୨୦୨୪ ଭାରତ ଶକ୍ତି ସପ୍ତାହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ବିଶ୍ୱ ତୈଳ ଓ ଗ୍ୟାସ ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହ ମଧ୍ୟ ଆଲୋଚନା କରିବେ
ପ୍ରଧାନମନ୍ତ୍ରୀ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ
ଜାତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଗୋଆର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ରୋଜଗାର ମେଳା ଅଧୀନରେ ବିଭିନ୍ନ ବିଭାଗରେ ୧୯୩୦ ନୂତନ ସରକାରୀ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ବଣ୍ଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୬, ୨୦୨୪ରେ ଗୋଆ ଗସ୍ତ କରିବେ । ସକାଳ ପ୍ରାୟ ୧୦.୩୦ ରେ ପ୍ରଧାନମନ୍ତ୍ରୀ ଓଏନଜିସି ସି ସର୍ଭାଇଭଲ ସେଣ୍ଟରକୁ ଉଦଘାଟନ କରିବେ । ସକାଳ ପ୍ରାୟ ୧୦ଟା ୪୫ରେ ସେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ କୁ ଉଦଘାଟନ କରିବେ । ଏହାପରେ ଅପରାହ୍ନ ପ୍ରାୟ ୨ଟା ୪୫ରେ ସେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ଯୋଗଦେବେ।

ଭାରତ ଶକ୍ତି ସପ୍ତାହ ୨୦୨୪

ଶକ୍ତି ଆବଶ୍ୟକତା ରେ ଆତ୍ମନିର୍ଭରଶୀଳତା ହାସଲ କରିବା ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରମୁଖ ଧ୍ୟାନ କ୍ଷେତ୍ର ହୋଇଛି । ଏହି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଆସନ୍ତା ଫେବ୍ରୁଆରି ୬ ରୁ ୯ ତାରିଖ ପର୍ଯ୍ୟନ୍ତ ଗୋଆରେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ଅନୁଷ୍ଠିତ ହେବ। ଏହା ଭାରତର ସର୍ବବୃହତ ଏବଂ ଏକମାତ୍ର ଶକ୍ତି ପ୍ରଦର୍ଶନୀ ଏବଂ ସମ୍ମିଳନୀ ହେବ, ଯାହା ସମଗ୍ର ଶକ୍ତି ମୂଲ୍ୟ ଶୃଙ୍ଖଳାକୁ ଏକାଠି କରିବ ଏବଂ ଭାରତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟପାଇଁ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ଗ୍ଲୋବାଲ ତୈଳ ଓ ଗ୍ୟାସ ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହ ଏକ ରାଉଣ୍ଡଟେବୁଲ ବୈଠକ କରିବେ ।

ଷ୍ଟାର୍ଟଅପ୍ ଗୁଡ଼ିକୁ ଉତ୍ସାହିତ କରିବା ଏବଂ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ଶକ୍ତି ମୂଲ୍ୟ ଶୃଙ୍ଖଳାରେ ସମନ୍ୱିତ କରିବା ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଫୋକସ୍ ହେବ । ଏଥିରେ ବିଭିନ୍ନ ଦେଶର ପ୍ରାୟ ୧୭ ଜଣ ଶକ୍ତିମନ୍ତ୍ରୀ, ୩୫,୦୦୦ ରୁ ଅଧିକ ଅଂଶଗ୍ରହଣକାରୀ ଏବଂ ୯୦୦ ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏଥିରେ କାନାଡା, ଜର୍ମାନୀ, ନେଦରଲାଣ୍ଡ, ରୁଷିଆ, ବ୍ରିଟେନ ଓ ଆମେରିକା ଭଳି ୬ ଟି ଦେଶର ଉତ୍ସର୍ଗୀକୃତ ପ୍ୟାଭିଲିୟନ ରହିବ। ଶକ୍ତି କ୍ଷେତ୍ରରେ ଭାରତୀୟ ଏମଏସଏମଇମାନେ ଯେଉଁ ଅଭିନବ ସମାଧାନ ର ନେତୃତ୍ବ ନେଉଛନ୍ତି ତାହା ପ୍ରଦର୍ଶନ କରିବା ପାଇଁ ଏକ ସ୍ବତନ୍ତ୍ର ମେକ୍ ଇନ୍ ଇଣ୍ଡିଆ ପ୍ୟାଭିଲିୟନ୍ ମଧ୍ୟ ଆୟୋଜନ କରାଯାଉଛି।


ବିକଶିତ ଭାରତ, ବିକଶିତ ଗୋଆ ୨୦୪୭

ପ୍ରଧାନମନ୍ତ୍ରୀ ଗୋଆରେ ସାର୍ବଜନୀନ କାର୍ଯ୍ୟକ୍ରମରେ ୧୩୩୦ କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଜାତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଗୋଆର ସ୍ଥାୟୀ କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦଘାଟନ କରିବେ । ନବନିର୍ମିତ କ୍ୟାମ୍ପସରେ ଟ୍ୟୁଟୋରିଆଲ କମ୍ପ୍ଲେକ୍ସ, ବିଭାଗୀୟ କମ୍ପ୍ଲେକ୍ସ, ସେମିନାର କମ୍ପ୍ଲେକ୍ସ, ପ୍ରଶାସନିକ କମ୍ପ୍ଲେକ୍ସ, ହଷ୍ଟେଲ, ସ୍ୱାସ୍ଥ୍ୟକେନ୍ଦ୍ର, ଷ୍ଟାଫ୍ କ୍ୱାର୍ଟର୍ସ, ଆମେନିଟି ସେଣ୍ଟର, କ୍ରୀଡ଼ା ପଡ଼ିଆ ଓ ଅନ୍ୟାନ୍ୟ ସୁବିଧା ରହିଛି, ଯାହା ଦ୍ୱାରା ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ।

ପ୍ରଧାନମନ୍ତ୍ରୀ ଜାତୀୟ ଜଳସ୍ପୋର୍ଟସ ପ୍ରତିଷ୍ଠାନର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିବେ । ଏହି ଅନୁଷ୍ଠାନ ଉଭୟ ଜନସାଧାରଣ ଏବଂ ସଶସ୍ତ୍ର ବାହିନୀ ପାଇଁ ଜଳ ବନ୍ଦର ଏବଂ ଜଳ ଉଦ୍ଧାର କାର୍ଯ୍ୟର ବିକାଶ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୮ଟି ଉପଯୁକ୍ତ ପାଠ୍ୟକ୍ରମ ଆରମ୍ଭ କରିବ । ପ୍ରଧାନମନ୍ତ୍ରୀ ଦକ୍ଷିଣ ଗୋଆରେ ଏକ ୧୦୦ ଟିପିଡି ସମନ୍ୱିତ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧାର ଉଦଘାଟନ କରିବେ । ଏହା ୬୦ଟି ଟିପିଡି ଓଦା ବର୍ଜ୍ୟବସ୍ତୁ ଏବଂ ୪୦ଟି ଟିପିଡି ଶୁଖିଲା ବର୍ଜ୍ୟବସ୍ତୁର ବୈଜ୍ଞାନିକ ବିଶୋଧନ ପାଇଁ ଡିଜାଇନ୍ କରାଯାଇଥିବା ବେଳେ ୫୦୦ କିଲୋୱାଟ୍ ସୌର ଶକ୍ତି ପ୍ଲାଣ୍ଟ ମଧ୍ୟ ରହିଛି ଯାହା ଅତିରିକ୍ତ ବିଦ୍ୟୁତ୍ ଉତ୍ପାଦନ କରେ ।

ପ୍ରଧାନମନ୍ତ୍ରୀ ପାନାଜୀ ଏବଂ ରେଇସ୍ ମାଗୋସକୁ ସଂଯୋଗ କରୁଥିବା ପର୍ଯ୍ୟଟନ କାର୍ଯ୍ୟକଳାପ ସହିତ ପାସେଞ୍ଜର ରୋପୱେ ର ଶିଳାନ୍ୟାସ କରିବେ । ଦକ୍ଷିଣ ଗୋଆରେ ୧୦୦ ଏମଏଲଡି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ମଧ୍ୟ ସେ ଶିଳାନ୍ୟାସ କରିବେ ।

