ପ୍ରଧାନମନ୍ତ୍ରୀ କିମ୍ବଦନ୍ତୀ ପୁରୁଷ ତଥା ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରମଣ ରାଜୁଙ୍କ ବର୍ଷବ୍ୟାପୀ ୧୨୫ତମ ଜନ୍ମ ବାର୍ଷିକୀ ପାଳନ
ସମାରୋହର ଶୁଭାରମ୍ଭ ଆନ୍ଧ୍ରପ୍ରଦେଶର ଭୀମା ଭରମଠାରେ କରିବେ
ପ୍ରଧାନମନ୍ତ୍ରୀ ମଧ୍ୟ ୩୦ଫୁଟ ଦୀର୍ଘ ଆଲୁରୀ ସୀତାରାମ ରାଜୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ କରିବେ
ପ୍ରଧାନମନ୍ତ୍ରୀ ଗାନ୍ଧୀନଗରଠାରେ ଡିଜିଠାଲ ଭାରତ ସପ୍ତାହ-୨୦୨୨ ଉଦ୍‌ଘାଟନ କରିବେ
ପ୍ରଧାନମନ୍ତ୍ରୀ ମଧ୍ୟ ‘ଡିଜିଟାଲ ଇଣ୍ଡିଆ ଭାସିନ’, ‘ ଡିଜିଟାଲ ଇଣ୍ଡିଆ ଜେନିସିସ୍‌’ ଓ ‘ଇଣ୍ଡିଅ ଷ୍ଟାକ ଗ୍ଲୋବାଲ’ ଶୁଭାରମ୍ଭ କରିବା ସହ ‘ମାଈ ସ୍କିମ୍‌’ ଏବଂ ‘ମେରି ପେହେଚାନ’କୁ ଉତ୍ସର୍ଗ କରିବେ
ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅଧୀନରେ ୩୦ଟି ପ୍ରତିଷ୍ଠାନରେ ପ୍ରଥମ ସମ୍ମିଶ୍ରଣ ନେଇ ଘୋଷଣା ମଧ୍ୟ କରିବେ

ପ୍ରଧାନମନ୍ତ୍ରୀ ଜୁଲାଇ ୪ତାରିଖ ଦିନ ଆନ୍ଧ୍ରପ୍ରଦେଶର ଭୀମାଭରମ ଓ ଗୁଜରାଟର ଗାନ୍ଧୀନଗର ଗସ୍ତରେ ଯିବେ । ପ୍ରାୟ ପୂର୍ବାହ୍ନ ୧୧ଟାବେଳେ ପ୍ରଧାନମନ୍ତ୍ରୀ ଭୀମାଭରମଠାରେ ବର୍ଷେ ବ୍ୟାପୀ ପାଳିତ ହେବାକୁ ଥିବା କିମ୍ବଦନ୍ତୀ ପୁରୁଷ ତଥା ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉଦ୍‌ଘାଟନ କରିବେ । ପରେ ପ୍ରାୟ ଅପରାହ୍ନ ୪ଟା ୩୦ମିନିଟ୍‌ରେ ଗାନ୍ଧିନଗରଠାରେ ପ୍ରଧାନମନ୍ତ୍ରୀଙ୍କୁ ଡିଜିଟାଲ ଇଣ୍ଡିଆ ସପ୍ତାହ-୨୦୨୨ର  ଉଦ୍‌ଘାଟନ କରିବେ ।

ଭୀମାଭରମରେ ପ୍ରଧାନମନ୍ତ୍ରୀ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୀମାଭରମଠାରେ କିମ୍ବଦନ୍ତୀ ପୁରୁଷ ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ  ଆଲୁରୀ ସୀତାରାମ ରାଜୁଙ୍କ ବର୍ଷେ ବ୍ୟାପୀ ପାଳିତ ହେବାକୁ ଥିବା ୧୨୫ତମ ଜୟନ୍ତୀର ଉଦ୍‌ଘାଟନ କରିବେ । ଭୀମାଭରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୁରୀ ସୀତାରାମ ରାଜୁଙ୍କ ୩୦ଫୁଟ୍ ଦୀର୍ଘ ବ୍ରୋଞ୍ଜ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିବେ ।

ଜୁଲାଇରେ ୧୮୯୭ ମସିହାରେ ଜନ୍ମିତ ଆଲୁରୀ ସୀତାରାମ ରାଜୁ ପୂର୍ବଘାଟ ଅଞ୍ଚଳର ଆଦିବାସୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ବ୍ରିଟିଶ ସରକାର ବିରୁଦ୍ଧରେ ତାଙ୍କର ସଂଗ୍ରାମ ନିମନ୍ତେ ସ୍ମରଣୀୟ ହୋଇ ରହିଛନ୍ତି । ୧୯୨୨ରେ ସଂଗଠିତ ରାମ୍ପା ବିଦ୍ରୋହର ସେ ନେତୃତ୍ୱ ନେଇଥିଲେ । ସ୍ଥାନୀୟ ଜନସାଧାରଣଙ୍କ ନିକଟରେ ସେ (ମାନ୍ୟମ ଭୀରୁଡୁ) ବା ଜଙ୍ଗଲର ନାୟକଭାବେ ପରିଚିତ ।

