ଆସନ୍ତା ଡିସେମ୍ବର 15, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ କଚ୍ଛ ଜିଲ୍ଲାର ଧୋର୍ଡୋ ଅଞ୍ଚଳ ଗସ୍ତ କରି ସେଠାରେ ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରକଳ୍ପଗୁଡିକ ମଧ୍ୟରେ ଏକ ଡିସାଲିନେସନ କାରଖାନା, ଏକ ଉନ୍ନତ ଅକ୍ଷୟ ଶକ୍ତି ପାର୍କ ଏବଂ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ କାରଖାନା ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ରଣ ଗସ୍ତ କରି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ । 

ଗୁଜୁରାଟର ବିଶାଳ ଉପକୂଳବର୍ତ୍ତୀ ଅଞ୍ଚଳକୁ ବ୍ୟବହାର କରି ମାଣ୍ଡଭି, କଚ୍ଛଠାରେ ଡିସାଲିନେସନ କାରଖାନା ସ୍ଥାପନ କରି ସମୁଦ୍ର ଜଳକୁ ପାନୀୟ ଜଳରେ ପରିଣତ କରିବା ଦିଗରେ ରାଜ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି । ଦୈନିକ 10 କୋଟି ଲିଟର କ୍ଷମତା (100 ଏମଏଲଡି) ଥିବା ଏହି କାରଖାନା ନର୍ମଦା ଗ୍ରୀଡ, ସାଉନି ନେଟୱାର୍କ ଏବଂ ବିଶୋଧିତ ବର୍ଜ୍ୟଜଳ ଭିତ୍ତିଭୂମି ଦ୍ଵାରା ଗୁଜୁରାଟରେ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିବ । ଦେଶରେ ସ୍ଥାୟୀ ଏବଂ ସୁଲଭ ଜଳ ଉତ୍ସ ସୃଷ୍ଟି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ମୁଣ୍ଡ୍ରା, ଲଖପାଟ, ଅବଦାସା ଏବଂ ନାଖତ୍ରନା ତାଲୁକାର ପ୍ରାୟ 8 ଲକ୍ଷ ଲୋକ ଏହି କାରଖାନାରୁ ଜଳ ପାଇବେ, ଯାହାକି ବଳକା, ରାପର ଏବଂ ଗାନ୍ଧୀଧାମର ଉପର ଅଞ୍ଚଳରେ ଥିବା ଜିଲ୍ଲାକୁ ଯୋଗାଇବାରେ ସହାୟକ ହେବ । ଏହା ଗୁଜୁରାଟର ପାଞ୍ଚଟି ଲୁଣ ଅପସାରଣ କାରଖାନା ଦହେଜ (100 ଏମଏଲଡି), ଦ୍ୱାରକା (70 ଏମଏଲଡି), ଘୋଘା ଭାବନଗର (70 ଏମଏଲଡି) ଏବଂ ଗିର ସୋମନାଥ (30 ଏମଏଲଡି) ମଧ୍ୟରୁ ଅନ୍ୟତମ ।

ଗୁଜୁରାଟର କଚ୍ଛ ଜିଲ୍ଲାର ଭିଗାକୋଟ ଗ୍ରାମ ନିକଟରେ ଥିବା ଉତ୍ତମ ଧରଣର ଅକ୍ଷୟ ଶକ୍ତି ପାର୍କ ଦେଶର ସର୍ବ ବୃହତ ଅକ୍ଷୟ ଶକ୍ତି ଉତ୍ପାଦନ ପାର୍କ ହେବ । ଏହା 30 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କରିବ । 72,600 ହେକ୍ଟର ଜମିରେ ସ୍ଥାପିତ ହୋଇଥିବା ଏହି ପାର୍କରେ ପବନ ଏବଂ ସୌର ଶକ୍ତି ସଂରକ୍ଷଣ ପାଇଁ ଏକ ଉତ୍ସର୍ଗୀକୃତ ଉତ୍ତମ ଧରଣର ପାର୍କ ଜୋନ ରହିବ ଏବଂ ପବନ ଶକ୍ତି ଉତ୍ପନ୍ନ କାର୍ଯ୍ୟକଳାପ ଚାଲୁ ରହିବ |  

ପ୍ରଧାନମନ୍ତ୍ରୀ କଚ୍ଛର ସରହାଦ ଦୁଗ୍ଧ ଅଞ୍ଜରଠାରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ କାରଖାନାର ଆଧାରଶିଳା ରଖିବେ । ଏହି କାରଖାନାର ମୂଲ୍ୟ 121 କୋଟି ଟଙ୍କା ହେବ ଏବଂ ଏହା ପ୍ରତିଦିନ 2 ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରିପାରିବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 25, 2026
August 25, 2026

Nari Shakti to Capital Markets: PM Modi’s Reforms Are Rewiring India’s Growth Story