ସାବରକଣ୍ଟା ସବର ଡାଏରୀ ଏକ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବହୁମୁଖୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିକୁ ପ୍ରକଳ୍ପ ସ୍ୱଚ୍ଛନ୍ଦ କରିବା ସହ ସ୍ଥାନୀୟ କୃଷକ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ
ପ୍ରଧାନମନ୍ତ୍ରୀ ୪୪ତମ ଚେସ ଅଲିମ୍ପିଆନଡ୍ ଆରମ୍ଭ ଘୋଷଣା କରିବେ
ପ୍ରଥମଥର ନିମନ୍ତେ ଚେସ ଅଲିମ୍ପିଆଡ୍ ଭାରତରେ ଆୟୋଜିତ ହେଉଛି ଭାରତ ଏହାର ସବୁଠାରୁ ବଡ଼ ଦଳ ପ୍ରତିଯୋଗିତାରେ ଅବତୀର୍ଣ୍ଣ କରାଯାଉଛି
ପ୍ରଧାନମନ୍ତ୍ରୀ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ
ପ୍ରଧାନମନ୍ତ୍ରୀ ଗାନ୍ଧୀ ନଗରର ଗିଫ୍ଟ ସିଟିରେ ଆଇଏଫଏସସିଏ ମୁଖ୍ୟାଳୟର ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ଆନ୍ତର୍ଜାତିକ ବୁଲିୟନ ବିନିମୟ ଆଇଆଇବିଏକ୍ସ ଗିଫ୍ଟ ସିଟିରେ ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୮-୨୯, ୨ଠ୨୨ରେ ଗୁଜରାଟ ଓ ତାମିଲନାଡୁ ଗସ୍ତ କରିବେ । ଜୁଲାଇ ୨୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପ୍ରଧାନମନ୍ତ୍ରୀ ସାବରକଣ୍ଟାର ଗାଡ଼ହୋଡ଼ା ଚୌକୀର ସାବର ଡାଏରୀ ଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକର ଉଦଘାଟନ କରିବେ । ପରେ ପ୍ରଧାନମନ୍ତ୍ରୀ ଚେନ୍ନାଇ ଯାଇ ପ୍ରାୟ ସନ୍ଧ୍ୟା ଛଅଟା ବେଳେ ଚେନ୍ନାଇର ଜେଏଲଏନ ଇନଡୋର ଷ୍ଟାଡିୟମ ଡାରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଉଦଘାଟନର ଘୋଷଣା କରିବେ ।

ଜୁଲାଇ ୨୯ ତାରିଖ ପ୍ରାୟ ପୂର୍ବାହ୍ନ ୧ଠଟା ବେଳକୁ ପ୍ରଧାନମନ୍ତ୍ରୀ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ । ତା’ପରେ ଗାନ୍ଧୀ ନଗର ଯାତ୍ରା କରି ଗିଫ୍ଟ ସିଟି ପରିଦର୍ଶନ କରିବେ । ସେଠାରେ ଅପରାହ୍ନ ପ୍ରାୟ ଚାରିଟା ବେଳେ ସେ କେତେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ମଧ୍ୟ କରିବେ ।

 

ଗୁଜରାଟରେ ପ୍ରଧାନମନ୍ତ୍ରୀ

ସରକାର ମୁଖ୍ୟତଃ ଗ୍ରାମ୍ୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ କୃଷି ଓ ତଦଜନିତ ସଂଶ୍ଳିଷ୍ଟ କାର୍ଯ୍ୟକଳାପକୁ ଅଧିକ ଉତ୍ପାଦନ ଅଭିମୁଖୀ କରିବା ଉପରେ ପ୍ରାଥମିକତା ଦେଉଛନ୍ତି । ଏ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସାବର ଡାଏରୀ ପରିଦର୍ଶନ କରି ସେଠାରେ ଜୁଲାଇ ୨୮ ତାରିଖ ଦିନ ପ୍ରାୟ ଏକ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କୁ ସେମାନଙ୍କ ଆୟ ବୃଦ୍ଧି କରାଇବାରେ ସହାୟକ ହେବ । ଏହା ସେହି ଅଞ୍ଚଳର ଗ୍ରାମୀଣ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆଣିବ ।

ପ୍ରଧାନମନ୍ତ୍ରୀ ସାବର ଡାଏରୀରେ ପାଉଡ଼ର ପ୍ଲାଣ୍ଟର ଉଦଘାଟନ କରିବେ । ଏହାର ଦୈନିକ କ୍ଷମତା ୧୨ଠ ନିୟୁତ ଟନ । ସମ୍ପୂର୍ଣ୍ଣ ପ୍ରକଳ୍ପ ବାବଦ ଖର୍ଚ୍ଚ ପ୍ରାୟ ୩ଠଠ କୋଟିରୁ ଅଧିକ ହେବ । ପ୍ଲାଣ୍ଟର ପାରିପାଟୀ ବୈଶ୍ୱିକ ଖାଦ୍ୟ ନିରାପତ୍ତା ମାନଙ୍କ ପୂରଣ କରୁଛି । ଏହା ଖୁବ୍ ଉଚ୍ଚ ଶକ୍ତି ସମ୍ପନ୍ନ ଓ ବର୍ଜବ୍ୟସ୍ତୁ ଉଦଗୀରଣ ନାହିଁ କହିଲେ ଚଳେ । ଏହି କାରଖାନା ଅତ୍ୟାଧୁନିକ ଓ ସମ୍ପୂର୍ଣ୍ଣ ସ୍ୱଂୟକ୍ରିୟ ପଦ୍ଧତିରେ ନିର୍ମିତ ହୋଇଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ସାବର ଡାଏରୀରେ ସେପଟିକ ଦୁଗ୍ଧ ପ୍ୟାକେଜିଂ ପ୍ଲାଣ୍ଟର ଉଦଘାଟନ କରିବେ । ଏହି କାରଖାନାର ସାମର୍ଥ୍ୟ ହେଉଛି ଦିନକୁ ତିନି ଲକ୍ଷ ଲିଟର । ୧୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏହି କାରଖାନା ସମ୍ପୂର୍ଣ୍ଣ ସ୍ୱଂୟକ୍ରିୟ ଓ ପରିବେଶ ଅନୁକୂଳ ବୈଷୟିକ ଜ୍ଞାନ ଦ୍ୱାରା ପରିଚାଳିତ । ଏହି ପ୍ରକଳ୍ପ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଉତ୍ତମ ରୋଜଗାର ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ସାବର ଛେନା ଓ ଘୋଳ ଦହି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ବାବଦ ପ୍ରାୟ ଛଅ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାରଖାନା ଦିନକୁ ୨ଠ ନିୟୁତ ଟନ ଚେଜାର ଛେନା, ଦିନକୁ ଦଶ ନିୟୁତ ଟନ ମୋଜାରେଲା ଛେନା ଓ ଦୈନିକ ୧୬ ନିୟୁତ ଟନ ପ୍ରକ୍ରିୟାକୃତ ଛେନା ଉତ୍ପାଦନ କରିବ । ପ୍ରସ୍ତୁତ ହୋଇସାରିବା ପରେ ଛେନା ଡ୍ରାଇଙ୍ଗ ପ୍ଲାଣ୍ଟରେ ଦିନକୁ ୪ଠ ନିୟୁତ ଟନ ଡ୍ରାଇଙ୍ଗ ହେବ ।

ସାବର ଡାଏରୀ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ)ର ଅଂଶବିଶେଷ ଭାବେ ସମସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଅମୂଲ ଛାପରେ ବଜାରକୁ ଛାଡ଼ିଥାଏ ।

ଜୁଲାଇ ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ଗାନ୍ଧୀ ନଗରସ୍ଥିତି ଗିଫ୍ଟ ସିଟି ପରିଦର୍ଶନରେ ଯିବେ । ଗୁଜରାଟ ଇଣ୍ଟରନାସନାଲ ଫାଇନାନ୍ସ ଟେକ ସିଟି ଭାବରେ ପରିଚିତ ଗିଫ୍ଟ ସିଟି ଆର୍ଥିକ ଓ ପ୍ରଯୁକ୍ତି ସେବା ନିମନ୍ତେ ଏକ ସମନ୍ୱିତ ପେଣ୍ଠ ଭାବେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପାଇଁ ପରିକଳ୍ପନା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ତର୍ଜାତିକ ଆର୍ଥିକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫଏସସିଏ) ମୁଖ୍ୟାଳୟ ଭବନର ଶିଳାନ୍ୟାସ କରିବେ । ଏହି ଭବନ ଆର୍ଥିକ ସେବା, ସାମଗ୍ରୀର ନିୟନ୍ତ୍ରକ ହୋଇଥିବା ବେଳେ, ଏହାକୁ ଜିଆଇଏଫଟି - ଆଇଏଫଏସସିର ଏକ ଅଗ୍ରଣୀ ଆର୍ଥିକ କେନ୍ଦ୍ର ଭାବେ ପରିଳକଳ୍ପନା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଭାରତ ଆନ୍ତର୍ଜାତିକ ବୁଲିୟନ ଏକ୍ସଚେଞ୍ଜ (ଆଇଆଇବିଏକ୍ସ) ଭାରତରେ ପ୍ରଥମ ଆନ୍ତର୍ଜାତିକ ବୁଲିୟନ ଏକ୍ସଚେଞ୍ଜ ଇନ ଜିଆଇଏଫଟି - ଆଇଏଫଏସସିକୁ ଉଦଘାଟନ କରିବେ ।