ଏକ ବର୍ଷ ବ୍ୟାପୀ ଉତ୍ସବ ପାଳନ ନିମନ୍ତେ ସରକାର ଅନେକ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି । ବିଜୟନଗର ଜିଲ୍ଲାର ପାଣ୍ଡରଙ୍ଗୀ ତଥା ଆଲୁରୀ ସୀତାରାମ ରାଜୁଙ୍କ ଜନ୍ମସ୍ଥାନ ଓ ଚିନ୍ତାପାଲ୍ଲୀ ଥାନାର ପୁନରୁଦ୍ଧାର କରାଯିବ । ଶହେବର୍ଷ ପୂର୍ବରୁ ଏହି ଥାନା ଉପରେ ଆକ୍ରମଣ ସହ ରାମ୍ପା ବିଦ୍ରୋହର ସୂତ୍ରପାତ ହୋଇଥିଲା । ଧ୍ୟାନ ମୁଦ୍ରାରେ ଆଲୁରୀ ସୀତରାମ ରାଜୁଙ୍କ ପ୍ରତିମୂର୍ତ୍ତି ସହ ମୋଗାଲୁଠାରେ ଆଲୁରୀ ଧ୍ୟାନ ମନ୍ଦିର ନିର୍ମାଣ ପାଇଁ ସରକାର ଅନୁମତି ଦେଇଛନ୍ତି ।

ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଡିଜିଟାଲ ଭାରତ ସପ୍ତାହ-୨୦୨୨ ଉଦ୍‌ଘାଟନ କରିବେ ଯାହାର ବାର୍ତ୍ତା ରହିଛି ନବଭାରତ ପ୍ରଯୁକ୍ତି ସମ୍ମିଶ୍ରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଯୁକ୍ତି ଜ୍ଞାନର ନିକଟବର୍ତ୍ତୀ ହେବା ସହ ଜୀବନଧାରଣର ଉନ୍ନତି ଓ ଷ୍ଟାର୍ଟଅପ୍ ପ୍ରୋତ୍ସାହନ ଦେବାକୁ ବହୁମୁଖୀ ଡିଜିଟାଲ କାର୍ଯ୍ୟକ୍ରମ ଆରମ୍ଭ କରିବେ ।  ପ୍ରଧାନମନ୍ତ୍ରୀ ମଧ୍ୟ “ଡିଜିଟାଲ ଇଣ୍ଡିଆ ଭାଷିନୀ’ର ଉଦ୍‌ଘାଟନ କରିବେ ।  ଭାରତୀୟ ଭାଷାରେ ଡିଜିଟାଲ ସେବା ଓ ଇଣ୍ଟରନେଟ ଏହାଦ୍ୱାରା ଉପଲବ୍ଧ ହେବା ସହ ଭାରତୀୟ ଭାଷାରେ ବିଷୟବସ୍ତୁ ସୃଷ୍ଟି ହୋଇପାରିବ । ଏହା ଦ୍ୱାରା କୃତ୍ରିମ ମେଧା ଭିତ୍ତିକ ଭାରତୀୟ ଭାଷା ଓ ବହୁଭାଷୀ ଡାଟାବେସ୍ ସୃଷ୍ଟି ହେବ । ଡିଜିଟାଲ ଇଣ୍ଡିଆ ଭାଷିନୀ ଦ୍ୱାରା ଦେଶବାସୀ ଭାଷାଦାନ ପଦକ୍ଷେପର ସୁବିଧା ନେଇପାରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ‘ଇଣ୍ଡିଆ ଷ୍ଟାକ୍‌.ଗ୍ଲୋବାଲ” India Stack . Gobal  ଶୁଭାରମ୍ଭ କରିବେ । ଏହା ଏକ ବୈଶ୍ୱିକ ଭଣ୍ଡାରଣ ସଂସ୍ଥା ଯାହା ଦ୍ୱାରା ଇଣ୍ଡିଆ ଷ୍ଟକ୍ ଅଧୀନରେ ଆଧାର, ୟୁପିଆଇ, ଡିଜିଲକର, କୋୱିନ ଟିକାକରଣ ମଂଚ , ସରକାରୀ-ଇ ବଜାର (GeM),ଦିକ୍ଷା ପ୍ଲାଟଫର୍ମ ଓ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଭଳି ପ୍ରମୁଖ ପ୍ରକଳ୍ପ ସ୍ଥାନୀତ ହୋଇଛି । । ବୈଶ୍ୱିକ ଜନସାଧାରଣ ଡିଜିଟାଲ ଭଣ୍ଡାରଣ ଭାରତକୁ ଡିଜିଟାଲ ଅବସ୍ଥାନ୍ତରଣ କ୍ଷେତ୍ରରେ ନେତୃତ୍ୱ ନେବା ସହ ଅନ୍ୟାନ୍ୟ ଦେଶ ବୈଷୟିକ ସମାଧାନ ପାଇଁ ଭାରତକୁ ଅନୁସରଣ କରିବେ ।

