ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି
ସମାରୋହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ
ପ୍ରଧାନମନ୍ତ୍ରୀ ବୋଦେଲୀ, ଛୋଟା ଉଦୟପୁର ଠାରେ ୫୨୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ
“ଉତ୍କର୍ଷ ବିଦ୍ୟାଳୟ ଅଭିଯାନ” କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ୪୫୦୦ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଏହା ଗୁଜରାଟର ବିଦ୍ୟାଳୟ ଭିତ୍ତିଭୂମି ମଜଭୁତ କରିବ। ପ୍ରଧାନମନ୍ତ୍ରୀ ‘ବିଦ୍ୟା ସମୀକ୍ଷା କେନ୍ଦ୍ର ୨.୦’ ପ୍ରକଳ୍ପର ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬-୨୭ ସେପ୍ଟେମ୍ବର ୨୦୨୩ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ। ସେପ୍ଟେମ୍ବର ୨୭ ପୂର୍ବାହ୍ନ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ବିକ ଶିଖର ବୈଠକରେ ୨୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ତା’ପରେ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ବୋଦେଲୀ ଓ ଛୋଟା ଉଦୟପୁର ପହଂଚି ସେଠାରେ ୫୨୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀର ୨୦ ବର୍ଷ

ବିଜ୍ଞାନ ନଗରୀ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ସମାରୋହରେ ଅଂଶଗ୍ରହଣ କରିବେ। ଏଠାରେ ଶିଳ୍ପ ସଂଘ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଥିବା ଖ୍ୟାତନାମା ବ୍ୟକ୍ତିଗଣ, ଉଚ୍ଚ ଓ ବୈଷୟିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀ ଆରମ୍ଭ ହୋଇଥିଲା। ୨୦ ବର୍ଷ ପୂର୍ବେ ସେପ୍ଟେମ୍ବର ୨୮, ୨୦୨୩ରେ କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହା ବାସ୍ତବିକ ବୈଶ୍ବିକ ହୋଇ ଦେଶର ପ୍ରମୁଖ ବ୍ୟାବସାୟିକ ଶିଖର ବେୈଠକ ରୂପ ନେଇଛି। ପ୍ରାୟ ୩୦୦ ଅଂଶଗ୍ରହଣକାରୀଙ୍କୁ ନେଇ ୨୦୨୩ରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ୨୦୧୯ରେ ୧୩୫ଟି ଦେଶର ହଜାର ହଜାର ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ।

ଗତ ୨୦ ବର୍ଷ ମଧ୍ୟରେ କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀ “ଗୁଜରାଟକୁ ଏକ ପସନ୍ଦଯୋଗ୍ୟ ନିବେଶର ଲକ୍ଷ୍ୟ ସ୍ଥଳ” କରିବା ପାଇଁ ଆରମ୍ଭ ହୋଇଥିବା ବେଳେ ତାହା ଏକ ‘ନୂତନ ଭାରତର ଗଠନ’ ରୂପ ନେଇଛି କମ୍ପିତ ଗୁଜରାଟର ଏହି ଅସାମାନ୍ୟ ସଫଳତା ସମଗ୍ର ଦେଶ ପାଇଁ ଏକ ରୋଲ୍ ମଡେଲ ହେବା ସହ ଏଭଳି ପୁଞ୍ଜିନିବେଶ ଶିଖର ସମ୍ମିଳନୀ ଅନ୍ୟ ରାଜ୍ୟଗୁଡ଼ିକରେ ଆୟୋଜନ କରିବା ପାଇଁ ପ୍ରେରଣା ଯୋଗାଇଛି।

 

ବୋଦେଲୀ ଓ ଛୋଟା ଉଦୟପୁରରେ ପ୍ରଧାନମନ୍ତ୍ରୀ

“ଉତ୍କର୍ଷ ବିଦ୍ୟାଳୟ ଅଭିଯାନ” ଅଧୀନରେ ପ୍ରଧାନମନ୍ତ୍ରୀ ୪୫୦୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବାକୁ ଯାଉଥିବାରୁ ଏହା ଗୁଜରାଟ ବ୍ୟାପୀ ବିଦ୍ୟାଳୟ ଭିତ୍ତିଭୂମିକୁ ଅନେକ ପ୍ରୋତ୍ସାହନ ଦେବ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହଜାର ହଜାର ନୂତନ ଶ୍ରେଣୀ କକ୍ଷ, ସ୍ମାର୍ଟ ଶ୍ରେଣୀ କକ୍ଷ, କମ୍ପ୍ୟୁଟର ଲ୍ୟାବ, ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଯାନ୍ତ୍ରିକ ବିଦ୍ୟା ଓ ଗଣିତ) ଲ୍ୟାବ ଓ ଅନ୍ୟାନ୍ୟ ଭିତ୍ତିଭୂମି ଗୁଜରାଟର ବିଭିନ୍ନ ଅଞ୍ଚଳରେ ଉଦଘାଟନ କରିବେ। ଅଭିଯାନ ଅଧୀନରେ ମଧ୍ୟ ପ୍ରଧାନମନ୍ତ୍ରୀ ହଜାର ହଜାର ଶ୍ରେଣୀଗୃହ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ମଧ୍ୟ “ବିଦ୍ୟା ସମୀକ୍ଷା କେନ୍ଦ୍ର ୨.୦” ପ୍ରକଳ୍ପର ଶିଳାନ୍ୟାସ କରିବେ। ବିଦ୍ୟା ସମୀକ୍ଷା କେନ୍ଦ୍ରଗୁଡ଼ିକର ସଫଳତାକୁ ଲକ୍ଷ୍ୟ କରି ଏହି ପ୍ରକଳ୍ପ ଲୋକାର୍ପିତ ହେବ। କାରଣ ଏହି କେନ୍ଦ୍ରଗୁଡ଼ିକ ନିରବଚ୍ଛିନ୍ନ ଭାବେ ଗୁଜରାଟରେ ବିଦ୍ୟାଳୟଗୁଡ଼ିକର ଅନୁଧ୍ୟାନ ଓ ବିଦ୍ୟାର୍ଥୀମାନଙ୍କ ଉନ୍ନତିକୁ ସୁନିଶ୍ଚିତ କରିଛି। ‘ବିଦ୍ୟା ସମୀକ୍ଷା କେନ୍ଦ୍ର ୨.୦” ଅଧୀନରେ ଗୁଜରାଟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକରେ ବିଦ୍ୟା ସମୀକ୍ଷା କେନ୍ଦ୍ର ମାନ ସ୍ଥାପିତ ହେବ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଦେଶକୁ ଅନେକ ବିକାଶମୂଳକ ପ୍ରକଳ୍ପ ଉତ୍ସର୍ଗ କରିବେ। ସେଗୁଡ଼ିକ ମଧ୍ୟରେ ନର୍ମଦା ନଦୀ ଉପରେ ଓଡ଼ାର-ସିନୋର-ମାଲସର-ଆଶା ରୋଡ ନୂତନ ପୋଲ ନିର୍ମାଣ ହେବ। ଏହା ଭଦୋଦରା ଜିଲ୍ଲା ସିନୋର ତାଲୁକରେ ରହିଛି। ଏହା ବ୍ୟତୀତ ଛାବ-ଲୋବ ପୁନଃ ବିକଶିତ ପ୍ରକଳ୍ପ, ଦହୋଡ଼ ଠାରେ ଜଳଯୋଗାଣ ପ୍ରକଳ୍ପ, ଭଦୋଦରାରେ ଆର୍ଥିକ ଦୁର୍ବଳ ଶ୍ରେଣୀ ବ୍ୟକ୍ତିଙ୍କ ନିମନ୍ତେ ୪୦୦ ନୂତନ ଘର, ୭୫୦୦ ଗ୍ରାମରେ ଓ୍ବାଇଫାଇ ପ୍ରକଳ୍ପ ଓ ଦହୋଡ଼ ଠାରେ ନୂତନ ଜବାହାର ନବୋଦୟ ବିଦ୍ୟାଳୟ ରହିଛି।

ପ୍ରଧାନମନ୍ତ୍ରୀ ଛୋଟ ଉଦୟପୁର ଠାରେ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଗୋଧ୍ରା ଓ ପଞ୍ଚ ମହଲ ଠାରେ ଉଡ଼ନ୍ତା ପୋଲ ଓ ଦହୋଡ଼ ଠାରେ ଏଫଏମ ବେତାର କେନ୍ଦ୍ର ଷ୍ଟୁଡିଓର ମଧ୍ୟ ଶିଳାନ୍ୟାସ କରିବେ। ଏହା କେନ୍ଦ୍ର ସରକାରଙ୍କ ‘ପ୍ରସାରଣ ଭିତ୍ତିଭୂମି ଓ ନେଟଓ୍ବର୍କ ବିକାଶ (ବିଆଇଏନଡି) ଯୋଜନା ଅଧୀନରେ ନିର୍ମିତ ହେବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."