ପ୍ରତିରକ୍ଷାରେ ଆତ୍ମନିର୍ଭରତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଭଦୋଦରାରେ ସି-୨୯୫ ଏୟାର କ୍ରାଫ୍ଟ ନିର୍ମାଣ ସୁବିଧାର କରିବେ ଶିଳାନ୍ୟାସ
ଦେଶରେ ଘରୋଇ କ୍ଷେତ୍ର ଦ୍ୱାରା ଏହା ହେବ ପ୍ରଥମ ଏୟାର କ୍ରାଫ୍ଟ ନିର୍ମାଣ ସୁବିଧା
ଜଳ ଯୋଗାଣ ସୁବିଧା ବୃଦ୍ଧି ପାଇ ଥରାଡ ଓ ବାନଶକଣ୍ଟା ଜିଲ୍ଲାରେ ୮ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ
ପ୍ରଧାନମନ୍ତ୍ରୀ ଜମ୍ମୁଘୋଡା ଓ ପଞ୍ଚ ଜିଲ୍ଲାରେ ବିକାଶ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ
ଅହମ୍ମଦବାଦର ଅସର୍ଭାଠାରେ ପ୍ରଧାନମନ୍ତ୍ରୀ ୨୯୦୦କୋଟି ଟଙ୍କାର ରେଳ ପ୍ରକଳ୍ପ ଲୋକାର୍ପଣ କରିବେ
ପ୍ରଧାନମନ୍ତ୍ରୀ ଆରମ୍ଭ ୪.୦ ୯୭ ସାଧାରଣ ଭିତ୍ତିଭୂମି ପାଠ୍ୟକ୍ରମର ଅଧିକାରୀମାନଙ୍କୁ କରିବେ ସମ୍ବୋଧନ
କେଭାଡିଆରେ ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ପର୍ଯ୍ୟଟନ ଆକର୍ଷଣ ସ୍ଥଳୀ ବାଜରା ବଗିଚା ଓ ମିଆୱାକୀ ଜଙ୍ଗଲ ଉତ୍ସର୍ଗ କରିବ
କେଭାଡିଆରେ ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ପର୍ଯ୍ୟଟନ ଆକର୍ଷଣ ସ୍ଥଳୀ ବାଜରା ବଗିଚା ଓ ମିଆୱାକୀ ଜଙ୍ଗଲ ଉତ୍ସର୍ଗ କରିବ
ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ଅନାଲୋଚିତ ତଥା ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଆଦିବାସୀ ବୀର ଓ ସ୍ୱାଧୀନତା ସଂଗ୍ରାମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ “ମନଘର ଧାମକୀ ଗୌରବ ଗାଥା’ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦ରୁ ନଭେମ୍ବର ପହିଲା ୨୦୨୨ ମଧ୍ୟରେ ଗୁଜରାଟ ଓ ରାଜସ୍ଥାନ ଗସ୍ତ କରିବେ । 

ଅକ୍ଟୋବର ୩୦ତାରିଖ ଦିନ ପ୍ରଧାନମନ୍ତ୍ରୀ ଭଦୋଦରାଠାରେ ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ ସ୍ଥଳୀର ଶିଳାନ୍ୟାସ କରିବେ । ଅକ୍ଟୋବର ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ କେଭାଡିଆ ଗସ୍ତ କରିବେ । ସେ ଏକତାର ପ୍ରତିମୂର୍ତ୍ତିରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ପରେ ପରେ ସେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୯୭ତମ ସାଧାରଣ ଭିତ୍ତିଭୂମି ପାଠ୍ୟକ୍ରମର ଉଦ୍‌ଯାପନ ୪.୦ରେ ତାଲିମ ଗ୍ରହଣକାରୀ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେବେ । ତା’ ପରେ ପ୍ରଧାନମନ୍ତ୍ରୀ ବାନଶକଣ୍ଟା ଜିଲ୍ଲାରେ ପହଂଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଥରାଡଠାରେ ଶିଳାନ୍ୟାସ କରିବେ । ସେ ମଧ୍ୟ ଅହମ୍ମଦାବାଦରେ କେତେକ ପ୍ରମୁଖ ରେଳ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ନଭେମ୍ବର ପହିଲା ଦିନ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବାଂଶୱାଡା ଜିଲ୍ଲାରେ ପହଂଚି ‘ମନ ଘର ଧାମ କୀ ଗୌରବ ଗାଥା’ ନାମ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ସେ ଗୁଜରାଟର ଜମ୍ମୁ ଘୋଡା ଓ ପଂଚମହଲ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବେ । 

ଭଦୋଦରାରେ ପ୍ରଧାନମନ୍ତ୍ରୀ 

ପ୍ରଧାନମନ୍ତ୍ରୀ ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ ସୁବିଧାର ଶିଳାନ୍ୟାସ କରିବେ । ଏହା ହେଉଛି ଘରୋଇ କ୍ଷେତ୍ରରେ ସର୍ବପ୍ରଥମ ଏୟାରକ୍ରାଫ୍ଟ ନିର୍ମାଣ କାର୍ଯ୍ୟକ୍ରମ । ଭାରତୀୟ ବାୟୁସେନା ପାଇଁ ଏଠାରେ ୩୦ଟି ସି-୨୯୫ ଏୟାରକ୍ରାଫ୍ଟ ତିଆରି ହେବ । ଏଥିରେ ଟାଟା ଆଡଭାନ୍ସ ସିଷ୍ଟମସ୍ ଲିମିଟେଡ ଓ ସ୍ପେନର ଏୟାରବସ ଡିଫେନ୍ସ ଆଣ୍ଡ ସ୍ପେସ୍ ଅଂଶୀଦାର ଅଛନ୍ତି । ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ନିମନ୍ତେ ଏହା ଏକ ପ୍ରମୁଖ ପଦକ୍ଷେପ ହୋଇଥିବାବେଳେ ଏ କ୍ଷେତ୍ରରେ ଘରୋଇ ପ୍ରତିଯୋଗୀଙ୍କ ସାମର୍ଥ୍ୟ ପାଇଁ ପଥ ଉନ୍ମୋଚନ ହେବ । ଆତ୍ମନିର୍ଭର ଭାରତ ଅଧୀନରେ ମହାକାଶ ଶିଳ୍ପରେ ନିର୍ମାଣ ବୈଷୟିକଜ୍ଞାନ ଉପଯୋଗ ଶିଳ୍ପ ସମ୍ପର୍କୀତ ପ୍ରଦର୍ଶନୀ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିବେ । 

କେଭାଡିଆରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଫଳସ୍ୱରୂପ ୨୦୧୪ ମସିହାରେ ନିଷ୍ପତ୍ତି ହୋଇଥିଲା ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ଆମର ଉତ୍ସର୍ଗୀକୃତ ମନୋଭାବକୁ ଅଧିକ ଶକ୍ତିଶାଳୀ କରାଯିବ । ପ୍ରଧାନମନ୍ତ୍ରୀ କେଭାଡିଆର ଏକତା ପ୍ରତିମୂର୍ତ୍ତି ନିକଟରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ଏହି ସମାରୋହରେ ରାଷ୍ଟ୍ରୀୟ ଏକତା ଦିବସ ପ୍ୟାରେଡ ଯେଉଁଥିରେ ବିଏସ୍‌ଏଫ, ପାଂଚଟି ରାଜ୍ୟ ପୁଲିସ ବଳ ଯେପରିକି ଉତ୍ତରାଞ୍ଚଳ (ହରିୟାନା) ପଶ୍ଚିମାଚଂଳ (ମଧ୍ୟପ୍ରଦେଶ), ଦକ୍ଷିଣାଂଚଳ (ହରିୟାନା), ପଶ୍ଚିମାଞ୍ଚଳ (ମଧ୍ୟପ୍ରଦେଶ) ଦକ୍ଷିଣାଂଚଳ (ତେଲେଙ୍ଗାନା) ପୂର୍ବାଞ୍ଚଳ (ଓଡିଶା), ଉତ୍ତର-ପୂର୍ବାଞ୍ଚଳ ।(ତ୍ରିପୁରା) ଇତ୍ୟାଦିରୁ ଗୋଟିଏ ଲେଖାଏଁ ଦଳ ଯୋଗଦେବେ । ଏ ଦଳ ଗୁଡିକ ଛାଡି ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପଦକ ବିଜୟୀ ଛଅ ଜଣ କ୍ରୀଡାବିତ୍ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । 

କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଆକର୍ଷଣ ଅମ୍ବାଜୀର ଆଦିବାସୀ ପିଲାମାନଙ୍କ ସଂଗୀତ ଓ ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମ ରହିବ । ଗତମାସରେ ଅମ୍ବାଜୀ ଗସ୍ତ ବେଳେ ଏହି ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଏହାଛଡା ଜାତୀୟ ସମରଶିକ୍ଷାର୍ଥୀ (ଏନସିସି) ଦ୍ୱାରା “ହମ ଏକ ହେଁ , ଶ୍ରମ ଶ୍ରେଷ୍ଠ ହେଁ”ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଏକ ଭାରତ ଶ୍ରେଷ୍ଠ ଭାରତ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । 