ସରକାରୀ ଯୋଜନା ସମ୍ପର୍କରେ ବିଶଦଭାବେ ଅବଗତ ହେବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ନାଗରିକଙ୍କ ନିମନ୍ତେ ମାଇଁ ଷ୍ଟିମ୍ ନାମକ ମଞ୍ଚ ଉତ୍ସର୍ଗ କରିବେ । ଏହା ଏକପାଖିଆ ଅନ୍ୱେଷଣ ତଥା ଡିସକଭରୀ ପୋର୍ଟାଲ, ଯାହାଫଳରେ ନାଗରିକଗଣ ସେମାନଙ୍କ ଆବଶ୍ୟକ ଯୋଜନା ସମ୍ପର୍କରେ ଅବଗତ ହୋଇପାରିବ । ପ୍ରଧାନମନ୍ତ୍ରୀ ମଧ୍ୟ ନାଗରିକମାନଙ୍କ ନିମେନ୍ତେ ‘ମେରୀ ପହେଚାନ’ ଜାତୀୟ ଏକକ ଦସ୍ତଖତ ବା ଏକକ ନାଗରିକ ଲଗଇନ୍ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । National Single Sign-On (NSSO)ଏକ ସତ୍ୟ ପ୍ରତିପାଦନ ସେବା ଯେଉଁଥିରେ ଏକକ ପ୍ରତ୍ୟୟ ପତ୍ର ବିବିଧ ଅନଲାଇନ ସେବା ବା ପ୍ରୟୋଗ ପାଇଁ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଏକାଦିକ୍ରମେ ୩୦ଟି ପ୍ରତିଷ୍ଠାନ (C2S) ଚିପ୍‌ସ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମର ଘୋଷଣା କରିବେ। ଏହି C2S କାର୍ଯ୍ୟକ୍ରମ ସେମି କଣ୍ଡକ୍ଟର ଚିପ୍ ପରିପାଟୀ ନିର୍ମାଣ ପାଇଁ ସ୍ନାତକ, ସ୍ନାତକୋତ୍ତର ଓ ଗବେଷଣା ସ୍ତରରେ କୁଶଳୀ ମାନବସମ୍ବଳ ସୃଷ୍ଟି କରିବ । ଏହା ଭାରତୀୟ ସେମିକଣ୍ଡକ୍ଟର ପରିପାଟୀ ଗଠନ ଅଭିଯାନର ଏକ ଅଂଶବିଶେଷ ।

ଜୁଲାଇ ୪ରୁ ୬ତାରିଖ ମଧ୍ୟରେ ଗାନ୍ଧିନଗରଠାରେ ଡିଜିଟାଲ ଭାରତ ସପ୍ତାହ-୨୦୨୨ର ଭୌତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ  ଦେଶର ଡିଜିଟାଲ ଭାରତ ବାର୍ଷିକୀ ପାଳନ କରିବା ସହ ଡିଜିଟାଲ ମଞ୍ଚ ଯଥା ଆଧାର, ୟୁପିଆଇ, କୋୱିନ, ଡିଜିଲକର ଇତ୍ୟାଦି କିପରି ଜନସାଧାରଣଙ୍କ ଜୀବନରେ ସମୃଦ୍ଧି ଆଣିପାରିଛି ତା’ର ପରୀକ୍ଷାମୂଳକ ପ୍ରଦର୍ଶନ ହେବ । ଏଥିରେ ଭାରତର ବୈଷୟିକ ଶକ୍ତିର ପ୍ରଦର୍ଶନ ବିଶ୍ୱବ୍ୟାପୀ ଦର୍ଶକଙ୍କ ଆଗରେ କରାଯିବ । ଏଥିରେ ଷ୍ଟାର୍ଟଅପସ୍‌, ସରକାରୀ ପ୍ରତିନିଧି୍ ଓ ଶିକ୍ଷାବିତ୍‌ମାନେ ଯୋଗଦେବେ । ଏଥିରେ ଆୟୋଜିତ ହେବାକୁ ଥିବା ଡିଜିଟାଲ ମେଳାରେ ୨୦୦ରୁ ଅଧିକ ମଣ୍ଡପ ସ୍ଥାନ ପାଇବ। ସେମାନେ ବିଭିନ୍ନ ଡିଜିଟାଲ ସମସ୍ୟାର ସମାଧାନ ପ୍ରଦର୍ଶନ କରିବେ । ୭ରୁ ୯ ଜୁଲାଇ ମଧ୍ୟରେ ଡିଜିଟାଲ ଇଣ୍ଡିଆ ସପ୍ତାହରେ ଇଣ୍ଡିଆ ଷ୍ଟକ ଜ୍ଞାନ ଆଦାନପ୍ରଦାନ ମଧ୍ୟ ଆଭାସୀ ମାଧ୍ୟମରେ କରାଯିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Made in India’ phones go global: Smartphone exports jump 165 times to Rs 2.59 lakh crore

Media Coverage

‘Made in India’ phones go global: Smartphone exports jump 165 times to Rs 2.59 lakh crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond