ଲୋକମାତା ଦେବୀ ଅହିଲ୍ୟା ବାଇ ହୋଲକରଙ୍କ ୩୦୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା
ପ୍ରଧାନମନ୍ତ୍ରୀ କ୍ଷିପ୍ରା ନଦୀ ଉପରେ ୮୬୦ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେବାକୁ ଥିବା ଘାଟର ଶିଳାନ୍ୟାସ କରିବେ
ଅଞ୍ଚଳର ଶେଷ ସୀମା ପର୍ଯ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଦାତିଆ ଓ ସାତନା ବିମାନବନ୍ଦର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାତା ଦେବୀ ଅହିଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଅବସରରେ ମେ ୩୧ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିବେ । ସେ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟରେ ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମିଳନୀରେ ଭାଗ ନେବେ । ପ୍ରଧାନମନ୍ତ୍ରୀ ଭୋପାଳରେ ଅନେକ ଉନ୍ନୟନମୂକଳ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଏବଂ ଏକ ସମାରୋହରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମିଳନୀରେ ଭାଗ ନେବା ସହ ଲୋକମାତା ଦେବୀ ଅହିଲ୍ୟାବାଇଙ୍କୁ ସମର୍ପିତ ଏକ ସ୍ମାରକ ଡାକଟିକଟ ଏବଂ ଏକ ବିଶେଷ ମୁଦ୍ରା ମଧ୍ୟ ଜାରି କରିବେ । ୩୦୦ ଟଙ୍କା ମୂଲ୍ୟର ଏହି ମୁଦ୍ରାରେ ଅହିଲ୍ୟାବାଇଙ୍କ ଫଟୋ ରହିବ । ପ୍ରଧାନମନ୍ତ୍ରୀ ଜନଜାତୀୟ, ଲୋକ ଏବଂ ପାରମ୍ପରିକ କଳା କ୍ଷେତ୍ରରେ ଯୋଗଦାନ ପାଇଁ ଜଣେ ମହିଳା କଳାକାରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଦେବୀ ଅହିଲ୍ୟାବାଇ ପୁରସ୍କାର ମଧ୍ୟ ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ କ୍ଷିପ୍ରା ନଦୀରେ ୮୬୦ କୋଟିରୁ ଅଧିକ ଟଙ୍କାରେ ହେବାକୁ ଥିବା ଘାଟର ଶିଳାନ୍ୟାସ କରିବେ । ଏହା ଉଜ୍ଜୈନରେ ୨୦୨୮ରେ ହେବାକୁ ଥିବା ସିଂହସ୍ଥ ମହାକୁମ୍ଭ ପାଇଁ ପ୍ରସ୍ତୁତ କରାଯାଉଛି ।

ଅଞ୍ଚଳର ଶେଷ ସୀମା ପର୍ଯ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଦାତିଆ ଓ ସାତନା ବିମାନବନ୍ଦରର ଉଦଘାଟନ କରିବେ । ଏହା ବିନ୍ଧ୍ୟ ଅଞ୍ଚଳରେ ଉଦ୍ୟୋଗ, ପର୍ଯ୍ୟଟନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବାରେ ସହାୟତ ହୋଇପାରିବ ।

ସହରାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଇନେ୍ଦାର ମେଟ୍ରୋର ୟେଲୋ ଲାଇନର ସୁପର ପ୍ରାୟୋରିଟି କରିଡରରେ ଯାତ୍ରୀସେବାର ଉଦଘାଟନ କରିବେ । ଏହାଦ୍ୱାରା ଯାତାୟାତ ଭିଡ଼ ଓ ପ୍ରଦୂଷଣ ହ୍ରାସ ପାଇବା ସହ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରାର ସୁବିଧା ମିଳିପାରିବ ।

ପ୍ରଧାନମନ୍ତ୍ରୀ ୧୨୭୧ ଅଟଳ ଗ୍ରାମ ସୁଶାସନ ଭବନର ନିର୍ମାଣ ଉପଲକ୍ଷେ ପ୍ରଥମ କିସ୍ତିରେ ୪୮୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିବେ । ଏହି ଭବନ ଗ୍ରାମ ପଞ୍ଚାୟତକୁ ସ୍ଥାୟୀ ମୌଳିକ ଭିତ୍ତିଭୂମି ପ୍ରଦାନ କରିବ ଏବଂ ଏଠାରେ ପ୍ରଶାସନିକ କାର୍ଯ୍ୟର ପରିଚାଳନା, ବୈଠକ ଆଦି ଆୟୋଜନ କରିବାକୁ ଏବଂ ତଥ୍ୟଗୁଡ଼ିକୁ କୁଶଳତାର ସହ ସଂରକ୍ଷଣ କରି ରଖିବାର ସୁବିଧା ମିଳିପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
With HPV vaccine rollout, AIIMS oncologist says it’s the beginning of the end for cervical cancer in India

Media Coverage

With HPV vaccine rollout, AIIMS oncologist says it’s the beginning of the end for cervical cancer in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Jammu and Kashmir team on their first-ever Ranji Trophy victory
February 28, 2026

The Prime Minister has congratulated the Jammu and Kashmir team for their first-ever Ranji Trophy win.

The Prime Minister stated that this historic triumph reflects the remarkable grit, discipline, and passion of the team. Highlighting that it is a proud moment for the people of Jammu and Kashmir, he noted that the victory underscores the growing sporting passion and talent in the region.

The Prime Minister expressed hope that this feat will inspire many young athletes to dream big and play more.

The Prime Minister shared on X post;

"Congratulations to the Jammu and Kashmir team for their first ever Ranji Trophy win! This historic triumph reflects remarkable grit, discipline and passion of the team. It is a proud moment for the people of Jammu and Kashmir and it highlights the growing sporting passion and talent there. May this feat inspire many young athletes to dream big and play more."