ପ୍ରଧାନମନ୍ତ୍ରୀ୯୭ ସାଧାରଣ ମୂଳଦୁଆ ପାଠ୍ୟକ୍ରମର ସମାପ୍ତ ଆରମ୍ଭ ୪.୦ର ତାଲିମପ୍ରାପ୍ତ ଅଧିକାରୀମାନଙ୍କୁ ମଧ୍ୟ ସମ୍ବୋଧନ କରିବେ । ଆରମ୍ଭର ଚତୁର୍ଥ ସଂସ୍କରଣ ଡିଜିଟାଲ ପ୍ରଶାସନ, ଭିତ୍ତିଭୂମି ଓ ସୀମାନ୍ତ” ବିଷୟବସ୍ତୁ ଉପରେ ଆଧାରିତ ହୋଇଛି । ତାଲିମପ୍ରାପ୍ତ ଅଧିକାରୀମାନେ ପ୍ରଯୁକ୍ତିକୁ ଆଧାର କରି କିପରି ଜନସାଧାରଣଙ୍କ ସେବା କରିବେ ତଥା ଆମୂଳଚୂଳ ସେବା ବ୍ୟବସ୍ଥା କିପରି ସ୍ୱଚ୍ଛ ହେବ ତାହା ହେଉଛି ପାଠ୍ୟକ୍ରମର ଉଦ୍ଦେଶ୍ୟ । ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୩ଟି ବିଭିନ୍ନ ସେବାର ୪୫୫ ଜଣ ଅଧିକାରୀ ଏଥିରେ ଯୋଗ ଦେଉଛନ୍ତି । 

ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ପର୍ଯ୍ୟଟନ ଆକର୍ଷଣସ୍ଥଳୀକୁ କେଭାଡିଆଠାରେ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ସେ ଦୁଇଟି ହେଲା ବାଜରା ଉଦ୍ୟାନ ଓ ମିଆୱାକୀ ଜଙ୍ଗଲ । ଏହା ତିନି ଏକର ପରିମିତ ଜମିରେ ଅବସ୍ଥିତ । ଏହା ଦେଶର ସବୁଠାରୁ ବାଜରା ଉଦ୍ୟାନ ହୋଇଥିବା ବେଳେ ଏଥିରେ ୨.୧କିଲୋମିଟର ଚଲାପଥ ରହିଛି । ଏହା ‘ଶ୍ରୀୟାନ୍ତରା’ ପରିପାଟୀରେ ଗଠିତ ହୋଇଥିବାବେଳେ ଏହା ସକାରାତ୍ମକ ଶାନ୍ତି ପ୍ରଦାନ କରିବ ବୋଲି ବିଶ୍ୱାସ କରାଯାଏ । ବଗିଚାରେ ପ୍ରାୟ ୧.୮ଲକ୍ଷଗଛ ଲଗାଯାଇଥିବାବେଳେ ଏହା ପ୍ରାକୃତିକ ପରିବେଶକୁ ସୌନ୍ଦର୍ଯ୍ୟୟ କରିଥାଏ । ମିୟାୱାକୀ ଜଙ୍ଗଲ ପ୍ରାୟ ଦୁଇ ଏକର ପରିମିତ ଯାଗାରେ ସୃଷ୍ଟି କରାଯାଇଛି । ଏଥିରେ ସ୍ଥାନୀୟ ଫୁଲବଗିଚା, ଫଳ ବଗିଚା, ମିଶାମିଶି ପ୍ରଜାତିରେ ମିୟାୱାକୀ ସେକ୍ସନ, ଭେଷଜ ଉଦ୍ୟାନ ଓ ଡିଜିଟାଲ ଓରିଏଣ୍ଟସେନ କେନ୍ଦ୍ର ରହିଛି । ଜାପାନୀ ଉଦ୍ଭିଦ ବିଜ୍ଞାନୀ ଆକିରା ମିୟାୱାକୀଙ୍କ ଦ୍ୱାରା ବିକଶିତ ଜ୍ଞାନକୌଶଲ ଅନୁସାରେ କମ୍ ଜାଗାରେ ଘଞ୍ଚ ସବୁଜିମା କ୍ଷେତ୍ର ସୃଷ୍ଟି କରାଯାଇଛି । 

 

ବାନଶକଣ୍ଟାରେ ପ୍ରଧାନମନ୍ତ୍ରୀ 

ପ୍ରଧାନମନ୍ତ୍ରୀ ବାନଶକଣ୍ଟାରେ ଥିବା ଥରୀଡ ପରିଦର୍ଶନ କରିବେ । ଏକ ସାଧାରଣ କାର୍ଯ୍ୟକ୍ରମରେ ସେ ଆଠହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଜଳଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିବେ । ଏହାଛଡା ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ତା ମଧ୍ୟରେ ୧୫୬୦କୋଟି ଟଙ୍କାର ମୁଖ୍ୟ ନର୍ମଦା କେନାଲର କେଶରାରୁ ଦାନ୍ତୱାଡା ପାଇପ ଲାଇନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଜଳ ଯୋଗାଣ ସହ ସେ ଅଞ୍ଚଳର ଚାଷୀମାନଙ୍କର ଉପକାରରେ ଆସିବ । ଆଉ କେତେକ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଘୋଷଣା କରାଯିବ । ସେଗୁଡିକ ମଧ୍ୟରେ ସୁଜଳାମ୍‌, ସୁଫଳମ୍ କେନାଲ, ମୋଧେରା-ମୋତିଝାଉ ପାଇପ୍‌ଲାଇନକୁ ମୁକ୍ତେଶ୍ୱର ଡ୍ୟାମ କର୍ମାବତ୍ ହ୍ରଦ ପର୍ଯ୍ୟନ୍ତ ସମ୍ପ୍ରସାରଣ, ସୁଲତାନପୁର ଓ ତାଲୁକର ୧୧ଟି ଗ୍ରାମକୁ ଉଠା ଜଳସେଚନ ଯୋଜନା ମଧ ଅନ୍ତର୍ଭୁକ୍ତ ।

 ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଓ ଅସର୍ଭାଠାରେ ୨୯୦୦ କୋଟି ଟଙ୍କା ମୂଲ୍ୟରେ ଦୁଇଟି ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଅହମ୍ମଦାବାଦ ଅସର୍ଭା-ହିମ୍ମତନଗର-ଉଦୟପୁର ରେଳପଥ ପ୍ରଶସ୍ତିକରଣ ଲୁଣିଧର-ଜେଟାଲସର ରେଳପଥ ପ୍ରଶସ୍ତିକରଣ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଭାବନଗର ଓ ଅସର୍ଭା-ଉଦୟପୁର ମଧ୍ୟରେ ଦୁଇଟି ନୂତନ ଟ୍ରେନ ଚଳାଚଳର ମଧ୍ୟ ଶୁଭାରମ୍ଭ କରିବେ ।

ଦେଶରେ ଗୋଟିଏ ପ୍ରକାର ରେଳପଥ ପ୍ରବର୍ତ୍ତନ ଲକ୍ଷ୍ୟରେ ରେଳବାଇ ଅଣ ଓସାରିଆ ରେଳପଥଗୁଡିକୁ ଓସାରିଆରେପରିବର୍ତ୍ତନ କରୁଛି । ଏହି ଲୋକାର୍ପିତ ପ୍ରକଳ୍ପ ଏ ଦିଗରେ ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ଏକ ନୂତନ ଅଧ୍ୟାୟ କହିଲେ ଅତ୍ୟୁକ୍ତି ହେବ ନାହିଁ । 

ଅହମ୍ମଦାବାଦ-ଅସର୍ଭା-ଉଦୟପୁର ରେଳପଥ ପ୍ରଶସ୍ତିକରଣ ପ୍ରାୟ ୩୦୦କିଲୋମିଟର ପର୍ଯ୍ୟନ୍ତ ହୋଇଥିବା ବେଳେ ଏହି ସଂଯୋଗୀକରଣ ପର୍ଯ୍ୟଟକ, ବ୍ୟବସାୟୀ ନିର୍ମାଣକାରୀ ଓ ଶିଳ୍ପ ସଂସ୍ଥା ନିମନ୍ତେ ବେଶ ଉପଯୋଗୀ ହେବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ୫୮ କିଲୋମିଟର ଦୀର୍ଘ ଲୁଣଧର-ଜେଟାଲସର ପ୍ରଶସ୍ତିକରଣ ରେଳପଥ ପିପାଭ ବନ୍ଦର ଏବଂ ଭାବନଗର ଭରାଭଲ ଓ ପୌରବନ୍ଦର ମଧ୍ୟରେ ଦୂରତ୍ୱ ହ୍ରାସ କରିବ । ଏହି ପ୍ରକଳ୍ପ ଯୋଗୁଁ ମାଲପରିବହନ ସାମର୍ଥ୍ୟ ମଧ୍ୟ ବ୍ୟସ୍ତବହୁଳ କାନାଲୁସ-ରାଜକୋଟ-ବୀରମଗାମ ପଥରେ ବୃଦ୍ଧି ପାଇବ । ଏହା ମଧ୍ୟ ଗୀର ଅଭୟାରଣ ଓ ସୋମନାଥ ମନ୍ଦିରକୁ ସିମଲେସ ସଂଯୋଗ ସୁବିଧା ଦେବ । 

ପଞ୍ଚମହଲରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ପଞ୍ଚ ମହଲରେ ଜମ୍ମୁଘୋଡାଠାରେ ୮୬୦କୋଟି ଟଙ୍କାରା ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଗ୍ରୋଧାର ଶ୍ରୀ ଗୋବିନ୍ଦଗୁରୁ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ସେ ଲୋକାର୍ପଣ କରିବେ। ସେ ମଧ୍ୟ ଜୋରିୟା ପରମଶ୍ୱେର ପ୍ରାଥମିକ ବିଦ୍ୟାଳୟ ଓ ଗ୍ରାମ ଭଡେକରେ ଥିବା ସ୍ମାରକୀ ଓ ରାଜା ରୂପ ସିଂ ନାୟକ ପ୍ରାଥମିକ ବିଦ୍ୟାଳୟ ଓ ଦାଣ୍ଡିୟାପୁରା ଗ୍ରାମରେ ଥିବାର ସ୍ମାରକୀକୁ ମଧ୍ୟ ଉତ୍ସର୍ଗ କରିବେ । 

ପ୍ରଧାନମନ୍ତ୍ରୀ ମଧ୍ୟ ଗୋଧ୍ରା କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିବେ । ସେ ମଧ୍ୟ ଗୋଧ୍ରା ମେଡିକାଲ କଲେଜର ଶିଳାନ୍ୟାସ କରିବେ । ସେ ୬୮୦କୋଟି ଟଙ୍କା ବ୍ୟୟରେ କୌଶଲ୍ୟା-କୌଶଳ ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ ଶିଳାନ୍ୟାସ ମଧ୍ୟ କରିବେ । 

ବାଂଶୱାଡାରେ ପ୍ରଧାନମନ୍ତ୍ରୀ

ଆଜାଦୀ କା ଅମ୍ରିତ ମହୋତ୍ସବ ଅଂଶସ୍ୱରପ ସରକାର ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସ୍ୱାଧୀନତାର ସଂଗ୍ରାମର ଆଦିବାସୀ ବୀର ଓ ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ପାଇଁ ଅନେକ ପଦକ୍ଷେ ନେଇଛନ୍ତି । ସେଥିମଧ୍ୟରୁ ନଭେମ୍ବର ୧୫ରୁ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଶତବାର୍ଷିକୀକୁ ‘ଜନ ଜାତୀୟ ଗୌରବ’ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ସେଥିପାଇଁ ଦେଶବ୍ୟାପୀ ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରି ଆଦିବାସୀମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ସହ ସମାଜରେ ସଚେତନତା ସୃଷ୍ଟି କରାଯିବ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମ ‘ମନଘର ଧାମ କୀ ଗୌରବ ଗାଥା’ ରାଜସ୍ଥାନ ବାଂଶୱାଡାର ମନଘର ପାହାଡ ନିକଟରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ଶହୀଦ ଆଦିବାସୀ ବୀର ଓ ସଂଗ୍ରାମୀମାନଙ୍କ ତ୍ୟାଗ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଭିଲ୍ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୋବିନ୍ଦ ଗୁରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭିଲ ଆଦିବାସୀଙ୍କ ଗହଣରେ ଉଦ୍‌ବୋଧନ ଦେବେ ।

ମନଘର ପାହାଡ ଭିଲ୍ ଓ ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦିବାସୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା ସଂଗ୍ରାମ କାଳରେ ଇଂରେଜ ଶାସନ ବିରୁଦ୍ଧରେ ଦେଢଲକ୍ଷରୁ ଅଧିକ ଭିଲ ଆଦିବାସୀ ମନଘର ପାହାଡ ନିକଟରେ ନଭେମ୍ବର ୧୭, ୧୯୧୩ମସିହାରେ ଶ୍ରୀ ଗୋବିନ୍ଦଗୁରୁଙ୍କ ନେତୃତ୍ୱରେ ଏକାଠି ହୋଇଥିଲେ। ଇଂରେଜମାନଙ୍କ ଗୁଳିଚାଳନା ଯୋଗୁଁ ମନଘର ଗଣହତ୍ୟା ସଂଗଠିତ ହୋଇ ପ୍ରାୟ ୧୫୦୦ ଆଦିବାସୀ ଶହୀଦ ହୋଇଥିଲେ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”