ଏହା ବୈଶ୍ୱିକ ବୁଲିୟନ ବଜାରରେ ଭାରତକୁ ତା’ର ନାଯ୍ୟ ସ୍ଥାନ ହାସଲ ନେଇ ସଶକ୍ତ କରିବା ସହ ବୈଶ୍ୱିକ ମୂଲ୍ୟ ଚେନ୍ ଅତୁଟ ରଖେ । ଆଇଆଇବିଏକ୍ସ ମଧ୍ୟ ଭାରତ ସରକାରଙ୍କୁ ବୈଶ୍ୱିକ କୁଲିୟନ ପ୍ରାଇସ ପ୍ରଭାବ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ଏନଏସଇ - ଆଇଏଫଏସସି - ଏସଜିଏକ୍ସ ସଂଯୋଗ ଶୁଭାରମ୍ଭ କରିବେ । ଏହା ଏନଏସଇର ଜିଆଇଏଫଟି ଆନ୍ତର୍ଜାତିକ ସେବାକେନ୍ଦ୍ର ଆଇଏଫଏସସି ଓ ସିଙ୍ଗାପୁର ଏକ୍ସଚେଞ୍ଜ ଲିମିଟେଡ (ଏସଜିଏକ୍ସ)ର ଏକ ମିଳିତ ପଦ୍ଧତି । ଏହି ସଂଯୋଗ ବଳରେ ନିଫ୍ଟି ନିଦେ୍ର୍ଦଶାବଳୀର ସମସ୍ତ ନିଦେ୍ର୍ଦଶ ସିଙ୍ଗାପୁର ଏକ୍ସଚେଞ୍ଜରୁ ଏନଏସଇ - ଆଇଏଫଏସସି ଟ୍ରେଡିଂ ଫ୍ଲାଟଫର୍ମ ଜରିଆରେ ଅତିକ୍ରମ କରିବ । ଏହା ଜିଆଇଏଫଟି - ଆଇଏଫଏସସିର ଆର୍ଥିକ ବାତାବରଣ ଉପରେ ସକାରାତ୍ମକ ପ୍ରଭାବ ବିସ୍ତାର କରିବ ।

ତାମିଲନାଡୁରେ ପ୍ରଧାନମନ୍ତ୍ରୀ

ଚେନ୍ନାଇର ଜେଏଲନ ଇଣ୍ଡୋର ଷ୍ଟାଡିୟମରେ ଜୁଲାଇ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ୪୪ତମ ଚେସ୍ ଅଲମମ୍ପିଆଡର ଭବ୍ୟ ସମାରୋହକୁ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଜୁନ ୧୯, ୨ଠ୨୨ ଦିନ ସର୍ବପ୍ରଥମ ଚେସ ଅଲିମ୍ପିଆଡ ମଶାଲ ରିଲେକୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ଷ୍ଟାଡିୟମରେ ଶୁଭାରମ୍ଭ କରିଥିଲେ । ୪ଠ ଦିନ ଧରି ଏହି ମଶାଲ ଦେଶର ୭୫ଟି କୀର୍ତ୍ତିରାଜି ସ୍ଥଳ ପ୍ରାୟ ୨ଠ ହଜାର କିଲୋମିଟର ପରିକ୍ରମା କରିବା ପରେ ମହାବଳୀପୁରମରେ ଶେଷ ହୋଇଥିଲା । ପରେ ଏହା ସ୍ୱିଜରଲାଣ୍ଡର ଏଫଆଇଡିଇ ମୁଖ୍ୟାଳୟ ଯାତ୍ରା କରିଥିଲା ।

ଜୁଲାଇ ୨୮ରୁ ଅଗଷ୍ଟ ୯, ୨ଠ୨୨ ମଧ୍ୟରେ ୪୪ତମ ଚେସ ଅଲିମ୍ପିଆଡ ଚେନ୍ନାଇ ଠାରେ ଅନୁଷ୍ଠିତ ହେବ । ୧୯୨୭ ମସିହା ଠାରୁ ଆୟୋଜିତ ହୋଇ ଆସୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମଥର ପାଇଁ ଭାରତରେ ଆୟୋଜିତ ହେଉଥିବା ବେଳେ, ୩ଠ ବର୍ଷ ପରେ ଏସିଆରେ ଅନୁଷ୍ଠିତ ହେଉଛି । ୧୮୭ଟି ଦେଶ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବୃହତ୍ତମ ଚେସ ଅଲିମ୍ପିଆଡ । ଛଅଟି ଦଳରେ ବିଭକ୍ତ ହୋଇ ଭାରତ ଏହାର ସବୁଠାରୁ ବଡ଼ ୩ଠ ଜଳ କ୍ରୀଡ଼ାବିତଙ୍କୁ ଏଥିରେ ସାମିଲ କରିଛି ।

ଜୁଲାଇ ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ଚେନ୍ନାଇ ଠାରେ ସମ୍ମାନଜନକ ଆନ୍ନା ବିଶ୍ୱବିଦ୍ୟାଳୟରେ ୪୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ । ଏହି ଅବସରରେ ସେ ୬୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିବେ ଏବଂ ନିଜର ଅଭିଭାଷଣ ରଖିବେ ।

ଆନ୍ନା ବିଶ୍ୱବିଦ୍ୟାଳୟ ସେପ୍ଟେମ୍ବର ୪, ୧୯୭୮ ମସିହାରେ ସ୍ଥାପିତ ହୋଇଥିଲା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି. ଏନ. ଆନ୍ନା ହଜାରେଙ୍କ ନାମରେ ଏହା ସ୍ଥାପିତ ହୋଇଛି । ଏହା ଅଧିନରେ ୧୩ଟି ଏକକ ମହାବିଦ୍ୟାଳୟ, ୪୯୪ଟି ସ୍ୱୀକୃତିପ୍ରାପ୍ତ ମହାବିଦ୍ୟାଳୟ ସମେତ ତିରୁଜେଲଭେଲୀ, ମଦୁରାଇ ଓ କୋଏମ୍ବାଟୁରରେ ତିନିଟି ଆଞ୍ଚଳିକ ପରିସର ରହିଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GCCs now influence up to $55 billion of India's IT services exports: Deloitte

Media Coverage

GCCs now influence up to $55 billion of India's IT services exports: Deloitte
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves scheme of Chemical Parks “Bharat Audyogik Vikas Yojana Rasayan (BHAVYA Rasayan)
July 24, 2026

The Union Cabinet chaired by the Prime Minister Shri Narendra Modi has approved Bharat Audyogik Vikas Yojana Rasayan or BHAVYA - Rasayan Scheme for establishing three dedicated Chemical Parks in the country. The Scheme was announced in the Union Budget of FY 2026–27.

The Scheme will have a total financial outlay of Rs.3,030 crore, with Rs.3,000 crore towards meeting the cost of establishing the Common Infrastructure Facilities and Basic Utilities inside the park and Rs. 30 Crores as administrative expenditure. The scheme would run for a period of 5 years from FY 2026-27 to FY 2030-31.

In terms of the said scheme, the Centre would provide a grant of up to Rs.1,000 crore per park. This will be subject to minimum contribution of Rs.500 crore by the concerned State Government.

BHAVYA Rasayan Scheme is expected to bring the following benefits to the economy:

  • It will promote development of the Chemical industry along the whole value chains including upstream, downstream and ancillary industries promoting efficient utilization of resources, leading to lower logistics cost.
  • Through shared Common Infrastructure Facilities and Basic Utilities, keeping the needs of chemicals industry in mind, it will lead to enhanced cost competitiveness and will make the Indian Industry globally competitive.
  • It will help the Indian Chemical industry better integrate in Global Value Chains leading to greater exports and higher import substitution.
  • It will promote development of Indian Chemical industry in a sustainable way by creating an environment friendly ecosystem which will consist of centralized facilities such as Common Effluent Treatment Plant, Treatment, Storage, and Disposal Facility, and Hazardous Waste Management infrastructure. It will ensure better compliance management with environmental regulations, thereby promoting development of industry in eco-friendly manner.
  • Development of Chemical sector will lead to a cascading effect through enhanced development of downstream sectors of the economy as well, thereby leading to higher employment generation and greater development of the economy, helping achieve the goal of Viksit Bharat @ 2047.
Recognising that this sector produces Chemicals and Petrochemicals which are used in various downstream industries such as Agriculture, Textiles, Pharmaceuticals, Nutraceuticals, Construction, Automobile, Electronics, introducing BHAVYA Rasayan Scheme shall facilitate development of the sector by attracting domestic and foreign investments, enhancing domestic production capacity and generating employment. It will boost the global competitiveness of the sector thereby, promoting Atmanirbharta.
 
In terms of the said Scheme, the Centre will facilitate development of three dedicated Chemical Parks by the State Governments under Challenge Route. Each such park will have a minimum contiguous area of 8 sq. km. (minimum 2,000 acres) of encumbrance-free land. These parks will provide plug-and-play infrastructure, in the form of Common Infrastructure Facilities and Basic Utilities for the chemical industry such as:
  • Common Effluent Treatment Plant (CETP),
  • Treatment, Storage, and Disposal Facility (TSDF),
  • Water supply and distribution systems,
  • Solvent recovery and distillation facilities,
  • Steam generation and distribution network,
  • Interconnected pipeline network,
  • Logistics and warehousing facilities.