ଏହାବ୍ୟତୀତ ରୋଜଗାର ମେଳା ଅଧୀନରେ ବିଭିନ୍ନ ବିଭାଗରେ ୧୯୩୦ ଜଣ ନୂତନ ସରକାରୀ କମର୍ଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଅନୁମୋଦନ ପତ୍ର ପ୍ରଦାନ କରିବେ।

ଓଏନଜିସି ସି ସରଭାଇଭାଲ୍ ସେଣ୍ଟର

ଭାରତୀୟ ସମୁଦ୍ର ମଧ୍ୟରେ ଜୀବନ ଧାରଣ ପ୍ରଶିକ୍ଷଣ ଇକୋସିଷ୍ଟମକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ପହଞ୍ଚାଇବା ପାଇଁ ଓଏନଜିସି ସି ସର୍ଭାଇଭଲ ସେଣ୍ଟରକୁ ଏକ ପ୍ରକାର ସମନ୍ୱିତ ସମୁଦ୍ର ଜୀବନ ଧାରଣ ପ୍ରଶିକ୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯାଇଛି । ଏଥିରେ ବାର୍ଷିକ ୧୦ରୁ ୧୫ ହଜାର କର୍ମଚାରୀଙ୍କୁ ତାଲିମ ଦିଆଯିବ ବୋଲି ଆଶା କରାଯାଉଛି। ସିମୁଲେଟେଡ୍‌ ଏବଂ ନିୟନ୍ତ୍ରିତ କଠିନ ପାଣିପାଗ ପରିସ୍ଥିତିରେ ଅଭ୍ୟାସ ପ୍ରଶିକ୍ଷାର୍ଥୀମାନଙ୍କର ସମୁଦ୍ର ବଞ୍ଚିବା ଦକ୍ଷତା ବୃଦ୍ଧି କରିବ ଏବଂ ଏହିପରି ବାସ୍ତବ ଜୀବନ ବିପର୍ଯ୍ୟୟରୁ ସୁରକ୍ଷିତ ବଞ୍ଚିବାର ସମ୍ଭାବନା ବୃଦ୍ଧି କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Bankim Chandra Chattopadhyay on His Jayanti
June 26, 2026

The Prime Minister, Shri Narendra Modi, today, paid tributes to the great Bankim Chandra Chattopadhyay on his Jayanti, remembering him as a towering literary luminary whose writings ignited the spirit of patriotism and cultural pride among generations of Indians.

Highlighting the significance of the year, Shri Modi noted that India is commemorating the 150th anniversary of Vande Mataram. He remarked that through Vande Mataram, Bankim Chandra Chattopadhyay gifted the Indian freedom movement and the nation one of its most enduring sources of inspiration.

The Prime Minister posted on X:

Tributes to the great Bankim Chandra Chattopadhyay on his Jayanti.

A towering literary luminary, his writings awakened a spirit of patriotism and cultural pride among generations of Indians. His rich literary work continues to illuminate minds and strengthen our collective resolve towards nation-building.

This is a time when we are marking the 150th anniversary of Vande Mataram. Through Vande Mataram, he gifted the freedom movement and our nation one of its most enduring inspirations.

মহান বঙ্কিম চন্দ্র চট্টোপাধ্যায়ের জয়ন্তীতে তাঁর প্রতি শ্রদ্ধাঞ্জলি।

এক সুবিশাল সাহিত্যিক আলোকবর্তিকা হিসেবে, তাঁর লেখা প্রজন্মান্তরের ভারতীয়দের মধ্যে দেশপ্রেম এবং সাংস্কৃতিক গৌরবের চেতনা জাগ্রত করেছিল। তাঁর সমৃদ্ধ সাহিত্যকর্ম মনকে উদ্ভাসিত করে চলেছে এবং জাতি গঠনের প্রতি আমাদের সম্মিলিত সংকল্পকে শক্তিশালী করছে।

এখন আমরা বন্দে মাতরমের ১৫০তম বার্ষিকী উদযাপন করছি। বন্দে মাতরমের মাধ্যমে, তিনি স্বাধীনতা আন্দোলন এবং আমাদের জাতিকে অন্যতম দীর্ঘস্থায়ী অনুপ্রেরণা উপহার দিয়েছিলেন।