ତରାଧିକାରକୁ ଆହୁରି ସୁଦୃଢ଼ କରି ପ୍ରଧାନମନ୍ତ୍ରୀ ଇମ୍ଫାଲ୍‌ରେ ନବୀକରଣୀୟ ଏବଂ ପୁନଃନିର୍ମିତ ଗୋବିନ୍ଦଜୀ ମନ୍ଦିରର ଉଦ୍‌ଘାଟନ କରିବେ । ସେ ମୋଇରଙ୍ଗରେ ଆଇଏନ୍‌ଏ ପରିସରର ମଧ୍ୟ ଉଦ୍‌ଘାଟନ କରିବେ, ଯାହା ସ୍ୱତନ୍ତ୍ରତା ଆନ୍ଦୋଳନରେ ଭାରତୀୟ ରାଷ୍ଟ୍ରୀୟ ସେନା (ଆଇଏନ୍‌ଏ) ଦ୍ୱାରା ନିର୍ବାହ କରା ଯାଇଥିବା ମହତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଦର୍ଶିତ କରିବ ।

ସବ୍‌କା ସାଥ- ସବ୍‌କା ବିକାଶ - ସବ୍‌କା ବିଶ୍ୱାସର ମନ୍ତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ୧୩୦ କୋଟି ଟଙ୍କାରୁ ଅଧିକ ୭୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ସଂଖ୍ୟାଲଘୁ ସମୁଦାୟର ସାମଗ୍ରିକ ବିକାଶ ନିମନ୍ତେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ଗୁଡିକରେ ଭିତିଭୂମିଗତ ସହାୟତା ପ୍ରଦାନ କରିବ ।

ରାଜ୍ୟର ହସ୍ତକଳା ଊଦ୍ୟୋଗକୁ ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ୩୬ କୋଟି ଟଙ୍କା ମୂଲ୍ୟର ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟତଃ ଇମ୍ଫାଲ୍‌ର ପୂର୍ବାଂଚଳରେ ଥିବା ଜିଲ୍ଲା ନୋଙ୍ଗପୋକ୍ କାକଚିଙ୍ଗ୍‌ରେ ଥିବା ‘ବୃହତ୍ ହସ୍ତକଳା କ୍ଲଷ୍ଟର' ସ୍ଥାପନ କରାଯିବ, ଯାହା ଦ୍ୱାରା ଇମ୍ଫାଲର ପୂର୍ବାଂଚଳର ଜିଲ୍ଲା ଗୁଡିକରେ ରହୁଥିବା ପ୍ରାୟ ୧୭୦୦୦ ବୁଣାକାର ଲାଭବାନ ହେବେ ଏବଂ ମୋଇରଙ୍ଗର  ‘ଶିଳ୍ପ ଏବଂ ହସ୍ତକଳା ଗ୍ରାମ'କୁ ଲାଭ ମିଳିବ, ଯାହା ବୁଣାକାରଙ୍କ ପରିବାରଗୁଡ଼ିକୁ ସହାୟତା ଦେବ, ମୋଇରଙ୍ଗ ଏବଂ ତାକୁ ଲାଗିଥିବା ଲୋକତକ୍ ହ୍ରଦର ପର୍ଯ୍ୟଟନ ସାମର୍ଥ୍ୟକୁ ଶୃଙ୍ଖଳିତ କରିବ ଏବଂ ସ୍ଥାନୀୟ ଲୋକମାନଙ୍କ ନିମନ୍ତେ ରୋଜଗାରର ସୁଯୋଗ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ପ୍ରାୟ ୩୯୦ କୋଟି ଟଙ୍କା ବ୍ୟୟରେ ନ୍ୟୁ ଚେକନ୍‌ଠାରେ ନିର୍ମାଣ ହେବାକୁ ଥିବା ସରକାରୀ ଆବାସିକ କ୍ୱାର୍ଟରର ନିର୍ମାଣର ଶିଳାନ୍ୟାସ ମଧ୍ୟ କରିବେ । ଏହା ଆଧୁନିକ ସୁବିଧା ଗୁଡିକ ରହିଥିବା ସମନ୍ୱିତ ହାଉସିଂ କଲୋନୀ ହେବ । ସେ ଇମ୍ଫାଲ୍‌ର ପୂର୍ବରେ ଥିବା ଇବୁଧୌମାରଜିଂରେ ଏକ ରୋପ୍ ୱେ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବାକୁ ଯାଉଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ଦକ୍ଷତା ବିକାଶ ଭିତିଭୂମି (ଇଏସ୍‌ଡିଆଇ)କୁ ପ୍ରୋତ୍ସାହିତ କରିବା ଅଧୀନରେ ନୂତନ ଓଦ୍ୟୋଗିକ ପ୍ରଶିକ୍ଷଣ ସଂସ୍ଥା (ଆଇଟିଆଇ), କାଙ୍ଗପୋକପି ଏବଂ ସୂଚନା ଏବଂ ଲୋକ ସମ୍ପର୍କ ନିର୍ଦ୍ଦେଶାଳୟର ଏକ ନୂତନ କାର୍ଯ୍ୟାଳୟ ଭବନ ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।

ତ୍ରିପୁରାରେ ପ୍ରଧାନମନ୍ତ୍ରୀ

ଏହି ରାଜ୍ୟକୁ ଗସ୍ତ କରିବା ସମୟରେ, ପ୍ରଧ଼ାନମନ୍ତ୍ରୀ ମହାରାଜା ବୀର ବିକ୍ରମ (ଏମ୍‌ବିବି) ବିମାନ ବନ୍ଦରର ନୂତନ ସମନ୍ୱିତ ଟର୍ମିନାଲ୍ ଭବନର ଉଦ୍‌ଘାଟନ କରିବେ ଏବଂ ପ୍ରମୁଖ ପଦକ୍ଷେପ ଗୁଡ଼ିକର ଶୁଭାରମ୍ଭ କରିବେ, ଯଥା ମୁଖ୍ୟମନ୍ତ୍ରୀ ତ୍ରିପୁରା ଗ୍ରାମ ସମୃଦ୍ଧି ଯୋଜନା ଏବଂ ବିଦ୍ୟାଜ୍ୟୋତି ସ୍କୁଲ୍ ଗୁଡିକର ପ୍ରକଳ୍ପ ମିଶନ ୧୦୦ ଇତ୍ୟାଦି ।

ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମହାରାଜା ବୀର ବିକ୍ରମ ବିମାନ ବନ୍ଦରର ନୂତନ ସମନ୍ୱିତ ଟର୍ମିନାଲ୍ ଭବନ, ଆଧୁନିକ ସୁବିଧା ସୁଯୋଗ ରହିଥିବା ଏବଂ ନୂତନ ଆଇଟି ନେଟୱର୍କ ସମନ୍ୱିତ ପ୍ରଣାଳୀ ଦ୍ୱାରା ସମର୍ଥିତ ୩୦,୦୦୦ ବର୍ଗ ମିଟର ଧରି ବ୍ୟାପି ରହିଥିବା ଏକ ଅତ୍ୟାଧୁନିକ ଭବନ ଅଟେ । ନୂଆ ଟର୍ମିନାଲ୍ ଭବନର ବିକାଶ ହେଉଛି ସମଗ୍ର ଦେଶରେ ବିମାନ ବନ୍ଦରରେ ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ପ୍ରୟାସ ରହିଛି, ତାହାର ଅନୁରୂପ ଏକ ପ୍ରୟାସ ଅଟେ ।

ବିଦ୍ୟାଜ୍ୟୋତି ବିଦ୍ୟାଳୟ ପ୍ରକଳ୍ପ ମିଶନ ୧୦୦ର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଶିକ୍ଷାର ଗୁଣବତାରେ ପରିବର୍ତନ ଆଣିବା ଏବଂ ୧୦୦ଟି ବିଦ୍ୟମାନ ଉଚ୍ଚ/ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଏବଂ ଗୁଣବତାପୂର୍ଣ୍ଣ ଶିକ୍ଷା ସହିତ  ବିଦ୍ୟାଜ୍ୟୋତି ବିଦ୍ୟାଳୟରେ ପରିବର୍ତନ କରିବା । ଏହି ପ୍ରକଳ୍ପ ନର୍ସରୀଠାରୁ ଆରମ୍ଭ ହୋଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧.୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପରିସରଭୁକ୍ତ କରିବ ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ ଏଥିରେ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ମୁଖ୍ୟମନ୍ତ୍ରୀ ତ୍ରିପୁରା ଗ୍ରାମ ସମୃଦ୍ଧି ଯୋଜନାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ସ୍ତରରେ ମୁଖ୍ୟ ବିକାଶ କ୍ଷେତ୍ର ଗୁଡିକରେ ସେବାର ବିତରଣ କରିବା ନିମନ୍ତେ ବେଂଚମାର୍କ ମାନକ ପ୍ରାପ୍ତ କରିବା । ଏହି ଯୋଜନା ନିମନ୍ତେ ବଛା ଯାଇଥିବା ପ୍ରମୁଖ କ୍ଷେତ୍ରଗୁଡିକ ହେଉଛି ଘରୋଇ ଟ୍ୟାପ୍ ସଂଯୋଗ, ଘରୋଇ ବିଦ୍ୟୁତ୍ ସଂଯୋଗ, ସାରା ବର୍ଷ ପାଇଁ ସଡକ ପଥ, ସବୁ ଘର ପାଇଁ କାର୍ଯ୍ୟ କରୁଥିବା ଶୌଚାଳୟ, ପ୍ରତ୍ୟେକ ପିଲା ପାଇଁ ସୁପାରିସ କରାଯାଇଥିବା ଟୀକାଦାନ, ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳା ମାନଙ୍କର ଭାଗିଦାରୀତା ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ । ଏହି ଯୋଜନା ବିଭିନ୍ନ କ୍ଷେତ୍ର ଗୁଡିକରେ ସେବା ବିତରଣ କରିବା ନିମନ୍ତେ ବେଂଚମାର୍କ ମାନକ ଏବଂ ତୃଣମୂଳ ସ୍ତରରେ ସେବା ବିତରଣରେ ପରିବର୍ତନ ନିମନ୍ତେ ଗ୍ରାମ ଗୁଡିକରେ ସୁସ୍ଥତା ଭାବନା ସୃଷ୍ଟି କରିବାର ଆଶା କରାଯାଏ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"